ହୋମ / ସମାଜ କଲ୍ୟାଣ / ସଫଳ କାହାଣୀ / ଆମେ ବି ପାରିବୁ
ସେଆର କରନ୍ତୁ

ଆମେ ବି ପାରିବୁ

ଦିନ ଥିଲା ନାରୀର ସୀମା ଥିଲା ଚାରିକାନ୍ଥ ଭିତରେ । ବର୍ତ୍ତମାନ ନାରୀ ଆଜି ପୁରୁଷଙ୍କ ସମକକ୍ଷ ହୋଇ ହାତରେ ହାତ ମିଳାଇ ଚାଲିଛି ଆଗକୁ ।

ଉପକ୍ରମ

ଦିନ ଥିଲା ନାରୀର ସୀମା ଥିଲା ଚାରିକାନ୍ଥ ଭିତରେ । ବଂଶକୁ  ଦାୟାଦ ଦେବା ଓ ଘରକରଣା କାମ ହିଁ  ଥିଲା ତା’ ଜୀବନର ଲକ୍ଷ୍ୟ। ଅନେକ ଜାଗାରେ ନାରୀମାନଙ୍କୁ ପଣ୍ୟଦ୍ରବ୍ୟ ଭାବରେ ବ୍ୟବହାର କରାଯାଉଥିଲା । କିନ୍ତୁ ଆଜି ନାରୀ ଅବାଳ ନାହିଁ  କି ଦୁର୍ବଳା ନାହିଁ । ନାରୀ ଆଜି ପୁରୁଷଙ୍କ ସମକକ୍ଷ ହୋଇ ହାତରେ ହାତ ମିଳାଇ ଚାଲିଛି ଆଗକୁ । ପୁରୁଷ ପ୍ରଧାନ ସମାଜରେ ବୃଢମନା  ହୋଇ କାମ କରି ଚାଲିଛି । ସେମିତି କେତେଜଣ ନାରୀଙ୍କ ସମ୍ପର୍କରେ ଆମେ ଏଠାରେ ଆଲୋଚନ କରୁଛୁ.....

ପ୍ରଥମ ମହିଳା ଟ୍ରେନ୍ ଚାଲିକା

ବିହାରର ଏକ ଛୋଟ ଗାଁରୁ ଆସିଥିବା ପ୍ରୀତି କୁମାରୀ ହେଉଛନ୍ତି ତାଙ୍କ ଅଞ୍ଚଳର ପ୍ରଥମ ମହିଳା ଟ୍ରେନ୍ ଚାଲିକା । ଏହି କାମ ଯୋଗୁ ତାଙ୍କ ଗାଁ ଏବେ ତାଙ୍କ ନାଁରେ ପରିଚିତ ହେଉଛି । ଯଦିଓ ସମସ୍ତେ ଜାଣନ୍ତି ସୁରେଖା ଯାଦବ ହେଉଛନ୍ତି ଏସିଆର ପ୍ରଥମ ମହିଳା ମୋଟରୱିମ୍ୟାନ୍, ଯେକି ସବ୍ ଅର୍ବାନ୍ ଟ୍ରେନ୍ ଚଳାଇଥିଲେ । ତେବେ ସେ ପ୍ରଥମେ ଆସିଷ୍ଟାଣ୍ଡ ଲୋକେମୋଟିଭ୍ ଡ୍ରାଇଭର୍ ଭାବେ କାମ ଆରମ୍ଭ କରିଥିଲେ । ପରେ ୨୦୦୦ ମସିହାରେ ସେ ମୋଟର ୱିମ୍ୟାନ୍ ହୋଇଥିଲେ । କିନ୍ତୁ ପ୍ରୀତି ହେଉଛନ୍ତି ପ୍ରଥମ ମହିଳା ଯିଏକି ୱେଷ୍ଟର୍ଣ୍ଣ ରେଲୱେରେ ସିଧାସଳଖ ମୋଟର  ୱିମ୍ୟାନ୍ ଭାବେ ନିଯୁକ୍ତି ପାଇଛନ୍ତି । ପ୍ରୀତିଙ୍କର ଆଦର୍ଶ ଥିଲେ ସୁରେଖା। ପ୍ରୀତି ଭାବୁଥିଲେ ସେ ବି ଦିନେ ସୁରେଖାଙ୍କ ପରି ହେବେ । ଆଉ ଏକ ସ୍ଵପ୍ନ ପୂରଣ କରିବାରେ ସାହାଯ୍ୟ କରିଥିଲେ ତାଙ୍କ ସ୍ଵାମୀ । ପ୍ରୀତି କହନ୍ତି ଯାତ୍ରୀମାନେ ମତେ ମୋଟାରମ୍ୟା କ୍ୟାବିନ୍ ରେ ଦେଖିଲେ ବେଶ୍ ଖୁସି ହୁଅନ୍ତି । ହାତ ମିଶାନ୍ତି । ବହୁତ ଭଲ ଲାଗେ । ସେ ଆହୁରି କୁହନ୍ତି ଯେ, ଟ୍ରେନ୍ ଚଳାଇବା ସହଜ କାମ ନୁହେଁ ଏହା ସମସ୍ତଙ୍କୁ ଜଣା । ସବୁ  ସମୟରେ ସତର୍କ ରହିବା ସହ ନିର୍ଦ୍ଦିଷ୍ଟ ସାପ୍ତାହିକ ଛୁଟି ନ ଥାଏ । ଦିନକୁ ୬ରୁ ୭ ଘଣ୍ଟିଆ ଶିଫ୍ଟ କାମ କରିବାକୁ ହୁଏ । ଯେଉଁଥିରେ ୪ଟି ଟ୍ରିପ୍ ଥାଏ । ମହିଳା ହୋଇ ଏଭଳି କଠିନ କାମ କରୁଥିବାରୁ ଯିଏ ବି ଦେଖନ୍ତି ଚକିତ ହୋଇଯାଆନ୍ତି ।

ଗ୍ୟାସ୍ ମେକାନିକ୍ ମିନତି

୨୦୦୨ ଅଗଷ୍ଟ ୧୫ । ମିନତି ଚୌଧୁରୀଙ୍କ ଜୀବନରେ ଘଟିଗଲା ଏକ ବଡ ଅଘଟଣ । ବସ୍ ଆକ୍ସିଡେଣ୍ଟରେ ଚାଲିଗଲେ ସାରା ଜୀବନ ପାଇଁ ସାଥୀ ହୋଇ ରହିବାକୁ ପ୍ରତିଶ୍ରୁତି ଦେଇଥିବା ତାଙ୍କ ସ୍ଵାମୀ । ସ୍ଵାମୀଙ୍କ ମୃତ୍ୟୁ ପରେ ମିନତି ଏକ କନ୍ୟା ସନ୍ତାନ ସହ ବାପଘରେ ରହୁଥିଲେ । ବାପଘରର ସମସ୍ତେ ରହୁଥିଲେ ଭୁବନେଶ୍ଵରସ୍ଥିତ ମାଇଁଷିଖାଲ ବସ୍ତିରେ । ମିନତି କହନ୍ତି, ମୁଁ ବିଶେଷ ପଢି ନ ଥିଲି । ସେଥିପାଇଁ କୌଣସି ଭଲ ସଂସ୍ଥାରେ କାମ କରିବା ମୋ ପାଇଁ ସମ୍ଭବ ନ ଥିଲା । ଏଣେ ଝିଅର ଭବିଷ୍ୟତକୁ ନେଇ ଚିନ୍ତା ବଢିବାରେ ଲାଗିଥିଲା । ଭାଗ୍ୟକୁ ‘ଭୁବନେଶ୍ଵର ଗ୍ୟାସ’ର ଦେବ ମହାପାତ୍ର ମତେ ତାଙ୍କ ଅଫିସରେ କାମ କରିବାକୁ ପ୍ରସ୍ତାବ ଦେଲେ। ତେବେ ତାହା ଥିଲା ମେକାନିକ୍ କାମ । ମୁଁ ସେ ବିଷୟରେ ଥିଲି ସଂପୂର୍ଣ୍ଣ ଅଜ୍ଞ । ତଥାପି ସାହାସ କରି ସେଠି ଚାକିରି କଲି। ସେଠାରେ ଗ୍ୟାସ୍ ମରାମତି କାମ ଶିଖିଲି । ଏହାପରେ ଆମ ଅଫିସକୁ ଯେ କେହି ଗ୍ୟାସ୍ ଖରାପ ଥିବା କମ୍ପ୍ଲେନ୍ କରନ୍ତି ମୁଁ ସେମାନଙ୍କ ଘରକୁ ଯାଏ । ତେବେ ଏହା ଏକ ପୁରୁଷ ପ୍ରଧାନ କାମ ହୋଇଥିବାରୁ ପ୍ରଥମ ଯେତେବେଳେ ମୁଁ  କାହା ଘରକୁ କାମ ପାଇଁ ବ୍ୟାଗ ପକାଇ ଯାଉଥିଲେ ସମସ୍ତେ ଭାବୁଥିଲେ ଯେ ମୁଁ ଜଣେ ସେଲ୍ସଗାର୍ଲ ବୋଲି । ସେଥିପାଇଁ ଦେଖୁ ଦେଖୁ  ଦରକାର ନାହିଁ  କହି କବାଟ ବନ୍ଦ କରିଦେଉଥିଲେ । କାରଣ ସେମାନେ କେବେ ମହିଳା ମେକାନିକ୍ କଥା ଜାଣି ନ ଥିଲେ । ୨୦୦୩ରୁ ୨୦୦୬ ଯାଏଁ ମୁଁ ସାଇକେଲରେ ହିଁ ଘର ଘର ବୁଲି ଗ୍ୟାସ୍ ମରାମତି କାମ କରୁଥିଲି । ତା’ ପରେ ସ୍କୁଟିଟିଏ କିଣିଲି । ୨୦୦୬ରୁ ମୁଁ ସ୍ମୃତି ଗ୍ୟାସରେ କାମ କଲି । ମୋ ବାପାଘରେ ବାପାଙ୍କ ସହ ସାନଭଉଣୀଟିଏ ଅଛି । ବାପା କାମ କରିପାରୁ ନାହାନ୍ତି । ଏଣେ ସାନଭଉଣୀ ମାନସିକ ବିକୃତିଗ୍ରସ୍ତ । ସେଥିପାଇଁ ଝିଅ ସହ ବାପା ଓ ଭଉଣୀର ଦାୟିତ୍ଵ ବି ମୋ ଉପରେ । ସେ ଯାହା ବି ହେଉ ଆମର ଏକ ଛୋଟିଆ ସଂମାରଟି ବେଶ୍ ସୁରୁଖୁରୁରେ ଚାଲିଛି । ମୋ ଝିଅ ଏବେ ପଞ୍ଚମ ଶ୍ରେଣୀରେ ପଢୁଛି ।

ଟ୍ରଲି ଏକ ଭରସା

ସାବିତ୍ରୀ ଗରିବ ଓ ଅସହାୟା ଥିଲେ ସତ, ହେଲେ କାହା ଆଗରେ ହାତ ପତାଇବାକୁ ସେ ପସନ୍ଦ କରି ନ ଥିଲେ । ଆଜିକୁ ୮ ବର୍ଷ ତଳେ ସ୍ଵାମୀ ରମେଶ ଦାସଙ୍କର ହୃଦ୍ ଘାତରେ ଦେହାନ୍ତ ହୋଇଥିଲା । ସ୍ଵାମୀଙ୍କ ମୃତ୍ୟୁ ପରେ ଶ୍ଵଶୁରଘର ମୋ ପାଇଁ ପର ହୋଇଗଲା । ଏଣେ ଦୁଇଝିଅ ଓ ଗୋଟିଏ ପୁଅର ଭବିଷ୍ୟତ ଅନ୍ଧକାର ହୋଇପଡିଥିଲା । ତଥାପି ଛାତିକୁ ଦମ୍ଭ କରି ସେ ଠିଆ ହେଲେ ବାପଘର ଗାଁ ଶାସଙ୍ଗ ଚାଲିଆସିଲେ । ଆଉ ସ୍ଵାମୀଙ୍କ ବୃତ୍ତିକୁ ଏକମାତ୍ର ଭରସା ଭାବେ ଗ୍ରହଣ କଲେ। ସ୍ଵାମୀ ଥିଲେ ଟ୍ରଲି ଚାଳକ । ପୁରୁଷଙ୍କ କାମ ହୋଇଥିଲେ ବି ଏଭଳି କାମ କରିବାକୁ ସାବିତ୍ରୀ ଆଦୌ ପଛେଇ ନଥିଲେ । ଏବେ ବାଲେଶ୍ଵର ଜିଲା ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗାଁ ସାଜିଛି ତାଙ୍କ କର୍ମସ୍ଥଳ । ସ୍ଵାମୀଙ୍କ ମୃତ୍ୟୁ ପରଠୁ ରାତି ପାହିଲେ ସାବିତ୍ରୀ ଟ୍ରଲି ନେଇ ବାହାରି ପଡନ୍ତି ଭଡା ଅନ୍ଵେଷଣରେ । ଗାଁରୁ ବାଉଁଶ, କଣ୍ଟା, କୁଟା, ଧାନ ଓ ଚାଉଳ ବୋଝେଇ କରି ୧୦କି.ମି. ଦୂର ବାଲେଶ୍ଵର ସହରକୁ ଆଣନ୍ତି । ଫେରିବା ସମୟରେ ଆଳୁ, ପିଆଜଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଗାଁକୁ ନିଅନ୍ତି । ଖରା, ବର୍ଷାକୁ ଖାତିର ନ ଥାଏ ତାଙ୍କର । ସ୍ଵାମୀ ଥିଲା ବେଳେ ମୁଁ ତାଙ୍କ ସହ କାମ କରୁଥିଲି । ତେଣୁ ଅଭ୍ୟାସ ଥିବାରୁ ଏହି କାମ ମୋତେ ସାହାରା ଦେଲା ।

ଏସିଆର ପ୍ରଥମ ମହିଳା ଟ୍ରକ୍ ଡ୍ରାଇଭର

ଭୋପାଳର ୬୫ ବର୍ଷୀୟା ପାର୍ବତୀ ଆର୍ଯ୍ୟା ହେଉଛନ୍ତି ଏସିଆର ପ୍ରଥମ ପ୍ରଥମ ଟ୍ରକ୍ ଚାଲିକା । ବାପାଙ୍କ ମୃତ୍ୟୁହେବା ପରେ ସେ ପ୍ରଥମେ ସିଭିଲ କଣ୍ଟ୍ରାକ୍ଟର ଭାବେ ମଣ୍ଡସୌରରେ କାମ ଆରମ୍ଭ କରିଥିଲେ । ଆଉ ୮ ଭଉଣୀ ଓ ତିନିଭାଇଙ୍କ ଦାୟିତ୍ଵ ଖୁମ୍ କମ୍ ବୟସରୁ ନିଜେ ବହନ କରିଥିଲେ । ପାର୍ବତୀ କୁହନ୍ତି, ମୁଁ ସେତେବେଳେ କୌଣସି ଡ୍ରାଇଭର ଉପରେ ନିର୍ଭରଶୀଳ ହେବାକୁ ଚାହୁଁ ନ ଥିଲି । ସେଥିପାଇଁ ଟ୍ରକ ପରି ଭାରି ବାହନ ଚଳାଇବା ଶିଖିବା ଆରମ୍ଭ କରିଥିଲି । ତେବେ ସେ ଯେତେବେଳେ ଆରଟିଓ  ଅଫିସ୍ ଯାଇଥିଲେ ଭାରିଯାନ ଚଳାଇବା ଲାଗି ଲାଇସେନ୍ସ କରିବା ପାଇଁ । ସେତେବେଳେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେମାନେ ପାର୍ବତୀଙ୍କୁ ଭାରିଯାନ ପାଇଁ ଲାଇସେନ୍ସ ଦେବାକୁ ମାନ କରିଦେଇଥିଲେ । କାରଣ ସେ ହେଉଛନ୍ତି ଜଣେ ମହିଳା । ତେବେ ନିୟମରେ ନ ଥିବାରୁ ସେମାନେ ଲାଇସେନ୍ସ ପାଇବା ପାଇଁ ମୁଁ ସେମାନଙ୍କୁ ଅନେକ କଥା କହି ମନାଇବାକୁ ଚେଷ୍ଟା କରିଥିଲି । ଯେମିତିକି ଇନ୍ଦିରା ଗାନ୍ଧୀ ଦେଶ ଚଳାଇ ପାରନ୍ତି ମୁଁ କାହିଁକି ଟ୍ରକ ଚଳାଇ ପାରିବି ନାହିଁ । ଏଥିପାଇଁ ପାର୍ବତୀଙ୍କ ନାମ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ବି ସ୍ଥାନ ପାଇଛି ।

୧୮ ଚକିଆ ଭାରି ଯାନ ଚାଲିକା

ଆମେରିକା, ବେଲୋୟିଟର୍  ନାନ୍ସି ସ୍କଟ୍ ଓ ଜର୍ଜିଆ, ପେରି ସହରର ଦେବୋରା ଡେଭିସ୍ ପୁରୁଷ ପ୍ରଧାନ କାର୍ଯ୍ୟ ଭାବେ ପରିଚିତ ବିରାଟକାୟ ୧୮ ଚକିଆ ଭାରିଯାନ ତଥା ଟ୍ରକ୍ ଚଳାନ୍ତି ।   ଡେଭିସ୍ ଏହି କ୍ଷେତ୍ରରେ ୩୫ବର୍ଷ ବିତାଇଥିବା ବେଳେ ସ୍କଟ୍ ଙ୍କ ଅଭିଜ୍ୟତା ହେଉଛି ୨୯ ବର୍ଷର । ତେବେ ଏତେବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ସେମାନେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇନାହାନ୍ତି । ନିଜ କାମକୁ ଦୁହେଁ ବହୁତ ଭଲ ପାଆନ୍ତି । କାରଣ ଦୁହେଁ ଭଲପାଆନ୍ତି ଭ୍ରମଣ କରିବା ଓ ନିଜ ସ୍ଵାଧୀନତାକୁ ଉପଭୋଗ କରିବା ।

ମହିଳା ବଢେଇ ବାର୍ବ ଜନସନ୍ସ

ନ୍ୟୁ ଅର୍ଲିନ୍ ର ବାର୍ବ ସକାଳ ଆରମ୍ଭ ହୁଏ କିଛି ସାଦା କାଗଜରେ ଫର୍ନିଚର ମଡେଇ ତିଆରି କରିବାରେ। ଆଉ ତା’ ପରେ ସେଇ ମଡେଲକୁ ନେଇ ସେ ତିଆରି କରନ୍ତି କାଠର ଅନେକ ଆସବାବପତ୍ର । ଦୀର୍ଘ ୩୦ ବର୍ଷ ଧରି ସେ ଏହି ବ୍ୟବସାୟରେ ଅଛନ୍ତି । ତାଙ୍କ ଫର୍ନିଚର ଶୋ’ ରୁମ୍ ର ନାଁ ହେଉଛି ନୋଭିଓ  ଓଡେନ୍  ଫର୍ନିଚର । ଜନସନ୍ କହନ୍ତି, କାମ ଆରମ୍ଭ କରିବା ବେଳେ ତାଙ୍କ ସହରରେ ସେ ଏକମାତ୍ର ମହିଳା ବଢେଇଥିଲେ । ବର୍ତ୍ତମାନ ସେ ନିଜର ଏହି କଳାକୁ ନ୍ୟୁ ଅର୍ଲିନସ୍ଥ ତୁଲେନ୍ ବିଶ୍ଵବିଦ୍ୟାଳୟରେ ମହିଳା ଅଣ୍ଡରଗ୍ରାଜୁଏଟ୍ ମାନଙ୍କୁ ଶିଖାଉଛନ୍ତି । ଏହା ବ୍ୟତୀତ ସେ ଜଣେ ଭଲ ଲେଖିକା ମଧ୍ୟ ।

ଆଧାର – ଦୈନିକ ମାନବିକତାର କଥା

3.19230769231
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top