ହୋମ / ସମାଜ କଲ୍ୟାଣ / ଜିଲ୍ଲା ଡାଇରି / ସୁବର୍ଣ୍ଣପୁର ସହର
ସେଆର କରନ୍ତୁ

ସୁବର୍ଣ୍ଣପୁର ସହର

ସୁବର୍ଣ୍ଣପୁର ଏକ ଆଧାର୍ମିକ ପୀଠସ୍ଥଳୀ । ସୁବର୍ଣ୍ଣପୁର ସହର ସମ୍ବନ୍ଧରେ ସୂଚନା ।

ସୁବର୍ଣ୍ଣପୁର ଏକ ଆଧାର୍ମିକ ପୀଠସ୍ଥଳୀ । ଏଠାରେ ବୌଦ୍ଧ, ଶିବ, ଶାକ୍ତ, । ବୈଷ୍ଣବ ଓ ମହିମା ସଂସ୍କୃତିର ବିକାଶ ଘଟିଥିଲା । ଏହି ମାଟିରୁ ହିଁ ଭଗବତୀ ଲକ୍ଷ୍ମୀଙ୍କରା(ଖ୍ରୀ.୭୧୭)ଙ୍କ ଦ୍ଵାରା ତାନ୍ତ୍ରିକ ବୌଦ୍ଧ ଧର୍ମ ସହଜଯାନ ପ୍ରବର୍ତ୍ତିତ ହୋଇଥିଲା । ସେହିପରି ଏହା ଅଷ୍ଟ ମକାର ସହର ଭାବେ ପ୍ରସିଦ୍ଧ ହେବା ସହିତ ଅଷ୍ଟଶମ୍ବୁ, ଅଷ୍ଟ ବିଷ୍ଣୁ, ଅଷ୍ଟଚଣ୍ଡୀ ତଥା ଅଷ୍ଟ ହନୁମାନଙ୍କ ଉପାସନା କେନ୍ଦ୍ର ଭାବରେ ପରିଗଣିତ ହୋଇପାରିଛି । କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମିତ ହେବାର ବହୁ ପୂର୍ବରୁ ସୋନପୁରରେ ଆଦିତ୍ୟ ମନ୍ଦିରର ଜୀ ସଂସ୍କାର ହୋଇ ସାରିଥିଲା । ଏଠାକାର ଭାଦ୍ରବ ଅମାବାସ୍ୟାର ଲଙ୍କାପୋଡି ପର୍ବ, ଆଶ୍ୱିନ ମାସର ବଳିଯାତ୍ରା, ପଟଚିତ୍ର : ଗଞ୍ଜପା ଓ ବାନ୍ଧଶିଳ୍ପ : ପାଟଶାଢି ବିଶ୍ଵ ବିଦିତ । ସୁବର୍ଣ୍ଣପୁରର ଖମ୍ବେଶ୍ୱରୀ ଶିଳାଲେଖା (ଖ୍ରୀ.୧୨୬୮) ଓଡ଼ିଆ ଭାଷାର ପ୍ରାଚୀନତମ ଅଭିଲେଖା ଭାବରେ ମାନ୍ୟତା ପାଇବା ସହ ଓଡ଼ିଶାର ବିରଳ ଦୁଇଟି ଓଡ଼ିଆ ପାଦ୍ୟକ ଶିଳାଲେଖା ଭାବରେ ଲୁପୁରସିଂହା ଶିଳାଲେଖା (ଖ୍ରୀ.୧୮୮୨) ଓ ବାଘମରାକୁଦ ଶିଳାଲେଖା (ଖ୍ରୀ.୧୮୮୫) ଗୌରବ ଅର୍ଜନ କରିଛି । ଏହି ମାଟିର ସ୍ୱନାମଧନ୍ୟ ମହାରାଜା ବୀରମିତ୍ରୋଦୟ ସିଂହଦେଓ (ଖ୍ରୀ.୧୯୦୨ – ୧୯୩୭) ସଂସ୍କୃତ,ଓଡ଼ିଆ, ବଙ୍ଗଳା ଓ ଇଂରାଜୀ ଭାଷାରେ ଲିଖୁତ ଶତାଧୂକ ପୁସ୍ତକ ପ୍ରକାଶ କରି ଭାଷା ସାହିତ୍ୟକୁ ସମୃଦ୍ଧ କରିଯାଇଛନ୍ତି ।  ସେ ହଁ ଖ୍ରୀ.୧୯୧୯ରେ କଲିକତା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଏମ୍.ଏ. ଶ୍ରେଣୀ ପ୍ରତିଷ୍ଠା କରି ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ପରିଚିତ କରାଇବା ସହିତ ରେଭେନ୍ସା କଲେଜରେ ଇଂରାଜୀ ଏମ୍.ଏ. ଶ୍ରେଣୀ ଖୋଲି ଓଡ଼ିଶାରେ ଇଂରାଜୀ ଉଚ୍ଚ ଶିକ୍ଷାର ପ୍ରସାର  କରାଇ ପାରିଛନ୍ତି । ସନ୍ଥକବି ଭୀମଭୋଇ ଓ ବୈଷ୍ଣବ କବି ଚନ୍ଦ୍ରମଣି ଦାସ ଏ ମାଟିର ଦୁଇଜଣ ଶୁଦ୍ଧ ସୁବର୍ଣ୍ଣଖଣ୍ଡ । ଶୀତଳ ଷଷ୍ଠୀରେ ପୂଜାଚ୍ଚିତ ୧୦୮ ଭରି ବିଶୁଦ୍ଧ ସ୍ଵରେ ନିର୍ମିତ ସୁବନାଗ ହିଁ ସୁବର୍ଣ୍ଣପୁରକୁ ସୁବର ସହର ଭାବରେ ପ୍ରତିପାଦିତ କରିଥାଏ ।

ଐତିହାସିକ ପୃଷ୍ଠଭୂମି

ଓଡ଼ିଶାର ପ୍ରାଚୀନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ମଧ୍ୟରେ ସୁବର୍ଣ୍ଣପୁର ଏକ ପ୍ରସିଦ୍ଧ ତୀର୍ଥଭୂମି। ଆହ୍ଲାବାଦସ୍ଥ ପ୍ରୟାଗ ତୀର୍ଥରେ ଗଙ୍ଗା ଯମୁନା-ସରସ୍ଵତୀଙ୍କ ଭଳି ଏଠାରେ ମଧ୍ୟ ମହାନଦୀ-ତେଲନଦୀ ଓ କର୍ପୂର ନଦୀର ତ୍ରିବେଣୀ ସଙ୍ଗମ ଘଟିଛି । ଏଥିପାଇଁ ଏହାକୁ ସାକ୍ଷାତ୍ ବାରାଣସୀ, ଭାରତର ଦ୍ଵିତୀୟ ପ୍ରୟାଗ କ୍ଷେତ୍ର ତଥା ପର୍ଶୁରାମ ମାଟି ଭାବରେ ଅଭିହିତ କରାଯାଇଛି । ସୁବର୍ଣ୍ଣପୁର ଏକ ପ୍ରାକୃତିକ ଗତ ତଥା ଦୁର୍ଗ ହୋଇ ଥିବାରୁ ଏଠାରେ କୋଶଳର ରାଜଧାନୀ ପ୍ରତିଷ୍ଠିତ ହେବା ସହିତ ଭଞ୍ଜ (ପ୍ରାୟ ଖ୍ରୀ.୭୦୦-୮୫୦), ସୋମବଂଶ (ଖ୍ରୀ.୮୫୦-୧୦୭୦), ତେଲୁଗୁ ଚୌଡ (ଖ୍ରୀ.୧୦୭୦-୧୧୧୫), କଳଚୁରୀ (ଖ୍ରୀ.୧୧୧୫- ୧୨୨୦), ଗଙ୍ଗ (ଖ୍ରୀ.୧୨୨୦-୧୩୦୦), ପରବର୍ତ୍ତୀ ଭଞ୍ଜ(ଖ୍ରୀ.୧୩୦୦-୧୬୩୫) ଓ ଚୌହାଣ (ଖ୍ରୀ.୧୬୩୫ - ୧୯୪୭) ଶାସନକୁ ସମୃଦ୍ଧ କରି ପାରିଥିଲା । ସୋମବଂଶୀ  ଶାସକ ଜନ୍ମେଜୟ ମହାଭବଗୁପ୍ତ (ଖ୍ରୀ.୮୪୯-୮୮୫)ଙ୍କ ତାମ୍ରଶାସନଗୁଡିକରୁ ପ୍ରଥମେ ସୁବର୍ଣ୍ଣପୁର ରାଜଧାନୀର ନାମ ଉପଲବ୍ଧ ହୋଇଥାଏ । ଏହା ପରେ ଗଙ୍ଗ ସମ୍ରାଟ୍ ବୀରଭାନୁଦେବଙ୍କ ଖମ୍ବେଶ୍ୱରୀ ଶିଳାଲେଖ (ଖ୍ରୀ.୧୨୬୮)  ଏବଂ ମାଦଳାପାଞ୍ଜିରେ ଏହି ସହର ସୁନୁପୁରୁ ନାମରେ  ପରିବର୍ତ୍ତିତ ହେଲା । ପୁନଶ୍ଚ ଚୌହାଣ ରାଜତ୍ଵ କାଳରେ ଏହା ସୁବର୍ଣ୍ଣପୁର, ସ୍ଵର୍ଣ୍ଣପୁର ଓ ସୋନପୁର ନାମରେ ଖ୍ୟାତି ଅର୍ଜନ କଲା । ତେବେ ସୋନପୁରର ଇଷ୍ଟଦେବତା ସୁବମେରୁଙ୍କ ଆବିର୍ଭାବ ସମୟରେ ସୁବର୍ଣ୍ଣ ବୃଷ୍ଟି ହେତୁ ସୁବର୍ଣ୍ଣପୁର ନାମ ସାର୍ଥକ ହୋଇପାରିଛି।

ଭୌଗୋଳିକ ସ୍ଥିତି

ଓଡ଼ିଶାର ଠିକ୍ ମଧ୍ୟଭାଗରେ ସୁବର୍ଣ୍ଣପୁର ସହର ଅବସ୍ଥିତ । ପୂର୍ବତନ ଗଡ଼ଜାତ ରାଜ୍ୟଟି ଏକ ମନୋରମ କ୍ଷୁଦ୍ର ସହର। ଓଡ଼ିଶାର ୨୦.୩୨ ଠାରୁ ୨୧.୧୧ ଉତ୍ତର ଅକ୍ଷାଂଶ ଏବଂ ୮୩.୨୭ରୁ ୮୪.୧୬ ପୂର୍ବ ଦ୍ରାଘିମା ରେଖା ମଧ୍ୟରେ ଅବସ୍ଥିତ । ସହରକୁ ମହାନଦୀ ଓ ତେଲନଦୀ ତିନିପଟୁ ଘେରି ରହିଛି । ଦୁଇ ନଦୀର ସଙ୍ଗମ ସ୍ଥଳ ହୋଇଥିବାରୁ ଏହାର ଐତିହ୍ୟ ଓ ପରମ୍ପରା ଖୁବ୍ ପ୍ରାଚୀନ । ସାମାଜିକ ଓ ସାଂସ୍କୃତିକ ଇତିହାସକୁ ଅନୁଶୀଳନ କଲେ ଜଣାଯାଏ ଯେ ଏଠାରେ ବହୁ ପ୍ରାଚୀନ କାଳରୁ ଜନବସତି ସବୁ ଗଢ଼ି ଉଠିଛି । ସହରରେ ୧୦୮ଟି ଛୋଟ ବଡ ମନ୍ଦିର ଅଛି। ତେଣୁ ସୁବର୍ଣ୍ଣପୁରକୁ ଦ୍ଵିତୀୟ ବାରାଣସୀ ବା ପ୍ରୟୋଗ କ୍ଷେତ୍ର ବୋଲି କୁହାଯାଇଥାଏ । ୧୬ /୦୪ /୧୯୫୧ରେ ସୁବର୍ଣ୍ଣପୁର ମ୍ୟୁନିସିପାଲିଟିର ମାନ୍ୟତା ମିଳିଥିଲା । ଏହି ପୌରାଞ୍ଚଳର ମୋଟ କ୍ଷେତ୍ରଫଳ ୧୭ ବର୍ଗ କି.ମି. ।

ଜଳାଶୟ

ପୌରାଞ୍ଚଳରେ ଥିବା ମୋଟ ଜଳାଶୟ ସଂଖ୍ୟା ୧୭। ତନ୍ମଧ୍ୟରେ ନୂଆ ବନ୍ଧ, ସାତ୍ ବନ୍ଧ, କନକୁଟ୍ ମୁଡା ପୋଖରୀ, ସିଙ୍ଗଡା ବନ୍ଧ, ଗୋଲା ବନ୍ଧ, ଗୋବିନ୍ଦ ବନ୍ଧ, ବଡ଼ ଗୁଢାଲି ବନ୍ଧ, ସିଙ୍ଗଡା ବନ୍ଧ, ଭଗବତୀ ବାମ୍ଫ, ବିସାଗର, ପୂର୍ତ୍ତ ବନ୍ଧ, ପାତ୍ର ବନ୍ଧ ଓ ବୁଢାରାଜା ବନ୍ଧା, ରାଜରାଜୁଡା ଅମଳରୁ ସହରରେ ବହୁ ଛୋଟ ବଡ ଜଳାଶୟ ରହିଛି ।

ଶିକ୍ଷାନୁଷ୍ଠାନ

ସହରରେ ଶତାୟୁ, ମହାରାଜା ଉଚ୍ଚ  ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ସାହାରା ଟ୍ରଷ୍ଟ ହାଇସ୍କୁଲ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସେଣ୍ଟ ଆନି କନଭେଣ୍ଟ ସ୍କୁଲ, ମଡେଲ ପବ୍ଲିକ ସ୍କୁଲ, ଦୟାନନ୍ଦ ପଟ୍ରିକ୍ ସ୍କୁଲ, କେନ୍ଦ୍ରୀୟ । ବିଦ୍ୟାଳୟ, ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଦି ଶିକ୍ଷାନୁଷ୍ଠାନ ରହିଛି । ସୋନପୁର ମଡେଲ ଡିଗ୍ରୀ କଲେଜ, ସୋନପୁର । କଲେଜ, ସୋନପୁର ମହିଳା କଲେଜ, ସୁକାନ୍ତ ଏକାଡେମୀ ଆବାସିକ କଲେଜ, ପଦ୍ମନୀ ଦେବୀ ଜୁନିୟର କଲେଜ, ଏଏନଏମ ଟ୍ରେନିଂ ସେଣ୍ଟର, ସରକାରୀ ଆଇଟିଆଇ ଓ ସରକାରୀ ପଲିଟେକ୍‌ନିକ ଭଳି ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି । ସହରର ସର୍ବପୁରାତନ ମହାରାଜା ହାଇସ୍କୁଲ ଗତଜ।ତ ର ଶିକ୍ଷା କ୍ଷେତ୍ରରେ ଆଲୋକବର୍ତ୍ତିକା ହୋଇପାରିଥିଲା। ଏଠାରେ ବର୍ତ୍ତମାନ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଯାଉଛି । ଏହି ଶିକ୍ଷାନୁଷ୍ଠାନ ଜିଲ୍ଲାର ଶତାୟୁ ଶିକ୍ଷାନୁଷ୍ଠାନ ଭାବେ ସ୍ୱର୍ଣ୍ଣିମ ଐତିହ୍ୟକୁ ଉଜ୍ଜୀବିତ କରି  ରଖୁଛି । ଏଠାରୁ ଶିକ୍ଷାଲାଭ କରି ଅନେକ ଛାତ୍ରୀଛାତ୍ର  ସମାଜର ବିଭିନ୍ନ ସ୍ତରରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ସେହିପରି ୧୯୬୪ରେ ପ୍ରତିଷ୍ଠିତ ସୋନପୁର କଲେଜ ଜିଲାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟା ଏଠାରେ  ଯୁକ୍ତ ୨ ଶ୍ରେଣୀଠାରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି । କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୧୮୦ ଛାତ୍ରୀଛାତ୍ର ରହିଛନ୍ତି। ଏହି ପଛୁଆ ଜିଲ୍ଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ମଡେଲ ଡିଗ୍ରୀ କଲେଜ ପ୍ରତିଷ୍ଠା ହୋଇଛି। ୨୦୧୬ରୁ ଏହି କଲେଜ କାର୍ଯ୍ୟକ୍ଷମ ହୋଇଛି । ଏହା ଜିଲ୍ଲାର ଏକମାତ୍ର ସରକାରୀ  କଲେଜ । ଏଠାରେ ୪୦୦ ଛାତ୍ରୀଛାତ୍ର ପାଠ ପଢୁଛନ୍ତି ।

ଥାନା ଓ ଫାଣ୍ଡି

ସୁବର୍ଣ୍ଣପୁର ପୋଲିସ ଜିଲ୍ଲାରେ ୯ ଥାନା ଓ ୭ ଫାଣ୍ଡି ରହିଛି । ସୁବର୍ଣ୍ଣପୁର ସହରରେ ଟାଉନ ଥାନା ଓ ଗୋଟିଏ ଫାଣ୍ଡି ରହିଛି । ଟାଉନ ଥାନା ନଂ. -୯୯୩୭୨୩୯୧୯୧

ଫୋନ ନଂ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

୦୬୬୫୪-୨୨୦୨୦୧

ଜିଲା ଆରକ୍ଷୀ ଅଧୀକ୍ଷକ

୦୬୬୫୪-୨୨୦୩୪୯

ସଦର ଏସ୍‌ଡିପିଓ ସୋନପୁର

୯୪୩୭୪୬୩୭୩୮

ଅଗ୍ନିଶମ ସେବାକେନ୍ଦ୍ର

୦୬୬୫୪-୨୨୦୨୨୨

ଅଧିକ ସୂଚନା

ସାଂସ୍କୃତିକ ଅନୁଷ୍ଠାନ

ମହାନଦୀ ସାହିତ୍ୟ ସଂସଦ, ପଏଁରୀ ସାଂସ୍କୃତିକ ଅନୁଷ୍ଠାନ, ବାପୁଜୀ କ୍ଲବ, ଟ୍ରେଣ୍ଡି ଏକାଡେମୀ, ନାଟ୍ୟଚକ୍ର ଅନୁଷ୍ଠାନ, ଭୀମଭୋଇ କଳା ପରିଷଦ ।

ଗୁରୁତ୍ଵପୂର୍ଣ୍ଣ ଉତ୍ସବ

ସୁବର୍ଣ୍ଣ ଲୋକ ଉତ୍ସବ, ଆଶ୍ଵିନ ମାସର ମହାବଳି ଯାତ୍ରା, ନୂଆଖାଇ ପାହୁର ଯାତ୍ରା, ଲଙ୍କାପୋଡି  ଉତ୍ସବ, ହରଗୌରୀ ଯାତ୍ରା ଓ ଶୀତଳଷଷ୍ଠୀ ଯାତ୍ରା ।

ରାଜଧାନୀ ଠାରୁ ଦୂରତା

ରାଜଧାନୀ ଭୁବନେଶ୍ଵରଠାରୁ ସୁବର୍ଣ୍ଣପୁର ସହରର ଦୂରତା ୨୮୦ କି.ମି. । ଯାତାୟାତ ପାଇଁ ସଡ଼କ ପଥ ହିଁ ପ୍ରମୁଖ ମାଧ୍ୟମ । ରାତିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନକୁ ବସ୍ ସୁବିଧା ଉପଲବ୍ଧ । ଏଥିସହ ଶୀତତାପ ନିୟନ୍ତ୍ରିତ ବସ୍ ମଧ୍ୟ ଚଳାଚଳ କରୁଛି ।

ଜାତୀୟ ରାଜପଥ

ସୁବର୍ଣ୍ଣପୁର ସହର ମଧ୍ୟ ଦେଇ ଖୋର୍ଦ୍ଧା – ବଲାଙ୍ଗୀର ୫୭ ନଂ. ଜାତୀୟ ରାଜପଥ ଯାଇଛି । ସେହିପରି ସୋନପୁର  ସମ୍ବଲପୁର ରାଜ୍ୟ ରାଜପଥ ଓ ସୋନପୁର-ବିନିକା-ଡୁଙ୍ଗୁରିପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ ସଂଯୋଗ ରହିଛି ।

ସହର ରାସ୍ତା

ସହରବାସୀଙ୍କ ଗମନାଗମନ ପାଇଁ ରାସ୍ତା ସୁବିଧା ରହିଛି । ସୁବର୍ଣ୍ଣପୁର ସହରରେ ସମୁଦାୟ ୬୦.୩୯୫ କି.ମି. ରାସ୍ତା ରହିଛି ।

ମହାନଦୀ

ମହାନଦୀ ଓ ତେଲନଦୀ ସହରକୁ ତିନିପଟୁ ଘେରି ରହିଛି । ରାମେଶ୍ଵର ହେଉଛି ଏହି ଦୁଇ ନଦୀର ସଙ୍ଗମସ୍ଥଳ ।

ରେଳଷ୍ଟେଶନ

ସୁବର୍ଣ୍ଣପୁରକୁ ରେଳପଥ ସଂଯୋଗ ନାହିଁ । ୪୨ କି.ମି. ଦୂର ବଲାଙ୍ଗୀର ରେଳଷ୍ଟେଶନ, ୮୦ କି.ମି. ଦୂର ସମ୍ବଲପୁର ରେଳଷ୍ଟେଶନ ଓ ୭୫ କି.ମି. ଦୂର ରେଢାଖୋଲ ରେଳ ଷ୍ଟେଶନରୁ ଏଠାକୁ ବସ୍ ଯୋଗେ ଆସିହେବ ।

ଯାନବାହନ

ସୁବର୍ଣ୍ଣପୁରରେ ବର୍ଷକୁ ବର୍ଷ ଗାଡି ଚଳାଚଳ ସଂଖ୍ୟା ବଢିବାରେ ଲାଗିଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ) ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୩ ବର୍ଷରେ ୨୧,୩୭୬ ମୋଟରସାଇକେଲ, ୨,୦୩୬ ସ୍କୁଟି, ୨,୪୩୬ ମୋପେଡ୍, ୮୫୪ ଟ୍ରାକ୍ଟର, ୫୭ ଭାରିଯାନ, ୧ଟି ବସ୍‌, ୭୨ ଚାରିଚକିଆ ଯାନ,  ୧୮୩ ଅଟୋ ରିକ୍ସା, ୨୦ଟି ସ୍କୁଲ ବସ୍ ଏବଂ ଅନ୍ୟାନ୍ୟ ୧୬୪୩ ଯାନବାହନ ପଞ୍ଜୀକରଣ ହୋଇଛି ।

କଲ୍ୟାଣ ମଣ୍ଡପ

ବିବାହ, ବ୍ରତ ଆଦି କାର୍ଯ୍ୟକ୍ରମ ଲାଗି ସହରରେ ପୌରସଂସ୍ଥାର ହାତୀଶାଳ ଠାରେ କଲ୍ୟାଣ ମଣ୍ଡପ ଅଛି । ସେହିପରି ଭଗବତୀ ପୁଟରେ ମାରୱାଡ଼ି ଧର୍ମଶାଳା, ନୂଆପଡାରେ ଭଗବତୀ କଲ୍ୟାଣ ମଣ୍ଡପ, କୋଶଲ କଲ୍ୟାଣ ମଣ୍ଡପ ଓ ଜୟଗୁରୁ ମାର୍କେଟ୍ରେ ପ୍ରତୀକ ଭଳି ଘରୋଇ କଲ୍ୟାଣ ମଣ୍ଡପ ରହିଛି ।

ଅଡିଟୋରିୟମ

ମନୋରଞ୍ଜନ ଓ ସଭାସମିତି ପାଇଁ ପୌରସଂସ୍ଥାର ସୁବର୍ଣ୍ଣପୁର ସହରରେ ୨ଟି ଅଡିଟୋରିୟମ ରହିଛି। ଗୋଟିଏ ଟାଉନ ହଲ ଏବଂ ଅନ୍ୟଟି ଭୀମଭୋଇ କଳା ମଣ୍ଡପ। ସେହିପରି ଜିଲା ପ୍ରଶାସନର ୨ଟି ଅଡ଼ିଟୋରିୟମ ରହିଛି । ଯଥା ଜିଲାପାଳଙ୍କ ସମ୍ମିଳନୀ କକ୍ଷ ଓ ଡିଆରଡିଏ ସଭାଗୃହ । ଏତଦ୍‌ବ୍ୟତୀତ କୃଷି ବିଜ୍ଞାନ କେନ୍ଦ୍ରରେ ଏକ ବୃହତ୍ ଅଡିଟୋରିୟମ ରହିଛି ।

ସିନେମା ହଲ

ସହରବାସୀଙ୍କ  ମନୋରଞ୍ଜନ ପାଇଁ ଗଡଭିତରେ ସମଲେଇ ଟକିଜ୍ ରହିଛି ।

ପ୍ରସିଦ୍ଧ ଚାଉଳ ବରା

ଚାଉଳ ବରା ପାଇଁ ପ୍ରସିଦ୍ଧ ସୁବର୍ଣ୍ଣପୁର। ଏହି ସ୍ୱତନ୍ତ୍ର ବରା ଜିଲାକୁ ପରିଚିତ କରାଇଛି । ଚାଉଳ, ବିରି, ପିଆଜ, ଧନିଆପତ୍ର ଓ ଜିରା ମିଶାଇ ଛୋଟ ଛୋଟ ବରା ପ୍ରସ୍ତୁତ କରାଯାଏ ।

ବାନ୍ଧକଳା

ସୁବର୍ଣ୍ଣପୁରରେ ପ୍ରସ୍ତତ ନୂତନ ଓ ଉନ୍ନତମାନର  ବସ୍ତ୍ର ସମଗ୍ର ବିଶ୍ୱରେ ଆଦୃତ । ମେହେର ସମ୍ପ୍ରଦାୟର କୁଶଳୀ କାରିଗର ମାନେ  ଶାଢି ତଥା ଅନ୍ୟାନ୍ୟ ବସ୍ତ୍ରକୁ ବିଭିନ୍ନ ଡିଜାଇନରେ ପ୍ରସ୍ତୁତ କରିଥାନ୍ତି । ପାଟଶାଢି ଓ ବୋମକେଇ ଶାଢି ପାଇଁ । ଅଞ୍ଚଳଟି ପ୍ରସିଦ୍ଧି  ଲାଭ କରିଛି ।

ପର୍ଯ୍ୟଟନ ସ୍ଥଳୀ

ସୁବର୍ଣ୍ଣପୁର ସହରର ଅଷ୍ଟଶମ୍ବୁ, ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁ ମନ୍ଦିର, କୋଶଳେଶ୍ଵର ମନ୍ଦିର (୧୪କି.ମି.), ପାତାଳି ଶ୍ରୀକ୍ଷେତ୍ର (୩୫ କି.ମି.), ସନ୍ଥକବି ଭୀମଭୋଇଙ୍କ ସମାଧିପୀଠ ୩୦କି.ମି.), ପାପକ୍ଷୟ ଘାଟ (୩୦କି.ମି.), ଚରଦା ଶୈବ ମନ୍ଦିର  (୨୨ କି.ମି.), ପୂଜା ଡୁଙ୍ଗୁରି (୬୦କି.ମି.), ମେଟାକାନୀ ମନ୍ଦିର (୨୦କି.ମି.), ହରିହରଯୋର ଡ୍ୟାମ (୩୦କି.ମି.) ଆଦି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ରହିଛି ।

ଏସବୁ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ ।

ଶଶିସେଣା ନିମୁହିଁ ମନ୍ଦିର

ସୋନପୁର କଚେରି ଛକ ନିକଟରେ ଅବସ୍ଥିତ ନିମୁହିଁ ମନ୍ଦିର ହେଉଛି ଶଶିସେଣା ଓ ଅହିମାଣିକ୍ୟର ଅନାବିଳ ପ୍ରେମରେ ନିର୍ମିତ ଏକ ବିରଳ ସ୍ମାରକୀ । ଏହା ଜ୍ଞାନଦେଇ ମାଲୁଣୀର ତାନ୍ତ୍ରିକ କରାମତିର ମୂକସାକ୍ଷୀ ।

ଜିଲା ମୁଖ୍ୟ ଚିକିତ୍ସାଳୟ: ନାହାନ୍ତି ୨୪ ଡାକ୍ତର

ଜିଲା ମୁଖ୍ୟ ଚିକିତ୍ସାଳୟର ସମୁଦାୟ ଶଯ୍ୟା ସଂଖ୍ୟା ୧୩୨ । ଆଉଟଡୋରକୁ ଦୈନିକ ରୋଗୀଙ୍କ ଆଗମନ ହାରାହାରି ୮୦ । ସ୍ୱାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବାକୁ ଏହି ଡାକ୍ତରଖାନାରେ ଅନେକ ସୁବିଧା ଉପଲବ୍ଧ । ତେବେ ଡାକ୍ତରଖାନା ଏବଂ କର୍ମଚାରୀ ଅଭାବ ଏହାକୁ ଅବ୍ୟବସ୍ଥିତ କରିଦେଇଛି । ବର୍ତ୍ତମାନ ୪୪ ଡାକ୍ତରଙ୍କ ସ୍ଥାନରେ ମାତ୍ର ୧୩ ଜଣ କାର୍ଯ୍ୟରତ ।

ଶ୍ମଶାନ

ମୃତଦେହ ଦାହ ଲାଗି ୩ଟି ଶ୍ମଶାନ ରହିଛି। ମହାନଦୀର ଗୋକର୍ଣ୍ଣେଶ୍ଵର ଘାଟ ଓ ରାମେଶ୍ଵର ଘାଟ ବହୁ ପୁରାତନ । ସେହିପରି ଗୋକର୍ଣ୍ଣେଶ୍ଵର ନଦୀଘାଟ ନିକଟରେ ମୁସଲିମ୍ ସମ୍ପ୍ରଦାୟ ଓ ତେଲନଦୀ କୂଳରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପାଇଁ କବରଖାନା ରହିଛି ।

ପାର୍କ

ସହରବାସୀଙ୍କ ଚିତ୍ତ ବିନୋଦନ ଲାଗି ୨ଟି ପାର୍କ ରହିଛି । କୁଞ୍ଜ ଛକ ଠାରେ ଫରେଷ୍ଟ ପାର୍କ ଓ ସୁରେଶ୍ଵରୀ ମନ୍ଦିର ନିକଟରେ ଶିଶୁ  ଉଦ୍ୟାନ ରହିଛି ।

ସଂଗୃହିତ - ମୃତ୍ୟୁଞ୍ଜୟ ଶତପଥୀ, ସୁଦାମ ନାଏକ

3.14285714286
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top