অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ରୁର୍ବାନ ମିଶନ (NRuM)

ଭାରତର ଗ୍ରାମୀଣ ଅଞ୍ଚଳଗୁଡିକରେ ଅଧିକାଂଶ ବସତିଗୁଡିକ କୌଣସି ଏକାକୀ ବସତି ନୁହନ୍ତି, ବରଂ ବଡ ବଡ ଗ୍ରାମପୁଞ୍ଜର, ଯାହା ପାଖାପାଖି ଥାଏ, ତାହାର ଅଂଶ ବିଶେଷ । ଏହି ଗ୍ରାମପୁଞ୍ଜ ଗୁଡିକ ସାଧାରଣତଃ ସଂବୃଦ୍ଧିକ୍ଷମ ହୋଇଥାନ୍ତି, ସେମାନଙ୍କର ଅର୍ଥନୈତିକ ଦିଗ ଥାଏ ଓ ସ୍ଥାନୀୟ ଓ ପ୍ରତିଯୋଗିତାତ୍ମକ ଲାଭ ପାଇଥାନ୍ତି । ଥରେ ବିକଶିତ ହୋଇଗଲେ ସେମାନଙ୍କୁ ‘ରୁର୍ବାନ’ ଶ୍ରେଣୀଭୂକ୍ତ କରାଯାଇପାରେ । ଏହା ଲକ୍ଷ କରି ଏହି ରୁର୍ବାନ ଗୁଡିକର ଅର୍ଥନୈତିକ, ସାମାଜିକ ଓ ଭୂମିକାରୂପ ଉନ୍ନତିକଳ୍ପେ ଭାରତ ସରକାର ୨୧ ଫେବୃଆରୀ ୨୦୧୬ରେ ଜାତୀୟ ରୁର୍ବାନ ମିଶନ ପ୍ରାରମ୍ଭ କରିଛନ୍ତି ।

ଏହି ମିଶନ ଜରିଆରେ ୫ ବର୍ଷ ମଧ୍ୟରେ ୩୦୦ ରୁର୍ବାନ ପୁଞ୍ଜକୁ ବିକଶିତ କରିବାପାଇଁ ଲକ୍ଷ ରଖାଯାଇଛି । ସମସ୍ତ ଜରୁରୀ ସୁବିଧାସହ ସରକାରଙ୍କ ବିଭିନ୍ନ ପ୍ରକଳ୍ପ/ ଯୋଜନା ସହ ଏହାକୁ ସଂମିଳନ କରି ଏହି ପୁଞ୍ଜ ଗୁଡିକର ସଶକ୍ତିକରଣ କରାଯିବ ଓ ଧ୍ୟାନ-କେନ୍ଦ୍ରିତ ବିକାଶ ପାଇଁ ମହତ୍ଵପୂର୍ଣ୍ଣ ଅନ୍ତରାଳ ବିତ୍ତ (Critical Gap Funding) ମଧ୍ୟ ଯୋଗାଇଦିଆଯିବ ।

ଦୃଷ୍ଟିକୋଣ

ଜାତୀୟ ରୁର୍ବାନ ମିଶନର ଦୃଷ୍ଟିକୋଣ ହେଉଛି: ସାମ୍ୟତା ଓ ସମ୍ମିଳନତା ଉପରେ ପରୟବେଶିତ ଓ କେବଳ ସହରୀ ସୁବିଧା ଭାବେ ପରିଗଣିତ ହେଉଥିବା ସୁବିଧା ଗୁଡିକ ସହ ସାଲିସ ନକରି, ଗ୍ରାମପୁଞ୍ଜର ଉନ୍ନତିକରଣ ଯାହା ଗ୍ରାମୀଣ ଗୋଷ୍ଠୀ-ଜୀବନର ତତ୍ଵକୁ ରକ୍ଷା କରିବା ସହ ପରିପୋଷଣ ମଧ୍ୟ କରୁଥିବ । ଏହାଦ୍ବାରା ରୁର୍ବାନ ଗ୍ରାମଗୁଡିକର ଏକ ପୁଞ୍ଜ ସୃଷ୍ଟି ହୋଇପାରିବ ।

ଉଦ୍ଦେଶ୍ୟ

ଏହାର ଲକ୍ଷ ଓ ଉଦ୍ଦେଶ୍ୟ ହେଉଛି: ଯୋଜନା ଅନ୍ତର୍ଗତ ସମସ୍ତ ରୁର୍ବାନ ଗ୍ରାମଗୁଡିକର ଅର୍ଥନୈତିକ ବିକାଶ, ମୂଳଭୁତ ସେବା ପ୍ରଦାନରେ ଉନ୍ନତିକରି ଯୋଜନାବଦ୍ଧ ରୁର୍ବାନ ପୁଞ୍ଜ ସ୍ତୃଷ୍ଟି କରିବା ।

ପରିଣାମ

ଏହି ମିଶନର ବୃହତ ପରିଣାମ ଗୁଡିକ ହେଉଛି:

  • ସହର ଓ ଗ୍ରାମ ମଧ୍ୟରେ ଥୁବ ସାମାଜିକ, ଅର୍ଥନୈତିକ, ପ୍ରଯୁକ୍ତିଗତ, ସୁବିଧା ଓ ସେବା ରେ ଥିବା ତାରତମ୍ୟ ଦୂର କରିବା ।
  • ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ଦେଇ ଦାରିଦ୍ର୍ୟ କମ କରିବା ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।
  • ଅଞ୍ଚଳରେ ବିକାଶସାଧନ କରିବା ।
  • ଗ୍ରାମାଞ୍ଚଳରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ।

ରୁର୍ବାନ ପୁଞ୍ଜ

ସମତଳ ଓ ସମୁଦ୍ରକୂଳ ଅଞ୍ଚଳରେ ୨୫୦୦୦ ରୁ ୫୦୦୦୦ ଜନସଂଖ୍ୟା ଥିବା ଓ ଭୌଗଳିକ ଭାବେ ପାଖାପାଖି ଅବସ୍ଥିତ କେତେକ ଗ୍ରାମ ଗୁଡିକୁ ଏବଂ  ମରୁଭୂମି, ପାହାଡିଆ ଓ ଆଦିବାସିବହୁଳ ଅଞ୍ଚଳରେ ୫୦୦୦ ରୁ ୫୦୦୦୦ ଜନସଂଖ୍ୟା ଥିବା ଓ ଭୌଗଳିକ ଭାବେ ପାଖାପାଖି ଅବସ୍ଥିତ କେତେକ ଗ୍ରାମ ଗୁଡିକୁନେଇ ଏକ ରୁର୍ବାନ ପୁଞ୍ଜ ହୁଏ । ଯେତେଦୂର ସମ୍ଭବ, ଏହା ଏକ ଗ୍ରାମପଞ୍ଚାୟତର ପ୍ରଶାସନିକ ସଂମିଳନ ଢାଞ୍ଚା ଅନୁସାରେ କାର୍ଯ୍ୟ କରିବ ଓ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ଗୋଟିଏ ବ୍ଲକ ବା ତହସିଲ ମଧ୍ୟରେ ଅବସ୍ଥିତ ହୋଇଥିବ ।

ରୁର୍ବାନ ପୁଞ୍ଜ ଚୟନ ପ୍ରକ୍ରିୟା

ଜାତୀୟ ରୁର୍ବାନ ମିଶନ ଅନ୍ତର୍ଗତ ୨ ପ୍ରକାରର ରୁର୍ବାନ ପୁଞ୍ଜ ରହିବେ: ଆଦିବାସୀ ଓ ଅଣ-ଆଦିବାସୀ । ପ୍ରତ୍ୟେକଙ୍କ ପାଇଁ ଚୟନ ପ୍ରକ୍ରିୟା ଭିନ୍ନ । ଚୟନ ପ୍ରକ୍ରିୟାରେ ରାଜ୍ୟମାନେ ବଡ ବଡ ଗ୍ରାମ ବା ପଞ୍ଚାୟତକୁ; ଯେଉଁଥିରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯଥେଷ୍ଟ ସୁଯୋଗ ଥିବ ଏବଂ ସ୍ଥାନୀୟ ଭାବେ ସମ୍ବଳ ଉପଲବ୍ଧ ହେଉଥିବ, ଚିହ୍ନଟ କରିପାରନ୍ତି । ଏହି ଅଞ୍ଚଳ ବ୍ଲକ ମୁଖ୍ୟାଳୟ ଗ୍ରାମ କିମ୍ବା ଜନଗଣନା ସହର ମଧ୍ୟ ହୋଇପାରେ । ଏହାପରେ ଏହି ଗ୍ରାମ/ ଗ୍ରାମପଞ୍ଚାୟତର ୧୦ କିମି ବ୍ୟାସ ମଧ୍ୟରେ ପାଖାପାଖି ଅବସ୍ଥିତ ଗ୍ରାମ/ ଗ୍ରାମପଞ୍ଚାୟତ ଚିହ୍ନଟ କରି ଏକ  ରୁର୍ବାନ ପୁଞ୍ଜ ଗଠନ କରାଯିବ ।

ଅଣ-ଆଦିବାସୀ

ଅଣ-ଆଦିବସୀ ରୁର୍ବାନ ପୁଞ୍ଜ ଚୟନ ପାଇଁ ମନ୍ତରାଳୟ ସବୁ ରାଜ୍ୟମାନଙ୍କୁ  ଉପଜିଲ୍ଲାମାନଙ୍କର ଏକ ତାଲିକା ଦେବେ । ଏହି ତାଲିକା ନିମ୍ନ ସୂଚକ ଗୁଡିକ ଅନୁସାରେ ପ୍ରସ୍ତୁତ ହେବ:

  • ଗ୍ରାମ ଜନସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି
  • ଅଣ-କୃଷି କର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି
  • ଅର୍ଥନୈତିକ ପୁଞ୍ଜର ଉପସ୍ଥିତି
  • ପର୍ଯ୍ୟଟନ ଓ ତୀର୍ଥ ସମ୍ବନ୍ଧୀୟ ମହତ୍ଵ
  • ପରିବହନ ସୁବିଧା

ପ୍ରତ୍ୟେକ ସୂଚକକୁ ଯଥାବିଧି ମହତ୍ଵ ଦିଆଯାଇଛି । ତତ୍ପରେ ରାଜ୍ୟମାନେ ଚାହିଁଲେ ନିମ୍ନ ପ୍ରଦତ୍ତ କେତେକ ସୂଚକକୁ ମଧ୍ୟ ଅନ୍ତର୍ଭୁକ୍ତ କରାଇ ପାରିବେ; ଯଥା:

  • ଗ୍ରାମୀଣ ଜନସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି
  • ଭୂମି ମୂଲ୍ୟରେ ଅଭିବୃଦ୍ଧି
  • ଅଣ-କୃଷି କାର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି
  • ଝିଅ ପିଲାଙ୍କ ସ୍କୁଲରେ ନାମ ଲେଖାଇବା ପ୍ରତିଶତତା
  • ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ବ୍ୟାଙ୍କରେ ଖାତା ଖୋଲିଥିବା ଘରସଂଖ୍ୟାର ପ୍ରତିଶତତା
  • ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ)ର କାର୍ଯ୍ୟକାରିତା ।
  • ଗ୍ରାମପଞ୍ଚାୟତ ମାନଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ସୁଶାସନ ବ୍ୟବସ୍ଥା ।

ରାଜ୍ୟ ଚାହିଁଲେ ଅନ୍ୟାନ୍ୟ ସୂଚକ ମଧ୍ୟ ଗ୍ରହଣ କରିପାରିବେ। ଯାହାହେଉ; ଶେଷ ୪ଟି ସୂଚକ ୮୦% ମୂଲ୍ୟ ବହନ କରେ ଓ ରାଜ୍ୟ ମାନେ ଶେଷ ତିନୋଟି ସୂଚକ, ଯାହାର ମୂଲ୍ୟାୟନ ୨୦%, ନିଯେ ଚୟନ କରିପାରିବେ ।

ଆଦିବାସୀ

ମନ୍ତ୍ରାଳୟ ଆଦିବାସୀ ଜନସଂଖ୍ୟାକୁ ହିସାବକୁ ନେଇ ସର୍ବାଧିକ ଆଦିବାସୀ ବହୁଳ ୧୦୦ଟି ଜିଲ୍ଲା ଚିହ୍ନଟ କରିବେ । ନିମ୍ନଲିଖିତ ସୂଚକ ଗୁଡିକ ଉପରେ ଏହି ଚିହ୍ନଟିକରଣ ପ୍ରକ୍ରିୟା ନିର୍ଭର କରିବ ।

  • ଆଦିବାସୀ ଜନସଂଖ୍ୟା ର ଦଶବାର୍ଷିକୀ ଅଭିବୃଦ୍ଧି
  • ପ୍ରଚଳିତ ଆଦିବାସୀ ସାକ୍ଷରତା ହାର
  • ଅଣ-କୃଷି କାର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି
  • ଗ୍ରାମୀଣ ଜନସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି
  • ଅର୍ଥନୈତିକ ପୁଞ୍ଜର ଉପସ୍ଥିତି

ପ୍ରତ୍ୟେକ ସୂଚକକୁ ଯଥାବିଧି ମହତ୍ଵ ଦିଆଯାଇଛି । ତତ୍ପରେ ରାଜ୍ୟମାନେ ଚାହିଁଲେ ନିମ୍ନ ପ୍ରଦତ୍ତ କେତେକ ସୂଚକକୁ ମଧ୍ୟ ଅନ୍ତର୍ଭୁକ୍ତ କରାଇ ପାରିବେ; ଯଥା:

  • ଆଦିବାସୀ ଜନସଂଖ୍ୟା ର ଦଶବାର୍ଷିକୀ ଅଭିବୃଦ୍ଧି
  • ଆଦିବାସୀ ସାକ୍ଷରତା ହାରରେ ଅଭିବୃଦ୍ଧି
  • ଅଣ-କୃଷି କାର୍ମିକ ସଂଖ୍ୟାର ଦଶବାର୍ଷିକୀ ଅଭିବୃଦ୍ଧି

ଏହି ତିନୋଟି ଛଡା, ରାଜ୍ୟମାନେ ଚାହିଲେ ଅନ୍ୟାନ୍ୟ ସୂଚକ ମଧ୍ୟ ଯୋଡି ପାରିବେ; କିନ୍ତୁ ଯେପରି ଉପରୋକ୍ତ ତିନୋଟିର ମୂଲ୍ୟଭାର ୮୦%ରୁ କମନ ହୁଏ ।

ସ୍ରୋତ: ଜାତୀୟ ରୁର୍ବାନ ମିଶନ

ଅଧିକ ତଥ୍ୟ ପାଇଁ

  1. ଏଫକ୍ୟୁସ ଅନ ଜାତୀୟ ରୁର୍ବାନ ମିଶନ
  2. କାର୍ଯ୍ୟକାରୀ ପଦ୍ଧତି

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate