অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମବାୟ ସମିତିର ସଭ୍ୟ ଏବଂ ସେମାନଙ୍କର ଅଧିକାର ଓ ଦାୟିତ୍ଵ

ସମବାୟ ସମିତିର ସଭ୍ୟ ଏବଂ ସେମାନଙ୍କର ଅଧିକାର ଓ ଦାୟିତ୍ଵ

ଧାରା ୧୬- କେଉଁମାନ ସଭ୍ୟ ହୋଇପାରିବେ

  1. କୌଣସି ବ୍ୟକ୍ତି -
    • ଉପ-ବିଧିରେ ଉଲ୍ଲେଖିତ ହୋଇଥିବା ସମିତି କାର୍ଯ୍ୟ କରୁଥିବା ଅଞ୍ଚଳ ମଧ୍ୟରେ ବାସକରୁଥିବା ତଥା ଭାରତୀୟ ଚୁକ୍ତି ଆଇନ,୧୮୭୨(୯/୧୮୭୨) ର ଧାରା ୧୧ ଅନୁଯାଯାଇ ଚୁକ୍ତି କରିବାକୁ ଉପଯୁକ୍ତ ବ୍ୟକ୍ତିବିଶେଷ ଏବଂ ରାଜ୍ୟ ଅଥବା କେନ୍ଦ୍ର ସରକାର ଅଥବା ଆବଶ୍ୟକସ୍ଥଳେ ଉଭୟ ସରକାରଙ୍କ ବ୍ୟତୀତ ଏକ ପ୍ରାଥମିକ ସମିତିର ସଭ୍ୟ ହୋଇପାରିବେ ନାହିଁ -
    • ଉଲ୍ଲେଖଥାଉକି, ଏହି ପ୍ରକରଣର କୌଣସି ବିଷୟବସ୍ତୁ , କୌଣସି ଶିକ୍ଷାନୁଷ୍ଠାନର ଛାତ୍ରଙ୍କ ସୁବିଧା ନିମନ୍ତେ ଗଠିତ ଏକ ସମିତିର ଜେନ ସଭ୍ୟ ହେବାକୁ ଅବୟସ୍କ ଜଣେ ଛାତ୍ରଙ୍କୁ ବଞ୍ଚିତ କରିବ ନାହିଁ ଅଥବା ଜଣେ ବ୍ୟକ୍ତିଙ୍କୁ ଏକ ନାମମାତ୍ର ସଭ୍ୟ ହେବାକୁ ବଞ୍ଚିତ କରିବ ନାହିଁ  ।

      ପୁନଶ୍ଚ ଉଲ୍ଲେଖଥାଉ କି, ଗୋଟିଏ ପରିବାରର ୩ ଜଣରୁ ଅଧିକ ବ୍ୟକ୍ତିବିଶେଷଙ୍କୁ ସଭ୍ୟ ରୂପେ ଗ୍ରହଣ କରାଯିବନାହିଁ ।

      ସ୍ପଷ୍ଟୀକାରଣ - ସ୍ଵାମୀ ଓ ସ୍ତ୍ରୀ ରୂପେ ପ୍ରତ୍ୟେକଙ୍କ ସମ୍ପତ୍ତି ଦୁଇଜଣ ବ୍ୟକ୍ତିବିଶେଷଙ୍କ ନେଇ ଗଠିତ ଏକ ଯୁଗ୍ମ ସଭ୍ୟ ଏହି ପ୍ରକରଣ ଉଦ୍ଦେଶ୍ୟ ନିମନ୍ତେ ଏକ ବ୍ୟକ୍ତିବିଶେଷ ରୂପେ ମାନେ କରାଯିବ ।

    • ନିମ୍ନଲିଖିତମାନଙ୍କ ବ୍ୟତୀତ ଏକ ପ୍ରାଥମିକ ସମିତି ଭିନ୍ନ ଏକ ସମିତି, ଯଥା -
      • ଯେକୌଣସି ସମିତି
      • ରାଜ୍ୟ ସରକାର
      • କେନ୍ଦ୍ର ସରକାର ;ଏବଂ
      • ନିର୍ଦ୍ଧାରିତ ମତେ ଅନ୍ୟ ବ୍ୟକ୍ତି

    ଉଲ୍ଲେଖଥାଉକି, ଜଣେ ବ୍ୟକ୍ତିଙ୍କୁ ଏକ ନାମମାତ୍ର ସଭ୍ୟ ରୂପେ ଗ୍ରହଣ କରାଯାଇପାରିବ ।

  2. କୌଣସି ସମିତିର ସଭ୍ୟ ହେବାକୁ ଆବଶ୍ୟକୀୟ ଯୋଗ୍ୟତାସମ୍ପର୍ଣ୍ଣ ବ୍ୟକ୍ତିଙ୍କର ଦରଖାସ୍ତକୁ ଯଥେଷ୍ଟ କାରଣ ବ୍ୟତୀତ ନାକଚ କରାଯାଇପାରିବ ନାହିଁ ଏବଂ ଯଦି ନାକଚ କରାଯାଏ, ତେବେ ତାହାର କାରଣ ସମିତି, ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦରଖାସ୍ତ ହେବା ତାରିଖ ଠାରୁ ୯୦ ଦିନ ମଧ୍ୟରେ ଜଣାଇବେ; ନଚେତ କଥିତ ୯୦ ଦିନ ସମୟ ଶେଷ ହେବା ତାରିଖର ପରବର୍ତ୍ତୀ ତାରିଖଠାରୁ ଏପରି ବ ସମିତିର ଜନୈକ ସଭ୍ୟ ରୂପେ ଗ୍ରହିତ ହେଲେ ବୋଲି ଧରିନିଆଯିବ ।
  3. ଉପ – ଧାରା (୧) ରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, କୌଣସି ବ୍ୟକ୍ତିବିଶେଷ ଏକ ସମିତି ସଭ୍ୟ ହେବାକୁ ଯୋଗ୍ୟ ବିବେଚିତ ହେବେନାହିଁ  -
    • ପୂର୍ବବର୍ତ୍ତୀ ଦଫାନୁଯାୟୀ ଜଣେ ବ୍ୟକ୍ତି ଏକ ସମିତିର ସଭ୍ୟ ରୂପେ ବିବେଚିତ ହୋଇଥିଲେ, ସଭ୍ୟପଦ ବାତିଲ କରିବା ପାଇଁ ଏପରି ବ୍ୟକ୍ତି ସଭ୍ୟଭାବେ ବିବେଚିତ ହେବା ଦିନ ଠାରୁ ୬୦ ଦିନ ମଧ୍ୟରେ ସମିତି, ନିବନ୍ଧକଙ୍କ ପାଖରେ ଏକ ଦରଖାସ୍ତ କରିବେ ।  ତତ୍ପରେ ନିବନ୍ଧକଙ୍କ ଉପଯୁକ୍ତ ଅନୁସନ୍ଧାନ କରି ଯେପରି ଠିକ ମନେକରିବେ, ସେପରି ଆଦେଶ ଦେବେ ।
      • ଯଦିଓ ସେପରି ସମିତି ଯେକୌଣସି ବିଶେଷ ଧରଣ ବୃତ୍ତି ଅଥବା ବ୍ୟବସାୟ ସମ୍ବନ୍ଧୀୟ ବ୍ୟକ୍ତି ବିଶେଷଙ୍କ ଶ୍ରେଣୀରେ ଅର୍ଥନୈତିକ ହିତର ଉନ୍ନତି ନିମନ୍ତେ ସଂଘଠିତ ହୋଇ ସେପରି ବ୍ୟକ୍ତି ବିଶେଷ ସେପରି ବୃତ୍ତି ଅଥବା  ବ୍ୟବସାୟ ଅନୁସରଣ କରୁଥିବେ ।
      • ଯଦି ସେପରି ବ୍ୟକ୍ତି ଅଥବା ତାଙ୍କ ପରିବାରର କୌଣସି ବ୍ୟକ୍ତି ସାଧାରଣ ଅର୍ଥନୈତିକ ହିତ ଥାଇ ସମିତିର କାରବାର ବା ବ୍ୟବସାୟ ଅଥବା ହିତ ଉପରେ ପ୍ରତିକୁଳ ପ୍ରଭାବ ପକାଉଥିବା ଯେକୌଣସି ବ୍ୟବସାୟ କରୁଥାଏ ।

    ସ୍ପଷ୍ଟୀକରଣ - ଏହି ଉପ- ଧାରାର ଉଦ୍ଦେଶ୍ୟ ନିମନ୍ତେ -

    • ମହାଜନୀ ବ୍ୟବସାୟ ବା କାରବାର, ଏକ ପ୍ରାଥମିକ [କୃଷି  ଜମା ସମିତି ସମବାୟ ବ୍ୟାଙ୍କ ଅଥବା ଏକ ଭୂ-ଉନ୍ନୟନ ବ୍ୟାଙ୍କର ] ବ୍ୟବସାୟ ଅଥବା ହିତ ପ୍ରତି ପ୍ରତିକୁଳ ପ୍ରଭାବ ପକାଉଥିବାର ମନେକରାଯିବ ।
    • ଜଣେ ବ୍ୟବସାୟୀଙ୍କ ଦ୍ଵାରା କରାଯାଇଆ ବ୍ୟବସାୟ ଏକ କ୍ରୟ ବିକ୍ରୟ ସମବାୟ ସମିତି ଏବଂ ଖାଉଟି ସମବାୟ ସମିତିର ବ୍ୟବସାୟ ଅଥବା ପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବାର ମନେକରାଯିବ ।
    • ଜଣେ ଠିକାଦାର ଦ୍ଵାରା କରାଯାଉଥିବା ଠିକାଦାରି ବ୍ୟବସାୟ ଏକ ଶ୍ରମିକ ଚୁକ୍ତି ସମବାୟ ସମିତି ଏବଂ ଏକ ଜଙ୍ଗଲ କ୍ରୟ ବିକ୍ରୟ ସମବାୟ ସମିତି ର ବ୍ୟବସାୟ ଅଥବା ହିତ ପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବାର ମନେକରାଯିବ ।
    • ଜଣେ ବ୍ୟକ୍ତିଙ୍କ ଦ୍ଵାରା କରାଯାଉଥିବା ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟ ଏକ ଦୁଗ୍ଧ ସମବାୟ ସମିତିର କାରବାର ଅଥବା ହିତ ପ୍ରତି ପ୍ରତିକୂଳ ପ୍ରଭାବ ପକାଉଥିବାର ମନେକରାଯିବା   ।
    • ଜଣେ ବ୍ୟକ୍ତିଙ୍କ ଦ୍ଵାରା କରାଯାଉଥିବା ତୈଳବୀଜ ଉତପର୍ଣ୍ଣ ଦ୍ରବ୍ୟର ବ୍ୟବସାୟ ତୈଳବୀଜ ଉତ୍ପାଦନକାରୀଙ୍କ ସମବାୟ ସମିତିର ବ୍ୟବସାୟ ଅଥବା ହିତ ପ୍ରତି ପ୍ରତିକୂଳ ପ୍ରଭାବ ପକାଇବାର ମନେକରାଯିବ   ।
    • ଜଣେ ବ୍ୟକ୍ତି ବିଶେଷଙ୍କ ପରିବାର ଏକ ସଦସ୍ୟ ନଂ ୧ ପକ୍ଷାନ୍ତରେ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ସେପରି ବ୍ୟକ୍ତିବିଶେଷଙ୍କ ସହ ସାଧାରଣ ଅର୍ଥନୈତିକ ହିତ ଥିବାର ମନେ କରାଯିବ   ।
  4. ଏହି ଧାରାର ବ୍ୟବସ୍ଥା ସମୂହକୁ ଉଲ୍ଲଂଘନ କରି ଏକ ସମିତିରେ ଜଣେ ସଭ୍ୟ ରୂପେ ରହିଥିବା ଯେକୌଣସି ବ୍ୟକ୍ତିଙ୍କ,s ସଭ୍ୟପଦ ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ,୧୯୯୧ ର ଧାରା ୧୨ ବଳବତ୍ତର ବା ପ୍ରାରମ୍ଭ ହେବା ତାରିଖରୁ ରଦ୍ଦ କରାଯିବା ଏବଂ
  5. ଉପଧାରା (୫) ସମେତ ତଦଧୀନ ସ୍ପଷ୍ଟୀକରଣ ବାଦ ଦିଆଯିବ ବା ବିଲୁପ୍ତ ହେବ ।

ସଂଶୋଧନ -୧୯୯୭

ଦଫା ୧୬ ର ସଂଶୋଧନ – ଓଡିଶା ସମବାୟ ସମିତିର ଆଇନ (ଏଥିପରେ ମୂଳ ଆଇନ ରୂପେ କଥିତ) ର ଦଫା ୧୬ ର ଉପ- ଦଫା (୧-କ) ନିମନ୍ତେ ନିମ୍ନଲିଖିତ ଉପ- ଦଫା ପ୍ରତିସ୍ଥାପିତ ହେବ ଯଥା   -

( ୧ – କ)ଏହି ଆଇନ ଏବଂ ତଦନୁଯାୟୀ ଗଠିତ ପ୍ରଣିତ ନିୟମାବଳୀ ଅଥବା ଉପ- ବିଧିର ଯେକୌଣସି ଅନ୍ୟ ବ୍ୟବସ୍ଥାରେ ଅନ୍ତବିଷ୍ଟ ବ୍ୟବସ୍ଥା ସମୂହରେ ପ୍ରତିକୂଳ ପ୍ରଭାବ ବ୍ୟତୀତ , କେନ୍ଦ୍ରୀୟ ସମିତି ,ଅଥବା ଏକ ଶୀର୍ଷ ସମିତି ର ଦଫା ୨୮ ର ଉପ- ଦଫା (୧-ଖ) ର ପ୍ରକରଣ  ଦଫା ୩ ର ଉପ-ଦଫା (୧) ଦଫା ୩୨ ର ଉପ- ଦଫା (୧) ଅନୁଯାୟୀ ମନୋନୀତ ଅଥବା ନିଯୁକ୍ତ ସଦସ୍ୟଙ୍କ ବ୍ୟତୀତ, ସହବୃତ ସଭ୍ୟ ବା ଗୃହିତ ସଭ୍ୟ ସମେତ  କମିଟିରୁ ସଭ୍ୟସମୂହ ଓଡିଶା ସମବାୟ ସମିତି (ସଂଶୋଧନ ) ଆଇନ ୧୯୯୭ ପ୍ରାରମ୍ଭ ତାରିଖରୁ ସେଗୁଡିକର ସ୍ଵ ସ୍ଵ କେନ୍ଦ୍ରୀୟ ସମିତି ଅଥବା ଆବଶ୍ୟକସ୍ଥଳେ ଶୀର୍ଷ ସମିତି ଅଥବା ଉଭୟର ସଭ୍ୟଭାବେ ବିବେଚିତ ହେବେ, ଯେପର୍ଯ୍ୟନ୍ତ ସେମାନେ ପ୍ରାଥମିକ ସମିତିର କମିଟିର ସଭ୍ୟରୂପେ ରହିଥିବେ   ।

(୧- ଖ) (୧) ପ୍ରାଥମିକ ସମିତିର ସଭ୍ୟବୃନ୍ଦ, ଯେଉଁ ସଭ୍ୟବୃନ୍ଦ ସେମାନଙ୍କ ସ୍ଵ ସ୍ଵ କେନ୍ଦ୍ରୀୟ ସମିତି ଅଥବା ଆବଶ୍ୟକସ୍ଥଳେ ଶୀର୍ଷ ସମିତି ଅଥବା ଉଭୟ ସମିତିର ସଭ୍ୟରୂପେ ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୧୯୯୭ ର ପ୍ରାରମ୍ଭ ତାରିଖ ପୂର୍ବରୁ ବିବେଚିତ ହେଉଥିଲେ, ସେମାନେ ଉକ୍ତ ପ୍ରାରମ୍ଭ ତାରିଖରୁ ସେପରି ସମିତିକୁ ସଭ୍ୟପଦ ତ୍ୟାଗ କଲେ ବିବେଚିତ ହେବେ   ।

  • ସେପରି ସଭ୍ୟପଦ ତ୍ୟାଗ ଉତ୍ତାରେ – (କ) କେନ୍ଦ୍ରୀୟ ସମିତି ଅଥବା ଆବଶ୍ୟକସ୍ଥଳେ ଶୀର୍ଷ ସମିତି, ଚାନ୍ଦା ସ୍ୱରୂପ ଦିଆଯାଉଥିବା ମୂଳଧନର ଅଂଶ ଏବଂ ଦେୟ ସଭ୍ୟପଦ ଫିସ ଯଦି ଥାଏ, ତେବେ ସେହି ସଭ୍ୟଙ୍କୁ ଫେରସ୍ତ ଦେବେ ।
  • ସଭ୍ୟ ଜଣକ , କେନ୍ଦ୍ରୀୟ ସମିତି ଅଥବା ଆବଶ୍ୟକସ୍ଥଳେ ଶୀର୍ଷ ସମିତିର ସଭ୍ୟସ୍ୱରୂପ ବହନ କରିଥିବା ଦାୟିତ୍ଵ, କଥିତ ସମିତିଦ୍ଵାରା ନିର୍ଦ୍ଧାରିତ ହେବାକୁ ଥିବା ପରିଶୋଧ, ଅନୁସୂଚି ଅନୁଯାୟୀ ସମାପନ କରିବା (ସଂଖ୍ୟା ୧୯୪୦/ଲେଜିସ , ତା ୧୯.୦୫.୧୯୯୭)

ସଂଶୋଧନ – ୧୯୯୬

ଧାରା ୧୬ର ସଂଶୋଧନ – ମୂଳ ଆଇନ ଧାରା ୧୬ର -

  • ଉପ- ଧାରା (୧) ର ପ୍ରକରଣ (ଖ) ର ପରନ୍ତୁକ ବିଲୁପ୍ତ ହେବ ଏବଂ
  • ଉପ – ଧାରା (୧) ପରେ ନିମ୍ନଲିଖିତ ଉପ – ଧାରା ସନ୍ନିବିଷ୍ଟ ହେବ । ଯଥା –
  • “(୧- କ) ଏହି ଆଇନ ଏବଂ ଦଦନୁଯାୟୀ ଏହି ଆଇନ ଏବଂ ତଦନୁଯାୟୀ ପ୍ରସ୍ତୁତ ନିୟମାବଳୀ ଅଥବା ଉପ- ବିଧିରେ ଅନ୍ତର୍ବିଷ୍ଟ ଅନ୍ୟ ଯେକୌଣସି ବ୍ୟବସ୍ଥା ସମୂହ ସତ୍ତ୍ୱେ, ଏକ କେନ୍ଦ୍ରୀୟ ସମିତି (ସେଣ୍ଟ୍ରାଲ ସୋସାଇଟି) ଅଥବା ଶୀର୍ଷ ସମିତି ରେ ସହବଦ୍ଧ ପ୍ରାଥମିକ ସମିତି ସଭ୍ୟ ବୃନ୍ଦ ସେମାନଙ୍କର କେନ୍ଦ୍ରୀୟ ସମିତି ଅଥବା ଉଭ୍ର , ସମିତି (ସଂଶୋଧନ) ଆଇନ,୧୯୯୬ ସହିତ ସଭ୍ୟବୃନ୍ଦ ରୂପେ ଗଣ୍ୟ ହେବେ  ।  (ସଂଖ୍ୟା ୯୩୯୮/ଲେଜିସ, ତା .୨୨.୦୪.୧୯୯୬)

ସଂଶୋଧନ – ୨୦୦୪

ଧାରା ୧୬ର ସଂଶୋଧନ - ଓଡିଶା ସମବାୟ ସମିତି ଆଇନ, ୧୯୬୨ (ଓଡିଶା ଆଇନ ୨/୧୯୬୩ )(ଏହାପରେ ମୂଳ ଆଇନ ରୂପେ ଉଲ୍ଲିଖିତ) ର ଧାରା ୧୬ର ଉପଧାରା (୧) ର ପ୍ରକରଣ ର ୨ ୟ ପରନ୍ତୁକ (ସେକେଣ୍ଡ ପ୍ରୋଭିଜୋ) ପରେ , ନିମ୍ନଲିଖିତ ପରନ୍ତୁକ ସନ୍ନିବିଷ୍ଟ ହେବ, ଯଥା

ଉଲ୍ଲେଖଥାଉକି,  ଏହି ପ୍ରକରଣରେ କିଛି ନଥିଲେ ସୁଧା ସ୍ଵୟଂ ସହାୟକ ଗୋଷ୍ଠୀକୁ ଅତି ନଗଣ୍ୟ ସଭ୍ୟ ରୂପେ ସେହି ସର୍ତ୍ତସହ ଗ୍ରହଣ କରିବାକୁ ସମବାୟ ସମିତିକୁ ବଞ୍ଚିତ କରିବେ ଯାହା କି ରାଜ୍ୟ ସରକାର ଆଦେଶ ବଳରେ ସମୟ ସମୟରେ ଉଲ୍ଲେଖିତ କରିପାରିବେ   । (ସଂଖ୍ୟା ୧୩୪୨୫ /ଲେଜିସ,  ତା ୨୩.୧୨.୨୦୦୪ )

ଧାରା ୧୬- କ ସଦସ୍ୟ ରୂପେ ପ୍ରବେଶ କରିବା ଏବଂ ଚାହିଦା

  1. କୌଣସି ବ୍ୟକ୍ତି ଏକ ସମିତିରେ ସଭ୍ୟ ରୂପେ ପ୍ରବେଶ କରିବାକୁ ଏବଂ ରହିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ, ଯଦି ସେ
    • ଏହି ଆଇନ, ନିୟମାବଳୀ ଏବଂ ତଦନୁଯାୟୀ ପ୍ରଣିତ ଉପ- ବିଧିର ଆବଶ୍ୟକତାର ପୂରଣ କରିନପାରେ   ।
    • ନୈତିକ ଭ୍ରଷ୍ଟାଚାର ରୂପକ ଅପରାଧରୂପେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଥାନ୍ତି ଅଥବା ଭାରତର ଯେକୌଣସି ଅଦାଲତ ଦ୍ଵାରା ଅନ୍ୟ କୌଣସି ଅପରାଧ ନିମନ୍ତେ ଅର୍ଥଦଣ୍ଡ, ଅଥବା କାରାଦଣ୍ଡ ଅଥବା ଉଭୟ ଦଣ୍ଡ  ପାଇଥାନ୍ତି, ଯେ ପର୍ଯ୍ୟନ୍ତ ସେପରି ଦଣ୍ଡାଦେଶ ବାତିଲ ଅଥବା ପରିବର୍ତ୍ତିତ ନ ହୋଇଛି, ଯେପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଦିଆଯିବା ସମୟଠାରୁ ୫ ବର୍ଷ ସମୟ ଅବସାନ ନ ହୋଇଛି ଯଦି ଦଣ୍ଡାଦେଶଟି ଅର୍ଥଦଣ୍ଡ ହୋଇଥାଏ ଅଥବା ଯେଉଁ କ୍ଷେତ୍ରରେ ଦଣ୍ଡାଦେଶଟି କାରାଦଣ୍ଡ ଅଥବା ଉଭୟ ଅର୍ଥଦଣ୍ଡ ଅଥବା କାରାଦଣ୍ଡ ହୋଇଥାଏ,  ସେ କ୍ଷେତ୍ରରେ ସେ କାରାଦଣ୍ଡରୁ କେବେ ଛାଡ ପାଇଲା, ଅଥବା,
    • ଦିବାଲିଆ ଅଥବା ଅମୁକ୍ତ ଦିବାଲିଆ ରୂପେ ସାବ୍ୟସ୍ତ ହେବାକୁ ଆବେଦନ କରିଥାଏ, ଅଥବା
    • ସମିତି ଅଥବା ତାହାର ଅର୍ଥଯୋଗାଣକାରୀ ବ୍ୟାଙ୍କର କର୍ମଚାରୀ ହୋଇଥିବେ,
    • ଉଲ୍ଲେଖଥାଉକି, ସେପରି କର୍ମଚାରୀ ଏବଂ ନାମମାତ୍ର ସଭ୍ୟରୂପେ ସ୍ଵୀକୃତି ପାଇପାରନ୍ତି ଅଥବା ରହିପାରନ୍ତି, ଅଥବା

    • କୌଣସି ସମିତି ଅଥବା ଅନ୍ୟକୌଣସି ସମିତି ଦ୍ଵାରା ବହିଷ୍କାର ତାରିଖରୁ ଦୁଇବର୍ଷ ସମୟ ଅତିକ୍ରାନ୍ତ ନହୋଇଛି ସେପରି ବ୍ୟକ୍ତି ସଭ୍ୟ ହୋଇପାରିବେ ନାହିଁ ।
  2. ଉପ-ଧାରା (୧) ରେ ଉଲ୍ଲିଖିତ କରାଯାଇଥିବା ଯେକୌଣସି ଅଯୋଗ୍ୟତା ଯଦି ଏକ ସମିତିର କୌଣସି ସଭ୍ୟଙ୍କର ଥାଏ, ତେବେ ଯେଉଁ ତାରିଖରୁ ତାଙ୍କର ଅଯୋଗ୍ୟତା ଜଣାପଡିବ  ସେହି ତାରିଖରୁ ତାଙ୍କର ସଭ୍ୟପଦ ରଦ୍ଦ କରାଯିବ ।

ସଂଶୋଧନ – ୨୦୧୨, ଓଡିଶା ଆଇନ ୧/୨୦୧୩

ଧାରା ୧୬- କର ସଂଶୋଧନ – ମୂଳ ଆଇନରେ , ଦଫା ୧୬ “କ“ ରେ ଉପ- ଦଫା (୧) ରେ ଧାରା (କ) ପରେ ନିମ୍ନଲିଖିତ ଧାରାକୁ ସଂଯୋଗ କରାଯିବ, ଯଥା -

  • (କ-୧) ସମିତିର ତିନୋଟି ଲଗାତାର ସାଧାରଣ ବୈଠକରେ ଉପସ୍ଥିତ ହୋଇନାହାନ୍ତି ଏବଂ ଏପରି ଅନୁପସ୍ଥିତିକୁ, ସାଧାରଣ ବୈଠକଏ,  ସଦସ୍ୟମାନଙ୍କ ଦ୍ଵାରା କ୍ଷମଣୀୟ କରାଯାଇ ନାହିଁ, କିମ୍ବା
  • (କ-୨) ଉପ- ନିୟମରେ ଧାର୍ଯ୍ୟ ସର୍ବନିମ୍ନ ସ୍ତରର ସେବାକୁ ଲଗାତର ଦୁଇବର୍ଷ ନିମନ୍ତେ ବ୍ୟବହାର କରିନାହାନ୍ତି, କିମ୍ବା (ନଂ.୧୧୪୦/ଲେଜିସ -୩୩/୨୦୧୨/ଏଲ ତା ୩୦.୦୧.୨୦୧୩)

ଧାରା -୧୭ ରାଜ୍ୟ ସମବାୟ ସଂଘ ସହ ଅନ୍ତର୍ଭୁକ୍ତ

ରାଜ୍ୟ ସମବାୟ ସଂଘର ସଭ୍ୟ ହେବାପାଇଁ ୧୬ ଦଫାରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଏପରି ସମିତିଗୁଡିକ ସଂଘ ର ଅନ୍ତର୍ଭୁକ୍ତ ହେବାକୁ ବାଧ୍ୟ ଏବଂ ସେଗୁଡିକର ଆୟ ଓ କାର୍ଯ୍ୟ ଦ୍ରୁଷ୍ଟିରୁ ରାଜ୍ୟ ସରକାରଙ୍କ ଦ୍ଵାରା ନିୟମାନୁକ୍ରମେ ସେ ସମ୍ପର୍କରେ ଘୋଷିତ ହୋଇଥିବା ନିୟମାନୁଯାୟୀ ସଭ୍ୟ ହେବାକୁ ବାଧ୍ୟ । ଏହି ସଭ୍ୟମାନଙ୍କର ସଂଖ୍ୟା ଓ ପ୍ରକାର ଦ୍ରୁଷ୍ଟିରୁ ସଂଘର ଏପରି ସଭ୍ୟ ହେବାକୁ ବାଧ୍ୟ ହେବେ ।

ପ୍ରକାଶ ଥାଉକି, ଉପରଲିଖିତ ଏପରି ସମିତି ଏହି ଉପଧାରାର ଆବଶ୍ୟକତାଗୁଡିକୁ ଧାର୍ଯ୍ୟ ସମୟ ମଧ୍ୟରେ ପୂରଣ କରିବାକୁ ଯଦି ଅକ୍ଷମ ହୁଏ, ତେବେ ଏପରି ସମିତି ସଂଘ ସହ ଅନ୍ତର୍ଭୁକ୍ତ ଓ ସଂଘର ସଭ୍ୟ ହେଲା ବୋଲି ଘୋଷଣା କରିବାକୁ ନିବନ୍ଧକଙ୍କର କ୍ଷମତା ରହିବ  । ଏହାପରେ ସଂଘର ସଭ୍ୟ ହିସାବରେ ସମିତିର ସମସ୍ତ ପ୍ରକାର ଦାୟିତ୍ଵ , ଅଧିକାର ଓ ସୁଯୋଗ ରହିବ ଏବଂ ସଂଘର ଉପ- ବିଧି ଅନୁଯାଯାଇ ସମସ୍ତ ପ୍ରକାର ଫିସ ଓ ଅଂଶ ଦେବାକୁ ମଧ୍ୟ ଦାୟୀ ରହିବ   ।

ଧାରା ୧୭ – କ – ସ୍ଵୟଂ ସହାୟକ ସମବାୟରେ

ଏହି ଆଇନରେ ରେଜିଷ୍ଟ୍ରିକୃତ ଏକ ସମବାୟ ଉଧାର ସମିତି, ଯାହାକି ସରକାରଙ୍କ ଠାରୁ କୌଣସି ଅଂଶଧନ, ପ୍ରତିଭୃତି, ରିଣ, ପ୍ରାପ୍ତି କରିନାହିଁ,  ତାହା ଓଡିଶାସ ସ୍ଵୟଂ ସହାୟକ ଆଇନ ୨୦୦୧ ରେବିଷ୍ଟ୍ରିକୃତ ଏକ ସମବାୟରେ ସଭ୍ୟ ହୋଇପାରିବ ।

ଧାରା ୧୮- ନାମମାତ୍ର କିମ୍ବା ସହଯୋଗୀ ସଭ୍ୟ

  1. ଏକ ସମିତି କୌଣସି ବ୍ୟକ୍ତିଙ୍କୁ ନାମମାତ୍ର ସଭ୍ୟ ରୂପେ ଗ୍ରହଣ କରିପାରେ ।
  2. ଜଣେ ନାମମାତ୍ର ସଭ୍ୟ ନିମ୍ନପ୍ରକାରେ ଅଧିକାରୀ ନୁହନ୍ତି ।
    • ସମିତି ର ସମ୍ପତ୍ତି କିମ୍ବା ଲାଭାଂଶରେ ଯେକୌଣସି ପ୍ରକାରେ ଥିବା ଅଂଶ ପ୍ରତି; ଏବଂ
    • ଏକ ସମିତିର ସାଧାରଣ ସଂଘ ବୈଠକରେ ଯୋଗ ଦେବାକୁ ।
    • ଏକ ସମିତିର କମିଟିକୁ ନିର୍ବାଚିତ ହେବାକୁ ।
  3. ଏହି ଦଫାରେ ଥିବା ବ୍ୟବସ୍ଥାଗୁଡିକ ବ୍ୟତୀତ ସମିତି , ଉପ- ବିଧିଗୁଡିକରେ ବର୍ଣ୍ଣିତ ବ୍ୟବସ୍ଥାନୁଯାୟୀ ଜଣେ ନାମମାତ୍ର ସଭ୍ୟଙ୍କର ଅନ୍ୟ ସଭ୍ୟଙ୍କର ଅନ୍ୟ ସଭ୍ୟଙ୍କ ପରି ସୁଯୋଗ (ଅଧିକାର ରହିବ ଏବଂ ଦାୟିତ୍ଵ ମଧ୍ୟ ରହିବ)

ଧାରା ୧୯- ସଭ୍ୟପଦ ଅଧିକାରର ପ୍ରୟୋଗ

ଏକ ସମିତିର କୌଣସି ସଦସ୍ୟ, ରସହ୍ୟ ରୂପେ ତାଙ୍କର ଅଧିକାର ପ୍ରୟୋଗ   କରିବାକୁ ହକଡାର ହେବେ ନାହିଁ ଯେପର୍ଯ୍ୟନ୍ତ ସମିତିକୁ ସଭ୍ୟ ଚାନ୍ଦା ନ ଦେଇଛନ୍ତି ତଥା ଏହି ଆଇନ ଦ୍ଵାରା ଆବଶ୍ୟକ ହେଉଥିବା ଅଥବା ନିୟମାବଳୀ ଅଥବା ଉପ- ବିଧିରେ ବ୍ୟବସ୍ଥିତ ବ୍ୟବସ୍ଥା ପ୍ରକାରେ ସଦସ୍ୟଙ୍କର ସେପରି କୌଣସି ଦାୟିତ୍ଵ ପୂରଣ ନ କରିଛନ୍ତି  ।

ସଂଶୋଧନ – ୧୯୯୭

ଦଫା ୧୯ ର ସଂଶୋଧନ

ମୂଳ ଆଇନର ଦଫା ୧୯ ପରେ ନିମ୍ନଲିଖିତ ପ୍ରତିବନ୍ଧ ବା ସର୍ତ୍ତ ସନ୍ନିବିଷ୍ଟ ହେବ  । ଯଥା – ଉଲ୍ଲେଖ ଥାଉ କି ଏହି ଦଫାର ବ୍ୟବସ୍ଥାମାନ ପ୍ରାଥମିକ ସମିତି ସମୂହର କମିଟିର ସଭ୍ୟମାନଙ୍କୁ ଯେଉଁମାନେ କି ଦଫା ୧୬ ର ଉପ- ଦଫା (୧-କ ) ର ବ୍ୟବସ୍ଥାନୁଯଯାଇ କେନ୍ଦ୍ରୀୟ ସମବାୟ ସମିତି ଅଥବା ଆବଶ୍ୟକସ୍ଥଳେ ଶୀର୍ଷ ସମିତିର ସଭ୍ୟ ରୂପେ ବିବେଚିତ , ପ୍ରଯୁଜ୍ୟ ହେବ ନାହିଁ   ।(ସଂଖ୍ୟା ୯୯୪୦ / ଲେଜିସ ତା ୧୯.୦୫.୧୯୯୭ )

ସଂଶୋଧନ -୨୦୦୪

ଓଡିଶା ଆଇନ ୨୮/୧୯୯୧ର ଧାରା ୧୯ ର ସଂଶୋଧନ

ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୨୮/୧୯୯୧,  ସଂଶୋଧିତ ଆଇନ ରୂପେ ଏହା ପରେ ଉଲ୍ଲିଖିତ ) ଏହାରା ୧୯ରେ –

  • ପ୍ରକରଣ (କ) ଉପ- ପ୍ରକରଣ (୮) ପାଇଁ ନିମ୍ନଲିଖିତ ଉପ- ପ୍ରକରଣ ପ୍ରତିସ୍ଥାପିତ ହେବ, ଯଥା -
  • “(୮) ନିବନ୍ଧକଙ୍କ ପୂର୍ବ ଅନୁମୋଦନ ସହିତ ସମବାୟ ସମିତିର କର୍ମଚାରୀଙ୍କର ନିଯୁକ୍ତ ସୃଷ୍ଟି କରିବା ଚାକିରି ଅବସ୍ଥା ସୃଷ୍ଟି କରିବା, ଛୁଟି ରିହାତି, ସ୍ଥିରୀକରଣ ଏବଂ ଦରମା ଭତ୍ତାର ସଂଶୋଧନ କରିବାକୁ ଏବଂ ସମିତିର ବ୍ୟବସାୟ ପରିଚାଳନା କରିବାକୁ ଅଫିସର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତ କରିବାକୁ କ୍ଷମତା ରହିବ ଏବଂ ଆଇନ, ନିୟମାବଳୀ ଏବଂ ଉପନିୟମରେ ଏ ସମ୍ବନ୍ଧୀୟ ବ୍ୟବସ୍ଥାନୁଯାୟୀ ଅନ୍ୟାନ୍ୟ ସବୁକିଛି ମଧ୍ୟରେ ସେମାନଙ୍କର କର୍ତ୍ତବ୍ୟ ଶୃଙ୍ଖଳାଗତ ଘଟନାସବୁ ସ୍ଥିର ହେବ ।

  • ପ୍ରକରଣ (ଟ) ବିଲୁପ୍ତ ହେବ । (ସଂଖ୍ୟା ୧୩୪୨୫/  ଡେଲିସ,  ତା ୨୩.୧୨.୨୦୦୪)

ସଂଶୋଧନ -୨୦୧୨,ଓଡିଶା ଆଇନ ୧/୨୦୧୩

ଧାରା ୧୯ର ସଂଶୋଧନ -

ମୂଳ ଆଇନରେ ଦଫା ୧୯ରେ ଉପ-ଦଫା (୨) ପରେ , ନିମ୍ନଲିଖିତ ଉପ-ଦଫାକୁ ସଂଯୋଗ କରାଯିବ , ଯଥା (୩) କୌଣସି ସମିତିର ପୁସ୍ତିକା ତଥ୍ୟ ଏବଂ ହିସାବ ପ୍ରତି , ପ୍ରତ୍ୟେକ ସଦସ୍ୟଙ୍କର ପ୍ରଦେଶ ଅଧିକାର ରହିବ, ଯାହାକି ବ୍ୟବସାୟ ଘଟିକା ମଧ୍ୟରେ, ଏହାର ନିୟମିତ ବ୍ୟବସାୟ କାରବାରରେ ରଖାଯାଇଥାଏ  (ନଂ ୧୧୪୦/ଲେଜିସ -୩୩/୨୦୧୧/ଏଲ,  ତା୩୦.୦୧.୨୦୧୩)

ଧାରା ୨୦-ସଭ୍ୟମାନଙ୍କର ଭୋଟ

ସମିତିର ବ୍ୟାପାର ପାଇଁ ପ୍ରତ୍ୟେକ ସଭ୍ୟଙ୍କର ଗୋଟିଏ ମାତ୍ର ଭୋଟ ରହିବ  ।

  • ଏକ ନାମମାତ୍ର ସଭ୍ୟଙ୍କର ଭୋଟ ଅଧିକାର ନାହିଁ ।
  • ଯେଉଁ କ୍ଷେତ୍ରରେ ଦୁଇଜଣ ବ୍ୟକ୍ତିବିଶେଷଙ୍କୁ ଯୁଗ୍ମ ସଭ୍ୟରୂପେ ପ୍ରବେଶାଧିକାର ଦିଆଯାଇଛି ଅଥବା ସ୍ଵୀକୃତି ଦିଆଯାଇଛି ସେ କ୍ଷେତ୍ରରେ ସେମାନଙ୍କର ଗୋଟିଏ ଭୋଟ ହେବ ତଥା ସେମାନଙ୍କ ମଧ୍ୟରୁ ଯେକୌଣସି ଜଣେ ଭୋଟ ଦେଇପାରିବେ ।
  • ଯେଉଁ କ୍ଷେତ୍ରରେ ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ସମିତିର ଏକ ସଭ୍ୟ ଅଟନ୍ତି ସେ କ୍ଷେତ୍ରରେ ସେପରି ସରକାରଙ୍କ ଦ୍ଵାରା ଅଥବା ତରଫରୁ କମିଟିକୁ ମନୋନୀତ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଭୋଟ ଦେବେ  ।
  • ଯେଉଁ କ୍ଷେତ୍ରରେ ସମିତିର ପଦାଧୀକରିଙ୍କ ନିର୍ବାଚନ ଅଥବା ତାହାର ଉପ- ବିଧି ସଂଶୋଧନ ବ୍ୟତୀତ ସମିତିର ବିଷୟବସ୍ତୁ କୁ  ଭିତ୍ତି କରାଯାଉଥିବା ଏକ ବୈଠକରେ ଭୋଟର ସମାନତା ଆସେ ସେ କ୍ଷେତ୍ରରେ ବୈଠକରେ ସଭାପତିତ୍ଵ କରୁଥିବା ବ୍ୟକ୍ତି ଏକ ଦ୍ଵିତୀୟ ଏବଂ ନିଷ୍ପତ୍ତିମୂଳକ ଭୋଟଦେବେ  ।
  • ଯେଉଁ କ୍ଷେତ୍ରରେ ସମିତିର ଏକ ସଭ୍ୟ ଏକ ସମୟରେ ନିର୍ବାଚନ ମଣ୍ଡଳୀରୁ ସଭାପତି ଏବଂ କମିଟିର ସଭ୍ୟ ନିର୍ବାଚିତ କରୁଥାଆନ୍ତି ସେ କ୍ଷେତ୍ରରେ ସେପରି ବ୍ୟକ୍ତି ସଭାପତି ନିର୍ବାଚନ ପାଇଁ ଗୋଟିଏ ଭୋଟ ଏବଂ ଅନ୍ୟଟି ସଦସ୍ୟଙ୍କୁ ଦେବେ   ।

ସଂଶୋଧନ – ୧୯୯୬

ଧାରା ୨୦ ର ସଂଶୋଧନ –

ମୂଳ ଆଇନର ଦଫା ୨୦ର ପରନ୍ତୁକ ର ପ୍ରକରଣ (କ) ବିଲୁପ୍ତ ହେବ । (ସଂଖ୍ୟା ୯୩୯୮/ ଲେଜିସ, ତା ୨୨.୦୪.୧୯୯୬)

ଧାରା ୨୧- ଭୋଟ ଅଧିକାର ପ୍ରୟୋଗ କରିବା ପ୍ରଣାଳୀ

  • ସମିତିର ପ୍ରତ୍ୟେକ ସଭ୍ୟ ବ୍ୟକ୍ତିଗତ ଭାବେ ନିଜର ଭୋଟ ଅଧିକାର ପ୍ରୟୋଗ କରିବେ ଏବଂ କୌଣସି ସଭ୍ୟଙ୍କୁ ପ୍ରତିନିଧି ଦ୍ଵାରା ଭୋଟ ଦେବାକୁ ଅନୁମତି ମିଳିବ ନାହିଁ,  ଉଲ୍ଲେଖଥାଉକି ସେପରି ଭୋଟ  -
    1. ଯେଉଁ କ୍ଷେତ୍ରରେ ସଭ୍ୟ ଏକ ସମିତି ସେ କ୍ଷେତ୍ରରେ ତାହାର ସଭାପତିଙ୍କ ଜରିଆରେ ଅଥବା ଯେଉଁ କ୍ଷେତ୍ରରେ ସେପରି ସଭ୍ୟ ସମିତିର ସଭାପତି ନ ଥିବେ ସେ କ୍ଷେତ୍ରରେ ଚିଫ ଏକଜିକ୍ୟୁଟିଭ ଅଥବା ଆଡମିନିଷ୍ଟ୍ରେଟରଙ୍କ ଜରିଆରେ ଭୋଟ ଦେଇପାରିବେ ।
    2. ସେ ଯାହାହେଉନା କାହିଁକି ସେପରି ଚିଫ ଏକଜିକ୍ୟୁଟିଭ ଅଥବା ଆବଶ୍ୟକସ୍ଥଳେ ଆଡମିନିଷ୍ଟ୍ରେଟର ଭୋଟ ଦେବାର ଅଧିକାର ନାହିଁ ନତୁବା ସେମାନଙ୍କର କୌଣସି ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିବାର ଅଧିକାର ନାହିଁ ।
    3. ଯେଉଁ କ୍ଷେତ୍ରରେ ସଭ୍ୟ ଏକ ସ୍ଥାନୀୟ କର୍ତ୍ତୃପକ୍ଷ ଅଥବା ଏକ ନିଗମ ହୋଇଥାଆନ୍ତି ସେ କ୍ଷେତ୍ରରେ ସେପରି କର୍ତ୍ତୃପକ୍ଷ ଅଥବା ଆବଶ୍ୟକସ୍ଥଳେ ନିଗମର ମୁଖ୍ୟଙ୍କ ଜରିଆରେ ଭୋଟ ଦେଇପାରିବେ; ଏବଂ
    4. ଯେଉଁ କ୍ଷେତ୍ରରେ ସଭ୍ୟ , ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ହୋଇଥାନ୍ତି ସେ କ୍ଷେତ୍ରରେ କମିଟିକୁ ମନୋନୀତ ବ୍ୟକ୍ତିଙ୍କ ଜରିଆରେ ଭୋଟ ଦେଇପାରନ୍ତି ,ଏବଂ (୨) ଆଇନ ୨୮/୧୯୯୧ ଦ୍ଵାରା ବିଲୁପ୍ତ  ।

ସଂଶୋଧନ -୧୯୯୬

ଧାରା ୨୧ ର ସଂଶୋଧନ –

ମୂଳ ଆଇନର ଧାରା ୨୧ – ଧାରାର ପରନ୍ତୁକ  ର ପ୍ରକରଣ (କ) ନିମନ୍ତେ ନିମ୍ନଲିଖିତ ପ୍ରକରଣ ପ୍ରତିସ୍ଥାପିତ ହେବ ।  ଯଥା -

  • ଯେଉଁଠାରେ ସଭ୍ୟ, ତାହାର ନିମ୍ନଲିଖିତମାନଙ୍କ ଜରିଆରେ ଏକ ସମିତି ହୋଇଥାଏ  । ଯଥା -
    • ସଭାପତି (ପ୍ରେସିଡେଣ୍ଟ) ଅଥବା
    • ଉପ-ସଭାପତି, ଯେଉଁ କ୍ଷେତ୍ରରେ ସେପରି ସଭ୍ୟ ସମିତିର ସଭାପତି ନ ଥାଆନ୍ତି ଅଥବା ସଭାପତି ଥାଇ ଭୋଟ ଦେବାକୁ ଅକ୍ଷମ ଅଟନ୍ତି, ଅଥବା
    • ପ୍ରତିନିଧି , ଯେଉଁ କ୍ଷେତ୍ରରେ ସେପରି ସଭ୍ୟସମିତି ର ସଭାପତି ଅଥବା ଉପ ସଭାପତି ନଥାଆନ୍ତି ଅଥବା ସଭାପତି  ଅଥବା ଉପ- ସଭାପତି ନଥାଆନ୍ତି ଅଥବା ସଭାପତି ଏବଂ ଉପ- ସଭାପତି ଥାଇ ମଧ୍ୟ ସେମାନଙ୍କ ମଧ୍ୟରୁ କେହି ଜଣେ ଭୋଟ ପ୍ରୟୋଗ କରିବାକାଉ ସକ୍ଷମ ନୁହନ୍ତି  ।(ସଂଖ୍ୟା ୯୩୯୮/ଲେଜିସ,  ତା ୨୨.୦୪.୧୯୯୬)

ଧାରା ୨୧- କ – ସଦସ୍ୟଙ୍କୁ ବହିଷ୍କାର କରିବା ପାଇଁ ସାଧାରଣ ସଂଘର କ୍ଷମତା  -

  1. କୌଣସି ସଦସ୍ୟ ଯେ ସମିତିର କ୍ଷତି ହେଲାଭଳି କୌଣସି କାର୍ଯ୍ୟ କରିବେ କିମ୍ବା ଯାହାଙ୍କର ଯେପରି ସଦସ୍ୟଭାବେ ଉପସ୍ଥିତ  ସମିତିର ସ୍ଵାର୍ଥ ପକ୍ଷେ ଅନୁକୂଳ ନୁହେଁ ଅଥବା ହାନିକାରଣ ଅଟେ, ତେବେ ସମ୍ପୃକ୍ତ ସମିତି ଏହାର  ସାଧାରଣ ସଂଘର ବୈଠକରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠ ସଭ୍ୟଙ୍କ ଦ୍ଵାରା ଅନୁମୋଦିତ ପ୍ରସ୍ତାବ କ୍ରମେ ସେପରି ସଦସ୍ୟମାନଙ୍କୁ ସମିତିର ସଦସ୍ୟ ପଦରୁ ବହିସ୍କାର କରିପାରିବେ  ।
  2. ଉଲ୍ଲେଖଥାଉକି ସମ୍ପୃକ୍ତ ସଭ୍ୟଙ୍କୁ ସାଧାରଣ ସଂଘବୈଠକରେ ତାଙ୍କର ପକ୍ଷ ସମର୍ଥନ ପାଇଁ ସୁଯୋଗ ନ ଦେଲେ ସେପରି ପ୍ରସ୍ତାବ ଗୃହିତ ହୋଇଥିଲେ ତାହା ଅକାମି ବିବେଚିତ ହେବ ।

  3. ଅନୁମୋଦନ ଲାଭ କରିଥିବା ସେହିପରି ପ୍ରସ୍ତାବର ଏକାକିତା ନକଲ ସମ୍ପୃକ୍ତ ସଭ୍ୟଙ୍କ ନିକଟକୁ ପଠାଯିବା ସଙ୍ଗେ ସଙ୍ଗେ ତହିଁର ଅନ୍ୟ ଏକାକିତା ନକଲ ସମିତିର ନୋଟିସ ବୋର୍ଡରେ ପ୍ରକାଶ କରାଯିବା ଉଚିତ ।

ଧାରା ୨୨- ଅଂଶଧାରଣ କରିବା ଉପରେ  କଟକଣା

କୌଣସି ସମିତିର ସଭ୍ୟ ୧୬ ଦଫାସ୍ଥ ଉପ-ଦଫା ୧ର ବାକ୍ୟାଂ (କ) ବର୍ଣ୍ଣିତ ଶ୍ରେଣୀଭୁକ୍ତ ହୋଇଥିଲେ  ।

  • ସମିତିର ଧାର୍ଯ୍ୟ ହୋଇଥିବା ସମୁଦାୟ ଅଂଶ ମୂଳଧନର ଏକ ଦଶମାଂଶରୁ ଅଧିକ ଅଂଶ ରଖିପାରିବେ ନାହିଁ, କିମ୍ବା
  • ସମିତିର ପାଞ୍ଚ ହଜାରରୁ ଅଧିକ ଟଙ୍କା ମୂଲ୍ୟର ଅଂଶରେ ସତ୍ତ୍ୱେ ଦାବି କରିପାରିବେ ନାହିଁ ।

ଉଲ୍ଲେଖଥାଉକି, ରାଜ୍ୟ ସରକାର ନୋଟିସ ଦ୍ଵାରା କୌଣସି ଶ୍ରେଣୀର ସମିତି ପାଇଁ ଏକ ଦଶମାଂଶ ମୂଳଧନ କିମ୍ବା ପାଞ୍ଚ ହଜାର ଟଙ୍କା ମୂଲ୍ୟର ଅଂଶ ନିର୍ଦ୍ଧାରିତ କରିପାରନ୍ତି  ।

ଧାରା ୨୩ ଅଂଶ କିମ୍ବା ସତ୍ତ୍ଵର ମାଲିକାନା ହସ୍ତାନ୍ତର ଉପରେ କଟକଣା

  1. ଏକ ସମିତିର ମୂଳଧନରେ କୌଣସି ସଭ୍ୟଙ୍କର ଥିବା ଅଂଶ କିମ୍ବା ସତ୍ତ୍ଵର ମାଲିକାନା ହସ୍ତାନ୍ତର ପ୍ରତି ୨୨ ଦଫାରେ ନିର୍ଦ୍ଧିଷ୍ଟ ହୋଇଥିବା ସର୍ବାଧିକ ଧାରଣା ସମ୍ପର୍କରେ ଥିବା ବ୍ୟବସ୍ଥା ଓ କଟକଣା ଲାଗୁ ହେବ  ।
  2. ଏକ ସମିତି କୌଣସି ସଭ୍ୟଙ୍କର ଅଂଶ କିମ୍ବା ସତ୍ତ୍ଵର ହସ୍ତାନ୍ତର ନିମ୍ନଲିଖିତ ବ୍ୟବସ୍ଥା ବ୍ୟତିରେକ ବୈଧ ବିବେଚିତ ହେବ ନାହିଁ ।
    • ସଭ୍ୟ ଏପରି ଅଂଶ କିମ୍ବା ସତ୍ତ୍ଵ ଏକ ବର୍ଷ ବା ତହିଁରୁ ଊର୍ଦ୍ଧ୍ଵ ସମୟ ପାଇଁ ନିଜ ଦାୟିତ୍ଵରେ ରଖିପାରିବେ,
      • ଏହି ହସ୍ତାନ୍ତର ସେହି ସମିତିର କୌଣସି ସଭ୍ୟଙ୍କୁ କରାଯାଇପାରିବ, ଏବଂ
      • ସେହି ସମିତିର କମିଟି ଦ୍ଵାରା ଏହି ହସ୍ତାନ୍ତର ଅନୁମୋଦିତ ହୋଇଥିବ ।
  3. ଯେଉଁଠାରେ ଏକ ସମବାୟ କୃଷି ସମିତିର କୌଣସି ସଭ୍ୟ ସମିତି ପାଇଁ ଜମି ସଂଗ୍ରହ କରିଥିବେ, ସେଠାରେ ଏପରି ସମିତିର ଉପ- ବିଧିରେ ନିର୍ଦ୍ଧିଷ୍ଟ ହୋଇଥିବା ସମୟ ମଧ୍ୟରେ ସମିତିଠାରୁ ଏହି ଜମି ପ୍ରତ୍ୟାହାର କରାଯାଇପାରିବ  ।
  4. ସମିତିର ଏହି ଆଇନ କିମ୍ବା ନିୟମ କିମ୍ବା ଉପ- ବିଧି ର ବ୍ୟବସ୍ଥାନୁଯାୟୀ ଏହାର କୌଣସି ସଭ୍ୟ ଇସ୍ତଫା ଦେବା କାରଣରୁ କିମ୍ବା ବହିଷ୍କୃତ ହେବା କାରଣରୁ ଅଥବା ଅଯୋଗ୍ୟତା କାରଣରୁ ସଭ୍ୟ ପଦ ନିମନ୍ତେ ଅଯୋଗ୍ୟ ବିବେଚିତ ହେଲେ ପୂର୍ବୋକ୍ତ ଉପ – ଦଫାର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ସେହି ସଭ୍ୟ ସମିତିରେ ରହୁଥିବା ଅଂଶ କିମ୍ବା ଅଂଶ ମୂଳ ଧନରେ ଥିବା ସତ୍ତ୍ଵର ନିୟତ ମୂଲ୍ୟ ପରିଶୋଧ କରି ସେ ସବୁର ସମାପ୍ତ କରାଯିବ ।

ଧାରା ୨୪ – ସଭ୍ୟଙ୍କର ମୃତ୍ୟୁରେ ସତ୍ତ୍ଵର ହସ୍ତାନ୍ତରୀକରଣ

  1. କୌଣସି ସଭ୍ୟଙ୍କର ମୃତ୍ୟୁ ଘଟିଲେ ନିୟମ ଅନୁଯାୟୀ ସେହି ସଭ୍ୟଙ୍କ ଦ୍ଵାରା ମନୋନୀତ ହୋଇଥିବା ବ୍ୟକ୍ତି କିମ୍ବା ଅବ୍ୟକ୍ତିମାନଙ୍କ ମୃତ ସଭ୍ୟଙ୍କ ଅଂଶ କିମ୍ବା ସତ୍ତ୍ଵ ସମିତି ହସ୍ତାନ୍ତର କରିବ ।  ଯଦି ଯେପରି ବ୍ୟକ୍ତି ମନୋନୀତ ହୋଇନଥିବେ ତେବେ କମିଟିର ଅନୁସନ୍ଧାନ ପରେ ମୃତ ସଭ୍ୟଙ୍କର ଉତ୍ତରାଧିକାରୀ କିମ୍ବା ଆଇନସିଦ୍ଧ ପ୍ରତିନିଧିଙ୍କୁ ତାହା ହସ୍ତାନ୍ତର କରାଯିବ ।
  2. ଉଲ୍ଲେଖଥାଉ, ଏପରି ମନୋନୀତ ବ୍ୟକ୍ତି  ଉତ୍ତରାଧିକାରୀ କିମ୍ବା ଆଇନସିଦ୍ଧ ପ୍ରତିନିଧି ସମିତିର ସଭ୍ୟରୂପେ ଗୃହିତ ହୋଇଥିବା ଆବଶ୍ୟକ ।

    ପୁନଶ୍ଚ ଉଲ୍ଲେଖଥାଉକି, ଜଣେ ନାବାଳକ କିମ୍ବା, ଜଣେ ମସ୍ତିଷ୍କବିକୃତି ବ୍ୟକ୍ତି କିମ୍ବା ଅନ୍ୟ କୌଣସି ଅଯୋଗ୍ୟତା ଥିବା ଜଣେ ବ୍ୟକ୍ତିଙ୍କୁ ଉପ- ବିଧିର ବ୍ୟବସ୍ଥାନୁଯଯାଇ ମୃତ ସଭ୍ୟଙ୍କର ସମିତିରେ ଥିବା ଅଂଶ ବା ସତ୍ତ୍ଵର ଉତ୍ତରାଧିକାରୀ ହେବାରେ କିମ୍ବା ଏପରି ଅଂଶ ବା ସତ୍ତ୍ଵରୁ ଉଦ୍ଭବ ଲାଭାଂଶ ବା ଉପକାର ପାଇବାରେ ଏହି ଉପ- ଦଫାରେ ଥିବା ଯେକୌଣସି ବ୍ୟବସ୍ଥା ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ  ।

  3. ଉପଦଫା (୧) ରେ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ଏପରି ମନୋନୀତ ବ୍ୟକ୍ତି କିମ୍ବା ଉତ୍ତରାଧିକାରୀ କିମ୍ବା ଆଇନସିଦ୍ଧ ପ୍ରତିନିଧିଙ୍କୁ ପରିଶୋଧ କରିବ ।
  4. ମୃତ ସଭ୍ୟଙ୍କର ସମିତିରୁ ପ୍ରାପ୍ୟ ଅନ୍ୟ ଅର୍ଥ ସମିତି ଏପରି ମନୋନୀତ ବ୍ୟକ୍ତି, ଉତ୍ତରାଧିକାରୀ କିମ୍ବା ଆଇନସିଦ୍ଧ ପ୍ରତିନିଧିଙ୍କୁ ପରିଶୋଧ କରିବ   ।
  5. ଏହି ଦଫାର ବ୍ୟବସ୍ଥାନୁଯାୟୀ ସମିତି ଦ୍ଵାରା ହୋଇଥିବା ସମସ୍ତ ହସ୍ତାନ୍ତରୀକାରଣ ଓ ଦେୟ ବୈଧ ହେବ ଏବଂ ଅନ୍ୟକୌଣସି ସଭ୍ୟ ଦ୍ଵାରା ସମିତି ଉପରେ ହୋଇଥିବା ଦାବି ବିରୁଦ୍ଧରେ ମଧ୍ୟ ଫଳପ୍ରଦ ହେବ  ।

ଧାରା ୨୫- ଭୂତପୂର୍ବ ସଭ୍ୟଙ୍କ ଦାୟିତ୍ଵ ଏବଂ ମୃତ ସଭ୍ୟଙ୍କ ସମ୍ପତ୍ତି

  1. ଉପ- ଦଫା (୨) ବ୍ୟବସ୍ଥାନୁଯାୟୀ ସମିତିର ଋଣ ପାଇଁ ଭୂତପୂର୍ବ ସଭ୍ୟଙ୍କ ଦାୟିତ୍ଵ କିମ୍ବା ସଭ୍ୟଙ୍କର ସମ୍ପତ୍ତି -
  2. ଭୂତପୂର୍ବ ସଭ୍ୟଙ୍କ କ୍ଷେତ୍ରରେ ସେ ସଭ୍ୟପଦରୁ କଟିବା ତାରିଖଠାରୁ, ଏବଂ
  3. ୭୨ ଦଫାନୁସାରେ ଏକ ସମିତି ସମାପିତ ହେବା ପାଇଁ ଆଦେଶ ପାଇଥିଲେ ଭୂତପୂର୍ବ ସଭ୍ୟଙ୍କର ଦାୟିତ୍ଵ କିମ୍ବା ମୃତ ସଭ୍ୟଙ୍କର ସମ୍ପତ୍ତି (ଯେ କି ଆଦେଶ ତାରିଖଠାରୁ ଦୁଇ ବର୍ଷ ପୂର୍ବରୁ ସଭ୍ୟ ପଦରୁ ଯାଇଥିବେ କିମ୍ବା ମୃତ୍ୟୁବରଣ କରିଥିବେ) ହିସାବ ସମାପ୍ତି ପର୍ଯ୍ୟନ୍ତ ରହିବ, କିନ୍ତୁ ସଭ୍ୟପଦରୁ କଟିବା କିମ୍ବା ସଭ୍ୟଙ୍କର ମୃତ୍ୟୁ ତାରିଖରେ ସମିତିର ଥିବା ଋଣ ପାଇଁ ଏପରି ଦାୟିତ୍ଵ ବର୍ଦ୍ଧିତ କରାଯାଇପାରିବ  ।

ଧାରା ୨୬- ସମିତି ଅଧିକାରରେ ଥିବା ଜମିର ହସ୍ତାନ୍ତରୀକରଣ ଓ ସେହି ଜମିରେ ସତ୍ତ୍ଵ ଉପରେ କଟକଣା

  1. ଏହି ଆଇନ ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ସମିତିର କୌଣସି ସଭ୍ୟ, କୌଣସି ଜମିକୁ କୃଷି ଉପଯୋଗୀ ଏବଂ ଉପନିବେଶ ସ୍ଥାପନ ଅଥବା ନିଜେ ଅଧିକାରକୁ ଆଣିବା ଅଥବା ଅନ୍ୟକୌଣସି ଥିବା ସେଭଳି ଜମିର ଅଧିକାରତ୍ଵ ଅଥବା ସତ୍ତ୍ଵର ହସ୍ତାରୀକରଣ ସେଭଳି ସଭ୍ୟ କରିବାକୁ ହକଦାର ନୁହନ୍ତି, ଯଦି କୌଣସି ସଭ୍ୟ ସଭ୍ୟପଦ ପାଇଁ ଆବେଦନ କରିଥାଆନ୍ତି ଏବଂ ତାହା ସମିତି ଦ୍ଵାରା ଗୃହିତ ହୋଇଥାଏ ।  ତେବେ ସେଭଳି ଜମି ସମିତି ଦ୍ଵାରା  ଗୃହିତ ହୋଇଥିବା ସଭ୍ୟଙ୍କୁ ଏବଂ ସମିତିକୁ ହସ୍ତାନ୍ତର କରାଯାଇପାରିବ ।
  2. ଉପ- ଦଫା (୧) ରେ ନିର୍ଦ୍ଧିଷ୍ଟ ହୋଇଥିବା ବ୍ୟବସ୍ଥାନୁଯାୟୀ ସମିତିର କୌଣସି ଭୂ- ସମ୍ପତ୍ତି କୌଣସି, ଭୂ- ସମ୍ପତ୍ତି କୌଣସି ସଭ୍ୟଙ୍କ ଅଧିକାରରେ ଥିଲେ, ତାହା ସମିତିର ସଭ୍ୟଙ୍କ ଠାରୁ ଋଣ ଅଦାୟ ବ୍ୟତୀତ ଅନ୍ୟ କୌଣସି ମାମଲା କିମ୍ବା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବହାର କରାଯାଇପାରିବ ନାହିଁ  ।]

ଆଧାର – ଦ ଲ ହାଉସ

Last Modified : 7/17/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate