ସେଆର କରନ୍ତୁ

ସମ୍ବଲପୁର

ଲୋକ ସଂସ୍କୃତି ସକାଶେ ସମ୍ବଲପୁର ସ୍ଵତନ୍ତ୍ର ପରିଚୟ ବହନ କରିଛି ।

ଲୋକ ସଂସ୍କୃତି ସକାଶେ ସମ୍ବଲପୁର ସ୍ଵତନ୍ତ୍ର ପରିଚୟ ବହନ କରିଛି । ଢୋଲ, ନିଶାନ, ତାସା, ମୁହୁରୀ, ଝାଞ୍ଜକୁ ପଞ୍ଚବାଦ୍ୟ (ଦୁଲହୁଲି) କୁହାଯାଏ । ଏହି ବାଦ୍ୟ ଓ ସମ୍ବଲପୁରୀ ନୃତ୍ୟ ଦେଶ ସହ ବିଦେଶରେ ମଧ୍ୟ ଆଦୃତି ରହିଛି । ସମସ୍ତ ମାଙ୍ଗଳିକ କାର୍ଯ୍ୟ ହେଉ କିମ୍ବା ସାମାଜିକ ସବୁଥିରେ ଦୁଲିଦୁଲି ଶବ୍ଦ ଶୁଭି ଥାଏ । ସେହିପରି ଏଠାକାର ରଙ୍ଗବତୀ ଗୀତ ବିଶ୍ଵରେ କ୍ଷ୍ୟାତି ଅର୍ଜନ କରିଛି । ଏଥିପାଇଁ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ସମ୍ମାନ ସୂଚକ ଡ଼ିଲିଟ୍ ଏବଂ  ପଦ୍ମଶ୍ରୀ ପୁରସ୍କାର ମିଳିଛି । ଏଥିସହ ରଙ୍ଗବତୀ  ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗ୍ରାମକୁ ରଙ୍ଗବତୀ ବିଲୁଙ୍ଗ ଭାବେ ନାମିତ କରାଯାଇଛି ।

ସଂସ୍କୃତିର ସହର

ସମ୍ବଲପୁରସାଧାରଣ ଲୋକଙ୍କ ଧାରଣା ବଳରାମ ଦେବ ସମ୍ବଲପୁର ନାମକରଣ କରିଥିଲେ । କିନ୍ତୁ ଏହା ଜୁଲ, ଖ୍ରୀଷ୍ଟ ଦ୍ଵିତୀୟ ଶତାବ୍ଦୀରେ ‘ଟଲେମି' ’ସମଲକ’ ନାମ ଥିବାର କହିଛନ୍ତି ଜୟଚନ୍ଦ୍ରିକାର ଲେଖକ ପ୍ରହଲ୍ଲାଦ ଦୁର୍ବେ । ବଳରାମ ଦେବଙ୍କ ରାଜ୍ୟ ସ୍ଥାପନ ପୂର୍ବରୁ ସମ୍ବଲପୁର ଏକ ଗ୍ରାମ ଅଲା । ସେହି ଗ୍ରାମ ବଳରାମ ଦେବଙ୍କ ଦ୍ଵାରା ଗୋଟିଏ ନଗରରେ ପରିଣତ ହୋଇଥିଲା । ବଳରାମ ଦେବଙ୍କ ବଡଭାଇ ନରସିଂହ ଦେବଙ୍କଠାରୁ ହୁମା ରାଜ୍ୟ ଭାଗ ନେଇଥିଲେ । ରାମଚନ୍ଦ୍ର ମଲ୍ଲିକଙ୍କ କୋଶଲ ଇତିହାସରେ ୧୭ ଏ ବିଷୟ ଲେଖା ହୋଇଛି । ସମ୍ବଲପୁର ରାଜ୍ୟ ପୂର୍ବେ ହୁମା ଉପଯୁକ୍ତ ନ ଖୋଜିବାକୁ ହୁମା ପ୍ରଦେଶର  ଚତୁର୍ଦ୍ଦିଗ  ବୁଲିଲେ । ଥରେ ମହାନଦୀ କୂଳରେ ଥିବା ଚାଉଁରପୁରଠାରେ ଶିବିର ସ୍ଥାପନ କରି ଶିକାର ଉଦ୍ଦେଶ୍ୟରେ ବାହାରିଲେ। ସେଠାରେ ଏକ ଆଶ୍ଚର୍ଯ୍ୟ ଘଟଣା ଘଟିଲା, ରାଜାଙ୍କ ଶିକାରୀ କୁକୁରମାନେ ଗୋଟିଏ ଠେକୁଆକୁ ଦୌଡାଇଲେ କିନ୍ତୁ ଠେକୁଆଟି କୁକୁରମାନଙ୍କୁ ପ୍ରତି ଆକ୍ରମଣ କଲା । ଏହା ଦେଖି ରାଜା ଆଶ୍ଚର୍ଯ୍ୟ ହେଲେ । ରାଜା ରାତିରେ ଶୋଇଥିବା ବେଳେ ଦେବୀ ସମଲାଇ ଉଭା ହୋଇଥିଲେ  । ସେ ମହାନଦୀର  ଗୁମ୍ ଦର୍ହରେ ଅବସ୍ଥାନ କରୁଥିବାର ସୂଚନା ଦେଇ ମହାନଦୀର ଅପର ପାର୍ଶ୍ଵରେ ଶିମିଳି ବୃକ୍ଷ ମୂଳ ରେ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ କରିଥିଲେ ବୋଲି କିମ୍ବଦନ୍ତୀ ରହିଛି । ଏହି ତଥ୍ୟକୁ ଭିତ୍ତିକରି ପ୍ରହ୍ଲାଦ ଦୁର୍ବେ ତାଙ୍କର ଜୟଚନ୍ଦ୍ରିକା ପୁସ୍ତକରେ ବି ଲେଖିଛନ୍ତି ‘ଲଡ଼େ ଶ୍ଵାନ ସାଥେ ଶଶା କ୍ଷୁଦ୍ର କୈସେ' । ବୃକ୍ଷ ମୂଳରେ ଦେବୀଙ୍କ ଅବସ୍ଥାନ ହୋଇଥିବାରୁ ସମ୍ବଲପୁରର ଅଧୃଷ୍ଠାତ୍ରୀ ଦେବୀଙ୍କ ନାମ ସମଲାଇ । ସମଲାଇରୁ ସମଲେଶ୍ଵରୀ ନାମ ହୋଇଥିବା ଅନୁମାନ କରାଯାଏ ।

ସମଲେଶ୍ଵରୀଙ୍କ ନାମ ଅନୁସାରେ ସମ୍ବଲପୁର ସହରର ନାମ ହୋଇଛି ବୋଲି କେତେଜଣ କୁହନ୍ତି। ସମ୍ବଲପୁର ଚୌହାନ ରାଜାମାନେ ନିଜ ରାଜ୍ୟର ଚତୁର୍ଦ୍ଦିଗକୁ ଜୟ କରି ଅଠର ଗତ ମଉଡମଣି ବୋଲାଇଲେ, ବଳରାମ ଦେବ ଯେଉଁଠାରେ ଦୁର୍ଗ ଓ ନଗର ଗଢ଼ିଲେ, ତାହା ବର୍ଜ୍ୟମାନର ପୁରୁଣା ବସ୍ତି ବଡ଼ବଜାରା ବର୍ଜ୍ୟମାନର କମଳିବଜାର ଦୁର୍ଗର ମଧ୍ୟଭାଗରେ ଥିଲା । ବଳରାମ ଦେବ ୧୫୪୫ରୁ ୧୫୪୮ ମସିହା ମଧ୍ୟରେ ସମ୍ବଲପୁର ରାଜ୍ୟ ସ୍ଥାପନ କରିଥିଲେ ବୋଲି ଇତିହାସ କହେ । କିଏ କିଏ ବଳରାମ ଦେବଙ୍କ ରାଜତ୍ଵ ସମୟ ୧୫୪୫ରୁ ୧୫୬୦ ବୋଲି ଉଲ୍ଲେଖ କରିଛନ୍ତି । ସମ୍ବଲପୁର ଶହ ଶହ ବର୍ଷର ଐତିହ୍ୟକୁ ଧାରଣ କରିଛି । ଲୋକ ସଂସ୍କୃତି ହେଉଛି ଲୋକ ଜୀବନର ଦର୍ପଣ, ଲୋକ ପ୍ରାଣର ପୁଞ୍ଜି, ସମ୍ବଲପୁର ଅଞ୍ଚଳର ଲୋକ ଜୀବନ, ଲୋକ କଳା, ଲୋକ ସାହିତ୍ୟ, ଲୋକ ଗୀତ, ଲୋକ ନୃତ୍ୟ, ଲୋକ ଚଳଣିର ଗୋଟିଏ ଖାସ୍ ଠାଣି ଅଛି। ସମ୍ବଲପୁର ଅଞ୍ଚଳରେ ପାଳନ କରାଯାଉଥିବା ପର୍ବପର୍ବାଣି ଯଥା- ନୂଆଁଖାଇ, ପ୍ରୀତିଖାଇ, ପୁଷପୁନି, ପୁଅଜିଉଁତିଆ, ଭାଇ ଜିଉଁତିଆ, କଳାସୀ ଯାତ୍ରା, ବାଲିଯାତ୍ରା, ଶୀତଳଷଷ୍ଠୀ ଯାତ୍ରା ଭିତରେ ଗୋଟିଏ ଗୋଟିଏ ଗଭୀର ଭାବ ଜଡିତ ହୋଇ ରହିଛି । ଏ ଅଞ୍ଚଳରେ ପ୍ରଚଳିତ ଲୋକ ଗୀତ ରସରକେଳି, ମାଏଲା ଜଡ, ସଜନି, ଗଲାର, ହୁମୋ ବଉଲି, ହଳିଆ, ଝୁମେର ପରି ଲୋକ ଗୀତ ମଧ୍ୟରେ ଏକ ଭିନ୍ନ ଧରଣର ସ୍ଵାଦ ରହିଛି । ଏ ଅଞ୍ଚଳର ବାଦ୍ୟ ବେଢ଼ାଲ, ନିଶାନ, ତାସା, ମହୁରି, ଟିମକିତିର ଐକତାନିକ ବାଦ୍ୟରେ ମନକୁ ଦୋହଲାଇ ଦେବାର ଦମ୍ଭ ରହିଛି। ଏସବୁ ଭିତରେ ସମ୍ବଲପୁର ଅଞ୍ଚଳର ସଂସ୍କୃତି ପରିଚୟ ଧାନ ବୁଣିଲା ପରି ବୁଣା ହୋଇଛି। ଏ ଅଞ୍ଚଳର ପୋଷାକ ପରିଚ୍ଛନ୍ନ, ଅୟ ଅଳଙ୍କାର, ସାମାଜିକ ଗୀତିନୀତି ଓ ଭାଷାର ସ୍ଵତନ୍ତ୍ର୍ୟ ରହିଛି।

ଐତିହାସିକ ପୃଷ୍ଠଭୂମି

ଭାରତ ବର୍ଷରେ ଓଡ଼ିଶା ଜଗନ୍ନାଥ ଧାମ ଭାବେ ପରିଚିତ । ସେହିପରି ଐତିହାସିକ ସମ୍ବଲପୁର ସହର ଶକ୍ତିପୀଠ ଭାବେ କ୍ଷ୍ୟାତି ଅର୍ଜନ କରିଛି । ଏଠାରେ ଦେବୀ ସମଲେଇଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏଥିସହ ସମ୍ବଲପୁରୀ ଲୋକଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟରେ ସ୍ଵତନ୍ତ୍ର ସ୍ଥାନ ବହନ କରିଛି । ସମ୍ବଲପୁରୀ ଶାଢ଼ି ବିଶ୍ୱବିଦିତ । ତେଣୁ ଏହି ସହରକୁ ସଂସ୍କୃତିର ସହର ବୋଲି କୁହାଯାଏ । ଚୌହାନ ରାଜା ବଳରାମ ଦେବ ୧୫:୫୬ରୁ ୧୫୮୮ ପର୍ଯ୍ୟନ୍ତ ୩୨ ବର୍ଷ ଶାସନ କରିଥିଲେ । ତେଣୁ ବଳରାମ ଦେବ ହିଁ ସମ୍ବଲପୁର ଗ୍ରାମକୁ ସହରର ପରିକଳ୍ପନା କରିଥିବା ଐତିହାସିକ ପୃଷ୍ଠଭୂମି ରହିଛି ।

ଜନସଂଖ୍ୟା

୨୦୧୧ ଜନଗଣନା ଅନୁଯାୟୀ ସମ୍ବଲପୁର ସହରର ଜନସଂଖ୍ୟା ଅନୁଯାୟୀ ସମ୍ବଲପୁର ସହରରେ  ଜନସଂଖ୍ୟା ୩ ଲକ୍ଷ  ୩୫ ହଜାର ୭୬୧ ଅଟେ । ସେଥିମଧ୍ୟରୁ  ୧ ଲକ୍ଷ ୭୨ ହଜାର ୩୯ ପୁରୁଷ ଓ ୧ ଲକ୍ଷ ୬୩ ହଜାର ୭୨୨ ମହିଳା ଅଛନ୍ତି । ୭୮ହଜାର ୮୦୩ଟି ପରିବାର ବସବାସ କରୁଛନ୍ତି । ସହରରେ ୧୭୧ଟି ତଳି ଅଞ୍ଚଳ ରହିଛି । ଏଥିରେ ୩୪ହଜାର ୮୬୨ଟି ପରିବାର ବସବାସ କରୁଥିବା ବେଳେ ୧ଲକ୍ଷ ୧୩ହଜାର ୧୨୦ ଲୋକ ବସବାସ କରନ୍ତି ।

ରାଜଧାନୀଠାରୁ ଦୂରତା

ସମ୍ବଲପୁର ସହର ରାଜଧାନୀ ଭୁବନେଶ୍ଵରଠାରୁ ୩୨୧ କି.ମି. ଦୂରରେ ଅବସ୍ଥିତ । ଯାତାୟାତ ପାଇଁ ସଡ଼କ ପଥ ସମେତ ଟ୍ରେନ ସୁବିଧା ରହିଛି । ଏଥିସହ ସରକାରୀ ଓ ବେସରକାରୀ ପକ୍ଷରୁ ଶୀତତାପ ନିୟନ୍ତ୍ରିତ ବସ୍ ମଧ୍ୟ ଚଳାଚଳ କରୁଛି।

ଜାତୀୟ ରାଜପଥ

ସମ୍ବଲପୁର ସହରରୁ ବରଗଡ, ୬ ନମ୍ବର ଜାତୀୟ ରାଜପଥ ଲମ୍ବିଛି । ସମ୍ବଲପୁର କଟକ ୫୫ ଜାତୀୟ ରାଜପଥ, ସମ୍ବଲପୁର – ଦେବଗଡ ୫୩ ଜାତୀୟ ରାଜପଥ ଲମ୍ବିଛି । ଏତଦ୍‌ବ୍ୟତୀତ୍ ସମ୍ବଲପୁର ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ରହିଥିବା ବେଳେ ସମ୍ବଲପୁର-ସୋନପୁର ୨୦ ନମ୍ବର ରାଜ୍ୟ ରାଜପଥ ରହିଛି ।

ରେଳ ଷ୍ଟେଶନ୍

ସମ୍ବଲପୁର ରେଳ ଷ୍ଟେଶନ ହେଉଛି ଦେଶର ଏ ଗ୍ରେଡ ମାନ୍ୟତା ପ୍ରାପ୍ତ ଷ୍ଟେଶନ ।  ଏହା ପୂର୍ବତଟ ରେଳପଥରେ ଏକ ପ୍ରମୁଖ ଶ୍ରେଷ୍ଟଶନ ଭାବେ ପରିଚିତ ।  ସହରରେ ୩ଟି ଶ୍ରେଷ୍ଟଶନ ରହିଛି । ସମ୍ବଲପୁର ରୋଡ ସର୍ବ ପୁରାତନ ଷ୍ଟେଶନ ଅଟେ । ଏଥିରେ ୩ଟି ପ୍ଲାଟଫର୍ମ ରହିଛି । ସଂପ୍ରତି ସମ୍ବଲପୁର ଷ୍ଟେଶନ ମୁଖ୍ୟ । ସେଠାରେ ୩ଟି ପ୍ଲାଟଫର୍ମ ରହିଛି। ତେଣୁ ସେଠାରୁ ସିଧାସଳଖ ସମ୍ବଲପୁରପୁରୀ ଇଣ୍ଟରସିଟି, ସମ୍ବଲପୁର-ରାୟଗଡା ଇଣ୍ଟରସିଟି, ଜାମ୍ମୁତାଇ ଏକ୍ସପ୍ରେସ୍, ବାରାଣସୀ ଏକ୍ସପ୍ରେସ୍, ସମ୍ବଲପୁର-ଝାରସୁଗୁଡା ଡିଏମ୍ୟ, ସମ୍ବଲପୁର-ରାଉରକେଲା ଡିଏମ୍ୟ, ସମ୍ବଲପୁର- ନାମଜାଦା ଏହଞ୍ଚେ ପ୍ରସ୍, ସମ୍ବଲପୁର- ହାୱଡା ସାପ୍ତାହିକ ଓ ସମ୍ବଲପୁରବାଙ୍ଗାଲୋର ସାପ୍ତାହିକ, ସିଧାସଳଖ ଯାତାୟାତ କରିଥାଏ । ଅପରପକ୍ଷେ ଏହି ଶ୍ରେଷ୍ଟଶନ୍ ଦେଇ ଅମୃତସର - ନିଜାମୁଭିନ୍, କାଟେରା - ଏଲେ ପି. ଟାଟା - ଯଶୋବନ୍ତପୁର, ହାଟିଆ-ପୁରୀ ଏକ୍ସପ୍ରେସ୍, ଦୁର୍ଗା-ପୁରୀ ଇଣ୍ଟରସିଟି, ରାୟପୁର- ବିଲାସପୁର ପାସେଞ୍ଜର, ରାଉରକେଲା - ପୁରୀ ପାସେଞ୍ଜର, ଜଗଦଲପୁର- ହାୱଡା ଇସ୍ପାତ ଏକ୍ସପ୍ରେସ୍, ହାୱଡା - ରାୟଗଡା ସମଲେଶ୍ଵରୀ ଏକ୍ସପ୍ରେସ୍ ପ୍ରଭୃତି ଟ୍ରେନ  ଚଳାଚଳ  କରିଥାଏ । ନୂତନ ଭାବେ ନିର୍ମାଣ ହୋଇଥିବା ସିଟି ଶ୍ରେଷ୍ଟାଶନ ଦେଇ ରାଉରକେଲା- ଭୁବନେଶ୍ଵର ଇଣ୍ଟରସିଟି, ରାଜ୍ୟରାଣୀ ଏକ୍ସପ୍ରେସ୍, ଗରିବ ରଥ, ଭୂବନେଶ୍ୱର- ଧାନବାଦ ଟ୍ରେନ ଯାତାୟାତ କରୁଛି ।

ଯାନବାହନ

ଗତ ୩ ବର୍ଷରେ ମୋଟ ୪୨ ହଜାର ୪୩୭ଟି ଦୁଇ ଚକିଆ ଗାଡି ପଞ୍ଜୀକରଣ ହୋଇଛି । ସେଥି ମଧ୍ୟରୁ ୨୦୧୪-୧୫ରେ ୧୨ହଜାର ୬୫୭,୨୦୧୫ – ୧୬ରେ ୧୪ ହଜାର ୬୩୪  ଏବଂ ୨୦୧୬-୧୭ରେ ୧୫ ହତାର ୧୪୬ଟି ଗାଡି ରହିଛି। ସେହିପରି ଗତ ୩ବର୍ଷରେ ୧ହଜାର ୬୧୮ଟି ୩ଚକିଆ ଗାଡି ପଞ୍ଜୀକରଣ ହୋଇଛି । ଏଥିମଧ୍ୟରୁ ୨୦୧୪ – ୧୫ରେ ୫୦୫ଟି, ୨୦୧୫ – ୧୬ରେ ୫୫୬ଟି ଏବଂ ୨୦୧୬ – ୧୭ରେ ୫୫୭ଟି ଗାଡି ପଞ୍ଜୀକରଣ ହୋଇଛି । ଏହି ସମୟ ମଧ୍ୟରେ ୫ ହଜାର ୯୭୪ଟି ଚାରିଚକିଆ ଯାନ ଯଥା ୨୦୧୪ - ୧୫ରେ ୨ହଜାର ୦୯ଟି ଏବଂ ୨୦୧୬-୧୭ରେ ୧ହଜାର ୮୯୦ଟି ଗାଡି ପଞ୍ଜୀକରଣ ହୋଇଛି । ଏହି ୩ବର୍ଷରେ ବ୍ୟବସାୟିକ ଉଦ୍ଦେଶ୍ୟରେ ୫ ହଜାର ୨୯୮ଟି କମର୍ସିଆଲ  ଯାନ ପଞ୍ଜୀକରଣ ହୋଇଛି ।

କଲ୍ୟାଣ ମଣ୍ଡପ

ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ଲାଗି ସହରରେ ମହାନଗର ୨ଟି କଲ୍ୟାଣ ମଣ୍ଡପ ରହିଛି । ଗୋଟିଏ ହୀରାକୁଦ ଓ ଅନ୍ୟଟି ଭୀମଭୋଇ ପାର୍କ ନିକଟରେ ରହିଛି। ସେହିପରି ପ୍ରାୟ ୨୮ଟି ଘରୋଇ କଲ୍ୟାଣ ମଣ୍ଡପ ରହିଛି।

ସିନେମା ହଲ୍

ସମ୍ବଲପୁର ସହରବାସୀଙ୍କ ମନୋରଞ୍ଜନ ପାଇଁ ପୂର୍ବେ ୩ଟି ସିନେମା ହଲ ଅଲା । ସେଥିମଧ୍ୟରୁ ଗୋଟି ଟକିଜକୁ ଭଙ୍ଗା ଯାଇ ସେହି ସ୍ଥାନରେ ଅତ୍ୟାଧୁନିକ ମାକେର୍ଟ କଙ୍ଗୋ ତିଆରି ହେଉଛି । ସେହିପରି ଅଶୋକା ଟକିଜକୁ ଭଙ୍ଗା ଯାଇ ମଳଟି କଞ୍ଚେଡ୍ ନିର୍ମାଣ କାମ ଚାଲିଛି । କେବଳ ଲକ୍ଷ୍ମୀ ଟକିଜ୍ ଥବା ବେଳେ ସିଟି ସେଣ୍ଟରରେ ଆଇଲେକ୍ସରେ ମଧ୍ୟ ସହରବାସୀ ସିନେମା ଦେଖିପାରୁଛନ୍ତି ।

ଅଡିଟୋରିୟମ୍

ମନୋରଞ୍ଜନ ଓ ସଭାସମିତି ପାଇଁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ କୌଣସି ଅଡିଟୋରିୟମର ବ୍ୟବସ୍ଥା ନାହିଁ । ପ୍ରଶାସନ ପକ୍ଷରୁ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲ ଓ ବୁର୍ଲା ସ୍ଥିତ ଏମସିଏଲ୍‌ରେ ଅଡିଟୋରିୟମ ରହିଛି। ଏଥି ସହ ସମ୍ବଲପୁର କଳାପରିଷଦ, ପରିସରରେ ଅଡିଟୋରିୟମ ନିର୍ମାଣ କାମ ଚାଲିଛି ।

ପାର୍କ

ଅବସର ବିନୋଦନ ପାଇଁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୨୦ଟି ପାର୍କ ରହିଛି। ସେଗୁଡିକ ହେଲା ସୁରେନ୍ଦ୍ର ସାଏ ପାର୍କ, ସେନ୍ ପାର୍କ,, ପଦ୍ମକେଶରୀ ପାର୍କ, ଖ୍ରୀଷ୍ଟିୟାନ ପତା ପାର୍କ,, ସୌରେନ୍ଦ୍ରୀ ନାୟକ, ଲେଡିଜ୍ ପାର୍କ, ଜନାର୍ଦ୍ଦନ ପୁଜାରୀ ଶିଶୁ ଉଦ୍ୟାନ, ବ୍ରଜମୋହନ ପାର୍କ, ବଡ ବଜାର ପାର୍କ, ନୃସିଂହଗୁରୁ ପାର୍କ, କ୍ଷେତରାଜପୁର ପାର୍କ, ଭୀମଭୋଇ ଶିଶୁ ଉଦ୍ୟାନ, ଗୌରୀଶଙ୍କର ସାହାଣି ପାର୍କ, ଭିଏସ୍ଏସ୍ ଛକ ପାର୍କ, ହୀରାକୁଦ ଆଇଟିଆଇ ହଷ୍ଟେଲ ପାର୍କ, ହୀରାକୁଦ ଜଗନ୍ନାଥ ମନ୍ଦିର ନିକଟ ପାର୍କ, ଆରଟି ଓ ଅଫିସ ସମ୍ମୁଖ ପାର୍କ,, ଗୋବିନ୍ଦ ତେଲା ଶିଶୁ ଉଦ୍ୟାନ, ବୈଚ୍ଚାମୁଣ୍ଡା ଶିଶୁ ଉଦ୍ୟାନ ଓ ବୁର୍ଲା ଶ୍ରୀରାମ ବିହାର ଶିଶୁ ଉଦ୍ୟାନ ପାର୍କ । ଏତଦ୍‌ବ୍ୟତୀତ ହୀରାକୁଦ ନେହେରୁ ଉଦ୍ୟାନ ଏବଂ ବୁର୍ଲାସ୍ଥିତ ସାଇନ୍ ପାର୍କ ରହିଛି ।

ଭୌଗୋଳିକ ସ୍ଥିତି

ସମ୍ବଲପୁର ମହାନଗର ନିଗମ ୨୧ ନଭେମ୍ବର, ୨୦୧୪ରେ ଗଠିତ ହୋଇଛି । ପୂର୍ବରୁ ଏହା ୨୯ ଟି ୱାର୍ଡକୁ ନେଇ ସମ୍ବଲପୁର ମୁନିସିପାଲିଟି ଥିଲା । ସଂପ୍ରତି ଏହା ବୁର୍ଲା ଏନଏସି, ହୀରାକୁଦ ଏନଏସି, ମାନେଶ୍ଵର ବ୍ଳକର ୭ଟି ଗ୍ରାମ ପଞ୍ଚାୟତ ଓ ଧନକଉଡା ବ୍ଳକର ୫ଟି ଗ୍ରାମ ପଞ୍ଚାୟତକୁ ନେଇ ମହାନଗର ଗଠିତ ହୋଇଛି । ଏଥିରେ ସର୍ବମୋଟ ୪୧ଟି ୱାର୍ଡ ରହିଛି। ସମ୍ବଲପୁର ସହର ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ଅଟେ । ଏହାର ପୂର୍ବ ଦିଗରେ ବାଟ ମଙ୍ଗଳା, ପଶ୍ଚିମରେ ବନଦୁର୍ଗା ମନ୍ଦିର ରହିଛି ଉତ୍ତରରେ ବୁଢ଼ାରଜା ପାହାଡ ଓ ଦକ୍ଷିଣରେ ମହାନଦୀ  ପ୍ରବାହିତ ହୋଇଛି ।

ପର୍ଯ୍ୟଟନ ସ୍ଥଳୀ

ଶକ୍ତି ପୀଠ ସମ୍ବଲପୁର ସହର । ଦଶହରା ନବରାତ୍ରରେ ଦେବୀ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମହାଳୟା ତିଥିରେ ଦେବୀଙ୍କ ଧବଳମୁଖି ତଥା ଗଙ୍ଗାବେଶ ଦର୍ଶନ କରିବା ପାଇଁ ରାଜ୍ୟ ତଥା  ବେଶ ଦେଖଲେ ପୂର୍ଣ୍ଣପ୍ରାପ୍ତି ହୋଇଥବା ଶାସ୍ତ୍ରରେ ... ଉଲ୍ଲେଖ ରହିଛି। ଏତଦ୍‌ବ୍ୟତୀତ ଏସିଆର ଦୀର୍ଘତମା ନଦୀ ବନ୍ଧ ହୀରାକୁଦ ତ୍ୟାମ, ଡିଅର ପାର୍କ, ଘଣ୍ଟେଶ୍ଵରୀ ପୀଠ, ମାନେଶ୍ଵର, ବାଲିବନ୍ଧା ଓ ବୁଢ଼ାର ଜାର ଶୈବପୀଠ ରହିଛି । ସମ୍ବଲପୁର ଶକ୍ତିପୀଠ ହୋଇଥିଲେ ମଧ୍ୟ ଏଠାରେ ଜଗନ୍ନାଥ ସଂସ୍କୃତି ବହୁ  ପୁରୁଣା ଅଟେ । ତେଣୁ ଏହି ଐତିହାସିକ ସହରରେ  ୨୯ଟି ଜଗନ୍ନାଥ ମନ୍ଦିର  ରହିଛି । ଏହାକୁ ଦେଖିବା ପାଇଁ ବହୁ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଭଡ ଜମଥାଏ ।

ଗୁରୁତ୍ଵ ପୂର୍ଣ୍ଣ ଉତ୍ସବ

ସମ୍ବଲପୁର ସହରରେ ଶୀତଳଷଷ୍ଠୀ ନିଆରା ପରମ୍ପରା । ଲୋକାଚାରରେ ଶିବ ପାର୍ବତୀଙ୍କ ବିବାହ ହୋଇଥାଏ । ଅକ୍ଷୟ ତୃତୀୟା  ତିଥି ଠାରୁ ଥାଳ ଉଠା । ପର୍ବ ଆରମ୍ଭ ହୋଇଥାଏ । ଜ୍ୟେଷ୍ଠ କୃଷ୍ଣପକ୍ଷ ଷଷ୍ଠୀ ତିଥି ପର୍ଯ୍ୟନ୍ତ ଏହି ଯାତ୍ରା ପାଳିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ସହସ୍ରାଧୁକ କଳାକାର ଏବଂ ଲକ୍ଷାଧିକ ଦର୍ଶକଙ୍କ ସମାଗମ ହୋଇଥାଏ । ବାଲିବନ୍ଧା  ସୋମେଶ୍ଵର ମନ୍ଦିର (ସାମିଆ ଗୁଡି)ରେ ୧୬୭୮ରୁ ଶୀତଳଷଷ୍ଠୀ ଯାତ୍ରା ତଥା ଶିବପାର୍ବତୀ ବିବାହ ଉତ୍ସବ ଆରମ୍ଭ ହୋଇଥିଲା । ଉତ୍କଳୀୟ ବ୍ରାହ୍ମଣମାନେ ୧୭୮୪ରୁ ସାମିଆ ଗୁଡି ପରିବର୍ତ୍ତେ  ଶ୍ରୀଶ୍ରୀ ବମ୍ ବରାଡ ବାଲୁଙ୍କେଶ୍ୱର ପୀଠରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ । ଏହାପରେ ଝାଡୁଆପଡାର ଆରଣ୍ୟକ ବ୍ରାହ୍ମଣମାନେ ଶ୍ରୀଶ୍ରୀ ଲୋକନାଥ ବାବାଙ୍କ ଯାତ୍ରା ଆରମ୍ଭ କରିଥିଲେ । ୧୯୭୬ରୁ ମୁଦିପଡାରେ ଶିବ ପାର୍ବତୀ ବିବାହ ଏବଂ ୧୯୮୫ରୁ ନଗର ପରିକ୍ରମା ଯାତ୍ରା କରାଗଲା । ୨୦୦୪ରେ ବଡବଜାର ଶୀତଳେଶ୍ଵର ବାବା, ୨୦୦୫ରେ ଠାକୁରପଡା ଗୁପ୍ତଶ୍ଵର ବାବାଙ୍କ ଯାତ୍ରା ଆରମ୍ଭ ହୋଇଛି । ଏଥସହ ବୁଢାରଜା ମହାଦେବ ଓ ଦୁର୍ଗାପାଲି ଗୁଡେଶ୍ଵର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ହେଉଛି । ଏତଦ୍‌ବ୍ୟତୀତ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ  ପଶ୍ଚିମ ଓଡିଶାର ଗଣପୂର୍ବ ନୂଆଁଖାଇକୁ ସହରବାସୀ ଉତ୍ସାହ ସହ ପାଳନ କରିଥାନ୍ତି ।

ବୟନ ଶିଳ୍ପ

ଜିଲା ଶିଳ୍ପ କେନ୍ଦ୍ର ତଥ୍ୟନୁସାରେ ଏହି ଅଞ୍ଚଳରେ ଅନେକ କ୍ଷୁଦ୍ର, ମଧ୍ୟମ ଓ ବଡ ଶିଳ୍ପ କାରଖାନା ରହିଛି । ସଂପ୍ରତି ସମ୍ବଲପୁର- ଝାରସୁଗୁଡ଼ା ୧୦ଙ. ଜାତୀୟ ରାଜପଥକୁ ଶିଳ୍ପ କରିଡର କୁହାଯାଉଛି । ବିଶ୍ଵର କୋଣ ଅନୁକୋଣରେ ସମ୍ବଲପୁରୀ ଶାଢ଼ିର ଚାହିଦା ରହିଛି। କିନ୍ତୁ ସମୟର ପରିବର୍ଜ୍ୟନ ସହ ସମ୍ବଲପୁର ଜିଲା ତଥା ସହରର ବଡବଜାରଠାରେ ବସବାସ କରୁଥ୍ ବା ମେହେର, ସଂପ୍ରଦାୟ ଶାଢ଼ି ବୁଣିବାରୁ ବିରତ ହେଉଛନ୍ତି । ବିଭିନ୍ନ କାରଣରୁ ଅନେକ ମେହେର ପରିବାର ଶାଢ଼ି ବୁଣିବା ବନ୍ଦକରି ଠୁଙ୍ଗା ତିଆରି କରୁଛନ୍ତି । ତେଣୁ ଏଠାରେ ସମ୍ବଲପୁରୀ ଶାଢ଼ି ବୟନଶିଳ୍ପ ପ୍ରତିଷ୍ଠା କରିବାକୁ ଦାବି ହେଉଛି ।

ଥାନା  ଓ ଫାଣ୍ଡି

ଟାଉନ ଥାନା

୦୬୬୩ – ୨୪୦୩୨୨୪

ଧନୁପାଲି

୦୬୬୩ – ୨୪୧୧୧୦୦

ଅଇଁଠାପାଲି

୦୬୬୩ – ୨୫୪୫୧୯୨

ମହିଳା ଥାନା

୦୬୬୩ – ୨୪୦୫୪୦୫

କ୍ଷେତରାଜପୁର

୦୬୬୩ – ୨୫୪୪୦୦୭

ସଦର ଥାନା

୦୬୬୮୧ – ୨୭୬୩୬୩

ବୁର୍ଲା ଥାନା

୦୬୬୩ – ୨୪୩୦୪୪୪

ହୀରାକୁଦ ଥାନା

୦୬୬୩ – ୨୪୮୧୨୧୧

ଟ୍ରାଫିକ୍ ଥାନା

୦୬୬୩ – ୨୫୨୦୨୪୩

ଶାସନ

୦୬୬୩ – ୨୪୫୬୬୦୮

ଏସ୍ପି ଅଫିସ

୦୬୬୩ – ୨୪୧୨୩୩୦

ଡାକ୍ତରଖାନା, ଡାକଘର ଇତ୍ୟାଦି କେବେ ହୋଇଥିଲା

ସମ୍ବଲପୁର ଡାକ୍ତରଖାନା

୧୮୮୫

ସମ୍ବଲପୁର ପୌରପରିଷଦ ଗଠନ

୧୮୬୭

ପୌର ପରିଷଦ ଭବନ

୧୯୨୭

ସମ୍ବଲପୁର ଜେଲ

୧୮୯୨

ଡାକଘର

୧୯୦୦

ଭିକ୍ଟୋରିଆ ହଲ୍

୧୯୦୪

ସମ୍ବଲପୁର ବାର୍ ଆସୋସିଏଶନ୍‌

୨୩ ଡିସେମ୍ବର, ୧୯୦୮

ଜିଲା ବୋର୍ଡ ଅଫିସ

୧୯୧୬

ଗଙ୍ଗାଧର ମେହେର କଲେଜ

୭ ଜୁଲାଇ, ୧୯୪୪

ପାଠାଗାର

୧୮ ଜୁନ, ୧୯୪୬

ମହାନଦୀ ପୋଲ

୧୯୫୧

ପାଣି ଟାଙ୍କି

୧୯୫୭

ଅଲ୍ ଇଣ୍ଡିଆ ରେଡିଓ ଦ୍ଵାରା ପ୍ରସାରଣ

୧୯୬୩

ସମ୍ବଲପୁର ବସ ଷ୍ଟାଣ୍ଡ

୧୫ ଅଗଷ୍ଟ ୧୯୬୮

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର

୧୯୭୮

ଫାଟକ ଓଭର ବ୍ରିଜ୍

୨୮ ମେ, ୧୯୯୪

ଝାରସୁଗୁଡ଼ା- ସମ୍ବଲପୁର ରେଳ ଲାଇନ

୧୮୯୩

ଅଯୋଦ୍ଧା ସରୋବର

୧୦ ଜୁନ୍, ୧୯୬୪

ଅଗ୍ନିଶମ ଅଫିସ

୧୪ ଜାନୁୟାରୀ, ୧୯୫୫

ଗୋଲ ବଜାର ପରିବା ମାର୍କେଟ

୧୯୫୪

ଡା. ଜନାର୍ଦ୍ଦନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର

୧୯୪୪

ଜିଲା ମାଜିଷ୍ଟ୍ରେଟ ବିଚାର କକ୍ଷ

୧୯୨୪

ସମ୍ବଲପୁରରେ ଉତ୍କଳ ସମ୍ମିଳନୀ

୨୭ ଡିସେମ୍ବର, ୧୯୧୫

ମହାନଦୀ କୂବ

୧୮୯୫

ହୀରାକୁଦ ଡ୍ୟାମ

୧୨ ଏପ୍ରିଲ, ୧୯୪୮

 

ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର

ସମ୍ବଲପୁରକୁ ପ୍ରତ୍ୟହ  ବିଭିନ୍ନ ଅଞ୍ଚଳରୁ ରୋଗୀମାନେ ଆସିଥାନ୍ତି । ସ୍ଥାନୀୟ ଜନସାଧାରଣଙ୍କ ସହିତ ବାହାର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜିଲା ସ୍ୱାସ୍ଥ୍ୟ ବିଭାଗର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

ପଶ୍ଚିମ ଓଡିଶାର ଜନସାଧାରଣ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ଭୀମସାର ଉପରେ ପ୍ରତ୍ୟହ ନିର୍ଭର କରିଥାନ୍ତି । ଭୀମସାରକୁ ରାଜ୍ୟ ତଥା ରାଜ୍ୟ ବାହାରର ରୋଗୀ  ଆସି ଚିକିତ୍ସିତ ହୋଇଥାନ୍ତି ।  ମାତ୍ର ପରିତାପର ବିଷୟ ଯେ, ଉଭୟ ମୁଖ୍ୟ ଚିକିତ୍ସାକେନ୍ଦ୍ରରେ ଡାକ୍ତର ସମସ୍ୟା ରହିଛି । ଏଥିସହ ଜିଲା ମୁଖ୍ୟ  ଚିକିତ୍ସାଳୟରେ ଭେଷଜ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁ, ଅସ୍ଥି, ଚର୍ମ, ଦାନ୍ତ, କର୍ଣ୍ଣ, ଗଳା ଓ ନାସା, ଚକ୍ଷୁ ବିଭାଗ  ସୁବିଧା ଉପଲବ୍ଧ ରହିଛି । ସେହିପରି ପୀର ବାବା ଛକ  ନିକଟରେ ସରକାରୀ ହୋମିଓପାଥି ଡାକ୍ତରଖାନା, ବୈଦ୍ୟନାଥ ଛକ ସ୍ଥିତ ଡାକ୍ତର ଜନାର୍ଦ୍ଧନ ପୂଜାରୀ ମାତୃମଙ୍ଗଳ କେନ୍ଦ୍ର ସମେତ ଧନକଉଡା, ଧନୁପାଲି, ଅଇଁଠାପାଲି, କ୍ଷେତରାଜପୁରଠାରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଛି।

ଜିଲା ମୁଖ୍ୟ ଚିକିତ୍ସାଳୟ: ବହୁପଦବୀ ଖାଲି

ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ୧୪୯ ଶଯ୍ୟ ବିଶିଷ୍ଟ ଅଟେ । ଜିଲା ତଥା ଜିଲା ବାହାରୁ ରୋଗୀ ଆସୁଥିବାରୁ ୨୬୮ଟି ଶଯ୍ୟ ବ୍ୟବହାର ହେଉଛି । ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟ ହୋଇଥିଲେ ମଧ୍ୟ ଅସ୍ଥି ଓ ଚର୍ମ ବିଭାଗ ଡାକ୍ତର ପଦବୀ ଖାଲି ପଡିଛି । ଏଥିସହ ନିୟୋଜକ ଡାକ୍ତର ମଧ୍ୟ ନାହାନ୍ତି । ମୋଟ ୩୨ଟି ଡାକ୍ତର ପଦବୀ ଥିବାବେଳେ ୭ଟି ବିଭାଗୀୟ ଡାକ୍ତର ପଦବୀ ଖାଲି ପଡିଛି । ଏଥି ସହ ଏଲ୍‌ଟିଆର ଏମ୍ ଓ ୨୭ଟି ପଦବୀରୁ ୨୫ଟି ପଦବୀ ଖାଲି ପଡିଛି । ଦୈନିକ ଆଉଟ୍ ଡୋରକୁ ହାରାହାରି ୧ହଜାରରୁ ୧୨ଶହ ରୋଗୀ ଆସୁଛନ୍ତି ।

ଘରୋଇ ହସ୍ପିଟାଲ-୮, ନର୍ସିଂହୋମ-୩୧

ଜେଏମଜେ, ସମ୍ବଲପୁର

୦୬୬୩ – ୨୫୪୫୮୮୯

ଗୌରିଶଙ୍କର, ବୁର୍ଲା

୯୪୩୯୨୨୩୫୪୪

ଲାଇଫ୍ କେୟାର, ସମ୍ବଲପୁର

୭୭୮୭୦୭୯୧୦୧

ଦୌପଦୀ, କ୍ଷେତରାଜପୁର

୯୪୩୭୧୨୦୫୬୪

ସମଲେଶ୍ୱରୀ, ବୁର୍ଲା

୮୩୪୯୨୫୫୭୩୩

ସ୍ପର୍ଷସିଟି, ସମ୍ବଲପୁର

୯୪୩୭୯୨୩୨୩୦

ନିଦାନ୍ ନର୍ସିଂହୋମ, ବୁର୍ଲା

୯୪୩୭୫୯୮୧୪୨

ଶ୍ରୀ ରାମଚଣ୍ଡୀ ସେବାସଦନ, ବୁର୍ଲା

୯୪୩୭୧୪୮୫୨୭

ସୃଷ୍ଟି ନର୍ସିଂହୋମ, ବୁଢ଼ାରଜା

୯୪୩୯୮୯୩୪୦୦

ଗୁପ୍ତା, ବୁର୍ଲା

୭୨୦୫୬୧୪୫୪୧

ସଞ୍ଜିବନୀ, ସମ୍ବଲପୁର

୯୩୩୭୩୪୫୬୧୨

ପଟେଲ, ବୁର୍ଲା

୯୪୩୭୧୯୪୨୬୮

ସୁଶ୍ରୁତ, ବୁର୍ଲା

୯୫୮୩୨୭୭୭୨୦

ସମର୍ପଣ, ସମ୍ବଲପୁର

୦୬୬୩-୨୫୪୮୪୪୪

ବସୁନ୍ଧରା, ସମ୍ବଲପୁର

୯୪୩୮୩୩୩୭୩୩

ତ୍ରିଲୋଚନ, ସମ୍ବଲପୁର

୯୪୩୮୫୩୦୦୭୭

ଅରୁଣା ଶକ୍ତି ସମ୍ବଲପୁର

୯୪୩୭୦୫୪୦୩୬

ସ୍ପର୍ଷ, ମୋଦିପଡା

୯୪୩୭୦୫୭୭୯୨

ବାଲାଜୀ, ସମ୍ବଲପୁର

୯୪୩୯୩୦୮୬୮୦

ଏକେ ହସ୍ପିଟାଲ, ବୁର୍ଲା

୯୮୬୧୦୭୦୬୨୭

ଆସ୍ଥା, ସମ୍ବଲପୁର

୯୪୩୭୦୬୭୬୯୬

ଆଶୀର୍ବାଦ, ସମ୍ବଲପୁର

୦୬୬୩ – ୨୪୦୨୩୬୭

ସମଲେଶ୍ଵରୀ, ବୁର୍ଲା

୦୬୬୩ – ୨୪୦୩୦୧୩୭

ସେବା, ସମ୍ବଲପୁର

୭୯୯୨୬୯୮୯୧୮

ହରିଓମ, ସମ୍ବଲପୁର

୦୬୬୩ – ୨୫୩୩୩୬୬

ନିୟୁ ଲାଇଫ, ସମ୍ବଲପୁର

୦୬୬୩ – ୨୪୦୧୪୬୫

ଅମ୍ରିତା, ଶାସନ, ସମ୍ବଲପୁର

୦୬୬୩ – ୨୪୫୬୭୩୩

ସୁମିତ୍ରା, ସମ୍ବଲପୁର

୯୮୬୧୦୩୦୭୧୦

ନିକଟବର୍ତ୍ତୀ ନଦୀ

ସମ୍ବଲପୁର ସହର ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ମହାନଦୀ । ଏହା ରାଜ୍ୟର ବଡ ନଦୀ । ଏହା ପାରାଦୀପଠାରେ ସମୁଦ୍ରରେ ବିଲୀନ ହୋଇଛି । ପୂର୍ବେ ଏହି ନଦୀର ଜଳ ସ୍ୱଚ୍ଛ ଓ ନିର୍ମଳ ଅଲା । ତାକୁ ଲକ୍ଷ୍ୟ କରି ସମ୍ବଲପୁରରେ ଅବସ୍ଥାନ ସମୟରେ ଡ. ମାୟାଧର ମାନସିଂ ମହାନଦୀରେ ଜ୍ୟୋତ୍ସ୍ନା ବିହାର କବିତା ରଚନା କରିଥିଲେ । ସେହି ନଦୀର ଜଳକୁ ସଂରକ୍ଷିତ କରି ରଖିବା ପାଇଁ ୧୯୪୭ ମସିହା ଜାନୁୟାରୀ ୧୩ ତାରିଖରେ ହୀରାକୁଦ ନଦୀ ବନ୍ଧ ତିଆରି ହୋଇଛି ।

ଜଳାଶୟ

ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୩୫ଟି ଜଳାଶୟ ରହିଛି ।  ତନ୍ମମଧ୍ୟରୁ ସମ୍ବଲପୁର ସହରରେ ୧୮ଟି ପୋଖରୀ ଅଛି । ସେଗୁଡ଼ିକ ହେଲା ଚନ୍ଦନ ପୋଖରୀ, ରାମସାଗର ବନ୍ଧ, ଘୁଷୁରି ଯୋଡା, ଦାନୀ ବନ୍ଧ,  ସୁନାପାଲି ବନ୍ଧ, ସାକ୍ଷୀପଡା, ଦୁର୍ଗାପାଲି, ଦେଉଳ ବନ୍ଧ, ଭଦ୍ରା ବନ୍ଧ । ୧୯୮୨ ମସିହା ବନ୍ୟାରେ ଐତିହାସିକ ଚନ୍ଦନ ପୋଖରୀ ବିଲୀନ ହୋଇଛି । ସେହିପରି ଅନେକ ପୋଖରୀ ପରିତ୍ୟକ୍ତ ଅବସ୍ଥାରେ ରହିଛି । କେତେକ ବନ୍ଧକୁ ପୋତାଯାଇ  ଶିକ୍ଷାନୁଷ୍ଠାନ ଓ କ୍ଲବ ଗୃହ ନିର୍ମାଣ କରାଯାଇଛି । ସେହିପରି ଜିଲା ସ୍କୁଲ ଛକଠାରେ ପଲଟନ୍ କୁଆଁ ରହିଛି । ପଲଟନ୍ ସୈନ୍ୟଙ୍କ ପାଇଁ ଏହା ଖୋଳାଯାଇଥିଲା । ଏହା ଜଳକଷ୍ଟ ସହ ବସନ୍ତ ଓ ହଇଜା ରୋଗରୁ ସହରବାସୀଙ୍କୁ ସୁସ୍ଥ ରଖିଥିଲା । ତେଣୁ ଏହାକୁ କୂଅ ନୁହଁ ଇତିହାସ କୁହାଯାଏ ।

ପାନୀୟଜଳ

ସମ୍ବଲପୁର ସହରବାସୀଙ୍କ ପାଇଁ ମୁଦିପଡା ଓ ବୁଢ଼ାରଜା ପାହାଡ ଶୀର୍ଷରେ ଓଭରହେଉଟାଙ୍ଗି ନିର୍ମାଣ କରାଯାଇଛି । ସେହିପରି ହୀରାକୁଦ ଡ୍ୟାମରୁ ଯୋଗାଣ ହେଉଥିବା ପାଣିକୁ ବରେଇ ପାଲିଠାରେ ବିଶୋଧନ କରାଯାଇ ଦୈନିକ ୬୨.୩୨ ମିଲିୟନ ଲିଟର ସହରବାସୀଙ୍କୁ ପ୍ରଦାନ କରାଯାଉଛି ।

ଶ୍ମଶାନ

ସମ୍ବଲପୁର ସହରର କମଳିବଜାର ମହାନଦୀ ଖଣ୍ଡିରେ ଶ୍ମଶାନ ରହିଛି। ଏହା ସ୍ଵର୍ଗଦ୍ଵାର ଭାବେ ଜଣାଶୁଣା ସମ୍ବଲପୁର, ହୀରାକୁଦ, ବୁର୍ଲା ଅଞ୍ଚଳରୁ ଶବ ସତ୍କାର କରିବାକୁ ଲୋକେ ଆସିଥାନ୍ତି । । ସେହିପରି ସାକ୍ଷୀପଡା, ବୁଢ଼ାରଜା ପାହାଡ ପାଦ ଦେଶ, ହୀରାକୁଦ ଫସଲା କଣ୍ଟା,ହରଡ ଯୋରରେ ଶ୍ମଶାନ ରହିଛି। ଏଠାରେ କେତୋଟି ନିର୍ଦ୍ଦିଷ୍ଟ ଜାତିର ଶବ ସତ୍କାର କରାଯାଏ । ଏତଦବ୍ୟତୀତ ୫ଟି କବରସ୍ତାନ ରହିଛି। ସୁନି ସଂପ୍ରଦାୟର ସେନ୍‌ପାର୍କସମ୍ମୁଖ ଏବଂ ବଡବଜାର, ୱାହାଦିଙ୍କ ସୁନାପାଲି, ଅହେଲେ ହଦିସ୍‌ଙ୍କ ସୁନାପାଲି ଏବଂ ବହରାଙ୍କ ଗୋବିନ୍ଦୋତାଲାଠାରେ କବରସ୍ତାନ ରହିଛି । ଏତଦବ୍ୟତୀତ ବୁଢ଼ାରଳା ପାହାଡ ନିକଟ, ମୁନିସିପାଲିଟି ଛକ ଓ ହୀରାକୁଦ ନିମ୍ବ ପାଲିଠାରେ ଖ୍ରୀଷ୍ଟିଆନ୍ ସଂପ୍ରଦାୟର ବୋରିଏଲ ଗ୍ରାଉଣ୍ଡ (କବରସ୍ତାନ) ରହିଛି ।

ଶିକ୍ଷାନୁଷ୍ଠାନ

ସମ୍ବଲପୁର ସହରରେ ଶିକ୍ଷାର ଭିତିଭୂମି ସୁଦୃଢ଼ କରିବା ପାଇଁ ୨୩ଟି ପ୍ରାଥମିକ ସ୍କୁଲ ରହିଛି । ଏଥିରେ ୧୦ହଜାର ୩୬୨ଜଣ ଛାତ୍ରଛାତ୍ର ଅଧୟନ କରୁଛନ୍ତି । ୫୯ଟି ଉଚ୍ଚ ପ୍ରାଥମିକ ସ୍କୁଲ ଥିବା ବେଳେ ସେଥିରେ ୭ହଜାର ୬୭୦ଜଣ ଛାତ୍ରଛାତ୍ର ଅଧ୍ୟୟନରତା ସେହିପରି ଜିଲାରେ ୧୮ଟି ହାଇସ୍କୁଲ ରହିଛି। ଏଥିରେ ୨ହଜାର ୬୮୨ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଉଚ୍ଚ ଶିକ୍ଷା ପାଇଁ ଗଙ୍ଗାଧର ମେହେର ଜୁନିୟର କଲେଜ, ସରକାରୀ ମହିଳା କଲେଜ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଲେଜ, ହୀରାକୁଦ କଲେଜ, ବୁର୍ଲା ଏନ୍‌ଏସି କଲେଜ, ଜ୍ୟୋତିବିହାର ଜୁନିୟର କଲେଜ, ରାମକଳିଦେବା ଟ୍ରଷ୍ଟ ଜୁନିୟର କଲେଜ, ସମଲେଶ୍ଵରୀ କଲେଜ, ବୀର ସୁରେନ୍ଦ୍ର ସାଏ ସାଇନ୍ସ କଲେଜ, ଏସ୍ଟ କଲେଜ, ନିୟୁଟନ୍ । କଲେଜ, ବିକାଶ ଜୁନିୟର କଲେଜ, ବୈଦିକ୍ । କଲେଜ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି ।

ବିଶ୍ଵବିଦ୍ୟାଳୟ :

ଗଙ୍ଗାଧର ମେହେର  ବିଶ୍ଵ ବିଦ୍ୟାଳୟ : ଛାତ୍ରୀଛାତ୍ର ସଂଖ୍ୟା - ୫ହଜାର ୬୪୮

ସମ୍ବଲପୁର ବିଶ୍ଵବିଦ୍ୟାଳୟ :  ଛାତ୍ରୀଛାତ୍ର ସଂଖ୍ୟା - ୩ହଜାର ୩ଶହ

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵ ବିଦ୍ୟାଳୟ :  ଛାତ୍ରୀଛାତ୍ର ସଂଖ୍ୟା -୨ ହଜାର ୮୮୭

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵ ବିଦ୍ୟାଳୟ : ଛାତ୍ରୀ ଛାତ୍ର ସଂଖ୍ୟା :୧ହଜାର ୩୪୫

ବୈଷୟିକ ଶିକ୍ଷାନୁଷ୍ଠାନ:

ସିଲିକନ୍ :ଛାତ୍ରୀ ଛାତ୍ର ସଂଖ୍ୟା – ୨୪୯

ହୀରାକୁଦ, ଆଇଟିଆଇ :ଛାତ୍ରୀ ଛାତ୍ର ସଂଖ୍ୟା - ୧୧୦୨

ବଦ୍ରିପ୍ରସାଦ ଆଇଟିଆଇ : ଛାତ୍ରୀ ଛାତ୍ର ସଂଖ୍ୟା -୨୪୦

ରେଙ୍ଗାଲି ଆଇଟିଆଇ, ମାନେଶ୍ଵର ଆଇଟିଆଇ ବନ୍ଦ ପଡିଛି ।

ସଂଗୃହିତ -

  1. ବି.ଶଙ୍କର ଓ ସତ୍ୟଜିତ୍ ମହାପାତ୍ର
  2. ଡ. ଶ୍ୟାମସୁନ୍ଦର ଧର, ଗବେଷକ
2.96666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top