ଉପକ୍ରମ
ଝାରସୁଗୁଡା ହେଉଛି ଖଣିଜ ସମ୍ପଦରେ ଭରା ଓଡିଶାର ଅନ୍ୟତମ ଜିଲ୍ଲା । ୧୯୯୪ ମସିହା ଏପ୍ରିଲ ପହିଲାରେ ଝାରସୁଗୁଡାକୁ ଜିଲ୍ଲାଭାବେ ଘୋଷଣା କରାଯାଇଥିଲା । ଆଗରୁ ଏହା ସମ୍ବଲପୁର ଜିଲ୍ଲାସହ ମିଶିକରି ରହିଥିଲା । ଏହି ଜିଲାର ଉତ୍ତରରେ ସୁନ୍ଦରଗଡ ଜିଲ୍ଲା ପୂର୍ବରେ ସମ୍ବଲପୁର , ଦକ୍ଷିଣରେ ବରଗଡ ଜିଲ୍ଲା ଏବଂ ପଶ୍ଚିମରେ ଛତିଶଗଡ ରାଜ୍ୟ ରହିଛି । ଝାରସୁଗୁଡା ଜିଲା କଲିକତାଠାରୁ 515 କିଲୋମିଟର , 616 କିଲୋମିଟର ନାଗପୁର , 18ମ କିଲୋମିଟର ସମ୍ବଲପୁର ଏବଂ ଭୁବନେସ୍ଵର ଠାରୁ 372 କିଲୋମିଟର ଜିଲ୍ଲାର ଆୟତନ 2,081 ବର୍ଗ କିମି ।
ମୁଖ୍ୟ ନଦୀ ଓ ଶାଖାନଦୀ
ଜନସଂଖ୍ୟା
୨୦୧୧ ଜନଗଣନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲାର ଲୋକସଂଖ୍ୟା ୫,୭୯,୪୯୯ |
- ପୁରୁଷ: ୨,୯୭,୦୧୪
- ମହିଳା: ୨,୮୨,୪୮୫
- ପଢୁଆ ହାର ୭୮.୩୬%
- ପୁରୁଷ: ୮୬.୨୭%
- ମହିଳା: ୭୦.୨୫%
- ବରଗଡ଼
ରାଜନୀତି
ଲୋକ ସଭା ନିର୍ବାଚନ ମଣ୍ଡଳୀ
ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା
#
|
ନିର୍ବାଚନ ମଣ୍ଡଳୀ
|
ଆରକ୍ଷଣ
|
ପରିସୀମା ଅଧୀନସ୍ଥ ଅଞ୍ଚଳ (ପୌରାଞ୍ଚଳ ଓ ପଞ୍ଚାୟତ ସମିତି )
|
୧୫ଶ ବିଧାନ ସଭା ସଦସ୍ୟ
|
ରାଜନୈତିକ ଦଳ
|
୬
|
ବ୍ରଜରାଜନଗର
|
ଅଣ ସଂରକ୍ଷିତ
|
ବ୍ରଜରାଜନଗର (ପୌ), ବେଲପାହାଡ଼ (ବି), ଲଖନପୁର, ଝାରସୁଗୁଡ଼ା (ଅଂଶ)
|
ରାଧାରାଣୀ ପଣ୍ଡା
|
ଭାଜପା
|
୭
|
ଝାରସୁଗୁଡ଼ା
|
ଅଣ ସଂରକ୍ଷିତ
|
ଝାରସୁଗୁଡ଼ା (ପୌ), କିରମିରା, ଲଇକେରା, କୋଲାବିରା, ଝାରସୁଗୁଡ଼ା (ଅଂଶ)
|
ନବକିଶୋର ଦାସ
|
କଂଗ୍ରେସ
|
ଶିକ୍ଷା
ଝାରସୁଗୁଡ଼ା ଜିଲ୍ଲାର ମୁଖ୍ୟ ଶିକ୍ଷ୍ୟାନୁଷ୍ଠାନ ମଧ୍ୟରେ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ(୧୯୬୯ରେ ସ୍ଥାପିତ), ବ୍ରଜରାଜନଗର କଲେଜ(୧୯୭୮ରେ ସ୍ଥାପିତ), ଝାରସୁଗୁଡା ସରକାରୀ ଇଂଜିନିଯରିଂ ସ୍କୁଲ, ବେଲପାହାଡ କଲେଜ, ବ୍ଲାକ ଡାୟମଣ୍ଡ ଇଂଜିନିଯରିଂ କଲେଜ ଓ ଅନ୍ୟାନ୍ୟ କଲେଜ ସବୁ ଅଛି । ଜିଲ୍ଲାରେ ଝାରସୁଗୁଡାର ମନମୋହନ ହାଇସ୍କୁଲ ଓଡ଼ିଶାର ଏକ ପୁରାତନ ସ୍କୁଲ । ଏହା ବ୍ୟତୀତ ଜିଲ୍ଲାର ସବୁ ସହରରେ ଇଂରେଜୀ ମିଡିୟମ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଆଦି ରହିଛି ।
ଗମନାଗମନ
ଗମନା ଗମନ ଦୃଷ୍ଟି ରୁ ଝାରସୁଗୁଡା ଜିଲ୍ଲା ଓଡ଼ିଶା ରେ ଏକ ଅଗ୍ରଣୀ ଜିଲ୍ଲା । ଏହା ପୂର୍ବତଟ ରେଲପଥ ଓ ଦକ୍ଷିଣ ପୂର୍ବ ରେଳପଥ ଦ୍ଵାରା ସଂଯୁକ୍ତ ହେଇ ଏଠାରୁ କଲିକତା , ଦିଲ୍ଲୀ , ବାଙ୍ଗାଲୋର , ମୁମ୍ବାଇ ସହ ସଂଯୁକ୍ତ । ଜାତୀୟ ରାଜପଥ ର ବିସ୍ତାର ମଧ୍ୟ ଜିଲ୍ଲା ରେ ଯଥେଷ୍ଠ । ଝାରସୁଗୁଡା ମଦ୍ୟ ଦେଇ କଲିକତା ରୁ ମୁମ୍ବାଇ କୁ ରାଜପଥ ସହ ସମ୍ବଲପୁର ରାଉରକେଲା କୁ ମଧ୍ୟ ସଂଯୋଗ ରହିଛି । ଝାରସୁଗୁଡା ରୁ ଛତିଶଗଦ ର ରାୟପୁର ପର୍ଯ୍ୟନ୍ତ ମଧ୍ୟ ନୂତନ ରାଜପଥ ସଂଯୋଗ ହେଇଛି ।
ଶିଳ୍ପ
ଝାରସୁଗୁଡା ଜିଲ୍ଲା ରେ ଶିଳ୍ପ ର ବହୁଳ ଉନ୍ନତି ହେଇ ଏହା ଭାରତ ର ଏକ ପ୍ରମୁଖ ଶିଳ୍ପୋନତ ଜିଲ୍ଲା ଭାବରେ ଜଣା ଶୁଣା । ଏହି ଜିଲ୍ଲା ରେ ବ୍ରଜରାଜନଗର ଅଞ୍ଚଳ ରେ ବିପୁଳ କୋଇଲା ଉପଲବ୍ଧ ଥିବା ହେତୁ , ତାହା ସଙ୍ଗେ ସଙ୍ଗେ ହୀରାକୁଦ ଜଳଭଣ୍ଡାର ର ଜଳ ଓ ରେଳ ଓ ସଡକ ପଥ ଥିବା କାରଣ ରୁ ଜିଲ୍ଲା ରେ ଅନେକ ଶିଳ୍ପ ପ୍ରତିଷ୍ଟିତ ହେଇଛି । ତନ୍ନ ମଧ୍ୟ ରୁ ବେଦାନ୍ତ ଆଲୁମିନା , ଭୂଷଣ ଇସ୍ପାତ , ବିର୍ଲା ଆଲୁମିନା , ଆର୍ଜନ ଇସ୍ପାତ ତଥା ଆହୁରି ଅନେକ ମଧ୍ୟମ ଆକୃତି ଇସ୍ପାତ କାରଖାନା ରହିଛି ।
ପର୍ଯ୍ୟଟନ ସ୍ଥଳ
ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ଅନେକ ପ୍ରାକୃତିକ ତଥା ଦର୍ଶନୀୟ ସ୍ଥାନ ରହିଛି । ସେଥି ମଧ୍ୟରୁ କୋଇଲି ଘୋଘର ଜଳପ୍ରପାତ ଭାରତ ବିଖ୍ୟାତ ଏହି ଜଳପ୍ରପାତ ଲଖନପୁର ନିକଟସ୍ଥ କୁଶମେଲବହଳ ନାମକ ଗ୍ରାମ ସନ୍ନିକଟ ରେ ଅବସ୍ଥିତ । ଏହି ଜଳ ପ୍ରପାତ ରେ ୨୦୦ଫୁଟ ଉପରୁ ଜଳ ନିର୍ଗତ ହେଇ ତାହା ବହି ଯାଏ ଓ ମହାନଦୀ ରେ ମିଶ୍ରଣ ହୁଏ । ଏହା ଛଡ଼ା ଝାରସୁଗୁଡ଼ାରୁ ୨୫ କିଲୋମିଟର ଦୂର ବିକ୍ରମଖୋଲର ଗୁମ୍ଫା ଭିତରେ ପ୍ରାକ- ଐତିହାସିକ ଶିଳା ଲେଖ ମାନ ପ୍ରତ୍ନତତ୍ଵ ବସ୍ତୁ ହିସାବରେ ଐତିହାସିକ ଓ ପ୍ରତ୍ନତତ୍ଵବିଦ ମାନଙ୍କୁ ଆକର୍ଷିତ କରେ ଝାରସୁଗୁଡ଼ା ସହରସ୍ଥ ଝଡେଶ୍ଵର ମନ୍ଦିର , ବ୍ରଜରାଜ ନଗର ନିକଟସ୍ଥ ଚଣ୍ଡୀ ମନ୍ଦିର , ପାହାଡୀ ମନ୍ଦିର ମଧ୍ୟ ବହୁ ପୁରାତନ ସ୍ଥାପତ୍ୟ ର ପରିଚୟ ହିସାବ ରେ ଅଛି ।
ଝାରସୁଗୁଡା ରେଳ ଷ୍ଟେସନ
ଝାରସୁଗୁଡା ରେଳ ଷ୍ଟେସନ, ଓଡ଼ିଶା ରାଜ୍ୟ ର ଏକ ପ୍ରମୁଖ ତଥା ସର୍ବପୁରାତନ ରେଳ ଜଙ୍କସନ ମଧ୍ୟ ରେ ଗୋଟିଏ । ଏହା ଓଡ଼ିଶା ର ଉତ୍ତର - ପଶ୍ଚିମ ଭାଗ ରେ ଥିବା ଝାରସୁଗୁଡା ଜିଲ୍ଲା ର ସଦର ମହକୁମା ଠାରେ ଅବସ୍ଥିତ ।
୧୮୯୧ ରେ ତତ୍କାଳୀନ ବେଙ୍ଗଲ ନାଗପୁର ରେଳବାଇ ଦ୍ଵାରା ନାଗପୁର ଅସାନସୋଲ ମୁଖ୍ୟ ରେଳପଥ ନିର୍ମାଣ ହେଲା ପରେ ଝାରସୁଗୁଡା ଠାରେ ଏହି ଷ୍ଟେସନ ଖୋଲିଥିଲା । ପୁଣି 1900 ମସିହା ରେ ହାବଡା -ନାଗପୁର - ମୁମ୍ବାଇ ଲାଇନ ଏହି ଷ୍ଟେସନ ଦେଇ ଗଲା ପରେ ଏହା ଏକ ଜଙ୍କସନ ର ମାନ୍ୟତା ପ୍ରାପ୍ତ ହେଲା । ସାଂପ୍ରତିକ ଏହି ଷ୍ଟେସନ ଦେଇ କୋରାପୁଟ - ଜଯପୁର , ଟିଟିଲାଗଡ-ଝାରସୁଗୁଡା , ରାଉରକେଲା - କିରିବୁରୁ ରେଳପଥ ମଧ୍ୟ ଯାଇଛି । ୧୯୬୯ ରୁ ଏହି ଷ୍ଟେସନର ଲାଇନ ରେ ବିଦ୍ୟୁତିକରଣ ହେଇଥିଲା ।
ଇବ ନଦୀ ର ଉପତ୍ୟକା ରେ ଥିବା ଏହି ଷ୍ଟେସନ ର ନିକଟବର୍ତୀ ଇଲାକା ରେ ମହାନଦୀ କୋଇଲା ଖଣି ସମୂହ ସହିତ ବହୁ ସଂଖ୍ୟା ରେ କଳ କାରଖାନା ମାନେ ହେଇ ଏହା ଏକ ଶିଳ୍ପ ବହୁଳ ଅଞ୍ଚଳ ରେ ପରିଣତ ହେଇଛି । ଏହି ଷ୍ଟେସନ ଦେଇ ଦେଇ 52 ଟି ( କେତେକ ସାପ୍ତାହିକି ଓ ଦ୍ଵି-ସାପ୍ତାହିକି ମିଶି ) ଟ୍ରେନ ଯାତାୟାତ କରିଥାଏ ।
ଷ୍ଟ୍ରେରଲାଇଟ ଝାରସୁଗୁଡା ଶକ୍ତି କେନ୍ଦ୍ର
ଷ୍ଟ୍ରେରଲାଇଟ ଝାରସୁଗୁଡା ଶକ୍ତି କେନ୍ଦ୍ର , ଏକ କୋଇଲା ଭିତ୍ତିକ ଶକ୍ତି ଉତ୍ପାଦନ କେନ୍ଦ୍ର ଯାହା ଭାରତୀୟ ରାଜ୍ୟ ଓଡ଼ିଶା ର ଶିଳ୍ପବହୁଳ ଜିଲ୍ଲା ଝାରସୁଗୁଡା ଠାରେ ଅବସ୍ଥିତ । ଏହି କେନ୍ଦ୍ର ଷ୍ଟ୍ରେରଲାଇଟ ଏନର୍ଜି ନାମକ ବେସରକାରୀ ଉଦ୍ୟୋଗ ଦ୍ଵାରା ପରିଚାଳିତ ।
ଏହି ଉଦ୍ୟୋଗ ନିଜ ପାଇଁ ଦରକାର ହଉଥିବା କୋଇଲା ନିକଟସ୍ଥ ଇବ ଉପତ୍ୟକା ରେ ଥିବା ମହାନଦୀ କୋଇଲା ଖଣି ସମୂହ ରୁ ପାଉଥିବା ବେଳେ ଆବଶ୍ୟକୀୟ ଜଳ ହୀରାକୁଦ ଜଳଭଣ୍ଡାର ରୁ ଆହରଣ କରିଥାଏ । ଏହାର ନିର୍ମାଣ , ପରିଚାଳନା ଓ ତଦାରଖ ବ୍ୟବସ୍ଥା ଚୀନ ଦେଶ ର SEOCO୩ କମ୍ପାନୀ ସହ ହେଇଥିବା ଚୁକ୍ତି ଅନୁସାରେ ହୁଏ ।
ଝାରସୁଗୁଡା ଏବଂ ବିଳାସପୁର ମଧ୍ୟରେ ଚତୁର୍ଥ ରେଳ ଲାଇନ
ଝାରସୁଗୁଡା ଏବଂ ବିଳାସପୁର ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ କରାଯିବ। ଏଥିଲାଗି ୧୯୭୩.୪୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୨୦୬ କିଲୋମିଟର ଦୀର୍ଘର ଏହି ରେଳପଥ ନିର୍ମାଣ କାର୍ଯ୍ୟ ୫ ବର୍ଷରେ ସାରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେବେ ପ୍ରକଳ୍ପ କାର୍ଯ୍ୟ ଶେଷ ବେଳକୁ ନିର୍ମାଣ ଖର୍ଚ୍ଚ ୨୨୯୮. କୋଟି ଟଙ୍କାକୁ ବୃଦ୍ଧି ପାଇବାର ଆଶା କରାଯାଉଛି।
ଝାରସୁଗୁଡା – ବିଳାସପୁର ରେଳପଥ ହାୱଡା – ମୁମ୍ବାଇ ଟ୍ରଙ୍କ ରୁଟ୍ ମଧ୍ୟରେ ଯାଉଥିବାରୁ ଏହି ଅଂଚଳ ଦେଇ ପୂର୍ବ ଓ ଦକ୍ଷିଣରୁ ଉତର ଓ ପଶ୍ଚିମ ଭାରତକୁ ଗମନାଗମନରେ ବିଶେଷ ସୁବିଧା ହେବ।
ବିକାଶପିଡ଼ିଆ କର୍ମଶାଳା

ଆଧାର : LAVS
Very nice effort.plz add historical and scientific contribution also.