ହୋମ / ସମାଜ କଲ୍ୟାଣ / ଦର୍ଶନୀୟ ସ୍ଥାନ / ଭଦ୍ରକାଳୀ ମନ୍ଦିର
ସେଆର କରନ୍ତୁ

ଭଦ୍ରକାଳୀ ମନ୍ଦିର

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଇତିହାସ ଓ ପୂଜାବିଧି ସମ୍ବନ୍ଧରେସ ସୂଚନା ଦିଆଯାଇଛି ।

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ ୭ କି.ମି.ଦୂରରେ ଅବସ୍ଥିତ ।

ଚତୁର୍ଭୁଜା ଭଦ୍ରକାଳୀ ଏଠାରେ ସିଂହପୃଷ୍ଠରେ ପଦ୍ମାସନରେ ବିଜେ କରିଅଛନ୍ତି । ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍‌ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି । ତଳଭୁଜ ଦୁଇଟି ମଧ୍ୟରୁ ବାମଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁ କୃଷ୍ଣଙ୍କୁ କୋଳରେ ଧରିଛନ୍ତି । ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୂଳରେ ଧରିଛନ୍ତି ।

ଇତିହାସ

ଏକୈବ ଶକ୍ତି ପରମେଶ୍ୱରସ୍ୟ,
ବିବିଧା ବଦନ୍ତି ବ୍ୟବ‌ହାର କାଳେ,
ଭୋଗେ ତୁ ଭବାନି ପୁରୁଷେଷୁ ଲକ୍ଷ୍ମୀ,
ଶକ୍ତେ ତୁ ଦୁର୍ଗା ପ୍ରଳୟେ ତୁ କାଳି ।।

ପ୍ରାଚୀନ ମନୁସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ, ୩ୟ-୪ର୍ଥ ଶତାବ୍ଦୀରୁ ୧୨ଶ ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠଗୁଡ଼ିକ ପ୍ରସିଦ୍ଧିଲାଭ କରିଥିଲା । ତନ୍ତ୍ର ଶାସ୍ତ୍ରାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ ।

ଓଦ୍ରାଖ୍ୟମ୍ ପ୍ରଥମ ପୀଠ,
ଦ୍ୱିତୀୟ ଜଳ ଶୈଳକାମୀ,
ତୃତୀୟ ପୂର୍ଣ୍ଣପୀଠସ୍ତୁ,
କାମରୂପମ୍ ଚତୁର୍ଥକମ୍ ।।

ଓଦ୍ରାଖ, ଶ୍ରୀହଟ୍ଟ, ପୂମାକୋଟୀ ଏବଂ କାମାକ୍ଷ୍ୟା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ବା ଓଡ଼ିଶା ପ୍ରଥମ ପୀଠ ବୋଲି ଡଃ ହରେକୃଷ୍ଣ ମହତାବ ମତ ଦେଇଥିଲେ । ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠଗୁଡ଼ିକ ହେଉଛି: ଝଙ୍କଡ଼ ଶାରଳା, କଟକ ଚଣ୍ଡୀ, ବ୍ରହ୍ମ‌ପୁରର ଭଗବତୀ, ଖିଚିଙ୍ଗର କୀଚକେଶ୍ୱରୀ, ବାଙ୍କୀର ଚର୍ଚ୍ଚିକା, ମଙ୍ଗଳା ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ସମଲେଶ୍ଵରୀ ଏବଂ ଭଦ୍ରକର ଭଦ୍ରକାଳୀ । ସେମାନେ ମହାକାଳ ଶିବଙ୍କର ଶକ୍ତି ।

ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ କରାଯାଏ । ବିଭିନ୍ନ ମହାପୁରଷମାନେ ମଧ୍ୟ ଏହି କଥାକୁ ମାନିଆସିଛନ୍ତି । ଯଦି ଇତିହାସ ସଭ୍ୟତାର ଜୀବନ ହୁଏ, ତେବେ କଥା ହେଉଛି ଆମର ଆତ୍ମା । ଯଦିଓ ମହାପୁରୁଷଗଣ ଇତିହାସ ଭଳି ଅନୁସଂଧାନମୂଳକ ତ‌ଥ୍ୟ ପାଇନାହାନ୍ତି, ତ‌ଥାପି ସେମାନେ ଏହି ଇତିହାସର ଗାଥାକୁ ଗୁରୁତ୍ୱ ଦେଇଆସିଅଛନ୍ତି ।

ଏକ ପୌରାଣିକ କଥାବସ୍ତୁ ଅନୁସାରେ ଭଦ୍ରକାଳୀଙ୍କର ମୂଳ ପ୍ରତିମା ଭଦ୍ରକ ସ‌ହରର ପୂର୍ବଦିଗରେ ଭୁଇଁଆ ମହଲରେ ଏକ ଅତୀବ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ । ଓଡ଼ିଶାରେ ମୁସଲମାନ ଶାସନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀଗୁଡ଼ିକୁ ଧ୍ୱଂସାଭିମୁଖି କରାଇଥିଲା । ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା । ଏହାପରେ ଭୁଇଁଆ ରାଜବଂଶ ମାଆଙ୍କୁ ପ୍ରାର୍ଥନା କଲେ ଏବଂ ମାଆ ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାସ୍ତର କରିବାର ନିର୍ଦ୍ଦେଶ ଦେଲେ । ଏହା ପରେ ଭକ୍ତବୃନ୍ଦ ମାଆଙ୍କ ପ୍ରତିମାକୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ପୂର୍ବାଭିମୁଖି ହେଲେ । ଏହା ପରେ ମାଆ ନ‌ଦୀର ଏକ ଅଦୃଶ୍ୟ ହୋଇ ରହିଗଲେ ।

ଏକଦା ସ୍ଥାନୀୟ ପିଲାମାନେ ସେହି ନ‌ଦୀକୂଳରେ ଏକ ଭୋଜିର ଆୟୋଜନ କରିଥିଲେ । ପିଲାମାନଙ୍କୁ ସ୍ନେହ କରୁଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସ‌ହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ, ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା(ଖାଦ୍ୟଗ୍ରହଣ କରିବାର ସ୍ଥାନ) ହୋଇଛି । ଏହା ପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନସ୍ତର ହୋଇଗଲେ । ସାଳନ୍ଦୀ ନଦୀର ସେହି ଭାଗଟି ଆଜିଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି । କିମ୍ବଦନ୍ତୀ ଅନୁସାରେ ଭୁଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଦେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ । ଛୋଟ ମନ୍ଦିରଟି ସମୟକ୍ରମେ ଧିରେ ଧିରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା । ତେଣୁ ବର୍ତ୍ତମାନର ମନ୍ଦିରଟି ୧୯୫୩ରୁ ୧୯୫୯ ମଧ୍ୟରେ ନିର୍ମାଣ ହୋଇଛି ।

ଅନ୍ୟ ଏକ କଥାନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲା । କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡିଥିଲା ମେଘାସନ ପର୍ବତରେ । ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି । ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମାଆ ଭଦ୍ରକାଳୀଙ୍କୁ ପୂଜା କରୁଥିଲେ । ଏକଦା ଦେବୀଙ୍କର ବାମ‌ପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନ‌ଦୀର ରୂପ ନେଲା । ଯେହେତୁ ଏହି ନ‌ଦୀଟି ଶାଳବଣ ଦେଇ ପ୍ରବାହିତ ହେଲା, ଏହାର ନାମ ସମୟାନୁକ୍ରମେ ସାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା । ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନ‌ଦୀର ଜଳକୁ ପାନ କଲେ । ଏହାପରେ ତାଙ୍କର ଆତ୍ମା ପରମାତ୍ମାଙ୍କ ସ‌ହ ମିଳନ ହୋଇଗଲା । ଏହା ପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ ।

ଏକଦା ଆଶ୍ଚର୍ଯ୍ୟାନ୍ୱିତ ଭାବରେ ତାଙ୍କର ଗୁରୁଙ୍କର ଶରୀର ସେହି କବରରୁ ବାହାରକୁ ବାହାରିବା ସେ ଦେଖିଲେ । ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ । ଅଚାନ‌କ ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ, ତାଙ୍କୁ ତାଙ୍କର ଗୁରୁଙ୍କର ପିଣ୍ଡଦାନ କରି ନ‌ଦୀର ଭସାଇବା ସ‌ହ ପବିତ୍ର ହୃଦୟରେ ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ । ସେ ମାଆଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ । ଭଦ୍ରନାଥ ମଧ୍ୟ ସେହିପରି କଲେ । ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ସେ ମାଆଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ । ସନ୍ଦେହର ସ‌ହ ସେ ଯେତେବେଳେ ପଛକୁ ଚାହିଁଲେ, ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା । ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ ।

ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ । ସେମାନେ ସେମାନଙ୍କର ମାର୍ଗ ଭୂଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଲେ । ଅଚାନ‌କ ସେମାନେ ଉଜ୍ଜ୍ୱଳ ଆଲୋକର ସଂସ୍ପର୍ଶରେ ଆସିଲେ ଏବଂ ତାକୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପ‌ହ‌ଞ୍ଚିଲେ । ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ । ପରଦିନ ସାନଭାଇଟି ଅସୁସ୍ଥ ହୋଇପଡ଼ିଲା । ସେହି କୁଡ଼ିଆରେ ର‌ହି କିଛିଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ଭାଇ ଉପଦେଶ ଦେଲେ । ଯୋଗୀ ଭଦ୍ରନାଥଙ୍କର କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସ‌ହ ସାନଭାଇଟିର ଚିକିତ୍ସା କଲେ । ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଲା । ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି । ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂରରେ ଗୋଟିଏ ଜାଗାରେ ପ‌ହଞ୍ଚିଲେ । ସେଠାରେ ପ‌ହ‌ଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀଜଣକ ଆଉ କେହି ନୁହ‌ନ୍ତି ସ୍ୱୟଂ ମହାମାୟା ଭଦ୍ରକାଳୀ । ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ । ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହା ଦ୍ୱାରା ସେ ସେହି କ୍ଷେତ୍ରର ପଥପ୍ରଦର୍ଶକ ବନିପାରିବେ ।

ପରଦିନ ସେହି ଯୁବକଟି ଦେବୀଙ୍କ ପ୍ରଦତ୍ତ ଫୁଲଟି ଧରି ମହାମାୟାଙ୍କୁ ନେଇ ଯାତ୍ରା ଆରମ୍ଭ କଲା । ପାଉଁଜି ଶବ୍ଦ ସ‌ହ ଦେବୀ ପଛେ ପଛେ ଚାଲିଲେ । ଯେତେବେଳେ ଯୁବକଟି ସାଳନ୍ଦୀ ନ‌ଦୀର ଶୁଖିଲା ଉପତ୍ୟକା ଦେଇ ଗତି କରୁଥିଲା, ସେହି ସମୟରେ ସେ ଆଉ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ । ତେଣୁ ସେ ପଛକୁ ବୁଲି ଦେଖିଲା କି ମାଆ ଏକ ପଥର ମୂର୍ତ୍ତୀ ହୋଇଯାଇଛନ୍ତି । ରତ୍ନ‌କୋଷର ବର୍ଣ୍ଣାନାନୁସାରେ ମାଆ ଭଦ୍ରକାଳୀ ଭୁଇଁଆ ବଂଶର କୁଳଦେବୀ ଥିଲେ । ଏହି ମରାଠା ଯୁବକଟି ଭୁଇଁଆ ବଂଶର ପ୍ରତିଷ୍ଠାତା ଥିଲା । ସେହି ସ୍ଥାନଟିର ନାମ ଥିଲା ଭୁଇଁଆ ମ‌ହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା । ଭୁଇଁଆ ମାନେ ସାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ । ସେମାନେ ମାଆ ଭଦ୍ରକାଳୀଙ୍କର ପୂଜକ ଥିଲେ । ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳସାହିକୁ ସ୍ଥାନାନ୍ତରିତ ହୋଇଗଲେ । ସେମାନଙ୍କର ଉତ୍ତରାଧିକାରମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଥିଲେ ସେହି ସ୍ଥାନଟି ଭୁଇଁଆ ଉଆସ ନାମରେ ଜଣା । ସେମାନେ ଏବେ ତାଳପଦା ସାହିର ସାମନ୍ତରାୟ ପରିବାର,  କୁବେରର ଭୁଇଁଆ ଏବଂ ନ‌ଦୀଗାଆଁର  କାନୁନ୍‌ଗୋ ପରିବାର ଭାବରେ ଜଣା ।

ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ସୀମାରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ହାତୀଗୁମ୍ପାରେ ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ । ଏହି ଶିଳାଲେଖଟିରେ ବ୍ରାହ୍ମୀ ଲିପିର ପାଳି ଭାଷାରେ ଉଲ୍ଲେଖ ରହିଛି । ଗବେଶକଙ୍କ ମତରେ ଏହି ଶିଳାଲେଖତି ୩ୟ ଶତାବ୍ଦୀର ବୋଲି ଅନୁମାନ କରାଯାଏ ଯାହାକି ବର୍ତ୍ତମାନର ଭଦ୍ରକର ଗଣରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ହରେକୃଷ୍ଣ ମହତାବଙ୍କ ଅନୁସାରେ ଭଦ୍ରକାଳୀ ଶିଳାଲେଖର ମହାରାଜା ଶ୍ରୀ ଗଣ, ଗୁପ୍ତ ରାଜବଂଶର ସଂସ୍ଥାପକ ଥିଲେ । କିନ୍ତୁ ଭୁଇଁଆ ମହଲରେ ଥିବା ଭଦ୍ରକାଳୀ ଗୁପ୍ତ ବଂଶର ପ୍ରତିଷ୍ଠାର ଅନେକ ବର୍ଷ ପୂର୍ବରୁ ପୂଜା ପାଇଆସୁଛନ୍ତି ।

କିଛି ବିଦ୍ୱାନଙ୍କ ମତାନୁସାରେ ମାଆ ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମକରଣ ହୋଇଛି । ପଣ୍ଡିତ ଭାଗିରଥି ନନ୍ଦ ଶର୍ମାଙ୍କ ଅନୁସାରେ ବରେଶ୍ୱରଙ୍କ ଅନୁସାରେ ବାଲେଶ୍ଵର, ସମଲେଇର ସମ୍ବଲପୁର, ଭୁବନେଶ୍ଵରୀରୁ ଭୁବନେଶ୍ୱର ଏବଂ ଦେବୀ ଭଦ୍ରକାଳୀଙ୍କ ଠାରୁ ଭଦ୍ରକ ହୋଇଛି । ଅନ୍ୟକେତେକ ମଧ୍ୟ ମତ ଦିଅନ୍ତି କି ମାଆ ଭଦ୍ରକାଳୀଙ୍କର ସମ୍ପୂର୍ଣ୍ଣନାମରୁ ଭଦ୍ରକ ଉଧୃତ ହୋଇଛି, ଯେପରିକି ପୁରୁଷୋତ୍ତମ ପୁରୀରୁ ପୁରୀ ହୋଇଛି ।

ପୂଜା ଓ ପର୍ବ

ପ୍ରତ୍ୟହ ପ୍ରାତଃ ୬.୩୦ରୁ ୧ ଘଟିକା ଓ ପୁନଃ ଅପରାହ୍ଣ ୩ଘଟିକାରୁ ରାତ୍ର ୧୦ଘଟିକା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିଥାଏ ।ଦୀକ୍ଷିତ ବଂଶର ପରିବାରଗଣ ଦେବୀଙ୍କର ପୂଜାକାର୍ଯ୍ୟ କରିଥାନ୍ତି ।  ଭଦ୍ରକାଳୀ ପୀଠରେ ପ୍ରତ୍ୟେକ ଦିନ ପାରମ୍ପରିକ ରୀତିନୀତିରେ ପୂଜା ହୋଇଥାଏ । ପ୍ରାତଃରେ ମଙ୍ଗଳ ଆରତି ଓ ସ୍ନାନ ଆଦି ନିତ୍ୟକ୍ରିୟା ସମାପନ ପରେ କଦଳୀ, କ୍ଷୀର, ଉଖୁଡା ଓ ଫଳମୂଳ ଦ୍ଵାରା ବାଳଭୋଗ ହୋଇଥାଏ । ଦ୍ଵିପ୍ରହର ଓ ରାତ୍ରିରେ ଅନ୍ନଭୋଗ ହୋଇଥାଏ । ପ୍ରତିବର୍ଷ କେତେକ ବିଶିଷ୍ଟ ପର୍ବ ଯଥା: ମହାବିଷୁବ ସଂକ୍ରାନ୍ତି, ରଜପର୍ବ, ଦୁର୍ଗାପୂଜା, କାଳୀପୂଜା, ଓ ଚୈତ୍ର ପୂର୍ଣ୍ଣିମା ଇତ୍ୟାଦି ପାଳନ କରାଯାଇଥାଏ । ମହାବିଷୁବ ସଂକ୍ରାନ୍ତିରେ ଝାମୁ ଓ ପାଟୁଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ରଜପର୍ବର ତିନିଦିନ ଯଜ୍ଞ ହୋଇଥାଏ ଓ ଏହି ପୀଠରେ ଏକ ମେଳା ବସିଥାଏ । ଦୁର୍ଗାପୂଜାରେ ପ୍ରତିଦିନ ନଅଟି କଳସ ସ୍ଥାପନ ପୂର୍ବକ ପ୍ରତିଦିନ ଯଜ୍ଞ ସହିତ ଚଣ୍ଡୀପାଠ ହୋଇ ଦଶହରା ଦିନ ପୂର୍ଣ୍ଣାହୁତି ହୋଇଥାଏ । ଏହାସହ ଦଶରାତ୍ରିରେ ତନ୍ତ୍ରମନ୍ତ୍ରରେ ଭଦ୍ରକାଳୀଙ୍କଠାରେ ବିଶେଷ ପୂଜାମାନ କରାଯାଇଥାଏ । ଯଥା:

  • ଦାରୁଣ ରାତ୍ରି: ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)
  • ସିଦ୍ଧ ରାତ୍ରି: ମହାବିଷୁବ ସଂକ୍ରାନ୍ତି (ଝାମୁ ଯାତ୍ରା)
  • ଦିବ୍ୟ ରାତ୍ରି: ଜ୍ୟୈଷ୍ଠ ଶୁକ୍ଳ ଦଶମୀ (ଗଙ୍ଗା ଦଶହରା)
  • ମୋହ ରାତ୍ରି: (ଜନ୍ମାଷ୍ଟମୀ)
  • ମହା ରାତ୍ରି: ଆଶ୍ଵିନ ଶୁକ୍ଳ ଅଷ୍ଟମୀ (ଦୁର୍ଗା ମହାଷ୍ଟମୀ)
  • କାଳ ରାତ୍ରି: କାର୍ତ୍ତିକ କୃଷ୍ଣ ଚତୁର୍ଦ୍ଦଶୀ (ମହାଳୟା)
  • ଘୋର ରାତ୍ରି: ପୌଷ କୃଷ୍ଣ ଅଷ୍ଟମୀ
  • ବୀର ରାତ୍ରି: ମାଘ କୃଷ୍ଣ ଚତୁର୍ଦ୍ଦଶୀ (ରଟନ୍ତି କାଳୀପୂଜା)
  • ଗଣପତି ରାତ୍ରି: ମାଘ ଶୁକ୍ଳ ଚତୁର୍ଦ୍ଦଶୀ (ବରଦା ଗଣେଶ ପୂଜା)
  • ଅବଳା ରାତ୍ରି: ଚୈତ୍ର କୃଷ୍ଣ ଏକାଦଶୀ (ପାପମୋଚନ ଏକାଦଶୀ, ଦେବୀ କମଳାଙ୍କ ଜନ୍ମଦିନ)

ବେଶ

ଦୁର୍ଗାପୂଜା ପାର୍ବଣରେ ଦେବୀଙ୍କର ପାର୍ବଣ ବେଶମାନ ଅନୁଷ୍ଠିତ ହୋଇଥାଏ, ଯଥା:

  • ଦୁର୍ଗା ସପ୍ତମୀ: ରାଜରାଜେଶ୍ଵରୀ ବେଶ ବା ବଡ଼ସିଂହାର ବେଶ
  • ଅଷ୍ଟମୀ: ତାରା ବେଶ
  • ନବମୀ: ଭୁବନେଶ୍ଵରୀ ବେଶ
  • ଦଶମୀ ଓ ଏକାଦଶୀ: ମାତଙ୍ଗିନୀ ବେଶ
  • ଦ୍ଵାଦଶୀ (ମଳ): ଗାୟତ୍ରୀ ବେଶ
  • ତ୍ରୟୋଦଶୀ: ସାବିତ୍ରୀ ବେଶ/ ଅନ୍ନପୂର୍ଣ୍ଣା ବେଶ
  • ଚତୁର୍ଦ୍ଦଶୀ: ତ୍ରିପୁର ସୁନ୍ଦରୀ ବା ଷୋଡ଼ଶୀ ବେଶ
  • ଅମାବାସ୍ୟା: ବୈଷ୍ଣବୀ ବେଶ
  • ପ୍ରତିପଦ: ମହାକାଳୀ ବେଶ
  • ଦ୍ଵିତୀୟା: ଶ୍ୟାମାକାଳୀ ବେଶ
  • ତୃତୀୟା: ମହାଲକ୍ଷ୍ମୀ ବେଶ
  • ଚତୁର୍ଦ୍ଦଶୀ: ରୁଦ୍ରାଣୀ ବେଶ
  • ପୂର୍ଣ୍ଣୀମା: ମହାମାୟା ବେଶ

ଆଧାର -"Bhadrakali temple | Religious Place | Bhadrak - IndiaOnAPage".

"Welcome to Bhadrak (Orissa) : The Official Website "

3.125
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top