অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ଅର୍ଥ ହିସାବ ଏବଂ ସମୀକରଣ)

କେନ୍ଦ୍ର ସରକାରଙ୍କ ଦ୍ଵାରା ମଞ୍ଜୁର

  1. ମାନବିକ ଅଧିକାର ସୁରକ୍ଷା ଆଇନ୍,୧୯୯୩ (ଅର୍ଥ ହିସାବ ଏବଂ ସମୀକରଣ) କେନ୍ଦ୍ର ସରକାର ଏ ସଂବନ୍ଧରେ ଆଇନ୍ ଦ୍ଵାରା ପାଲ୍ୟାମେଣ୍ଟ ଦ୍ଵାରା କରାଯାଇଥିବା ଅର୍ଥ ମଞ୍ଜୁର ଦ୍ଵାରା , ମଞ୍ଜୁର ଭାବେ କମିଶନ୍ ଙ୍କୁ ଏପରି ଅର୍ଥରାଶି ପ୍ରଦାନ କରିବେ ଯେପରି କେନ୍ଦ୍ରସରକାର ଏହି ଆଇନ୍ ଉଦ୍ଦେଶ୍ୟରେ ବ୍ୟବହୃତହେବ ବୋଲି ବିଚାର କରିପାରନ୍ତି।
  2. କମିଶନ୍ ଏହି ଆଇନ୍ ଅନୁଯାୟୀ କାର୍ଯ୍ୟସଂପାଦାନ ନିମନ୍ତେ ଏପରି ଅର୍ଥ ବ୍ୟୟ କରିପାରନ୍ତି , ଯେପରି ସେ ଉପଯୁକ୍ତ ମନେକରନ୍ତି ଏବଂ ଏପରି ଅର୍ଥରାଶିକୁ , ଉପଦଫା , (୧)ରେ ଉଲ୍ଲେଖିତ ମଞ୍ଜୁରୀରୁ ଦେୟ ଖର୍ଚ୍ଚ ଭାବେ ବିବେଚନା କରାଯିବ ।

ମନ୍ତବ୍ୟ

କେନ୍ଦ୍ର ସରକାର, ଏପରି ମଞ୍ଜୁରୀରୁ :-

  • ଏହି ଆଇନ୍ ର ଉଦ୍ଦେଶ୍ୟ ନିମନ୍ତେ ବ୍ୟବହାର କରିବା ପାଇଁ, କମିଶନ୍କୁ ଯେପରି ଅର୍ଥରାଶି ପ୍ରଦାନ କରିପାରନ୍ତି ଏବଂ
  • ଏହି ଆଇନ୍ ଅନୁଯାୟୀ କାର୍ଯ୍ୟ ସଂପାଦନ କରିବା ନିମନ୍ତେ ଯେ କୌଣସି ଅର୍ଥରାଶି ବ୍ୟୟ କରିପାରନ୍ତି ।

ରାଜ୍ୟ ସରକାରଙ୍କ ଦ୍ଵାରା ମଞ୍ଜୁରୀ

  1. ରାଜ୍ୟ ସରକାର ଏ ସମ୍ବନ୍ଧରେ ଆଇନ୍ ଦ୍ଵାରା ପରିଷଦ ଦ୍ଵାରା ଉପଯୁକ୍ତ ଅର୍ଥ ବ୍ୟବସ୍ଥାପରେ , ରାଜ୍ୟ କମିଶନ୍ ଙ୍କୁ ମଞ୍ଜୁରୀ ଭାବେ ଏପରି ଅର୍ଥରାଶି ପ୍ରଦାନ କରିବେ , ଯେପରି ରାଜ୍ୟସରକାର ଉପଯୁକ୍ତ ମନେ କରିବେ , ଯାହାକି ଏହି ଆଇନ୍ ଉଦ୍ଦେଶ୍ୟରେ ବ୍ୟବହୃତ ହେବ।
  2. ରାଜ୍ୟ କମିଶନ୍ ଅଧ୍ୟାୟ-୫ ଅନୁଯାୟୀ କାର୍ଯ୍ୟ ସଂପାଦନ ନିମନ୍ତେ ଏପରି ଅର୍ଥରାଶି ବ୍ୟୟ କରିପାରନ୍ତି ଏହା ଉପଯୁକ୍ତ ମନେ କରିବେ ଏବଂ ଏପରି ଅର୍ଥରାଶିକୁ ଉପଦଫା(୧)ରେ ଉଲ୍ଲେଖିତ ମଞ୍ଜୁରୀରୁ ଦେୟ ଖର୍ଚ୍ଚଭାବେ ବିବେଚନା କରାଯିବ ।

ମନ୍ତବ୍ୟ

ମଞ୍ଜୁରୀରୁ , ରାଜ୍ୟସରକାର :-

ଏହି ଆଇନ୍ ର ଉଦ୍ଦେଶ୍ୟ ନିମନ୍ତେ ତାହା ବ୍ୟୟ କରିବା ନିମନ୍ତେ , ରାଜ୍ୟ କମିଶନ୍ ଙ୍କୁ କିଛି ଅର୍ଥରାଶି ପ୍ରଦାନ କରିବେ , ଏବଂ (ଖ) ଅଧ୍ୟାୟ-୫ ଅନୁଯାୟୀ କାର୍ଯ୍ୟ ସମ୍ପାଦନ ନିମନ୍ତେ , ଯେ କୌଣସି ଅର୍ଥରାଶି ବ୍ୟୟ କରିପାରନ୍ତି ।

ହିସାବ ଏବଂ ସମୀକରଣ

କମିଶନ୍ ଉପଯୁକ୍ତ ହିସାବ ଏବଂ ଅନ୍ୟାନ୍ୟ ଉପାଦେୟ ନଥି ରକ୍ଷଣାବେକ୍ଷଣା କରିବେ ଏବଂ ଏପରି ଫର୍ମରେ ବାର୍ଷିକ ହିସାବ ବିବରଣୀ ପ୍ରସ୍ତୁତ କରିବେ , ଯେପରି ଭାରତର କପ୍ରୋଟର ଏବଂ ଅଡିଟର – ଜେନେରାଲଙ୍କ ସହିତ ପରାମର୍ଶ କରି , କେନ୍ଦ୍ର ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ।

  • କମିଶନ୍ ଙ୍କ ହିସାବପତ୍ର କପ୍ରୋଟର,ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ଏପରି ମଧ୍ୟ ମଧ୍ୟାନ୍ତରରେ ସମୀକରଣ କରାଯିବ, ଯେପରି ତାଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ଏବଂ ଏପରି ସମୀକରଣ ସଂକ୍ରାନ୍ତରେ ହୋଇଥିବା କୌଣସି ଖର୍ଚ୍ଚକୁ, କମିଶନ୍ ଙ୍କ ଦ୍ଵାରା କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କୁ ଦେୟ ହେବ।
  • ଏହି ଆଇନ୍ ଅନୁଯାୟୀ କମିଶନ୍ ଙ୍କ ହିସାବର ସମୀକରଣ ସଂବନ୍ଧରେ କପ୍ରୋଟର ଏବଂ ଅଡିଟର-ଜେନେରାଲ ଏବଂ ତାଙ୍କ ଦ୍ଵାରା ସୁବିଧା ରହିବା, ଯେପରି କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କର ସରକାରୀ ହିସାବର ସମୀକରଣ ନିମନ୍ତେଥାଏ ଏବଂ ନିର୍ଦ୍ଧିଷ୍ଟ ଭାବେ ପୁସ୍ତକ , ହିସାବ , ସମ୍ପୃକ୍ତ ଭାଉଚର ଏବଂ ଅନ୍ୟାନ୍ୟ ଦଲିଲୀ ଏବଂ କାଗଜପତ୍ର ଉପସ୍ଥାପନାକରିବା ନିମନ୍ତେ ଦାବି କରିବା ଅଧିକାର ସହିତ , କମିଶନ୍ ଙ୍କ ଯେକୌଣସି କାର୍ଯ୍ୟାଳୟ ପରିଦର୍ଶନ କରିବା ଅଧିକାର ରହିବ ।
  • କମିଶନ୍ ଙ୍କ ହିସାବ ସମୀକରଣ କରିବା ସମୟ ରେ, କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କର କିମ୍ବା ଏ ସଂବନ୍ଧରେ ତାଙ୍କ ଦ୍ଵାରା ନିଯୁକ୍ତ ଅନ୍ୟ କୌଣସି ବ୍ୟକ୍ତି ଏବଂ ସେଥିସହ ସମୀକରଣ ବିବରଣୀ କମିଶନ୍ ଙ୍କ ଦ୍ଵାରା ବର୍ଷରେ ଥରେ,କେନ୍ଦ୍ର ସରକାରଙ୍କୁ ପ୍ରେରଣ କରାଯିବ ଏବଂ ସରକାର ଏପରି ସମୀକରଣ ବିବରଣୀକୁ ଗ୍ରହଣପରେ , ଯେତେ ଶୀଘ୍ର ସମ୍ଭବ, ପାଲ୍ୟାମେଣ୍ଟ ର ପ୍ରତ୍ୟେକ ଗୃହରେ , ଉପସ୍ଥାପନ କରିବେ ।

ମନ୍ତବ୍ୟ

କମିଶନ୍ ଙ୍କ ହିସାବ ସମୀକରଣ କରିବା ସମୟ ରେ କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କ ଅଧିକାର ଏବଂ ସୁବିଧା ତଥା ପଦ୍ଧତି , ଏହି ଦଫା ଧାର୍ଯ୍ୟକରେ ।

ରାଜ୍ୟ କମିଶନ୍ ର ହିସାବ ଏବଂ ସମୀକରଣ

  1. ରାଜ୍ୟ କମିଶନ୍ର ଉପଯୁକ୍ତ ହିସାବ ଏବଂ ଅନ୍ୟାନ୍ୟ ଉପାଦେୟ ନଥିପତ୍ରର ରକ୍ଷଣାବେକ୍ଷଣା କରିବେ ଏବଂ ଏପରି ଫର୍ମରେ ଏକ ବାର୍ଷିକ ହିସାବ ବିବରଣୀ ପ୍ରସ୍ତୁତ କରିବେ , ଯେପରି ଭାରତର କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କ ସହ ପରାମର୍ଶରେ , ରାଜ୍ୟ ସରକାର ଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ।
  2. ରାଜ୍ୟ କମିଶନ୍ ର ହିସାବପତ୍ର କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ଏପରି ମଧ୍ୟାନ୍ତରରେ ସମୀକରଣ କରାଯିବ ଯେପରି ତାଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇପାରେ ଏବଂ ଏପରି ସମୀକରଣ ସଂକ୍ରାନ୍ତରେ ହୋଇଥିବା ଖର୍ଚ୍ଚକୁ, ରାଜ୍ୟ କମିଶନ୍ ଙ୍କ ଦ୍ଵାରା କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କୁ ଦେୟ ହେବ ।
  3. ଏହି ଆଇନ୍ ଅନୁଯାୟୀ ରାଜ୍ୟ କମିଶନ୍ ଙ୍କ ହିସାବପତ୍ର ସମୀକରଣ କରିବା ସଂକ୍ରାନ୍ତରେ , କପ୍ରୋଟର ଏବଂ ଅଡିଟର ଜେନେରାଲ ଏବଂ ତାଙ୍କ ଦ୍ଵାରା ନିଯୁକ୍ତ କୌଣସି ବ୍ୟକ୍ତିଙ୍କର ଏପରି ସମୀକରଣ ସହିତ ସମ୍ପୃକ୍ତ ସେହିପରି ଅଧିକାର , ସୁବିଧା ଏବଂ କ୍ଷମତା ରହିବ ଯେପରି ସମୀକରଣ ସହିତ ସମ୍ପୃକ୍ତ ସେହିପରି ଅଧିକାର , ସୁବିଧା ଏବଂ କ୍ଷମତା ରହିବା ଯେପରି ସରକାରୀ ହିସାବ ସମୀକରଣ ସହିତ କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କର ସାଧାରଣତଃ ଥାଏ ଏବଂ ନିର୍ଦ୍ଧିଷ୍ଟ ଭାବେ , ହିସାବ ପୁସ୍ତିକା ସମ୍ପୃକ୍ତ ଭାଉଚର ଏବଂ ଅନ୍ୟାନ୍ୟ ଦଲିଲ ଏବଂ କାଗଜ ପତ୍ର ଦାବି କରିବା ଅଧିକାର ତଥା ରାଜ୍ୟ କମିଶନ୍ ର ଯେକୌଣସି କାର୍ଯ୍ୟାଳୟ ପରିଦର୍ଶନ କରିବା ଅଧିକାର ରହିବ ।
  4. ରାଜ୍ୟ କମିଶନ୍ ଙ୍କ ହିସାବପତ୍ର ଯେପରି କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ସେ ସଂବନ୍ଧରେ ତାଙ୍କ ଦ୍ଵାରା ନିଯୁକ୍ତ ଅନ୍ୟକୌଣସି ବ୍ୟକ୍ତି ଦ୍ଵାରା ପ୍ରମାଣିତ ଏବଂ ସେଥିସହ ସମୀକରଣ ବିବରଣୀକୁ ବର୍ଷରେ ଠାରେ ରାଜ୍ୟ କମିଶନ୍ ଙ୍କ ଦ୍ଵାରା , ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯିବ ଏବଂ ରାଜ୍ୟସରକାର ଏପରି ସମୀକରଣ ବିବରଣୀ ଗୃହିତ ହେବାପରେ, ରାଜ୍ୟ ବିଧାନ ପରିଷଦରେ ଉପସ୍ଥାପନ କରିବେ ।

ମନ୍ତବ୍ୟ

ଏହି ଦଫା , ଭାରତର କପ୍ରୋଟର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ଉପଭୋଗ କରାଯାଉଥିବା କତ୍ତୃତ୍ଵ ଅଧିକାର ଏବଂ ସୁବିଧା ବିଷୟ ଉଲ୍ଲେଖକରେ ଯେତେବେଳେ ସେ ରାଜ୍ୟକମିଶନ୍ ଙ୍କ ହିସାବ ସମୀକରଣ କରନ୍ତି ।

ଆଧାର – ଦ ଲ ହାଉସ

Last Modified : 4/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate