অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖତୀୟାନ ଏବଂ ନକ୍ସାର ରକ୍ଷଣାବେକ୍ଷଣ

ଖତୀୟାନ ଏବଂ ନକ୍ସାର ରକ୍ଷଣାବେକ୍ଷଣ

ଆଇନ୍ ର ବ୍ୟବସ୍ଥାବଳୀ ସହିତ ସମନ୍ଵୟ ରକ୍ଷାକରି, ଖତୀୟାନ ଏବଂ ନକ୍ସାର ନକଲ ଯେପରି ଚୂଡାନ୍ତ ଭାବେ ପ୍ରକାଶିତ କିମ୍ବା ଏହି ଆଇନ୍ ର ବ୍ୟବସ୍ଥାବଳୀ ଅନୁଯାୟୀ ଚୂଡାନ୍ତଭାବେ ପ୍ରକାଶିତ ବୋଲି ଧରାଯାଉଥିବା ଖତୀୟାନ ଏବଂ ନକ୍ସା ଏବଂ ଯାହାକି ତହସିଲ୍ ଦାରଙ୍କୁ  ଯୋଗାଇ ଦିଆଯାଏ, ସେଗୁଡିକ ଏତତ୍ ପରେ ବ୍ୟବସ୍ଥାୟୀତ ନିୟମାବଳୀ ସହିତ ସମନ୍ଵୟ ରକ୍ଷାକରି, ରକ୍ଷଣାବେକ୍ଷଣ କରାଯିବ ଏବଂ ଅଧୁନା ରଖାଯିବ।

ରହିତିକରଣ ଏବଂ ନିଲମ୍ବନ

ଦଫା ୧୧, ୧୮ କିମ୍ବା ୩୬ ଅନୁଯାୟୀ କୌଣସି ଆଦେଶ ପ୍ରଦାନ କରାଯାଏ : -

  1. ସେହି ସ୍ଥାନୀୟ ଅଂଚଳ ସଂବନ୍ଧରେ, ଏହି ଅଧ୍ୟାୟର ନିୟମାବଳୀ ଅନୁଯାୟୀ ଖତୀୟାନ ଏବଂ ନକ୍ସାର ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ କାର୍ଯ୍ୟାନୁଷ୍ଠାନ, ଯାହାକି ଏପରି ଆଦେଶ ତାରିଖରେ ସ୍ଥଗିତ ଥାଏ; ଏବଂ
  2. ଏହି ଅଧ୍ୟାୟର ନିୟମ-୩୪ ଏବଂ ସମସ୍ତ ପରବର୍ତ୍ତୀ ନିୟମାବଳୀ ଏପରି ଆଦେଶ ତାରିଖରୁ, ଖତୀୟାନର ଚୂଡାନ୍ତ ପ୍ରକାଶନ ତାରିଖରୁ, ତିନିମାସ ସମାପ୍ତ ହେବା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏସ୍.ଆର.ଓ. ନଂ-୩୫୭/୧୯୭୩, ତା ୨୨.୩.୭୩- ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୫୯୮, ତା.୧.୫.୧୯୭୩ ଦ୍ଵାରା ପରିବର୍ତ୍ତିତ  ।

କେଉଁ କାରଣ ଉପରେ, ଖତୀୟାନ ଏବଂ ନକ୍ସାର ସଂଶୋଧନ

ତହସିଲ୍ ଦାର, କୌଣସି ଇଚ୍ଛୁକ ବ୍ୟକ୍ତିର ଆବେଦନପତ୍ର ଉପରେ, କିମ୍ବା ତାଙ୍କର ଅଧସ୍ତନ ଅଧିକାରଙ୍କ ଠାରୁ କୌଣସି ବିବରଣୀ ଗ୍ରହଣ ଉପରେ କିମ୍ବା ଭାରତୀୟ ନିବନ୍ଧନ ଆଇନ୍, ୧୯୦୧ ଅନୁଯାୟୀ ନିଯୁକ୍ତ ନିବନ୍ଧନ କିମ୍ବା ଉପ-ନିବନ୍ଧକଙ୍କଠାରୁ କୌଣସି ସୂଚନା ଗ୍ରହଣ ଉପରେ କିମ୍ବା ନ୍ୟାୟାଳୟଙ୍କ ଠାରୁ କୌଣସି ସୂଚନା ଗ୍ରହଣ ଉପରେ କିମ୍ବା ନିଜ ମନକୁମନ, କୌଣସି ଖତୀୟାନରେ, ନିମ୍ନଲିଖିତ କୌଣସି ଗୋଟିଏ କିମ୍ବା ଅଧିକ କାରଣ ଉପରେ, ଏତତ୍ ପରେ ଧାର୍ଯ୍ୟ ନିୟମାବଳୀ ଅନୁଯାୟୀ, କୌଣସି ଅନ୍ତର୍ଭୁକ୍ତିକରଣକୁ, ପରିବର୍ତ୍ତନ କରିବା ନିମନ୍ତେ ଆଦେଶ ଦେଇପାରନ୍ତି, ଯଥା : -

ଏସ୍.ଆର.ଓ.  ଓ ସଂଖ୍ୟା ୨୨୯/’ଘ’ ତା. ୧୧.୩.୧୯୮୧ ଦ୍ଵାରା ବାଦ୍ ଦିଆଯାଇଛି  ।

  • ଯେ ଖତୀୟାନରେ କୌଣସି ଅନ୍ତର୍ଭୁକ୍ତିକରଣରେ ଇଚ୍ଛୁକ ଥିବା ସମସ୍ତ ବ୍ୟକ୍ତି ତାହା ପରିବର୍ତ୍ତନ କରାଇବାକୁ ଚାହାଁନ୍ତି;
  • ଯେ, କୌଣସି ଦେୱାନୀ ମୋକଦ୍ଦମାରେ ସେଥିରେ ଥିବା କୌଣସି ଅନ୍ତର୍ଭୁକ୍ତିକରଣ, ତ୍ରୁଟିପୂର୍ଣ୍ଣ ବୋଲି ଘୋଷଣା କରାଯାଇଛି ;
  • ଯେ, କୌଣସି ଦେୱାନୀ ନ୍ୟାୟାଳୟର କୌଣସି ଡିକ୍ରି କିମ୍ବା ଆଦେଶ ଉପରେ ପର୍ଯ୍ୟବେସିତ ହୋଇ କିମ୍ବା କୌଣସି ଦକ୍ଷ ଅଧିକାରୀଙ୍କ ଆଦେଶ ଉପରେ, ସେଥିରେ ଥିବା ଅନ୍ତର୍ଭୁକ୍ତିକରଣ ଏପରି ଡିକ୍ରୀ କିମ୍ବା ଆଦେଶ ସହିତ ସମନ୍ଵୟ ରକ୍ଷା କରେ ନାହିଁ;
  • ଯେ, ଏପରି ଡିକ୍ରୀ କିମ୍ବା ଆଦେଶକୁ ପରେ, ଅପିଲ୍, ରିଭିଜନ୍ କିମ୍ବା ପୁନଃ ବିଚାର ଉପରେ ପରିବର୍ତ୍ତନ କରାଯାଇଛି  ।
  • ଯେ, ସେଥିରେ ଥିବା କୌଣସି ଅନ୍ତର୍ଭୁକ୍ତିକରଣର, ସ୍ଥିତ ବିଷୟବସ୍ତୁ ସହିତ କୌଣସି ସମ୍ପର୍କ ନାହିଁ; ଏବଂ
  • ଯେ, କୌଣସି ସର୍ବକ୍ଷେଣ ନଥିର ପ୍ରସ୍ତୁତିକରଣ ଦ୍ଵାରା, ଖତୀୟାନରେ କୌଣସି ପରିବର୍ତ୍ତନ ଆବଶ୍ୟକ ଅଟେ  ।

ଏସ୍.ଆର.ଓ.  ଓ ସଂଖ୍ୟା ୨୨୯/’ଘ’ ତା.୧୧.୩.୧୯୮୧ ଦ୍ଵାରା ବାଦ୍ ଦିଆଯାଇଛି  ।

କାର୍ଯ୍ୟାନୁଷ୍ଠାନର ନିବନ୍ଧନ

ଏହି ଅଧ୍ୟାୟ ଅନୁଯାୟୀ, କୌଣସି ବିବରଣୀ, ଆବେଦନପତ୍ର କିମ୍ବା ଅନ୍ୟଥା ଉପରେ ଆରମ୍ଭ କରାଯାଇଥିବା ସମସ୍ତ କାର୍ଯ୍ୟାନୁଷ୍ଠାନକୁ ନାମାନ୍ତରଣ ମୋକଦ୍ଦମା ଭାବେ ନିବନ୍ଧନ କରାଯିବ, ଏବଂ ଏପରି ପ୍ରତ୍ୟକ ମୋକଦ୍ଦମାକୁ ସଂଖ୍ୟାୟୀତ କରାଯିବ ଏବଂ ଫର୍ମ ନଂ – ୮ରେ ଏକ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ, ଯାହାକୁ ନାମାନ୍ତରଣ ରେଜିଷ୍ଟର ବୋଲି କୁହାଯିବ;

ଉଲ୍ଲେଖ ଥାଉ ଯେ, କୌଣସି ରାଜସ୍ୱ କିମ୍ବା କୌଣସି ଦେୱାନୀ ନ୍ୟାୟାଳୟର କୌଣସି ଆଦେଶ କିମ୍ବା ଡିକ୍ରୀରୁ ଉଦ୍ରେକ କିମ୍ବା ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ ଅନୁଯାୟୀ ଗଠିତ କୌଣସି ଟ୍ରିବ୍ୟୁନାଲର ଆଦେଶରୁ ଉଦ୍ରେକ, ଖତିଆନର କୌଣସି ଅନ୍ତର୍ଭୁକ୍ତିକରଣରେ ପରିବର୍ତ୍ତନକୁ, ଏକ ପୃଥକ୍ ମୋକଦ୍ଦମା ଭାବେ ସଂଖ୍ୟାୟୀତ କରାଯିବ ଏବଂ ରେଜିଷ୍ଟରରେ ଅନ୍ତର୍ଭୁକ୍ତ କରାଯିବ ଏବଂ ଏପରି ଆଦେଶ କିମ୍ବା ଡିକ୍ରୀର ଗ୍ରହଣ ପରେ ପରେ, ତହସିଲ୍ ଦାରଙ୍କ ଦ୍ଵାରା ପରିପାଳନ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ଏହି ଉଦ୍ଦେଶ୍ୟରେ, କୌଣସି ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା, ଆବଶ୍ୟକ ହେବ ନାହିଁ  ।

ଆବେଦନପତ୍ର-ଶୁଳ୍କ

ନାମାନ୍ତରଣ ନିମନ୍ତେ ଏବଂ ଆପତ୍ତି ଦରଖାସ୍ତ ଉପରେ ଶୁଳ୍କ, ଏକ ଟଙ୍କା ହେବ, ଏବଂ ତାହା, ନ୍ୟାୟାଳୟ ଶୁଳ୍କ ଭାବେ ଆଦାୟ କରାଯିବ;

[ଉଲ୍ଲେଖ ଥାଉ ଯେ, ଯେଉଁ ସ୍ଥଳରେ କୌଣସି ଆବେଦନପତ୍ରର ଅନ୍ୟଥାରେ, କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ, ସେପରିସ୍ଥଳେ, ପକ୍ଷଠାରୁ କୌଣସି ଆବେଦନ ଶୁଳ୍କ ଆଦାୟ କରାଯିବ ନାହିଁ  ।]

ଆଦେଶିକା ଶୁଳ୍କ

ନାମାନ୍ତରଣ ନିମନ୍ତେ ଆବେଦନ କରିଥିବା ପକ୍ଷଠାରୁ ଜାରୀ ନିମନ୍ତେ [ଆଦେଶିକ ଶୁଳ୍କ, ନ୍ୟାୟାଳୟ ଶୁଳ୍କ ଟିକସ୍ ଭାବେ ଆଦାୟ କରାଯିବ ଏବଂ ଯେଉଁ ସ୍ଥଳରେ, କୌଣସି ଆବେଦନପତ୍ର ବ୍ୟତୀତ ଅନ୍ୟଥା, କୌଣସି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଏ, ସେପରିସ୍ଥଳେ, ପକ୍ଷଠାରୁ କୌଣସି ଆଦିଶିକା ଶୁଳ୍କ ଆଦାୟ କରାଯିବ ନାହିଁ  । କୌଣସି ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ସମୟରେ, ପରୀକ୍ଷା ନିମନ୍ତେ କୌଣସି ସାକ୍ଷୀର ଆହ୍ଵାନ ନିମନ୍ତେ, ଆବେଦନ କରିଥିବା ପକ୍ଷଠାରୁ, ଆଦେଶିକା ଶୁଳ୍କ ଆଦାୟ କରାଯିବ  । ଆଦେଶିକା-ଶୁଳ୍କର ହାର, ନିମ୍ନ ପଦ୍ଧତିରେ ନିୟନ୍ତ୍ରିତ କରାଯିବ, ଯଥା : -

  • ପ୍ରତ୍ୟକ କ୍ଷେତ୍ରରେ, ଯେଉଁଥିରେ ପକ୍ଷ ଉପରେ କିମ୍ବା ସାକ୍ଷୀ ଉପରେ କୌଣସି ଆଦେଶିକାର ବ୍ୟକ୍ତିଗତ କିମ୍ବା ପରିବର୍ତ୍ତିତଜାରୀ ଆବଶ୍ୟକ ହୁଏ, ସେପରିସ୍ଥଳେ ଟ.୧.୫୦ ପଇସାର ଏକ ଶୁଳ୍କ ଧାର୍ଯ୍ୟ କରାଯିବ; ଚାରିଜଣରୁ (ଅଧିକ ନୁହେଁ) ବ୍ୟକ୍ତିଙ୍କ ଉପରେ, ସେହି ଏକା ଦଲିଲ୍ ର ଜାରୀ ନିମନ୍ତେ, ୦.୨୫ ପଇସାର ଅତିରିକ୍ତ ଶୁଳ୍କ ଏପରି ପ୍ରତ୍ୟକ ବ୍ୟକ୍ତିଙ୍କ ନିମନ୍ତେ ଧାର୍ଯ୍ୟ କରାଯିବ  ।

ଉଲ୍ଲେଖ ଥାଉ ଯେ, ଯେଉଁ ସ୍ଥଳରେ ଏପରି ଶୁଳ୍କ ସରକାରଙ୍କ ଦ୍ଵାରା ଦେୟ ହୋଇଥାଏ, ସେପରିସ୍ଥଳେ ଏପରି ଶୁଳ୍କ ଆଦାୟ କରାଯିବ ନାହିଁ  ।

ମାପଚୁପ୍

ଯେଉଁ ସ୍ଥଳରେ, କୌଣସି ମାପଚୁପ୍ କିମ୍ବା କ୍ଷେତ୍ର ତଦନ୍ତ ଦାବୀ କରାଯାଏ, ସେପରିସ୍ଥଳେ, ଏପରି ମାପଚୁପ କିମ୍ବା ତଦନ୍ତ ଦ୍ଵାରା ଆବୃତ ପ୍ରତ୍ୟକ ପ୍ଲଟ ନିମନ୍ତେ, ଦୁଇ ଟଙ୍କା ହାରରେ ଶୁଳ୍କ ଆଦାୟ କରାଯିବ  ।

ଉଲ୍ଲେଖ ଥାଉ ଯେ, ଉକ୍ତ ମାପଚୁପ କିମ୍ବା ତଦନ୍ତ ପରେ, କରାଯାଇଥିବା ପ୍ଲଟର ସଂଖ୍ୟା ଉପରେ, ଶୁଳ୍କକୁ ଗଣନା କରାଯିବ ;

[ଆହୁରି ଉଲ୍ଲେଖଥାଉ ଯେ, କୌଣସି ଆବେଦନପତ୍ର ବ୍ୟତୀତ, ଅନ୍ୟଥା ଆରମ୍ଭ କରାଯାଇଥିବା କୌଣସି କାର୍ଯ୍ୟାନୁଷ୍ଠାନରେ ଆବଶ୍ୟକ ହୋଇଥିବା ମାପଚୁପ କିମ୍ବା କ୍ଷେତ୍ର-ତଦନ୍ତ ନିମନ୍ତେ, କୌଣସି ମାପଚୁପ ଶୁଳ୍କ ଆଦାୟ କରାଯିବ ନାହିଁ ।

୩୮-‘କ’ ରିହାତି କିମ୍ବା ଛାଡ:

ଓଡିଶା ଭୂ-ଦାନ ଯଜ୍ଞ ଆଇନ୍, ୧୯୫୩ (ଓଡିଶା ଆଇନ୍ ୧୬/୧୯୫୩)ର ବ୍ୟବସ୍ଥାବଳୀ ସହିତ ସମନ୍ଵୟ ରକ୍ଷାକରି ବିତରଣ କରାଯାଇଥିବା ଜମି ସଂବନ୍ଧରେ, ନିୟମ ୩୬,୩୭ ଏବଂ ୩୮ ଅନୁଯାୟୀ, କୌଣସି ଶୁଳ୍କ ଆଦାୟ କରାଯିବ ନାହିଁ  ।

ଏସ୍.ଆର୍.ଓ ସଂଖ୍ୟା ୧୯୭, ତା.୧.୨.୧୯୭୬ ଦ୍ଵାରା ସଂଯୁକ୍ତ  ।

ଓଡିଶା ଅସାଧାରଣ ଗେଜେଟ୍ ସଂଖ୍ୟା ୧୫୧୩, ତା. ୨୭.୯.୧୯୬୫ ଦ୍ଵାରା ସଂଯୁକ୍ତ  ।

‘ହୋଲଡିଂ’ ର ଉପ – ବିଭାଜନ ନିମନ୍ତେ ପକ୍ଷମାନଙ୍କର ସମ୍ମତ୍ତି

କୌଣସି ‘ହୋଲଡିଂ’ ର ଉପ-ବିଭାଜନ, ଅନୁମୋଦନ କରାଯିବ ନାହିଁ, ଯଦି ଏପରି ‘ହୋଲଡିଂ’ରେ ଇଚ୍ଛୁକ ସମସ୍ତ ପକ୍ଷ ସେଥି ନିମନ୍ତେ ସେମାନଙ୍କର ସମ୍ମତି ପ୍ରଦାନ ନକରନ୍ତି କିମ୍ବା ଏପରି ଉପ-ବିଭାଜନ, କୌଣସି ଦକ୍ଷ ନ୍ୟାୟାଳୟ କିମ୍ବା ଅଧିକାରୀଙ୍କ ଦ୍ଵାରା ଆଦେଶିତ ହୋଇନଥାଏ  ।

ସୂଚନାଜାରୀ

ନିୟମ ୩୪ ଅନୁଯାୟୀ କାର୍ଯ୍ୟ କରିବା ସମୟରେ ତହସିଲ୍ ଦାର, ଫର୍ମ ନଂ-୯ରେ ଏକ ସାଧାରଣ ସୂଚନା ନିର୍ଗମ କରିବେ ଏବଂ ପନ୍ଦର ଦିନ ସମୟ ମଧ୍ୟରେ ଇଚ୍ଛୁକଥିବା ବ୍ୟକ୍ତିମାନଙ୍କ ଠାରୁ ଆପତ୍ତି ଆହ୍ଵାନ କରିବେ  । ତହସିଲ୍ ଦାର ଯଦି ସେ ଆବଶ୍ୟକ ବୋଲି ବିବେଚନା କରନ୍ତି, ଫର୍ମ ନଂ-୧୦ରେ ବ୍ୟକ୍ତିଗତ ସୂଚନା ନିର୍ଗମ କରିପାରନ୍ତି  ।

ନାମାନ୍ତରଣ ଆବେଦନ ପତ୍ରର ଫଇସଲା ପଦ୍ଧତି

ନାମାନ୍ତରଣ ଆବେଦନପତ୍ର ଏବଂ ଆପତ୍ତି ଆବେଦନପତ୍ର ଯଦି କିଛି ଥାଏ, ସେଗୁଡିକ, ପକ୍ଷମାନଙ୍କୁ ଶୁଣାଣୀର ଏକ ସୁଯୋଗ ପ୍ରଦାନ କରାଯିବା ପରେ, ଫଇସଲା କରାଯିବ ଏବଂ ଏପରି ଅନୁଷ୍ଠିତ କରାଯାଉଥିବା ତଦନ୍ତ ସଂକ୍ଷିପ୍ତ ପ୍ରକୃତିର ହେବ  ।

ଅପିଲ୍

ନିୟମ ୪୧ ଅନୁଯାୟୀ ପ୍ରଦାନ କରାଯାଇଥିବା କୌଣସି ଚୁଡାନ୍ତ ଆଦେଶରୁ, କୌଣସି ଅପିଲ୍, ଦାଏରନୀୟ ହେବ :-

  1. ଯଦି ମୂଳ ଆଦେଶ, ଉକ୍ତ ନିୟମାବଳୀ ଅନୁଯାୟୀ ତହସିଲ୍ ଦାରଙ୍କ କ୍ଷମତା ପରିଚାଳନା କରୁଥିବା କୌଣସି ସହକାରୀ ବନ୍ଦୋବସ୍ତ ଅଧିକାରୀଙ୍କ ଦ୍ଵାରା ପ୍ରଦାନ କରାଯାଇଥାଏ, ଯେ କି ବନ୍ଦୋବସ୍ତ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣାଧିନରେ କାର୍ଯ୍ୟ କରୁଥାଆନ୍ତି, ସେପରିସ୍ଥଳେ ବନ୍ଦୋବସ୍ତକାରୀ ଅଧିକାରୀଙ୍କ ପ୍ରତି; ଏବଂ
  2. ଯଦି ଏହି ନିୟମାବଳୀ ଅନୁଯାୟୀ, ତହସିଲ୍ ଦାରଙ୍କ କ୍ଷମତା ପରିଚାଳନା କରୁଥିବା ଅନ୍ୟ କୌଣସି ଅଧିକାରୀଙ୍କ ଦ୍ଵାରା ମୂଳ ଆଦେଶ ପ୍ରଦାନ କରାଯାଇଥାଏ; ସେପରିସ୍ଥଳେ ଉପ-ଖଣ୍ଡ ଅଧିକାରୀଙ୍କ ପ୍ରତି  ।
  3. ଏପରି ପ୍ରତ୍ୟକ ଅପିଲ୍ ନିଶ୍ଚିତଭାବେ, ଆଦେଶ ତାରିଖରୁ, ତିରିଶ ଦିନ ମଧ୍ୟରେ ଉପସ୍ଥାପନ କରାଯିବ  ।

ଏସ୍.ଆର୍. ଓ ସଂଖ୍ୟା ୧୦୭, ତା.୧.୨.୧୯୭୬ ଦ୍ଵାରା ପରିବର୍ତ୍ତିତ  ।

ପୁନଃ ବିଚାର

ଯଦି କୌଣସି ବ୍ୟକ୍ତି ଏହି ଅଧ୍ୟାୟ ଅନୁଯାୟୀ, କୌଣସି ସିଦ୍ଧାନ୍ତ ଦ୍ଵାରା ବ୍ୟଥିତ ବୋଲି ବିବେଚନା କରନ୍ତି, ସେପରିସ୍ଥଳେ ସେ, ଉକ୍ତ ଅଧିକାରୀଙ୍କୁ ଉକ୍ତ ଆଦେଶର ପୁନଃ ବିଚାର ନିମନ୍ତେ, ସିଦ୍ଧାନ୍ତ ତାରିଖରୁ ତିରିଶଦିନ ମଧ୍ୟରେ ଆବେଦନ କରିପାରନ୍ତି, ଯେକି ଉକ୍ତ ଆଦେଶ ପ୍ରଦାନ କରିଥିଲେ ଏବଂ ତାହା, ନଥିରୁ ସ୍ପଷ୍ଟ ହେଉଥିବା କୌଣସି ତ୍ରୁଟି କାରଣ ଉପରେ, ଏବଂ ଉକ୍ତ ଅଧିକାରୀ, ଇଚ୍ଛୁକ ପକ୍ଷମାନଙ୍କୁ, ଶୁଣାଣୀର ଏକ ଯଥାଯଥ ସୁଯୋଗ ପ୍ରଦାନ କରିବା ପରେ, ତା ଉପରେ ଏପରି ରହିତାଦେଶ ପ୍ରଦାନ କରିପାରନ୍ତି, ଯେପରି ସେ ଉଚିତ୍ ମନେ କରନ୍ତି  ।

ଖତୀୟାନ ଏବଂ ନକ୍ସାରେ ସଂଶୋଧନର ଅନ୍ତର୍ଭୁକ୍ତିକରଣ

ତହସିଲ୍ ଦାରଙ୍କ ସ୍ଵାକ୍ଷର ଅନୁଯାୟୀ, ଖତୀୟାନରେ ଅନ୍ତର୍ଭୁକ୍ତିକରଣର ପରିବର୍ତ୍ତନ କରାଯିବ  । ଚୁଡାନ୍ତଭାବେ ପ୍ରକାଶିତ ନକ୍ସାର ନକଲ କିମ୍ବା ଏହି ଆଇନ୍ ଅନୁଯାୟୀ ଚୁଡାନ୍ତଭାବେ ପ୍ରକାଶିତ ବୋଲି ଧରାଯାଇଥାଏ, ତାହା ଖତୀୟାନରେ କରାଯାଇଥିବା ପରିବର୍ତ୍ତନ ସହିତ ସମନ୍ଵୟ ରକ୍ଷା କରି, ସଂଶୋଧନ କରାଯିବ  ।

ଖତୀୟାନର ପୁନଃ ଲିଖନ ଯେଉଁ ସ୍ଥଳରେ କଲେକ୍ଟର ଏହା ବିବେଚନା କରନ୍ତି ଯେ, ଅନ୍ତର୍ଭୁକ୍ତିକରଣ ଯୋଗୁ, ଏହା ଅଧିକ ବ୍ୟବହାରର ଅନୁପଯୁକ୍ତ ହୋଇଛି, ସେପରିସ୍ଥଳେ, ସେ ଏପରି ଖତୀୟାନ କିମ୍ବା ଏହାର ଅଂଶକୁ ପୁନଃ ଲିଖନ କରାଇବେ  । ଏପରିଭାବେ ପୁନଃ ଲିଖିତ ଖତୀୟାନ ଯାହାକି ଅଧୁନା କରାଯାଇଛି, ତାହା କଲେକ୍ଟର କିମ୍ବା ତାଙ୍କ ଦ୍ଵାରା କ୍ଷମତୟୀତ ଅନ୍ୟ କୌଣସି ଅଧିକାରୀଙ୍କର ସ୍ଵାକ୍ଷରରେ ଏକ ପ୍ରମାଣପତ୍ର ବହନ କରିବ ଏବଂ ତାହା ମୂଳନଥି କିମ୍ବା ତା’ର ଉପାଦେୟ ଅଂଶକୁ ସ୍ଥାନାନ୍ତରଣ କରାଯିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ଯାହାକି ତହସିଲ୍ ଦାରଙ୍କ ତତ୍ତ୍ଵାବଧାନରେ ଥାଏ  । ତହସିଲ୍ ଦାରଙ୍କ ଦ୍ଵାରା ସଠିକ୍ ଭାବେ ପ୍ରମାଣିତ ତା’ର ଏକ ନକଲ, କଲେକ୍ଟରଙ୍କୁ ପ୍ରେରଣ କରାଯିବ  ।

ନକ୍ସାର ପ୍ରତିବଦଳ କିମ୍ବା ପରିବର୍ତ୍ତନ

ଯେଉଁ ସ୍ଥଳରେ କଲେକ୍ଟର ବିବେଚନା କରନ୍ତି ଯେ, ଅନେକ ପରିବର୍ତ୍ତନ ଯୋଗୁ କିମ୍ବା କୌଣସି କାରଣ ଯୋଗୁ, ନକ୍ସା କିମ୍ବା ତା’ର କୌଣସି ଅଂଶ, ଅଧିକ ବ୍ୟବହାର ନିମନ୍ତେ ଅନୁପଯୁକ୍ତ ଅଟେ, ସେପରିସ୍ଥଳେ ସେ, ତା’ର ଏକ ନକଲ ପ୍ରସ୍ତୁତ କରାଇବେ  । ଏପରି ନକଲ, କଲେକ୍ଟର କିମ୍ବା ତାଙ୍କ ଦ୍ଵାରା ସଠିକ୍ ଭାବେ କ୍ଷମତାୟୀତ ଅନ୍ୟ କୌଣସି ଅଧିକାରୀଙ୍କର ସ୍ଵାକ୍ଷର ଏବଂ ମୋହର ବହନ କରିବା ଏବଂ ତାହା ମୂଳ ନକ୍ସା କିମ୍ବା ତା’ର ଉପାଦେୟ ଅଂଶକୁ ସ୍ଥାନାନ୍ତର କରିବ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ଏବଂ ତାହା ତହସିଲ୍ ଦାରଙ୍କ ତତ୍ତ୍ଵାବଧାନରେ ରହିବ  । ତହସିଲ୍ ଦାରଙ୍କ ଦ୍ଵାରା ସଠିକ୍ ଭାବେ ପ୍ରମାଣିତ ତା’ର ଏକ ନକଲ, କଲେକ୍ଟରଙ୍କ ନିକଟକୁ ପ୍ରେରଣ କରାଯିବ  ।

ପରିଶିଷ୍ଠ - ୨

ସେହି ସମସ୍ତ ଅଂଚଳ, ଯେଉଁଠାରେ ଆଇନ୍ ର ଦଫା ୨ ରୁ ୪୭, ପ୍ରୟୋଗ ହୁଏ  ।

ପରିଶିଷ୍ଠ - ୩

ଆଇନ୍ ର ଦଫା ୧୬ର ଉପ-ଦଫା (୧) ଅନୁଯାୟୀ, ସରକାରଙ୍କ ଦ୍ଵାରା ନିର୍ଗମ ଘୋଷଣା । ସରକାରଙ୍କ ଦ୍ଵାରା କୌଣସି ଘୋଷଣା କରାଯାଇ ନାହିଁ ।

ଆଧାର ଦ ଲ ହାଉସ

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate