অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ କୌଶଳ ବିକାଶ ନିଯୋଗ

କୌଣସି ଦେଶର କୌଶଳ ଏବଂ ବିଦ୍ୟା ହେଉଛି ଅର୍ଥନୈତିକ ପ୍ରଗତି ଓ ସାମାଜିକ ଉନ୍ନତିର ଚାଳକ ଶକ୍ତି । ବିକଶିତ ଦେଶ ମାନଙ୍କ ତୁଳନାରେ, ଯେଉଁଠି କୁଶଳୀ ଶ୍ରମିକଙ୍କ ସଂଖ୍ୟା ସମୁଦାୟ ଶ୍ରମିକସଂଖ୍ୟାର ୬୦ ରୁ ୯୦ ପ୍ରତିଶତ ଥାଏ, ଭାରତର ଧନ୍ଦାମୂଳକ ତାଲିମପ୍ରାପ୍ତ ଶ୍ରମିକଙ୍କ ପ୍ରତିଶତ ହେଉଛି ପାଖାପାଖି ୫ ।

ଏହାକୁ ଅନୁଭବକରି, ପ୍ରାୟତଃ ୨୦ଟି ମନ୍ତ୍ରାଳୟ ତରଫରୁ ଧନ୍ଦାମୂଳକ ତାଲିମ ପାଇଁ ୭୦ରୁ ଊର୍ଦ୍ଧ୍ଵ କାର୍ଯ୍ୟକ୍ରମ ପ୍ରଚଳନ କରାଯାଉଛି ।  ଜାତୀୟ କୌଶଳ ବିକାଶ ମିଶନ, ଯାହା କୌଶଳ ବିକାଶ ଓ ଉଦ୍ଦ୍ୟମିତା ମନ୍ତ୍ରାଳୟ ଅନ୍ତର୍ଗତ ଜୁଲାଇ ୧୫, ୨୦୧୫ ଠାରୁ ଆରମ୍ଭ ହୋଇଛି, ଆନ୍ତରାଜ୍ୟ ସ୍ତରରେ, ବିଭାଗ ସ୍ତରରେ ସଂମିଳନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ଏକତ୍ରିକରଣ ଓ କୌଶଳ ର ସମନ୍ଵୟ ସହିତ ଏହା ନିଷ୍ପତ୍ତି ନେବା କ୍ଷେତ୍ରରେ ଶୀଘ୍ରତା ସହ ମାନକ ରକ୍ଷକରିବା ।

ନିଯୋଗ ବିବରଣ

ଭାରତରେ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓ ପରିଣାମ କୈନ୍ଦ୍ରିକ କୌଶଳ ବିକାଶ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରାଇବା; ଯଦ୍ୱାରା ଏକ ଭାରତୀୟ ନାଗରିକଙ୍କ ସତତ ଜୀବିକା ନିମନ୍ତେ କୁଶଳୀ ଶ୍ରମିକଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇପାରିବ ।

ନିଯୋଗ ଉଦ୍ଦେଶ୍ୟ

  1. ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓ ପରିଣାମ କୈନ୍ଦ୍ରିକ କୌଶଳ ବିକାଶ କାର୍ଯ୍ୟକ୍ରମ ପାଇଁ ଏକ କାର୍ଯ୍ୟ।ନ୍ଵୟନ ଢାଞ୍ଚା ତିଆରି କରିବା ଯାହାକି ଆଜୀବନ ଶିକ୍ଷା ପାଇଁ ସୁଯୋଗ ସୃଷ୍ଟି କରିବ । ବିଦ୍ୟାଳୟଗୁଡ଼ିକରେ କୌଶଳ ବିକାଶକୁ ପାଠ୍ୟକ୍ରମ ଅନ୍ତର୍ଗତ କରିବା, ଦୀର୍ଘକାଳୀନ ଓ ସ୍ଵଳ୍ପକାଳୀନ ନିଯୁକ୍ତି ପାଇଁ ତାଲିମପ୍ରାପ୍ତ ମାନଙ୍କ ଆଶାନୁରୂପ ସୁଯୋଗ ସୃଷ୍ଟି କରିବା ।
  2. ନିଯୁକ୍ତିଦାତା ତଥା ଶିଳ୍ପ କ୍ଷେତ୍ରରେ ଚାହିଦା ସହ ତାଳମେଳ ରଖି ତାଲିମପ୍ରାପ୍ତମାନଙ୍କ ଆଶାନୁରୂପ ପରିଣାମ କୈନ୍ଦ୍ରିକ ତାଲିମ ପ୍ରଦାନ କରିବା ।
  3. ଦେଶରେ କୌଶଳ ବିକାଶ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଗ୍ରହଣୀୟ ମାନକ ପ୍ରତିଷ୍ଠା କରିବା ପାଇଁ ଏକ ଗୁଣବତ୍ତା ଆଶ୍ଵାସନା ଢାଞ୍ଚା ପ୍ରସ୍ତୁତ କରିବା ଯାହା ସବୁ ମନ୍ତ୍ରାଳୟ ଓ ବିଭାଗ ଦ୍ଵାରା ଲାଗୁ ହେବ ।
  4. ମହତ୍ତ୍ଵପୂର୍ଣ୍ଣ ଅଣସଂଗଠିତ କ୍ଷେତ୍ରରେ, ଯଥା, ନିର୍ମାଣ, ଯେଉଁଥିରେ କୌଶଳ ବିକାଶ ପାଇଁ କମ ସୁଯୋଗ ଥାଏ, ସେଥିରେ କ୍ଷମତା ବର୍ଦ୍ଧନ କରିବା ଏବଂ ପୁନଃକୌଶଳ ଓ କୌଶଳ ବର୍ଦ୍ଧନ କରି ସେମାନଙ୍କୁ ମୁଖ୍ୟସ୍ରୋତ କୁ ଆଣିବା ।
  5. ଦୀର୍ଘସ୍ଥାୟୀ ପ୍ରବୀଣତା ନିମନ୍ତେ ଯଥେଷ୍ଟ ଓ ଉଚ୍ଚ ଗୁଣମାନର ସୁଯୋଗ ସୃଷ୍ଟି କରିବା, ଯାହା ଆନ୍ତର୍ଜାତୀୟ ସ୍ତରରେ ଗ୍ରହଣଯୋଗ୍ୟ ଶିକ୍ଷା ମାନକ ସହ ଖାପ ଖାଉଥିବ ଯଦ୍ୱାରା ଏକ କୁଶଳ କାରିଗର ଶ୍ରେଣୀ ସୃଷ୍ଟି କରିପାରିବ ।
  6. ଉଚ୍ଚ ଗୁଣମାନର ଶିକ୍ଷକ ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରିବା ଯଦ୍ୱାରା ପ୍ରବୀଣ ତାଲିମଦାତା ମାନଙ୍କ ଏକ ନେଟୱର୍କ ସୃଷ୍ଟି କରାଯାଇପାରିବ ।
  7. ସର୍ବସାଧାରଣ ଭିତ୍ତିଭୂମିଇତ୍ୟାଦି ସହ ଯୋଗସୂତ୍ର ରକ୍ଷାକାରୀ ସେଥିରୁ ସମ୍ବଳ ଉତ୍ତୋଳନ କରି ଏହି କ୍ଷେତ୍ରକୁ ସମୃଦ୍ଧ କରିବା
  8. ସାଗରପାରୀ ନିଯୁକ୍ତି ପାଇଁ ବିଶ୍ଵସ୍ତରୀୟ ମାନକ ଅନୁଯାୟୀ ଆନ୍ତର୍ଜାତୀୟ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା
  9. ଧନ୍ଦାମୂଳକ ଶିକ୍ଷା ଓ ଔପଚାରିକ ଶିକ୍ଷା ମଧ୍ୟରେ ରୁଣ ହସ୍ତାନ୍ତରଣ ଦ୍ଵାରା ସମନ୍ଵୟ ରକ୍ଷାକରିବା ।
  10. କୌଶଳ ବିକାଶ ସକାଶେ କେନ୍ଦ୍ରୀୟ ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଓ ବିଭାଗ ମଧ୍ୟରେ ଅଭିସରଣ ଓ ସମନ୍ଵୟ ପ୍ରୋତ୍ସାହିତ କରିବା ।
  11. ଦୁର୍ବଳ ଓ ବଞ୍ଚିତ ଶ୍ରେଣୀର ଲୋକଙ୍କୁ କେନ୍ଦ୍ରୀଭୂତ ଆଉଟରିଚ ଓ ଲକ୍ଷ୍ୟସ୍ଥିର କୌଶଳ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ସମର୍ଥନ କରିବା ।
  12. ଯୁବାବର୍ଗଙ୍କ ମଧ୍ୟରେ କୌଶଳ ବିକାଶର ଆକାଂକ୍ଷାକୁ ପ୍ରଶ୍ରୟ ଦେବା ।
  13. Labour Market Information System (LMIS) ନାମରେ ଏକ ରାଷ୍ଟ୍ରୀୟ ଡାଟାବେସ ତିଆରି କରିବା, ଯାହାକି ଏକ ପୋର୍ଟାଲ ହିସାବରେ କାମ କରିବ ଏବଂ ରାଷ୍ଟ୍ରର କୁଶଳୀ କାରିଗରଙ୍କ ଚାହିଦା ଓ ଯୋଗାଣ ମଧ୍ୟରେ ସମନ୍ଵୟ ରକ୍ଷା କରିବ । ଏହି LMIS ଗୋଟେପଟେ କୌଶଳ ବିକ୍ଷ ସମ୍ବନ୍ଧରେ ସାଧାରଣ ଲୋକଙ୍କୁ ସୂଚନା ପ୍ରଦାନ କରିବା ସହ ଅନ୍ୟପଟେ କୌଶଳ ବିକାଶ ପାଇଁ ଏହା ଏକ ମଞ୍ଚପରି କାର୍ଯ୍ୟ କରିବ ।

ନିଯୋଗ କାର୍ଯ୍ୟନୀତି

ପ୍ରାରମ୍ଭରେ ଏହି ନିଯୋଗରେ ସାତଟି ଇଉପିଏ ନିଯୋଗ ରହିବେ । ପ୍ରତ୍ୟେକ ଉପନିଯୋଗ ନିଯୋଗକୁ ସଶକ୍ତ କରିବା ସହ ଏହାର ଉପଦେଶ୍ୟ ସାଧନ ନିମିତ୍ତ ଚେଷ୍ଟା କରିବେ। ଉପନିଯୋଗ ଗୁଡିକର ଧ୍ୟାନକେନ୍ଦ୍ର ଗୁଡିକ ହେଲା:

  • ପ୍ରଚଳିତ ସଂସ୍ଥାଗତ ତାଲିମ ପ୍ରକ୍ରିୟା କୁ ସୁଧାରି ନୂତନ ସଂସ୍ଥା ଖୋଲିବା ତଥା ଦୀର୍ଘକାଳୀନ ଓ ସ୍ୱଳ୍ପକାଳୀନ କୌଶଳ ବିକାଶ ଚାହିଦା ମେଣ୍ଟାଇବା ।
  • କ୍ଷେତ୍ର ବିଶିଷ୍ଟ କୌଶଳ ବିକାଶ ତାଲିମ ପ୍ରଦାନ ।
  • ପ୍ରଚଳିତ କୌଶଳ ବିକାଶ ତାଲିମ କ୍ଷେତ୍ରରେ ଅଭିସରଣ ନିଶ୍ଚିତ କରିବା ।
  • କୌଶଳ ବିକାଶ ନିମନ୍ତେ ସର୍ବସାଧାରଣ ଭିତ୍ତିଭୂମିକୁ ବିନିଯୋଗ କରିବା ।
  • ତାଲିମଦାତାଙ୍କ ତାଲିମ ଉପରେ ଧ୍ୟାନକେନ୍ଦ୍ରିତ କରିବା ।
  • ସାଗରପାରୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।
  • ସତତ ଜୀବିକାକୁ ପ୍ରୋତ୍ସାହନ ଦେବା ।

ଉପନିଯୋଗ

କୌଶଳ ଉପନିଯୋଗ: ସଂସ୍ଥାଗତ ତାଲିମ

ଲକ୍ଷ୍ୟ :

  • ତାଲିମ ପ୍ରଦାନର ପରିମାଣ, ମାନ ଓ ବିସ୍ତାର ଓ ଫଳାଫଳ ଅଭିଯାନ ।
  • ଶିକ୍ଷାଗତ ଯୋଗ୍ୟତା ଓ ନିଯୁକ୍ତି କ୍ଷେତ୍ରରେ ସମାନ୍ତରାଳ ତଥା ସିଧା ମାର୍ଗ ସୃଷ୍ଟି କରିବା ।
  • ଉଚ୍ଚ ନିଯୁକ୍ତି ସୁଯୋଗ ଲକ୍ଷ୍ୟରେ ଚାହିଦା ସଞ୍ଚାଳିତ, ପରିଣାମ କୈନ୍ଦ୍ରିକ ତାଲିମ ପ୍ରଦାନ କରିବା ।
  • ପ୍ରଚଳିତ ସମସ୍ତ ତାଲିମ ଅନୁଷ୍ଠାନ ଯଥା: DDG (ତାଲିମ) ଅଧିନସ୍ଥ ITI, ATI, ଗୁଡିକର ଉନ୍ନୟନ ତଥା ଆଧୁନିକିକରଣ କରିବା ଓ ସେମାନଙ୍କୁ ଶିଳ୍ପ ଚାହିଦା ଅନୁଯାୟୀ ଅଧିକ ଅନୁକ୍ରିୟାଶୀଳ କରାଇବା ।
  • ଏହି ଅନୁଷ୍ଠାନ ମାନଙ୍କର ପାଞ୍ଚୋଟି ମହତ୍ଵପୂର୍ଣ କ୍ଷେତ୍ରରେ ସୁଧାର ଆଣିବା ।
    • ପାଠ୍ୟକ୍ରମ ନମନୀୟତା
    • ତାଲିମ ଉପକରଣ ଓ କର୍ମଶାଳା
    • ଶିକ୍ଷାଶାସ୍ତ୍ର
    • ଶିଳ୍ପ interface
    • ବିତ୍ତୀୟ ଆଦର୍ଶ
  • Apprenticeship ମାଧ୍ୟମରେ ରୋଜଗାର ସହ ଶିକ୍ଷାକୁ ପ୍ରୋତ୍ସାହନ ଦେଇ ତାଲିମକୁ ସଶକ୍ତ କରାଇବା ।
  • କୌଶଳ ବିକାଶକୁ ଆକାଂକ୍ଷା ଆଧାରିତ କରାଇ ଓ ନିଯୁକ୍ତି ସୃଷ୍ଟି ସମ୍ଭାବନା ବଢାଇ, ଧନ୍ଦାମୂଳକ ତାଲିମ ଉପରେ ଥିବା ଲୋକଙ୍କ ଧାରଣା ବଦଳାଇବା।

ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ click here.

ଆଧାର - "ଜାତୀୟ କୌଶଳ ବିକାଶ ଓ ଉଦ୍ୟୋଗ"

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate