অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

The Flour Works’ ବାସ୍ତବ ରୂପ ଦେଇପାରିଛନ୍ତି ମିତା ମଖିଚା

The Flour Works’ ବାସ୍ତବ ରୂପ ଦେଇପାରିଛନ୍ତି ମିତା ମଖିଚା

The Flour Worksକୁ ବାସ୍ତବ ରୂପଦେଲେ

ତୁମେ ତୁମ ସ୍ୱପ୍ନର ରେଷ୍ଟୁରାଣ୍ଟ କରିବାକୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରି ଦସ୍ତଖତ କରିବାକୁ ବାହାରିଥିବା ବେଳେ ଯଦି ତୁମର ସହଯୋଗୀ ଅର୍ଥାଭାବ ଦର୍ଶାଇ ପଛକୁ ହଟିଯାଆନ୍ତି ତେବେ ତୁମେ କଣ କରିବ ? ହତାଶାରେ ଚିତ୍କାର କରିବ! କାନ୍ଦିବ ନହେଲେ ଅନ୍ୟ ଏକ ଦିନକୁ ଅପେକ୍ଷା କରିବ । ପୁନେର ୪୩ ବର୍ଷ ବୟସ୍କା ମିତା ମଖିଚା ନିଜ ସ୍ୱପ୍ନର ରେଷ୍ଟୁରାଣ୍ଟ ଆରମ୍ଭ ପୂର୍ବରୁ ଏହିପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ କିନ୍ତୁ ଏପରି କିଛି କରିନଥିଲେ । ସେ ନିଜେ ନିଜ ଶିଙ୍ଗରେ ମାଟି ତାଢ଼ିବାକୁ ସ୍ଥିରକଲେ । ସେ ନିଜକୁ ପୁନର୍ବାର ପ୍ରସ୍ତୁତ କରି ନିଜର ବୁଦ୍ଧିର ପ୍ରୟୋଗ କଲେ । ବ୍ୟାଙ୍କରୁ ବ୍ୟକ୍ତିଗତ ଋଣ ନେଲେ, ବନ୍ଧୁ, ପରିଜନମାନଙ୍କ ନିକଟରୁ ଆର୍ଥିକ ସହାୟତା ଆଣି ନିଜର ସ୍ୱପ୍ନର ରେଷ୍ଟୁରାଣ୍ଟ The Flour Worksକୁ ବାସ୍ତବ   ରୂପଦେଲେ ।

ମିତାଙ୍କର ଯାତ୍ରା

ପୁନେରେ ଜନ୍ମିତ ଓ ବଢ଼ିଥିବା ମିତାଙ୍କର ଖାଦ୍ୟରୁଚି ତାଙ୍କର ବିବାହ ପରେ ବଢ଼ିଥିଲା ତାଙ୍କ ସ୍ୱାମୀ ଯେତେବେଳେ ସାନଫ୍ରାନ୍ସିସ୍କୋରେ କାମରେ କରୁଥିଲେ । ସେହି ସମୟରେ ସେ ସାନଫ୍ରାନ୍ସିସ୍କୋର କାର୍ଲ୍ଲିଫର୍ନିଆ କଲିନାରୀ ଏକାଡେମୀରେ ୧୮ ମାସ ଅବଧୀର ଏକ ରୋଷେଇ ଶିକ୍ଷା ପାଠ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ତାଙ୍କର ରୋଷେଇ ଦକ୍ଷତାକୁ ବଢ଼ାଇ ଦେଇଥିଲା ଓ ସେ ସହରରେ ସାଢ଼େ ଚାରି ବର୍ଷ ରୋଷେୟା କାର୍ଯ୍ୟ କରିଥିଲେ । Les Folie, Fifth Floor ପରି ନାମୀଦାମୀ ରେଷ୍ଟୁରାଣ୍ଟରେ କାର୍ଯ୍ୟ କରିଥିବା ମିତା ପ୍ରଖ୍ୟାତ ଚକୋଲେଟ ନିର୍ମାତା Michael Recchiutiଙ୍କ ନିକଟରେ ଚକୋଲେଟ ପ୍ରସ୍ତୁତି କଳା ମଧ୍ୟ ଶିକ୍ଷାଲାଭ କରିଥିଲେ ।

ଭାରତକୁ ଫେରିବା ପରେ ମିତା ତାଙ୍କର ଅଭିଜ୍ଞତାକୁ ନେଇ ବିଭିନ୍ନ ପ୍ରତିଷ୍ଠିତ ରୋଷ୍ଟୁରାଣ୍ଟକୁ କନସଲଟେସନ ସେବା ଦେବାରେ ନିୟୋଜିତ ହେଲେ କିନ୍ତୁ ସେ ଦେଖିଲେ ସେମାନେ ପ୍ରଶିକ୍ଷଣ ସମୟରେ ସବୁକିଛି ବୁଝୁଥିଲେ ବି କାର୍ଯ୍ୟ ଶୈଳୀରେ କୌଣସି ପରିବର୍ତ୍ତନ ଆଣୁନାହାଁନ୍ତି । ୨୦୧୦ ମସିହା ପରେ ସେ କନସଲଟିଂ କାମ ବନ୍ଦ କରି ନିଜକୁ ରୋଷେଇ କରିବାରେ ଦୃଷ୍ଟି ଦେଲେ । ଏଥିପାଇଁ ସେ ଏକ ସୁନ୍ଦର ସ୍ଥାନର ସନ୍ଧାନରେ ଥିବା ବେଳେ ପ୍ରାୟ ଦେଢ଼ ବର୍ଷ ପରେ କଲ୍ୟାଣୀ ନଗରରେ ଏକ ଅତୀବ ସୁନ୍ଦର ସ୍ଥାନରେ ନିଜର ରେଷ୍ଟୁରାଣ୍ଟ ଆରମ୍ଭ କରିବାକୁ ଠିକ କଲେ । ମିତା ସମସ୍ତ ଟେକନିକାଲ ଦାୟୀତ୍ୱ ସମ୍ଭାଳିବେ ଓ ତାଙ୍କ ବାନ୍ଧବୀ ଆର୍ଥିକ ଦିଗ ସମ୍ଭାଳିବାକୁ ପୂର୍ବରୁ ସ୍ଥିରିକୃତ ହୋଇଥିଲା । କିନ୍ତୁ ଭାଗ୍ୟରେ କିଛି ଅନ୍ୟ କାହାଣୀ ଲେଖାଥିଲା । ମିତାଙ୍କ ବାନ୍ଧବୀ ଶେଷ କ୍ଷଣରେ ଏଥିରୁ ଓହରିଗଲେ ।

ମିତା ଏଥିରେ ଭାଙ୍ଗି ନପଡି ନିଜର ସ୍ୱପ୍ନକୁ ବାସ୍ତବତାର ରୂପ ଦେବାକୁ ଏକାକୀ ଯାତ୍ରା ଆରମ୍ଭ କଲେ ଓ ରେଷ୍ଟୁରାଣ୍ଟ ଆରମ୍ଭ କଲେ । ସେ ନିଜର ସମସ୍ତ ପୁଞ୍ଜି ଜାଗା ଓ ସରଞ୍ଜାମ ରେ ବ୍ୟୟ କରିଦେଇଥିବାରୁ ମାର୍କେଟିଂ ପାଇଁ ଆଦୌ ଅର୍ଥ ନଥିଲା । ଆରମ୍ଭରେ ଲୋକମାନେ ରେଷ୍ଟୁରାଣ୍ଟ ଖୋଜି ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପ୍ରଥମ ଦିନରୁ ମୌଖିକ ପରିଚୟରେ ଏହା ଗ୍ରାହକମାନଙ୍କୁ ବାଟ ଦେଖାଇଲା । ଧିରେ ଧିରେ ଲୋକମାନେ ଏଠାକୁ ଆସିବାକୁ ଲାଗିଲେ । ୬୦% ଗ୍ରାହକ ଥରେ ଆସିବାପରେ ବାରମ୍ବାର ଆସିବାକୁ ଲାଗିଲେ ଓ କିଛି ଲୋକ ଆସିବା ବନ୍ଦ କରିଦେଲେ କାରଣ ସେମାନଙ୍କୁ ଆମ ଖାଦ୍ୟର ସ୍ୱାଦ ପସନ୍ଦ ଆସିଲା ନାହିଁ । ୟୁରୋପିଆନ ଖାଦ୍ୟ ପ୍ରସ୍ତୁତିରେ ମସଲା ଭାବରେ ଲୁଣ ଓ ଗୋଲମରୀଚ ଅଧିକ ବ୍ୟବହାର ହୋଇଥାଏ । ଯାହା ପ୍ରାୟ କିଛି ଗ୍ରାହକଙ୍କୁ ପସନ୍ଦ ଆସିଲା ନାହିଁ । ତଥାପି ଆମେ ପ୍ରଥମରୁ କେବେ ବି ଆମର ଖାଦ୍ୟର ମାନ ଦଣ୍ଡରେ କିମ୍ବା ପ୍ରସ୍ତୁତିରେ ସାଲିସ କରିନାହୁଁ ।

ମିତାଙ୍କ ମତରେ ଏକ ବ୍ୟବସାୟରେ ତୁମେ ଯାହା ସେବା ଦେଉଛ ତାହା ଯେ ସମସ୍ତଙ୍କୁ ପସନ୍ଦ ଆସିବ ତାହା ଆଶା କରିବା ଠିକ ନୁହେଁ । କିମ୍ବା ସମସ୍ତଙ୍କୁ ନିଜର ସେବା ନେଇ ଶିକ୍ଷା ପ୍ରଦାନ କରିହେବନାହିଁ । ଅନେକ ଲୋକ ଏଠାକୁ ପାରମ୍ପରିକ ଭାରତୀୟ ରୋଷେଇ ପାଇବାକୁ ଆସୁଥିବା ବେଳେ ଏଠାରେ ଏହା ଉପଲବ୍ଧ ନଥିଲା । ତଥାପି ଆମେ ଆମର ଖାଦ୍ୟ ସେବାରେ ସର୍ବଦା ସଚେତନ ଓ ସଚ୍ଚୋଟ ଥିଲୁ ।

ପୋଷାଜୀବମାନଙ୍କୁ ଭଲ ପାଉଥିବା ମିତା ପୂର୍ବରୁ ପୁନେର ବିଭିନ୍ନ ପେଟ ଚାରିଟି ସହ ସମ୍ପୃକ୍ତଥିଲେ ଓ ବିଭିନ୍ନ ସ୍ଥାନରୁ ଉଚିଷ୍ଟ ସଂଗ୍ରହ କରି ପେଟ ଚାରିଟିମାନଙ୍କୁ ଦାନ କରୁଥିଲେ । ଏଥିପାଇଁ ସେ ଦ ଫ୍ଲୋର ୱର୍କ୍ସକୁ ଏକ ପେଟ ଫ୍ରେଣ୍ଡଲି ରେଷ୍ଟୁରାଣ୍ଟରେ ପରିଣତ କରିଦେଲେ । ଲୋକମାନେ ସେଠାକୁ ନିଜର ପେଟମାନଙ୍କୁ ନେଇ ଆସୁଛନ୍ତି ଓ ସେମାନଙ୍କୁ ଅତ୍ୟନ୍ତ ଆଦରର ସହିତ ବିଭିନ୍ନ ସେବା ପ୍ରଦାନ କରାଯାଉଛି ଓ ଯତ୍ନ ନିଆଯାଉଛି । ଏହାକୁ ଭାରତର ଅନ୍ୟାନ୍ୟ ରେଷ୍ଟୁରାଣ୍ଟଗୁଡିକ ପାଳନ କରିବା ଆବଶ୍ୟକ ବୋଲି ସେ ମତ ଦିଅନ୍ତି ।

ସୋସିଆଲ ମିଡିଆରେ ମିତାଙ୍କ The Flour Worksର ସଫଳତା ପରିସ୍ଫୁଟନ ଦେଖିବାକୁ ମିଳୁଥିବା ବେଳେ ସେ ଗତ ବର୍ଷରୁ ସେ ଜାଗା ପାଇଁ ଋଣ ଆଇଥିବା ଅର୍ଥ ପରିଶୋଧ କରୁଛନ୍ତି ଓ ନିକଟରେ ପୁନେର ୱାନୋରି ଠାରେ ଏହାର ଅନ୍ୟ ଏକ ଆଉଟ ଲେଟ ଖୋଲିଛନ୍ତି । ପୁନେ ସହରର ଚାରିଆଡେ ଛୋଟ ଛୋଟ ବେକେରୀ ଖୋଲିବାର ଲକ୍ଷ୍ୟ ରଖିଥିବା The Flour Works ସହରର ଅନ୍ୟ ଏକ କୋଣରେ ନୂଆ ରେଷ୍ଟୁରାଣ୍ଟ ଖୋଲିବାର ଯୋଜନା ରଖିଥିବାବେଳ ବର୍ତ୍ତମାନ ଏହାର ୬-୮ ଅଧିକ ବେକେରୀକୁ ସହଯୋଗ କରିବାର କ୍ଷମତା ରହିଛି ଓ ପାର୍ଟନରମାନଙ୍କ ସହ ମିଶି ଆମର ଏହି ଯୋଜନାକୁ ସଫଳ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ମିତା କହିଛନ୍ତି ।

ଆଧାର ୟୌର ଷ୍ଟୋରୀ

Last Modified : 1/16/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate