ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର
ସେଆର କରନ୍ତୁ

ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର

ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର,ସାଧାରଣ ବଣ୍ଟନ ବ୍ୟବସ୍ଥା ସବସିଡ଼ ସ୍ଥାନାନ୍ତରଣ ବ୍ୟବସ୍ଥାର

ଉପକ୍ରମ

ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (Direct Benefit Transfer) ସଂକ୍ଷେପରେ DBT ଭାରତ ସରକାରଙ୍କ ଦ୍ଵାରା ୧ ଜାନୁଆରୀ ୨୦୧୩ ମସିହାରେ ଉଦ୍ଘାଟିତ ହୋଇଥିଲା । ଏହା ସବସିଡ଼ ସ୍ଥାନାନ୍ତରଣ ବ୍ୟବସ୍ଥାର ପରିବର୍ତ୍ତନ ଆଣିବାକୁ ଏକ ପଦକ୍ଷେପ । ଏହି ଯୋଜନା ମାଧ୍ୟମରେ ହିତାଧିକାରୀ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସରକାରଙ୍କଠାରୁ ମିଳୁଥିବା ସବସିଡ଼ ସିଧା ପାଇପାରିବେ । ବ୍ୟାଙ୍କ ଆକାଉଣ୍ଟରେ ଏହି ସବସିଡ଼ ଜମା ଫଳରେ ଅନେକାଂଶରେ ବାଟମାରଣା ଏବଂ ବିଳମ୍ବ ଆଦି ସମସ୍ୟାମାନଙ୍କୁ ରୋକାଯାଇପାରିବ ବୋଲି ଆଶା କରାଯାଏ

ଗଠନ

ବିଭିନ୍ନ ସରକାରୀ ଆର୍ଥିକ ସହାୟତା ବଣ୍ଟନ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ଏବଂ ବାଟମାରଣା ରୋକିବା ହେଉଛି ଏହାର ପ୍ରାଥମିକ ଲକ୍ଷ୍ୟ । ସାଧାରଣତଃ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ନାଗରିକମାନେ ଏହି ବ୍ୟବସ୍ଥାକୁ ଉପଭୋଗ କରିବେ । କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟସଙ୍କ ଦ୍ଵାରା କେନ୍ଦ୍ରୀୟ ଯୋଜନା ପ୍ରଣୟନ ପରିଚାଳନା ବ୍ୟବସ୍ଥା (CPSMS) ଡିଟିବି ପ୍ରଚଳନକୁ ବଟେଇନେବାରେ ସାଧାରଣ ପ୍ଲାଟଫର୍ମ ଭାବେ କାର୍ଯ୍ୟକରିବ । NPCIର ଆଧାର ପୈଠ ବ୍ରିଜ୍ ବ୍ୟବହାର କରି CPSMS ହିତାଧିକାରୀ ତାଲିକା ପ୍ରସ୍ତୁତି ଡିଜିଟାଲ ଦସ୍ତଖତ ଏବଂ ବ୍ୟାଙ୍କ ଆକାଉଣ୍ଟରେ ପୈଠଗୁଡ଼ିକର ପ୍ରକ୍ରିୟାକରଣ କରିବ ।  ଡିବିଟି ସମ୍ବନ୍ଧୀୟ ସମସ୍ତ ଅର୍ଡରଗୁଡ଼ିକ CPSMS ଵେବସାଇଟରେ ଉପଲବ୍ଧ ଅଛି ।

ଇତିହାସ

ଏହି ବ୍ୟବସ୍ଥା ୧ ଜାନୁଆରୀ ୨୦୧୩ରେ କେତେକ ନିର୍ଦ୍ଦିଷ୍ଟ ସହରରେ ପ୍ରଚଳିତ ହୋଇଥିଲା । ଏହା ପ୍ରଥମେ ୨୦ ଟି ଜିଲ୍ଲାରେ ସ୍କଲାରଶିପ ଏବଂ ସମାଜିକ ସୁରକ୍ଷା ଭତ୍ତା ମଧ୍ୟମରେ ଆରମ୍ଭ ହୋଇଥିଲା ।

ଗ୍ରାମୀଣ ବିକାଶ ଏବଂ ପୂର୍ବତନ ୟୁନିୟନ ମନ୍ତ୍ରୀ ଜୟରାମ ରମେଶ ଏବଂ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ କିରଣ କୁମାର ରେଡି ପୂର୍ବ ଗୋଦାବରୀ ଜିଲ୍ଲାର ଗୋଲାପ୍ରଲୁ ଠାରେ ଜାନୁଆରୀ ୬, ୨୦୧୩ରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ବ୍ୟବସ୍ଥାର ଅଗ୍ରଗତି ସମୀକ୍ଷା ନିୟମିତ ଅନ୍ତରାଳରେ ହେବାକୁ ସରକାର ସ୍ଥିର କଲେ

ଏହି ବ୍ୟବସ୍ଥାର ପ୍ରଥମ ସମୀକ୍ଷା ଜାନୁଆରୀ ୧୫, ୨୦୧୫ରେ ନିର୍ଦ୍ଧାରଣ କରାଯାଇଥିଲା । ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି ଚିଦାମ୍ବରମଙ୍କ ଅନୁମତିରେ ଏହି ବ୍ୟବସ୍ଥା ୧ ଫେବୃଆରୀ ସୁଦ୍ଧା ୧୧ ଟି ଏବଂ ୧ ମାର୍ଚ୍ଚ ସୁଦ୍ଧା ଆଉ ୧୨ ଟି ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା ।

ଜୁଲାଇ ୧, ୨୦୧୩ରେ ଏହି ବ୍ୟବସ୍ଥାକୁ ୭୮ ଟି ଅଧିକ ଜିଲ୍ଲାରେ ଲାଗୁ କରିବାପାଇଁ ଏପ୍ରିଲ ମାସରେ ହୋଇଥିବା ସମୀକ୍ଷାବୈଠକରେ ତତ୍କାଳିନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏହି ନିଷ୍ପତି ନେଇଥିଲେ । ଏହି ୭୮ ନୂଆ ଜିଲ୍ଲା ମଧ୍ୟରେ ଉଭୟ ଉତ୍ତର ପ୍ରଦେଶ ଓ ହିମାଚଳ ପ୍ରଦେଶର ୬ ଟି ଲେଖାଏଁ ବିହାର ଏବଂ ତାମିଲନାଡୁର ୩ ଟି ଲେଖାଏଁ ପଶ୍ଚିମ ବଙ୍ଗ ରୁ ୨ ଟି ଏବଂ ଗୁଜରାଟ ଏବଂ ଓଡ଼ିଶାର ୪ ଟି ଲେଖାଏଁ ଜିଲ୍ଲା ସାମିଲ ହୋଇଥିଲେ ।

୫ ଅଗଷ୍ଟ ୨୦୧୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ଏକ ସମୀକ୍ଷାରେ ଜଣାଯାଇଥିଲା ଯେ CPSMS ମାଧ୍ୟମରେ ସିଂହଭାଗ ୮୩% (ଡିଟିବି) ପାଣ୍ଠି ସ୍ଥାନାନ୍ତର ଜନନୀ ସୁରକ୍ଷା ଯୋଜନା ଏବଂ ସ୍କଲରଶିପ ସ୍କିମ ଅଧିନରେ ହୋଇଥିଲା । ଏହି ସ୍କିମ ପାଇଁ ରେକର୍ଡଗୁଡ଼ିକର ଡିଟିବି ସଂଯୋଗୀକରଣରେ ଅନେକ କମ୍ପୁଟରୀକରଣ ଅବହେଳା ଦୃଷ୍ଟିଗୋଚର ହୋଇଥିଲା । ଆହୁରି ମଧ୍ୟ ବିଭିନ୍ନ ସ୍କିମରେ ଦିଟିବି ଆବଶ୍ୟକ କରୁଥିବା ୩୯.୭୬ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୫୬%ଙ୍କର ବ୍ୟାଙ୍କ ଆକାଉଣ୍ଟ ଅଛି । ୨୫.୩% ଙ୍କର ଉଭୟ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ନମ୍ବର ଅଛି କିନ୍ତୁ କେବଳ ୯.୬୨%ଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବର ସଂଯୋଗ ହୋଇଛି ।

ଡିଟିବି ଅନ୍ତର୍ଗତ କାର୍ଯ୍ୟକ୍ରମସମୂହ

ଜାତୀୟ ଶିଶୁ ଶ୍ରମିକ ନିରୋଧ ପ୍ରକଳ୍ପ

ଛାତ୍ର ବୃତ୍ତି
ଏଲପିଜି ସବସିଡ଼
ମନରେଗା ପାରିଶ୍ରମିକ
ଜନନୀ ସୁରକ୍ଷା ଯୋଜନା ଇତ୍ୟାଦି

ଜୁନ ୧, ୨୦୧୩ରେ ତତ୍କାଳୀନ ଗ୍ୟାସ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଏମ ବିରପ୍ପା ମୋଇଲୀ ଆଧାର ପଂଜିକରଣ ସରିଥିବା ଶ୍ରେଷ୍ଠ ୨୦ଟି ଜିଲ୍ଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏଲପିଜି ସିଲିଣ୍ଡରର ସବସିଡ଼ ଟଙ୍କା ଉପଭୋକ୍ତାମାନଙ୍କ ଆଧାର ସଂଯୁକ୍ତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମାହେବ । ସମସ୍ତ ଆଧାର ସଂଯୁକ୍ତ ଘରୋଇ ଏଲପିଜି ଉପଭୋକ୍ତା ଯେତେବେଳେ ସେମାନେ ତାଙ୍କର ପ୍ରଥମ ସବସିଡ଼ାଇଜ୍ଡ ସିଲିଣ୍ଡର ବୁକ କରିବେ, ଡେଲିଭରି ପୂର୍ବରୁ ସବସିଡ଼ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଆଗୁଆ ପାଇବେ ଯାହା ସେମାନଙ୍କୁ ସେହି ଅର୍ଥ ଦେଇ ବଜାରଦରରେ ଏକ ସିଲିଣ୍ଡରକୁ କିଣିପାରିବେ । ଏହିପରି ଭାବେ ବାର୍ଷିକ ସର୍ବାଧିକ ୧୨ଟି ସବସିଡ଼ଯୁକ୍ତ ସିଲିଣ୍ଡର କିଣିବା ପାଇଁ ଯୋଗ୍ୟ ହେବେ ।

DBTL ସ୍କିମର ପରିବର୍ତ୍ତିତ ସଂସ୍କରଣ: (ନଭେମ୍ବର ୨୦୧୪) ଭାରତ ସରକାରଙ୍କ ପରିବର୍ତ୍ତିତ Direct Benefit Transfer of LPG (DBTL) ସ୍କିମ ୧୧ ରାଜ୍ୟର ୫୪ ଟି ଜିଲ୍ଲା ସମେତ କେରଳର ସମସ୍ତ ଜିଲ୍ଲାରେ ନଭେମ୍ବର ୧୫,୨୦୧୪ରେ ଆରମ୍ଭ ହୋଇଥିଲା । ଯେଉଁଥିରେ ଏଲପିଜି ଉପଭୋକ୍ତା ଯେଉଁମାନେ ଏହି ସୁବିଧା ପାଇନାହାନ୍ତି, ଏହା ଅଧିନରେ ସବସିଡ଼ ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରେ ପାଇବେ ଏବଂ ସେହି ଏଲପିଜି ସିଲିଣ୍ଡରକୁ ସେମାନେ ବଜାର ଦରରେ କିଣିବେ ।

ସାଧାରଣ ବଣ୍ଟନ ବ୍ୟବସ୍ଥା

ସାଧାରଣ ବଣ୍ଟନ ବ୍ୟବସ୍ଥା (Public distribution system (PDS)) ଖାଦ୍ୟ, ଉପଭୋକ୍ତା ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ବାରା ସ୍ଥାପନା କରାଯାଇଥିବା ଏକ ବ୍ୟବସ୍ଥା । ଏହା ଯୁଗ୍ମ ଭାବେ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରେ । ଏହି ବ୍ୟବସ୍ଥାରେ ସବସିଡ଼ଯୁକ୍ତ ଖାଦ୍ୟ ଏବଂ ଅଣଖାଦ୍ୟପଦାର୍ଥ ଭାରତରେ ଗରିବମାନଙ୍କ ପାଇଁ ବଣ୍ଟନ କରାଯାଏ । ନିତ୍ୟ ବ୍ୟବହାର୍ଯ୍ୟ ସମେତ ମୂଳ ଭୋଜନ ଯଥା [[ଗହମ]], [[ଚାଉଳ]], [[ଚିନି]] , [[କିରୋସିନି]] ଆଦି ସମଗ୍ର ଦେଶରେ ସ୍ଥାପିତ ହୋଇଥିବା [[ସାଧାରଣ ବଣ୍ଟନ ଦୋକାନ]] ([[ରାସନ ଦୋକାନ]] ନାମରେ ମଧ୍ୟ ଜଣା) ନେଟଵର୍କ ଜରିଆରେ ବଣ୍ଟାଯାଏ । [[ଭାରତୀୟ ଖାଦ୍ୟ ଆୟୋଗ]](Food Corporation of India) ଏକ [[ସରକାରଙ୍କ ଉପକ୍ରମ]], ପିଡିଏସର ଯୋଗାଣ ଏବଂ ପରିଚାଳନା ଦାୟିତ୍ବ ନେଉଛି ।

ସାର୍ବଜନୀନ ଖର୍ଚ୍ଚକୁ ନଜର ପକାଇଲେ ଏହା ହେଉଛି ସବୁଠୁ ମୁଖ୍ୟ ଖାଦ୍ୟ ସୁରକ୍ଷା ନେଟଵର୍କ । ତେବେ ରାସନ ଦୋକାନଗୁଡ଼ିକ ଦ୍ବାରା ବିତରଣ ହେଉଥିବା ଖାଦ୍ୟ ଶସ୍ୟ ନିୟମିତ ଦରକାରୀ ଖର୍ଚ୍ଚ ମେଣ୍ଟାଇ ପାରୁନାହିଁ ଏବଂ ଏହା ଅନେକାଂଶରେ ନିମ୍ନମାନର ଅଟେ । ପିଡିଏସ ଶସ୍ୟର ଭାରତରେ ହାରାହାରି ଖର୍ଚ୍ଚ ସ୍ତର ବ୍ୟକ୍ତି ପିଛା ୧ କେଜି ପ୍ରତି ମାସ ଅଟେ । ପିଡିଏସ ମଧ୍ୟ ଏହାର ସହରାଞ୍ଚଳ ପାତରଅନ୍ତର ପାଇଁ ବହୁବାର ସମାଲୋଚିତ ହୋଇଛି ଏହା ବ୍ୟୟ ବହୁଳ ବ୍ୟବସ୍ଥା ଏବଂ ପ୍ରକୃତ ଗରିବଙ୍କଠାରୁ ଦାରିଦ୍ର୍ୟ ଦୂର କରିବାରେ ଅସମର୍ଥ ହୋଇଛି । ଏହା ଦୁର୍ନୀତିକୁ ପ୍ରଶୟ ଦେବାର ଏକ ମାଧ୍ୟମ ରୂପେ ପରିଚିତ ହୋଇଛି । ଏବେ ଚୀନ ବ୍ୟତିତ ଭାରତ ହେଉଛି ବିଶ୍ଵର ସର୍ବାଧିକ ଶସ୍ୟ ମହଜୁଦକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଏଥିପାଇଁ ଭାରତ ସରକାର ୭୫୦ ନିୟୁତ ($13.6 billion) ବାର୍ଷିକ ଖର୍ଚ୍ଚ କରନ୍ତି ଏହା ଜିଡିପି (GDP)ର ପାଖାପାଖି ୧ ପ୍ରତିଶତ ଅଟେ । ଭାରତରେ ଏବେଯାଏ ପ୍ରାୟ ୨୧ ପ୍ରତିଶତ କୁପୋଷଣର ଶିକାର ଅଟନ୍ତି । ଖାଦ୍ୟ ଶସ୍ୟ ବଣ୍ଟନ ସମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କର କାର୍ଯ୍ୟ ଅଟେ । ଏବେ ସୁଦ୍ଧା ଭାରତରେ ପ୍ରାୟ ୫୦୦,୦୦୦ ଫେୟାର ପ୍ରାଇସ ସପ ଅଛି ।

ଆଧାର

3.05555555556
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top