অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୋରିମାନା ଏବଂ କାର୍ଯ୍ୟବିଧି (ଭାଗ – ୨)

ଜୋରିମାନା ଏବଂ କାର୍ଯ୍ୟବିଧି (ଭାଗ – ୨)

ସ୍ପଷ୍ଟୀକରଣ

ଏହି ଦଫା ଏବଂ ଦଫା ୫୯ ଉଦ୍ଦେଶ୍ୟରେ ଗୋ-ମହିଁଷି ଆଦି ପଶୁ  ମଧ୍ୟରେ ମହିଁଷି, ଷଣ୍ଢ, ଗାଈ, ବାଛୁରୀ ଏବଂ ବଳଦ ଅନ୍ତର୍ଭୁକ୍ତ ହେବ ନାହିଁ ।

ନିର୍ଣ୍ଣୟ ସିଦ୍ଧାନ୍ତ

  1. ଦଫା ୫୬ – କ୍ଷମତା ପ୍ରାପ୍ତ ଅଫିସର, ଡି.ଏଫ.ଓ ଯାନର ବ୍ୟାଜ୍ୟାପ୍ତିକରଣ କରିବେ- ଆବଶ୍ୟକୀୟ ବ୍ୟବସ୍ଥା ଏକ ଅତ୍ୟାବଶ୍ୟକ ସର୍ତ୍ତ ଅନୁଯାୟୀ ମନ୍ଦ ଉଦ୍ଦେଶ୍ୟ ବାଦ୍ ଦେବେ – ଏହା ଯାନର ମାଲକିଙ୍କ ଦ୍ଵାରା ପ୍ରମାଣିତ ହେବ ଯେ ତାଙ୍କ ଜାଣିବାରେ ତାଙ୍କ ଯାନରେ ଜଙ୍ଗଲଜାତ ଦ୍ରବ୍ୟ ବହନ କରାଯାଇଥିଲା ଏବଂ ସେ ସତର୍କତା ଅବଲମ୍ବନ କରିଥିଲେ- ଏହା ଆବଶ୍ୟକ ନୁହେଁ ଯେ ଜଙ୍ଗଲଜାତ ଦ୍ରବ୍ୟର ଜବତ୍ ବିଷୟରେ ବ୍ୟାଜ୍ୟାପ୍ତିର କୌଣସି ଆଦେଶ ପ୍ରଦାନ ନ ହେବା ପ୍ରତିପାଦିତ ହୋଇଛି – ଆଇନ୍ ର ସ୍ଥିତି ସ୍ପଷ୍ଟ ହୋଇଛି – ଏପରିକି ମାଲିକ ଦୋଷମୁକ୍ତ ହେଲେ ଯାନ ବ୍ୟାଜ୍ୟାପ୍ତି ହୋଇପାରିବ । ନିୟମ ୨୧ ଏବଂ ଦଫା ୫୬ ର ପରିସର ଏବଂ ଉଦ୍ଦେଶ୍ୟ ସମ୍ପୁର୍ଣ୍ଣ ଅଲଗା ନୀତିଗୁଡିକ ବୟାନ କରାଯାଇଛି-୧୯୯୮(୧୫)ଓ.ସି.ଆର୍ -୪୯ ।
  2. ଦଫା ୫୬ ଅନୁଯାୟୀ ବ୍ୟାଜ୍ୟାପ୍ତି କାର୍ଯ୍ୟପନ୍ଥା – ଏହା ସିଦ୍ଧାନ୍ତ ଯେ ଜବତ ହୋଇଥିବା ଜଙ୍ଗଲଜାତ ଦ୍ରବ୍ୟର ବେଆଇନ୍ ଦଖଲରେ ବ୍ୟକ୍ତି ଥିଲେ କ୍ଷମତାପ୍ରାପ୍ତ ଅଫିସର ବ୍ୟାଜ୍ୟାପ୍ତି ଆଦେଶ ପ୍ରଦାନ କରିବେ- ଏହା ରେକର୍ଡ଼ରେ ଅନ୍ୟ ଉପକରଣ ଦ୍ଵାରା ସମର୍ଥନ ହୋଇଥିଲା- ବ୍ୟାଜ୍ୟାପ୍ତକରଣ ଆଦେଶ ଅନୁମୋଦନୀୟ-୧୯୯୪ (୭) ଓ.ଏଲ୍.ଆର-୩୬ ।
  3. ଦଫା ୫୬- ପୋଲିସ୍ ଅଫିସର ଯାନ ଜବତ କଲେ ଏବଂ ଜବତ କରାଯାଇଥିବା ଯାନର ଖଲାସ ପାଇଁ ଫରେଷ୍ଟ ଅଫିସର ଦରଖାସ୍ତ କରିବେ ନାହିଁ – ଏହା ନିର୍ଣ୍ଣୟ କରଯାଇଥିଲା ଯେ ଘଟଣାର ଫଏସଲା କରିବାକୁ ମାଜିଷ୍ଟ୍ରେଟ୍ ଙ୍କ କ୍ଷେତ୍ରାଧିକାର ଏବଂ କ୍ଷମତା ରହିବ – ୧୯୮୮(୧)ଓ.ଏଲ୍.ଆର୍ – ୧୧୬ ।
  4. ଦଫା  ୫୬ – କୌଣସି ହାତୁଡି ଚିହ୍ନ ବିନା ଜଙ୍ଗଲଜାତ ଦ୍ରବ୍ୟର ଜବତ ଏବଂ ସେହି ଦଖଲରେ ଥିବା ବ୍ୟକ୍ତି ସେପରି ଆଇନଗତ ଦାଖଲ ପାଇଁ କୌଣସି ଦଲିଲ ପେଶ କରିବାକୁ ବିଫଳ ହେଲେ – ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟପନ୍ଥା ଆରମ୍ଭହେଲା ଏବଂ କ୍ଷେତ୍ରାଧିକାର ଥିବା ମାଜିଷ୍ଟ୍ରେଟ୍ ସେପରି ଅପରାଧ ବିଚାର କରିବାକୁ ସୂଚୀତ କରାଯାଇଥିଲା କ୍ଷମତାପ୍ରାପ୍ତ ଅଫିସର ବ୍ୟାଜ୍ୟାପ୍ତିକରଣ ଆଦେଶ ପ୍ରଦାନ କରିବାକୁ ଉପଯୁକ୍ତ ଅଟନ୍ତି ଏବଂ ମାଜିଷ୍ଟ୍ରେଟ୍ ନୁହଁନ୍ତି – ତେଣୁ ସେପରି ବ୍ୟାଜ୍ୟାପ୍ତିକରଣ ଆଦେଶ ଅନୁମୋଦନୀୟ -୧୯୯୪(୭)ଓ.ଏଲ୍.ଆର -୩୬ ।
  5. ଦଫା  ୫୬- ସ୍ଥାନାନ୍ତର ଅନୁମତି ନ ଥାଇ କୌଣସି ଯାନର ୧୪୩ଖଣ୍ଡ ଶାଳକାଠ ଜବତ ହୋଇଥିଲା ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ଦଫା ୧୬୧ ଅନୁଯାୟୀ ଯାନର ମାଲିକଙ୍କ ବିବୃତି ଥିଲା ଯେ ସେ ଭଡ଼ାରେ ସେଗୁଡିକ ବହନ କରିବାକୁ ଡ୍ରାଇଭରକୁ କ୍ଷମତାୟୀତ କରିଥିଲେ, ଏହି ପ୍ରସଙ୍ଗରେ ମାଲିକଙ୍କ ବାହାନା ଯେ ସେଗୁଡ଼ିକ ତାଙ୍କ ଜାଣିବାରେ ହୋଇ ନଥିଲା, ଗ୍ରହଣୀୟ ହେବ ନାହିଁ । ଏହା ସାକ୍ଷ୍ୟର ଗ୍ରହଣ ଉପରେ ନିର୍ଭର କରେ, କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ଆବେଦନକାରୀଙ୍କ ବିପକ୍ଷରେ ମାମଲା ଦାଏର କରିବାକୁ ତାହା ଯଥେଷ୍ଟ କି ନୁହେଁ – ୧୯୯୮(୧୫) ଓ.ସି.ଆର.-୩୬୬ ।
  6. ଦଫା ୫୬, ଉପଦଫା ୨(କ),୨(ଘ),୨(ଙ) ଏବଂ ୨(୪) ଅନୁଯାୟୀ ବ୍ୟବସ୍ଥାବଳୀ ସ୍ପଷ୍ଟ ହୋଇଛି । ବ୍ୟାଜ୍ୟାପ୍ତିକରଣ କିମ୍ବା ଅବ୍ୟାଜ୍ୟାପ୍ତିକରଣ କ୍ଷେତ୍ରରେ ଆଦେଶ  ଜିଲ୍ଲା ଜଜ୍ ଙ୍କ ପ୍ରତି ବିଚାର ଯୋଗ୍ୟ ଅଟେ – ଉପ- ଦଫା ୨ (କ) ଅନୁଯାୟୀ ଅବ୍ୟାଜ୍ୟାପ୍ତିକରଣ କୌଣସି ଆଦେଶ ବିପକ୍ଷରେ ବନ- ସଂରକ୍ଷଣଙ୍କର କୌଣସି ବିଚାର କରିବା କ୍ଷମତା ରହିବ ନାହିଁ- ସେ କ୍ଷମତାପ୍ରାପ୍ତ ଅଫିସରଙ୍କର ଦ୍ଵାରା କରାଯାଇଥିବା ବ୍ୟାଜ୍ୟାପ୍ତିକରଣ କ୍ଷେତ୍ରରେ କେଶ୍ ଗୁଡ଼ିକର ଯାଞ୍ଚ ପାଇଁ ରେକର୍ଡ଼ ମଗାଇପାରିବେ। ସେହି କ୍ଷମତାଗୁଡ଼ିକ କୌଣସି ଆବେଦନ ଉପରେ କିମ୍ବା ସ୍ଵତଃ ପ୍ରବୃତ ଭାବେ ପ୍ରୟୋଗ ହୋଇପାରିବ । ତତ୍ କ୍ଷଣାତ କ୍ଷେତ୍ରରେ ପ୍ରତିବାଦ କରିବା ଆଦେଶ ରଦ୍ଦ ହେବ ଏବଂ କ୍ଷମତାପ୍ରାପ୍ତ ଅଫିସରଙ୍କ ଆଦେଶ କାଏମ୍ ହେବ – ୧୯୯୮(୧୫) ଓ.ସି.ଆର. ୩୧୦ ।
  7. ଦଫା ୫୬ ଏବଂ ଦଫା ୨(ଛ) – ସ୍ଥାନାନ୍ତର ଅନୁମତି ନିୟମାବଳୀ ୨(୧)(କ) ଏବଂ ୫(୧)(i) ଏବଂ ନିୟମ ୨୧- କେନ୍ଦୁପତ୍ର ଏକ ଜଙ୍ଗଲଜାତ ଦ୍ରବ୍ୟ ହୋଇ ଜିଲ୍ଲା ସୀମା ବାହାରକୁ ନିଆଯାଇପାରିବ ନାହିଁ – କୌଣସି ସ୍ଥାନାନ୍ତର ଅନୁମତି ବିନା ତତ୍ କ୍ଷଣିକ କ୍ଷେତ୍ରରେ କେନ୍ଦୁପତ୍ର ବିନାନୁମତିରେ ପରିବହନ କରାଯାଇ ଥିଲା – ସାକ୍ଷ୍ୟ ଗ୍ରହଣ ପରେ ଯାନର ବ୍ୟାଜ୍ୟାପ୍ତିକରଣ ଅନୁମୋଦନୀୟ – ୧୯୯୮ (୧୫) ଓ.ସି.ଆର. ୫୮ ।
  8. ଯଦିଓ ମାଲିକଙ୍କ ସେହି ଘଟଣା ସମ୍ବନ୍ଧରେ କୌଣସି ଜ୍ଞାନ କିମ୍ବା ସମ୍ମତି ନଥାଏ, ଯଦି ଯାନର ଡ୍ରାଇଭର ଜାଣିଶୁଣି କିମ୍ବା ସମ୍ମତି ସହ ଅପରାଧ ସଂଘଟିତ କରିଥାନ୍ତି ତେବେ ବ୍ୟାଜ୍ୟାପ୍ତିକରଣ ପାଇଁ ତାହା ଦାୟୀ ହେବ ।  ଉଦ୍ଦେଶ୍ୟ ଏହା ଯେ ଡ୍ରାଇଭରଙ୍କର ସହଯୋଗ ଓ କୌଣସି ପୃଥକ  କାର୍ଯ୍ୟପନ୍ଥାରେ ନିର୍ଣ୍ଣୟ ହେବାକୁ ଏକ ପୃଥକ ବିଷୟ ହେବ ଯାହା ତୃଟିପୂର୍ଣ୍ଣ ଅଟେ – ରାଜ୍ୟ ବନାମ୍ କେ.ଏମ୍.ପଣ୍ଡା -୭୧(୧୯୯୧)ସି.ଏଲ୍.ଟି.-୧୫୭ ।
  9. ଯେତେବେଳେ ଓଡ଼ିଶା ଜଙ୍ଗଲ ଆଇନର ଦଫା ୫୬ ଅନୁଯାୟୀ କ୍ଷମତା ପ୍ରୟୋଗରେ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ପାଇଁ ଯାନ ଜଙ୍ଗଲଜାତ ଦ୍ରବ୍ୟ ଜବତ ହୋଇଛି, ସେପରି ସମ୍ପତ୍ତି ଖଲାସ କରିବା କ୍ଷମତା ନିର୍ଦ୍ଧାରିତ କର୍ତ୍ତୃପକ୍ଷଙ୍କ ଉପରେ ରହିବ ଏବଂ ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ର ବ୍ୟବସ୍ଥାବଳୀ ଅନୁଯାୟୀ ତାଙ୍କ କ୍ଷମତାର  ପ୍ରୟୋଗରେ ମାଜିଷ୍ଟ୍ରେଟ୍ ନୁହଁନ୍ତି । ଶରତ କୁମାର ମାଲୁ ବନାମ ରାଜ୍ୟ -୫୭(୧୯୮୪) ସି.ଏଲ.ଟି. -୩୮୧, ଏ.ଆଇ.ଆର , ୧୯୮୬ ଏସ୍.ସି -୩୨୮,୧୯୮୪ସି, ଆର, ଏଲ.ଜେ -୯୮୪ ।
  10. ଜଙ୍ଗଲ ଅଫିସରଙ୍କ କମିଶନ୍ ରେ ଅନ୍ତର୍ଗତ ଟ୍ରକର ବ୍ୟାଜ୍ୟାପ୍ତିକରଣ ସେପରି ଅପରାଧର କମିଶନରେ ଅନ୍ତର୍ଭୁକ୍ତ  ଟ୍ରକ୍ ମାଲିକଙ୍କ ମନ୍ଦ ଉଦ୍ଦେଶ୍ୟ ପ୍ରତିପାଦନ କରିବାକୁ କର୍ତ୍ତୃପକ୍ଷ ବିଫଳ ହେଲେ- ଉଚ୍ଚ ନ୍ୟାୟଳୟ ରେକର୍ଡରେ ସାକ୍ଷ୍ୟର କାରଣ ଭିତ୍ତିରେ ବ୍ୟାଜ୍ୟାପ୍ତି ଆଦେଶ ରଦ୍ଦ କରିବେ – ଶୀର୍ଷ ନ୍ୟାୟାଳୟ ଦ୍ଵାରା ହସ୍ତକ୍ଷେପ ନ କରିବା (୧୯୮)୧୪ ଓ.ସି.ଆର.(ଏସ୍.ସି)- ୧୮୫।
  11. ଜଙ୍ଗଲ ବିଭାଗ ଅଫିସରଙ୍କ ଦ୍ଵାରା କାଠଗଣ୍ଡି ଜବତ୍ ହେଲାପରେ ଏସ.ଡ଼ି. ଜେ.ଏମ୍ ଙ୍କ ସମ୍ମୁଖରେ ଅଭିଯୋଜନ ରିପୋର୍ଟ ଦାଖଲ କରିବା -  ଜବତ ହୋଇଥିବା କାଠଗଣ୍ଡିର ମଧ୍ୟବର୍ତ୍ତୀ ଅଭିରକ୍ଷା ପାଇଁ ଆବେଦନକାରୀ ଦରଖାସ୍ତ ଦାଖଲ କରିବା – ଦଫା ୪୫୧ ଏବଂ ୪୫୭ ସମ୍ବନ୍ଧୀୟ ସାଧାରଣ ବ୍ୟବସ୍ଥାବଳୀ ପ୍ରଯୁଜ୍ୟ ଅଟେ ଏବଂ ଓଡ଼ିଶା ଜଙ୍ଗଲ ଆଇନର ଦଫା ୫୭ ପ୍ରତିବନ୍ଧ ନୁହେଁ –(୧୯୯୨)୫ ଓ.ସି.ଆର. ୩୩୨ ।
  12. ଗୋଟିଏ ଟ୍ରକରୁ ୯୦ କ୍ଵିଣ୍ଟାଲ ମହୁଆ ଫୁଲ ଜବତ ହୋଇଛି ଏବଂ ଜଙ୍ଗଲ ପଦ୍ଧତି ନିୟମାବଳୀ, ୧୯୭୭ ନିମନ୍ତେ ନିର୍ଦ୍ଧାରିତ ହାରର ନିୟମାବଳୀର ଉଲ୍ଲଂଘନ ପାଇଁ କର୍ତ୍ତୃପକ୍ଷ ବ୍ୟାଜ୍ୟାପ୍ତିକରଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି – ନିୟମ ୭ ଅନୁଯାୟୀ କୌଣସି ସ୍ପଷ୍ଟ ତଦନ୍ତ, ହୋଇନାହିଁ ଜେ ବ୍ୟବସାୟପାଇଁ ସେପରି ପରିବହନ ହୋଇଥିଲା, ସେପରି ବ୍ୟାଜ୍ୟାପ୍ତିକରଣ ଆଦେଶ ରଦ୍ଦ ହେବ ବୋଲି ଦାୟୀ ଅଟେ । (୧୯୯୩)୬. ଓ.ସି.ଆର.-୧୩୧ ।
  13. ବ୍ୟାଜ୍ୟାପ୍ତିକରଣ ପରିବର୍ତ୍ତନରେ ଜୋରିମାନା ଧାର୍ଯ୍ୟ ହୋଇପାରିବ ଯେତେବେଳେ କର୍ତ୍ତୃପକ୍ଷ ସେପରି ବ୍ୟାଜ୍ୟାପ୍ତିକରଣର ଆପତ୍ତିଜନକ ବିଷୟରେ ସନ୍ତୁଷ୍ଟ ହୁଅନ୍ତି ।
  14. ଦଫା ୫୬-(୨-କ) ଜିଲ୍ଲା ଜଜ୍ ଅପିଲ ଏକୁଟିଆ କରିବାକୁ କ୍ଷମତାୟିତ କ୍ଷେତ୍ରାଧିକାର ବିନା ଦୌରାଜଜ୍ ଙ୍କ ଦ୍ଵାରା ଅପିଲ ଫଏସଲା କରିବାକୁ ନିର୍ଦ୍ଦେଶିତ ଥିଲେ – (୧୯୯୧)୪ ଓ.ସି.ଆର.-୫୮୫ ।
  15. ଦଫା ୫୬(୨-କ) କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ତଦନ୍ତରେ ଯାନ ବ୍ୟାଜ୍ୟାପ୍ତି ହୋଇଥିଲା ଜେ ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ସଂଘଟିତ ହୋଇଥିଲା – ତାଙ୍କର  ଉପସ୍ଥିତିରେ ଏବଂ ତଦନ୍ତ ଅଫିସରଙ୍କ ଉପସ୍ଥିତିରେ ବିବୃତି ରେକର୍ଡ଼ କରାଯାଇଥିଲା – ସୁସ୍ପଷ୍ଟ ବ୍ୟବସ୍ଥାବଳୀ ବିଚାର କରି ନୈସର୍ଗକ ନ୍ୟାୟଆରଏଫ ନିୟମାବଳୀର କୌଣସି ଉଲ୍ଲଂଘନ ହୋଇ ନ ଥିଲା – (୧୯୯୦)୩. ଓ.ସି.ଆର.୫୧୮;ଏ.ଆଇ.ଆର ୧୯୮୪ ଏସ.ସି.- ୧୩୫୬ ଏ.ଆଇ.ଆର. ୧୯୭୩ ଏସ୍.ସି.-୨୭୦୧; ଏ.ଆଇ.ଆର୍ ୧୯୮୫ ଏସ୍.ସି-୮୫ ।
  16. ଏହା ସୁପ୍ରତିଷ୍ଠିତ ଜେ ଯେତେବେଳେ କୌଣସି କର୍ତ୍ତୃପକ୍ଷ ତାଙ୍କ ଯୋଗ୍ୟତା ମଧ୍ୟରେ କୌଣସି ଆଦେଶ ପ୍ରଦାନ କରନ୍ତି, ଏହା ବିଫଳ ହୋଇପାରେ ନାହିଁ କାରଣ ଏକ ଭୁଲ ବ୍ୟବସ୍ଥା ଅନୁଯାୟୀ ଏହା କରାଯାଇଛି ବୋଲି ଘୋଷଣା କରାଯାଇପାରିବ, ଯଦି ଏହା  ଅନ୍ୟ କୌଣସି ନିୟମାନୁଯାୟୀ, ଏହାର କ୍ଷମତା ମଧ୍ୟରେ ହୋଇପାରେ ଏବଂ କୌଣସି ଆଦେଶର ମୂଲ୍ୟ ଏହାର ମର୍ମର  ଉପଯୁକ୍ତ ବିବେଚନା ଉପରେ ବିଚାର ହୋଇଥାଏ ଏବଂ ଫର୍ମ ନୁହେଁ – ଲକ୍ଷ୍ମୀଧର ପ୍ରଧାନ ବନାମ ଓଡ଼ିଶା ରାଜ୍ୟ – ଏ.ଆଇ.ଆର୍. ୧୯୫୦ ଏସ.ସି.-୨୩୨, ଏ.ଆଇ.ଆର୍ ୧୯୫୪ ଏସ.ସି. -୧୯୨୯;(୧୯୯୪)୭ ଓ.ସି.ଆର.- ୭୬୫(ଏଫ,ଡ଼ି)
  17. ଦଫା ୫୬ -୫୬(୨-ଘ) ଜଙ୍ଗଲର ସଂରକ୍ଷିତ କୌଣସି ମକଦ୍ଦମାର ରେକର୍ଡ଼ ଯାଞ୍ଚ କରିବା ପାଇଁ ଏବଂ ମଗାଇବା ପାଇଁ କ୍ଷମତାୟିତ, ଯେଉଁଥିରେ ବ୍ୟାଜ୍ୟାପ୍ତିକରଣ ଆଦେଶ କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ସେହି ଆଦେଶ ତାରିଖକୁ ତିରିଶ ଦିନ ମଧ୍ୟରେ କରଯାଇଥିଲା ଏବଂ ସେ ସବୁର ତଦନ୍ତ କରିପାରିବେ  ଏବଂ ତାପରେ ଆବଶ୍ୟକୀୟ ଆଦେଶ ପ୍ରଦାନ କରିବେ ।  ସଂରକ୍ଷକଙ୍କ ଉପରେ କୌଣସି ଅପିଲ କ୍ଷମତା ନ୍ୟସ୍ତ ହେବ ନାହିଁ ମାତ୍ର ଏହା ପରିଦର୍ଶନ ସମ୍ବନ୍ଧୀୟ କିମ୍ବା ପୁନଃରୀକ୍ଷଣ କ୍ଷମତା ପ୍ରକାରର ଅଟେ ଯାହା ଅଧିନରେ ସଂରକ୍ଷକ କ୍ଷମତାପ୍ରାପ୍ତ ସମ୍ବନ୍ଧୀୟ କିମ୍ବା ପୁନଃରୀକ୍ଷଣ କ୍ଷମତା ପ୍ରକାରର ଅଟେ ଯାହା ଅଧିନରେ ସଂରକ୍ଷକ କ୍ଷମତାପ୍ରାପ୍ତ  ଅଫିସରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆଦେଶ ତାରିଖରୁ କୋଡ଼ିଏ (୨୦)ଦିନ ମଧ୍ୟରେ ରେକର୍ଡ଼ଗୁଡ଼ିକର ଯାଞ୍ଚ କରିପାରିବେ ଏବଂ  ମଗାଇପାରିବେ – ତେଣୁ ଯେତେବେଳେ କ୍ଷମତାପ୍ରାପ୍ତ ଅଫିସର ଜୋରିମନା ପ୍ରଦାନରେ ଜବତ ହୋଇଥିବା ଜିନିଷ/ ଯାନଗୁଡ଼ିକର ମୁକୁଳାଇବା ଆଦେଶ ପ୍ରଦାନ କରିଥାନ୍ତି ସେତେବେଳେ ଏହା ଅବ୍ୟାଜ୍ୟାପ୍ତିକାରଣର ଏକ ଆଦେଶ ହୁଏ ଏବଂ ସେପରି ମକଦ୍ଦମାରେ ଅପିଲ୍, କ୍ଷେତ୍ରାଧିକାର ବିନା ଜଙ୍ଗଲର ଅପିଲ କ୍ଷମତାର ସଂରକ୍ଷକ ଏବଂ ଜିଲ୍ଲା ଜଜ୍ ଙ୍କ ଉପରେ ରହିବ – ରାଜକିଶୋର ବନାମ ଓଡ଼ିଶା ରାଜ୍ୟ –ଏ.ଆଇ.ଆର. ୧୯୯୯ଓଡ଼ିଶା-୩୭ ।
  18. କାଠଗରିଣ୍ଡା ଏବଂ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଚାଲାଣ ନିୟମାବଳୀ ୧୯୮୦ର ନିୟମ ୪,୧୨ ଏବଂ ୨୧ ର ଉଲ୍ଲଂଘନରେ ହସ୍ତଚାଳିତ କରତରେ କଟା ହୋଇଥିବା ଶାଳକାଠର ବେଆଇନ ପରିବହନ ନିମନ୍ତେ ଜବତ ହୋଇଥିବା ଜିପ୍ ବ୍ୟାଜ୍ୟାପ୍ତିକରଣ ଆଦେଶ- ଜବତର ତଥ୍ୟ ଗ୍ରହଣୀୟ ହୋଇଥିଲା – ବ୍ୟାଜ୍ୟାପ୍ତିକରଣ ଆଦେଶ, କୌଣସି ବୈଧ ଚାଲାଣ ପରମିଟ୍ ବିନା ଏକ ମୋକଦ୍ଦମା ଲେଖିବା – ତଥ୍ୟ ଯେ ତାଙ୍କ ଜାଣିବା ମଧ୍ୟରେ କିମ୍ବା ଡ୍ରାଇଭରଙ୍କ ଜାଣିବା ମଧ୍ୟରେ ଏହା ହୋଇଥାଉ ବା ନ ହୋଇଥାଉ ଆବେଦନକାରୀଙ୍କର ଦ୍ଵାରା ପ୍ରମାଣିତ ହେବ ନାହିଁ । ବ୍ୟାଜ୍ୟାପ୍ତିକରଣର ସେପରି ଆଦେଶ କୌଣସି ଅବୈଧତା, ଉଶୃଙ୍ଖଳିତ କିମ୍ବା ବିଧିସଂଗତ ତୃଟିରୁ ସହ୍ୟ ହୋଇ ନଥାଏ – ୨୦୦୫(୧)ଓ.ଏଲ.ଆର.-୧୩୨ ।
  19. ଦଫା  ୫୬ ଏବଂ ୫୪ ଅନୁଯାୟୀ ବ୍ୟାଜ୍ୟାପ୍ତି ହୋଇଥିବା ଯାନ-ବିକ୍ରିୟ କାର୍ଯ୍ୟବିଧି  ଋଣ ଦାୟିତ୍ଵ ପାଳନରେ ପ୍ରକାଶିତ – କୌଣସି ଋଣଭାରର ସନ୍ତୋଷଜନକ ସାପେକ୍ଷରେ ବ୍ୟାଜ୍ୟାପ୍ତିକରଣର କୌଣସି ଆଦେଶ କରିବାକୁ ସେହି ଦଫାର ବ୍ୟବସ୍ଥାରେ କୌଣସି ନିଷେଧ ନାହିଁ । ଯେତେବେଳେ କୌଣସି ଯାନର ବ୍ୟାଜ୍ୟାପ୍ତିକରଣ ପାଇଁ କାର୍ଯ୍ୟବିଧି ଆଇନର ଦଫା ୫୬ ଅନୁଯାୟୀ ଗ୍ରହଣୀୟ ହୋଇଛି – ଉକ୍ତ ଦଫା ଅନୁଯାୟୀ ବ୍ୟାଜ୍ୟାପ୍ତି ହୋଇଥିବା ସମ୍ପତ୍ତି ସମସ୍ତ ଗଣଭାରରୁ ମୁକ୍ତ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ଯେହେତୁ ଋଣ ପରିମାଣର ବିମୁକ୍ତି ପାଇଁ ଏକ ଦେୟ ରୂପେ ବନ୍ଧକରହିଥାଏ – ଏହାଯାନର ମାଲିକଙ୍କ ପ୍ରତି ଏକା ସ୍ଵୀକୃତି ସୁବିଧା ଅଟେ –ଆଦେଶ ନିଷ୍ପତ୍ତି ପାଇଁ ଉଚ୍ଚତ୍ତର ନ୍ୟାୟପୀଠକୁ ଉଲ୍ଲେଖିତ -୨୦୦୪ (୨) ଓ.ଏଲ.ଆର.- ୬୨୭ ।
  20. ଦଫା ୫୬ ଅନୁଯାୟୀ ଯାନର ବ୍ୟାଜ୍ୟାପ୍ତିକରଣର – ଏହା ମାଲିକଙ୍କ ଦ୍ଵାରା ପ୍ରମାଣିତ ହୋଇଛି ଜେ ଯାନଟି ତାଙ୍କ ମନ୍ତ୍ରଣା କିମ୍ବା ଜାଣିବା ବିନା କିମ୍ବା ତାଙ୍କ ଏଜେଣ୍ଟଙ୍କ ଜାଣିବା କିମ୍ବା ମନ୍ତ୍ରଣା ବିନା ସେପରି ବ୍ୟବହୃତ ହୋଇଥିଲା – ଅଧିକନ୍ତ ସେ ମଧ୍ୟ ପ୍ରମାଣ କରନ୍ତି ଯେ ସେ ଏବଂ ତାଙ୍କର ଏଜେଣ୍ଟ ଜଙ୍ଗଲ ସମ୍ବନ୍ଧୀୟ ଅପରାଧ କମିଶନ୍ ବିପକ୍ଷରେ ସମସ୍ତ ଯଥୋଚିତ ସତର୍କତା ଅବଲମ୍ବନ କରିଥିଲେ- ତୁରନ୍ତ କ୍ଷେତ୍ରରେ ମାଲିକ ସ୍ଵୀକାର କରିଲେ ଯେ ଡ୍ରାଇଭର ଅପରାଧ ସଂଘଟିତ କରିଥିଲା -୨୦୦୨(୨) ଓ.ଏଲ.ଆର.- ୨୧୬ ।
  21. ଦଫା ୫୬ (୨-କ)ଓ.ଏସ.ଏଫ.ସି ରୁ ଋଣ ମିଳିବା ପରେ ଟ୍ରକ୍ କିଣାଯାଇଥିଲା ଏବଂ ଜଙ୍ଗଲଜାତ ଦ୍ରବ୍ୟ ବେଆଇନ୍ ଭାବେ ବହନ କରିବା ପାଇଁ ବ୍ୟବହୃତ ହୋଇଥିଲା- ଆଇନ୍ ଅନୁଯାୟୀ କାର୍ଯ୍ୟ ବିଧି ଉପରେ ଟ୍ରକ୍ ଜବତ୍ ହୋଇଥିଲା ଏବଂ ଓ.ଏସ.ଏଫ,ସିର ପ୍ରାପ୍ୟ ପ୍ରଦାନ ନ ହୋଇ ରହିଗଲା – ପ୍ରଶ୍ନ ଥିଲା ଓ.ଏସ.ଏଫ.ସି ଉକ୍ତ ପରିମାଣ ପାଇବାରେ ବଞ୍ଚିତ ହେବ କି ନାହିଁ – ପ୍ରାପ୍ୟର ପୂର୍ନଲାଭରେ ତଥ୍ୟାବଳୀ ଦର୍ଶଯାଇଥିଲା ଯେତେବେଳେ ସହପାର୍ଶ୍ଵିକ ପ୍ରତିଭୂତି ଉପଲବ୍ଧ ଏବଂ ଯେତେବେଳେ ଋଣ ପରିମାଣ ଏକ  ଦେୟ ରୂପେ ବ୍ୟବହୃତ, ସେତେବେଳେ ସରକାରୀ ଦେୟ ଆଦାୟ ଆଇନ୍ ଅନୁଯାୟୀ ଏକ ସର୍ବସାଧାରଣ ଦାବି ରୂପେ ସେପରି ଅଗ୍ରିମଭାବେ ଦିଆଯାଇ ଥିବା ଋଣ ବ୍ୟବହୃତ ହୋଇପାରିବ ଏବଂ ଓ.ଏସ.ଏଫ୍.ସି. ରେ ଏକ ଦେୟ ରୂପେ ବ୍ୟବହୃତ ହେବ – ୨୦୦୨(୧) ଓ.ଏଲ.ଆର.-୩୩୧,ଏ.ଆଇ.ଆର୍ ୨୦୦୨, ଓଡ଼ିଶା ୧୩୦ ।
  22. ଦଫା  ୫୬- ନିଷେଧ ଜଙ୍ଗଲଜାତ ଦ୍ରବ୍ୟର ପରିବହନ ସମ୍ବନ୍ଧୀୟ ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧି – ଆବେଦନକାରୀ (ଯାନରମାଲିକ)ଙ୍କ ଦ୍ଵାରା ଦାବି ହୋଇଥିଲା ଯେ ଜଙ୍ଗଲ ସମ୍ବନ୍ଧୀୟ ଅପରାଧର କମିଶନ୍ ପାଇଁ ସେପରି ବ୍ୟବହୃତ ଯାନ ସମ୍ବନ୍ଧରେ ତାଙ୍କର ଜ୍ଞାନ ନଥିଲା – ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ର ୧୬୧ ଦଫା ଅନୁଯାୟୀ ବିବୃତି ଥିଲା ଯେ ସେ ଭଡ଼ାରେ କାଠ ବହନ କରିବାକୁ ଡ୍ରାଇଭରଙ୍କର ଆବଶ୍ୟକୀୟ ଜ୍ଞାନ ଥିଲା କି ନାହିଁ ସେମାନଙ୍କର ମନ୍ତ୍ରଣା ଥିଲା କି ନାହିଁ ସମସ୍ତ ପ୍ରଶ୍ନ ବିବାଦୀୟ ତଥ୍ୟ ଅଟେ ଯାହା କ୍ଷେତ୍ରାଧିକାର ଆଜ୍ଞାଦେଶ ଅନୁଯାୟୀ ବିଚାର କରାଯାଇ ପାରିବ ନାହିଁ – କ୍ଷମତାପ୍ରାପ୍ତ ଅଫିସରଙ୍କ ଆଦେଶ ଯାନର ମଧ୍ୟକାଳିନ ଖଲାସ ନିର୍ଦ୍ଦେଶ କରି  ହସ୍ତକ୍ଷେପ ହୋଇ ନଥିଲା -୧୯୯୯, ସି.ଆର.ଆଇ.ଏଲ.ଜେ – ୨୬୧୨(ଓଡ଼ିଶା) ।
  23. ଦଫା ୫୬, ଉପ-ଦଫା ୨(କ),୨(ଘ),୨(ଙ), ଆଇନ ଅନୁଯାୟୀ ଜଣେ ଲାଇସେନ୍ସଧାରା ଆବେଦନକାରୀ ସମ୍ପୂର୍ଣ୍ଣ ହୋଇଥିବା ଜିନିଷପତ୍ର ବହନ କରୁଥିବା ଏକ ଟ୍ରକ୍ ଜବତ କରିଥିଲେ ଏବଂ କ୍ଷମତାପ୍ରାପ୍ତ ଅଫିସରଙ୍କର ଦ୍ଵାରା ବ୍ୟାଜ୍ୟାପ୍ତି କରଯାଇଥିଲା ତଦନ୍ତ ପରେ ଜିନିଷପତ୍ର ଏବଂ ଟ୍ରକ ଖଲାସ ହୋଇଥିଲା – କୌଣସି ଆବେଦନ ଉପରେ  ସଂରକ୍ଷଣକାରୀ ଏକ ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ – ସଂରକ୍ଷଣକାରୀଙ୍କ କୌଣସି ନିର୍ଦ୍ଦେଶରେ ଡିଭିଜନାଲ ଫରେଷ୍ଟ ଅଫିସର  ଜିନିଷପତ୍ର ବ୍ୟାଜ୍ୟାପ୍ତି କଲେ- ସଂରକ୍ଷଣକାରୀ ତାହାର ଯାଞ୍ଚ ପାଇଁ ଏବଂ ରେକର୍ଡ଼ ମଗାଇବା ପାଇଁ ପରିଦର୍ଶନ ସମ୍ବନ୍ଧୀୟ ଏବଂ ପୁନଃରକ୍ଷଣ କ୍ଷମତା ପ୍ରୟୋଗ କରିପାରିବେ ଯଦି କ୍ଷମତାପ୍ରାପ୍ତ ଅଫିସର ବ୍ୟାଜ୍ୟାପ୍ତିର ଆଦେଶ ପ୍ରଦାନ କରିଥାନ୍ତି – ସେପରି ବ୍ୟାଜ୍ୟାପ୍ତିକରଣର ତିରିଶଦିନ ମଧ୍ୟରେ ଏହି କ୍ଷମତା ପ୍ରୟୋଗ ହୋଇପାରିବ ନାହିଁ ମାତ୍ର ତାଙ୍କ ଉପରେ କୌଣସି ଅପିଲ୍ କରିବା କ୍ଷମତା ନ୍ୟସ୍ତ ହେବ ନାହିଁ ବ୍ୟାଜ୍ୟାପ୍ତି କରଣ କିମ୍ବା ଅବ୍ୟାଜ୍ୟାପ୍ତିକରଣ ଆଦେଶ ଜିଲ୍ଲାଜଜଙ୍କ କେବଳ ଅପିଲଯୋଗ୍ୟ ଅଟେ । ତେଣୁ ସେହି ବ୍ୟାଜ୍ୟାପ୍ତିର ଆଦେଶ କ୍ଷେତ୍ରାଧିକାର ମଧ୍ୟରେ ନଥାଏ -୧୯୯୮(୨) ଓ.ଏଲ.ଆର ୬୪୬ ।
  24. ଗୋଟିଏ ଟ୍ରକ୍ ବ୍ୟାଜ୍ୟାପ୍ତି ହୋଇଥିଲା – ଜିଲ୍ଲା  ଜଜ୍  ଅପିଲ୍ ଶୁଣିଲେ ଯେ କି ଜଣେ ଦୌରାଜଜ୍ ମଧ୍ୟ ଅଟନ୍ତି – ମାତ୍ର ଯେତେବେଳେ ଅପିଲ୍ ଫଏସଲା କରଯାଇଥିଲା  ସେତେବେଳେ ସଜେ ଜଣେ ଦୌରାଜଜ୍ ରୂପେ ସ୍ଵାକ୍ଷରିତ କଲେ – ଏହା ଦର୍ଶାଯାଇଥିଲା ଯେ  କ୍ଷେତ୍ରାଧିକାର ଅଭାବରେ ଏହା ଏକ ମକଦ୍ଦମା ନୁହେଁ, ଜିଲ୍ଲା ଜଜ୍ ରୂପେ ରହିବାକୁ ସେ କ୍ଷମତାୟୀତ ହୋଇଥିଲେ ଏବଂ ଉକ୍ତ ସାମର୍ଥ୍ୟରେ ତାହା ନିଷ୍ପତ୍ତି କଲେ- ଉକ୍ତ ଆଦେଶ କେବଳ ବେଆଇନ୍ ହେବନାହିଁ କାରଣ ସେ ଜଣେ ଦୌରାଜଜ୍ ରୂପେ ତାହା ସ୍ଵୀକାର କଲେ ।
  25. ଏହା ସିଦ୍ଧାନ୍ତ ହୋଇଛି ଯେ ଜଣେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆଦେଶ ସରଳଭାବେ ନାସ୍ତିସୂଚକ ହୋଇପାରିବ ନାହିଁ କାରଣ ଏକ ଭୁଲ୍ ବ୍ୟବସ୍ଥା ଅନୁଯାୟୀ କ୍ଷମତା ପ୍ରଦାନ ହୋଇଛି ବୋଲି ଘୋଷଣା କରାଯାଏ ପି. ରାଜାକୋଠାଇଠ୍ ବନାମ ୟୁନିୟନ ଅଫ ଇଣ୍ଡିଆ – ଏ.ଆଇ.ଆର ୧୯୫୦ ଏସ୍.ସି -୨୩୨ ଏବଂ ହୁକୁମ୍ ଚାନ୍ଦ ଏବଂ ମିଲ୍ସଲିମିଟେଡ଼ ବନାମ ମଧ୍ୟ ପ୍ରଦେଶ ରାଜ୍ୟ ଏ.ଆଇ.ଆର ୧୯୫୪ ଏସ୍ ସି -୧୯୨୯ ଉଚ୍ଚତମ ନ୍ୟାୟାଳୟ ଏହି ପ୍ରସଙ୍ଗ ନିମ୍ନଲିଖିତ ଅନୁଯାୟୀ ସ୍ପଷ୍ଟ କରିଛନ୍ତି :-

