অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହିନ୍ଦୁ ବିବାହ ଆଇନ, ୧୯୫୫ (ଭାଗ -୧)

ସଂକ୍ଷିପ୍ତ  ଆଖ୍ୟା  ଏକ  ପରିସର

ଏହି  ଆଇନ୍ କୁ  ହିନ୍ଦୁ – ବିବାହ  ଆଇନ୍, ୧୯୫୫ ବୋଲି  କୁହାଯିବ ।

ଜାମ୍ମୁ  ଏବଂ  କାଶ୍ମୀର  ରାଜ୍ୟ  ବ୍ୟତୀତ, ଏହା  ସମସ୍ତ  ଭାରତ  ପ୍ରତି  ପରିବର୍ଦ୍ଧିତ  ଅଟେ  ଏବଂ  ସେହି  ସମସ୍ତ  ଅଞ୍ଚଳରେ  ବାସ  କରୁଥିବା  ହିନ୍ଦୁମାନଙ୍କ  ପ୍ରତି   ପ୍ରୟୋଗନୀୟ  ଅଟେ, ଯେଉଁଥି  ପ୍ରତି  ଏହି  ଆଇନ୍  ପରିବର୍ଦ୍ଧିତ  ଏବଂ  ଯେଉଁମାନେ  ଉକ୍ତ  ଅଞ୍ଚଳ  ବାହାରେ   ଥାଆନ୍ତି: -

ଆଇନ୍ ର  ପ୍ରୟୋଗ

ଏହି  ଆଇନ୍ ପ୍ରୟୋଗନୀୟ  ଅଟେ : -

  • କୌଣସି  ବ୍ୟକ୍ତି  ପ୍ରତି, ଯେକି  ଏହାର  କୌଣସି  ଆକାର  କିମ୍ବା  ଉନ୍ନତିରେ  ଜଣେ  ହିନ୍ଦୁ  ଅଟନ୍ତି   କୌଣସି  ବିରାଶୈବ, କୌଣସି  ଲିଙ୍ଗାୟତ  କିମ୍ବା  ବ୍ରହ୍ମ, ପ୍ରାର୍ଥନା  କିମ୍ବା  ଆର୍ଯ୍ୟ   ସମାଜର   ଅନୁସରଣକାରୀଙ୍କ  ପ୍ରତି  ମଧ୍ୟ  ପ୍ରୟୋଗନୀୟ  ଅଟେ   ।
  • କୌଣସି  ବ୍ୟକ୍ତି  ପ୍ରତି, ଯେକି  ଧର୍ମାନୁଯାୟୀ  ଜଣେ  ବୌଦ୍ଧ, ଜୈନ  କିମ୍ବା  ଶିଖ୍  ଅଟନ୍ତି, ଏବଂ
  • ସେହି  ଅଂଚଳ  ଗୁଡିକରେ  ବାସକରୁଥିବା  ଅନ୍ୟ  କୌଣସି  ବ୍ୟକ୍ତି  ପ୍ରତି, ଯେଉଁଥିପ୍ରତି  ଏହି  ଆଇନ୍  ପରିବର୍ଦ୍ଧିତ  ଏବଂ  ଯେକି  ଧର୍ମାନୁଯାୟୀ  ଜଣେ  ମୁସଲ୍ ମାନ, ଖ୍ରୀଷ୍ଟିୟାନ, ପାର୍ସି  କିମ୍ବା  ଜୀଉ  ନୁହଁନ୍ତି, ଯଦି  ଏହା  ପ୍ରମାଣିତ  କରାଯାଏ  ନାହିଁ  ଯେ, ଏପରି  କୌଣସି  ବ୍ୟକ୍ତି, ହିନ୍ଦୁ  ଆଇନ୍  ଦ୍ଵାରା   କିମ୍ବା  କୌଣସି  ପ୍ରଥା  କିମ୍ବା  ବ୍ୟବହାର  ଦ୍ଵାରା  ପରିଚାଳିତ   ହୋଇ  ନଥାଆନ୍ତେ  ଏବଂ  ତାହା  ସେହି  ସମସ୍ତ  ବିଷୟ  ସଂବନ୍ଧରେ, ଯାହାକି  ଏଠାରେ  ଆଲୋଚନା  କରାଯାଇଛି, ଯଦି  ଏହି   ଆଇନ୍  ମଞ୍ଜୁର  ନ ହୋଇ  ଥାଆନ୍ତା   ।

ସ୍ପଷ୍ଟୀକରଣ

  • ନିମ୍ନଲିଖିତ  ବ୍ୟକ୍ତିମାନେ , ଧର୍ମାନୁଯାୟୀ , ହିନ୍ଦୁ , ବୌଦ୍ଧ , ଜୈନ  କିମ୍ବା   ଶିଖ୍  ଅଟନ୍ତି , ଯେଉଁ  ସ୍ଥଳରେ   ଯେପରି  ପ୍ରୟୋଗନୀୟ : -
    1. କୌଣସି   ସନ୍ତାନ, ସେ ବୌଧ କିମ୍ବା  ଅବୌଧ   ହୋଇଥାଉ, ଯାହାର  ଉଭୟ  ପିତା  ମାତା, ଧର୍ମାନୁଯାୟୀ  ହିନ୍ଦୁ, ବୌଦ୍ଧ, ଜୈନ  କିମ୍ବା  ଶିଖ୍  ଅଟନ୍ତି ।
    2. କୌଣସି   ସନ୍ତାନ, ସେ ବୌଧ କିମ୍ବା  ଅବୌଧ   ହୋଇଥାଉ , ଯାହାର  ପିତାମାତାଙ୍କ  ମଧ୍ୟରୁ  ଜଣେ  ଧର୍ମାନୁଯାୟୀ  ଜଣେ  ହିନ୍ଦୁ , ବୌଦ୍ଧ, ଜୈନ  କିମ୍ବା  ଶିଖ୍  ଅଟେ  ଏବଂ  ଯେକି  ଜାତି , ସଂପ୍ରଦାୟ, ଦଳ  କିମ୍ବା  ପରିବାରର  ସଦସ୍ୟ  ଭାବେ  ଲାଳିତ  ପାରିତ  ହୋଇଛି, ଯେଉଁଥି  ପ୍ରତି  ଏପରି  ପିତାମାତା  ସଂଯୁକ୍ତ   କିମ୍ବା  ସଂପୃକ୍ତ, ଏବଂ
    3. କୌଣସି  ବ୍ୟକ୍ତି   ଯେ କି  ହିନ୍ଦୁ, ବୌଦ୍ଧ  ଜୈନ  କିମ୍ବା  ଶିଖ୍  ଧର୍ମକୁ   ପରିବର୍ତ୍ତୀତ  କିମ୍ବା  ପୁନଃ  ପରିବର୍ତ୍ତୀତ  ହୋଇଛି   ।
      • ଉକ୍ତ  ଦଫା  (୧) ରେ  ଧାରୀତ  କୌଣସି  ବ୍ୟବସ୍ଥା  ସତ୍ତ୍ୱେ , ଏହି  ଆଇନ୍ ରେ  ଧାରୀତ  କୌଣସି  ବ୍ୟବସ୍ଥା, ସଂବିଧାନର  ଅନୁଚ୍ଛେଦ  ୩୬୬ ର ଧାରା  (୨୫) ର  ଅର୍ଥ  ମଧ୍ୟରେ   ଆସୁଥିବା  କୌଣସି   ତଫସିଲ ଭୁକ୍ତ  ଜାତିର   ସଦସ୍ୟମାନଙ୍କ  ପ୍ରତି  ପ୍ରୟୋଗ  ହେବ  ନାହିଁ, ଯଦି  କେନ୍ଦ୍ର  ସରକାର, କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା  ଅନ୍ୟଥା  ନିର୍ଦ୍ଦେଶିତ  ନ କରନ୍ତି   ।

ଟିପ୍ପଣୀ

ଏପରିକି, ଯେଉଁସ୍ଥଳରେ  ଅନୁଚ୍ଛେଦ  ୩୪୨  ଅନୁଯାୟୀ  କୌଣସି  ବିଜ୍ଞପ୍ତି  ନିର୍ଗମ  କରାଯାଇଥାଏ , ସେତେବେଳେ  ହିନ୍ଦୁ  ବିବାହ  ଆଇନ୍ ର  ଦଫା  ୨ର  ଉପଦଫା  ୨ ଅନୁଯାୟୀ, ଅଧିକ  ବିଜ୍ଞପ୍ତି  ଦ୍ଵାରା, ଆଇନ୍ ର  ବିଷୟ  ବସ୍ତୁକୁ   ତଫସିଲ୍ ଭୁକ୍ତ  ଉପଜାତିଙ୍କ   ପ୍ରତି  ପ୍ରୟୋଗ  କରାଯାଇପାରେ । ବିଦ୍ୟମାନ  ମୋକଦ୍ଦମାରେ   ସ୍ଵୀକୃତ ଭାବେ  ପକ୍ଷ, ସଂବିଧାନର  ଅନୁଚ୍ଛେଦ  ୩୬୬ ର  ଧାରା  ୨୫ର  ଅର୍ଥ  ମଧ୍ୟରେ  ତଫସିଲଭୁକ୍ତ  ଉପଜାତିର  ଅଟନ୍ତି, ଯେପରି  ସଂବିଧାନ  ଦ୍ଵାରା  ଆଦେଶ, ୧୯୫୦ ଦ୍ଵାରା  ବିଜ୍ଞପ୍ତି  ଯେପରି  ପରବର୍ତ୍ତୀ  ଆଇନ୍  ଗୁଡିକ  ଦ୍ଵାରା  ସଂଶୋଧିତ, ଦ୍ଵିତୀୟ  ବିବାହକୁ  ଅସିଦ୍ଦ  କରିବାରେ  ଅଭିଯୁକ୍ତ  ପ୍ରଥାର  ନିର୍ଦ୍ଧିଷ୍ଟ  ଯୁକ୍ତି, ସାକ୍ଷ୍ୟ, ଏବଂ ପ୍ରମାଣର  ଅନୁପସ୍ଥିତିରେ, ବିପରୀତ  ପକ୍ଷ  ବିରୁଦ୍ଧରେ  ଭାରତୀୟ  ଦଣ୍ଡ  ବିଧି  ସଂହିତାର  ଦଫା  ୪୯୪ ଅନୁଯାୟୀ  କୌଣସି  ଅପରାଧ  ସମ୍ଭବତଃ  ବାହାର କରାଯାଇ ପାରିବ  ନାହିଁ  । ସେଥିପାଇଁ, ଅପିଲ କର୍ତ୍ତାଙ୍କର ଅଭିଯୋଗକୁ  ଖାରଜ କରିବାରେ , ବିଚାରକାରୀ  ମାଜିଷ୍ଟ୍ରେଟ  ଏବଂ  ଉଚ୍ଚ ନ୍ୟାୟଳୟ ସଠିକ  ବୋଲି ଦର୍ଶାଯାଇଥିଲା  କୁଜୁର ବନାମ୍  ଦୁର୍ଗାଚରଣ  ହାନସ୍  ଦା – ଏ ଆଇ ଆର ୨୦୦୧ ସୁପ୍ରିମ୍ କୋର୍ଟ  - ୯୩୮

  • ଏହି  ଆଇନ୍ ର  ଯେ  କୌଣସି   ଅଂଶରେ  ଉଲ୍ଲେଖିତ  ଉକ୍ତି  “ହିନ୍ଦୁ” କୁ  ଏପରିଭାବେ  ବ୍ୟାଖ୍ୟା  କରାଯିବ, ଯେପରିକି  ଏହା  କୌଣସି  ବ୍ୟକ୍ତିଙ୍କୁ   ଅନ୍ତର୍ଭୁକ୍ତ  କରେ , ଯଦିଓ  ସେ  ଧର୍ମାନୁଯାୟୀ, ଜଣେ ହିନ୍ଦୁ  ନୁହନ୍ତି   । ତଥାପି, ସେ ଜଣେ  ବ୍ୟକ୍ତି  ଅଟନ୍ତି, ଯାହାଙ୍କ  ପ୍ରତି  ଏହି  ଆଇନ୍ ଏହି  ଦଫାରେ  ଧାରୀତ  ବ୍ୟବସ୍ଥାବଳୀ  ଯୋଗୁ  ପ୍ରୟୋଗ ହୋଇଥାଏ ।

ସଂଜ୍ଞା

ଏହି  ଆଇନ୍ ରେ, ଯଦି  ସୂଚୀ  ଅନ୍ୟଥା  ଆବଶ୍ୟକ  ନକରେ : -

  • ଉକ୍ତି  “ପ୍ରଥା” ଏବଂ  “ବ୍ୟବହାର” କୌଣସି  ନିୟମକୁ  ଅର୍ଥାୟୀତିକରେ  ଯାହାକି  କ୍ରମାନୁଗତିକଭାବେ  ଦୀର୍ଘଦିନ  ପର୍ଯ୍ୟନ୍ତ  ପାଳନ  କରାଯିବା  ଯୋଗୁଁ , କୌଣସି  ସ୍ଥାନୀୟ  ଅଂଚଳର  ଜାତି, ସଂପ୍ରଦାୟ, ଦଳ  କିମ୍ବା  ପରିବାରରେ  ହିନ୍ଦୁମାନଙ୍କ  ମଧ୍ୟରେ  ଆଇନ୍ ର  ବଳ  ଧାରଣ  କରିଛି  ।
  • ଉଲ୍ଲେଖଥାଉ ଯେ  ଏପରି  ନିୟମ  ନିର୍ଦ୍ଦିଷ୍ଟ ହୋଇଥିବା  ଏବଂ ଅଯୌକ୍ତିକ  ହୋଇନଥିବ କିମ୍ବା  ସର୍ବସାଧାରଣ  ନୀତିର  ବିରୁଦ୍ଧ  ହୋଇନଥିବ ।

    ଆହୁରି  ଉଲ୍ଲେଖଥାଉ  ଯେ, କେବଳ  ଗୋଟିଏ  ପରିବାର  ପ୍ରତି  ପ୍ରୟୋଗନୀୟ  କୌଣସି  ନିୟମ, ତାହା, ପରିବାର  ଦ୍ଵାରା  ବନ୍ଦ  କରାଯାଇନଥିବ;

  • “ଜିଲ୍ଲା-ନ୍ୟାୟଳୟ” ଅର୍ଥ, କୌଣସି  ଅଂଚଳ  ଯେଉଁଥି  ନିମନ୍ତେ  ଏକ ନଗରୀ  ଦେୱାନୀ  ନ୍ୟାୟାଳୟ, ଉକ୍ତ ନ୍ୟାୟାଳୟ  ଏବଂ ଅନ୍ୟକୌଣସି  ଅଞ୍ଚଳରେ, ମୂଳ  କର୍ତ୍ତୁତ୍ଵ  ଥିବା  ମୁଖ୍ୟ  ଦେୱାନୀ  ନ୍ୟାୟାଳୟ  ଏବଂ  ଏହା  ଅନ୍ୟ  କୌଣସି  ଦେୱାନୀ  ନ୍ୟାୟାଳୟକୁ  ଅନ୍ତର୍ଭୁକ୍ତ  କରେ, ଯାହାକି  କାର୍ଯ୍ୟାଳୟ  ଗେଜେଟ୍ ରେ  ବିଜ୍ଞପ୍ତି  ଦ୍ଵାରା, ରାଜ୍ୟ  ସରକାରଙ୍କ  ଦ୍ଵାରା  ଧାର୍ଯ୍ୟ  କରାଯାଇପାରେ, ଯେପରି  ଏହି  ଆଇନ୍ ମଧ୍ୟରେ  ସେହିସମସ୍ତ  ବିଷୟ  ବିଚାର କରିବାର କର୍ତ୍ତୁତ୍ଵ  ଅଛି;
  • ପୂର୍ଣ୍ଣ  ରକ୍ତ  ଏବଂ  ଅର୍ଦ୍ଧ  ରକ୍ତ - ଦୁଇଜଣ  ବ୍ୟକ୍ତିଙ୍କୁ  ପରସ୍ପର  ସହିତ  ସଂପୂର୍ଣ୍ଣ  ରକ୍ତ  କିମ୍ବା  ପୂର୍ଣ୍ଣରକ୍ତ  ଦ୍ଵାରା  ସଂପର୍କିତ  ବୋଲି  କୁହାଯାଏ, ଯେତେବେଳେ  ସେମାନେ  ସେହି  ଏକାସ୍ତ୍ରୀ ଠାରୁ  ଜଣେ  ସାଧାରଣ  ପୂର୍ବପୁରୁଷଙ୍କ  ଦ୍ଵାରା  ଜନ୍ମଗ୍ରହଣ  କରିଥାଆନ୍ତି   ଏବଂ  ଅର୍ଦ୍ଧରକ୍ତ ଦ୍ଵାରା, ଯେତେବେଳେ  ସେମାନେ  ବିଭିନ୍ନ  ସ୍ତ୍ରୀଙ୍କ  ଦ୍ଵାରା ମାତ୍ର   ଜଣେ  ସାଧାରଣ  ପୂର୍ବପୁରୁଷଙ୍କଠାରୁ  ଜନ୍ମଗ୍ରହଣ  କରିଥାଆନ୍ତି;
  • “ୟୁଟେରିନ୍”  ରକ୍ତ  - ଦୁଇଜଣ  ବ୍ୟକ୍ତି  ପରସ୍ପର  ସହିତ  “ୟୁଟେରିନ୍ ରକ୍ତ” ଦ୍ଵାରା  ସଂପର୍କିତ  ବୋଲି  କୁହାଯାଏ  ଯେତେବେଳେ  ସେମାନେ  ବିଭିନ୍ନ  ସ୍ଵାମୀଙ୍କ  ଦ୍ଵାରା  ଜଣେ  ସାଧାରଣ  ପୂର୍ବ – ମହିଳାଙ୍କ   ଠାରୁ  ଜନ୍ମଗ୍ରହଣ   କରିଥାଆନ୍ତି;
  • ସ୍ପଷ୍ଟୀକରଣ

    ଧାରା  (ଖ) ଏବଂ (ଘ) ରେ  “ପୂର୍ବପୁରୁଷ” ପିତାଙ୍କୁ  ଏବଂ  “ପୂର୍ବ ମହିଳା”, ମାତାଙ୍କୁ  ଅନ୍ତର୍ଭୁକ୍ତ  କରେ।

  • “ଧାର୍ଯ୍ୟ” ଅର୍ଥ, ଏହି  ଆଇନ୍  ଅନୁଯାୟୀ  ପ୍ରଣିତ  ନିୟମାବଳୀ  ଦ୍ଵାରା  ଧାର୍ଯ୍ୟ;
  • କୌଣସି  ବ୍ୟକ୍ତିର  ଉଲ୍ଲେଖରେ “ସପିଣ୍ଡ ସଂପର୍କ”  ମାତାଙ୍କ  ଜରିଆରେ  ଉର୍ଦ୍ଧଗାମୀ  ରେଖାରେ  ତୃତୀୟ  ବଂଶଧର  ଏବଂ   ପିତାଙ୍କ  ଜରିଆରେ  ଉର୍ଦ୍ଧଗାମୀ  ରେଖାରେ   ପଞ୍ଚମ  ଯେତେଦୂର   ପର୍ଯ୍ୟନ୍ତ  ପରିବର୍ଦ୍ଧିତ   ଏବଂ   ସଂପୃକ୍ତ   ବ୍ୟକ୍ତିଠାରୁ, ପ୍ରତ୍ୟକ  କ୍ଷେତ୍ରରେ  ଏହି  ରେଖାକୁ  ଉର୍ଦ୍ଧଗାମୀ   ଭାବେ  ଚିହ୍ନିତ  କରାଯାଏ, ଯାହାଙ୍କୁ  ପ୍ରଥମ   ବଂଶଧର  ଭାବେ  ଗଣନା  କରାଯାଏ ।
  • ଦୁଇଜଣ  ବ୍ୟକ୍ତି   ପରସ୍ପରର  “ସପିଣ୍ଡ” ବୋଲି  କୁହାଯାଏ,  ଯଦି  ଜଣେ  “ସପିଣ୍ଡ” ସଂପର୍କର  ସୀମା  ମଧ୍ୟରେ   ଅନ୍ୟର  ଉର୍ଦ୍ଧ  ରେଖାରେ  ଥାଏ  କିମ୍ବା  ଯଦି  ସେମାନଙ୍କର   ଏକ  ସାଧାରଣ  ଉର୍ଦ୍ଧ  ରେଖା  ଥାଏ  ଯେକି  ସପିଣ୍ଡ  ସଂପର୍କର  ସୀମା  ମଧ୍ୟରେ   ଥାଏ  ଏବଂ  ତାହା   ପ୍ରତ୍ୟକର  ଉଲ୍ଲେଖରେ  ।
  • ପ୍ରତିବନ୍ଧିତ  ସଂପର୍କର  ମାତ୍ରା - ଦୁଇ ଜଣ ବ୍ୟକ୍ତି  “ପ୍ରତିବନ୍ଧିତ  ସଂପର୍କ  ମଧ୍ୟରେ  ଅଛନ୍ତି  ବୋଲି  କୁହାଯାଇପାରେ” :
    1. ଯଦି  ଜଣେ , ଅନ୍ୟର   ଉର୍ଦ୍ଧରେଖାରେ  ଥାଏ ; କିମ୍ବା
    2. ଯଦି  ଜଣେ  ଅନ୍ୟ  ଜଣର  ଉର୍ଦ୍ଧ  କିମ୍ବା  ନିମ୍ନ  ରେଖାର  ସ୍ତ୍ରୀ  କିମ୍ବା  ସ୍ଵାମୀ  ହୋଇଥାଏ;
    3. ଯଦି  ଜଣେ  ଅନ୍ୟ  ଜଣର ପିତାଙ୍କର  କିମ୍ବା  ମାତାଙ୍କର  ଭାଇର  ସ୍ତ୍ରୀ ଙ୍କର  ଭାଇ  ହୋଇଥାଏ  କିମ୍ବା ଅଜା  କିମ୍ବା  ଆଇଙ୍କର  ଭାଇ  ହୋଇଥାଏ    ।
    4. ଯଦି  ଉକ୍ତ  ଦୁଇଜଣ  ଭାଇ  ଏବଂ  ଭଉଣୀ, ଦାଦା ଏବଂ  ଝିଆରୀ, ଖୁଡୀ  ଏବଂ  ପୁତୁରା  କିମ୍ବା  ଭାଇ  ଏବଂ  ଭଉଣୀର  ସନ୍ତାନ  କିମ୍ବା  ଦୁଇ ଭଉଣୀଙ୍କର  ସନ୍ତାନ  ହୋଇଥାଆନ୍ତି   ।

ସ୍ପଷ୍ଟୀକରଣ

ଧାରା (ଚ) ଏବଂ  (ଛ) ଉଦ୍ଦେଶ୍ୟରେ, ସଂପର୍କ  ନିମ୍ନକୁ  ଅନ୍ତର୍ଭୁକ୍ତ  କରେ : -

  1. ଅର୍ଦ୍ଧ  କିମ୍ବା  “ ୟୁଟେରିନ୍  ରକ୍ତ  ଏବଂ ସଂପୂର୍ଣ୍ଣ  ରକ୍ତ  ଦ୍ଵାରା  ସଂପର୍କ;
  2. ଅବୈଧ  ଏବଂ ଏବଂ  ବୈଧ  ରକ୍ତ  ସଂପର୍କ;
  3. ଗ୍ରହଣ  ତଥା ରକ୍ତ  ଦ୍ଵାରା  ସଂପର୍କ; ଏବଂ  ସେହି  ସମସ୍ତ  ଧାରାରେ ସଂପର୍କର  ସମସ୍ତ  ଉକ୍ତିକୁ, ସେହି  ଅନୁଯାୟୀ  ବ୍ୟାଖ୍ୟା  କରାଯିବ  ।
  4. ଆଇନ୍ ର  ଅତିକ୍ରମଣୀୟ ପ୍ରଭାବ – ଏହି  ଆଇନ୍ ରେ, ସ୍ପଷ୍ଟଭାବେ   ଅନ୍ୟଥା  ବ୍ୟବସ୍ଥାୟୀତ   ବ୍ୟତୀତ;
    • ଏହି  ଆଇନ୍ ର  ପ୍ରଚଳନର   ଠିକ୍  ପୂର୍ବରୁ  ବଳବତ୍ତର  ଥିବା   ଆଇନ୍ ର  ଅଂଶଭାବେ, ହିନ୍ଦୁ  ଆଇନ୍ ର  କୌଣସି  ବିଷୟ, ନିୟମ  କିମ୍ବା  ବ୍ୟାଖ୍ୟା  କିମ୍ବା  ମୌଣସି ପ୍ରଥା  କିମ୍ବା  ବ୍ୟବହାର, କୌଣସି  ବିଷୟ  ସଂବନ୍ଧରେ  ପ୍ରଭାବିତ  ହେବାରୁ  ରହିତ  ହେବ, ଯେଉଁଥି  ନିମନ୍ତେ, ଏହି  ଆଇନ୍ ରେ  ବ୍ୟବସ୍ଥା  କରାଯାଇଛି   ।
    • ଏହି  ଆଇନ୍ ର  ପ୍ରଚଳନର  ଠିକ୍  ପୂର୍ବରୁ  ବଳବତ୍ତର  ଥିବା  କୌଣସି  ଆଇନ୍  ପ୍ରଭାବିତ   ହେବାରୁ   ରହିତ  ହେବ, ଯେତେ  ଦୂର ପର୍ଯ୍ୟନ୍ତ  ଏହା ଏହି  ଆଇନ୍ ରେ  ଧାରୀତ  କୌଣସି  ବ୍ୟବସ୍ଥା  ସହିତ  ଅସାମଞ୍ଜସ୍ୟ  ହୋଇଥାଏ ।

ଆଧାର – ଦ ଲ ହାଉସ

Last Modified : 11/10/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate