অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି, ୨୦୧୪(କାର୍ଯ୍ୟକାରିଣୀ ନକ୍ସା)

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି, ୨୦୧୪(କାର୍ଯ୍ୟକାରିଣୀ ନକ୍ସା)

କାର୍ଯ୍ୟ ଶୈଳୀ

ସାମାଜିକ ନିୟମ ଓ ମୂଲ୍ୟବୋଧ

ଏହି ନୀତି ବାଳିକା ଓ ମହିଳା ମାନଙ୍କ ବିରୁଦ୍ଧରେ ପକ୍ଷପାତ କରୁଥିବା ଗତାନୁଗତିକ ମୂଲ୍ୟବୋଧ ଓ ଚିରସ୍ଥାୟୀ କରୁଥିବା ସାମାଜିକ ନିୟମର ପରିବର୍ତ୍ତନ ପ୍ରକ୍ରିୟା ଉପରେ ଗୁରୁତ୍ଵ ଆରୋପ କରେ । ବାଳିକା ଓ ମହିଳା ବିରୋଧ ହିଂସାର ମୁକାବିଲା କରିବା ପାଇଁ ଥିବା ଆଇନଗତ ସୁବିଧା ଉପରେ ସଚେତନତା ବୃଦ୍ଧି, ବାଳକ ଓ ପୁରୁଷ ମାନଙ୍କୁ ସମ୍ମାନପୂର୍ଣ୍ଣ ସମ୍ପର୍କ ଦୂତ ରୂପେ ପରିବେଷଣ କରି ଲିଙ୍ଗଗତ ସାମ୍ୟତା ରକ୍ଷା କରିବା ହେଉଛି ଏହି ପ୍ରକ୍ରିୟାର କିଛି କାର୍ଯ୍ୟକ୍ରମ । ଲିଙ୍ଗ ଭିତ୍ତିକ ପୃଥକ୍ ତଥ୍ୟ ଓ ଗବେଷଣା

ଏହି ନୀତି ଲିଙ୍ଗ ଭିତ୍ତିକ ପୃଥକ୍ ତଥ୍ୟ ସଂଗ୍ରହ ଓ ବିଶ୍ଳେଷଣକୁ ଅଗ୍ରାଧିକାର ଦେଇଛି । ପ୍ରମାଣ ଗଠନ ଓ ନିଷ୍ପତ୍ତି ଅବଗତ କରିବା ପାଇଁ ସଂଖ୍ୟା ଭିଜିକ ଓ ମାନଯୁକ୍ତ ଗବେଷଣାମାନ ହାତକୁ ନିଆଯିବ । ପରିବର୍ଜନକୁ ସୂଚିତ କରିବା ଉଦେଶ୍ୟରେ ଥିବା କାର୍ଯ୍ୟକ୍ରମ, ଯୋଜନା ଓ ସେବା ଏବଂ ସେଗୁଡିକର ପ୍ରଭାବ ଉପରେ ସ୍ଵାଧୀନ ମୂଲ୍ୟାଙ୍କନ ଓ ଗବେଷଣା କରାଯିବ ।

ସାମାଜିକ ଲିଙ୍ଗ ଭିତ୍ତିକ ସଚେତନତା ଓ ଦକ୍ଷତା ଗଠନ

ସାମାଜିକ ଲିଙ୍ଗ ଭିଜିକ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ଦକ୍ଷତା ଗଠନ ହଁ ଏହି ନୀତିକୁ କ୍ରିୟାଶୀଳ କରିବାର ଚାବିକାଠି । ସମସ୍ତ ବିଭାଗୀୟ ତଥା ଗ୍ରାମୀ, ପଞ୍ଚାୟତ, ଗୋଷ୍ଠୀ, ଜିଲ୍ଲା ଓ ରାଜ୍ୟ ସ୍ତରରେ ଥିବା ସମସ୍ତ ସରକାରୀ କର୍ମକର୍ତ୍ତା ମାନେ ଲିଙ୍ଗ ଭିଜିକ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ଲିଙ୍ଗଭିତ୍ତିକ ବିଷୟବସ୍ତୁ ପରେ ଗୋଷ୍ଠୀ ଗୁଡିକୁ ମଧ୍ୟ ସଚେତନ କରାଯିବ ।

ସାମାଜିକ ଲିଙ୍ଗଭିତ୍ତିକ ଅଟକଳ ଓ ଲିଙ୍ଗ ଭିତ୍ତିକ ସମୀକ୍ଷଣ

ସମ୍ପୃକ୍ତ ଥିବା ସମସ୍ତ ଅନୁଷ୍ଠାନମାନେ ଲିଙ୍ଗଭିତ୍ତିକ ଅଟକଳ କରିବେ ଓ ନୀତିର କାର୍ଯ୍ୟ ପରିଣତି ପାଇଁ ସମ୍ପଦ ଯୋଗାଡ କରିବେ । ବିଭିନ୍ନ ହସ୍ତକ୍ଷେପର ପ୍ରଭାବ ଓ ଫଳାଫଳର ମୂଲ୍ୟାଙ୍କନ ପାଇଁ ସମସ୍ତ ଗୁରୁତ୍ଵପୂର୍ଣ୍ଣ କ୍ଷେତ୍ରରେ ଲିଙ୍ଗଭିତ୍ତିକ ସମୀକ୍ଷାଳୁ ଏକ ଅବିଚ୍ଛେଦ୍ୟ କୌଶଳ ଭାବେ ଗ୍ରହଣ କରିବେ ।

ଏକାଭୀମୁଖତା

ବାଳିକା ଓ ମହିଳା ମାନଙ୍କର ସର୍ବଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଗୁଡିକ ମଧ୍ୟରେ ଏକାଭୀମୁଖତା ଓ ସମନ୍ଵୟତା ଏହି ନୀତିର ଏକ ମୁଖ୍ୟ ସିଦ୍ଧାନ୍ତ । ଲିଙ୍ଗ ଭିତ୍ତିକ ଉଦ୍ଦେଶ୍ୟମୂଳକ ଯୋଜନା, ନକ୍ସା ଓ କାର୍ଯ୍ୟକାରିଣୀକୁ ସୁନିଶ୍ଚିତ କରି ବିଭିନ୍ନ ବିଭାଗ ଗୁଡିକ ମଧ୍ୟରେ ପ୍ରଭେଦ ବିହିନ ଆନୁଷ୍ଠାନିକ ପଦ୍ଧତି ପ୍ରସ୍ତୁତ କରାଯିବ ।

ସ୍ୱଳ୍ପତା ଓ ଉତ୍ତରଦାୟୀତ୍ଵ

କାର୍ଯ୍ୟକାରିଣୀ ପ୍ରତିନିଧି ମାନେ ମାଲିକାନା ଭାବକୁ ଗଭୀର ସ୍ତରରେ ଅନ୍ତର୍ନିହିତ କରିବେ ଓ ସ୍ଵଚ୍ଛ, ଉତ୍ତରଦାୟୀ ଓ ସମୟାନୁବର୍ତୀ ହୋଇ ସେମାନଙ୍କର ନିଷ୍ପତ୍ତି, କାର୍ଯ୍ୟକଳାପ ଓ କାର୍ଯ୍ୟ ସମ୍ପଦନା ପାଇଁ ଉତ୍ତରଦାୟୀ ରହିବେ ।

ଆନୁଷ୍ଠାନିକ କୌଶଳ ଓ ନିରୀକ୍ଷଣ

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତା ରେ ରାଜ୍ୟ ମହିଳା ମିଶନ ଅଧିକାରୀ ଏହି ନୀତିର କାର୍ଯ୍ୟକାରିତାକୁ ନିରୀକ୍ଷଣ କରିବା ପାଇଁ ସର୍ବୋଚ୍ଚ ଅନୁଷ୍ଠାନ ହୋଇ ରହିବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତା ରେ ଶିଶୁ କନ୍ୟା ସୁରକ୍ଷା ଓ ଯତ୍ନ ଉଦ୍ଦେଶ୍ୟରେ ଥିବା ଟାସ୍କଫୋର୍ସ, ଅନ୍ତଃ ବିଭାଗୀୟ ସମନ୍ଵୟ ଆଣିବାର ଦାୟିତ୍ଵ ବହନ କରିବ । ମହିଳା ଓ ଶିଶୁ ବିକାଶ ବିଭାଗ ଏହି ନୀତିର ମୂଖ୍ୟ ପରିଚାଳନା ବିଭାଗ ହେବ ।

ବାଳିକା ଓ ମହିଳା ମାନଙ୍କର ବିକାଶ, ସଶକ୍ତିକଋଣ ଓ କୁଶଳତା ସୁନିଶ୍ଚିତ କରିବା ପାଇଁ ବର୍ତ୍ତମାନ କାର୍ଯ୍ୟରତ ଥିବା ରାଜ୍ୟ ମହିଳା କମିଶନ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ, ମହିଳା ବିକାଶ ସମବାୟ ନିଗମ, ମହିଳା ମାନଙ୍କ ପାଇଁ ରାଜ୍ୟ ସମ୍ପଦ କେନ୍ଦ୍ର, ଘରୋଇ ହିଂସା ବିରୋଧ ଆଇନ୍ ଅଧିକରେ ଥିବା ସୁରକ୍ଷା କର୍ମୀ, ଚାଲାଣ-ବିରୋଧ କମିଟି ତଥା ମହିଳା ଓ ଶିଶୁ ବିକାଶ ବିଭାଗରେ ଥିବା ଏହି ପରି ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକ ଏହି ନୀତିର କାର୍ଯ୍ୟକାରିଣୀରେ ସହଭାଗୀ ହେବେ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ରାଜ୍ୟ କମିଶନ ଓ ରାଜ୍ୟ ଶିଶୁ ମଙ୍ଗଳ ପରିଷଦ, ଇତ୍ୟାଦି ପରି ଅନ୍ୟ ଅନୁଷ୍ଠାନ ଗୁଡିକ ମଧ୍ୟ ବାଳିକା ଓ ମହିଳା ମାନଙ୍କ ବିଷୟ ବସ୍ତୁ ଦିଗରେ କେନ୍ଦ୍ରୀଭୂତ ପନ୍ଥାମାନ ସ୍ଥିର କରଜୋବ ।

ରାଜ୍ୟ ନୀତିର କାର୍ଯ୍ୟକାରିଣୀ ପାଇଁ ଆବଶ୍ୟକୀୟ କର୍ମପନ୍ଥା, ତଥ୍ୟ ଓ କାର୍ଯ୍ୟସୂଚୀ, ଆର୍ଥିକ ଓ ମାନବ ସମ୍ବଳ ସହିତ ଏକ ଆନୁଷ୍ଠାନିକ ନୀରିକ୍ଷଣ ନକ୍ସା ପ୍ରସ୍ତୁତ କରାଯିବ । ମହିଳା ଓ ଶିଶୁ ବିକାଶ ବିଭାଗ, ସମ୍ପୁକ୍ତ ଥିବା ସମସ୍ତ ବିଭାଗ ଗୁଡିକୁ ନେଇ ଏହି ନକ୍ସା ଏକତ୍ରିକଋଣ କରିବ ଓ ବାର୍ଷିକ ପ୍ରଗତିକୁ ପୁନରାଲୋଚନା ପାଇଁ ଟାକୁ ଫୋର୍ସ ଆଗରେ ଉପସ୍ଥାପନା କରିବା ଦାୟିତ୍ଵ ବହନ କରିବ ।

ନୀତିର ପୁନରାଲୋଚନା

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି (୨୦୧୪) ରେ କୌଣସି ପରିବର୍ତ୍ତନ ପାଇଁ ପାଞ୍ଚ ବର୍ଷ ପରେ ପୁନରାଲୋଚନା କରାଯିବ । କିନ୍ତୁ, ପରିସ୍ଥିତିର ଆବଶ୍ୟକତା ଅନୁଯାୟୀ ରାଜ୍ୟ ସରକାର ଯେ କୌଣସି ସମୟରେ ଏହି ନୀତିର ପରିବର୍ତ୍ତନ କରିପାରିବେ ।

ନିତୀର ବାଖ୍ୟା

ଏହି ନୀତିର ନିର୍ଦ୍ଦେଶନାମା ଓ କର୍ମପନ୍ଥାର କାର୍ଯ୍ୟକାରିତା ସମସ୍ତ ଅଂଶୀଦାର ମାନଙ୍କର ସାମୁହିକ ଦାୟିତ୍ଵ । ଏହି ନୀତିର କାର୍ଯ୍ୟକାରିଣୀ ସମ୍ବନ୍ଧିତ କୌଣସି ପ୍ରଶ୍ନ ଓ ବିବାଦ, ସେହି କାର୍ଯ୍ୟର ଦାୟିତ୍ଵରେ ଥିବା ଉପଯୁକ୍ତ ଅନୁଷ୍ଠାନକୁ ପଠାଯିବ ।

ଆଧାର – ଓଡିଶା ସରକାର

Last Modified : 5/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate