অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି ୨୦୧୪ (ଜୀବିକା)

ସଂଶକ୍ତିକରଣ ପାଇଁ ମର୍ଯ୍ୟାଦା ପୂର୍ଣ୍ଣ ଏବଂ ନିରନ୍ତର ଜୀବିକା

ଓଡ଼ିଶା ରାଜ୍ୟ ବାଳିକା ଓ ମହିଳା ନୀତି ୨୦୧୪ (ଜୀବିକା )ମହିଳା ମାନଙ୍କର ସଂଶକ୍ତିକରଣ ପାଇଁ ମର୍ଯ୍ୟାଦା ପୂର୍ଣ୍ଣ ଏବଂ ନିରନ୍ତର ଜୀବିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଖାଦ୍ୟ ନିରାପତ୍ତା: ଜମି, ଜଳ ଓ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦକୁ ଅନୁପ୍ରବେଶ; ଏବଂ ଉପଯୁକ୍ତ ଶିକ୍ଷା, ଦକ୍ଷତା ଓ ଋଣରାଶି ସହ ବଜାରର ମୁକାବିଲା କରିବାର ନିପୁଣତା ଇତ୍ୟାଦି ହେଉଛି ନିରନ୍ତର ଜୀବିକାର ମୂଳଦୁଆ ।

ସାମାଜିକ ଆନୁଷ୍ଠାନିକ ପକ୍ଷପାତ ବିଚାରଧାରା, ନିଷ୍ପତ୍ତି-ଗଠନ ପ୍ରକ୍ରିୟାରୁ ନିବୃତ ହେବା, କର୍ମ ସମ୍ବନ୍ଧୀୟ ଦେୟରେ ପ୍ରଭେଦ, ମହିଳାମାନଙ୍କ ଦ୍ଵାରା ହେଉଥିବା କାର୍ଯ୍ୟ ଗୁଡିକର ଅଦୃଶ୍ୟତା ଏବଂ କ୍ଲିଷ୍ଟ ଦ୍ଵାରା ଭାରାକ୍ରାନ୍ତ ହେବା ମହିଳାଙ୍କ ଜୀବିକାର ମୁଖ୍ୟ ପ୍ରତିବନ୍ଧକ ଅଟେ । ଏହା ସହିତ, ଶିକ୍ଷା, ଦକ୍ଷତା, ଋଣରାଶି, ବଜାର ଏବଂ ଆସବାବ, ପତ୍ରରେ ମାଲିକାନା ସତ୍ତ୍ଵରେ ଅନୁପ୍ରବେଶର ଅଭାବ, ବ୍ୟକ୍ତିଗତ ବା ଦଳଗତ ସ୍ତରରେ, ଗ୍ରାମୀଣ ଏବଂ ସହରାଞ୍ଚଳ ତଥା ଅନୁଷ୍ଠାନିକ ଏବଂ ଅଣଆନୁଷ୍ଠାନିକ କ୍ଷେତ୍ରରେ ମହିଳାମାନଙ୍କର ଜୀବିକାର ନିରାପତ୍ତା ପାଇଁ ବାଧା ସୃଷ୍ଟି କରିଥାଏ ।

ଏହି ପରିପ୍ରେକ୍ଷୀରେ 'ଜୀବିକା' ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ କ୍ଷେତ୍ରର ଦୃଷ୍ଟିକୋଣରୁ ପୃଥକ ଭାବେ ବିଚାର କରାଯାଇଛି । ଆହୁରି ମଧ୍ୟ, ସମ୍ଭାବ୍ୟ ବିପଦ ଅବସ୍ଥାରେ ରହିଥିବା ମହିଳା ଯେମିତିକି ଭିନ୍ନକ୍ଷମ ମହିଳା, ହିଂସା ଓ ଚାଲାଣରୁ ବର୍ତ୍ତିଥିବା ମହିଳା, ମହିଳା ରୂପଜୀବି ଏବଂ ଏଚଆଇଭି ଦ୍ଵାରା ପ୍ରଭାବିତ ମହିଳା ମାନଙ୍କର ଜୀବିକା ନିରାପଭାକୁ ସ୍ଵତନ୍ତ୍ର ଭାବେ ପ୍ରୋତ୍ସାହନ ଦିଆଯିବାର ଆବଶ୍ୟକତା ରହିଛି ।

ଆନୁଷ୍ଠାନିକ କ୍ଷେତ୍ର

ଆନୁଷ୍ଠାନିକ କ୍ଷେତ୍ରରେ ମହିଳା ମାନଙ୍କର ଅଂଶଗ୍ରହଣ, ସେମାନଙ୍କର ବିକାଶ ଓ ସଂଶକ୍ତିକରଣ ପାଇଁ ଅପରିହାର୍ଯ୍ୟ ଅଟେ । ରାଜ୍ୟରେ ଆନୁଷ୍ଠାନିକ ନିଯୁକ୍ତି କ୍ଷେତ୍ରରେ ମହିଳା ମାନଙ୍କ ଉପସ୍ଥାନ କମ୍ – ସମୁଦାୟ କର୍ମଚାରୀ ମାନଙ୍କର ମାତ୍ର ୧୬.୮ ପ୍ରତିଶତ ମହିଳା ଅଟନ୍ତି । ଯେହେତୁ ବାଳିକା ଓ ମହିଳା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ବଢ଼ିଛି ଏବଂ ବଜାରର ଚାହିଦା ପରିବର୍ତ୍ତନ ହେଉଛି, ଆନୁଷ୍ଠାନିକ ଜୀବିକା ପାଇଁ ଥିବା ସୁଯୋଗରେ ଅଂଶଗ୍ରହଣ କରିବାର ଆବଶ୍ୟକତା ସ୍ୱରୂପ ଦକ୍ଷତାର ବିକାଶ ଗୁରୁତ୍ଵପୂର୍ଣ୍ଣ ଅଟେ ।

ନିକଟରେ ଗଠନ କରାଯାଇଥିବା ରାଜ୍ୟ ନିଯୁକ୍ତି ମିଶନ୍ ଉଭୟ ପୁରୁଷ ଓ ମହିଳା ମାନଙ୍କ ପାଇଁ ଦକ୍ଷତା ଗଠନ, ପ୍ରଶିକ୍ଷଣ, କ୍ଷୁଦ୍ର ବ୍ୟବସାୟ ଏବଂ ନିଯୁକ୍ତି କୁ ଅଗ୍ରାଧୁକଋଣ କରିଛି । ଏହା ବ୍ୟତୀତ ବିଭିନ୍ନ ବିଭାଗ ମାଧ୍ୟମ ରେ ଯେମିତି କି ଉଚ୍ଚ ଶିକ୍ଷା ବିଭାଗ: ନିଯୁକ୍ତି କାରିଗରୀ । ଶିକ୍ର ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ; ତଫସିଲଭୁକ୍ତ ଜାତି ଓ ଜନଜାତି ବିକାଶ ବିଭାଗ, ବାସଗୃହ ଓ ସହରାଞ୍ଚଳ ବିକାଶ ବିଭାଗ: ଅତିକ୍ଷୁଦ୍ର, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ; ହସ୍ତତନ୍ତ, ତନ୍ତ ଓ ହସ୍ତଶିଳ୍ପ ବିଭାଗ ଗୁଡିକ ମାଧ୍ୟମ ରେ ମଧ୍ୟ ଦକ୍ଷତା ଗଠନ ପ୍ରଶିକ୍ଷଣ ଦିଆଯାଉଅଛି ।

ନୀତି ନିର୍ଦ୍ଦେଶନାମା

  1. ମହିଳା ଓ କିଶୋରୀ ବାଳିକା ମାନଙ୍କର ଅନ୍ତର୍ନିହିତ ଶକ୍ତିକୁ ପରିପ୍ରକାଶ କରିବା ପାଇଁ ଆନୁଷ୍ଠାନିକ ଜୀବିକା କ୍ଷେତ୍ରରେ ସେମାନଙ୍କର ଅଂଶଗ୍ରହଣ ତଥା ଦକ୍ଷତା ବିକାଶ ପାଇଁ ସୁଯୋଗ ଗୁଡିକର ବୃଦ୍ଧି କରାଯିବ ।
  2. ନିଯୁକ୍ତି ଓ କ୍ଷୁଦ୍ର ବ୍ୟବସାୟ ପାଇଁ ଏକ ସକ୍ଷମକାରୀ ପରିବେଶକୁ ତ୍ୱରାନ୍ୱିତ କରାଯିବ ।

କର୍ମ ପନ୍ଥା

  1. ଯୁବ ପିଢିର ମହିଳା ମାନଙ୍କର ଦକ୍ଷତା ବିକାଶ ପ୍ରଶିକ୍ଷଣ ପାଇଁ ଏକ ସ୍ଵତନ୍ତ୍ର ପ୍ରଚେଷ୍ଟା ହାତକୁ ନିଆଯିବ । ଆଶ୍ରୟ ଗୁହ, ସ୍ପନ୍ନ ମିଆଦି ବାସଗୃହ, ଜେଲଖାନା ଏବଂ ଏହି ପରି ଅନ୍ୟ ସ୍ଥାନରେ ରହୁଥିବା ମହିଳା ଓ ବାଳିକା ମାନଙ୍କ ପାଖରେ ପହଞ୍ଚି ପାରିବା ପରି ନିଯୁକ୍ତି ଦକ୍ଷତା ପ୍ରଶିକ୍ଷଣ ପାଇଁ ନିଦ୍ଧିଷ୍ଟ ପଦକ୍ଷେପ ମାନ ହାତକୁ ନିଆଯିବ ।
  2. ମହିଳା ମାନଙ୍କର ଦକ୍ଷତା ଓ ନିଯୁକ୍ତି ସମ୍ପର୍କିତ ପ୍ରଶିକ୍ଷଣର ପ୍ରୋସ୍ଥାହନ ଓ ନିରୀକ୍ଷଣ କରିବା ପାଇଁ ରାଜ୍ୟ ନିଯୁକ୍ତି ମିଶନରେ ଏକ ଉତ୍ସର୍ଗୀକୃତ ବିଭାଗ ସୃଷ୍ଟି କରାଯିବ ।
  3. ଦକ୍ଷତା ଗଠନ ପାଠ୍ୟକ୍ରମ, ନିଯୁକ୍ତି ଏବଂ ମହିଳା ମାନଙ୍କ ପାଇଁ ଥିବା କ୍ଷୁଦ୍ର / ସ୍ୱଚ୍ଛ ବ୍ୟବସାୟ ସୁଯୋଗ ଗୁଡିକ ସମ୍ବନ୍ଧରେ ସୂଚନା ସବୁକୁ ସ୍ଥାନୀୟ ଭାଷା ଓ ଲେଖାରେ ପ୍ରସାରଣ କରାଯିବ । ନିପଟ ମଫସଲ ବା ଅପହଞ୍ଚ ଅଞ୍ଚଳକୁ ବିଶେଷ ଗୁରୁତ୍ଵ ଦେଇ, ବାଳିକା ଓ ମହିଳା ମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଶିକ୍ଷାନୁଷ୍ଠାନ, ନିଯୁକ୍ତ ଯୋଗାଣ ସଂସ୍ଥା, ଏବଂ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ, ପଞ୍ଚାୟତିରାଜ ସଂସ୍ଥା ଏବଂ ଯୁବକ ସଂଘ ପରି ଗୋଷ୍ଠୀ ସ୍ତରୀୟ ଅନୁଷ୍ଠାନ ଗୁଡିକ ଦ୍ଵାରା କରାଯାଇ ପାରିବ ।
  4. ନିଯୁକ୍ତି ମିଶନ ମାଧ୍ୟମ ରେ ବିଦ୍ୟାଳୟକୁ ଯାଉନଥ୍ବା କିଶୋରୀ ବାଳିକା ମାନଙ୍କୁ ବୈଷୟିକ ପ୍ରଶିକ୍ଷଣ ଯୋଗାଇ ଦେବା ଉପରେ ଗୁରୁତ୍ଵ ଆରୋପ କରାଯିବ ।
  5. ଅଣ ପାରମ୍ପରିକ ଓ ଆଧୁନିକ ବ୍ୟବସାୟ ବିଷୟରେ ପ୍ରଶିକ୍ଷଣ ଦେବା ଓ ଦକ୍ଷତା ଗଠନ କାର୍ଯ୍ୟକ୍ରମ ପାଇଁ ଏକାଧୁକ ପସନ୍ଦ ଥିବା ଭଳି ଉପାୟ ଅବଲମ୍ବନ କରାଯିବ । ସୂଚନା କୌଶଳ, ବ୍ୟାଙ୍କିଙ୍ଗ, ଆତିଥ୍ୟ, ଯାତ୍ରା ଓ ପରିଭ୍ରମଣ, ସ୍ଵାସ୍ଥ୍ୟ ଯତ୍ନ ସେବା, ଖାଉଟି ଯତ୍ନ ସେବା ଏବଂ ଏହିପରି ଅନ୍ୟାନ୍ୟ ଆଧୁନିକ ବଜାରର ଚାହିଦାକୁ ମେଣ୍ଟାଇଲା ପରି ଦକ୍ଷତାଳୁ ଉତ୍ସାହିତ କରାଯିବ ।
  6. ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟରତ ମହିଳାମାନଙ୍କ ପାଇଁ ଆବାସିକ ଗୃହ ସ୍ଥାପନ କରାଯିବ । ଏହା ଦ୍ଵାରା ମହିଳା ମାନଙ୍କର ନିରାପଦ୍ଧା ଓ ସୁରକ୍ଷା ସୁନିଶ୍ଚିତ ହେବ ଓ ସେମାନେ ନିଜ ଘର ଠାରୁ ଦୂରରେ ଆନୁଷ୍ଠାନିକ କ୍ଷେତ୍ରରେ ସ୍ପକିରି କରିବାକୁ ଉତ୍ସାହିତ ହେବେ ।
  7. ସ୍ଵତନ୍ତ୍ର ପ୍ରୋତ୍ସାହନ , ଅର୍ଥରାଶି ଛାଡ, ବଜାରରେ ଉଦ୍ୟୋଗ ଭିତ୍ତିକ ବୈଷୟିକ ବ୍ୟବସ୍ଥାର ସୁବର୍ଦ୍ଦେବସ୍ତ ମାଧ୍ୟମରେ ମହିଳା ମାନଙ୍କର ଆତ୍ମ ନିଯୁକ୍ତି ଓ କ୍ଷୁଦ୍ର ବ୍ୟବସାୟ ଗୁଡିକୁ ସାହାଯ୍ୟ କରିବା ପାଇଁ ପଦକ୍ଷେପ ନିଆଯିବ ।
  8. କର୍ମରେ ପରିବର୍ଭନୀୟ ଧାର୍ଯ୍ୟ ସମୟ, ମାତୃତ୍ଵ ପାଇଁ ଗର୍ଭବତୀ ଓ ପ୍ରସ୍ତୁତି ମା'ର ସୁବିଧା ସୁଯୋଗ, ଶିଶୁ ଯତ୍ନ ପାଇଁ ସହାୟତା, ଏବଂ କର୍ମ ସଂସ୍ଥା ବା କର୍ମକ୍ଷେତ୍ରରେ ପୃଥକ ଶୌଚାଳୟ ଓ ଶିଶୁପାଳନର ସୁବିଧା ଦିଗରେ କାର୍ଯ୍ୟ କରାଯିବ ।

ଅଣଆନୁଷ୍ଠାନିକ କ୍ଷେତ୍ର

ଅଣଆନୁଷ୍ଠାନିକ କ୍ଷେତ୍ରରେ ମହିଳା ମାନଙ୍କର ଅଂଶଗ୍ରହଣ, ଅର୍ଥନିତୀରେ ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ହୋଇଥିଲେ ମଧ୍ୟ ଏହାକୁ ଉପଯୁକ୍ତ ମାନ୍ୟତା ଦିଆଯାଇନଥାଏ । ଅଣଆନୁଷ୍ଠାନିକ କ୍ଷେତ୍ରରେ ସେମାନଙ୍କର ଅଙ୍ଗୀକାର ଅନେକ ସମୟରେ ପାରମ୍ପରିକ ଅଟେ । କିନ୍ତୁ ବର୍ତ୍ତମାନ ଅନେକ ନୂଆ ନୂଆ ପନ୍ଥା ବାହାରିଲାଣି ଯାହା ଜୀବିକାର ଏକତ୍ରିକଋଣ ଓ ବିବିଧତା ପାଇଁ ଅଧିକ ସୁଯୋଗ ଯୋଗାଇ ଦେଇଛି । 'ମିଶନ ଶକ୍ତି' । ଜୀବିକା ଦିଗରେ ସରକାରଙ୍କର ଏକ ଉଲ୍ଲେଖନୀୟ ପଦକ୍ଷେପ, ଯେଉଁ ଅଭିଯାନରେ ଆଜି ପର୍ଯ୍ୟନ୍ତ ୫,୦୦,୦୦୦ ରୁ ଅଧିକ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗଠନ ହୋଇ ପାରିଛି । ଏହା ବ୍ୟତୀତ ମଜୁରି ଏବଂ ସ୍ଵୟଂ ନିଯୁକ୍ତି, ଓ ଉତ୍ପାଦନକ୍ଷମତାର ଅଭିବୃଦ୍ଧି ପାଇଁ ସୁବିଧା ଓ ସମ୍ପଦର ବିକାଶ ଦିଗରେ ପଦକ୍ଷେପମାନ ଗ୍ରହଣ କରାଯାଇଛି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ମହିଳା ମାନଙ୍କର ଅନ୍ତର୍ନିବେଶକୁ ସୁନିଶ୍ଚିତ କରି ଓଡ଼ିଶା ଜୀବିକା ମିଶନ ଅଧିକରେ ମହିଳା ଓ ମହିଳା ଗୋଷ୍ଠୀ ମାନଙ୍କୁରାଣ ଅର୍ଥରାଶି ଓ ସେମାନଙ୍କର ଦକ୍ଷତା ଗଠନ ପାଇଁ ସୁଯୋଗ ମଧ୍ୟ ଯୋଗାଇ ଦିଆଯାଉଛି ।

ନୀତି ନିର୍ଦ୍ଦେଶନାମା

  1. ମହିଳା ଓ ମହିଳା ଗୋଷ୍ଠୀ ମାନଙ୍କର ଚାଷ ଓ ଅଣଚାଷ କ୍ଷେତ୍ରରେ ଏବଂ ପ୍ରାକୃତିକ ସମ୍ପଦ ଉପରେ ନିର୍ଭରଶୀଳ ଜୀବିକାର ସୁଯୋଗ ତଥା ଏସବୁରେ ଅନୁପ୍ରବେଶକୁ ପ୍ରୋତ୍ସାହିତ କରାଯିବ ।
  2. ଭବିଷ୍ୟତରେ ମହିଳା ଗୋଷ୍ଠୀ ଓ ସଂଗଠନ ଗୁଡିକର କ୍ଷୁଦ୍ର ବ୍ୟବସାୟୀ ଭାବେ ଅଭିବୃଦ୍ଧି ପାଇଁ ଏକ ସାହାଯ୍ୟକାରୀ ପରିବେଶ ସୃଷ୍ଟି କରାଯିବ ।
  3. ମହିଳାମାନେ ମର୍ଯ୍ୟାଦାର ସହ ଓ ଭେଦଭାବ ରହିତ ଅବସ୍ଥାରେ କାମ କରିପାରିବା ପାଇଁ ପରିବେଶକୁ ସମ୍ବେଦନଶୀଳ କରାଯିବ ।

କର୍ମପନ୍ଥା

  1. ଜୀବିକାର ଉନ୍ନତିକଋଣ ପାଇଁ ପ୍ରଯୁକ୍ତି ବିଦ୍ୟା, ଅର୍ଥରାଶି, ଦକ୍ଷତା ଗଠନ, ବଜାର ଟାହିଦା ଏବଂ ସମ୍ପ୍ରସାରିତ ସେବା ପରି ସାଧନ ଗୁଡିକରେ ଅନୁପ୍ରବେଶକୁ ତ୍ଵରାନିତ କରାଯିବ ।
  2. ଆର୍ଥିକ ସାକ୍ଷରତା ଏବଂ ସେବା ଗୁଡିକରେ ମହିଳା ମାନଙ୍କର ସହଜ, ସରଳ, ସୂଚିତ ଏବଂ ନିରାପଦ ଅନୁପ୍ରବେଶ ପାଇଁ ଏକ ସକ୍ଷମକାରୀ ପରିବେଶ ପ୍ରବର୍ତ୍ତନ କରାଯିବ ।
  3. ମହିଳା ସ୍ଵୟଂ ସଦାୟିକା ମଣ୍ଡଳ, ଉତ୍ପାଦନ ସଂଗଠନ ଓ ମହିଳା ସମବାୟ ଗୁଡିକୁ ଉନ୍ନୀତ ଓ ସୁଦୃଢ଼ କରାଯିବ ଏବଂ ସେମାନଙ୍କୁ କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍କାନ କରିବା ପାଇଁ ପ୍ରଚଳିତ ହେଉଥିବା ତଥା ନୂତନ ବ୍ୟବସ୍ଥା ମାଧ୍ୟମରେ ଉପଯୁକ୍ତ ଦିଗଦର୍ଶନ ଯୋଗାଇ ଦିଆଯିବ ।
  4. ବିଭିନ୍ନ ପ୍ରକାରର ଅର୍ଥ ଉପାର୍ଜନ କାର୍ଯ୍ୟ ପାଇଁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗୁଡିକୁ ଅଣ ପାରମ୍ପରିକ ସୁଯୋଗ ଯୋଗାଇ ଦିଆଯିବ । ଆବଶ୍ୟକତା ଅନୁଯାୟୀ ଦକ୍ଷତା, ବଜାର ସହାୟତା ଏବଂ ସଂଯୋଗ ଯୋଗାଇ ଦିଆଯିବ ।
  5. ମହିଳା ଚାଷୀମାନଙ୍କୁ ଉତ୍ସାହିତ ଓ ପ୍ରୋତ୍ସାହିତ କରାଯିବ । ମହିଳା ଚାଷୀମାନଙ୍କ ପାଇଁ କୃଷି ସମ୍ବନ୍ଧୀୟ କାର୍ଯ୍ୟ ଗୁଡିକରେ ଉଦ୍ୟୋଗ ଭିଜିକ ଦକ୍ଷତା ଗଠନକୁ ସର୍ବୋଚ୍ଚ ଅଗ୍ରାଧିକାର ଦିଆଯିବ।
  6. ଶସ୍ୟ, ଅର୍ଥ ସମ୍ବନ୍ଧୀୟ ସେବା, ପ୍ରଯୁକ୍ତି ବିଦ୍ୟା ଓ ବଜାର ସଂଯୋଗ ବିଷୟରେ ମହିଳା ଗୋଷ୍ଠୀମାନଙ୍କୁ ବିସ୍ତୀର୍ଣ୍ଣ ସହାୟତା ଯୋଗାଇ ଦେବା ପାଇଁ ଏକକ ସେବା କେନ୍ଦ୍ର ସ୍ଥାପନ କରାଯିବ ।
  7. ମହିଳା ମାନଙ୍କ ପାଇଁ ଗୋଷ୍ଠୀ ପରିଚାଳିତ ଜୀବିକା ସମ୍ବଳ କେନ୍ଦ୍ର ଗୁଡିକୁ ଗ୍ରାମ ସ୍ତରରେ ପ୍ରୋତ୍ସାହିତ କରାଯିବ ।
  8. ଦେଶାନ୍ତରିତ ବାଳିକା ଓ ମହିଳାମାନଙ୍କ ପାଇଁ ଉତ୍ସ ଓ ଲକ୍ଷ ସୁଳରେ ସହାୟତା ଯୋଗାଇ ଦିଆଯିବ ।
  9. ଜଳ ଛାୟା, ଯୌଥ ଜଙ୍ଗଲ ପରିଗୋଳନା, ଲଘୁ ବନ୍ୟଜାତ ଦ୍ରବ୍ୟର ବିକ୍ରୟ ଓ ଏପରି ଅନ୍ୟାନ୍ୟ ବିଷୟ ଗୁଡିକର ପରିକଳ୍ପନା ଓ କାର୍ଯ୍ୟକାରୀ କରିବାର ପ୍ରତ୍ୟେକ ସୋପାନରେ ମହିଳାମାନଙ୍କ ସମାନ ଅଂଶ ଗ୍ରହଣକୁ ପ୍ରୋତ୍ସାହିତ କରାଯିବ ।
  10. ମହିଳା ମାନଙ୍କର କ୍ଲିଷ୍ଟ ହ୍ରାସ କରିବା ପାଇଁ ଏକ ଲିଙ୍ଗ ଭିତ୍ତିକ ସମ୍ବେଦନଶୀଳ ଓ ସଂସ୍କୃତିକ ଗ୍ରହଣୀୟ କୌଶଳ କାର୍ଯ୍ୟକାରୀ କରାଯିବ ।
  11. କୁଟୀର ଶିଳ୍ପ, ପାରମ୍ପାରିକ ହସ୍ତଶିଳ୍ପ ଓ ହସ୍ତତନ୍ତ ଏବଂ ମାଛଚାଷ, ଗୋପାଳନ, କୁକୁଡା ଚାଷ ଏବଂ ପଶୁପାଳନ ପରି ବୃତ୍ତି ଗୁଡିକରେ ପ୍ରଶିକ୍ଷଣ ଓ ପ୍ରଯୁକ୍ତି ବିଦ୍ୟାର ହସ୍ତକ୍ଷେପକୁ ପ୍ରୋତ୍ସାହିତ କରାଯିବ ।
  12. ଗ୍ରାମୀଣ ଅଞ୍ଚଳରେ ମହିଳା ଗୋଷ୍ଠୀ ଗୁଡିକ ଦ୍ଵାରା ସାମୁହିକ ସମ୍ପଦର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ ।
  13. ବୟସ୍କ ମହିଳା ମାନଙ୍କର ସ୍ଵୟଂସହାୟକ ଗୋଷ୍ଠୀକୁ ପ୍ରୋତ୍ସାହିତ କରାଯିବ ଓ ଦଳ ଗୁଡିକୁ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଗୁଡିକ ସହିତ ସଂଯୋଗ କରି ସାହାଯ୍ୟ କରାଯିବ ।

ଆଧାର – ଓଡିଶା ସରକାର

Last Modified : 8/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate