অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡିଶା ସମବାୟୁ ସମିତି ଆଇନ, ୧୯୬୨

ଓଡିଶା ଆଇନ ୨/୧୯୬୩  ( ୧୯୬୩ ମସିହା ଫ୍ରେବୃୟାରୀ ମାସ ତିନି ତାରିଖରେ ରାଷ୍ଟ୍ରପତିଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ)

ସମବାୟୁ ସମିତି ସମ୍ପର୍କୀୟ ବିଧିଗୁଡିକୁ ଏକତ୍ର ଏବଂ ସଂଶୋଧିତ କରିବା ଉଦ୍ଦେଶ୍ୟରେ ଏହି ଆଇନ ଉଦ୍ଦିଷ୍ଟ। ଭାରତର ତ୍ରୟୋଦଶ ଜନରାଜ୍ୟ ସମ୍ଭତ୍ସରରେ ଓଡିଶା ରାଜ୍ୟ ବିଧାନସଭା ଦ୍ଵାରା ଏହା ନିମ୍ନମତେ ଅଧିନିୟମିତ।

ଧାରା – ୧ – ସଂକ୍ଷିପ୍ତ ନାମ, ପରିସର ଏବଂ ପ୍ରାରମ୍ଭ

  • ଏହି ଆଇନକୁ ଓଡିଶା ସମବାୟ ଆଇନ,  ୧୯୬୨ କୁହାଯିବ ।
  • ଏହା ସମଗ୍ର ଓଡିଶା ରାଜ୍ୟ ପ୍ରତି ପ୍ରଯୁଜ୍ୟ ହେବ ।
  • ରାଜ୍ୟ ସରକାର ଅଧିସୂଚନା ଦ୍ଵାରା ନିର୍ଦ୍ଧାରିତ କରିଥିବା ତାରିଖରୁ ଏହା ବଳବତ୍ତର ବା କାର୍ଯ୍ୟକାରୀ ହେବ।

ଧାରା -୨- ସଂଜ୍ଞା

ଏହା ଆଇନରେ ଅନ୍ୟଥା ପ୍ରସଙ୍ଗ ଆବଶ୍ୟକ ନ ହେଲେ ।

  • “ଶୀର୍ଷ ସମିତି “ କହିଲେ ଏକ ସମିତି ଯାହାର କାର୍ଯ୍ୟକ୍ଷେତ୍ର ସମଗ୍ର ଓଡିଶା ରାଜ୍ୟ ହେବ ଏବଂ ଗଠିତ ସମିତି ସମୂହ ଏହାର ସଭ୍ୟଶ୍ରେଣୀଭୁକ୍ତ ହେବେ ଓ ନିବନ୍ଧକ ଙ୍କ ଦ୍ଵାରା ଏହା ଏହିପରି ଭାବେ ଘୋଷିତ ହେବ ।
  • ପ୍ରକାଶଥାଉ ସେପରି ସମିତିର ବ୍ୟକ୍ତିବିଶେଷ ଓ ଅନ୍ୟାନ୍ୟ ନିଗମନିକାୟ ସଦୃଶ ନାମମାନ ଅଥବା ସହଯୋଗୀ ସଭ୍ୟ ଥାଇପାରନ୍ତି ।
  • “ଅଡିଟର ଜେନେରାଲ“ ଅର୍ଥାତ ଏହି ଆଇନନୁଯାୟୀ ସମବାୟ ସମିତିର ଅଡିଟର ଜେନେରାଲଙ୍କ କର୍ତ୍ତବ୍ୟ ପାଳନ କରିବାକୁ ନିଯୁକ୍ତ ଏକ ବ୍ୟକ୍ତିଙ୍କୁ ବୁଝାଇବ ଏବଂ ଅଡିଟର ଜେନେରାଲଙ୍କୁ ସହାୟତା କରିବାକୁ ନିଯୁକ୍ତ ଯେକୌଣସି ବ୍ୟକ୍ତି  ମଧ୍ୟ ଏହାର ଅନ୍ତର୍ଭୁକ୍ତ ।
  • “ନିକଟ ସମ୍ପର୍କୀୟ“ ଅର୍ଥାତ ପିତା, ମାତା, ସ୍ଵାମୀ ସ୍ତ୍ରୀ, ପୁତ୍ର ବା କନ୍ୟା ଏକାନ୍ନବର୍ତ୍ତୀ ଥାଇ ଅବିବାହିତ ଭଉଣୀ ଏବଂ ପୁଅର ସ୍ତ୍ରୀ ବୁଝାଇବ ।
  • “ନାମମାତ୍ର ସଭ୍ୟ“ ଅର୍ଥାତ ସମିତିର ନିବନ୍ଧନ ହେବାପରେ ଏକ ବ୍ୟକ୍ତି ଉପ- ବିଧି ଅନୁଯାୟୀ ସମିତିରେ ପ୍ରବେଶ କରିବାକୁ ବୁଝାଇବ ।
  • “ଜାତୀୟ ବ୍ୟାଙ୍କ“ ଅର୍ଥାତ କୃଷି ଏବଂ ଗ୍ରାମଞ୍ଚଳ ଉନ୍ନୟନ ଆଇନ ୧୯୯୧, ପାଇଁ ଜାତୀୟ ବ୍ୟାଙ୍କର ଦଫା ୩ ଅନୁଯାଯାଇ କୃଷି ଏବଂ ଗ୍ରାମଞ୍ଚଳ ଉନ୍ନୟନ ପାଇଁ ପ୍ରତିଷ୍ଠିତ ଜାତୀୟ ବ୍ୟାଙ୍କଙ୍କୁ ବୁଝାଇବ ।
  • “ଅଫିସର“ ଅର୍ଥାତ ଏକ ଆଇନ ନିୟମାବଳି ଅଥବା ଏକ ସମିତିର ଉପବିଧି ଅନୁଯାୟୀ   ଏକ ସମିତିରେ ନିଯୁକ୍ତ ହୋଇଥିବା ଏବଂ ସମିତିର କାରବାର  ସମ୍ପର୍କ ରେ ନିର୍ଦ୍ଦେଶାବଳି ଦେବାକୁ କ୍ଷମତାପନ୍ନ ସମିତିର ଯେକୌଣସି ଅଫିସରଙ୍କୁ ବୁଝାଇବ ।
  • ଉଲ୍ଲେଖ ଥାଉ କି ପଦସଂହିତି   ଅଫିସର ଏହି ଆଇନର  ଯେକୌଣସି ବ୍ୟବସ୍ଥାର ଉଦ୍ଭବ ହେଉଥିବ ଯେପରି ଏକ ସମବାୟ ସମିତି (ସଂଶୋଧନ) ଆଇନ ୧୯୯୧ ପ୍ରାରମ୍ଭ ପୂର୍ବରୁ ଥିଲା ତଥା ଉକ୍ତ ସଂଶୋଧନ ଆଇନ ବଳରେ ସଂଶୋଧନ ହୋଇନଥିଲା ଅଥବା ସଂଶୋଧିତ ହୋଇ ବଳବତ୍ତର ହୋଇନାହିଁ, ଯେପର୍ଯ୍ୟନ୍ତ ସେପରି ବ୍ୟବସ୍ଥା ସଂଶୋଧିତ ନ ହୋଇଛି ଅଥବା ଆବଶ୍ୟକସ୍ଥଳେ ଯେପରି ସଂଶୋଧିତ ବ୍ୟବସ୍ଥା ବଳବତ୍ତର ନ ହୋଇଛି ସେପର୍ଯ୍ୟନ୍ତ ସେପରି ପ୍ରାରମ୍ଭ ତାହାକୁ ପୂର୍ବରୁ ଯାହା ପ୍ରଦତ୍ତ ହୋଇଥିଲା ଠିକ ସେହି ଅର୍ଥକୁ ବୁଝାଇବ ।
  • “ପଦାଧିକାରୀ“ ଅର୍ଥାତ ସମିତିର ବ୍ୟାପାର ଅଥବା କାରବାର ସମ୍ପର୍କିତ ନୀତି ସମ୍ପର୍କରେ ନିର୍ଦ୍ଦେଶନାମା ଦେବାକୁ ଏହି ଆଇନ, ନିୟମାବଳି ଅଥବା ଏକ ସମିତିର ଉପବିଧି ଅନୁଯାୟୀ ନିଯୁକ୍ତ ଅଥବା କମିଟିକୁ ନିର୍ବାଚିତ ଅଥବା ମନୋନୀତ ଏକ ବ୍ୟକ୍ତିଙ୍କୁ ବୁଝାଇବ ଏବଂ ସମିତିର ସଭାପତି ଓ ପାର୍ଲାମେଣ୍ଟରୀ କମିଟିର ସଦସ୍ୟ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।
  • “ଧାର୍ଯ୍ୟ“ ଅର୍ଥାତ ଏହି ଅଇନାନୁଯାୟୀ ହୋଇଥିବା ନିୟମ ଦ୍ଵାରା ନିର୍ଦ୍ଧାରିତ ଶବ୍ଦକୁ ବୁଝାଇବ ।
  • “କମିଟି ର ସଭାପତି“ ଅର୍ଥାତ ସମିତି ଏବଂ ଏହାର ସଭ୍ୟମାନଙ୍କର ସର୍ବୋପରି ଉନ୍ନୟନ ଏବଂ ଅଗ୍ରଗତି କମିଟିର ନୀତି ନିୟମର କାର୍ଯ୍ୟକାରୀ ଏବଂ ଏହି ଆଇନ ନିୟମାବଳୀ ଓ ଉପବିଧିର ବ୍ୟବସ୍ଥା  ଅନୁଯାୟୀ ସମିତିଠାରୁ ଠିକରୂପେ ପାଳନ ବା ଅବଲୋକନ କରିବାରୁ ସଦସ୍ୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଦାୟିତ୍ଵବାନ, ଏହି ଆଇନ, ନିୟମାବଳୀ ଏବଂ ଏକ ସମିତିର ଉପ- ବିଧି ଅନୁଯାଯାଇ କମିଟିର ସଭାପତି ରୂପେ ନିର୍ବାଚିତ ଅଥବା ମନୋନୀତ ଏବଂ ବ୍ୟକ୍ତିଙ୍କୁ ବୁଝାଇବ ।
  • “ ପ୍ରାଥମିକ ସମିତି “ ଅର୍ଥାତ ବ୍ୟକ୍ତିଗତ ସଦସ୍ୟଙ୍କୁ ନେଇ ଗଠିତ ଏକ ସମିତିକୁ ବୁଝାଇବ ଏବଂ ରାଜ୍ୟ ଅଥବା କେନ୍ଦ୍ର ସରକାର ଅଥବା ଆବଶ୍ୟକ ସ୍ଥଳେ ଉଭୟ ସରକାର ଅଥବା ଯୁଗ୍ମ ଅଥବା ଏକ ନାମମାତ୍ର ସଭ୍ୟରୂପେ ସ୍ବୀକୃତିପ୍ରାପ୍ତ ଏକ ବ୍ୟକ୍ତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ।
  • “ନିବନ୍ଧକ” ଅର୍ଥାତ ଏହି ଆଇନାନୁଯାୟୀ ସମବାୟ ସମିତିର ନିବନ୍ଧକଙ୍କର କାର୍ଯ୍ୟ ତୁଲାଇବା ପାଇଁ ନିଯୁକ୍ତ ବ୍ୟକ୍ତି ଏବଂ ଏହି ନିବନ୍ଧକଙ୍କର ସମସ୍ତ ଅଥବା ଆଂଶିକ କ୍ଷମତା ପ୍ରୟୋଗ କରି ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାକୁ ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ବୁଝାଇବେ ।
  • “ ନିୟମାବଳୀ“ ଏହି ଆଇନ ଦ୍ଵାରା ପ୍ରସ୍ତୁତ ନିୟମାବଳୀକୁ ବୁଝାଇବ ।
  • “ ସମିତି“  ଅର୍ଥାତ ଏହି ଆଇନାନୁଯାୟୀ ରେଜେଷ୍ଟ୍ରିଭୁକ୍ତ ହୋଇଥିବା ଅଥବା ରେଜିଷ୍ଟ୍ରିଭୁକ୍ତ ହେବାକୁ ଥିବା ଏକ ସମବାୟ ସମିତିକୁ ବୁଝାଇବ ।
  • “ ସୀମିତ ଦାୟିତ୍ଵ ଥିବା ସମିତି   “ ଅର୍ଥାତ ସେପରି ସମିତିକୁ ବୁଝାଇବ ଯାହାକି ହେବା ସମୟରେ ଏହାର ସଭ୍ୟମାନଙ୍କର ଦାୟିତ୍ଵ, ନିଜର ଋଣ, ଏହାର ଉପ- ବିଧି ଦ୍ଵାରା ନିମ୍ନପ୍ରକାରରେ ସୀମିତ ହୋଇଥାଏ   ।
    1. ସଭ୍ୟମାନଙ୍କ ଦ୍ଵାରା ଯଥାକ୍ରମେ ଅଧିକୃତ ହୋଇଥିବା ଅଂଶଗୁଡିକ ଉପରେ ଅନାଦେୟ ପରିମାଣ (ଯଦିଥାଏ ) ଅଥବା
    2. ଉପ- ବିଧି ଅନୁଯାୟୀ ସଭ୍ୟମାନେ ଯଥାକ୍ରମେ ସମିତିର ସମ୍ପତ୍ତି ପାଇଁ ଅଂଶ ଦାନ କରିବାକୁ ସ୍ଵୀକାର କରିଥିବା ପରିମାଣ
    3. “ଅପରିମିତ ଦାୟିତ୍ଵ ଥିବା ସମିତି“ ଅର୍ଥାତ ସେହି ସମିତି ସମାପିତ ହେବା ସମୟରେ ଏହାର ସଭ୍ୟମାନେ ସମୂହଭାବେ କିମ୍ବା ପୃଥକଭାବେ ସମିତିର ସମସ୍ତ ଋଣ ବା ଦାୟିତ୍ଵ ପାଇଁ ଦାୟୀ ରହିବେ ଏବଂ ସେହି ସମିତି ସଂପତ୍ତିର ଯେକୌଣସି ପ୍ରକାର ନିଅଣ୍ଟ ପୂରଣ କରିବେ,  ଏବଂ
    4. “ ଷ୍ଟାଣ୍ଡାର୍ଡ ଏକର“ ଅର୍ଥାତ ଓଡିଶା ସଂସ୍କାର ଆଇନ,  ୧୯୬୦ ଅନୁଯାୟୀ ଅର୍ଥକୁ ବୁଝାଇବ ।
    5. “ରାଜ୍ୟ ସମବାୟ ସଂଘ” ଅର୍ଥାତ ଓଡିଶା ସମବାୟ ସମିତି ଆଇନ ୧୧/୧୯୫୧ ଦ୍ଵାରା ଓଡିଶା ରାଜ୍ୟ ସମବାୟ ସଂଘ ଲିମିଟେଡ ନାମରେ ରେଜିଷ୍ଟ୍ରି ହୋଇଥିବା ସମିତିକୁ ବୁଝାଇବ  ।
    6. “ରାଜ୍ୟ ସମବାୟ ନିର୍ବାଚନ କମିଶନ  “ ଅର୍ଥ ଦଫା ୨୮ – “କକ” ଅନୁଯାୟୀ ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ ଏକ ଓଡିଶା ରାଜ୍ୟ ସମବାୟ ନିର୍ବାଚନ କମିଶନରଙ୍କୁ ନେଇ ଗଠିତ, ଓଡିଶା ରାଜ୍ୟ ସମବାୟ ନିର୍ବାଚନ କମିଶନ ।
    7. “ ଟ୍ରିବ୍ୟୁନାଲ “ ଅର୍ଥାତ ୬୭-କ ଦଫା ଅନୁଯାୟୀ ଗଠିତ ସମବାୟ ଟ୍ରିବ୍ୟୁନାଲକୁ ବୁଝାଇବ ।

ସଂଶୋଧନ -୧୯୯୬

ଧାରା ୨ ର ସଂଶୋଧନ :- ଓଡିଶା ସମବାୟ ସମିତି ଆଇନ, ୧୯୬୨ (ଓଡିଶା ଆଇନ ୨/୧୯୬୩ )(ଏଥିପରେ ମୂଳ ଆଇନ ରୂପେ ଉଲ୍ଲେଖିତ ) ଧାରା ୨ ର -

  • ପ୍ରକରଣ (କ) ନିମନ୍ତେ ନିମ୍ନଲିଖିତ ପ୍ରତିସ୍ଥାପିତ ହେବ,  ଯଥା
  • “ଶୀର୍ଷ  ସମିତି “  ଅର୍ଥାତ ଏକ ସମିତି ଯାହାର କାର୍ଯ୍ୟକାରିତା ଅଞ୍ଚଳ ସମଗ୍ର ଓଡିଶା ରାଜ୍ୟରେ ଥିବ ଏବଂ ନିବନ୍ଧକଙ୍କ ଦ୍ଵାରାଏପରି ଘୋଷିତ ସମିତିକୁ ବୁଝାଇବ, ଏବଂ
  • ପ୍ରକରଣ (ଖ-୨ ) ନିମନ୍ତେ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ   ।   ଯଥା -
  • (ଖ- ୨) “କେନ୍ଦ୍ରୀୟ ସମିତି“ଅର୍ଥାତ ନିବନ୍ଧକଙ୍କ ଦ୍ଵାରା ଏପରିଭାବେ ଘୋଷିତ ଏକ ସମିତିକୁ ବୁଝାଇବ । “(ସଂଖ୍ୟା ୯୩୯୮ /ଲେଜିସ) ତା. ୨୨.୦୪.୧୯୯୬ )

ସଂଶୋଧନ – ୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୨ ର ସଂଶୋଧନ – ଓଡିଶା ସମବାୟ ସମିତି ଆଇଆନ,୧୯୬୨ ରେ (ଏତତ ପରେ ମୂଳ ଆଇଆନ ଭାବେ ଉଲ୍ଲେଖିତ ) ଦଫା ୨ ରେ (ଣ) ଧାରା ପରେ,  ନିମ୍ନଲିଖିତ ଧାରାକୁ ସଂଯୋଗ କରାଯିବ, ଯଥା    -

“(ଣ- ୧) ରାଜ୍ୟ ସମବାୟ ନିର୍ବାଚନ କମିଶନ, ଅର୍ଥ ଓଡିଶା ରାଜ୍ୟ ସମବାୟ ନିର୍ବାଚନ କମିଶନ, ଯାହାକି ଜଣେ ଓଡିଶା ରାଜ୍ୟ ସମବାୟ ନିର୍ବାଚନ କମିଶନକୁ ଧାରଣ କରିବ, ଯେ କି ଦଫା ୨୮ “କକ” ଅନୁଯାୟୀ, ରାଜ୍ୟପାଳଙ୍କ ଦ୍ଵାରା ନିଯୁକ୍ତ”। (ନଂ. ୧୧୪୦ / ଲେଜିସ-୩୩/୨୦୧୨/ଏଲ, ତା ୩୦.୦୧.୨୦୩)

ଆଧାର – ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate