অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିତାମାତା ଏବଂ ବରିଷ୍ଠ ନାଗରୀକମାନଙ୍କର ଭରଣପୋଷଣ ଏବଂ ମଙ୍ଗଳ ଆଇନ୍, ୨୦୦୭(ବିବିଧା)

ପିତାମାତା ଏବଂ ବରିଷ୍ଠ ନାଗରୀକମାନଙ୍କର ଭରଣପୋଷଣ ଏବଂ ମଙ୍ଗଳ ଆଇନ୍, ୨୦୦୭(ବିବିଧା)

ଅଧିକାରୀମାନେ, ସର୍ବସାଧାରଣ  ସେବକ  ହେବେ

ଏହି  ଆଇନ୍  ଅନୁଯାୟୀ  କାର୍ଯ୍ୟ  ପରିଚାଳନା  ନିମନ୍ତେ  ନିଯୁକ୍ତ  ପ୍ରତ୍ୟକ  ଅଧିକାରୀ  କିମ୍ବା  କର୍ମଚାରୀ, ଭାରତୀୟ ଦଣ୍ଡବିଧି  ସଂହିତା  (୪୫/୧୮୬୦) ର  ଦଫା  ୨ର  ଅର୍ଥାନୁଯାୟୀ, ଜଣେ   ସର୍ବସାଧାରଣ  ସେବକ   ହେବେ   ।

ଦେୱାନୀ  ନ୍ୟାୟାଳୟର  କର୍ତ୍ତୃତ୍ଵ  ପ୍ରତିବନ୍ଧିତ

କୌଣସି  ଦେୱାନୀ  ନ୍ୟାୟାଳୟର , କୌଣସି  ବିଷୟ  ସଂବନ୍ଧରେ  କର୍ତ୍ତୃତ୍ଵ  ରହିବ  ନାହିଁ, ଯେଉଁଥି ପ୍ରତି  ଏହି  ଆଇନ୍ ର  କୌଣସି  ବ୍ୟବସ୍ଥା  ପ୍ରୟୋଗ  ହୁଏ ଏବଂ  କୌଣସି  ବିଷୟ  ସଂବନ୍ଧରେ  କୌଣସି  ଦେୱାନୀ  ନ୍ୟାୟାଳୟ  ଦ୍ଵାରା  କୌଣସି  ନିଷେଧାଜ୍ଞା  ପ୍ରୟୋଗ   ହେବ  ନାହିଁ , ଯାହାକି  ଏହି  ଆଇନ୍ ଅନୁଯାୟୀ  କରାଯାଇଥାଏ  କିମ୍ବା  କରାଯିବା  ନିମନ୍ତେ  ଉଦ୍ଦେଶିତ  ଥାଏ  ।

ଉତ୍ତମ  ବିଶ୍ଵାସରେ   ଗ୍ରହଣ  କରାଯାଇଥିବା  କାର୍ଯ୍ୟାନୁଷ୍ଠାନର  ସୁରକ୍ଷା

କେନ୍ଦ୍ର  ସରକାର, ରାଜ୍ୟ  ସରକାର  କିମ୍ବା  ସ୍ଥାନୀୟ  ଅଧିକାରୀ  କିମ୍ବା  ସରକାରଙ୍କର  କୌଣସି  ଅଧିକାରୀଙ୍କ  ବିରୁଦ୍ଧରେ   କୌଣସି  ମୋକଦ୍ଦମା  କିମ୍ବା  ଅନ୍ୟ  ଆଇନଗତ  କାର୍ଯ୍ୟାନୁଷ୍ଠାନ  କୌଣସି  ବିଷୟ  ସଂବନ୍ଧରେ  ଦାଏର  କରାଯିବ  ନାହିଁ  ଯାହାକି  ଉତ୍ତମ  ବିଶ୍ଵାସରେ   କରାଯାଇଥାଏ  କିମ୍ବା  ଏହି  ଆଇନ୍  ଏବଂ  ତତ୍  ସଙ୍କ୍ରାନ୍ତୀୟ  ନିୟମାବଳୀ  କିମ୍ବା  ଆଦେଶ  ଅନୁଯାୟୀ  କରାଯାଇଥାଏ  କିମ୍ବା  କରାଯିବା  ନିମନ୍ତେ  ଉଦ୍ଦେଶିତ  ଥାଏ  ।

କ୍ଲିଷ୍ଠତା  ଅପସାରଣ  କରିବାର  କ୍ଷମତା

ଯଦି  ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  ପ୍ରଭାବିତ    କରିବା  ନିମନ୍ତେ  କୌଣସି  କ୍ଲିଷ୍ଠତା  ଉଦ୍ରେକ୍  ହୁଏ ; ସେପରିସ୍ଥଳେ  ରାଜ୍ୟସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ   ପ୍ରକାଶିତ  ଆଦେଶ  ଦ୍ଵାରା , ଏପରି  ବ୍ୟବସ୍ଥାବଳୀ  ପ୍ରଣୟନ  କରିବେ, ଯାହାକି  ଏହି  ଆଇନ୍ ର  ବ୍ୟବସ୍ଥାବଳୀ  ସହ  ଅସାମଞ୍ଜସ୍ୟ  ହୋଇନଥିବ , ଯାହାକି  ଏପରି  କ୍ଲିଷ୍ଠତାର  ଅପସାରଣ  ନିମନ୍ତେ  ଆବଶ୍ୟକ  କିମ୍ବା  ଜରୁରୀ  ଅଟେ  ।

ଉଲ୍ଲେଖଥାଉ ଯେ,ଏହି  ଆଇନ୍ ର  ପ୍ରଚଳନ  ତାରିଖରୁ  ଦୁଇବର୍ଷ  ସମୟ  ଅତିବାହିତ  ହେବା  ପରେ, ଏପରି  କୌଣସି  ଆଦେଶ  ପ୍ରଦାନ  କରାଯିବ  ନାହିଁ   ।

ନିର୍ଦ୍ଦେଶ  ପ୍ରଦାନ  କରିବାରେ, କେନ୍ଦ୍ର  ସରକାରଙ୍କ  କ୍ଷମତା

ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  ସଂପାଦନ  କରିବା  ନିମନ୍ତେ , କେନ୍ଦ୍ର  ସରକାର , ରାଜ୍ୟ  ସରକାରଙ୍କୁ  ନିର୍ଦ୍ଦେଶ  ଦେଇପାରନ୍ତି   ।

ପୁନଃ ବିଚାର  କରିବାରେ, କେନ୍ଦ୍ର  ସରକାରଙ୍କର  କ୍ଷମତା

ରାଜ୍ୟ  ସରକାରଙ୍କ  ଦ୍ଵାରା, ଏହି  ଆଇନ୍ ର  ବ୍ୟବସ୍ଥାବଳୀର  କାର୍ଯ୍ୟକାରୀତାକୁ  କେନ୍ଦ୍ର   ସରକାର  ସାମୟିକ  ପୁନଃ  ବିଚାର   କରିପାରନ୍ତି  ଏବଂ  ଏହାର  ଅଗ୍ରଗତିକୁ  ପର୍ଯ୍ୟବେକ୍ଷଣ  କରିପାରନ୍ତି   ।

ନିୟମାବଳୀର  ପ୍ରଣୟନ   କରିବାରେ  ରାଜ୍ୟ  ସରକାରଙ୍କର  କ୍ଷମତା

  1. ରାଜ୍ୟସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା  ଏହି  ଆଇନ୍ ର   ଉଦ୍ଦେଶ୍ୟକୁ  ପରିପାଳନ   କରିବା  ନିମନ୍ତେ , ନିୟମାବଳୀ  ପ୍ରଣୟନ  କରିପାରନ୍ତି   ।
  2. ପୂର୍ବୋକ୍ତ  କ୍ଷମତାର  ସାଧାରଣତ୍ଵରେ କୌଣସି  କ୍ଷତି ନ ଘଟାଇ , ଏପରି  ନିୟମାବଳୀ , ନିମ୍ନଲିଖିତ ନିମନ୍ତେ  ବ୍ୟବସ୍ଥାୟୀତ  କରିପାରେ : -
    • ଏପରି  ନିୟମାବଳୀର  ନିୟନ୍ତ୍ରଣାଧିନରେ , ଦଫା ୫ ଅନୁଯାୟୀ  ତଦନ୍ତ  ଅନୁଷ୍ଠିତ  କରିବା  ପଦ୍ଧତି , ଯେପରି  ଦଫା  ୮ର ଉପ – ଦଫା (୧) ଅନୁଯାୟୀ  ଧାର୍ଯ୍ୟ  କରାଯାଇପାରେ ;
    • ଦଫା  ୮ର  ଉପ – ଦଫା (୨) ଅନୁଯାୟୀ , ଅନ୍ୟାନ୍ୟ  ଉଦ୍ଦେଶ୍ୟ  ନିମନ୍ତେ , ଟ୍ରିବ୍ୟୁନାଲ୍ ର  କ୍ଷମତା  ଏବଂ  ପଦ୍ଧତି;
    • ଦଫା ୯ର  ଉପ – ଦଫା (୨) ଅନୁଯାୟୀ , ଟ୍ରିବ୍ୟୁନାଲ୍  ଦ୍ଵାରା ଆଦେଶିତ  କରାଯିବାକୁ  ଥିବା  ସର୍ବୋଚ୍ଚ ଭରଣପୋଷଣ  ଭତ୍ତା ;
    • ବାର୍ଦ୍ଧକ୍ୟ  ଗୃହର  ପରିଚାଳନା  ନିମନ୍ତେ  ଯୋଜନା  ସହିତ ,  ସେମାନଙ୍କ  ଦ୍ଵାରା  ଯୋଗାଇ  ଦିଆଯିବାକୁ  ଥିବା  ମାନ ଏବଂ  ବିଭିନ୍ନ  ପ୍ରକାର  ସେବା , ଯାହାକି  ଦଫା  ୧୯ର  ଉପ – ଦଫା (୨) ଅନୁଯାୟୀ  ଏପରି  ଗୃହଗୁଡିକର  ବାସିନ୍ଦାଙ୍କ  ପ୍ରତି  ଆମୋଦ ପ୍ରମୋଦର  ବ୍ୟବସ୍ଥା  ଏବଂ  ଡାକ୍ତରୀ  ଯତ୍ନ  ନିମନ୍ତେ  ଆବଶ୍ୟକ  ଅଟେ ;
    • ଦଫା ୨୨ର  ଉପ – ଦଫା  (୧) ଅନୁଯାୟୀ , ଏହି  ଆଇନ୍ ର  ବ୍ୟବସ୍ଥାବଳୀକୁ  କାର୍ଯ୍ୟକାରୀ  କରିବା  ନିମନ୍ତେ , ଅଧିକାରୀମାନଙ୍କର  କ୍ଷମତା  ଏବଂ  କର୍ତ୍ତବ୍ୟ ;
    • ଦଫା ୨୨ର  ଉପ – ଦଫା  (୨) ଅନୁଯାୟୀ, ବରିଷ୍ଠ  ନାଗରିକମାନଙ୍କର  ଜୀବନ  ଏବଂ  ସମ୍ପତ୍ତିର  ସୁରକ୍ଷା  ଯୋଗାଇ  ଦେବା  ନିମନ୍ତେ ଏକ  ବିସ୍ତାରୀତ  କାର୍ଯ୍ୟାନୁଷ୍ଠାନ  ଯୋଜନା;
    • ଅନ୍ୟ  କୌଣସି  ବିଷୟ, ଯାହାକି  ଧାର୍ଯ୍ୟ  କରାଯାଇପାରେ   ।
  3. ଏହି  ଆଇନ୍  ଅନୁଯାୟୀ  ପ୍ରଣୀତ  ନିୟମକୁ , ଏହା  ପ୍ରଣୀତ  ହେବା  ସଙ୍ଗେ ସଙ୍ଗେ  ରାଜ୍ୟ  ବିଧାନ  ସଭାର  ପ୍ରତ୍ୟକ  ଗୃହରେ  ଉପସ୍ଥାପନ  କରାଯିବ , ଯେଉଁଠାରେ  ଏହା  ଦୁଇଟି  ଗୃହ  ଧାରଣ  କରିଥାଏ କିମ୍ବା  ଯେଉଁଠାରେ  ଏପରି  ପରିଷଦ  ଗୋଟିଏ  ଗୃହ  ଧାରଣ  କରିଥାଏ ; ଉକ୍ତ  ଗୃହରେ   ।

ବିଜ୍ଞପ୍ତି

ପିତା ମାତା ଏବଂ  ବରିଷ୍ଠ  ନାଗରୀକଙ୍କର  ଭରଣପୋଷଣ  ଏବଂ  ମଙ୍ଗଳ  ଆଇନ୍ , ୨୦୦୭  ଆନ୍ଧ୍ରପ୍ରଦେଶରେ  ଏହି  ଆଇନ୍ ର  କାର୍ଯ୍ୟକାରୀତା  ବଳବତ୍ତର  ହୋଇଥିଲା ।

[ଜି.ଓ.ଏମ୍.ଏସ୍. ନଂ – ୧୦ ମହିଳା  ଉନ୍ନୟନ , ଶିଶୁ କଲ୍ୟାଣ ଏବଂ  ଅକ୍ଷମ କଲ୍ୟାଣ (ଡି ଡ଼ବ୍ଲ୍ୟୁ) ୨୨ ଅପ୍ରେଲ୍ , ୨୦୦୮ )

ପିତାମାତା  ଏବଂ  ବରିଷ୍ଠ  ନାଗରିକଙ୍କ  ଭରଣପୋଷଣ ଏବଂ  କଲ୍ୟାଣ ଆଇନ୍ , ୨୦୦୭ର  ଦଫା  ୧ର  ଉପ – ଦଫା  (୩) ଦ୍ଵାରା  ନ୍ୟସ୍ତ  କ୍ଷମତାର  ପରିଚାଳନାରେ  (କେନ୍ଦ୍ରୀୟ ଆଇନ୍ ସଂଖ୍ୟା ୫୬/୨୦୦୭), ଆନ୍ଧ୍ରପ୍ରଦେଶ  ସରକାର , ୨୮/୪/୨୦୦୮ ତାରିଖକୁ  ଏତତ୍ ଦ୍ଵାରା  ବିଜ୍ଞପ୍ତି  କରୁଛନ୍ତି , ଯେଉଁ  ତାରିଖରେ  ଉକ୍ତ  ଆଇନ୍ ର  ବ୍ୟବସ୍ଥାବଳୀ , ବଳବତ୍ତର  ହେବ  ।

ଆଧାର – ଲ ହାଉସ

Last Modified : 7/15/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate