অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟ ସମିତି ଉପବିଧି (ସଂଘ ଓ ତହବିଲର ପରିଚାଳନା)

ଓଡିଶା ସମବାୟ ସମିତି ଉପବିଧି (ସଂଘ ଓ ତହବିଲର ପରିଚାଳନା)

ସଂଘ

ସଙ୍ଘିୟ ସମବାୟ ସମିତି   :-

  1. ପ୍ରାଥମିକ ଏବଂ ଅଥବା ଗୌଣ ସମିତି ଗୁଡିକୁ ସଭ୍ୟ ରୂପେ ନେଇ ଗଠିତ ସଙ୍ଘିୟ ସମବାୟ ସଂସ୍ଥା ସ୍ଥାପିତ ହୋଇପାରେ ଏବଂ ଏହି ଆଇନାନୁଯାୟୀ ନିବନ୍ଧନ ନିମନ୍ତେ ଯୋଗ୍ୟ ବିବେଚି ହେବ ।
  2. ସେଗୁଡିକର ସମ୍ବିଧାୟୀ ମାନଙ୍କର ସେବା ନିମନ୍ତେ ଏବଂ ଉପବିଧି ଅନୁଯାୟୀ ସଙ୍ଘିୟ ସମବାୟ ସମିତି ହୁଏତ ନିମ୍ନଲିଖିତ କର୍ତ୍ତବ୍ୟମାନ ପାଳନ କରିପାରେ  । ଯଥା-
    • ସମବାୟ ନୀତି ପାଳନ କରିବାକୁ ସୁରକ୍ଷା ଦେଇପରେ   ।
    • ସମବାୟ ସମିତି ଗୁଡିକରେ ଉନ୍ନତି ଏବଂ ସଂଗଠନ ଏବଂ ଏହି ଉଦ୍ଦେଶ୍ୟରେ ସମବାୟ ସମିତି ଗୁଡିକ ଦ୍ଵାରା ବିଚାର ନିମନ୍ତେ ବିଭିନ୍ନ ବିନିୟମ ଏବଂ ନୀତିମାନ ପ୍ରସ୍ତୁତ କରିବାକୁ ଆଦର୍ଶ ଉପ-ବିଧି ଏବଂ ଗାଇଡ ଲାଇନ ଆଗତ ବା ପସ୍ତୁତ କରିପାରେ ।
    • ଗବେଷଣା ଓ ମୂଲ୍ୟ ନିରୂପଣ କାର୍ଯ୍ୟ ହାତକୁ ନେବା ଏବଂ ସଭ୍ୟ ସମବାୟ ସମିତିର ସମ୍ଭାବ୍ୟ ଉନ୍ନୟନ ଯୋଜନାର ପ୍ରସ୍ତୁତ କରିବାରେ ସହଯୋଗ କରିବା।
    • ସଭ୍ୟ ସମବାୟ ସମିତି ମାନଙ୍କ ମଧ୍ୟରେ ସୁସଙ୍ଗତ ସଂବନ୍ଧର ଉନ୍ନତି କରିବା ।
    • ସଭ୍ୟ ସମବାୟ ସମିତି ଗୁଡିକ ମଧ୍ୟରେ ତା ବାର ସମାଧନ କରିବାକୁ ସାହାଯ୍ୟ କରିବା ଏବଂ ସମବାୟ ଓ ତାହାର ସଭ୍ୟମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ସାହାଯ୍ୟ କରିବା ।
    • ସଭ୍ୟ ସମବାୟ ସମିତିର ହିତ ପାଇଁ ପ୍ରତିନିଧିତ୍ଵ କରିବେ ଏବଂ ସମବାୟ ସମିତିଗୁଡିକ ପକ୍ଷାଲମ୍ବନଯୋଗ୍ୟ ନୀତି ଏବଂ ବ୍ୟବସ୍ଥା ନିମନ୍ତେ ଲବି କରିବା ।
    • ଯେଉଁ ସଂଘ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିବେ ସେପରି ସଂଘ ବୈଠକରେ ଅଂଶ ଗ୍ରହଣ ସମେତ ସଭ୍ୟ ସମବାୟ ସମିତିକୁ ସମବାୟ ଏବଂ ପରିଚାଳନା ଉନ୍ନୟନ ସେବାର ବ୍ୟବସ୍ଥା କରିବା   ।
    • ସଭ୍ୟ ସମବାୟ ସମିତିରେ ନିର୍ବାଚନ ଠିକ ସମୟରେ ପରିଚାଳନା କରିବାକୁ ନିଶ୍ଚିତ କରିବା  ।
    • ସଭ୍ୟ ସମବାୟ ସମିତିରେ ନିର୍ବାଚନ ଠିକ ସମୟରେ ପରିଚାଳନା କରିବାକୁ ନିଶ୍ଚିତ କରିବା।
    • ସାଧାରଣ ବୈଠକର ନିୟମିତ ପରିଚାଳନାରେ ସଭ୍ୟ ସମବାୟ ସମିତିକୁ ସହଯୋଗ କରିବା ବା ସହାୟତା ଦେବା।
    • ସଭ୍ୟ ସମବାୟ ସମିତି ଦ୍ଵାରା ପାଳନ ନିମନ୍ତେ ଆଚରଣ ବିଧି ବ୍ୟକ୍ତି କରିବା   ।
    • ସଭ୍ୟ ସମବାୟ ସମିତି ନିମନ୍ତେ  ବ୍ୟକ୍ତି କରିବା ବା ପ୍ରକାଶ କରିବା  ବା ଉଚ୍ଛେଦ କରିବା ।
    • ଆଇନ ସାହାଯ୍ୟ ଏବଂ ଉପଦେଶର ବ୍ୟବସ୍ଥା କରିବା ।
    • ସଭ୍ୟ ସମବାୟ ସମିତିକୁ ହୁକୁମ ବା ଆଜ୍ଞାନୁଯାୟୀ ଅନ୍ୟ କୌଣସି ସେବା  ବ୍ୟବସ୍ଥା କରିବା
  3. ଏକ ସଙ୍ଘିୟ ସମବାୟ ସମିତିର ସାଧାରଣ ବୈଠକ, ସଭ୍ୟ ସମବାୟ ସମିତିର ପ୍ରତିନିଧିକୁ ନେଇ ଗଠିତ ହେବ   ।
    • ସଭାପତି ସଙ୍ଘୀୟ ସମବାୟ ସମିତିର ପ୍ରତିନିଧି ହେବେ ।
    • ସଭ୍ୟ ସମବାୟ ସାଇତିଏ ଯେତେଦିନ ପର୍ଯ୍ୟନ୍ତ ପ୍ରତିନିଧି ରହିବେ ସେତେଦୂର ପର୍ଯ୍ୟନ୍ତ, ସଙ୍ଘୀୟ ସମବାୟ ସମିତିରେ ତାଙ୍କ ସମବାୟ ସ୍ମୟତିରୁ ପ୍ରତିନିଧି ରହିବେ ।
  4. ସମବାୟ ସମିତି ଗୁଡିକ  ଉପଯୁକ୍ତ ସ୍ତରରେ ହୁଏତ, ସମବାୟ ସଂଘ ଗୁଡିକ ସଂଗଠନ କରିପାରନ୍ତି ଅଥବା ସମବାୟ ସଂଘ ଗୁଡିକରେ ଯୋଗ ଦେଇପାରନ୍ତି  ।
    • ଯେହେତୁ ଏକ ସଂଘ ତେଣୁ ସମବାୟ ସଂଘ ହୁଏତ; -
      • ଧାରା  ୧୬ (୨) ରେ ଉଲ୍ଲିଖିତ ସମସ୍ତ କର୍ତ୍ତବ୍ୟ ପାଳନ କରିପାରନ୍ତି ,
      • ଧାରା  ୨୩ (ଗ) ଅନୁଯାୟୀ ସୃଷ୍ଟ ସମବାୟ ଶିକ୍ଷା ତହବିଲ ସୃଷ୍ଟ ଏବଂ ରକ୍ଷଣାବେକ୍ଷଣା କରିବା  ।
      • ସମବାୟ ପରିଷଦ ବସାଇବା   ।
      • ଜିଲ୍ଲା ଏବଂ ରାଜ୍ୟ ସ୍ତରର ସମସ୍ତ ପ୍ରକାରର ସମବାୟ ସମିତି ଗୁଡିକର ସ୍ଵାର୍ଥ ଏବଂ କଲ୍ୟାଣ ନିମନ୍ତେ ପ୍ରତିନିଧିତ୍ଵ କରିବା   ।
      • ନୂତନ ପ୍ରକାରର କୋ- ଅପରେଟିଭ ଏଣ୍ଟରପ୍ରାଇଜକୁ ଉନ୍ନତ କରିବା   ।
      • ସମବାୟ ବିଚାର ପଦ୍ଧତିର ଆବେଦନ ସମ୍ବନ୍ଧରେ ପ୍ରୟୋଗାତ୍ମ କ ପ୍ରକଳ୍ପ ହାତକୁ ନେବା   ।
      • ସମବାୟ ସମିତି ଗୁଡିକ ମଧ୍ୟରେ ଏବଂ ତରଫରୁ ସଂଯୋଗ ବା ସମ୍ପର୍କ ରକ୍ଷା କରିବା   ।
      • ସମବାୟ ଉପରେ ଡାଟା ବ୍ୟାଙ୍କ ଓ କ୍ଲିୟରିଂ ହାଉସ ରୂପେ କାର୍ଯ୍ୟ କରିବା   ।

ତହବିଲର ପରିଚାଳନା

ତହବିଲର ପ୍ରସ୍ତୁତି :-

ଗୋଟିଏ ସମବାୟ ସମିତି ହୁଏତ, ତାହାର ସଭ୍ୟମାନଙ୍କଠାରୁ ଆସୁଥିବା ଇକ୍ୟୁଟି ମୂଳଧନ , ଜମା, ଋଣପତ୍ର ଋଣ ଏବଂ ଅନ୍ୟାନ୍ୟ ଚାନ୍ଦା  ଉପ-ବିଧିରେ ନିର୍ଦ୍ଧାରିତ ମାତ୍ରା ଓ ସର୍ତ୍ତାବଳୀ ଅନୁଯାୟୀ ପ୍ରସ୍ତୁତ କରିଥାନ୍ତି   ।

ଉଧାର ଗ୍ରହଣ ଉପରେ କଟକଣା :-

ଉପବିଧିରେ ନିର୍ଦ୍ଧାରିତ ପ୍ରକାରେ ଏବଂ ନିର୍ଦ୍ଧାରିତ ସର୍ତ୍ତାନୁଯାୟୀ ଗୋଟିଏ ସମବାୟ ସମିତି ଜମା ପ୍ରସ୍ତୁତ କରିପାରନ୍ତି , ଋଣ ଉଠାଇପାରନ୍ତି ବାହାରୁ ମିଳୁଥିବା ମଞ୍ଜୁରୀ ଗ୍ରହଣ କରିପାରନ୍ତି   ।  ବାହାରୁ ଉଠାଯାଇଥିବା ଜମା ଏବଂ ଋଣ କୌଣସି ସମୟରେ ସଭ୍ୟ  ତହବିଲରୁ ଦଶଗୁଣରୁ ଅଧିକ ହେବ ନାହିଁ  ।

ପାରସ୍ପରିକ ଚୁକ୍ତି  ଅନୁଯାୟୀ ସେପରି କୌଣସି ସର୍ତ୍ତାବଳୀକୁ ଭିତ୍ତିକରି ଗୋଟିଏ ସମବାୟ ସମିତି ହୁଏତ , ସରକାର ଅଥବା ଅନ୍ୟାନ୍ୟ ଅର୍ଥ ସଂସ୍ଥାରୁ ଅର୍ଥ ବା ତହବିଲ ଗ୍ରହଣ କରିପାରନ୍ତି ଏବଂ ସେପରି ସର୍ତ୍ତାବଳୀ ରେ ହୁଏତ , ନିର୍ଦ୍ଦେଶକ ମଣ୍ଡଳୀ ଜଣେ ବିଶେଷଜ୍ଞ ମନୋନୟନ କରିବାକୁ ସରକାର ଏବଂ ଅନ୍ୟାନ୍ୟ ଅର୍ଥଯୋଗାଣକାରୀଙ୍କର ଧାରା  ୧୦(୪) ରେ ଉଲ୍ଲିଖିତ ପ୍ରତିଷେଧକ ଭିତ୍ତି କରି ଅଧିକାର ଅନ୍ତର୍ଭୁକ୍ତ ରହିବ   । ସେପରି ବିଶେଷଜ୍ଞଙ୍କର ସମବାୟ ସମିତିର କାରବାରରେ ଭୋଟ ଦେବାର ଅଧିକାର ରହିବ ନାହିଁ   ।

ଅଂଶ ନିର୍ଣ୍ଣୟ ଉପରେ କଟକଣା :-

କୌଣସି ସଭ୍ୟ କୌଣସି ସମୟରେ ଦେୟ ଇକ୍ୟୁଟି ମୂଳଧନର ୧୦ ଭାଗ ରୁ ଅଧିକ ରଖିପାରିବେ ନାହିଁ   ।

ନୀଟ ଉଦବୃତ୍ତର ବିନିଯୋଗ :-

  1. ଯେକୌଣସି ବର୍ଷରେ ସଭ୍ୟମାନଙ୍କ ସହିତ କାରବାରରୁ ଉଦ୍ଭୁତ ନୀଟି, ଉଦବୃତ୍ତ ମଧ୍ୟରୁ ସମବାୟ ସମିତି, ସେପରି ଉଦବୃତ୍ତ ଶତକଡା  ୨୦ ଭାଗ (୨୦% କମ ନୁହେଁ) ପରିମାଣ ଆନୁକୁଲ୍ୟ ଫେରସ୍ତ ରୂପେ ସଭ୍ୟମାନଙ୍କୁ ବିଳମ୍ବିତ ଅର୍ଥଦାନ କରିବେ ।
  2. ସଭ୍ୟମାନଙ୍କ ଠାରୁ ଉଦ୍ଭବ ନୀଟ ଉଦବୃତ୍ତ ନିମ୍ନଲିଖିତ ପଦ୍ଧତିରେ ଉପଯୋଗ କରାଯିବ   । ଯଥା –
    • ଶତକଡା  ୨୫ ଭାଗ ପର୍ଯ୍ୟନ୍ତ ବୈଧାନିକ ସଂରକ୍ଷିତ ତହବିଲ କୁ ହସ୍ତାନ୍ତରିତ କରାଯିବ  ।
    • ଅଦ୍ଭୁତପୂର୍ବ କ୍ଷତିର ପୂରଣ ନିମନ୍ତେ ଅନ୍ତଃପକ୍ଷେ ୨୫% ଏକ ସଂରକ୍ଷିତ ତହବିଲକୁ ହସ୍ତାନ୍ତରିତ ହେବ ।
    • ଯେଉଁ କ୍ଷେତ୍ରରେ ସମବାୟ ସମିତି, ସମବାୟ ସଂଘର ସଭ୍ୟ ଥିବ ସେ କ୍ଷେତ୍ରରେ ସମବାୟ ସମିତିଗୁ ଡିକ ସମବାୟ ସଂଘ ସହିତ ଶତକଡା ୩ ଭାଗ ସମବାୟ ଶିକ୍ଷା ତହବିଲକୁ ହସ୍ତାନ୍ତରିତ କରିବେ   ।
    • ସାଧାରଣ ସଂଘର ଅନୁସାରେ ଏକସଗ୍ରାସିଆ ପରିମାଣ କର୍ମଚାରୀମାନଙ୍କୁ ଦିଆଯିବ   ।
    • ଅନ୍ତତଃ ପକ୍ଷେ  ୨୦% ଇକ୍ୟୁଟି ରିଡେମ୍ଫସନ ଫଣ୍ଡକୁ ସେପରି ସମବାୟ ସମିତି ଦ୍ଵାରା ହସ୍ତାନ୍ତରିତ କରାଯିବ ।
    • ୫% ପର୍ଯ୍ୟନ୍ତ ସାଧାରଣ ତହବିଲକୁ ହସ୍ତାନ୍ତରିତ ହୋଇପାରେ ଯାହାର ଉଦ୍ଦେଶ୍ୟ ସାଧାରଣ ସଂଘ ଦ୍ଵାରା ସ୍ୱରୂପ ଦିଆଯାଇପାରେ  ।
    • ସାଧାରଣ ସଂଘ ଦ୍ଵାରା ସୃଷ୍ଟି କରାଯାଇଥିବା ସେପରି କୌଣସି ଅନ୍ୟାନ୍ୟ ତହବିଲ ଏକ ସଂରକ୍ଷିତ ଫଣ୍ଡକୁ ବକେୟା ହସ୍ତାନ୍ତରିତ ହେବ  ।
    • ସଭ୍ୟ ଭିନ୍ନ ଅନ୍ୟ ବ୍ୟଙ୍କିଙ୍କର ସେବା ଫଳରେ ଉଦ୍ଭୁତ ଉଦବୃତ୍ତ ସଭ୍ୟମାନଙ୍କର ମଧ୍ୟରେ ବିଭାଜ୍ୟ ହେବ  ।

ନିଅଣ୍ଟିଆ ନିମନ୍ତେ ଦାୟିତ୍ଵ :-

  1. ଯେଉଁ କ୍ଷେତ୍ରରେ ଗୋଟିଏ ସମବାୟ ସମିତିର ଦିଆଯାଇଥିବା ଯେକୌଣସି ବର୍ଷରେ କର୍ମ ସଂପାଦାନରେ ନିଅଣ୍ଟିଆ ହୁଏ ସେ କ୍ଷେତ୍ରରେ ନିର୍ଦ୍ଦେଶକ ମଣ୍ଡଳୀ, ଉକ୍ତ ନିଅଣ୍ଟିଆ ପରିମାଣ ଏବଂ ନିଅଣ୍ଟ ହେବାର କାରଣ ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ କରିବେ ।
  2. ସାଧାରଣ ସଂଘ କାରଣଗୁଡିକୁ ପରୀକ୍ଷା କରିବେ ଏବଂ ଯେଉଁ କ୍ଷେତ୍ରରେ ସମବାୟ ସମିତିର ସାଧାରଣ କର୍ମ ସଂପାଦାନକୁ ନିଆଣ୍ଟିଆ ପଡେ ସେ କ୍ଷେତ୍ରରେ ସାଧାରଣ ସଂଘ ହୁଏତ, ତାହାର ପରୀକ୍ଷାରୁ ଭିତ୍ତିକରି ସଭ୍ୟ ମାନଙ୍କ ଏବଂ ଅଥବା ସମ୍ପୃକ୍ତ ସଂରକ୍ଷିତ ଫଣ୍ଡରୁ, ସଂପୂର୍ଣ୍ଣ ରୂପ ଅଥବା ଆଂଶିକରୂପେ କର୍ମ ସଂପାଦାନ ନିଅଣ୍ଟର ଭରଣା କରିବେ।
  3. ସମବାୟ ସଂଘର ସଭ୍ୟ ଥିବା ଘୋଟିଏ ସମବାୟ ସମିତି ଯାହାର କୌଣସି ଉଦବୃତ୍ତ ନଥାଏ ସେପରି ସମିତି, ସଂଘର ଉପ-ବିଧି ଦ୍ଵାରା ଆବଶ୍ୟକ କରାଯାଉଥିବା ।  ସେପରି କୌଣସି ସର୍ବନିମ୍ନ ପରିମାଣର ଚାନ୍ଦା ସମବାୟ ଶିକ୍ଷା ଫଣ୍ଡକୁ ଦେବେ   ।

ସଂରକ୍ଷିତ ଏବଂ ଅନ୍ୟାନ୍ୟ ଫଣ୍ଡ :-

  1. ଗୋଟିଏ ସମବାୟ ସମିତି ହୁଏତ, ସମବାୟର ଉଦ୍ଦେଶ୍ୟ ନିମନ୍ତେ ବୈଧ ଏବଂ ବିଧିବହିଃଭୁର୍ତ ସଂରକ୍ଷିତ ଫଣ୍ଡ ଓ ଅନ୍ୟାନ୍ୟ ଫଣ୍ଡ ସୃଷ୍ଟି କରିପାରନ୍ତି ।
  2. ଯେଉଁ ଉଦ୍ଦେଶ୍ୟ ନିମନ୍ତେ ସଂରକ୍ଷିତ ଏବଂ ଅନ୍ୟାନ୍ୟ ଫଣ୍ଡ ସୃଷ୍ଟି ସେହି ଉଦ୍ଦେଶ୍ୟରେ ଆବଶ୍ୟକତାନୁଯାଯୀ ଉକ୍ତ ଫଣ୍ଡ ବ୍ୟବହୃତ ହେବ କିନ୍ତୁ ଅନ୍ୟଥା ସମବାୟ ସମିତିର କାରବାରରେ ମଧ୍ୟ ବ୍ୟବହୃତ ହୋଇପାରେ । ବ୍ୟାଙ୍କ ହାର ସହ ସମାନ ହାରରେ ବାର୍ଷିକ ସୁଧ ସେପରି ଫଣ୍ଡର ଏକାଉଣ୍ଟରେ ବାର୍ଷିକ ଜମା ଦିଆଯିବ ।
  3. ସମବାୟ ସମିତି ତାହାର ସଭ୍ୟ, କର୍ମଚାରୀ ଏବଂ ନିର୍ଦ୍ଦେଶକମଣ୍ଡଳୀର ଶିକ୍ଷା ଓ ପ୍ରଶିକ୍ଷଣ ନିମନ୍ତେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ସମବାୟ ସମିତି ଫଣ୍ଡ ବ୍ୟବସ୍ଥା କରିବେ ।

କାରବାରର ବାହାରୁ ଆସୁଥିବା ଫଣ୍ଡର ବିନିଯୋଗ :-

ସମବାୟ ସମିତି ଦ୍ଵାରା ବ୍ୟବହୃତ ନିମନ୍ତେ ଆବଶ୍ୟକ ହେଉନଥିବା ସେପରି ଫଣ୍ଡ ତାହାର କାରବାର ବିନିଯୋଗ ଅଥବା ଜମା କରାଯାଇପାରେ ।  ଯଥା-

  • ସ୍ଥାନୀୟ ସଞ୍ଚୟ ବ୍ୟାଙ୍କରେ
  • ଭାରତୀୟ ନ୍ୟାସ ଆଇନ, ୧୯୮୨ ର ଦଫା ୨୦ରେ ଉଲ୍ଲିଖିତ ଯେକୌଣସି ସିକ୍ୟୁରୀଟିରେ  ।
  • ଅନ୍ୟ କୌଣସି ସମବାୟ ସମିତି ସିକ୍ୟୁରୀଟିରେ  ।
  • ସ୍ଥାନୀୟ ସମବାୟ ଏବଂ ଜାତୀୟକାରଣ ବ୍ୟାଙ୍କରେ   ।
  • ଯେଉଁ ସଙ୍ଘିୟ ସମବାୟ ସମବାୟ ସମିତିର ସଭ୍ୟ , ସେହି ସଙ୍ଘିୟ ସମବାୟ ସମିତିରେ

ଚାନ୍ଦା ଦାନ ଉପରେ ପ୍ରତିଷେଧ :-

ଯେକୌଣସି ରାଜନୈତିକ ଦଳ ଅଥବା ଯେ କୌଣସି ଧର୍ମବିଶ୍ଵାସର ସ୍ଵାର୍ଥର ଉନ୍ନତିସାଧନ ଉଦ୍ଦେଶ୍ୟ ସହିତ ସମ୍ପୃକ୍ତ କୌଣସି ଅନୁଷ୍ଠାନ ବା ସଂସ୍ଥାକୁ ପ୍ରତ୍ୟେକ୍ଷଭାବରେ ହେଉ ଅଥବା ଅପ୍ରତ୍ୟକ୍ଷଭାବରେ ଅର୍ଥ ଆକାରରେ ଏବଂ ପ୍ରକାର ଆକାରରେ କୌଣସି ସମବାୟ ସମିତି ଚାନ୍ଦା ଦାନ କରିପାରିବେ ନାହିଁ  ।

ଆଧାର – ଦ ଲ ହାଉସ

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate