অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମିତି ସଂପତ୍ତି ଏବଂ ଫଣ୍ଡସ(ତହବିଲ)

ନିୟମ ୪୪. ସଂରକ୍ଷିତ ଫଣ୍ଡରୁ ବିନିଯୋଗ ଏବଂ ଉଦ୍ଦେଶ୍ୟ

  1. ସଂରକ୍ଷିତ ଫଣ୍ଡ ଯଦି କୌଣସି ସମିତି ଦ୍ଵାରା ସଂରକ୍ଷିତ ହୋଇଥାଏ କିମ୍ବା ସଂରକ୍ଷିତ ଫଣ୍ଡର ରକ୍ଷଣାବେକ୍ଷଣା ଦାୟିତ୍ଵ ଯଦି କୌଣସି ସମିତି ଦ୍ଵାରା କରାଯାଉଥିବା, ତେବେ ସେଭଳି ସଂରକ୍ଷିତ ଫଣ୍ଡର ସମସ୍ତ ରକ୍ଷଣାବେକ୍ଷଣା ଦାୟିତ୍ଵ ସେଭଳି ସମିତି ବହନ କରିବା ସଙ୍ଗେ ସଙ୍ଗେ ଅଦୃଷ୍ଟପୂର୍ବ କ୍ଷତି ମଧ୍ୟ ବହନ କରିବେ ।  କୌଣସି ସଦସ୍ୟ ସଂରକ୍ଷିତ ଫଣ୍ଡର ଅଂଶ ପାଇଁ ଦାବି କରିପାରିବେ ନାହିଁ  ।
  2. ଏକ ଜମା ସମିତି ତାହାର ସଂରକ୍ଷିତ ଫଣ୍ଡ, କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବିନିଯୋଗ କରିବେ ।
  3. ନିବନ୍ଧକଙ୍କ ପୂର୍ବୋକ୍ତ ଅନୁମୋଦନ ବ୍ୟତୀତ କୌଣସି ସମିତି, ତାହାର ସଂରକ୍ଷିତ ଫଣ୍ଡରୁ ଅର୍ଥ ଉଠାଇ ପାରିବେ ନାହିଁ କିମ୍ବା ବନ୍ଧକ ଦେଇ ପାରିବେ ନାହିଁ, କିମ୍ବା ସଂରକ୍ଷିତ ଫଣ୍ଡର କିଛି ଅଂଶ ବିନିଯୋଗ କରି ପାରିବେ ନାହିଁ ।
  4. ଯଦି କୌଣସି ସମିତି ତାହାର ଋଣ ପରିଶୋଧ କରିଥାଏ ତେବେ ସମିତିର ସଂରକ୍ଷିତ ଥିବା ଫଣ୍ଡ ନୀଟ ବକେୟା ପ୍ରତି ଉପଯୋଗ କରିଯିବା ସଙ୍ଗେ ସଙ୍ଗେ ଉଦବତ୍ତ ଫଣ୍ଡସ ୭୬ ଧାରାନୁଯାୟୀ ଉପଯୋଗ କରାଯିବ ।
    • ଏକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ତାହାର ସଂରକ୍ଷିତ ଫଣ୍ଡ ଓଡିଶା ସମବାୟ ବ୍ୟାଙ୍କ ଲିମିଟେଡରେ ବିନିଯୋଗ କରିବେ ।

ସଂଶୋଧନ – ୧୯୯୭

ନିୟମ ୪୪ର ସଂଯୋଗ –

କଥିତ ନିୟମାବଳୀର ନିୟମ ୪୪ ପରେ ନିମ୍ନଲିଖିତ ନିୟମ ସନ୍ନିବିଷ୍ଟ ହେବା । ଯଥା – “୪୪ – କ. ଧାରା ୩୪ (୨) ଅନୁଯାୟୀ ଭାର, ଦେୟ, ପ୍ରଭାର, ଭରଣ ଚାର୍ଯ୍ୟ ସୃଷ୍ଟି କରିବାକୁ ଘୋଷଣା କରାଯିବ ( Declaration to be made for creating charge under section 34 (2) – ଜଣେ ସଭ୍ୟ ଯେ କି ଋଣ ପାଇଁ ଏକ ସମିତିରୁ ଆବେଦନ କରିଥିବେ, ସେ ତାଙ୍କର ଜମି ଅଥବା ଅନ୍ୟାନ୍ୟ ଅଚଳନ୍ତି ସମ୍ପତ୍ତି ଅଥବା ସେପରି କୌଣସି ଜମି ଅଥବା ସମ୍ପତ୍ତି ଉପରେ ତାଙ୍କର ସ୍ଵାର୍ଥ ବା ହିତରେ ସମିତି ସପକ୍ଷରେ ଚାର୍ଜ ସୃଷ୍ଟି କରିବା ଅନୁସୂଚୀ – ଗରେ ଏକ ଘୋଷଣା କରିବେ ।“ (ଏସ.ଆର.ଓ ସଂଖ୍ୟା  ୧୭/୯୭, ତା,୨୩.୦୪.୧୯୯୭)

ନିୟମ ୪୫. ସମବାୟ ଶିକ୍ଷା ଫଣ୍ଡ

ପ୍ରତ୍ୟେକ ସମବାୟ ସମିତି ଆୟ କରୁଥିବା ନୀଟ ଲାଭ ନିମ୍ନଲିଖିତ ମତେ ଆଇନର ୫୬ ଧାରାର ଉପଧାରା ୩ ଅନୁଯାୟୀ ଗଠିତ ହୋଇଥିବା ସମବାୟ ଶିକ୍ଷା ଫଣ୍ଡକୁ ଦାନ କରିବେ, ଯଥା–

  1. ନୀଟ ଲାଭ ଯଦି ଟ ୧,୦୦୦ ଟଙ୍କାରୁ କମ ଥାଏ,  ଶୂନ
  2. ନୀଟ ଲାଭ ଟ ୧,୦୦୦ଟଙ୍କାରୁ ଅଧିକ ହେଲେ ଏବଂ ଲାଭାଂଶ ଶତକଡା  ୪ ରୁ କମ ହେଲେ ନୀଟ ଲାଭର ଶତକଡା  ୨ ୧/୨
  3. ନୀଟ ଲାଭ ଟ ୧,୦୦୦ ଟଙ୍କାରୁ ଅଧିକ ହେଲେ ଏବଂ ଲାଭାଂଶ ଶତକଡା ୪ କିମ୍ବା ଅଧିକ ହେଲେ  ନୀଟ ଲାଭର ଶତକଡା  ୪ ।

ସଂଶୋଧନ - ୧୯୯୭

ନିୟମ ୪୫ର ସଂଶୋଧନ-

କଥିତ ନିୟମାବଳୀର ନିୟମ  ୪୫  ନିମନ୍ତେ ନିୟମ ପ୍ରତିସ୍ଥାପିତ ହେବ   । ଯଥା –

“ ୪୫. ସମବାୟ ଶିକ୍ଷା ତହବିଲ -

  1. ପ୍ରତ୍ୟେକ ସମିତି ଚାନ୍ଦା ସ୍ୱରୂପ ଆଇନ ଧାରା  (୫୬) ଉପଧାରା (୩) ଅନୁଯାୟୀ ସରକାରଙ୍କ ଦ୍ଵାରା ଉଲ୍ଲିଖିତ ପ୍ରକାରେ ଅର୍ଥ ରାଜ୍ୟ ସମବାୟ ସଂଘରେ ଥିବା ସମବାୟ ଶିକ୍ଷା ତହବିଲକୁ ସମବାୟ ବର୍ଷ ଶେଷ ହେବା ତାରିଖରୁ ୩ ମାସ ମଧ୍ୟରେ ପଠାଇବେ ।  ଯଦି କୌଣସି କ୍ଷେତ୍ରରେ ଏକ ସମିତି ନୀଟ ଲାଭର ୪ ପ୍ରତିଶତ ଚାନ୍ଦା ସ୍ୱରୂପ ଦେଇଛନ୍ତି ଏବଂ ସରକାର ଉପରୋକ୍ତ ପ୍ରତିସତର ଅଧିକ ଅର୍ଥ ଉଲ୍ଲିଖିତ କରିଛନ୍ତି, ତେବେ ପ୍ରତ୍ୟେକ ସମିତି ଉକ୍ତ ଅଧିକ ଅର୍ଥ, ସମିତି ଦ୍ଵାରା ଅଡିଟ ରିପୋର୍ଟ ପ୍ରାପ୍ତ କରିବା ତାରିଖରୁ ୩ ମାସ ମଧ୍ୟରେ ରାଜ୍ୟ ସମବାୟ ସଂଘକୁ ପଠାଇବେ ।
  2. ସମବାୟ ଶିକ୍ଷା ତହବିଲର ପରିଚାଳନା ଉଦ୍ଦେଶ୍ୟରେ ନିମ୍ନଲିଖିତ ୫  ଜଣ ସଭ୍ୟଙ୍କୁ ନେଇ ଏକ କମିଟି ଗଠିତ ହେବ  । ଯଥା –
  3. ସମୟକୁ  ସମୟ ରାଜ୍ୟ ସରକାରଙ୍କ ଯେପରି କୌଣସି ନିର୍ଦ୍ଦେଶକୁ ଭିତ୍ତିକରି ତହବିଲ ହୁଏତ ନିମ୍ନଲିଖିତ ଯେକୌଣସି ଅଥବା ସମସ୍ତ ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରେ । ଯଥା-
  4. ପ୍ରତ୍ୟେକ ସମବାୟ ବର୍ଷ ଶେଷ ହେବାର 6 ମାସ ସମୟ ମଧ୍ୟରେ ବାର୍ଷିକ ମହା- ସମୀକ୍ଷକ ଙ୍କ ଦ୍ଵାରା ତହବିଲ ଅଡିଟ କରାଯିବ ଏବଂ ଅଡିଟ ରିପୋର୍ଟ ନକଲମାନ ଉପ- ନିୟମ (2) ଅନୁଯାୟୀ ଗଠିତ କମିଟି,  ସମବାୟ, ସଂଘର କମିଟି ନିବନ୍ଧକ ଏବଂ ରାଜ୍ୟ ସରକାରଙ୍କୁ ଦିଆଯିବ  ।(ଏସ.ଆର.ଓ ସଂଖ୍ୟା  ୧୭/୯୭, ତା,୨୩.୦୪.୧୯୯୭)
    • ରାଜ୍ୟ ସମବାୟ ସଂଘର ସଭାପତି (ପ୍ରେସିଡେଣ୍ଟ) ସଭାଧ୍ୟକ୍ଷ (ଚେୟାରମ୍ୟାନ)
    • ନିବନ୍ଧକଙ୍କ ଜଣେ ମନୋନୀତ ବ୍ୟକ୍ତି – ସଭ୍ୟ
    • ଏକ ଶୀର୍ଷ ସମିତିର ଜଣେ ପ୍ରତିନିଧି – ସଭ୍ୟ
    • କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଜଣେ ପ୍ରତିନିଧି – ସଭ୍ୟ
    • ରାଜ୍ୟ ସମବାୟ ସଂଘର ସଚିବ- ସଦସ୍ୟ (କର୍ମ ସଚୀବ)
      • ସମବାୟ ନୀତି ଏବଂ ବୈଧ କାର୍ଯ୍ୟପଦ୍ଧତି ବା ପ୍ରଥାନୁସାରେ ସମିତିର ସଭ୍ୟ ପଦଧିକାରୀ, କର୍ମଚାରୀଙ୍କୁ ଶିକ୍ଷା ପ୍ରଦାନ କରି ।
      • ନୂତନ ପ୍ରକାର ସମିତିଗୁଡିକର ଉନ୍ନୟନ କରି ।
      • ସମବାୟ ସମିତି ସମୂହର ଉନ୍ନତି ବା ଅଭିବୃଦ୍ଧି କରି ।
      • ସାଧାରଣରେ ସମବାୟ ଆନ୍ଦୋଳନର ବିକାଶ କରି ।
      • ସମବାୟ ପ୍ରଚାର କରି ।
      • ସମବାୟ ଆନ୍ଦୋଳନ ସମ୍ପର୍କୀୟ ପୁସ୍ତକ ଅଥବା ପତ୍ରିକା ବ ରୋଜନାମର ପ୍ରକାଶନ କରି।
      • ସମବାୟ ଆନ୍ଦୋଳନ କ୍ଷେତ୍ରରେ ଗବେଷଣାର ପରିଚାଳନା ଏବଂ ମୂଲ୍ୟାଙ୍କନ କରି ।
      • ସମବାୟ ଆନ୍ଦୋଳନର ପ୍ରଶଂସନୀୟ ସେବା ଦେବା ନିମନ୍ତେ ପୁରସ୍କାର ପ୍ରଦାନ କରି।

ନିୟମ ୪୬ ଏବଂ ୪୭

ନିୟମ ୪୬. ଲାଭାଂଶର ଦାନ ବା ଶୋଧନ

କମିଟି ଓ ସାଧାରଣ ବୈଠକ ଯଥାକ୍ରମେ ସୁପାରିସ ଓ ଅନୁମୋଦନ ନ କରିବା ପର୍ଯ୍ୟନ୍ତ ସମିତି ଲାଭାଂଶକୁ ପ୍ରଦତ୍ତ କରିପାରିବ ନାହିଁ ।

ପରନ୍ତୁ କମିଟିର ସୁପାରିସ ଫଳରେ ସାଧାରଣ ବୈଠକ ଲାଭାଂଶର ହାରକୁ ହ୍ରାସ କରିପାରନ୍ତି, କିନ୍ତୁ ଲାଭାଂଶର ହାରକୁ ବର୍ଦ୍ଧିତ କରିବାପାଇଁ ସାଧାରଣ ବୈଠକର କ୍ଷମତା ନାହିଁ   ।

ନିୟମ  ୪୭. ଅତିରିକ୍ତ ଲାଭାଂଶ (ବୋନସ) ଦେବା ଉପରେ କଟକଣା

  1. ୫୬  ଧାରା ଉପଧାରା ୨ ପ୍ରକରଣ ବା ବ୍ୟାକ୍ୟାଂଶ (ଙ) ଅନୁଯାୟୀ ଦିଆଯାଉଥିବା କୌଣସି ବର୍ଷ ଅତିରିକ୍ତ ଲାଭାଂଶ (ବୋନସ), ୩ ମାସର ମୂଳ ବେତନରୁ ଅଧିକ ହେବନାହିଁ ।
  2. ୫୬ ଧାରାସ୍ଥ, ଉପ- ଧାରା ୨ ର ପ୍ରକରଣ ବା ବ୍ୟାକ୍ୟାଂଶ “ଚ”  ଅନୁଯାୟୀ ଦିଆଯାଉଥିବା କୌଣସି ବର୍ଷର ବୋନସ,  ଉପରୋକ୍ତ ଧାରାର ବ୍ୟାକ୍ୟାଂଶ “ଙ” ଅନୁଯାୟୀ ଦିଆଯାଉଥିବା ବୋନସରେ ଅର୍ଦ୍ଧେକ ହେବ ।

ନିୟମ ୪୮. ଫଣ୍ଡ ର ବିନିଯୋଗ

  1. କାରବାରରେ ବିନିଯୋଗ କରାଯାଉ ନ ଥିବା ସମିତିର ଫଣ୍ଡ ୫୭ ଧାରାରେ ନିର୍ଦ୍ଧିଷ୍ଟ କରାଯାଇଥିବା ବିଷୟବସ୍ତୁ ସହିତ ନିମ୍ନଲିଖିତ ମତେ ବିନିଯୋଗ କରାଯିବ, ଯଥା -
    • ନିବନ୍ଧତଙ୍କ ପୂର୍ବୋକ୍ତ ମଞ୍ଜୁରୀ  ଦ୍ଵାରା ଜମି ପଟ୍ଟା ନେବା ସଙ୍ଗେ ସଙ୍ଗେ  କ୍ରୟ କରାଯାଇପାରିବ, କୌଣସି କୋଠା  ନିର୍ମାଣ କରାଯାଇପାରିବ  ।  ତାହା  ସମିତିରନେଣ ଦେଣ – କାରବାରରେ ଆବଶ୍ୟକ କରାଯାଇପାରେ । ପରନ୍ତୁ, ବିଲଡିଙ୍ଗ  ଫଣ୍ଡରୁ (ଯଦିଥାଏ) ଯଦି ସମସ୍ତ ଖର୍ଚ୍ଚ ବହନ କରାଯାଏ  ତେବେ ନିବନ୍ଧକଙ୍କ କୌଣସି ମଞ୍ଜୁର ୫୬  ଧାରାର (୨) ଉପଧାରାସ୍ଥ ପ୍ରକରଣ (ଗ) ଅନୁଯାଇ ଆବଶ୍ୟକ ଦ୍ଵାରା ।
    • ଅନାଦେୟ ଅର୍ଥର ପୁନଃପ୍ରାପ୍ତି ନିମନ୍ତେ ଡିଗ୍ରୀ ସଂପାଦିତ ଅଚଳନ୍ତି ସମ୍ପତ୍ତିର ବିକ୍ରୟ ସମୟରେ ସମିତି ସେଭଳି ଅଚଳନ୍ତି ସମ୍ପତ୍ତି କ୍ରୟ ଦ୍ଵାରା;
    • ଡିଗ୍ରୀ ସମ୍ପାଦିତ ହୋଇ ସିଦ୍ଧାନ୍ତ ହେଲା ପରେ ବିକ୍ରୟ ସମୟରେ ଅର୍ଥଯୋଗାଣ ବ୍ୟାଙ୍କ ଦ୍ଵାରା କ୍ରୟ କରାଯାଇଥିଲେ, ତାହା ସମିତି, କୌଣସି ଅର୍ଥର ପୁନଃପ୍ରାପ୍ତି ଗ୍ରହଣ କରିପାରନ୍ତି ଅଥବା ବିକ୍ରୟ ସମୟରେ ଯେଭଳି ସମିତି ଓ ନିକାସକାରୀଙ୍କ ଦ୍ଵାରା ଆଦାୟ ଦ୍ଵାରା ।
    • ଏହାର ଉପ- ନିୟମାବଳୀ ଯେଉଁ ସମିତିର ଉଦ୍ଦେଶ୍ୟ ହେଉଛି ଏକ କୋଠାଘର ଖରିଦ,  ନିଲାମ, ନିର୍ମାଣ, ଓ ଅନୁମୋଦନ ସେହି କୋଠାଘରର ଖରିଦ କିମ୍ବା ନିଲାମ ଅଥବା ଖରିଦ କିମ୍ବା ନିର୍ମାଣ ଅଥବା ଅନୁମୋଦନ  ।
  2. ବିନିଯୋଗ କରାଯାଇଥିବା ଫଣ୍ଡର ପରିମାଣ ପ୍ରତ୍ୟେକ କ୍ଷେତ୍ରରେ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରିତ ରୀତିରେ ଭରଣା କରାଯିବ  । ପ୍ରକାଶଥାଉକି, ଯେତେବେଳେ ସମିତି ତାହର ବିଲଡିଙ୍ଗ ଫଣ୍ଡରୁ ଅର୍ଥ ବିନିଯୋଗ କରିଥିବ, ସେତେବେଳେ ଏହି ନିୟମାନୁଯାୟୀ ବିନିଯୋଗ କରାଯାଇଥିବା ପରିମାଣ ଭରଣାରେ ଆଦାୟ କରାଯିବା ଆବଶ୍ୟକ ହେବନାହିଁ   ।
  3. ଯଦି ସମିତି କିମ୍ବା କୌଣସି ସମିତିର କୌଣସି ଅଫିସର ଅଥବା ସଦସ୍ୟ ବିନିଯୋଗ କରାଯାଇଥିବା ଫଣ୍ଡ, ସମିତିର କାରବାରରେ ବିନିଯୋଗ ଣ କରି ସମବାୟ ସମିତି ଆଇନ ୫୬  ଏହା ଏହି ନିୟମରେ ଲିପିବଦ୍ଧ କରାଯାଇଥିବା ରୀତି ଅନୁଯାୟୀ ବିନିଯୋଗ କରେ,  ତେବେ ତାହା ଆଇନର ୧୧୫ ଧାରାନୁଯଯାଇ ଅପରାଧ ବୋଲି ମନେ କରାଯିବ ।

ନିୟମ ୪୯. ସମିତି ଗ୍ରହଣ କରୁଥିବା ଋଣ ଉପରେ ପ୍ରତିବନ୍ଧକ ବ୍ୟବସ୍ଥା

  1. ସମୟ ସମୟରେ ନିବନ୍ଧକଙ୍କ ଦ୍ଵାରା ସ୍ଥିର କରାଯାଇଥିବା ମାତାଠାରୁ ଅଧିକ ପରିମାଣରେ ଋଣ ସମିତି, ଅମାନତ ଓ ଋଣ ଆକାରରେ ଗ୍ରହଣ କରିପରିବେ ନାହିଁ ।
  2. ଅର୍ଥଯୋଗାଣ ବ୍ୟାଙ୍କର ସଦସ୍ୟ ରୂପେ ଅପରିମିତ ଦାୟିତ୍ଵରେ ଥିବା ସମିତି ଅର୍ଥଯୋଗାଣ ବ୍ୟାଙ୍କର ଅନୁମତି ବିନା ରାଜ୍ୟ ସରକାର ଭିନ୍ନ କୌଣସି ଅଣସଦସ୍ୟଙ୍କଠାରୁ ଅମାନତ ଓ ଋଣ ଆକାରରେ ଋଣ ଗ୍ରହଣ କରିପାରିବେ ନାହିଁ । ଯେତେବେଳେ ସମିତି ଅର୍ଥଯୋଗାଣକାରୀ ବ୍ୟାଙ୍କର ସଦସ୍ୟ ନଥିବେ, ସେତେବେଳେ ନିବନ୍ଧକଙ୍କ ଅନୁମତି ବିନା ସମିତି ଜମା ଓ ଋଣ ଆକାରରେ ଋଣ ଗ୍ରହଣ କରିପାରିବେ ନାହିଁ ।
  3. ଉପରୋକ୍ତ ପ୍ରତିବନ୍ଧକ ବ୍ୟବସ୍ଥାକୁ ଭିତ୍ତିକରି ସମିତି ସଦସ୍ୟ ଓ ଅଣ ସଦସ୍ୟମାନଙ୍କଠାରୁ ନିବନ୍ଧକ ସ୍ଥିର କରୁଥିବା ନିର୍ଦ୍ଧିଷ୍ଟ ଅମାନତ ଗ୍ରହଣ କରିପାରେ, ପରନ୍ତୁ ଏହା ସୁନିଶ୍ଚିତ ଯେ ସବୁ ସମୟରେ ଦକ୍ଷ ପରିଚାଳନା ଆବଶ୍ୟକ ଏବଂ ୫୦ ନିୟମାନୁଯାଇ ନିବନ୍ଧକଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯାଇଥିବା ମାନ ଅନୁଯାୟୀ ପର୍ଯ୍ୟାପ୍ତ ତରଳ ସମ୍ବଳ ରକ୍ଷଣାବେକ୍ଷଣା ଦାୟିତ୍ଵ ଗ୍ରହଣ କରାଯିବ  ।
  4. ୬୨ ନିୟମାନୁଯାଇ ନିବନ୍ଧକଙ୍କ ଦ୍ଵାରା କରାଯାଇଥିବା ମାନ ଅନୁଯାଯାଇ ତରଳ ସମ୍ବଳ ନିମନ୍ତେ ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରିଥିବା ଓ ସୀମିତ ଦାୟିତ୍ଵରେ ଥିବା ପ୍ରତ୍ୟେକ ସମିତି,  ଗୌଣ, ଉପବିଧିକୁ ଭିତ୍ତିକରି ଜମା(ଅମାନତ) ନିମନ୍ତେ ସମିତି ଦ୍ଵାରା ଗଠନ କରାଯାଇଆଥିବା ଓ ନିବନ୍ଧକଙ୍କ ଦ୍ଵାରା ଅନୁମୋଦନ ପ୍ରାପ୍ତ ହୋଇଥିବା ସଞ୍ଚୟ ଅଧିକୋଷ (ସଞ୍ଚୟ ବ୍ୟାଙ୍କ) ଅମାନତ, ଉଭୟ ସଦସ୍ୟ ଓ ଅଣସଦସ୍ୟମାନଙ୍କଠାରୁ ଗ୍ରହଣ କରିପାରନ୍ତି ।
  5. ଏକ ସମିତି ମିତବ୍ୟୟ  ହିସାବ ଆରମ୍ଭ କରି ତାହାର ସଦସ୍ୟମାନଙ୍କ ମଧ୍ୟରେ ମିତବ୍ୟୟ  ସମ୍ପର୍କରେ ଉତ୍ସାହ  ହେବା ସଙ୍ଗେ  ଉପ-ବିଧି ଅନୁଯାୟୀ ମିତ ବ୍ୟୟ- ଅମାନତ (ଜମା) ଗ୍ରହଣ  କରିପାରନ୍ତି  ।
  6. କୌଣସି ସମିତି ନିବନ୍ଧକଙ୍କ  ଅନୁମତି ବ୍ୟତୀତ ଚଳନ୍ତି ଅମାନତ ହିସାବ କାରବାର କାର୍ଯ୍ୟଭାର ଗ୍ରହଣ କରି ପାରିବେ  ନାହିଁ,  ଏବଂ  ଯେ ପର୍ଯ୍ୟନ୍ତ ନିବନ୍ଧକ ସମିତିର ସ୍ଥାୟିତ୍ଵ ତଥା ନିୟମାନୁଯାୟୀ ନିର୍ଦ୍ଧାରିତ, ଯଥେଷ୍ଟ ତରଳ ସମ୍ବଳର ବ୍ୟବସ୍ଥା ବିଷୟରେ ହୃଦୟଙ୍ଗମ ନ କରୁଛନ୍ତି,  ସେପର୍ଯ୍ୟନ୍ତ ନିବନ୍ଧକ ଅନୁମତି ପ୍ରଦାନ କରିପାରିବେ ନାହିଁ ।
  7. କେବଳ ସଦସ୍ୟମାନଙ୍କ ଠାରୁ ଅମାନତ  ଓ ଋଣ ଗ୍ରହଣ କରୁଥିବା  ସମିତି ଏବଂ  ସଦସ୍ୟ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କର ନଥିବା ସମିତି, ଉପ- ନିୟମ ୧ରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିମାଣଠାରୁ ଅଧିକ ପରିମାଣରେ ଋଣ ଗ୍ରହଣ କରିପାରନ୍ତି  । ଯଦି ସେଭଳି ଅଧିକା ପରିମାଣ ଏକ ବ୍ୟାଙ୍କ (ଯେଉଁଥିରେ ସମିତି ଅନ୍ତର୍ଭୁକ୍ତ) ରେ ଜମା କରାଯାଏ ଅଥବା ଭାରତୀୟ ନୈତିକ ଦାୟିତ୍ଵ ଟ୍ରଷ୍ଟ ଆଇନ, ୧୮୮୨ର ୨୦ ଦଫାରେ ଉଲ୍ଲେଖ କରାଯାଇଥିବା ସିକ୍ୟୁରେଟ ରୂପେ ଅଥବା ସରକାରଙ୍କ ଠାରୁ ଜମା କରଯାଏ, ତେବେ ସେଭଳି ସମିତି ଉପରୋକ୍ତ ଅଧିକ ପରିମାଣ ଗ୍ରହଣ  କରିପାରନ୍ତି ।

ପ୍ରକାଶଥାଉକି, ଜମା କରାଯାଇଥିବା ପୂର୍ବୋକ୍ତ ଅଧିକ ପରିମାଣରେ ପରିଶୋଧ ବ୍ୟତୀତ ଜମା ତଥା ବିନିଯୋଗ କରାଯାଇଥିବା ପରିମାଣ ଅଥବା ତାହାର କିଛି ଅଂଶ ଅପସରନ କରିପାରିବ ନାହିଁ ।

ନିୟମ ୫୦ ଏବଂ ୫୧

ନିୟମ ୫୦.ତରଳ ସମ୍ବଳର ରକ୍ଷଣାବେକ୍ଷଣା ଦାୟିତ୍ଵ

ନିବନ୍ଧକ ସମୟ ସମୟ ସାଧାରଣ ଓ ବିଶେଷ ଆଦେଶ ଦ୍ଵାରା ନିର୍ଦ୍ଧାରିତ କରିଥିବା ମାନ ଅନୁଯାୟୀ ପ୍ରତ୍ୟେକ ସମିତିମ  ତରଳ ସମ୍ବଳର ରକ୍ଷଣାବେକ୍ଷଣ ଦାୟିତ୍ଵ ବହନ କରିବେ ।

ନିୟମ ୫୧. ଋଣ ନିମନ୍ତେ ଦରଖାସ୍ତ

  1. କମିଟିର ଆବଶ୍ୟକତା ଅନୁଯାୟୀ ଋଣ ନିମନ୍ତେ ଦାଖଲ କରାଯାଉଥିବା ଆବେଦନ ପତ୍ର  (ଦରଖାସ୍ତ ) ନିର୍ଦ୍ଧାରିତ ଫାରମରେ କରାଯିବ ଏବଂ ଋଣ କେଉଁ ଉଦ୍ଦେଶ୍ୟରେ ଆବଶ୍ୟକ କରାଯାଉଛି,  ତାହାର ସଠିକ ବିବରଣୀ ଆବେଦନପତ୍ରରେ ଉଲ୍ଲେଖ କରିବେ  ।
  2. ଋଣ ନିମନ୍ତେ ଦରଖାସ୍ତ କରୁଥିବା ସଦସ୍ୟ ଉପବିଧିରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିଶୋଧ ଅନୁଯାୟୀ ପରିଶୋଧ କରିବେ  ।
  3. ପ୍ରାଥମିକ ସମିତିର ସଦସ୍ୟ ଯଦି ଋଣ ନିମନ୍ତେ ଦରଖାସ୍ତ କରନ୍ତି, ତେବେ ସେଭଳି ସଦସ୍ୟ ନିମ୍ନଲିଖିତ ମତେ ତାଙ୍କର ପୂର୍ଣ୍ଣ ବିବରଣୀ ଦେବେ, ଯଥା-
    • ସମ୍ପତ୍ତି ଏବଂ ଋଣ
    • ବାର୍ଷିକ ଋଣ
    • ବାର୍ଷିକ  ବ୍ୟୟ ସହିତ ପୂର୍ବୋକ୍ତ ଋଣର ମୂଳଧନ ଏବଂ ସୁଧ, ଏବଂ
    • ଋଣର ପୁନଃ ପରିଶୋଧ ନିମତନେ ପ୍ରାପ୍ୟ ଉଦବୃତ୍ତ ।

ନିୟମ ୫୨ ଏବଂ ୫୩

ନିୟମ ୫୨. ଋଣ ନିମନ୍ତେ ବନ୍ଧକ

ପ୍ରତ୍ୟେକ ଋଣ ନିମନ୍ତେ ଏକ ସଦସ୍ୟ, ଉପ-ବିଧି ଓ କମିଟିର ଆବଶ୍ୟକତାନୁଯାୟୀ ସେଭଳି ବନ୍ଧକ ଦାଖଲ କରିବେ  ।

ନିୟମ ୫୩. ପୁନଃ ପରିଶୋଧର ସମୟ ଏବଂ ଋଣ ମଞ୍ଜୁର କରିବା ଉପରେ ପ୍ରତିଷେଧ ବ୍ୟବସ୍ଥା

  1. ଅର୍ଥଯୋଗାଣ ବ୍ୟାଙ୍କ ଓ ଜମା ସମିତି ଉପବିଧିର ବ୍ୟବସ୍ଥାନୁଯାୟୀ ପୁନଶ୍ଚ ଋଣ ପରିଶୋଧ କରିପାରିବେ,  କିନ୍ତୁ ଏହା କୌଣସି କ୍ଷେତ୍ରରେ ୫ବର୍ଷରୁ ଅଧିକ ହେବ ନାହିଁ  । ଉଲ୍ଲେଖ  ଥାଉକି  ଅଚଳନ୍ତି ସଂପତ୍ତିର ବନ୍ଧକ ଉପରେ କେବଳ  ଦୀର୍ଘ ମିଆଦ ଋଣ ମଞ୍ଜୁର କରୁଥିବା ଭୂ- ଉନ୍ନୟନ ବ୍ୟାଙ୍କ କିମ୍ବା କୌଣସି ସମବାୟ ସମିତି କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହେବ ନାହିଁ ।
  2. ଅଚଳନ୍ତି ସଂପତ୍ତି ଉପରେ କେବଳ ଦୀର୍ଘ ମିଆଦ ଋଣ ମଞ୍ଜୁର କରୁଥିବା ବନ୍ଧକ ବ୍ୟାଙ୍କ ଅଥବା ଯେକୌଣସି ଗୋଟିଏ ସମିତି ଭିନ୍ନ ଅର୍ଥଯୋଗାଣ ବ୍ୟାଙ୍କ ଅଥବା ଜମା ସମିତି କେତେ ପରିମାଣରେ ଋଣ ପ୍ରଦାନ କରି ପାରିବେ,  ତାହା ନିବନ୍ଧକ କ୍ଷମତା ବଳରେ ସାଧାରଣ ଓ ବିଶେଷ ତଥା ଲିଖିତ ଆଦେଶ ଦ୍ଵାରା ସ୍ଥିର କରିବେ  ।  ଅର୍ଥଯୋଗାଣ ବ୍ୟାଙ୍କ ତଥା ଜମା ସମିତି ଦ୍ଵାରା ସ୍ୱଳ୍ପ ମିଆଦ ଋଣ ତଥା ସ୍ୱଳ୍ପ ମିଆଦ ଋଣ ପ୍ରଦାନ କରାଯାଇପାରେ  । ଉପରୋକ୍ତ ଋଣ ଏକ ବର୍ଷ ପରେ ପରିଶୋଧ କରାଯିବ, କିନ୍ତୁ ଅନ୍ୟ କୌଣସି କ୍ଷେତ୍ରରେ ସେଭଳି ଋଣ ମଞ୍ଜୁରର ୫ ବର୍ଷ ମଧ୍ୟରେ ପରିଶୋଧ କରାଯିବ।
  3. ଟିପ୍ପଣୀ - ଏହି ନିୟମରେ ଲିପିବଦ୍ଧ କରାଯାଇଥିବା ସର୍ତ୍ତ “ସ୍ୱଳ୍ପ ମିଆଦି ଋଣ“ ଅର୍ଥାତ ଫସଲ ଆମଦାନୀ ପରେ ପୁନଃ ପରିଶୋଧ କରାଯାଇଥିବା ଋଣକୁ ବୁଝିବାକୁ ହେବ,  କିନ୍ତୁ ଏହା  ୧୫ ମାସରୁ ଅଧିକ ହେବ ନାହିଁ   ।

  4. ପ୍ରାଥମିକ ଜମା ସମିତିର ସଦସ୍ୟଙ୍କୁ ମଞ୍ଜୁର କରାଯାଇଥିବା ଋଣର ପୁନଃ ପରିଶୋଧ ନିମନ୍ତେ କିସ୍ତି, ୫,  ନିୟମସ୍ଥ, ଉପନିୟମ ୩ର ପ୍ରକରଣ ୪ ଅନୁଯାୟୀ କମିଟି ଦ୍ଵାରା ଅଟକଳ କରାଯାଇଥିବା ଆବେଦନକାରୀ ବାର୍ଷିକ ଉଦବୃତ୍ତ ଆୟକର ଅଧିକ ହେବନାହିଁ  ।
  5. ଋଣ ଗ୍ରହିତା ଆବେଦନରେ ପର୍ଯ୍ୟାପ୍ତ କାରଣ ଦର୍ଶାଇ ନ ପାରିଲେ ଋଣ ମଞ୍ଜୁରର ସମୟ ବୃଦ୍ଧି କରାଯିବ ନାହିଁ । ଜାମିନ ଓ ଜମାନତଦାର ସମିତି ସହିତ ଏବଂ ଅର୍ଥଯୋଗାଣ ବ୍ୟାଙ୍କର ସମ୍ମତି ଦ୍ଵାରା ଅର୍ଥଯୋଗାଣ ବ୍ୟାଙ୍କ ଅନ୍ତର୍ଗତ ପ୍ରାଥମିକ ସମିତି ସଂପର୍କରେ ସେଭଳି ବୃଦ୍ଧି କରାଯିବ ।
  6. ପରନ୍ତୁ, ଯେକୋଣସି ସମିତି ଅଥବା ସମିତି ସମୂହଙ୍କ ନିମନ୍ତେ ଉପରୋକ୍ତ ଅନୁପାତ ନିବନ୍ଧକଙ୍କ ବିଚାରକ ଦ୍ଵାରା ବୃଦ୍ଧି ଓ ହ୍ରାସ କରାଯାଇପାରେ   ।

  7. ଅପରିମିତ ଦାୟିତ୍ଵରେ ଥିବା ପ୍ରତ୍ୟେକ ଜମା ସମିତି ସମୟ ସମୟରେ ଜଣେ ସଦସ୍ୟ କେତେ ପରିମାଣରେ ସର୍ବଗରିଷ୍ଠ ଦାୟିତ୍ଵ ପାଇବେ,  ତାହା ସାଧାରଣ ବୈଠକରେ ସ୍ଥିର କରିବେ । ସ୍ଥିରକୃତ ସର୍ବ ଗରିଷ୍ଠ ସୀମା ନିବନ୍ଧକ କିମ୍ବା ତାଙ୍କ ଦ୍ଵାରା କ୍ଷମତା ପ୍ରାପ୍ତ ଅନ୍ୟ କୌଣସି ବ୍ୟକ୍ତି କ୍ଷମତା ପ୍ରାପ୍ତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅର୍ଥଯୋଗାଣ ବ୍ୟାଙ୍କ ସର୍ବ ଗରିଷ୍ଠ ଦାୟିତ୍ଵ ହ୍ରାସ କରି ପାରନ୍ତି କିମ୍ବା ବିଚାରର ଆବଶ୍ୟକତା ଅନୁଯାୟୀ ଅନ୍ୟ କୌଣସି ସର୍ତ୍ତରେ ନ୍ୟସ୍ତ କରିପାରନ୍ତି । ପୂର୍ବରୁ ସ୍ଥିର କରାଯାଇଥିବା ସର୍ବ ଗରିଷ୍ଠ ପରିମାଣ ଠାରୁ ଅଧିକ ତଥା ସଂପୂର୍ଣ୍ଣ ପରିମାଣ ଋଣ ଦେଇଥିବ।  ସମିତିର କୌଣସି ସଦସ୍ୟଙ୍କୁ ପୁନଶ୍ଚ ଋଣ ଦିଆଯିବ ନାହିଁ ।
  8. ନିବନ୍ଧକଙ୍କ ପୂର୍ବୋକ୍ତ ମଞ୍ଜୁର ନ ପାଇବା ପର୍ଯ୍ୟନ୍ତ ସମିତି, ସଦସ୍ୟ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଋଣ ମଞ୍ଜୁର କରିବେ ନାହିଁ । ନିବନ୍ଧକଙ୍କ ନିର୍ଘଣ୍ଟ କରିଥିବା ସେଭଳି ସର୍ତ୍ତକୁ ଭିତ୍ତିକରି ଗୋଟିଏ ସମିତି ସଦସ୍ୟ ନଥିବା ଅନ୍ୟ ଗୋଟିଏ ସମିତିର ସଞ୍ଚୟ କରିପାରିବେ ।
  9. ସଂୟ  ସହିତ ନିବନ୍ଧକଙ୍କ ପୂର୍ବୋକ୍ତ ମଞ୍ଜୁର ଏବଂ ନ୍ୟସ୍ତ କରାଯାଇଥିବା ନିବନ୍ଧକ କୁ ଭିତ୍ତିକରି, କୌଣସି ଅର୍ଥଯୋଗାଣ ବ୍ୟାଙ୍କ ନିର୍ଦ୍ଧିଷ୍ଟ ଅମାନତ କିମ୍ବା ଟ୍ରଷ୍ଟ ବନ୍ଧକ ବ୍ୟତୀତ ତାହାର (ଅର୍ଥଯୋଗାଣ ବ୍ୟାଙ୍କର) ବ୍ୟକ୍ତିଗତ ସଦସ୍ୟ ସମୂହଙ୍କ ଋଣ ମଞ୍ଜୁର କରିବେ ନାହିଁ ।
  10. ନିବନ୍ଧକଙ୍କ ପୂର୍ବୋକ୍ତ ମଞ୍ଜୁରୀ ବ୍ୟତୀତ ବ୍ୟାଙ୍କ ଭିନ୍ନ କୌଣସି ସମିତି ଅନ୍ୟ ସମିତିକୁ ଅର୍ଥଋଣ ଦେବେ ନାହିଁ   ।
  11. ଉପବିଧିର ବ୍ୟବସ୍ଥା ବ୍ୟତୀତ କୌଣସି ବଣ୍ଟନ ସମିତି ତାହାର ଦ୍ରବ୍ୟାଦିକୁ ସଦସ୍ୟ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ବିକ୍ରୟ କରିପାରିବେ ନାହିଁ   ।
  12. ନିବନ୍ଧକ ଅଥବା ଏଥି ନିମନ୍ତେ ବିଶେଷ ରୂପେ କ୍ଷମତାପ୍ରାପ୍ତ ଯେକୌଣସି ଅଫିସରଙ୍କ ପୂର୍ବୋକ୍ତ ସାଧାରଣ ଓ ବିଶେଷ ଆଦେଶ ବ୍ୟତୀତ କୌଣସି ସମିତି ତାହାର ସଦସ୍ୟଙ୍କୁ କେବଳ ଚଳନ୍ତି ବା ଅସ୍ଥାବର ସମ୍ପତ୍ତିର ବନ୍ଧକ ରାଖୀ ଅର୍ଥ ଋଣ ମଞ୍ଜୁର କରି ପାରିବେ ନାହିଁ   ।
  13. କୌଣସି କ୍ଷେତ୍ରରେ ସମିତି ଋଣ ମଞ୍ଜୁର କରିପାରିବେ  ନାହିଁ   । ଅଥଚ ତାହାର ନିଜ ଭାଗର ବନ୍ଧକ ସପକ୍ଷରେ ଋଣ ଅଗ୍ରୀମ ମଞ୍ଜୁର  କରିବେ  ନାହିଁ   ।

ନିୟମ. ୫୪

ନିୟମ ୫୪. ସଦସ୍ୟ ସମୂହ ସେମାନଙ୍କ ଅର୍ଥନୈତିକ ଅବସ୍ଥା ଏବଂ ସେମାନଙ୍କର ଅଚଳନ୍ତି ସଂପତ୍ତିର ହସ୍ତାନ୍ତରକରଣ (ପରିବର୍ତ୍ତନ) ସମ୍ପର୍କରେ ସମ୍ବାଦ ଦେବେ ଏବଂ ସଦସ୍ୟସମୂହଙ୍କୁ ସାହୁକାର ବା ମହାଜନ ସେମାନଙ୍କର ଦାବିର ବିବରଣୀ ଦେବେ -

  1. ଅସ୍ତି ଓ ଦାୟିତ୍ଵର ସତ୍ୟ ଓ ନିର୍ଭୁଲ ବିବରଣୀ ନିମ୍ନଲିଖିତ ବ୍ୟକ୍ତିଙ୍କ ଦ୍ଵାରା କରାଯିବ , ଯଥା –
    • ଅପରିମିତ ଦାୟିତ୍ଵ ଥିବା ଜମା ସମିତିର ସଦସ୍ୟ ପଦ ନିମନ୍ତେ ଆବେଦନ କରୁଥିବା ଆବେଦନକାରୀ  -
    • ଯେଉଁ ସମିତି ନିଜର କାର୍ଯ୍ୟ ହିସାବରେ ଏହାର ସଭ୍ୟଙ୍କୁ ଋଣ ଦେଇଥିବ, ସେହି ସମିତିର ଜନୈକ ସଭ୍ୟ ଋଣ ପାଇଁ ଆବେଦନ କରିବାବେଳେ କିମ୍ବା ନିବନ୍ଧକଙ୍କ ଦ୍ଵାରା କିମ୍ବା ନିବନ୍ଧକଙ୍କଠାରୁ କ୍ଷମତା ପାଇଥିବା ଅନ୍ୟ ବ୍ୟକ୍ତିଙ୍କ ଦ୍ଵାରା କିମ୍ବା ଅର୍ଥ ଯୋଗାଣ ବ୍ୟାଙ୍କ ତରାଫରୁ ହୋଇଥିବା ସାଧାରଣ ବା ସ୍ଵତନ୍ତ୍ର ନିର୍ଦ୍ଦେଶନାମାଦ୍ୱ୍ରା (ଯେଉଁ ବ୍ୟାଙ୍କର ଉକ୍ତ ସମିତି ଏକ ସଭ୍ୟ ହୋଇଥିବ )ସେପରି ସଠିକ ବିବରଣୀ ଦାଖଲ କରିବାକୁ କୁହାଯାଇଥିଲେ, ସେହି ସଭ୍ୟ ।
    • ଏକ ସମିତିଠାରୁ ଋଣ ପାଇବା ପାଇଁ ଆବେଦନ କରିଥିବା ସଭ୍ୟଙ୍କର ଦରଖାସ୍ତରେ ଜାମିନ ହୋଇଥିବା ବ୍ୟକ୍ତି ।
  2. ଯେଉଁ ସମିତି ନିଜର ଏକ କାର୍ଯ୍ୟ ହିସାବରେ ଏହାର ସଭ୍ୟମାନଙ୍କୁ ଋଣ ପ୍ରଦାନ କରିଥିବେ, ସେହି ସମିତିର ଜନୈକ ସଭ୍ୟ ଏ ସମ୍ପର୍କୀୟ ସମସ୍ତ କାର୍ଯ୍ୟ ସେସ ହେବ ପୂର୍ବରୁ ନିଜର ଅଚଳନ୍ତି ସଂପତ୍ତିର କିମ୍ବା ତାହାର କୌଣସି ବିକ୍ରି ଅଂଶର ବନ୍ଧକ କିମ୍ବା ହସ୍ତାନ୍ତର ସଂପର୍କରେ ଅଥବା ସମିତି ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଠାରୁ ଆଣିବାକୁ ଥିବା ଋଣ ପାଇଁ ବନ୍ଧକ ରୂପେ କାର୍ଯ୍ୟକାରୀ କରାଯିବା ସଂପତ୍ତି କିମ୍ବା ଅନ୍ୟ କୌଣସି ବନ୍ଧକ ଦ୍ରବ୍ୟ ତଥା ଋଣର ପରିମାଣ ଓ ଉଦ୍ଦେଶ୍ୟ ସଂପର୍କରେ ପୂର୍ଣ୍ଣମ  ସତ୍ୟ ଏବଂ ସଠିକ ସମ୍ବାଦ ସମିତିକୁ ଯୋଗାଇ ଦେବେ   ।

ନିୟମ ୫୫ ଏବଂ ୫୬

ନିୟମ ୫୫. ଅଣସଦସ୍ୟ ସହିତ ନେଣଦେଣ କାରବାର ଉପରେ ପ୍ରତିଷେଧ ବ୍ୟବସ୍ଥା

ଆଇନର ୫୮ ଓ ୫୯ ଧାରାରେ ବ୍ୟବସ୍ଥା ଏବଂ ତଦନୁସାରେ କରାଯାଇଥିବା ନିୟମବଳୀକୁ ଭିତ୍ତିକରି କୌଣସି ସମିତି,  ସଦସ୍ୟ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କ ସହ ନେଣଦେଣ କାରବାର କରିପାରିବେ ନାହିଁ । ପରନ୍ତୁ , ଯଦି ସେଭଳି ନେଣଦେଣ କାରବାର ସଂପର୍କରେ ଉପବିଧି ବ୍ୟବସ୍ଥା କରିଥାଏ,  ତେବେ ସମିତି ନଗଦ ଟଙ୍କା କାରବାର କରିପାରିବେ  ।

ନିୟମ ୫୬. ଭବିଷ୍ୟତନିଧି ଜମା ପାଇଁ ବିନିୟମ ପ୍ରଣୟଣ

ନିବନ୍ଧକଙ୍କ ପୂର୍ବୋକ୍ତ ଅନୁମୋଦନ ଦ୍ଵାରା ସମିତି ଭବିଷ୍ୟତନିଧି ଅଥବା ସମିତିର କର୍ମଚାରୀମାନଙ୍କ ମୃତ୍ୟୁ ତଥା ଅବସର ଗ୍ରହଣ ନିମନ୍ତେ ବିନିମୟ ପ୍ରସ୍ତୁତ କରିପାରନ୍ତି ।

ଆଧାର – ଦ ଲ ହାଉସ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate