ସେଆର କରନ୍ତୁ

ଗଞ୍ଜାମ ଜିଲ୍ଲା

ଗଞ୍ଜାମ ଜିଲ୍ଲା ସମ୍ବନ୍ଧରେ ସୂଚନା ।

ଜିଲ୍ଲା ସମ୍ବନ୍ଧରେ

ଗଞ୍ଜାମ ଜିଲ୍ଲା ତା ୦୧.୦୪.୧୯୩୬ ରିଖରେ ତାର ସ୍ଥିତିକୁ ଆସିଥିଲା । ଋଷିକୂଲ୍ୟା ନଦୀର ଉତ୍ତର ପାର୍ଶ୍ଵରେ ଥିବା ୟୁରୋପୀୟ ଦୁର୍ଗ ଗଞ୍ଜାମ ନାମକ କ୍ଷୁଦ୍ର ସହରର ନାମାନୁସାରେ ଏହି ଜିଲ୍ଲା ନାମିତ ଯାହା ପୂର୍ବେ ଏହି ଜିଲ୍ଲାର ରାଜଧାନୀ ଥିଲା । ଗଞ୍ଜାମ ଅଞ୍ଚଳ ପ୍ରାଚୀନ କଳିଙ୍ଗ ର ଅଂଶ ବିଶେଷ ଥିଲା ଯାହା ଖ୍ରୀଷ୍ଟପୂର୍ବ ୨୬୧ ରେ ମହାରାଜା ଅଶୋକଙ୍କ ଦ୍ଵାରା ଅଧିକୃତ ହୋଇଥିଲା । ୧୭୫୭ ଖ୍ରୀଷ୍ଟାବ୍ଦରେ ଏହା ଫରାସୀ କମାଣ୍ଡର ବୁସିଙ୍କ ଦ୍ବାରା ଶାସିତ ହୋଇଥିଲା । ମାତ୍ର ୧୭୫୯ ଖ୍ରୀଷ୍ଟାବ୍ଦରେ ଏହି ଫରାସୀ ଶାସକ ଇଂରେଜ ମାନଙ୍କ ଦ୍ଵାରା ପରାସ୍ତ ହେବା ପରେ ଏହା ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା । ୧୭୯୪ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥାପିତ ହୋଇଥିଲା । ଏହି ଜିଲ୍ଲା ମାଡ୍ରାସ ପ୍ରେସିଡ଼େନ୍ସିଠାରୁ ପୃଥକ ହୋଇ ୦୧.୦୪.୧୯୩୬ ରେ ନୂତନ ଭାବେ ଗଠିତ ଓଡ଼ିଶା ପ୍ରଦେଶର ଏକ ଅଂଶ ବିଶେଷ ହୋଇଥିଲା ।

ଗଞ୍ଜାମ ଜିଲ୍ଲା ୧୯°.୪’ ଉତ୍ତର ଅକ୍ଷାଂଶଠାରୁ ୨୦°.୧୭’ ଉତ୍ତର ଅକ୍ଷାଂଶ ଓ ୮୪°.୧୨’ ପୂର୍ବ ଦ୍ରାଘିମାରୁ ୮୫°.୧୨’ ପୂର୍ବ ଦ୍ରାଘିମା ମଧ୍ୟରେ ଅବସ୍ଥିତ । ଏହା ୮୦୭୦.୬୦ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ । ଏହି ଜିଲ୍ଲାକୁ ମୁଖ୍ୟତଃ ଦୁଇଟି ଭୌଗୋଳିକ ଅଞ୍ଚଳରେ ବିଭକ୍ତ, ଯ଼ଥା ପୂର୍ବସ୍ଥ ଉପକୂଳବର୍ତ୍ତୀ ସମତଳ ଅଞ୍ଚଳ ଏବଂ ପଶ୍ଚିମସ୍ଥ ମାଳଭୂମି ତଥା ପାର୍ବତ୍ୟାଞ୍ଚଳ ଜିଲ୍ଲାର ପଶ୍ଚିମ ପ୍ରାନ୍ତ ପୂର୍ବଘାଟ ପର୍ବତମାଳାର ଅଂଶବିଶେଷ ଅଟେ । ଗଞ୍ଜାମ ଜିଲ୍ଲାର ଜଳବାୟୁ, ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳର ଜଳବାୟୁ ବର୍ଷସାରାର ସମଶୀତୋଷ୍ଣ ଅଟେ । ଜିଲ୍ଲାରେ ଶୀତଋତୁ ଡ଼ିସେମ୍ବର ଠାରୁ ଫେବୃୟାରୀ ପର୍ଯ୍ୟନ୍ତ ଏବଂ ଗ୍ରୀଷ୍ମଋତୁ ମାର୍ଚ୍ଚଠାରୁ ମେ ମାସ ପର୍ଯ୍ୟନ୍ତ ଅନୁଭୁତ ହୁଏ । ଜିଲ୍ଲାର ସାଧାରଣ ବାର୍ଷିକ ବୃଷ୍ଟିପାତ ୧୪୪୪ ମି. ମି. ଅଟେ ।

କୃଷି ଗଞ୍ଜାମ ଜିଲ୍ଲାର ଅଧିବାସୀଙ୍କ ପ୍ରଧାନ ତଥା ପାରମ୍ପରିକ ଜୀବିକା ଅଟେ । ଏହି ଜିଲ୍ଲା ତାହାର ଉର୍ବର ମୃତ୍ତିକା ତଥା କୃଷି ଉତ୍ପାଦନ ପାଇଁ ବେଶ୍ ପରିଚିତ । ଏଠାରେ ଧାନ ଚିନାବାଦାମ, ଆଖୁ, ତୈଳବୀଜ, ମାଣ୍ଡିଆ, ମୁଗ, ବିରି ଭଳି ବିଭିନ୍ନ ଶସ୍ୟ ମୁଖ୍ୟତଃ ଚାଷ କରାଯାଇଥାଏ ।

ଗଞାମ ଜିଲ୍ଲାର ସାକ୍ଷରତା ହାର ୬୦ ପ୍ରତିଶତରୁ ଅଧିକ ଅଟେ । ଏହି ଜିଲ୍ଲାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଗଞ୍ଜାମ ଆଇନ ମହାବିଦ୍ୟାଳୟ, ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ, ନିଷ୍ଟ (NIST), ବ୍ରହ୍ମପୁରସ୍ଥ ଖଲିକୋଟ ବିଶ୍ବବିଦ୍ୟାଳୟ, ଛତ୍ରପୁରସ୍ଥ ବିଜ୍ଞାନ ମହାବିଦ୍ୟାଳୟ, ବ୍ରହ୍ମପୁରସ୍ଥ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ନର୍ସିଂ ମହାବିଦ୍ୟାଳୟ ଏବଂ ଫାର୍ମାସୀ କଲେଜ ଭଳି ବହୁ ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ରହିଛି ।

ବର୍ଷସାରା ଏହି ଗଞ୍ଜାମ ଜିଲ୍ଲାରେ ବହୁତ ପର୍ବ ପାଳିତ ହୁଏ । ଦୋଳଯାତ୍ରା, ତାରାତାରିଣି ମେଳା, ଠାକୁରାଣୀ ଯାତ୍ରା, ଦୁର୍ଗାପୂଜା, ଶିବରାତ୍ରି, ରଥଯାତ୍ରା, ମକରସଂକ୍ରାନ୍ତି, ମାଣବସା ଗୁରୁବାର ଏବଂ ଦଣ୍ଡଯାତ୍ରା ଭଳି ବହୁ ପର୍ବ ମହାଆଡ଼ମ୍ବରରେ ପାଳିତ ହୁଏ । ଏହି ଜିଲ୍ଲା ବହୁ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଦ୍ଵାରା ପରିପୂର୍ଣ୍ଣ । ଏହା ବର୍ଷସାରା ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ଏହି ଭଳି ପର୍ଯ୍ୟଟନ ସ୍ଥଳ ଗୁଡ଼ିକ ହେଲା, ଆର୍ଯ୍ୟପଲ୍ଲୀ ତଥା ଗୋପାଳପୁର ବେଳାଭୂମି, ଆଠଗଡ଼ପାଟଣା, ବାଳକୁମାରୀ, ଭୈରବୀ ମନ୍ଦିର, ଭେଟନଇ, ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ା, ଖଲିକୋଟ ନାରାୟଣୀ, ବୁଦ୍ଧଖୋଲ, ବୁଗୁଡ଼ା, ରମ୍ଭାର ଚିଲିକା ତଥା ପାନ୍ଥ ନିବାସ, ନିର୍ମଳଝର, ତାରାତାରିଣୀ ଶକ୍ତିପୀଠ, ଚିକିଟି ଗିରିସୋଲା ଇତ୍ୟାଦି ।

ଏହି ଜିଲ୍ଲା ବହୁ ବିଶ୍ଵବିଖ୍ୟାତ ବ୍ୟକ୍ତିତ୍ଵ ଯଥା ଭାରତରତ୍ନ ଭି. ଭି. ଗିରି ( ପୂର୍ବତନ ରାଷ୍ଟ୍ରପତି), ବିଶ୍ଵନାଥ ଦାଶ, ବିନାୟକ ଆଚାର୍ଯ୍ୟ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶଶିଭୂଷଣ ରଥ, କବିସୂର୍ଯ୍ୟ ବଳଦେବ ରଥ , କଳିଙ୍ଗବୀର ବିଜୁପଟ୍ଟନାୟକ, ରାଜବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଚକରା ବିଷୋୟୀ ତଥା ପଦ୍ମଶ୍ରୀ ଭଗବାନ ସାହୁଙ୍କ ଜନ୍ମସ୍ଥାନ ଅଟେ ।

ଇତିହାସ

ଗଞ୍ଜାମ ଶବ୍ଦ ଗଞ୍ଜ -ଇ – ଆମ୍ ରୁ ନିଷ୍ପନ୍ନ ଯାହାର ଅର୍ଥ ପୃଥିବୀର ଶସ୍ୟ ଭଣ୍ଡାର ବା ଖମାର, ଆହୁରି ପ୍ରମାଣ ମିଳେ ଯେ, ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ୟୁରୋପୀୟ ଦୁର୍ଗ ତଥା ଗଞ୍ଜାମ ନାମକ କ୍ଷୁଦ୍ର ସହର ଯାହା ଗଞ୍ଜାମ ଜିଲ୍ଲାର ରାଜଧାନୀ ଥିଲା ।

ମହାରାଜା ଅଶୋକଙ୍କ ପ୍ରାଚୀନ ଅନୁଶାସନ ଏବଂ ଶିଳାଲିପି ସ୍ପଷ୍ଟ ସୂଚିତ କରେ ଯେ, ଗଞ୍ଜାମ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଯାହା କି ପରବର୍ତ୍ତୀ କାଳରେ ଅଶୋକଙ୍କ ଶାସନାଧୀନ ହୋଇଥିଲା । ସେ ଯାହା ହେଉ ମୌର୍ଯ୍ୟ ଶାସନର ଶେଷରେ ମୌର୍ଯ୍ୟ ଶାସକଙ୍କ ଶକ୍ତି ହ୍ରାସ ପରେ ଗଞ୍ଜାମ ଅଞ୍ଚଳ ମଧ୍ୟ ଓଡ଼ିଶାର ପୃଷ୍ଠ ଭୂମିରୁ ଅଦୃଶ୍ୟ ହୋଇଯାଇଥିଲା ଏବଂ ୧୭୬୧ ପର୍ଯ୍ୟନ୍ତ ଅନ୍ଧକାରାଚ୍ଛନ୍ନ ତଥା ବିସ୍ମୃତ ହୋଇଯାଇଥିଲା ଏବଂ ଫରାସୀ ସେନାପତି ବୁସିଙ୍କ ଅନୁସାରେ ଚିହ୍ନିତ ହୋଇଥିଲା । ତେବେ ଯେତେବେଳେ ଫରାସୀମାନଙ୍କ ଆଗମନ ହେଲା, ସେତେବେଳେ ଗଞ୍ଜାମ ଜିଲ୍ଲା ବିଭିନ୍ନ ଅଂଶରେ ବିଭକ୍ତ ହୋଇଗଲା ।
ମାତ୍ର ଫରାସୀମାନେ ଦୀର୍ଘଦିନ ପର୍ଯ୍ୟନ୍ତ ଗଞ୍ଜାମ ଶାସନର ମଙ୍ଗ ଧରିବାକୁ ନିୟତ ନ ଥିଲେ । ଖୁବ୍ ଶୀଘ୍ର ଇଂରେଜମାନେ ଫରାସୀମାନଙ୍କୁ ୧୭୫୯ ରେ ଆକ୍ରମଣ କଲାପରେ ଏବଂ ୧୭୯୪ ଖ୍ରୀଷ୍ଟବ୍ଦରେ ସେମାନଙ୍କ ଉପରେ ବିଜୟ ଲାଭ କଲା ପରେ ଗଞ୍ଜାମରେ ଜିଲ୍ଲା ପ୍ରଶାସନ ପ୍ରତିଷ୍ଠା କରି ନିଜର ସାମ୍ରାଜ୍ୟବାଦ ପ୍ରତିଷ୍ଠା କରିଥିଲେ ।

ଗଞ୍ଜାମ ଜିଲ୍ଲାର ଐତିହାସିକ ଦସ୍ତାବିଜରୁ ଏହା ସ୍ପଷ୍ଟ ପରିଲକ୍ଷିତ ହୁଏ ଯେ, ଗଞ୍ଜାମ ଜିଲ୍ଲାର ସଦର ମହକୁମା ବହୁ ପରିବର୍ତ୍ତନ ଦେଇ ଗତିକରିଛି ଏବଂ ବାରମ୍ବାର ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଛି । ୧୮୫୫ ଖ୍ରୀଷ୍ଟାବ୍ଦରେ ଗଞ୍ଜାମର ସଦରମହକୁମା (ରାଜଧାନୀ) ରେ ଏକ ମହାମାରୀର ଉଦ୍ଗମନ ଦ୍ଵାରା ଏହି ରାଜଧାନୀ ପରିତ୍ୟକ୍ତ ହୋଇଥିଲା । ଏହି ମହାମାରୀ ଏତେ ଭୟଙ୍କର ଥିଲା ଯେ, ଏଥିରେ ସହରର ଜନସଂଖ୍ୟା ଅଶି ପ୍ରତିଶତ ସଙ୍କୁଚିତ ହୋଇଯାଇଥିଲା । ପରେ ଏହା ସାମୟିକ ଭାବେ ଗୋପାଳପୁର କୁ ସ୍ଥାନାନ୍ତରିତ ହୋଇଥିଲା । ତା’ ପରେ ବ୍ରହ୍ମପୁର ଏବଂ ଶେଷରେ ପାଖାପାଖି ୧୯୦୨ ଖ୍ରୀଷ୍ଟାବ୍ଦ ବେଳକୁ ଛତ୍ରପୁର ଠାରେ ସ୍ଥାପିତ ହୋଇଥିଲା । ଗଞ୍ଜାମ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା । ତେବେ ଏହା ମାଡ୍ରାସ ସହର ଠାରୁ ବହୁତ ଦୂରରେ ଥିବା ଯୋଗୁଁ ବ୍ରିଟିଶ୍ ଶାସକମାନେ ଜିଲ୍ଲାର ପ୍ରଶାସନିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିପାରୁନଥିଲେ । ତେଣୁ ସେମାନେ ୧୯୩୬ ରେ ଓଡିଶା ଏକତ୍ରୀକରଣ ବେଳେ ଏହାକୁ ଓଡିଶା ପ୍ରଦେଶରେ ମିଶାଇ ଦେଇଥିଲେ ।

ଭି. ଭି. ଗିରି, ବିଶ୍ଵନାଥ ଦାଶ, ବିନାୟକ ଆଚାର୍ଯ୍ୟ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଶଶୀ ଭୂଷଣ ରଥ, କବିସୂର୍ଯ୍ୟ ବଳଦେବ ରଥ, କଳିଙ୍ଗ ବୀର ବିଜୁ ପଟ୍ଟନାୟକ, ରାଜା ବାହାଦୁର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ଚକରା ବିଷୋୟୀ ଏବଂ ପଦ୍ମଶ୍ରୀ ଭଗବାନ ସାହୁ ଭଳି ଓଡିଶାର ବରପୁତ୍ରମାନେ ଗଞ୍ଜାମରେ ଜନ୍ମ ନେଇଛନ୍ତି ।

ଗଞ୍ଜାମ ଜିଲ୍ଲା ବହୁ ଐତିହାସିକ ଘଟଣାକ୍ରମ ତଥା କୀର୍ତ୍ତୀସ୍ତମ୍ଭର ମୁକସାକ୍ଷୀ । ଋଷିକୁଲ୍ୟା ନଦୀର ଉପତ୍ୟକାସ୍ଥ ସଭ୍ୟତାରେ ଅବସ୍ଥିତ ଜଉଗଡ ଦୁର୍ଗ ଐତିହାସିକ କୀର୍ତ୍ତିରାଜ ବହନକରି ଅଦ୍ୟାବଧି ଦଣ୍ଡାୟମାନ । ଆଠଗଡ ପାଟଣା ପ୍ରସିଦ୍ଧ ଓଡିଆ କବି କବିସୂର୍ଯ୍ୟ ବଳଦେବ ରଥ ଏବଂ କବି ଯଦୁମଣି ମହାପାତ୍ରଙ୍କ ଜନ୍ମସ୍ଥାନ ଅଟେ ।

ପ୍ରାଚୀନ ଗଞ୍ଜାମ :

ଗଞ୍ଜାମ ଅଞ୍ଚଳ ପ୍ରାଚୀନ କଳିଙ୍ଗ ସାମ୍ରାଜ୍ୟର ଅଂଶବିଶେଷ ଥିଲା ଯାହା କି ଖ୍ରୀଷ୍ଟପୂର୍ବ ୨୬୧ ରେ ଅଶୋକଙ୍କ ଶାସନାଧୀନ ହୋଇଥିଲା । ଏହି ସମୟ ମଧ୍ୟରେ ଏହା ନୌପଥ ଭାବେ ଦକ୍ଷିଣ ପୂର୍ବକୁ ସଂଯୋଗ କରୁଥିଲା । ଏହାର ଯୁଥ ଯୁଥ କୃଷ୍ଣ–ଗଜପଲ ଅଶୋକଙ୍କୁ କଳିଙ୍ଗ ଆକ୍ରମଣ ପାଇଁ ଲାଳାୟିତ କରିଥିଲା ।

ମଧ୍ୟଯୁଗୀୟ ଗଞ୍ଜାମ :

ଋଷିକୁଲ୍ୟା ନଦୀର ଉତ୍ତର ତୀରରେ ଥିବା ୟୁରପୀୟ ଦୁର୍ଗ “ ଗଞ୍ଜାମ ” ନାମକ କ୍ଷୁଦ୍ର ସହରର ନାମରୁ ଗଞ୍ଜାମ ଜିଲ୍ଲା ନାମିତ ହୋଇଛି ଯାହା କି ଗଞ୍ଜାମର ରାଜଧାନୀ ଥିଲା । ୧୭୫୭ ରେ ଫରାସୀ ସେନାପତି “ ଜେନେରାଲ ବୁସି ” ଗଞ୍ଜାମ ପର୍ଯ୍ୟନ୍ତ ମାଡି ଆସିଥିଲେ ଏବଂ ଆସିବା ପରେ ଦେଖିଲେ ଯେ, ଏହା ସାମନ୍ତ ମାନଙ୍କ ବା କରଜ ରାଜାଙ୍କ ପରସ୍ପର ସଂଘର୍ଷମୟ ସ୍ଥଳ । ତେବେ ଇଂରେଜମାନେ ୧୭୫୯ ଖ୍ରୀଷ୍ଟାବ୍ଦରେ ଫରାସୀମାନଙ୍କୁ ପରାସ୍ତ କରିଥିଲେ ଏବଂ ଗଞ୍ଜାମ କୁ ନିଜ ସାମ୍ରାଜ୍ୟାଧୀନ କରିଥିଲେ ।

ଆଧୁନିକ ଗଞ୍ଜାମ :

ଆଧୁନିକ ଗଞ୍ଜାମ ଜିଲ୍ଲା ମାଡ୍ରାସ ପ୍ରେସିଡେନ୍ସି ଅନ୍ତର୍ଗତ ୱାଇଜାଗ୍ ଜିଲ୍ଲାରୁ ନିଷ୍କୃତ ଯାହା ତ। ୩୧.୦୩.୧୯୩୬ ରିଖରେ ଏହି ସ୍ଥିତିକୁ ଆସିଛି । ତ। ୦୧.୦୪.୧୯୩୬ ରିଖ ଠାରୁ ମାଡ୍ରାସ ପ୍ରେସିଡେନ୍ସି ଠାରୁ ପୃଥକ ହୋଇ ନୂତନ ରୂପେ ଗଠିତ ଓଡିଶା ପ୍ରଦେଶର ଏକ ଅଂଶବିଶେଷ ହୋଇପାରିଛି । ଏହି ନବନଗଠିତ ଜିଲ୍ଲା ସମ୍ପୂର୍ଣ୍ଣ ଘୁମୁସର, ଛତ୍ରପୁର, ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତଥା ପୂର୍ବତନ ବ୍ରହ୍ମପୁର ତାଲୁକା, ପୂର୍ବତନ ଇଚ୍ଛାପୁର ତାଲୁକା, ପାରଳାଖେମୁଣ୍ଡି ସମତଳ ଅଞ୍ଚଳ ଏବଂ ପୂର୍ବତନ ଚିକାଗୋଲା ଉପଖଣ୍ଡ ଅନ୍ତର୍ଗତ ପାରଳାଖେମୁଣ୍ଡି ମାଳଅଞ୍ଚଳର ଅନ୍ତର୍ଗତ ଅଟେ ।

ସଦ୍ୟତନ ଗଞ୍ଜାମ :

୧୯୯୨ ଖ୍ରୀଷ୍ଟାବ୍ଦରେ ଓଡିଶା ସରକାର ଙ୍କ ଜିଲ୍ଲା ପୁନର୍ଗଠନ ପରେ ପାରଳାଖେମୁଣ୍ଡିର ସାତ ଗୋଟି ପଞ୍ଚାୟତ ସମିତି ଏଥିରୁ ଅଲଗା ହୋଇଯିବା ପରେ ମୋଟ ୩ ଟି ଉପଖଣ୍ଡ, ୨୨ ଟି ପଞ୍ଚାୟତ ସମିତି ଏବଂ ୧୮ ଟି ସହରାଞ୍ଚଳକୁ ନେଇ ଗଞ୍ଜାମ ଜିଲ୍ଲା ଗଠିତ ।

ଅର୍ଥବ୍ୟବସ୍ଥା


 

ଗଞ୍ଜାମ ଜିଲ୍ଲାର ଅର୍ଥନୀତି ଉଭୟ ଶିଳ୍ପ ଓ କୃଷି ଦ୍ୱାରା ସମୃଦ୍ଧ । ଏହି ଜିଲ୍ଲା ଖାଦ୍ୟ ଉତ୍ପାଦନ ଏବଂ ଏହାର ରପ୍ତାନୀ ପାଇଁ ସୁପରିଚିତ । କୃଷି କ୍ଷେତ୍ର ଏହାର ମୁଖ୍ୟ ଶ୍ରମ ଶକ୍ତିର ଶତକଡା ୭୫ ଭାଗ ଯୋଗାଇଥାଏ । ପଶୁପାଳନ ମଧ୍ୟ ଜିଲ୍ଲାର ଆୟ ବୃଦ୍ଧିରେ ସହାୟକ ହୋଇଥାଏ । ଜନ ସଂଖ୍ୟାର ଏକ ମୁଖ୍ୟ ଭାଗ ଲୋକ ପଶୁଚାରଣ ଦ୍ୱାରା ଜୀବିକା ନିର୍ବାହ କରିଥାନ୍ତି । ଗଞାମ ଜିଲ୍ଲାର ଆର୍ଥିକ ଅଭିବୃଦ୍ଦିରେ ଶିଳ୍ପ ସଂସ୍ଥାର ଯୋଗଦାନ ଏକ ମୁଖ୍ୟ ଭୂମିକା ନିର୍ବାହ କରେ । ଏହି ଜିଲ୍ଲା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଖଣିଜଦ୍ରବ୍ୟ ଯଥା : ଚୂନପଥର,ସୋଡାପଥର,ଚିନାମାଟି,ଅଗ୍ନି ନିରୋଧକ ମୃତ୍ତିକା ଗ୍ରାଫାଇଟ୍,ଗ୍ରାନାଇଟ୍ ଏବଂ ବାଲୁକା ପ୍ରସ୍ତରର ଗନ୍ତାଘର ଅଟେ ।

କୃଷି ଏହି ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ଗଠନ କରିବାରେ ସହାୟକ ହୁଏ, ଯେପରିକି ଜିଲ୍ଲାର ମୋଟ ଜନସଂଖ୍ୟାର ଶତକଡା ୭୦ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ଜିଲ୍ଲାର ପୂର୍ବଭାଗରେ ( ଉପକୃଳ ଅଞ୍ଚଳ) ସଞ୍ଚିତ ମୃତ୍ତିକା ବା ପଟୁ ମୃତ୍ତିକା ରହିଛି, ପଶ୍ଚିମ ପାର୍ଶ୍ୱସ୍ଥ ପାହିଡିଆ ଅଞ୍ଚଳରେ ଲାଟେରାଇଟ୍ ବା ମାଙ୍କଡାପଥର ଏବଂ କେନ୍ଦ୍ରସ୍ଥ କ୍ଷୁଦ୍ର ଅଞ୍ଚଳ ତଥା ଚିଲିକା କୂଳସ୍ଥ ଉତ୍ତର ପୂର୍ବାଂଶରେ କୃଷ୍ଣକାର୍ପାସ ମୃତ୍ତିକା ଦେଖାଯାଏ, ଏହା କୃଷି ଉତ୍ପାଦନରେ ବାସ୍ତବ ସହାୟକ ହୋଇଥାଏ । ଖଣିଜ ସମ୍ବଳ ଏବଂ ଜଙ୍ଗଲ ସମ୍ପଦର ଉପଲବ୍ଧତା ଜିଲ୍ଲାର ଅର୍ଥନୀତିରେ ସହାୟକ ହୋଇଥାଏ ।

ପଥର ତିଆରି, ଚୂର୍ଣ୍ଣନ ପେଷଣ ଉପକରଣ , ଚୂନ ପଥର, ମାଙ୍ଗାନିଜ୍ ମୋନାଜାଇଟ୍ ,ବାଲି ,ଅଭ୍ର ଭଳି କେତେକ ମୁଖ୍ୟ ଅର୍ଥନୈତିକ ଖଣିଜ ଏହି ଜିଲ୍ଲାରେ ଦେଖାଯାଏ । କଳାମୁଗୁନି ପଥର ଏଠାରେ ପ୍ରଚୁର ମାତ୍ରାରେ ଉପଲବ୍ଧ ଯାହାକି ବହୁତ ପଥର କ୍ରସର ଓ ପଥର ପଲିସ୍ କେନ୍ଦ୍ରକୁ ଦୀର୍ଘଦିନ ଧରି ଚଲାଇବା ପାଇଁ ସମର୍ଥ । ଭାରତୀୟ ବିରଳ ମୃତ୍ତିକା ଦ୍ୱାରା ପରିଚାଳିତ ମାଟିଖାଲ ଖଣି ଜିଲ୍ଲାର ଏକ ମାତ୍ର ଖଣି ଅଟେ, ଯାହା ମୋନାଜାଇଟ , ଜିରକନ୍ , ରୁଟାଇଲ ଭଳି ତେଜସ୍କ୍ରିୟ ବାଲୁକା ରାଶିଦ୍ୱାରା ପୂର୍ଣ୍ଣ ।

ଏହି ଜିଲ୍ଲାର ଅରଣ୍ୟସମ୍ବଳ ପର୍ଯ୍ୟାପ୍ତ ପରିମାଣରେ କଞ୍ଚାମାଲ ଯୋଗାଇଥାଏ ଯାହା ଜିଲ୍ଲାର ଆର୍ଥିକ ଅଭିବୃଦ୍ଧିରେ ମୁଖ୍ୟ ଯୋଗଦାନ କରିଥାଏ । କାଠ , ବାଉଁଶ, ତେନ୍ତୁଳି, ମହୁଲ, ଝୁଣା, ଲାଖ, କେନ୍ଦୁପତ୍ର, ଶିଆଳ ପତ୍ର,ଶାଳପତ୍ର ,ନିମ୍ବ ଏବଂ କରଞ୍ଜମଞ୍ଜି, ଏହି ଜିଲ୍ଲାର ମୁଖ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ଅଟେ । ପଶୁସମ୍ପଦ ଦୃଷ୍ଟିରୁ ଜିଲ୍ଲାର ପଶୁସମ୍ପଦ ଏହାର ଆର୍ଥିକ ଅଭିବୃଦ୍ଧିରେ ପ୍ରମୁଖ ଯୋଗଦାନ କରିଥାଏ । ଏହି ଜିଲ୍ଲାର ସୁଦୀର୍ଘ ଉପକୂଳରୁ ସଂଗୃହୀତ ଶାମୁକା ଜିଲ୍ଲା ତଥା ରାଜ୍ୟର ଚୂନର ମୁଖ୍ୟ ଚାହିଦା ପୂରଣ କରିବାରେ ସହାୟକ ହୋଇଥାଏ । ଗଞ୍ଜାମ, ହୁମ୍ମା ଅଞ୍ଚଳ , ବାହୁଦା ଓ ରୁଷିକୂଲ୍ୟା ନଦୀର ମୁହାଣ ଅଞ୍ଚଳ ଲୁଣ ଉତ୍ପାଦନର ପ୍ରମୁଖଉତ୍ସ ଅଟେ ଯାହା କେବଳ ଜିଲ୍ଲା ନୁହେଁ ରାଜ୍ୟର ଲୁଣ ଚାହିଦା ମେଣ୍ଟାଇବାରେ ସମର୍ଥ ହୋଇଥାଏ । ଏହି ଜିଲ୍ଲାରେ ଅନେକ ଶିଳ୍ପ ଗଢି ଉଠିଛି । ଜିଲ୍ଲାର ବ୍ରହ୍ମପୁର , ଭଞ୍ଜନଗର ଏବଂ ଛତ୍ରପୁର ଭଳି ତିନୋଟି ଶିଳ୍ପ ଅଞ୍ଚଳ ରହିଛି ।

ଅଧିକାଂଶ ଗରିବଘରର ଶିକ୍ଷିତ ଯୁବକ ମାନେ ଅର୍ଥ ଉପାର୍ଜନ ପାଇଁ ଗୁଜୁରାଟର ବିଭିନ୍ନ ସହର ତଥା ଭାରତର ବିଭିନ୍ନ ସହରକୁ ସ୍ଥାନନ୍ତରିତ ହୁଅନ୍ତି। ଏହି ଭଳି ସହର ଗୁଡିକର ଜନସଂଖ୍ୟା ଗଞ୍ଜାମରୁ ସ୍ଥାନାନ୍ତରିତ ଶିକ୍ଷିତ ଯୁବକଙ୍କଦ୍ୱାରା ପରିପ୍ଳୁତ ଯାହା ଏହାର ଅର୍ଥନୀତି ଉପରେ ଆଖିଦୃଶିଆ ପ୍ରଭାବ ପକାଇଥାଏ।

ସଂସ୍କୃତି ଏବଂ ଐତିହ୍ୟ

ଗଞ୍ଜାମ ଜିଲ୍ଲା ବହୁତ ମେଳା ଓ ପର୍ବପର୍ବାଣି ଧାରଣ କରିଥିବା ଏକ ସୁନ୍ଦର ଜିଲ୍ଲା ଅଟେ । ଏହି ଜିଲ୍ଲା ବର୍ଷ ମଧ୍ୟରେ ବହୁ ପର୍ବ ପାଳନକୁ ଉପଭୋଗ କରେ । ଏହି ଜିଲ୍ଲା କେବଳ ଏହାର ଉପକୂଳ ଏୈତିହାସିକ କୀର୍ତ୍ତି, ଦୃଶ୍ୟରାଜିର ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହା ନିଜର ରଙ୍ଗିନ ପର୍ବ ମାନଙ୍କ ପାଇଁ ପ୍ରସିଦ୍ଧ । ଏହି ଜିଲ୍ଲାର ପର୍ବ ଗୁଡିକ ଦୁଇ ଭାଗରେ ବିଭକ୍ତ – ଯଥା ପାରିବାରିକ ପର୍ବ ଓ ସର୍ବସାଧରଣ ପର୍ବ, ପାରିବାରିକ ପର୍ବ ଗୁଡିକ ବ୍ୟକ୍ତିଗତ ଭାବେ ପରିବାରରେ ପାଳନ କରାଯାଉଥିବା ବେଳେ ଗୋଷ୍ଠିଗତ ପର୍ବଗୁଡିକ ସାମୁହିକ ଭାବେ ଗୋଟିଏ ସ୍ଥାନରେ ପାଳନ କରାଯାଇଥାଏ । ଗୋଷ୍ଠିଗତ ବା ସାମୂହିକ ପର୍ବ ଗୁଡିକ ହେଲା ଦୋଳଯାତ୍ରା, ତାରାତାରିଣୀ ଯାତ୍ରା, ଠାକୁରାଣୀ ଯାତ୍ରା ଓ ମହାଶିବରାତ୍ରୀ ।

ଦୋଳଯାତ୍ରା :

ଦୋଳଯାତ୍ରା ସବୁଠାରୁ ରଙ୍ଗିନ୍ ଯାତ୍ରା ଯାହାକି ହୋଲି ଯାତ୍ରା ନାମରେ ପରିଚିତ । ଦୋଳଯାତ୍ରା ଫାଲଗୁନ ପୂର୍ଣ୍ଣମାରେ ପାଳନ କରାଯାଉଥିବା ବେଳେ ତା ର ପରଦିନ ହୋଲିଯାତ୍ରା ଯାହାକି ରାଧାକୃଷ୍ଣଙ୍କ ମଧୁର ପ୍ରଣୟର ନିଦର୍ଶିନ ହୋଲିଖେଳ ଅଟେ । ଏହି ଯାତ୍ରାରେ ଲୋକମାନେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତୀ କୁ ସୁସଜ୍ଜିତ ବିମାନରେ ବସାଇ ସୁନ୍ଦର ମନମୁଗ୍ଧକର ଗୀତ ଗାଇ ସାହିମାନଙ୍କରେ ବୁଲନ୍ତି , ଏହା ସହିତ ରଙ୍ଗିନ ପାଉଡର ବା ଅବିର ଖେଳନ୍ତି , କେହି କେହି ରଙ୍ଗିନ ପାଣି ମଧ୍ୟ ପରସ୍ପର ଉପରକୁ ଫିଙ୍ଗନ୍ତି । ଏହି ପର୍ବ ମହାସମାରୋହରେ ସାରା ଜିଲ୍ଲାରେ ପାଳିତ ହୁଏ ।

ଝୁଲଣ ଯାତ୍ରା :

ଏହି ଯାତ୍ରା ଶ୍ରାବଣ ମାସର ଅମାବାସ୍ୟା ପରବର୍ତ୍ତୀ ଦଶମୀ ଠାରୁ ଆରମ୍ଭ ହୋଇ ଥାଏ ଏବଂ ପୂର୍ଣ୍ଣିମା ଦିନ ଶେଷ ହୁଏ, ଏହି ଦିନ ରାଧାକୃଷ୍ଣ ଦୋଳି ଖେଳନ୍ତି । ଏହାକୁ ଶରତ କାଳିନ ରାସ କୁହାଯାଏ, ଏହି ଦିନ ଶ୍ରୀକୃଷ୍ଣଙ୍କ ବଡଭାଇ ବଳରାମଙ୍କ ଜନ୍ମଦିବସରୂପେ ପାଳନ କରାଯାଏ ପୁନଶ୍ଚ, ଏହି ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ରୂପେ ବିବେଚିତ । ଏହି ଦିନ ଗୋଟିଏ ଭଉଣୀ ତାର ଭାଇର ଶୁଭକାମନା କରି ତାର ନିଜର ରକ୍ଷାସୂତ୍ର ପାଇଁ ଭାଇ ଉଦ୍ଧିଷ୍ଟ, ମନେକରି ଭାଇର ଡାହାଣ ହାତରେ ରକ୍ଷା ବନ୍ଧନ କରାଥାଏ । ଏହା ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ପର୍ବ ଅଟେ , ଝିଅମାନେ ନୂଆ ପୋଷାକ ପିନ୍ଧି ପିଠାମିଠା ଖାଇ ଏହି ପର୍ବକୁ ଧୂମ ଧାମରେ ପାଳନ କରିଥାନ୍ତି ।

ଠାକୁରାଣୀ ଯାତ୍ରା

ତାରାତାରିଣି ମେଳା ଜିଲ୍ଲାର ଅନ୍ୟ ଏକ ପ୍ରମୁଖ ମେଳା ଅଟେ, ଏହା କେବଳ ଏହି ଜିଲ୍ଲା ନୁହେଁ ସାର ରାଜ୍ୟରେ ପାଳିତ ହୁଏ । ତାରାତାରିଣି ମେଳା ଓଡିଶାର ପ୍ରଧାନ ମେଳା ମାନଙ୍କ ମଧ୍ୟରୁ ଅନ୍ୟତମ ଅଟେ । ଏହି ମେଳା ଚୈତ୍ର (ମାର୍ଚ୍ଚ ମଧ୍ୟଭାଗରୁ ଏପ୍ରିଲ୍‌ ମଧ୍ୟଭାଗ) ମାସର ପ୍ରତ୍ୟେକ ମଙ୍ଗଳବାର ଦିନି ଅନୁଷ୍ଠିତ ହୁଏ । ଅସଂଖ୍ୟ ଲୋକ ଏହି ମେଳାରେ ତାରାତାରିଣି ମନ୍ଦିରରେ ଏକତ୍ରିତ ହୋଇ ଦେବୀଙ୍କୁ ପୂଜାକରନ୍ତି ଏବଂ ମାନସିକ ବ୍ରତରଖନ୍ତି ।
ଏହି ଯାତ୍ରାରେ ମାଆ ବୁଢୀ ଠାକୁରାଣୀଙ୍କୁ ପୂଜା କରାଯାଏ । ଏକ ଆସ୍ଥାୟୀ ମନ୍ଦୀରରେ ଦେବୀଙ୍କ ଆଜ୍ଞାମାଳ ଆଣି ରଖାଯାଏ ସେଠାରୁ ଦେବୀଙ୍କ ଘଟ ପୂଜାଅଞ୍ଚଳର ସମସ୍ତ ସାହି ପରିକ ବଡ ପଟୁଆର ପରିକ୍ରମଣ କରନ୍ତି । ୨୧ ଦିନ କିମ୍ବା ୧ ମାସ ଏହି ପର୍ବ ପାଳିତ ହୁଏ । ଏହି ଅବସରରେ ଭକ୍ତମାନେ ଦେବୀଙ୍କ ଅସ୍ଥାୟୀ ମନ୍ଦିରକୁ ଆସି ଦେବୀଙ୍କ ପୂଜାର୍ଚ୍ଚନା କରନ୍ତି ଏବଂ ମାନସିକ ବ୍ରତ ରଖନ୍ତି । ବିଭିନ୍ନ ସୁନ୍ଦର ଆଲୋକମାଳା ରେ ପୂଜାସ୍ଥାନକୁ ସଜାଯାଇଥାଏ, ସାହିମାନଙ୍କରେ ସୁସଜ୍ୱିତ ପୌରାଣିକ ଓ ଆଧୁନିକ ମେଢମାନ ସଜାଯାଇଥାଏ।
ଏହା ବ୍ୟତୀତ ଦୁର୍ଗାପୂଜା ,ଶିବରାତ୍ରି,ରଥଯାତ୍ରା,ମକର ସଂକ୍ରାନ୍ତି , ମାଣବସା ଗୁରୁବାର ଭଳି ପର୍ବପାଳନ କରାଯାଏ । ମା କାଳୀଙ୍କ ଉପାସନା ନିମନ୍ତେ ଚୈତ୍ର ମାସରେ ଅନୁଷ୍ଠିତ ଦଣ୍ଡଯାତ୍ରା ଗଞ୍ଜାମର ଏକ ପ୍ରସିଦ୍ଧ ଯାତ୍ରା ଅଟେ ।

ଗଞ୍ଜାମର ପଶୁ ନୃତ୍ୟ :
ଗଞ୍ଜାମରେ ବଳଦମାନଙ୍କୁ ସୁସଜ୍ଜିତ କରି ତାଙ୍କମାଧ୍ୟମରେ ନୃତ୍ୟ ପରିବେଷଣ କରାଯାଇଥାଏ । ଗଞ୍ଜାମର ଲୋକନୃତ୍ୟ ସାଂସ୍କୃତିକ ପରମ୍ପରା ଦ୍ୱାରା ପରିପୁଷ୍ଟ, ଆଦିମ ଗଞ୍ଜାମ ବାସୀଙ୍କ ଲୋକଗୀତ ଓ ପରମ୍ପରା ଓ ପୁରାଣ ଆଧାରିତ ନୃତ୍ୟ ଏହାର ମୂଳ ତଥ୍ୟ ଅଟେ । ପ୍ରହଲ୍ଲାଦ ନାଟକ , ଏକ ପାରମ୍ପରିକ ନୃତ୍ୟ ଯାହା ଦକ୍ଷିଣ ଓଡିଶାର ଏକ ପ୍ରମୁଖ ନାଟକ ଅଟେ ।
ଏହା ଏକ ମୁକ୍ତ ରଙ୍ଗ ମଞ୍ଚ ବିଶିଷ୍ଟ ନାଟକ ଯେଉଁଥିରେ ରାକ୍ଷସ ରାଜା ହିରଣ୍ୟ କଶ୍ୟପୁ ଙ୍କ ସିଂହାସନ ରହିଥାଏ । ଶ୍ରୀବିଷ୍ଣୁ ନୃସିଂହ ଅବତାରରେ ହିରଣ୍ୟ କଶ୍ୟପୁ ଙ୍କୁ ବିନାଶର ଅଭନୟ ଏହି ନାଟକୀୟ କଥା ବସ୍ତୁର ପରିପ୍ରକାଶ ।
ଗୋଟିପୁଅ ନାଚ ଗଞ୍ଜାମର ଅନ୍ୟ ଏକ ମୁଖ୍ୟ ନୃତ୍ୟ । ବର୍ତ୍ତମାନ ଏହା ଯଥେଷ୍ଠ ଲୋକପ୍ରିୟତା ହାସଲ କରିଛି । ଘଣ୍ଟ ମୃଦଙ୍ଗ ଏକତ୍ର ଲୋକ ବାଦ୍ୟ ପାରମ୍ପରିକ ଲୋକକଳାର ଏକ ମୁଖ୍ୟ ନିଦର୍ଶନ । ଏହା ବୈଷ୍ଣବ ମାନଙ୍କର ଏକ ପ୍ରମୁଖ ଲୋକବାଦ୍ୟ ଅଟେ । ଏହାର ମୁଖ୍ୟ ଅନୁଦ୍ଧିଷ୍ଟ ଅଟନ୍ତି ରାଧା ଓ କୃଷ୍ଣ । ଏହି ଲୋକଗୀତକୁ କୀର୍ତ୍ତନ ବା ସଂକୀର୍ତ୍ତନ ମାଧ୍ୟମରେ ପରିପ୍ରକାଶ ବା ଗାୟନ କରାଯାଏ । ଏତଦ୍ ବ୍ୟତୀତ ଭାରତଲୀଳା ଏକ ଅତ୍ୟନ୍ତ ରଙ୍ଗୀନ ଲୋକ ନୃତ୍ୟ ଅଟେ। ଏହା ଜିଲ୍ଲାର ପ୍ରମୁଖ ଲୋକନୃତ୍ୟ ମଧ୍ୟରେ ଅନ୍ୟତମ । ସେହିପରି ଦାଶକାଠି ନୃତ୍ୟ ମଧ୍ୟ ଅନ୍ୟ ଏକ ଲୋକନୃତ୍ୟ । ଏଥିରେ ଦୁଇଜଣ ଲୋକ ଜଣେ ଦୁଇଖଣ୍ଡ ଓ ଅନ୍ୟ ଜଣେ ଚାରିଖଣ୍ଡ କାଠି ସାହାଯ୍ୟରେ ଗୀତଗାଇ ପୁରାଣ ଗାନ କରିଥାନ୍ତି।
ଏହା ଭିନ୍ନ କୃଷ୍ଣଲୀଳା ରାଧାପ୍ରେମଲୀଳା ଓ ଲକ୍ଷ୍ମୀ ପୁରାଣ ମଧ୍ୟ ଅନ୍ୟାନ୍ୟ ଲୋକ ନୃତ୍ୟ ଅଟେ।

ହସ୍ତଶିଳ୍ପ

ଗଞ୍ଜାମ ଜିଲ୍ଲାର ହସ୍ତଶିଳ୍ପ ଏହାର ଚିତ୍ରକଳା ପାଇଁ ପ୍ରସିଦ୍ଧ, ଏହି ଜିଲ୍ଲାର କାନ୍ଥଚିତ୍ର, ପାଟ ଚିତ୍ର, ପଥର ଖୋଦେଇ, କାଠ ଖୋଦେଇ ସାରା ପୃଥିବୀରେ ପ୍ରସିଦ୍ଧ। କାଠ କଣ୍ଢେଇ ଠାରୁ ଆରମ୍ଭକରି କାଠରଙ୍ଗ ଲାଖମୂର୍ତ୍ତି କାଗଜମଣ୍ଡରେ ପ୍ରସ୍ତୁତ ମୂର୍ତ୍ତି ତଥା ଗୋବରରେ ପ୍ରସ୍ତୁତ ମୂର୍ତ୍ତି ପର୍ଯ୍ୟନ୍ତ ସର୍ବତ୍ର ଆଦୃତ ।

ଶିଙ୍ଗକାମ ଯଥା ପୋଢ଼ ଶିଙ୍ଗରୁ ପ୍ରସ୍ତୁତ କାରୁକାର୍ଯ୍ୟ ଏକ ସୁନ୍ଦର ହସ୍ତକଳା ପାଇଁ ଗଞ୍ଜାମ ପ୍ରସିଦ୍ଧ, ପିତଳ ଘଣ୍ଟି ଓ ପିତଳ ମାଛ ପାଇଁ ବେଲଗୁଣ୍ଠା ପ୍ରସିଦ୍ଧ, ମନ୍ଦିର ମାନଙ୍କରେ ବ୍ୟବହୃତ ପିତଳ ଘଣ୍ଟି ଓ ବାସନ ଏହି ଜିଲ୍ଲାରେ ପ୍ରସ୍ତୁତ ଏକ ପ୍ରସିଦ୍ଧ ହସ୍ତଶିଳ୍ପର ମାନ୍ୟତା ପାଇଛି, ମାଙ୍ଗଳିକ କାର୍ଯ୍ୟ ତଥା ପୂଜା କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ତମ୍ବା ଓ ପିତଳ ବାସନ ଏହି ଜିଲ୍ଲାର ହାତ ତିଆରି ସରଞ୍ଜାମ। ଏହି ସବୁ ପ୍ରସ୍ତୁତି ପାଇଁ ଏହି ଜିଲ୍ଲା ସାରା ପୃଥିବୀର ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ।

ସବଡିଭିଜନ ଓ ବ୍ଲକ

ଗଞ୍ଜାମ ଜିଲ୍ଲାର ଉପଖଣ୍ଡ

କ୍ରମିକ ସଂଖ୍ୟା

ନାମ

ବ୍ରହ୍ମପୁର

ଭଞ୍ଜନଗର

ଛତ୍ରପୁର

 

ବ୍ଲକ

ଗଞ୍ଜାମ ଜିଲ୍ଲାର ମଣ୍ଡଳ

କ୍ରମିକ ସଂଖ୍ୟା

ନାମ

ଆସ୍କା

ବେଗୁନିଆପଡା

ବେଲଗୁଣ୍ଠା

ଭଞ୍ଜନଗର

ବୁଗୁଡା

ଛତ୍ରପୁର

ଚିକିଟି

ଧରାକୋଟ

ଦିଗପହଣ୍ଡି

୧୦

ଗଞ୍ଜାମ

୧୧

ହିଞ୍ଜିଳିକାଟୁ

୧୨

ଜଗନ୍ନାଥପ୍ରସାଦ

୧୩

କବିସୂର୍ଯ୍ୟ ନଗର

୧୪

ଖଲ୍ଲିକୋଟ

୧୫

କୁକୁଡାଖଣ୍ଡି

୧୬

ପାତ୍ରପୁର

୧୭

ପୋଲସରା

୧୮

ପୁରୁଷୋତ୍ତମପୁର

୧୯

ରଙ୍ଗେଇଲୁଣ୍ଡା

୨୦

ସାନଖେମୁଣ୍ଡି

୨୧

ଶେରଗଡ଼

୨୨

ସୁରଡା

ପୁଲିସ ଷ୍ଟେସନ

ଗଞ୍ଜାମ ଜିଲ୍ଲାର ପୁଲିସ ଷ୍ଟେସନ

କ୍ରମିକ ସଂଖ୍ୟା

ନାମ

ଆସିକା

ବୈଦ୍ୟନାଥପୁର

ବଡ ବଜାର

ବଦଗଡ

ଭଞ୍ଜନଗର

ବୁଗୁଡା

ଚମଖଣ୍ଡି (ଛତ୍ରପୁର)

ଛତ୍ରପୁର

ଧରାକୋଟ

୧୦

ଦିଗପହଣ୍ଡି

୧୧

ଏନାର୍ଜି ପି॰ସ॰ (ଭଞ୍ଜନଗର)

୧୨

ଏନାର୍ଜି ପି॰ସ॰ (ଛତ୍ରପୁର)

୧୩

ଗାଙ୍ଗପୁର

୧୪

ଗଞ୍ଜାମ

୧୫

ଗୋଳନ୍ଠ୍ରା

୧୬

ଗୋପାଳପୁର

୧୭

ହିଞ୍ଜିଳୀକାଟୁ

୧୮

ଜଗନ୍ନାଥପ୍ରସାଦ

୧୯

ଜରଡା

୨୦

କବିସୂର୍ଯ୍ୟନଗର

୨୧

ଖଲ୍ଲିକୋଟ

୨୨

କୋଦଳା

୨୩

ମହିଳା ପୋଲିସ ଷ୍ଟେସନ

୨୪

ମେରାଇନ ପି॰ସ॰ (ଆର୍ଯ୍ୟପଲ୍ଲି)

୨୫

ନୂଆଗମ୍

୨୬

ପଟ୍ଟପୁର୍

୨୭

ପୋଲୋସରା

୨୮

ପୁରୁଷୋତ୍ତମପୁର

୨୯

ରେଳବାଇ ପୁଲିସ ଷ୍ଟେସନ୍

୩୦

ରମ୍ଭା

୩୧

ସଦର ପୁଲିସ ଷ୍ଟେସନ୍

୩୨

ଶେରଗଡ ପୁଲିସ ଷ୍ଟେସନ୍

୩୩

ସୋରଡା ପୁଲିସ ଷ୍ଟେସନ୍

୩୪

ତରାଶିଙ୍ଗୀ ପୁଲିସ ଷ୍ଟେସନ୍

୩୫

ସଦର ପୁଲିସ ଷ୍ଟେସନ୍

ବିଦ୍ୟାଳୟ ଓ ମହାବିଦ୍ୟାଳୟ

ବିଦ୍ୟାଳୟ

  • ଓଡିଶା ଆଦର୍ଶ ବିଦ୍ୟାଳୟ, ଭାଟକୁମାରଡା
  • ଓଡିଶା ଆଦର୍ଶ ବିଦ୍ୟାଳୟ,କରାପଲ୍ଲି
  • ଓଡିଶା ଆଦର୍ଶ ବିଦ୍ୟାଳୟ,କୁଶଗୁମା
  • ଓଡିଶା ଆଦର୍ଶ ବିଦ୍ୟାଳୟ,କୁସୁମି
  • ଓଡିଶା ଆଦର୍ଶ ବିଦ୍ୟାଳୟ,ଗୋଲିଆ
  • ଓଡିଶା ଆଦର୍ଶ ବିଦ୍ୟାଳୟ,ଚମାଖଣ୍ଡି
  • ଓଡିଶା ଆଦର୍ଶ ବିଦ୍ୟାଳୟ,ଛଣମେରି
  • ଓଡିଶା ଆଦର୍ଶ ବିଦ୍ୟାଳୟ,ଜମଗରଡା
  • ଓଡିଶା ଆଦର୍ଶ ବିଦ୍ୟାଳୟ,ନିମିନା
  • ଓଡିଶା ଆଦର୍ଶ ବିଦ୍ୟାଳୟ,ପାକିଡ଼ି ହିଲ
  • ଓଡିଶା ଆଦର୍ଶ ବିଦ୍ୟାଳୟ,ପିତାତଳି
  • ଓଡିଶା ଆଦର୍ଶ ବିଦ୍ୟାଳୟ,ପ୍ରତାପ ଲକ୍ଷ୍ମଣପୁର
  • ଓଡିଶା ଆଦର୍ଶ ବିଦ୍ୟାଳୟ,ବଡଆଗୁଳା
  • ଓଡିଶା ଆଦର୍ଶ ବିଦ୍ୟାଳୟ,ବଡପୁର
  • ଓଡିଶା ଆଦର୍ଶ ବିଦ୍ୟାଳୟ,ବାଉରୀଗଣ୍ଡାପଲ୍ଲୀ
  • ଓଡିଶା ଆଦର୍ଶ ବିଦ୍ୟାଳୟ,ରାଜପୁର
  • ଓଡିଶା ଆଦର୍ଶ ବିଦ୍ୟାଳୟ,ଶତ୍ରୁଷୋଳ
  • ଓଡିଶା ଆଦର୍ଶ ବିଦ୍ୟାଳୟ,ଶାସନ ଆମ୍ବଗାଁ
  • ଓଡିଶା ଆଦର୍ଶ ବିଦ୍ୟାଳୟ,ସିଦ୍ଧେଶ୍ଵର
  • ଓଡିଶା ଆଦର୍ଶ ବିଦ୍ୟାଳୟ,ସୁରଡା ବ୍ଲକ
  • ଓଡିଶା ଆଦର୍ଶ ବିଦ୍ୟାଳୟ,ହାତୀଓଟ

ମହାବିଦ୍ୟାଳୟ/ ବିଶ୍ୱବିଦ୍ୟାଳୟ

  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ, ଭଞ୍ଜନଗର
  • ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ
  • ଗଞ୍ଜାମ ଆଇନ ମହାବିଦ୍ୟାଳୟ
  • ପାରଳା ମହାରାଜା ଇଞ୍ଜିନିୟରିଙ୍ଗ ମହାବିଦ୍ୟାଳୟ
  • ଫିସେରି ମହାବିଦ୍ୟାଳୟ
  • ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ
  • ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଡାକ୍ତରୀ ମହାବିଦ୍ୟାଳୟ
  • ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ
  • ସରକାରୀ କଳା ଓ କାରିଗରୀ ମହାବିଦ୍ୟାଳୟ
  • ସରକାରୀ ବିଜ୍ଞାନ ମହାବିଦ୍ୟାଳୟ,ଛତ୍ରପୁର
  • ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ,ଛତ୍ରପୁର
  • ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ,ବ୍ରହ୍ମପୁର
  • ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ,ହିଞ୍ଜିଳୀକାଟୁ
  • ସେବିକା ମହାବିଦ୍ୟାଳୟ

ଆଧାର - " ଗଞ୍ଜାମ ଡିଷ୍ଟ୍ରିକ ପୋର୍ଟାଲ, ଓଡିଶା ସରକାର"

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top