    ପ୍ରାସଙ୍ଗିକ ବ୍ୟବସ୍ଥାବଳୀର ବ୍ୟାଖ୍ୟାରେ ଅଦାଲତ ଦର୍ଶାଇଥିଲେ ଯେ ବ୍ୟାଜ୍ୟାପ୍ତିକରଣ ପରିବର୍ତ୍ତେ ଜୋରିମାନା ପ୍ରଦାନ ପାଇଁ କୌଣସି ଆଦେଶ ପ୍ରଦାନ କରିବା ଅନୁମୋଦନୀୟ ଅଟେ – ଏହା ଦେଖାଯାଉଛି ଯେ ଅନ୍ତର୍ଭୁକ୍ତ ଟ୍ରକ୍ ୧୯୬୧ ମେଡଲ୍ ର ଅଟେ ଏବଂ ଏହା କେବଳ ଆନେଦନକାରୀ ଏବଂ ତାଙ୍କ ପରିବାରର ଆୟର ଉତ୍ସରୁ ହୋଇଥାଏ । ବେଆଇନ ଭାବେ ବହନ କରାଯାଇଥିବା ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ଟ.୬,୦୦୦,୦୦ ଟଙ୍କା ଥିଲା ।  ଏହା ଉପଲବ୍ଧ ଯେ ବ୍ୟାଜ୍ୟାପ୍ତିକରଣ ଉପରେ ଟ. ୧୫,୦୦୦,୦୦ ଟଙ୍କାର ଜୋରିମାନା ବିଚାର ଶେଷରେ ପ୍ରଦାନ ହେବ – ୧୯୯୪(୧) ଓ.ଏଲ.ଆର୍ ୨୭୬ ।

  26. ଦଫା ୫୬ (୧) ଏବଂ (୨-କ) ଏବଂ ଦଫା ୮୫- ଏକ ଯାନ କେବଳ ବ୍ୟାଜ୍ୟାପ୍ତି ହୋଇପାରିବ ଯଦି ଜଙ୍ଗଲ ସମ୍ବନ୍ଧୀୟ ଅପରାଧର କମିଶନ୍ ପାଇଁ ବ୍ୟବହୃତ ହୋଇଥିବା ଯାନର ସନ୍ତୋଷଜନକ ହୋଇଥାଏ - ଏହା ଅର୍ଥ ଯେ ଯାନ ଏବଂ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ପ୍ରତ୍ୟକ୍ଷ ସଂଯୋଗ ରହିବ - ଏହା କେବଳ ତଥ୍ୟର କାରଣ ଯେ ଜଙ୍ଗଲଜାତ ଦ୍ରବ୍ୟ ବହନ କରୁଥିବା ଟ୍ରକ୍ ଆଗକୁ କୌଣସି କାର ଗତିକଲେ ଏହା ଜଙ୍ଗଲ ସମ୍ବନ୍ଧୀୟ ଅପରାଧରେ ଅନ୍ତର୍ଭୃକ୍ତ ବୋଲି କୁହାଯାଇ ପାରିବନାହିଁ ଏବଂ ବ୍ୟାଜ୍ୟାପ୍ତି କରାଯାଇ ପାରିବନାହିଁ ଏବଂ ଆଇନ୍ ର ଦଫା ୮୫ ଅନୁଯାୟୀ ସେପରି ଅପରାଧ ସମାପ୍ତ ହୋଇଛି ବୋଲି ମଧ୍ୟ କୁହାଯାଇ ପାରିବନାହିଁ - ୧୯୯୩ (୨)ଓ.ଏଲ୍.ଆର୍-୨୯୫ ।
  27. ଦଫା ୫୬ (୨-କ) -ଅଞ୍ଚଳରେ କ୍ଷେତ୍ରାଧିକାର ଥାଇ ଜିଲ୍ଲାଜଜ୍ ଅପିଲ୍ ର ନିଷ୍ପତ୍ତି କରିବେ ଏବଂ ଦ୍ୟୈରାଜଜ୍ ନୁହେଁ - ସେ ଉଭୟ ପଦ ଧାରଣ କରିପାରିବେ ମାତ୍ର ଭବିଷ୍ୟତ ଜଟିଳତା ଦୂର କରିବା ପାଇଁ ଜଣେ  ଜିଲ୍ଲାଜଜ୍ ରୂପେ ଅପିଲ୍ ର ଫଏସଲା କରିପାରିବେ ।
  28. ଦଫା ୫୬ ର ଉପ-ଦଫା (୨-ଙ)ର ବ୍ୟାଖ୍ୟା ଅନୁଯାୟୀ ଜିଲ୍ଲା ଜଜ୍ ଅପିଲ୍ ର ଉପଯୋଗ କରିବାକୁ ଏକୁଟିଆ ଉପଯୁକ୍ତ ଅଟନ୍ତି । ତେଣୁ ଏକ ମକଦ୍ଦମା (ଅପିଲ୍) ଅନ୍ୟ ଜଜ୍ ଙ୍କ ଦ୍ଵାରା ନିଷ୍ପତ୍ତି କରିବା ବେଆଇନ୍ ଅଟେ - ୧୯୯୨ (୨) ଓ.ଏଲ୍.ଆର୍ ୩୦୦ ।

  29. ଦଫା ୫୬ (୨) - ବମ୍ବେ ପାଇଁ ସଂରକ୍ଷଣ ହୋଇ ରହିଥିବା କେନ୍ଦୁପତ୍ର ବ୍ୟାଗ୍ ସମ୍ବଲପୁରରେ ଧରାଯାଇଥିଲା - ଏହି ପରିମାଣ ଆନ୍ତଜିଲ୍ଲା ଚଳନକୁ ଦଫା ୫୬(୨)ର ବ୍ୟବସ୍ଥାବଳୀ ଆକର୍ଷଣ କରେ ।
  30. ଏହା ସାଂପ୍ରତିକ ନିଷ୍ପତ୍ତିରେ ନିର୍ଣ୍ଣୟ କରାଯାଇଥିଲା (ଅର୍ଥାତ୍ ଓଡିଶା ରାଜ୍ୟ ବନାମ କିରଣ ଶେଖର ପଣ୍ଡା- ୭୧ (୧୯୯୧)ସି.ଏଲ୍.ଟି-୧୮୭ । ଏହା ନିର୍ଣ୍ଣୟ ହୋଇଥିଲା ଯେ ଯାନର ମାଲିକ କିମ୍ବା ଡ୍ରାଇଭରଙ୍କ ଜ୍ଞାତସାରରେ କିମ୍ବା ମନ୍ତ୍ରଣାରେ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ସଂଘଟିତ ହୋଇଛି, ସେପରି ଯାନ ବ୍ୟାଜ୍ୟାପ୍ତିକରଣ ପାଇଁ ଦାୟୀ ଅଟେ, ଯେପରି ମାଲିକଙ୍କର କୌଣସି ଜ୍ଞାନ କିମ୍ବା ମନ୍ତ୍ରଣା ନ ଥିଲା-ବ୍ୟାଜ୍ୟାପ୍ତିକରଣ ଦୂର କରିବାକୁ ଏହା ପୁନଶ୍ଚ ସୂଚୀତ ହୋଇଥିଲା, ଏହା ପୁନଶ୍ଚ ପ୍ରମାଣିତ ହେବ ଯେ ସେପରି ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ସେ ସବୁ ବିପକ୍ଷରେ ସମସ୍ତ ଯଥୋଚିତ ଏବଂ ଆବଶ୍ୟକୀୟ ସର୍ତକତା ଅବଲମ୍ବନ କରିଥିଲେ - ୧୯୯୨(୧)ଓ.ଏଲ୍.ଆର୍ ୩୦୫ ।

  31. ଦଫା ୫୬ (୨) - ଆବେଦନକାରୀଙ୍କ କେନ୍ଦୁପତ୍ର ବ୍ୟାଗ୍ ଥିବା ଟ୍ରକ୍ ସମ୍ବଲପୁର ଜିଲ୍ଲାରେ ନୂହି ବାହାଲ ଚେକ୍ ଗେଟ୍ ରେ ମିଳିଥିଲା - ଆବେଦନକାରୀ ନିଜେ ଯାନ ଚଳାଉଥିଲେ, ପଦାଧିକାରୀଙ୍କ ଦ୍ଵାରା  ସନ୍ଦେହ ହେଉଥିଲା ଯେ, ରେଞ୍ଜ ଅଫିସର ଙ୍କୁ ସଂଯୋଗ ସ୍ଥାପନ କରିଥିଲେ ଏବଂ ରେଞ୍ଜ ଅଫିସର ପହଞ୍ଚିବା ସମୟରେ - ଆବେଦନକାରୀ ଟ୍ରକ୍ ଛାଡି ଅନ୍ତର୍ହିତ ହୋଇଗଲେ – ପରେ ଦଲିଲ ଜାଲ ବୋଲି ଜଣାପଡିଲା । ଏବଂ ଏହା ପ୍ରମାଣିତ ହେଲା  ଯେ ଆବେଦନକାରୀ କେନ୍ଦୁପତ୍ର ବେଆଇନ୍ ପରିବହନରେ ଅନ୍ତର୍ଭୁକ୍ତ । ଆବେଧନକାରୀଙ୍କ ବିଷୟରେ ବ୍ୟାଜ୍ୟାପ୍ତି କାର୍ଯ୍ୟପନ୍ଥା ଶେଷ କରିଥାଏ ଏବଂ ତାଙ୍କ ଅପିଲ୍ ମଧ୍ୟ ଖାରଜ ହୋଇଥିଲା। ଟ. ୬୦,୦୦୦.୦୦ ଟଙ୍କା ଅର୍ଥାକାରରେ ଜୋରିମାନା ପ୍ରଦାନରେ ଯାନ ମୁକୁଳାଇବାକୁ ଏହା ନିର୍ଦ୍ଦେଶିତ ଥିଲା – ୧୯୯୨ (୧) ଓ.ଏଲ୍.ଆର୍-୩୦୫,ଏ.ଆଇ.ଆର୍ ୧୯୯୨ ଓଡ଼ିଶା – ୨୮୭ ।
  32. ଦଫା ୫୬ (୨-କ)-୧ମ ବିଶ୍ଵନାଥ ବେହେରା ଟ.୫୦୦.୦୦ଙ୍କା ମୂଲ୍ୟର କାଠଗରିଣ୍ଡା ବହନ କରୁଥିବାରୁ ଦେଖିବାକୁ ମିଳିଥିଲା ଯାହା ଏକ ଟ୍ରାକ୍ଟରରେ ବାଲିତଳେ ଲୁଚାଯାଇଥିଲା- ୨ୟ ଆବେଦନକାରୀ ଟ୍ରାକ୍ଟରକୁ ଚଳାଇ ଥିଲେ ଯାହା ଆବେଦନକାରୀଙ୍କ ଜ୍ଞାତ ସାରରେ କାଠଗରିଣ୍ଡାର ଅବୈଧ ପରିବହନ ପ୍ରକାଶ କରିଥିଲା ସେପରି ପରିସ୍ଥିତିରେ ଟ୍ରାକ୍ଟର-ଟ୍ରେଲର ବ୍ୟାଜ୍ୟାପ୍ତିକରଣ ପାଇଁ ଦାୟୀ ଅଟନ୍ତି । ଅଦାଲତ ନିର୍ଣ୍ଣୟ କରିଥିଲେ ଯେ ରେକର୍ଡ଼ ଗୁଡ଼ିକ ପଠନରେ ଏହା ଦେଖା ଦେଇଛି ଯେ ଉକ୍ତ  ଯାନ କୌଣସି ପୂର୍ବର୍ତ୍ତୀର ମକଦ୍ଦମାରେ  ଜଙ୍ଗଲ ସମ୍ବନ୍ଧୀୟ ଅପରାଧର ସଂଘଟିତ ସମ୍ବନ୍ଧରେ  ଅନ୍ତର୍ଭୁକ୍ତ ଥିଲା ଯେଉଁଥି ପାଇଁ ସେହି ବିଷୟରେ ଆବେଦନକାରୀଙ୍କ ସ୍ଥିତି ବୁଝାଇବାକୁ ତାଙ୍କ ଆଚରଣ ସ୍ପଷ୍ଟ କରିବାକୁ ତାଙ୍କୁ କୌଣସି ସୁଯୋଗ  ପ୍ରଦାନ କରିବା ପାଇଁ କ୍ଷମତାପ୍ରାପ୍ତ ଅଫିସରଙ୍କୁ ଏହି ସମ୍ବନ୍ଧରେ ଘଟଣାବଳୀ ପଠାଯାଇଥିଲା-୧୯୯୦ (୨) ଓ.ଏଲ୍.ଆର୍-୩୧୮ ।
  33. ଦଫା ୫୬ – କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧରେ ଅନ୍ତର୍ଭୁକ୍ତ ଟ୍ରକ୍ ର ମାଲିକ ଆବେଦନକାରୀ ଥିଲେ ଏବଂ ଜଣେ ପୋଲିସ ଅଫିସରଙ୍କ ଦ୍ଵାରା ବ୍ୟାଜ୍ୟାପ୍ତି କରାଯାଇଥିଲା- ଆବେଦନକାରୀ ମାଜିଷ୍ଟ୍ରେଟ୍ ଙ୍କୁ ଟ୍ରକ୍ ମୁକୁଳାଇବା ପାଇଁ ଏକ ଦରଖାସ୍ତ କରିଥିଲେ ମାତ୍ର ମାଜିଷ୍ଟ୍ରେଟ୍ ସିଦ୍ଧାନ୍ତରେ ଉପନୀତି ହୋଇଥିଲେ ଯେ ଉକ୍ତ ଆଇନ୍ ର ଦଫା ୫୬ର ସଂଶୋଧନ ଦୃଷ୍ଟିରୁ ତାଙ୍କର କୌଣସି କ୍ଷେତ୍ରାଧିକାର ନାହିଁ – ଅଦାଲତା ନିର୍ଣ୍ଣୟ କରିଥିଲେ ଯେ ଯେତେବେଳେ ଏକ ଯାନ ଜଣେ ପୋଲିସ ଅଫିସରଙ୍କ ଦ୍ଵାରା ଜବତ ହୋଇଛି ଏବଂ କ୍ଷମତାପ୍ରାପ୍ତ ଜଙ୍ଗଲ ଅଫିସରଙ୍କ ଦ୍ଵାରା ହୋଇନାହିଁ ଏବଂ ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି, ସେଥିପାଇଁ ଆବଶ୍ୟକୀୟ ଆଦେଶ ପ୍ରଦାନ କରିବାକୁ ମାଜିଷ୍ଟ୍ରେଟ୍ ଙ୍କ ଦକ୍ଷତା ରହିବ -୧୯୮୮ (୨) ଓ.ଏଲ୍.ଆର୍-୧୯୫ ।
  34. ଦଫା ୫୬ ର ଉପଦଫା (୧) ଏବଂ (୨-କ) ଅନୁଯାୟୀ ଯାନର ବ୍ୟାଜ୍ୟାପ୍ତିକରଣ- ଏହା ଆବଶ୍ୟକ ଅଟେ ଯେ କ୍ଷମତାପ୍ରାପ୍ତ ଅଫିସର ତାଙ୍କ ସନ୍ତୁଷ୍ଟି ନଥିଭୂକ୍ତ କରିବେ  ଯେ ସେପରି ଅପରାଧ ସଂଘଟିତରେ ବ୍ୟବହୃତ ଯାନ ବ୍ୟାଜ୍ୟାପ୍ତି କରିବା ସମୟରେ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ସଂଘଟିତ ହୋଇଛି – ୧୯୮୭(୨) ଓ.ଏଲ୍.ଆର୍ ୧୬୯ ।
  35. ଜବତ ହୋଇଥିବା କୌଣସି ଜଙ୍ଗଲଜାତ ଦ୍ରବ୍ୟ ନିମନ୍ତେ କୌଣସି ବ୍ୟାଜ୍ୟାପ୍ତିକରଣ  ଆଦେଶ ପ୍ରଦାନ ପୂର୍ବରୁ କ୍ଷମତାପ୍ରାପ୍ତ ଅଫିସର ସେପରି ଅପରାଧ ବିଷୟରେ ସନ୍ତୁଷ୍ଟ ହେବେ  କୌଣସି ଅନୁପାଳନା ଆଇନ୍ ବିରୁଦ୍ଧ ଆଦେଶ ପ୍ରଦାନ କରିବ ।

  36. ଦଫା ୫୬ ଏବଂ ୫୭ – ଜଙ୍ଗଲ ଅଧିକାରୀ ଯାନ ଜବତ କଲେ ଏବଂ ଦଫା ୫୬ (୨-କ) ଅନୁଯାୟୀ କାର୍ଯ୍ୟପନ୍ଥା ବିଚାରାଧୀନ ରଖି କ୍ଷମତାପ୍ରାପ୍ତ ଅଫିସର ଯାନର ମଧ୍ୟକାଳୀନ ମୁକ୍ତି ପାଇଁ ଦଫା ୫୬ ଅନୁଯାୟୀ ଆବେଦନ ଖାରଜ କଲେ ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ଦଫା ୩୯୭,୪୦୧ ଏବଂ ୪୮୨ ଅନୁଯାୟୀ ପ୍ରତିକାର ପୋଷଣୀୟ ନୁହେଁ – ୧୯୮୭ (୨) ଓ.ଏଲ୍.ଆର୍-୩୩ ।
  37. ସଂଶୋଧିତଦଫା – ୫୬- ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ଦ୍ଵାରା ଜଙ୍ଗଲଜାତ ଦ୍ରବ୍ୟ ବହନ କରୁଥିବା ଯାନ ବ୍ୟାଜ୍ୟାପ୍ତି ହୋଇଥିଲା – ଅପିଲ୍ ରେ ସେପରି ବ୍ୟାଜ୍ୟାପ୍ତିକରଣ ଆଦେଶ ବାତିଲ ହେଲା-ଜଙ୍ଗଲଜାତ ଦ୍ରବ୍ୟ ବହନ କରିବାକୁ କଣ୍ଟ୍ରାକ୍ଟରଙ୍କୁ ଅନ୍ୟାନ୍ୟ ପରିବହନ ନିଷେଧ କରିବା ପାଇଁ ଅପରାଧରେ ଅନ୍ତର୍ଭୁକ୍ତ ବୋଲି ଆରୋପିତ କରିବାକୁ ନିର୍ଦ୍ଦେଶାବଳୀ କ୍ଷେତ୍ରାଧିକାର ବିନା ନିର୍ଗମନ କରିବେ ।
  38. ଡିଭିଜନାଲ ଫରେଷ୍ଟ ଅଫିସର କୌଣସି ନିର୍ଦ୍ଦେଶ ନିର୍ଗମନ ଦ୍ଵାରା ତାଙ୍କର କ୍ଷେତ୍ରାଧିକାର ବାଦଦେବେ କାରଣ କେତେକ ବ୍ୟକ୍ତି ଜଙ୍ଗଲ ସମ୍ବନ୍ଧୀୟ ଅପରାଧରେ ଜଡ଼ିତ ରହିଥିବା ଆରୋପ ପାଇଁ ପରିବହନ କଣ୍ଟ୍ରାକ୍ଟର ରୂପେ ନିୟୋଜିତ ହେବେ ନାହିଁ । ସେପରି କୌଣସି ନିର୍ଦ୍ଦେଶ ମନମୁଖୀ ବୋଲି ପ୍ରତୀୟମାନ ହୁଏ । ଏହା ମଧ୍ୟ ଆମର ଦୃଷ୍ଟିକୁ ଆଣାଯାଇଛି ଯେ ସେପରି ବ୍ୟାଜ୍ୟାପ୍ତିକରଣ ଆଦେଶ ଅପିଲ୍ ରେ ବାତିଲ ହୋଇଛି ଏବଂ କାର୍ଯ୍ୟପନ୍ଥା ଚୂଡାନ୍ତ ଭାବେ ବିଚାର ହୋଇନାହିଁ ।  ଏହା ଜଙ୍ଗଲ ଅଫିସରଙ୍କ ମନରେ ରହିବା ଉଚିତ୍ ଯେ ସେମାନେ ସେମାନଙ୍କର କ୍ଷେତ୍ରାଧିକାର ପରିସର ମଧ୍ୟରେ କାର୍ଯ୍ୟ କରିବେ ଯାହା ଆଇନ୍ ଉପରେ ନ୍ୟସ୍ତ-୧୯୮୫(୧) ଓ.ଏଲ୍.ଆର୍-୧୩୦ ।

  39. ଜଙ୍ଗଲଜାତ ଦ୍ରବ୍ୟ ସହିତ ଯାନର ଜବତ – ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ଅନୁଯାୟୀ ସେଗୁଡ଼ିକ ମୁକୁଳାଇବାକୁ ମାଜିଷ୍ଟ୍ରେଟ୍ କ୍ଷମତାରୁ ପ୍ରୟୋଗ କରିପାରିବେ ନାହିଁ -୧୯୮୪ ସି.ଏଲ.ଆର୍-୧୪୭,୧୯୮୫ ସି.ଆର୍.ଏଲ୍.ଜେ- ୯୮୪।
  40. ଦଫା ୫୬- ଯଦିଓ ପ୍ରଥମ ଦୃଷ୍ଟିଗତ ସେପରି ଉପସ୍ଥାପନ ଆକର୍ଷଣୀୟ ବୋଲି ପ୍ରତୀୟମାନ ହୁଏ, ତେବେ ଗଭୀରତର ଯାଞ୍ଚରେ ଏହା ଗ୍ରହଣୀୟ ହୋଇପାରିବ ନାହିଁ, ଦଫା ୫୭ ନିଜେ ଉଲ୍ଲେଖ କରେ ଯେ ସମ୍ପତ୍ତିର ମାଲିକଙ୍କ ଦ୍ଵାରା ନିଷ୍ପାଦନ ବା  ଜାରୀ ଉପରେ ଅଧିକାରୀ  ସମ୍ପତ୍ତି ମୁକୁଳାଇ  ପାରନ୍ତି, ସମ୍ପତ୍ତିର ଉପସ୍ଥାପନ ପାଇଁ ଏକ ବଣ୍ଡ ବା ତମସୁକ ମୁକୁଳାଯାଇଛି, କ୍ଷେତ୍ରାଧିକାର ଥିବା ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ଅପରଧର ବିଚାର କରିବାକୁ ଯଦି ଏବଂ ଯେତେବେଳେ ସେପରି ଆବଶ୍ୟକ ହୋଇଥାଏ, ଯେଉଁ କାରଣରୁ ବିଜ୍ଞାନରୁ ସୃଷ୍ଟି ହୋଇଛି । ତାହା ସତ୍ତ୍ୱେ ଅଭିବ୍ୟକ୍ତି ଯାହା ଓଡ଼ିଶା ଆଇନ୍ ୯/୧୯୮୩ ଦ୍ଵାରା ଅନ୍ତର୍ଭୁକ୍ତ ହୋଇଛି, ସେହି ଉଦ୍ଦେଶ୍ୟରେ ଏବଂ ଯେଉଁ କ୍ଷେତ୍ରରେ ସେହି ଜବତର ଏକ ରିପୋର୍ଟ ଉକ୍ତ ଦଫାର ଉପ-ଦଫା । (୨) ଅନୁଯାୟୀ ମାଜିଷ୍ଟ୍ରେଟ୍ ଙ୍କୁ ପ୍ରଦାନ ହୋଇଛି ସେହି କ୍ଷେତ୍ରରେ ଏହା ସୁସ୍ପଷ୍ଟ ଯେ କେବଳ ଯେତେବେଳେ ସେପରି ଜବତକରଣ ଦଫା ୫୬ ର ଉପ- ଦଫା (୨) ଅନୁଯାୟୀ ମାଜିଷ୍ଟ୍ରେଟ୍ ଙ୍କ ପ୍ରତି କରାଯାଇଛି ଏବଂ ଅନ୍ୟଥା ନୁହେଁ ସେତେବେଳେ ମୁକୁଳାଇବାର କ୍ଷମତା ପ୍ରୟୋଗ ହୋଇପାରିବ । ଯଦି ଏବଂ ଯେତେବେଳେ ଅପରାଧ ବିଚାର କରିବାକୁ କ୍ଷେତ୍ରାଧିକାର ଥିବା ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ସେପରି ଆବଶ୍ୟକ- ହୁଏ ସେତେବେଳେ ସେପରି ମୁକୁଳାଯାଇଥିଲା ସମ୍ପତ୍ତିର ଉପସ୍ଥାପନ ପାଇଁ କୌଣସି ଜମିର ମାଲିକଙ୍କ ଦ୍ଵାରା ନିଷ୍ପାଦନ ଉପରେ ସମ୍ପତ୍ତି ମୁକୁଳିତ ହୋଇଛି ବୋଲି ସେହି ଉଦ୍ଦେଶ୍ୟରେ ଦଫା ୫୭ର  ପରିବର୍ତ୍ତୀ ଅଂଶ ଦୃଷ୍ଟିର ଏହା ଅଧିକ ସୁସ୍ପଷ୍ଟ ହୁଏ । ଅନ୍ୟ ଶବ୍ଦରେ, ଯେଉଁ କ୍ଷେତ୍ରରେ ସେପରି ବ୍ୟାଜ୍ୟାପ୍ତିକରଣର ଏକ ରିପୋର୍ଟ ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇ ନ ଥାଏ, ସେହି କ୍ଷେତ୍ରରେ ଦଫା ୫୭ ଏହାର ସରଳ ଭାଷା ଦ୍ଵାରା ପ୍ରଯୁଜ୍ୟ ହେବ ନାହିଁ ।  ଏହା ପରିଦୃଷ୍ଟି ହୋଇଛି ଯେ ଦଫା ୫୬(୨)ଅନୁଯାୟୀ ଏହା ଯେପରି ଓଡ଼ିଶା ଆଇନ୍ ୯/୧୯୮୩ ଦ୍ଵାରା କାର୍ଯ୍ୟାନ୍ଵିତ ସଂଶୋଧନ ପୂର୍ବର ରହିଥିଲା, ଯେଉଁ କ୍ଷେତ୍ରରେ ଅପରାଧ ରଫା ହୋଇଛି ବୋଲି ଥିଲା ସେହି କ୍ଷେତ୍ର ବ୍ୟତୀତ ଅପରାଧ ବିଚାର କରିବାକୁ କ୍ଷେତ୍ରାଧିକାର ଥିବା ମାଜିଷ୍ଟ୍ରେଟ୍ ଙ୍କୁ ବ୍ୟାଜ୍ୟାପ୍ତିକରଣ ରିପୋର୍ଟ ପ୍ରଦାନ କରିବା ଆବଶ୍ୟକ ଥିଲା । ଅନ୍ୟ ଅର୍ଥରେ  ଯେଉଁ କ୍ଷେତ୍ରରେ ବିଭାଗ ଦ୍ଵାରା ଅପରାଧ ରଫା ହୋଇଥିଲା  ତା’ ବ୍ୟତୀତ ସମସ୍ତ ବ୍ୟାଜ୍ୟାପ୍ତିକରଣର ଏବଂ ତାଙ୍କ ଦ୍ଵାରା  ଅପରାଧ ବିଚାର ହେବା ପାଇଁ ଆବଶ୍ୟକ ହେଉଥିଲା । ଅଭିବ୍ୟକ୍ତିର ଅନ୍ତର୍ଭୃକ୍ତି ଏବଂ ଯେଉଁ କ୍ଷେତ୍ରରେ ସେପରି ବ୍ୟାଜ୍ୟାପ୍ତିକରଣ ରିପୋର୍ଟ ଦଫା ୫୭ରେ ସେହି ଦଫାର ଉପ-ଦଫା(୨) ଅନୁଯାୟୀ ମାଜିଷ୍ଟ୍ରେଟ ଙ୍କୁ ପ୍ରଦାନ କରିବା ଓଡ଼ିଶା ଆଇନ୍ ୯/୧୯୮୩ ଦ୍ଵାରା ଦଫା ୫୬(୨) ରେ କାର୍ଯ୍ୟାନ୍ଵିତ ସଂଶୋଧନ ଅନୁଯାୟୀ ଆବଶ୍ୟକ ଥିଲା ଯେଉଁ କ୍ଷେତ୍ରରେ ପ୍ରଥମ ଥର ପାଇଁ ନିମ୍ନଲିଖିତ ବିଷୟ ଦଫା ୫୬(୨)ରେ ଅନ୍ତର୍ଭୁକ୍ତ ହୋଇଥିଲା ।
  41. ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞପ୍ତି ଅନୁଯାୟୀ କ୍ଷମତାପ୍ରାପ୍ତ କୌଣସି ସହକାରୀ ଜଙ୍ଗଲ ସଂରକ୍ଷଣକାରୀଙ୍କ ପାହ୍ୟାରୁ ନିମ୍ନ ପାହ୍ୟାର ହୋଇନଥିବା କୌଣସି ଅଫିସରଙ୍କ ସମ୍ମୁଖରେ ଜବତ ହୋଇଥିବା ସମ୍ପତ୍ତି ଉପସ୍ଥାପନ କରିବା କିମ୍ବା (ଏତଦ୍ ପରେ କ୍ଷମତାପ୍ରାପ୍ତ ଅଫିସର ରୂପେ ଉଲ୍ଲିଖିତ)।

    ପ୍ରକୃତରେ, ଓଡ଼ିଶା ଆଇନ୍ ୯/୧୯୮୩ ଦ୍ଵାରା କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ବ୍ୟାଜ୍ୟାପ୍ତିକରଣ ସମ୍ବନ୍ଧୀୟ କାର୍ଯ୍ୟପଦ୍ଧତି ଏବଂ ଅପିଲ ସମ୍ବନ୍ଧୀୟ ଅନ୍ୟାନ୍ୟ  ବ୍ୟବସ୍ଥାବଳୀ ଦଫା ୫୬ (୨-କ) ର (୨-ଙ)ର ପରିସର ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ।  ଅନ୍ୟ ଅର୍ଥରେ ମାଜିଷ୍ଟ୍ରେଟ୍ ଙ୍କ ଦ୍ଵାରା  ବିଚାର କିମ୍ବା ପ୍ରଶ୍ନର ପରିବର୍ତ୍ତନରେ କିମ୍ବା ସଂଯୋଗରେ ଆଇନ୍; ଡ଼ବଲଇଉକେ ପୃଥକ ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧି କ୍ଷମତାପ୍ରାପ୍ତ ଅଫିସରଙ୍କୁ ସମ୍ମୁଖରେ ଅନୁଧ୍ୟାନ କରି ନାହିଁନ୍ତି । ୧୯୮୩ ମସିହାରେ ସଂଶୋଧନ ପରେ ଯଦି କୌଣସି ବ୍ୟାଜ୍ୟାପ୍ତିକରଣ ହୋଇଥାଏ, ତେବେ ସେହି ସମ୍ପତ୍ତି ଜବତ କରିଥିବା ଅଫିସର, କ୍ଷମତାପ୍ରାପ୍ତ ଅଫିସରଙ୍କ ସମ୍ମୁଖରେ ଉପସ୍ଥାପନ କରିପାରିବେ କିମ୍ବା ଅପରାଧ ବିଚାର  କରିବାକୁ କ୍ଷେତ୍ରାଧିକାର ଥିବା ମାଜିଷ୍ଟ୍ରେଟ୍ ଙ୍କୁ ସେହି ବ୍ୟାଜ୍ୟାପ୍ତିକରଣ ରିପୋର୍ଟ ପ୍ରଦାନ କରିପାରିବେ । ଦଫା ୫୬ (୨-କ) ପରିକଳ୍ପନା କରେ ଯେ ଯେଉଁ କ୍ଷେତ୍ରରେ ସେପରି ଜଙ୍ଗଲଜାତ ଦ୍ରବ୍ୟ ଉପଦଫା (୧) ଅନୁଯାୟୀ କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ଜବତ୍ କରାଯାଇଥାଏ କିମ୍ବା ଉପଦଫା (୨) ଅନୁଯାୟୀ ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥାଏ ସେହି କ୍ଷେତ୍ରରେ ସେ ସେପରି ଜବତ ହୋଇଥିବା ଜଙ୍ଗଲଜାତ ଦ୍ରବ୍ୟ ବ୍ୟାଜ୍ୟାପ୍ତିକରଣ ଆଦେଶ ପ୍ରଦାନ କରିପାରନ୍ତି କିମ୍ବା ସମ୍ପୂର୍ଣ୍ଣ ରୂପେ ସମ୍ପାଦିତ ହୋଇଥିବା ଉପଦଫା (୨-ଖ ଏବଂ ୨ଗ)ରେ ପରି କଳ୍ପନା ଅନୁଯାୟୀ ଅନ୍ୟାନ୍ୟ ସର୍ତ୍ତ ସାପେକ୍ଷରେ ସେପରି ଅପରାଧ ସଂଘଟିତ କରିବା ସମୟରେ ବ୍ୟବହୃତ ସମସ୍ତ ହାତ ହତିଆର, ଦଉଡି,ଚେନ୍, ଡଙ୍ଗା, ଯାନ କିମ୍ବା ଗୋ-ମହିଷାଦି ଇତ୍ୟାଦିକୁ ଏକତ୍ର ଉପସ୍ଥାପନ କରିପାରନ୍ତି, ଯଦି ୫୭ ସେପରି କୌଣସି ସଂଶୋଧନ ବିନା କ୍ରମାଗତ ଚାଲୁ ରହିଥାଏ ତେବେ ଦଫା ୫୭ରେ ସୂଚୀତ ରୂପେ ସମ୍ପୃକ୍ତ ଅଫିସରଙ୍କ ଦ୍ଵାରା ସମ୍ପତ୍ତି ମୁକୁଳାଇବା ସାଧାରଣ କ୍ଷମତା ପ୍ରୟୋଗ ହୋଇପାରିବ । ତା ସର୍ତ୍ତେ ଅଭିବ୍ୟକ୍ତିର ସେହି ଦଫାରେ ଅନ୍ତର୍ଭୁକ୍ତ ଏବଂ ଯେଉଁ  କ୍ଷେତ୍ରରେ ସେହି ଦଫା ଉପ-ଦଫା (୨) ଅନୁଯାୟୀ ସେପରି ବ୍ୟାଜ୍ୟାପ୍ତିକରଣର ରିପୋର୍ଟ ମାଜିଷ୍ଟ୍ରେଟ୍ ଙ୍କୁ ପ୍ରଦାନ ହୋଇଥାଏ ସେହି କ୍ଷେତ୍ରରେ କେବଳ ମୁକୁଳାଇବାର କ୍ଷମତା ପ୍ରୟୋଗ ହୋଇପାରିବ ଏବଂ କୌଣସି ନିର୍ଦ୍ଦେଶରେ ମୁକୁଲାଯାଇଥିବା ସମ୍ପତ୍ତି ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ଯେତେବେଳେ ମାଜିଷ୍ଟ୍ରେଟ୍ ଆବଶ୍ୟକ କରିପାରନ୍ତି ସେତେବେଳେ ହେବ, ଯେଉଁ କ୍ଷେତ୍ରରେ ବ୍ୟାଜ୍ୟାପ୍ତିକରଣ ରିପୋର୍ଟ ମାଜିଷ୍ଟ୍ରେଟ୍ ଙ୍କ ନିକଟକୁ ପଠାଯାଇ ନ ଥାଏ । ଏବଂ କ୍ଷମତାପ୍ରାପ୍ତ  ଅଫିସରଙ୍କ ସମ୍ମୁଖରେ ସମ୍ପତ୍ତି ଉପସ୍ଥାପନ କରାଯାଇଥାଏ, ସେହି କ୍ଷେତ୍ରରେ ସେପରି ଏକ ଆକସ୍ମିକ ଘଟଣା ଭଦ୍ରେକ ହେବ ନାହିଁ ।

    କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ସମ୍ପତ୍ତି ଜବତ କରାଯିବା କିମ୍ବା ତାଙ୍କ ସମ୍ମୁଖରେ  ଉପସ୍ଥାପନ ହେବା ସମ୍ବନ୍ଧରେ ପ୍ରଶ୍ନ ସୃଷ୍ଟି ହେଲେ, କ୍ଷମତାପ୍ରାପ୍ତ ଅଫିସରଙ୍କ ନିକଟରେ କୌଣସି ବ୍ୟାଜ୍ୟାପ୍ତି କରଣ କାର୍ଯ୍ୟବିଧିର ସମାପ୍ତି ପୂର୍ବରୁ ତାହା ଆଦୌ ଉନ୍ମୋଚିତ ହେବା ନାହିଁ । ଏହା ଅବଶ୍ୟ ସତ୍ୟ ଯେ ଦଫା  ୫୭ ନିମନ୍ତେ ପୂର୍ବରୁ ପ୍ରଦାନ କରାଯାଇଥିବା ବ୍ୟାଖ୍ୟା ଦୃଷ୍ଟିରୁ କ୍ଷମତା ପ୍ରାପ୍ତ ଅଫିସରଙ୍କ ଦ୍ଵାରା ସମ୍ପତ୍ତିର ମଧ୍ୟକାଳୀନ ମୁକ୍ତିର ପ୍ରଶ୍ନ, ଯାହାଙ୍କ ସମ୍ମୁଖରେ ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧି ବିଚାରାଧୀନ ଅଟେ, ତାହା ଦଫା  ୫୭ ଦ୍ଵାରା ନିୟନ୍ତ୍ରିତ ହେବ ନାହିଁ । ତା ସତ୍ତ୍ୱେ ତାହା ସମ୍ପତ୍ତି କିମ୍ବା ଯାନର ମଧ୍ୟକାଳୀନ ମୁକ୍ତି ପ୍ରଦାନ କରି ବିବେଚନା କରିବାକୁ କ୍ଷମତାପ୍ରାପ୍ତ ଅଫିସରଙ୍କ ନିବାରଣ କରିପାରିବେ ନାହିଁ ଯେ ପର୍ଯ୍ୟନ୍ତ କ୍ଷମତାପ୍ରାପ୍ତ ଅଫିସର  କାର୍ଯ୍ୟବିଧିର ଶେଷ ବ୍ୟାଜ୍ୟାପ୍ତିକରଣ ଆଦେଶ  ନିର୍ଦ୍ଦେଶ କରିପାରିବେ – ଏହା  ନିର୍ଣ୍ଣୟ ହୋଇପାରିବ ଯେ କାର୍ଯ୍ୟବିଧି ବିଚାରଧୀନ ଥିବା ସମୟରେ ସମ୍ପତ୍ତି ଅଭିରକ୍ଷା ସମ୍ବନ୍ଧୀୟ ଘଟଣାବଳୀ ସହ ପଦକ୍ଷେପ ନେବାକୁ ତାଙ୍କର ଗୌଣ କିମ୍ବା ଆଭାସ ହେବା କ୍ଷମତା ରହିବ । ତା ସତ୍ତ୍ୱେ  ଯେଉଁ କ୍ଷେତ୍ରରେ କ୍ଷମତା ପ୍ରାପ୍ତ ଅଫିସର ସମ୍ପତ୍ତିର ଭୌତିକ ଦଖଲରେ ପୂର୍ବରୁ ରହିଥାନ୍ତି ସେହି କ୍ଷେତ୍ରରେ ମନନ କରାଯାଇଥିବା ଅନ୍ୟ କୌଣସି ବୈଧାନିକ କର୍ତ୍ତୃପକ୍ଷ ଦଫା ୫୭ ଅନୁଯାୟୀ ସମ୍ପତ୍ତି କିମ୍ବା ଯାନରୁ ମୁକ୍ତି ନିର୍ଦ୍ଦେଶ ପ୍ରଦାନ କରିପାରିବେ ନାହିଁ ।

    ଏହା  ମଧ୍ୟ ପ୍ରତିପାଦନ ହୋଇଥିଲା ଯେ ଜଣେ ପୁନଃରକ୍ଷଣ କର୍ତ୍ତୃପକ୍ଷ ରୂପେ ଜଙ୍ଗଲ ସଂରକ୍ଷଣକାରୀ ସ୍ଵତଃ ପ୍ରବୃତ ଭାବେ ବ୍ୟାଜ୍ୟାପ୍ତିକରଣ ଆଦେଶ ପରେ ଦଫା ୫୬ (୨-ଘ) ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଦ୍ଵାରାକରାଯାଉଥିବା ପୁନଃରୀକ୍ଷଣ କ୍ଷମତା ପ୍ରୟୋଗ କରିପାରିବେ, ଏହା ଗ୍ରହଣୀୟ ହେବ ଯେ ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧିର ବିଚାରକାଳ ସମୟରେ କୌଣସି ଆଦେଶ ପ୍ରଦାନ କରିବାକୁ ତାଙ୍କର କ୍ଷମତା ରହିବ । ଦଫା ୫୬ (୨-କ)ରେ ପରିକଳ୍ପନା କରାଯାଇଥିବା ପୁନଃରୀକ୍ଷଣ ଆଦେଶ ବ୍ୟାଜ୍ୟାପ୍ତିକରଣ ଚୁଡାନ୍ତ ଆଦେଶ ପାଇଁ କେବଳ ସୀମିତ ଅଟେ ଏବଂ ଅନ୍ୟ କୌଣସି ଆଦେଶ ସମ୍ବନ୍ଧରେ ସେପରି କୌଣସି ପୁନଃରୀକ୍ଷଣ କ୍ଷମତା ନାହିଁ । ଜଣେ ଅର୍ଦ୍ଧ-ନ୍ୟାୟିକ କର୍ତ୍ତୃପକ୍ଷ ରୂପେ ଦଫା ୫୬ (୨-କ) ଅନୁଯାୟୀ କ୍ଷମତାପ୍ରାପ୍ତ ଅଫିସର କାର୍ଯ୍ୟ କରିବା ସମୟରେ କିମ୍ବା ଜଙ୍ଗଲ ସଂରକ୍ଷଣକାରୀ ଅନୁଯାୟୀ କ୍ଷମତାପ୍ରାପ୍ତ ଅଫିସର କାର୍ଯ୍ୟ କରିବା ସମୟରେ କିମ୍ବା ଜଙ୍ଗଲ ସଂରକ୍ଷଣକାରୀ ଦଫା ୫୬ (୨-ଘ) ଅନୁଯାୟୀ କାର୍ଯ୍ୟ କରିବା ସମୟରେ କୌଣସି ବିବାଦ ରହିପାରିବ ନାହିଁ ଏବଂ ସେପରି କର୍ତ୍ତୃପକ୍ଷଙ୍କ ଆଦେଶ, କ୍ଷେତ୍ରାଧିକାର ଥିବା ଜିଲ୍ଲା ଜଜ୍ ଙ୍କର ଅପିଲୀୟ କ୍ଷେତ୍ରାଧିକାର ସାପେକ୍ଷରେ ହେବ ବା ସତ୍ତ୍ୱେ ଜିଲ୍ଲା ଜଜ୍ ଙ୍କର ଚୂଡ଼ାନ୍ତ କରିବାକୁ ସମ୍ବନ୍ଧଯୋଗ୍ୟ ଅଟେ । ଏହା ଅବଶ୍ୟ ସତ୍ୟ ଯେ ଦଫା ୫୬ (୨-ଘ) ଏବଂ ୫୬(୨-ଙ)ରେ ବିଚାର ରୂପେ ପୁନଃରୀକ୍ଷଣ କିମ୍ବା ଅପିଲରେ ଯେତେବେଳେ ସେମାନଙ୍କ ନିକଟକୁ ଘଟଣାବଳୀ ଆସେ ସେତେବେଳେ ସେମାନେ ସମ୍ପତ୍ତି, ଯାନ କିମ୍ବା ଅନ୍ୟଥାର ଅଭିରକ୍ଷା ସମ୍ବନ୍ଧରେ କୌଣସି ମଧ୍ୟକାଳୀନ ଆଦେଶ ପ୍ରଦାନ କରିପାରିବ । ତଥାପି ଏହା କୁହାଯାଇପାରେ ଯେ କ୍ଷମତା ପ୍ରାପ୍ତ ଅଫିସରଙ୍କ ସମ୍ମୁଖରେ ଘଟଣାବଳୀ ବିଚାରଧୀନ ଥିବା ସମୟରେ ସେମାନଙ୍କ ଜଣେ କର୍ତ୍ତୃପକ୍ଷ ରହିବେ ।

    ସେପରି ଘଟଣା ଦୃଷ୍ଟିରୁ ଜଙ୍ଗଲ ସଂରକ୍ଷଣକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଆଦେଶ କାର୍ଯ୍ୟକାରୀ କରିବାକୁ ଏକ ନିର୍ଦ୍ଦେଶ ପ୍ରଦାନ କରିବାକୁ ଏହା ଉପଯୁକ୍ତ ହେବ ନାହିଁ । ତାହା ସତ୍ତ୍ୱେ ଆବେଦନକାରୀଙ୍କ ଯାନର ମଧ୍ୟକାଳୀନ ମୁକ୍ତିର ପ୍ରଶ୍ନ ବିବେଚନା କରିବାକୁ କ୍ଷମତାପ୍ରାପ୍ତ ଅଫିସର ବର୍ତ୍ତମାନ ନିର୍ଦ୍ଦେଶିତ ଅଟନ୍ତି । ଏହା ପୁନଶ୍ଚ ନିର୍ଦ୍ଦେଶିତ ଯେ ଯାନର ମଧ୍ୟକାଳୀନ ମୁକ୍ତିର ପ୍ରଦାନ ହୋଇଛି କି ନାହିଁ । ଯଥାଶୀଘ୍ର ସମ୍ଭବ ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧି ସମାପନ ହେବ ।

    ଉପରୋକ୍ତ ପର୍ଯ୍ୟବେକ୍ଷଣ ସପକ୍ଷରେ ରିଟ୍ ପିଟିସନ୍ ଫଏସଲା କରାଯିବ ଖର୍ଚ୍ଚ ସମ୍ବନ୍ଧରେ କୌଣସି ଆଦେଶ ନାହିଁ – ଶ୍ରୀମତି ଜ୍ୟୋସ୍ନା ବନାମ ରାଜ୍ୟ (୨୦୦୧) ୨୧ ଓ.ଏଲ୍.ଆର ୧୧୧ ।

  42. ଦଫା  ୫୬ - ଯାନର ବ୍ୟାଜ୍ୟାପ୍ତିକରଣ - ମାଲିକଙ୍କୁ ପ୍ରମାଣ କରିବାକୁ ହେବ ଯେ ତାହା ତାଙ୍କ ଜ୍ଞାତସାରରେ କିମ୍ବା ତାଙ୍କ ଏଜେଣ୍ଟଙ୍କ ମନ୍ତ୍ରଣାରେ ବ୍ୟବହୃତ ହୋଇଛି ଯଦି ଜିନିଷର ଦାୟି୍ତ୍ବରେ ଥିବା କୌଣସି ବ୍ୟକ୍ତି ବ୍ୟାଜ୍ୟାପ୍ତିକରଣ ଆଦେଶ ନିଷ୍ପତି ପାଇଁ ବିବାଦରେ ଥାଆନ୍ତି ତେବେ ଏହା ପୁନଶ୍ଚ ପ୍ରମାଣିତ ହେବଯେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ବିଷୟରେ ବିବାଦୀୟ ଯାନର ବ୍ୟବହାର ବିପକ୍ଷରେ ସମସ୍ତ ଯଥୋଚିତ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିଥିଲେ - ବତ୍ତର୍ମାନ ମକଦ୍ଦମାରେ ମାଲିକ ସ୍ଵୀକାର  କରିଛନ୍ତି ଯେ ଯାନଟି ଡ୍ରାଇଭର ଦ୍ଵାରା  ଚାଳିତ ହେଉଥିଲା ଡ୍ରାଇଭର ଦ୍ବାରା ସଂଘଟିତ କୌଣସି ତୃଟିପୂର୍ଣ୍ଣ କାର୍ଯ୍ୟପାଇଁ ମାଲିକ ଦାୟୀ - ମାଳତୀଲତା ମଲାଲ୍ ଏବଂ ଅନ୍ୟମାନେ ବନାମ ଓଡିଶା ରାଜ୍ୟ ଏବଂ ଅନ୍ୟମାନେ - ୨୦୦୨ (୨) ଓ.ଏଲ୍.ଆର୍ ୨୧୬ (୨୦୦୩) ୨୩ ଓ.ସି.ଆର୍ - ୪୫୮;୯୪(୨୦୦୨)ସି.ଏଲ୍.ଟି - ୨୯୦ ।
  43. ଦଫା ୫୬ - ଟ୍ରକ୍ ୯୨  ଖଣ୍ଡ ଶାଗୁଆନ କାଠପଟ୍ଟା ବହନ କରିଥିବା ଦେଖାଯାଇଥିଲା - ଟ୍ରକ୍ ର ମାଲିକ ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧି ସମୟରେ କ୍ଷମତାପ୍ରାପ୍ତ ଅଫିସରଙ୍କ ସମ୍ମୁଖରେ ବାହାନା କରିଥିଲେ ଯେ ବେଆଇନ୍ ପରିବହନ ତାଙ୍କର ଜ୍ଞାତସାରରେ କିମ୍ବା ମନ୍ଏଣାରେ ହୋଇ ନଥିବା - ବାହାନ ଗ୍ରହଣୀୟ ନୁହେଁ ଯଦି ବିଶ୍ଵାସ ଯୋଗ୍ୟ ସାକ୍ଷ୍ୟ ପେଶ କରାନ ଯାଇଛି - ଡ୍ରାଇଭରର କୌଣସି ତୃଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଟ୍ରକ୍ ଡ୍ରାଇଭର ଦାୟୀ  ହେବେ - ମାନ୍ୟବର ଅଦାଲତ କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା  ପ୍ରଦାନ କରାଯାଇଥିବା ଟ୍ରକ୍ ର ବ୍ୟାଜ୍ୟାପ୍ତିକରଣ ଆଦେଶ ସତ୍ୟବୋଲି ପମାଣ କରିବେ - ମାଳତୀ ଲତା ମଲ ଏବଂ ଅନ୍ୟମାନେ - (୨୦୦୩) ୨୩ ଓ.ଏଲ୍.ଆର - ୪୫୮ ।
  44. ଦଫା (୨-କ) ଓଡିଶା ରାଜ୍ୟ ଅର୍ଥ ନିଗମର ଋଣ ପାଇଁ ଟ୍ରକ୍ କ୍ରୟହୋଇଥିଲା ଜଙ୍ଗଲଜାତ ଦ୍ରବ୍ୟର ବେଆଇନ୍ ପରିବହନ ଉଦ୍ଦେଶ୍ୟରେ ଟ୍ରକ୍ ବ୍ୟବହୃତ ହୋଇଥିଲା ଆଇନ୍ ର କାର୍ଯ୍ୟବିଧି ଅନୁଯାୟୀ ଟ୍ରକ୍ ବ୍ୟାଜ୍ୟାପ୍ତି ବୋଲି ନିର୍ଦ୍ଦେଶିତ ଓ.ଏସ.ଏଫ.ସି ପ୍ରାପ୍ୟ ଅପରିଶୋଧିତ ରହିଗଲା - ଓ.ଏସ.ଏଫ.ସି ତାଙ୍କ ଟଙ୍କା ପାଇବାରୁ ବଞ୍ଚିତ ହେବ କି ? ରାଜ୍ୟ ଅର୍ଥ  ନିର୍ଗମ ରାଜ୍ୟର ଏକ ଅଭିକର୍ତ୍ତୃତ୍ଵ ବା ଉପାୟ - ଯେତେବେଳେ ସହପାର୍ଶ୍ଵକ ପ୍ରତିଭୂତି ଉପଲବ୍ଧ ଏବଂ ଯେତେବେଳେ ଋଣ ଅର୍ଥରାଶି ଏକ ଦେୟ ରୂପେ ବ୍ୟବହୃତ ସେତେବେଳେ ପ୍ରାପ୍ୟର ପୂର୍ବଲାଭ ଉପରେ ତଥ୍ୟାବଳୀ ସୂଚୀତ ହୋଇଛି - ଓଡିଶା ସରକାରୀ ଦେୟ ଆଦାୟ ଆଇନ୍ ଅନୁଯାୟୀ ଏକ ସର୍ବସାଧାରଣ ଦାବି ରୂପେ ଅଗ୍ରୀମ ଦିଆଯାଇଥିବା ଋଣ ବ୍ୟବହୃତ ହୋଇପାରିବ ଏବଂ ଏକ ଦେୟ ରୂପେ ବ୍ୟବହୃତ ହୋଇ କୌଣସି ଯାନର ବ୍ୟାଜ୍ୟାପ୍ତିକରଣ ଓ.ଏସ୍.ଏଫ୍.ସି ର ଦେୟ ସାପେକ୍ଷରେ ହେବ - ଓଡିଶା ରାଜ୍ୟ ଅର୍ଥନିଗମ ଶାଖା ପରିଚାଳକଙ୍କ ଦ୍ଵାରା  ନିଦର୍ଶନ ହୋଇଥାଏ, କେଉଁଝର ଶାଖା ବନାମ ରେଞ୍ଜ ଅଫିସର, ସୁକିନ୍ଦା ଏବଂ ଅନ୍ୟମାନେ - ୨୦୦୨  (୧) ଓ.ଏଲ୍.ଆର - ୩୩୧ ।
  45. ଦଫା ୫୬ (୨-କ) - ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧି ଅଧୀନରେ - ଅପିଲରେ ବ୍ୟାଜ୍ୟାପ୍ତିକରଣ ଆଦେଶ ପ୍ରମାଣିତ - ରିଟ୍ ପିଟିସନ୍ ଅପିଲ୍ ସମ୍ବନ୍ଧୀୟ ଆଦେଶ ଏବଂ କାର୍ଯ୍ୟବିଧି ପାଇଁ ଦାବି କରିବା - ରିଟ୍ ଅଦାଲତ ଦ୍ଵାରା  ରେକର୍ଡରେ ସାକ୍ଷ୍ୟର ଅନୁକୂଳ ମତ ନିର୍ଣ୍ଣୟ ହୋଇ ଥିଲା ଯେ କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା  କୌଣସି ଅବୈଧତା ହୋଇ ନ ଥିଲା - ୯୩ (୨୦୦୨)ସ.ଏଲ୍.ଟ - ୪୯୮ ।
  46. ଦଫା – ୫୬ (୨-କ)- ବ୍ୟାଜ୍ୟାପ୍ତିକରଣର ଆଦେଶ କୌଣସି ଦାବିରେ ବ୍ୟାଜ୍ୟାପ୍ତି ହୋଇଥିବା ଯାନ ରଖି ଓ.ଏସ୍.ଏଫ୍.ସି ଦ୍ଵାରା ଅଗ୍ରୀମ ଭାବେ ଋଣ ବୋଝରୁ ମୁକ୍ତ ନହେବା ସରକାରୀ ଦେୟ ରୂପେ ସେହି ଋଣ ଆଦାୟ କରିବା କ୍ଷମତା ଓ.ଏସ୍.ଏଫ୍.ସି ର ରହିଛି -୯୩ (୨୦୦୨) ସି.ଏଲ.ଟି-୪୯୯ ।
  47. ଦଫା ୫୬ (୨-କ) ଓଡ଼ିଶା କାଠଗରିଣ୍ଡା ଚାଲାଣ ନିୟମାବଳୀ, ୧୯୮୦ର ନିୟମାବଳୀ ୪,୫,୧୨ର ଜଙ୍ଗଲ କାର୍ଯ୍ୟାଳୟ ଲଙ୍ଘନ – ଜଙ୍ଗଲଜାତ ଦ୍ରବ୍ୟର  ଅବୈଧ ପରିବହନ ଅନ୍ତର୍ଗତ ଯାନର ବ୍ୟାଜ୍ୟାପ୍ତିକରଣ – ଜବତ ହୋଇଥିବା ଜିନିଷର ମୂଲ୍ୟ ଅବୈଧ ପରିବହନ ଅନ୍ତର୍ଗତ ଯାନର ବ୍ୟାଜ୍ୟାପ୍ତିକରଣ- ଜବତ ହୋଇଥିବା ଜିନିଷର ମୂଲ୍ୟ ଟ୧୦,୦୦୦ଙ୍କାରେ ହିସାବ କରିବା-ଯାନ ମୁକୁଳାଇବା ପାଇଁ ଜୋରିମାନା ଟ.୨୦,୦୦୦ଙ୍କା ଧାର୍ଯ୍ୟ –(ମିସେନ୍ ଶୈଳବାଳା ବକ୍ ଏବଂ ଅନ୍ୟମାନେ ବନାମ କ୍ଷମତାପ୍ରାପ୍ତ ଅଫିସର କମ୍ – ସହକାରୀ ଜଙ୍ଗଲ ସଂରକ୍ଷକ, କେଉଁଝର ଡିଭିଜନ, କେଉଁଝର ଏବଂ ଅନ୍ୟମାନେ ୯୫(୨୦୦୩)ସି.ଏଲ୍.ଟି-୨୬୧ ।

ଅପରାଧ ବିଚାର ପାଇଁ କିମ୍ବା ବ୍ୟାଜ୍ୟାପ୍ତିକରଣ କାର୍ଯ୍ୟବିଧିରେ ଅପରାଧ ବିଚାର କରିବା ପାଇଁ ମାଜିଷ୍ଟ୍ରେଟ୍ କିମ୍ବା କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ଯେତେବେଳେ  ଯାନ ଉପସ୍ଥାପନ କରିବାକୁ  ଆବଶ୍ୟକ ହୁଏ-ଦଫାର ସର୍ତ୍ତର ଅର୍ଥ ଏବଂ ସମ୍ପତ୍ତି ପ୍ରତଭୂତି ଏବଂ ତମସୁକ ପ୍ରଦାନରେ ଯାନ ମୁକୁଳାଇବା- ବିଶ୍ଵକେଶ ମହାପାତ୍ର ବନାମ କ୍ଷମତାପ୍ରାପ୍ତ ଅଫିସର-୨୦୦୩(୧)ଓ.ସିଲ୍.ଆର- ୫୩୦ ।

ଦଫା ୫୬ ଏବଂ ୬୪ : ଓଡ଼ିଶା ରାଜ୍ୟ ଅର୍ଥ ନିଗମ ଆଇନ୍ ୧୯୫୧ ର ସହପଠନରେ ଦଫା  ୨୯-ଓ.ଏସ୍.ଏଫ୍.ସି ଦ୍ଵାରା ବନ୍ଧକ ଦିଆଯାଇଥିବା ଟ୍ରକ୍ ଜଙ୍ଗଲ ଆଇନ୍  ଅନୁଯାୟୀ ଜଙ୍ଗଲ ପଦାଧିକାରୀଙ୍କ ଦ୍ଵାରା ଜବତ ହୋଇଥିଲା, ଏହା ନିର୍ଣ୍ଣୟ ହୋଇଥିଲା ଯେ ଯେତେବେଳେ ସେହି ସ୍ତରରେ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ସଂଘଟିତ କରିବା ପାଇଁ କୌଣସି ଯାନ ବିପକ୍ଷରେ ଆଇନ୍ ର ଦଫା ୫୬ ଅନୁଯାୟୀ ବ୍ୟାଜ୍ୟାପ୍ତିକରଣ ପାଇଁ କୌଣସି କାର୍ଯ୍ୟବିଧି ଅଙ୍ଗୀକାର ହୋଇଥାଏ ସେହି କ୍ଷେତ୍ରରେ କୌଣସି ଋଣଭାରର ସନ୍ତୋଷ ସାପେକ୍ଷରେ ବ୍ୟାଜ୍ୟାପ୍ତିକରଣ କରିବାକୁ ସେହି ଆଇନ୍ ରେ ଅନ୍ୟ କୌଣସି ବ୍ୟବସ୍ଥା କିମ୍ବା ସେହି ଦଫାରେ  କୌଣସି ବ୍ୟବସ୍ଥା ବଞ୍ଚିତ କରାଯିବନାହିଁ ।

ଦଫା ୫୬ ଅନୁଯାୟୀ ବ୍ୟଜ୍ୟାପ୍ତି ହୋଇଥିବା ସମ୍ପତ୍ତି ସମସ୍ତ ଋଣ ଭାରର ମୁକ୍ତି ହୋଇ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ ହେବ । ତେଣୁ ବ୍ୟାଜ୍ୟାପ୍ତି ହୋଇଥିବା ଯାନର ବନ୍ଧକରେ ଆବେଦନକାରୀଙ୍କ ଦାବି ପ୍ରସଙ୍ଗରେ ଦଫା ୫୬ରେ ବ୍ୟବସ୍ଥା ଆଇନ୍ ର ଦଫା ୬୪ର ଉପଦଫା (୨)ରେ ବ୍ୟବସ୍ଥା ସହ ଏକତ୍ର ପଠନ ହେବ । ଓଡ଼ିଶା ରାଜ୍ୟ ଅର୍ଥ ନିଗମ ବନାମ ଓଡ଼ିଶା ରାଜ୍ୟ ଏବଂ ଅନ୍ୟମାନେ-(୨୦୦୪) ୨୯.ଓ.ସି.ଆର୍ ୮୭୫; ୨୦୦୪(୨) ସି.ଏଲ୍.ଆର୍-୬୨୭ ।

ଆଧାର – ଦ ଲ ହାଉସ

Last Modified : 9/1/2023



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate