ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ନାଗରିକ ଅଧିକାର ସୁରକ୍ଷା ଆଇନ୍- ୧୯୫୫
ସେଆର କରନ୍ତୁ

ନାଗରିକ ଅଧିକାର ସୁରକ୍ଷା ଆଇନ୍- ୧୯୫୫

ଛୁଆଁ ଅଛୁଆଁ ଭେଦଭାବ ଓ ଏହାର ପ୍ରସାରକୁ ସଂପୂର୍ଣ୍ଣ ବିଲୋପ ପାଇଁ ଦଣ୍ଡ ବ୍ୟବସ୍ଥା କରିବା ଓ ଏହାଦ୍ଵାରା ସୃଷ୍ଟି ହେଉଥିବା ନାନାପ୍ରକାର ଅକ୍ଷମତା ଓ ତତ୍ ଜନିତ ବିଷୟଗୁଡିକୁ ସମାଧାନ କରିବା ପାଇଁ ଏହା ଗୋଟିଏ ଆଇନ୍ ।

ଛୁଆଁ ଅଛୁଆଁ

ଛୁଆଁ ଅଛୁଆଁ ଭେଦଭାବ ଓ ଏହାର ପ୍ରସାରକୁ ସଂପୂର୍ଣ୍ଣ ବିଲୋପ ପାଇଁ ଦଣ୍ଡ ବ୍ୟବସ୍ଥା କରିବା ଓ ଏହାଦ୍ଵାରା ସୃଷ୍ଟି ହେଉଥିବା ନାନାପ୍ରକାର ଅକ୍ଷମତା ଓ ତତ୍ ଜନିତ ବିଷୟଗୁଡିକୁ ସମାଧାନ କରିବା ପାଇଁ ଏହା ଗୋଟିଏ ଆଇନ୍ । ସାର୍ବଭୌମ ଭାରତର ଷଷ୍ଠତମ ବର୍ଷ ରେ ସଂସଦ ଦ୍ଵାରା ଏହାକୁ ଅନୁମୋଦନ କରାଗଲା ।

 

ସଂକ୍ଷିପ୍ତ ଶିରୋନାମା, ପରିସର ଏବଂ ପ୍ରାରମ୍ଭ

  1. ଏହି ଆଇନ୍ କୁ ନାଗରିକ ଅଧିକାର ସୁରକ୍ଷା ଆଇନ୍ - ୧୯୫୫ କୁହାଯିବ
  2. ଏହି ଆଇନ୍ ସମଗ୍ର ଭାରତରେ ଲାଗୁ ହେବ
  3. କେନ୍ଦ୍ର ସରକାରଙ୍କ ଗେଜେଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ ଠାରୁ ଏହା କାର୍ଯ୍ୟକାରୀ ହେବ ।

ପ୍ରାସଙ୍ଗିକ ପରିଭାଷା

ଏହି ଆଇନ୍ ରେ ଯେ ପର୍ଯ୍ୟନ୍ତ ପ୍ରାସଙ୍ଗିକ ପରିଭାଷା ଦରକାର ନହୋଇଛି -

  1. "ନାଗରିକ ଅଧିକାର"ର ଅର୍ଥ ସମ୍ବିଧାନର ଅନୁଚ୍ଛେଦ ୧୭ ଅନୁଯାୟୀ ଅସ୍ପୃଶ୍ୟତା/ଛୁଆଁ ଅଛୁଆଁ ଭେଦଭାବ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଅଧିକାର ।
    • "ହୋଟେଲ"ର ଅର୍ଥ ରହିବା ଘର, ବସାଘର, ଗାଧୋଇବା ସ୍ଥାନ/ଶୌଚାଳୟ ଓ ଚା' ଦୋକାନ ।
  2. "ସ୍ଥାନ'ର ଅର୍ଥ ଘର,କୋଠା ଏବଂ ଅନ୍ୟାନ୍ୟ ରହିବା ଘର ଏବଂ ପରିସର, ଏଥିସହିତ ତମ୍ବୁ, ଯାନ ବା ଜଳଯାନ ଏହାର ଅନ୍ତର୍ଭୁକ୍ତ ହେବ ।
  3. "ସାଧାରଣ ନାଗରିକମାନଙ୍କ ପାଇଁ ଆମୋଦ ସ୍ଥାନ" ର ଅର୍ଥ ସାଧାରଣ ବ୍ୟକ୍ତିଙ୍କ ପାଇଁ ମନୋରଞନର ସ୍ଥାନ । (ବ୍ୟାଖ୍ୟା - "ଆମୋଦ ପ୍ରମୋଦ" ଅର୍ଥ ଯେକୌଣସି ପ୍ରଦର୍ଶନୀ, ତାମସା, ଖେଳ ଓ କ୍ରୀଡା ବା ଅନ୍ୟାନ୍ୟ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ)
  4. "ସର୍ବସାଧାରଣ ପୂଜାସ୍ଥଳ"ର ଅର୍ଥ ଯେକୌଣସି ସ୍ଥାନ, ସାର୍ବଜନୀନ ଧାର୍ମିକ ପୂଜାସ୍ଥଳ ରୂପେ ବ୍ୟବହାର କରାଯାଉଥିବ କିମ୍ବା ଯେଉଁ ସ୍ଥାନଟି ସାଧାରଣ ଭାବେ ବା ଧାର୍ମିକ କାର୍ଯ୍ୟ ସଂପାଦନ ପାଇଁ ବା ପ୍ରାର୍ଥନା କରିବାକୁ ଯେକୌଣସି ସଂପ୍ରଦାୟର ବା ଜାତିର ଲୋକଙ୍କୁ ବ୍ୟବହାର ପାଇଁ ପ୍ରଦାନ କରାଯାଇଥିବ ଏହା :
    • ସମସ୍ତ ପୂଜାସ୍ଥାନ ଓ ତତ୍ ସଂଲଗ୍ନ ସହାୟକ ସ୍ଥାନ କିମ୍ବା ଅନ୍ୟ ସେହିପରି ସ୍ଥାନ କିମ୍ବା ଅନ୍ୟ ସେହିପରି ସ୍ଥାନ ।
    • ଏକ ଘରୋଇ ପୂଜାସ୍ଥଳ କିନ୍ତୁ ସର୍ବସାଧାରଣ ବ୍ୟବହାର ପାଇଁ ଏହାର ମାଲିକ ଅନୁମତି ପ୍ରଦାନ କରିଥିବେ ।
    • ସେହିଭଳି ସ୍ଥାନ ବା ସାହାଯ୍ୟରେ ତିଆରି ପୂଜାସ୍ଥଳୀ ଯେଉଁଟି ନିଜସ୍ୱ ଲୋକଙ୍କ ଅଧୀନରେ ଥିବ କିନ୍ତୁ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଥିବ ।
    1. "ବ୍ୟବସ୍ଥାପିତ"ର ଅର୍ଥ ଏହି ଆଇନ୍ ଅନୁସାରେ ତିଆରି ହୋଇଥିବା ନିୟମ ।
    2. "ଅନୁସୂଚୀତ ଜାତି" ଅର୍ଥ ସମ୍ବିଧାନର ୩୬୬ ଅନୁଚ୍ଛେଦର ୨୪ ଧାରା ଅନୁସାରେ ତାଲିକାଭୁକ୍ତ ହୋଇଥିବା ଜାତିଗୁଡିକ ।
  5. "ଦୋକାନ"ର ଅର୍ଥ ଯେଉଁ ଜାଗାରେ ନିଜ ବ୍ୟବହାର୍ଯ୍ୟ ଜିନିଷଗୁଡିକର ପାଇକାରୀ ବିକ୍ରି ବା ଖୁଚୁରା ବିକ୍ରି କରାଯାଏ ।
    • ଯେଉଁ ସ୍ଥାନରେ ଜିନିଷଗୁଡିକ ଶଗଡଗାଡିରୁ ବା ଭ୍ରାମ୍ୟମାଣ ଗାଡିରୁ ବୁଲାବିକାଳିମାନଙ୍କ ଦ୍ଵାରା ବା ବିକ୍ରେତାମାନଙ୍କ ଦ୍ଵାରା ବିକ୍ରି କରାଯାଏ ।
    • ଧୋବାତୁଠ ଏବଂ ବାଳକଟା ଦୋକାନ ।
    • ଯେଉଁ ସ୍ଥାନରେ ଗରାଖମାନଙ୍କୁ ଅନ୍ୟ ସେବା ପ୍ରଦାନ କରାଯାଏ ।

ଯଦି ଜଣେ 'ଛୁଆଁ -ଅଛୁଆଁ" ଭେଦଭାବକୁ ନେଇ କୌଣସି ବ୍ୟକ୍ତିଙ୍କୁ

  1. ଯେ କୌଣସି ସର୍ବସାଧାରଣ ପୂଜାସ୍ଥଳୀରେ ସବୁଧର୍ମର ସବୁଲୋକଙ୍କୁ ପୂଜାକରିବା ପାଇଁ ଅଧିକାର ଥିବାବେଳେ କିଛି ନିର୍ଦ୍ଧିଷ୍ଟ ବର୍ଗର ଲୋକଙ୍କୁ ଏହି ଅଧିକାରରୁ ବଞ୍ଚିତ କଲେ କିମ୍ବା
  2. କୌଣସି ଧର୍ମର ସମସ୍ତ ବ୍ୟକ୍ତି ବ୍ୟବହାର କରୁଥିବା ସର୍ବସାଧାରଣ ପୂଜାସ୍ଥଳୀରେ ପୂଜା, ପ୍ରାର୍ଥନା ବା ଧର୍ମକାର୍ଯ୍ୟ କରିବାକୁ କିମ୍ବା କୌଣସି କୂଅ, ପୋଖରୀ, ଝରଣା, ନଦୀ ବା ହ୍ରଦର ଜଳକୁ ଗାଧୋଇବା ପାଇଁ ବା ଅନ୍ୟଭାବରେ ବ୍ୟବହାର କରିବାକୁ ବା ନଦୀ, ହ୍ରଦ କିମ୍ବା ପୋଖରୀର କୌଣସି ଘାଟରେ ଗାଧୋଇବାକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପ୍ରତିରୋଧ କଲେ - ଦୋଷୀକୁ ଅତି କମ୍ ରେ ୧ମାସ ବା ଅତିବେଶୀରେ ୨ ମାସ ଜେଲ୍ ଦଣ୍ଡ ହେବ ଏବଂ ତା ସହିତ ଜୋରିମାନା ଆକାରରେ ଅତି କମ୍ ରେ ୧୦୦ ଟଙ୍କା ଏବଂ ଅତିବେଶୀରେ ୫୦୦ ଟଙ୍କା ଆଦାୟ କରାଯିବ ।
  3. ( ବ୍ୟାଖ୍ୟା - ଏହି ସେକ୍ସନ୍ ରେ ବ୍ୟବହାର ପାଇଁ, ବୁଦ୍ଧ, ଜୈନ, ଶିଖ୍ ବା ହିନ୍ଦୁଧର୍ମ ଗ୍ରହଣ କରିଥିବା । ଲୋକମାନେ ବା ହିନ୍ଦୁଧର୍ମର ଅନ୍ୟ ରୂପେ ଥିବା ଲୋକମାନେ, ଯେପରି ବିରସାହିଦ୍, ଲିଙ୍ଗାୟତ୍, ଆଦିବାସୀ, ବ୍ରହ୍ମ ଉପାସକ, ପ୍ରାର୍ଥନା ଧର୍ମ, ଆର୍ଯ୍ୟ ସମାଜ ଏବଂ ସ୍ଵାମୀ ନାରାୟଣ ସଂପ୍ରଦାୟମାନେ ମଧ୍ୟ ହିନ୍ଦୁ ବୋଲି ଅଭିଭୂକ୍ତ ହେବେ ।)

କେହି ଯଦି କୌଣସି ବ୍ୟକ୍ତିଙ୍କୁ "ଛୁଆଁ - ଅଛୁଆଁ" ଭେଦଭାବ ପାଇଁ

  1. କୌଣସି ଦୋକାନ, ସର୍ବସାଧାରଣ ଭୋଜନାଳୟ, ବିଶ୍ରାମଗାର ବା ସର୍ବସାଧାରଣ ମନୋରଞ୍ଜନ ସ୍ଥାନକୁ ପ୍ରବେଶ କରିବାକୁ କିମ୍ବା
  2. ଯେ କୌଣସି ଜାତିର ବ୍ୟକ୍ତିଙ୍କ ପାଇଁ କୌଣସି ସର୍ବସାଧାରଣ ଭୋଜନାଳୟରେ, ଧର୍ମଶାଳାରେ, ପଥିକଶାଳାରେ ବା ହୋଟେଲରେ ଥିବା ବାସନକୁଶନ ବା ଅନ୍ୟ ଜିନିଷକୁ ବ୍ୟବହାର କରିବାକୁ ବା
  3. ଯେକୌଣସି ପେଷା ଗ୍ରହଣ କରିବାକୁ ବା ଚାକିରି, ବ୍ୟବସାୟ ଅବା ବାଣିଜ୍ୟ କରିବାକୁ ବା
  4. ଅନ୍ୟ ଲୋକମାନଙ୍କୁ ବା ଅନ୍ୟଜାତିର ଲୋକମାନେ ବ୍ୟବହାର କରିବାକୁ ବା ପ୍ରବେଶ କରିବାକୁ ଅଧିକାର ପାଇଥିବା ସ୍ଥାନଗୁଡିକ ଯଥା ଯେକୌଣସି ନଦୀ, ଝରଣା, କୂଅ, ପୋଖରୀ, ଛୋଟ ପାଣିଟାଙ୍କି, ପାଣିକଳ ତଥା ଅନ୍ୟ ପାଣିଜାଗା ବା ଯେକୌଣସି ଗାଧୋଇବା ଘାଟ, ଶ୍ମଶାନ ବା ମଳମୂତ୍ର ତ୍ୟାଗ କରିବା ସ୍ଥାନ, କୌଣସି ରାସ୍ତା, ଗଳି ବା ସର୍ବସାଧାରଣ ଆଶ୍ରୟସ୍ଥଳୀ ଗୁଡିକରେ ପ୍ରବେଶ ବା ବ୍ୟବହାର କରିବାକୁ ବା
  5. ସଂପୂର୍ଣ୍ଣ ଭାବେ ବା କିଛି ଭାଗରେ ସରକାରୀ ସାହାଯ୍ୟ ବା ଅନୁଦାନରେ ଚାଲୁଥିବା, ଦାତବ୍ୟ ବା ସର୍ବସାଧାରଣ ବ୍ୟବହାର ଉପଯୋଗୀ ସ୍ଥାନକୁ ବ୍ୟବହାର କରିବାକୁ ବା ପ୍ରବେଶ କରିବାକୁ ବା,
  6. କୌଣସି ଦାତବ୍ୟ ଅନୁଷ୍ଠାନ ଦ୍ଵାରା ଯୋଗାଇ ଦିଆଯାଉଥିବା ସର୍ବସାଧାରଣଙ୍କ ପାଇଁ ସୁବିଧା ସୁଯୋଗ ବା ହାସଲ କରିବାରେ
  7. ସର୍ବସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଯାନବାହନରେ ପ୍ରବେଶ ବା ବ୍ୟବହାର କରିବା ବା
  8. ଯେକୌଣସି ଅଞ୍ଚଳରେ କୌଣସି ଆବାସିକ ଉଦ୍ଦେଶ୍ୟର ଅଧିକାର ଜାଗା, ରଖିବା ବା ତିଆରି କରିବାକୁ, ବା
  9. ଯେକୌଣସି ସଂପ୍ରଦାୟର ବା ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ଧର୍ମଶାଳା, ସରାଇ ବା ପଥିକଶାଳାର ବ୍ୟବହାର କରିବାକୁ ବା
  10. କୌଣସି ସାମାଜିକ ବା ଧାର୍ମିକ ଅନୁଷ୍ଠାନ, ଚଳଣି ଅବା ପ୍ରଥାକୁ ପାଳନ କରିବାକୁ ବା କୌଣସି ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ଶୋଭାଯାତ୍ରା ବାହାର କରିବାକୁ ଅଥବା ସେଥିରେ ଅଂଶଗ୍ରହଣ କରିବାକୁ ବା
  11. କୌଣସି ଅଳଙ୍କାର ବା କଳାକୃତି ବ୍ୟବହାର ପାଇଁ ବାରଣ କରାଯାଏ ତେବେ ଦୋଷୀକୁ ଅତିକମ୍ ରେ ୧ ମାସରୁ ୬ ମାସ ଜେଲ୍ ଦଣ୍ଡ ଏବଂ ତା' ସହିତ ଜୋରିମାନା ଆକାରରେ ଅତିକମ୍ ରେ ୧୦୦ ଟଙ୍କାରୁ ଏବଂ ଅତିବେଶୀରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ।
  12. (ବ୍ୟାଖ୍ୟା - ଏହି ଧାରାରେ ଅକ୍ଷମତା ପାଇଁ ବାଧ୍ୟ କରିବା ଅର୍ଥ ଛୁଆଁ ଅଛୁଆଁ ଭେଦଭାବକୁ ଆଧାରକରି ଯେକୌଣସି ଭେଦଭାବ ହେଉଥିଲେ )

ଯେ କେହି ଯଦି "ଛୁଆଁ ଅଛୁଆଁ' ପାଇଁ

  1. ଯେକୌଣସି ଜାତି ପାଇଁ ବା ଜନସାଧାରଣଙ୍କ ହିତ ପାଇଁ ସ୍ଥାପନ କରାଯାଇଥିବା କୌଣସି ଡାକ୍ତରଖାନା, ପାଠଶାଳା, ଔଷଧାଳୟ ବା କୌଣସି ଛାତ୍ରାବାସରେ କିଛି ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତି ପ୍ରବେଶକୁ ମନାକରେ ବା
  2. ଉପଲିଖିତ ଅନୁଷ୍ଠାନରେ ସେହି ବ୍ୟକ୍ତିମାନେ ପ୍ରବେଶ କଲାପରେ ଯଦି ଭେଦଭାବ ସୃଷ୍ଟି ପାଇଁ କୌଣସି କାର୍ଯ୍ୟକରେ ତେବେ ଦୋଷୀ ଅତିକମ୍ ରେ ୧ ମାସ ଏବଂ ଅତିବେଶୀରେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ତା' ସହିତ ଜୋରିମାନା ଆକାରରେ ଅତିକମ୍ ରେ ୧୦୦ ଟଙ୍କା ଏବଂ ଅତିବେଶୀରେ ୫୦୦ ଟଙ୍କା ଆଦାୟ କରାଯିବ ।

'ଛୁଆଁ ଅଛୁଆଁ" ବ୍ୟବସାୟ କ୍ଷେତ୍ରରେ

କେହି ଯଦି 'ଛୁଆଁ ଅଛୁଆଁ" ଭେଦଭାବ ପାଇଁ ସାଧାରଣ ବ୍ୟବସାୟ କ୍ଷେତ୍ରରେ ଯେକୌଣସି ବ୍ୟକ୍ତିଙ୍କୁ କୌଣସି ଜିନିଷ ବିକ୍ରି କରିବା ବା ଚାକିରି କରିବାକୁ ମନା କରନ୍ତି ସମାନ ସମୟରେ ସେହି ସ୍ଥାନରେ ଏବଂ ସମାନ ସର୍ତ୍ତ ଓ ଚୁକ୍ତିଥାଇ ଅନ୍ୟ ବର୍ଗର ବ୍ୟକ୍ତିଙ୍କୁ ସେହି ଜିନିଷର ବିକ୍ରି କରିବାକୁ ବା ଚାକିରି କରିବାକୁ ବା ଚାକିରି କରିବାକୁ ଦିଆଯାଏ ତେବେ ଦୋଷୀକୁ ଅତିକମ୍ ରେ ୬ମାସ ଏବଂ ଅତିକମ୍ ରେ ୧ମାସ ଜେଲ୍ ଦଣ୍ଡ ଦେବା ସହିତ ଜୋରିମାନା ବାବଦକୁ ଅତିକମ୍ ରେ ୧୦୦ ଟଙ୍କା ଏବଂ ଅତିବେଶୀରେ ୫୦୦ ଟଙ୍କା ଆଦାୟ କରାଯିବ ।

କୌଣସି ବ୍ୟକ୍ତିଙ୍କ ଦ୍ଵାରା

  1. ଯଦି ସମ୍ବିଧାନ ୧୭ ଅନୁଚ୍ଛେଦ ଅନୁସାରେ “ଛୁଆଁ ଅଛୁଆଁ” ଭେଦଭାବର ବିଲୋପ ପାଇଁ ଉର୍ଦ୍ଦିଷ୍ଟ ଅଧିକାରକୁ ବ୍ୟବହାର କରୁଥିବା ବ୍ୟକ୍ତିକୁ ବ୍ୟବାହର ନକରିବା ପାଇଁ ବାଧ୍ୟ କରାଯାଏ ବା
  2. ଯଦି କୌଣସି ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାରକୁ ବ୍ୟବହାର ନକରିବା ପାଇଁ ବାଧା, ଦିଆଯାଏ, ଉତ୍ପୀଡିତ କରାଯାଏ, ଆଘାତ ଦିଆଯାଏ, ବିରକ୍ତି କରାଯାଏ ବା ବାଧାଦେବା ପାଇଁ ଚେଷ୍ଟା କରାଯାଏ କିମ୍ବା ସେହି ଅଧିକାର ଥିବାରୁ ବା ବ୍ୟବହାର କରୁଥିବାରୁ ତାଙ୍କୁ ଉତ୍ପୀଡିତ କରାଯାଏ, ବିରକ୍ତି କରାଯାଏ, ଆଘାତ ଦିଆଯାଏ ବା ବାସନ୍ଦ କରାଯାଏ ବା
  3. ଯଦି “ଛୁଆଁ-ଅଛୁଆଁ” ପ୍ରଥାକୁ କୌଣସି ପ୍ରକାରରେ ବ୍ୟବାହର କରିବାକୁ କୌଣସି ଲେଖିବା ବା କହିବା ଶବ୍ଦ ମାଧ୍ୟମରେ ବା କୌଣସି ସ୍ଵାକ୍ଷର ବା ଦେଖିବା ପରି ପ୍ରତିବେଦନ ଦ୍ଵାରା କୌଣସି ଲୋକଙ୍କୁ ବା ଲୋକ ସମୂହକୁ ବା ସର୍ବସାଧାରଣଙ୍କୁ ଉସୁକାଯାଏ ବା ଉତ୍ସାହ ପ୍ରଦାନ କରାଯାଏ, ବା
  4. ଯଦି କୌଣସି ଅନୁସୂଚୀତ ଜାତିର ବ୍ୟକ୍ତିଙ୍କୁ ଅସ୍ପୃଶ୍ୟତାର ଦ୍ଵାହି ଦେଇ ଅପମାନ କରାଯାଏ ବା ଅପମାନ କରିବାକୁ ଚେଷ୍ଟା କରାଯାଏ, ତେବେ ଦୋଷୀକୁ ଅତିକମ୍ ରେ ୧ ମାସ ଏବଂ ଅତିବେଶୀରେ ୬ ମାସ ଜେଲ୍ ଦଣ୍ଡ ଦିଆଯିବା ସହିତ ଜୋରିମାନା ବାବଦକୁ ଅତିକମ୍ ରେ ୧୦୦ ଟଙ୍କା ଏବଂ ଅତିବେଶୀରେ ୫୦୦ ଟଙ୍କା ଆଦାୟ କରାଯିବ ।
  5. (ବ୍ୟାଖ୍ୟା -୧) ଗୋଟିଏ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବାଛନ୍ଦ କରିବା ପାଇଁ ବିଚାର କରିବ, ଯିଏ

    • କୌଣସି ଘର ବା ଜମି ଦଖଲ କରିବାକୁ ବା ବ୍ୟବହାର କରିବାକୁ ଅନୁମତି ପ୍ରଦାନ ନକରେ ବା ସେହିଭଳି ଲୋକମାନଙ୍କ ସହିତ ବ୍ୟବସାୟ କରିବାକୁ ବା ତାଙ୍କର ମୂଲ ଲାଗିବାକୁ ମନାକରେ ବା ପ୍ରଥା ଅନୁସାରେ ସେବା ଗ୍ରହଣ କରିବାକୁ ବା ସେବା ପ୍ରଦାନ କରିବାକୁ ମନାକରେ ବା ସାଧାରଣ ବ୍ୟବସାୟ ସହିତ ଜଡ଼ିତ କାର୍ଯ୍ୟ କରିବାକୁ ମନାକରେ ବା
    • ଯଦି ଜଣେ ବ୍ୟକ୍ତି, ଅନ୍ୟମାନଙ୍କ ସହିତ ସାଧାରଣ ସମ୍ବନ୍ଧ ରଖି ସେହି ବ୍ୟକ୍ତିଙ୍କୁ ସାମାଜିକ, ପେଷାଗତ ବା ବ୍ୟବସାୟିକ ସମ୍ବନ୍ଧରେ ଦୂରେଇ ଦିଏ ।
    • (ବ୍ୟାଖ୍ୟା -୨) ଧାରା (ଗ)ର ଉଦ୍ଦେଶ୍ୟ ସାଧନ ପାଇଁ ଜଣେ ବ୍ୟକ୍ତିଙ୍କୁ “ଛୁଆଁ-ଅଛୁଆଁ” ପ୍ରଥାକୁ ଉସୁକାଉଛି ବା ଉତ୍ସାହିତ କରୁଛି ବୋଲି ଧରାଯିବ :

      • ଯଦି ସେ, “ଛୁଆଁ-ଅଛୁଆଁ” ଭେଦଭାବକୁ ପ୍ରତ୍ୟକ୍ଷ ଭାବେ ବା ପରୋକ୍ଷ ଭାବେ ସମ୍ପାଦନ କରିବେ
      • ଯଦି ସେ, “ଛୁଆଁ-ଅଛୁଆଁ” ଭେଦଭାବକୁ ଐତିହାସିକ, ଦାର୍ଶନିକ, ଧାର୍ମିକ ବା କୌଣସି ପ୍ରଥା ଅନୁଯାୟୀ ବା ଅନ୍ୟକୌଣସି ବିଷୟକୁ ଆଧାରକରି ଏହାକୁ ଠିକ୍ ବୋଲି ଯୁକ୍ତି କରିବେ ।
      • ଯଦି କେହି ବ୍ୟକ୍ତିଙ୍କୁ ବା ତାଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାନ୍ତି, ତେବେ ତାଙ୍କୁ ସାଧାରଣ ଭାବରେ ଅତିବେଶୀରେ ୨ ବର୍ଷ ଜେଲଦଣ୍ଡ ଦିଆଯାଇଥିବା ସ୍ଥଳେ ଯଦି ସେହି ବ୍ୟକ୍ତି ହିଂସାଭାବ କରି ବା ପ୍ରତିଶୋଧ ପରାୟଣ ହୋଇ ସମ୍ବିଧାନର ୧୭ ଧାରା ଅନୁଯାୟୀ “ଛୁଆଁ-ଅଛୁଆଁ” ଭେଦଭାବକୁ ଉଚ୍ଛେଦ କରିବା ପାଇଁ ଉଦ୍ଦିଷ୍ଟ ଅଧିକାରକୁ ବ୍ୟବହାର କରୁଥିବା ଅନ୍ୟ ଏକ ବ୍ୟକ୍ତି ବା ତାଙ୍କ ସମ୍ପତ୍ତିକୁ କ୍ଷତି ପହଞ୍ଚାନ୍ତି ତେବେ ତାଙ୍କୁ ଏହି ଆଇନ୍ ଅନୁଯାୟୀ ଅତିକମ୍ ରେ ୨ ବର୍ଷ ଜେଲଦଣ୍ଡ ଦିଆଯିବା ସହିତ ଜୋରିମାନା ଆଦାୟ କରାଯିବ ।

ଯେ କେହି

  1. ଯଦି, ସେହି ସଂପ୍ରଦାୟ ବା ଅନ୍ୟ ସଂପ୍ରଦାୟର ବ୍ୟକ୍ତିଙ୍କୁ ଦିଆଯାଇଥିବା ଅଧିକାର ବା ବିଶେଷାଧିକାରକୁ ବ୍ୟବହାର କରିବାକୁ ମନାକରନ୍ତି ବା
  2. ଯଦି କୌଣସି ବ୍ୟକ୍ତି “ଛୁଆଁ-ଅଛୁଆଁ” ଭେଦଭାବ ମାନୁନଥିବାରୁ ତାଙ୍କୁ ବାସନ୍ଦ କରିବାରେ ସଂପୃକ୍ତ ଥା’ନ୍ତି ବା ଏହି ଆଇନ୍ ପାଳନ କରିବାରେ ବାଧା ସୃଷ୍ଟି କରନ୍ତି, ତେବେ
  3. ( ଦୋଷୀକୁ ଅତିକମ୍ ରେ ୧ମାସ ଏବଂ ଅତିବେଶୀରେ ୬ମାସ ଜେଲ୍ ଦଣ୍ଡ ସହିତ ଅତିକମ୍ ରେ ୧୦୦ ଟଙ୍କାରୁ ବା ଅତିବେଶୀରେ ୫୦୦ ତାଙ୍କ ଜୋରିମାନା ଆଦାୟ କରାଯିବ । )

    (୭କ.(୧)) ଯଦି କେହି “ଛୁଆଁ-ଅଛୁଆଁ” ପ୍ରଥା ପାଇଁ କୌଣସି ଲୋକଙ୍କୁ ମଇଳା ସଫା କରିବାରେ, ଝାଡୁଦେବାରେ, ମଲାଜୀବ ଜନ୍ତୁ ସଫା କରିବାରେ ବା କୌଣସି ପଶୁର ଚମଡା ଉତାରିବାରେ ବା କୌଣସି ପିଲାର ଜନ୍ମ ନାହି କାଟିବାକୁ ବା ସେହିଭଳି କିଛି କାର୍ଯ୍ୟ କରିବାକୁ ବାଧ୍ୟ କରନ୍ତି ତେବେ ସେହି ବ୍ୟକ୍ତିଙ୍କୁ “ଛୁଆଁ-ଅଛୁଆଁ” ର ଅସାମର୍ଥ୍ୟକୁ ବାଧ୍ୟ କରୁଛନ୍ତି ବୋଲି ଧରାଯିବ ।

  4. ଅଧିନିୟମ (୧) ଅନୁଯାୟୀ କେହି ଯଦି ଛୁଆଁ ଅଛୁଆଁ ପ୍ରଥା ମାନିବାକୁ ବାଧ୍ୟ କରନ୍ତି, ତେବେ ତାଙ୍କୁ ଅତିକମ୍ ରେ ୧ମାସ ଏବଂ ଅତିବେଶୀରେ ୬ମାସ ଜେଲ୍ ଦଣ୍ଡ ଦିଆଯିବ ଏବଂ ଜୋରିମାନା ଆକାରରେ ତାଙ୍କଠାରୁ ଅତିକମ୍ ରେ ୧୦୦ଟଙ୍କା ଏବଂ ଅତିବେଶୀରେ ୫୦୦ ଟଙ୍କା ଆଦାୟ କରାଯିବ । (ବ୍ୟାଖ୍ୟା – ଏହି ଅଧିନିୟମ ବ୍ୟବହାର ପାଇଁ “ବାଧ୍ୟ କରିବା” ଅର୍ଥ ସାମାଜିକ ବା ଅର୍ଥନୈତିକ ବାସନ୍ଦର ଭୟ ଦେଖାଇବା । )

ବ୍ୟବସାୟ କ୍ଷେତ୍ରରେ ଲାଇସେନ୍ସ

ଯଦି କୌଣସି ବ୍ୟକ୍ତି ଆଇନାନୁଯାୟୀ ଚାକିରି ବା ବ୍ୟବସାୟ କରିବା ପାଇଁ ଲାଇସେନ୍ସ ପ୍ରାପ୍ତ ହୋଇଥାନ୍ତି ଏବଂ ସେକ୍ସନ୍ -୬ ଅନୁଯାୟୀ କୌଣସି ଅପରାଧ ଘଟାଇ ତେବେ ନ୍ୟାୟାଳୟ କୌଣସି ଜୋରିମାନା ଆଦାୟ କରିବା ବଦଳରେ ତାଙ୍କର ଲାଇସେନ୍ସ ରଦ୍ଦ କରିବାକୁ ବା କିଛି ସମୟ ପାଇଁ ସ୍ଥଗିତ କରିବାକୁ ନିର୍ଦ୍ଦେଶ ଦେବେ । ଏହି ରଦ୍ଦ ବା ସ୍ଥଗିତ ରଖିବା ନିର୍ଦ୍ଦେଶନାମାଟି ନିୟମ ଅନୁଯାୟୀ ରଦ୍ଦ ବା ସ୍ଥଗିତ କରିବା ପାଇଁ ଥିବା ଭାରପ୍ରାପ୍ତ ଅଧିକାରୀଙ୍କ ନିୟମ ପରି ଧରାଯିବ । (ବ୍ୟାଖ୍ୟା- ଏହି ସେକ୍ସସନ୍ ରେ, “ ଲାଇସେନ୍ସ” କୁ କୌଣସି ଅନୁମତି ପତ୍ର ବା ଅନୁମତି ଭଳି ଧରାଯିବ । )

ଶିକ୍ଷା ସଂସ୍ଥା ବା ଛାତ୍ରାବାସ

ଯେତେବେଳେ କୌଣସି ସର୍ବସାଧାରଣ ପୂଜାସ୍ଥଳୀରେ ଥିବା କୌଣସି ଶିକ୍ଷା ସଂସ୍ଥା ବା ଛାତ୍ରାବାସର ପରିଚାଳକ ବା ନ୍ୟାସୀ ଯେ କି, ସରକାରଙ୍କ ଠାରୁ ଜମି ବା ଟଙ୍କା ଅନୁଦାନ ପାଇଥାନ୍ତି ଏବଂ ଏହି ଆଇନ୍ ଅନୁଯାୟୀ ଅପରାଧ କରନ୍ତି ଏବଂ ଏହି ଅପରାଧ ନାକଚ ହୋଇନଥାଏ, ତେବେ ସରକାର ପରିସ୍ଥିତି ଅନୁଯାୟୀ କିଛିଭାଗ ଅନୁଦାନ ବା ସମୁଦାୟ ଅନୁଦାନକୁ ରଦ୍ଦ କରିବାକୁ ବା ପୁନଃଗ୍ରହଣ ନକରିବା ପାଇଁ ଆଦେଶ ଦେବେ ।

ଅପରାଧ ବା ଅସତ୍ କାର୍ଯ୍ୟ

କେହି ଯଦି ଏହି ଆଇନ୍ ଅନୁଯାୟୀ ଅପରାଧ ବା ଅସତ୍ କାର୍ଯ୍ୟ କରନ୍ତି ତେବେ ସେ ଅପରାଧ ଅନୁଯାୟୀ ଦଣ୍ଡିତ ହେବେ ।

(ବ୍ୟାଖ୍ୟା- ଯଦି କୌଣସି ସରକାରୀ କର୍ମଚାରୀ ଚାଲାକ୍ କରି କୌଣସି ଅପରାଧର ତଦନ୍ତରେ ଅବହେଳା କରନ୍ତି, ତେବେ ଏହି ଆଇନ୍ ଅନୁଯାୟୀ ଅପରାଧ କରୁଛନ୍ତି ବୋଲି ବିବେଚିତ ହେବେ । )

  1. ଯଦି, ଧାର୍ଯ୍ୟ ରୀତି ଅନୁସାରେ ତଦନ୍ତ କରାଯିବା ପରେ ରାଜ୍ୟ ସରକାର ସନ୍ତୋଷ ଲାଭ କରନ୍ତି ଯେ, ସେହି ଅଞ୍ଚଳର ଅଧିବାସୀମାନେ ଏହି ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯାଉଥିବା ଦୋଷ କରନ୍ତି, କିମ୍ବା ଏହି ଆୟୋଗ ଅନୁଯାୟୀ ଦୋଷୀ ବ୍ୟକ୍ତିଙ୍କୁ ଲୁଚାଇ ରଖନ୍ତି, ଦୋଷୀମାନଙ୍କୁ ନିଜ ସାମର୍ଥ୍ୟ ଅନୁଯାୟୀ ଖୋଜି ବାହାର କରିବାରେ ବା ଗିରଫ କରିବାରେ ସାହାଯ୍ୟ ନକରନ୍ତି ବା ଦୋଷର ପ୍ରମାଣ ଗୁଡିକୁ ଲୁଚାଇ ଦିଅନ୍ତି, ତେବେ ରାଜ୍ୟ ସରକାର, ସରକାରୀ ଗେଜେଟ୍ ରେ ବିଜ୍ଞପ୍ତି ମାଧ୍ୟମରେ ସାମୂହିକ ଅର୍ଥ ଦଣ୍ଡାରୋପ କରିବେ ଏବଂ ଏହି ଅର୍ଥଦଣ୍ଡକୁ ସାମୂହିକ ଭାବେ ବାସିନ୍ଦାମାନଙ୍କ ମଧ୍ୟରେ ବଣ୍ଟାଯିବ । ଏହି ଅର୍ଥଦଣ୍ଡକୁ ଅବିଭୁକ୍ତ ହିନ୍ଦୁ ପରିବାରଙ୍କ ମଧ୍ୟରେ ବଣ୍ଟାଯିବ । ପରନ୍ତୁ ସବ୍-ସେକ୍ସନ୍-(୩) ଅନୁସାରେ କୌଣସି ଦରଖାସ୍ତ ଫଇସଲା ପାଇଁ ଦାଖଲ ହୋଇଥିଲେ ଧାର୍ଯ୍ୟ ଅର୍ଥଦଣ୍ଡକୁ ଆଦାୟ କରାଯାଇପାରିବ ନାହିଁ ।
  2. ସେହି ସାମୂହିକ ଜୋରିମାନା ଆଦାୟ ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳର ଅଧିବାସୀମାନଙ୍କୁ ସବ୍-ସେକ୍ସନ-
    • ଅନୁଯାୟୀ ତିଆରି କରାଯାଇଥିବା ବିଜ୍ଞପ୍ତିକୁ, ଡେଙ୍ଗୁରା ମାଧ୍ୟମରେ ବା ସେହିଭଳି କିଛି ବ୍ୟବସ୍ଥା ମାଧ୍ୟମରେ ପ୍ରଚାର କରାଯିବ ।
      • ଯଦି କୌଣସି ବ୍ୟକ୍ତି ସବ୍-ସେକ୍ସନ୍ (୧) ଅନୁଯାୟୀ ଜୋରିମାନା ଦ୍ଵାରା ବା ସାମୂହିକ ଅର୍ଥକୁ ଭାଗ ଭାଗ ପାଇଁ ଆଦେଶ ପାଇବା ଦ୍ଵାରା କ୍ଷୁବ୍ଧ ହୁଅନ୍ତି, ତେବେ ସେହି ଭାଗ କରିବା ପାଇଁ ଆଦେଶକୁ ବଦଳାଇବା ପାଇଁ ବା ଜୋରିମାନାକୁ ଛାଡ କରିବାକୁ ବିହିତ ସମୟସୀମା ମଧ୍ୟରେ ସରକାରଙ୍କ ନିକଟରେ ବା ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରେ ଦରଖାସ୍ତ ଦାଖଲ ପାଇଁ କୌଣସି ଫିସ୍ ଦରକାର ପଡିବ ନାହିଁ ।
      • ରାଜ୍ୟ ସରକାର ବା ତାଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଧିକାରୀ, ଆବେଦନକାରୀଙ୍କୁ ଶୁଣାଣି ପାଇଁ ଅନୁମୋଦନ କରିସାରିବା ପରେ ଏହିଭଳି ଏକ ଆଦେଶ ଦେଇପାରିବେ – କୌଣସି ବ୍ୟକ୍ତିଙ୍କ ଠାରୁ ଏହି ସେକ୍ସନ ଅନୁଯାୟୀ ଛାଡ କରାଯାଇଥିବା ଜୋରିମାନାକୁ ଆଦାୟ କରାଯିବ ନାହିଁ ଏବଂ ସେହି ଅଞ୍ଚଳରେ ଅଧିବାସୀମାନଙ୍କ ଉପରେ ସାମୂହିକ ଜୋରିମାନାକୁ, ଯାହାକି ସବ୍-ସେକ୍ସନ-
        • ଅନୁଯାୟୀ ଧାର୍ଯ୍ୟ ଥିବ, କିଛି ମାତ୍ରା ପର୍ଯ୍ୟନ୍ତ ଛାଡ କରିବା ପାଇଁ ବିଚାର କରାଯିବ।
      • ସବ୍-ସେକ୍ସନ(୩) ଅନୁଯାୟୀ ଆଇନ୍ ଥିବା ସତ୍ତ୍ୱେ, ରାଜ୍ୟ ସରକାର ଏହି ସେକ୍ସନ୍ ଅନୁଯାୟୀ ଦୋଷ କରିଥିବା ଯେକୌଣସି ଦୋଷୀଙ୍କୁ ବା ଯେକୌଣସି ବ୍ୟକ୍ତି, ଯେ କି ସବ୍-ସେକ୍ସନ (୧) ପରିସରଭୁକ୍ତ ହେଉନାହାନ୍ତି, ତାଙ୍କୁ ସାମୂହିକ ଜୋରିମାନା ବା ସେଥିରୁ କିଛି ଭାଗ ଛାଡ କରିଦେଇପାରିବେ ।
      • ଯେକୌଣସି ବ୍ୟକ୍ତିଙ୍କ (ଅବିଭକ୍ତ ହିନ୍ଦୁ ପରିବାର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ) ସାମୂହିକ ଜୋରିମାନାର ଭାଗକୁ ଆଦାୟ ଥିଲେ, ସେହି ବ୍ୟକ୍ତିଙ୍କ ଠାରୁ ନ୍ୟାୟାଳୟ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ଜୋରିମାନାକୁ ମାଜିଷ୍ଟ୍ରେଟ୍ ଙ୍କ ଦ୍ଵାରା ଜୋରିମାନା କରାଯାଇଛି ବୋଲି ଧରାଯାଇ ଦଣ୍ଡ ପ୍ରକ୍ରିୟା ସଂହିତା ୧୯୭୩ ଅନୁଯାୟୀ ଜୋରିମାନା ଅସୁଲ କରାଯିବ ।

ଅପରାଧ ବା ଅପକର୍ମ

ଏହି ଆଇନ୍ ଅନୁଯାୟୀ ଯଦି କେହି ପୂର୍ବରୁ ଦୋଷୀ ସାବ୍ୟସ୍ତ ହୋଇଥିବେ ବା ପୁନର୍ବାର ସେହିଭଳି ଅପରାଧ ବା ଅପକର୍ମ କରନ୍ତି ତେବେ –

  1. ଦ୍ଵିତୀୟବାର ଦୋଷ ପାଇଁ ସେହି ବ୍ୟକ୍ତିଙ୍କୁ ଅତିକମ୍ ରେ ୬ମାସରୁ ୧ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ ସହିତ ଜୋରିମାନା ବାବଦକୁ ଅତିକମ୍ ରେ ୨୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯିବ ।
  2. ତୃତୀୟବାର ବା ପରବର୍ତ୍ତୀ ଥର ଦୋଷ ପାଇଁ ସେହିବ୍ୟକ୍ତିଙ୍କୁ ଅତିକମ୍ ରେ ୧ ବର୍ଷରୁ ୨ ବର୍ଷ ଜେଲ୍ ଦଣ୍ଡ ସହିତ ଜୋରିମାନା ବାବଦକୁ ଅତିକମ୍ ରେ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ଆଦାୟ କରାଯିବ ।

କୋର୍ଟ

ଯଦି ଅନୁସୂଚୀତ ଜାତିମାନଙ୍କ ପ୍ରତି ଏହି ଆଇନ୍ ଅନୁଯାୟୀ ଅପରାଧ କରାଯାଉଥିବାର ଜଣାଯାଏ, ତେବେ ସାକ୍ଷ୍ୟ ଯୋଗାଇ ଦିଆନଯିବା ପର୍ଯ୍ୟନ୍ତ କୋର୍ଟ ଧରିନେବ ଯେ, ଏହିପରି କାର୍ଯ୍ୟ “ଛୁଆଁ ଅଛୁଆଁ” ଭେଦଭାବ ପାଇଁ କରାଯାଇଛି ।

ମୋକଦ୍ଦମାର ଶୁଣାଣି

  1. ଯଦି କୌଣସି ଦେୱାନୀ ନ୍ୟାୟାଳୟ ଦ୍ଵାରା ଏକ ମୋକଦ୍ଦମାର ଶୁଣାଣି ବା ଆଦେଶ ଏବଂ ଆଇନ୍ ଅନୁଯାୟୀ ଥିବା ବ୍ୟବସ୍ଥାର ବିରୋଧ କରିବାର ଦାବି କରାଯାଏ, ତେବେ କୌଣସି ନ୍ୟାୟାଳୟ ସେହି ମୋକଦ୍ଦମାକୁ ସଂଚାଳିତ କରିପାରିବେ ନାହିଁ ବା ଆଗେଇ ପାରିବେ ନାହିଁ ଏବଂ ସଂପୂର୍ଣ୍ଣ ଭାବରେ ବା ଆଂଶିକ ଭାବରେ କୌଣସି ଫଇସଲା ବା ଆଦେଶ ଦେଇପାରିବେ ନାହିଁ ।
  2. କୌଣସି କୋର୍ଟ “ଛୁଆଁ ଅଛୁଆଁ” ଭେଦଭାବ ପାଇଁ କୌଣସି ଲୋକକୁ, କୌଣସି ପ୍ରଥା ବା ଚଳଣିକୁ ବାଧ୍ୟତା ମୂଳକ ଭାବେ ମାନିବା ପାଇଁ ଆଦେଶ ବା ଫଇସଲା ଦେଇପାରିବେ ନାହିଁ ।

କମ୍ପାନୀ

  1. ଯଦି କୌଣସି କମ୍ପାନୀ ଏହି ଆଇନ୍ ଅନୁଯାୟୀ ଅପରାଧ କରନ୍ତି, ତେବେ ଅପରାଧ ଘଟିବା ସମୟରେ କମ୍ପାନୀ ବ୍ୟବସାୟର ପରିଚାଳନା ଦାୟିତ୍ଵରେ ଥିବା ସମସ୍ତ ବ୍ୟକ୍ତି ଦୋଷଭୁକ୍ତ ହେବେ ଏବଂ ସେମାନଙ୍କୁ ଦୋଷୀ ବୋଲି ଧରାଯାଇ ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ ଏବଂ ନିମ୍ନଲିଖିତ ଅନୁଯାୟୀ ଦଣ୍ଡବିଧାନ କରାଯିବ।
  2. ପରନ୍ତୁ, ଯଦି କୌଣସି ଲୋକ ପ୍ରମାଣ କରେ ଯେ, ତା’ର ଅଜ୍ଞାତରେ ଅପରାଧ ହୋଇଛି ବା ଅପରାଧ ନଘଟିବା ପାଇଁ ସେ ସବୁପ୍ରକାର ପ୍ରତିଷେଧମୂଳକ ଉଦ୍ୟମ କରିଛି, ତେବେ ସେହି ବ୍ୟକ୍ତିଙ୍କୁ ଦଣ୍ଡବିଧାନ ପାଇଁ ଏହି ସବ୍-ସେକ୍ସନ ଅନୁଯାୟୀ କିଛି ଆଇନ୍ ନାହିଁ ।

  3. ସବ୍- ସେକ୍ସନ୍ (୧) ଅନୁଯାୟୀ ଯାହାକିଛି ଥିବା ସତ୍ତ୍ୱେ, ଏହି ଆଇନ୍ ଅନୁଯାୟୀ କୌଣସି ଅପରାଧ, କମ୍ପାନୀର କୌଣସି ନିର୍ଦ୍ଦେଶକ, ପରିଚାଳ, ସମ୍ପାଦକ ବା ଅନ୍ୟ ଅଧିକାରୀଙ୍କ ସମ୍ମତିରେ ହୋଇଥାଏ, ତେବେ ସେହି ନିର୍ଦ୍ଦେଶକ, ପରିଚାଳନ, ସମ୍ପାଦନ ବା ଅଧିକାରୀମାନଙ୍କୁ ଅପରାଧି ବୋଲି ଧରାଯାଇ ସେମାନଙ୍କ ବିରୁଦ୍ଧରେ ମୋକଦ୍ଦମା ଚାଲିବ ଏବଂ ନିମ୍ନଲିଖିତ ଅନୁସାରେ ଦଣ୍ଡବିଧାନ କରାଯିବ ।
  4. (ବ୍ୟାଖ୍ୟା- ଏହି ସେକ୍ସନ୍ ର ବ୍ୟବହାର ପାଇଁ –

    • କମ୍ପାନୀର ଅର୍ଥ କୌଣସି ନିଗମ ଅଧୀନରେ ଥିବା ଫାର୍ମ ବା କିଛି ବ୍ୟକ୍ତି ବିଶେଷଙ୍କ ଦ୍ଵାରା ସଂଘ ।
    • ଫାର୍ମର ନିର୍ଦ୍ଦେଶକ ଅର୍ଥ ସେହି ଫାର୍ମର ଭାଗୀଦାରୀ ।
  5. ଏହି ଆଇନ୍ ଅନୁଯାୟୀ, ପୂର୍ଣ୍ଣ ବିଶ୍ଵାସର ସହିତ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ବା କରିବାକୁ ଥିବା କାମଗୁଡିକ ବିରୁଦ୍ଧରେ କୌଣସି ମୋକଦ୍ଦମା ବା ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ।
  6. ଏହି ଆଇନ୍ ଅନୁଯାୟୀ ପୂର୍ଣ୍ଣ ବିଶ୍ଵାସର ସହିତ ରାଜ୍ୟ ସରକାର ବା କେନ୍ଦ୍ର ସରକାରଙ୍କ ଦ୍ଵାରା କରାଯାଇଥିବା ବା କରିବାକୁ ଥିବା କାମଗୁଡିକ ଯଦି କୌଣସି କାରଣରୁ କ୍ଷତି ବା ନଷ୍ଟ ହୁଏ ତେବେ ତାଙ୍କ ବିରୁଦ୍ଧରେ କୌଣସି ମୋକଦ୍ଦମା ବା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ।

ଦଣ୍ଡପ୍ରକ୍ରିୟା ସଂହିତା, ୧୯୭୩

  1. ଦଣ୍ଡପ୍ରକ୍ରିୟା ସଂହିତା, ୧୯୭୩ ଅନୁସାରେ ଯାହାକିଛି ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ଆଇନ୍ ଅନୁଯାୟୀ ପ୍ରତ୍ୟେକ ଅପରାଧ ବିଚାର ଯୋଗ୍ୟ ଏବଂ ୩ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ହୋଇନଥିବା ଏହିଭଳି କୌଣସି ଅପରାଧ ମଧ୍ୟ ବିଚାରଯୋଗ୍ୟ ଏବଂ କୁହାଯାଇଥିବା ସଂହିତା ରେ ଦିଆଯାଇଥିବା ପ୍ରକ୍ରିୟା ଅନୁଯାୟୀ ସହରାଞ୍ଚଳରେ ‘ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ’ ବା ଅନ୍ୟ ଅଞ୍ଚଳରେ ‘ପ୍ରଥମ ଶ୍ରେଣୀର ଜୁଡିସିଆଲ ମାଜିଷ୍ଟ୍ରେଟ୍’ଙ୍କ ଦ୍ଵାରା ଏହା ପରୀକ୍ଷା କରାଯିବ ।
  2. ଦଣ୍ଡପ୍ରକ୍ରିୟା ସଂହିତା, ୧୯୭୩ ଅନୁଯାୟୀ ଯାହା ଥାଉନା କାହିଁକି, ଯେତେବେଳେ କୌଣସି ସରକାରୀ କର୍ମଚାରୀ ଏହି ଆଇନ୍ ଅନୁଯାୟୀ ଅପରାଧ କରିବା ପାଇଁ କୁପ୍ରରୋଚନା କରନ୍ତି ବା ସେ କାର୍ଯ୍ୟ ନିର୍ବାହ କରିବାର ଅଭିନୟ କରନ୍ତି ବା ଉଦ୍ଦେଶ୍ୟମୂଳକ ଭାବେ ଅଭିନୟ କରନ୍ତି, ତେବେ କୌଣସି ନ୍ୟାୟାଳୟ ଏହାକୁ ଧର୍ତ୍ତବ୍ୟ ଅପରାଧ ରୂପେ ଧରିବେ ନାହିଁ, କେବଳ ପୂର୍ବ ମଞ୍ଜୁରୀ କ୍ଷେତ୍ରରେ ଏହାକୁ ଲାଗୁ କରିବେ ।
    • ଯଦି କେନ୍ଦ୍ର ସରକାରଙ୍କର ଅଧୀନରେ ଚାକିରି କରିଥାନ୍ତି ଏବଂ କେନ୍ଦ୍ର ସରକାରଙ୍କ ଦ୍ଵାରା ମଞ୍ଜୁରୀ ମିଳିଥାଏ ।
    • ଯଦି ରାଜ୍ୟ ସରକାରଙ୍କ ଅଧିନରେ ଚାକିରି କରିଥାନ୍ତି ଏବଂ ରାଜ୍ୟ ସରକାଙ୍କର ଦ୍ଵାରା ମଞ୍ଜୁରୀ ମିଳିଥାଏ ।

କେନ୍ଦ୍ର ସରକାର

  1. କେନ୍ଦ୍ର ସରକାରଙ୍କ ତରଫରୁ ଯେପରି ନିୟମ ତିଆରି କରାଯାଇଛି ସେହିପରି ଭାବରେ ରାଜ୍ୟ ସରକାର “ଛୁଆଁ ଅଛୁଆଁ” ପ୍ରଥା ଦ୍ଵାରା ଅକ୍ଷମତା ବୋଧ କରୁଥିବା ଲୋକମାନଙ୍କୁ ବା ଲୋକମାଙ୍କ ପାଇଁ ଦରକାର ଅନୁସାରେ କାମରେ ଲଗାଇ ପାରିବେ ।
  2. ବିଶେଷ ଭାବରେ ଏବଂ ସବ୍ – ସେକ୍ସନ (୧)ର ବ୍ୟବସ୍ଥାକୁ ସରଳୀକରଣ କରିବା ପାଇଁ ଏହିପରି ଉପାୟ ଅନ୍ତର୍ଭୁକ୍ତ କରାଯିବ –
    • “ଛୁଆଁ ଅଛୁଆଁ” ଭେଦଭାବ ଦ୍ଵାରା ଅକ୍ଷମତା ବୋଧ କରୁଥିବା ଲୋକଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅଧିକାର ଓ ସେଗୁଡିକୁ ବ୍ୟବହାର କରିବାକୁ ଆଇନଗତ ସାହାଯ୍ୟ କରି ଅନ୍ୟ ସାହାଯ୍ୟ ସବୁ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବାକୁ ବ୍ୟବସ୍ଥା ରହିବ ।
    • ଏହି ଆଇନ୍ କୁ ଉଲଂଘନ କରୁଥିଲେ, ଅଭିଯୋଜନ କୁ ଆରମ୍ଭ କରିବା ପାଇଁ ଏବଂ ଏହାକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ଜଣେ ଅଧିକରୀଙ୍କୁ ନିଯୁକ୍ତି ଦିଆଯିବ ।
    • ଏହି ଆଇନ୍ ଅନୁଯାୟୀ ହୋଇଥିବା ଅପରାଧକୁ ପରଖିବା ପାଇଁ ସ୍ଵତନ୍ତ୍ର କୋର୍ଟର ପ୍ରତିଷ୍ଠା କରାଯିବ ।
    • ରାଜ୍ୟ ସରକାର ବ୍ୟବସ୍ଥାକୁ ତିଆରି କରିବା ଏବଂ କାର୍ଯ୍ୟ ସମ୍ପାଦନ କରିବାରେ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଠିକ୍ ଭାବିବା ଭଳି ଯଥାଯୋଗ୍ୟ ସ୍ତରରେ ଏକ କମିଟି ଗଠନ କରିବେ ।
    • ଏହି ଆଇନ୍ ର ବ୍ୟବସ୍ଥାକୁ ସଠିକ୍ ଭାବରେ କାର୍ଯ୍ୟାନ୍ଵିତ କରିବା ପାଇଁ ଏବଂ ଏଥିପାଇଁ ଦରକାରୀ ଓ ଉଚିତ୍ ପ୍ରସ୍ତାବ ଦେବା ପାଇଁ ରହି ଏହି ଆଇନ୍ ର କାର୍ଯ୍ୟ ବ୍ୟବସ୍ଥାକୁ ସାମୟିକ ସର୍ବେକ୍ଷଣ କରିବାକୁ ବ୍ୟବସ୍ଥା କରାଯିବ ।
    • “ଛୁଆଁ ଅଛୁଆଁ” ଦ୍ଵାରା ଅକ୍ଷମ ବୋଧ କରୁଥିବା ଲୋକମାନେ ବାସ କରୁଥିବା ଅଞ୍ଚଳକୁ ଚିହ୍ନଟ କରାଯାଇ ସେହି ଅଞ୍ଚଳରୁ ଅକ୍ଷମତା ଦୂର କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥାମାନ ଗ୍ରହଣ କରାଯିବ ।
  3. ସବ୍ – ସେକ୍ସନ୍ (୧) ଅନୁଯାୟୀ ରାଜ୍ୟ ସରକାରଙ୍କ ଉଚିତ ବ୍ୟବସ୍ଥାରେ ସମନ୍ଵୟ ରଖିବାକୁ କେନ୍ଦ୍ର ସରକାର ଦରକାର ଅନୁଯାୟୀ ପଦକ୍ଷେପ ନେବେ ।
  4. ଏହି ସେକ୍ସନର ଆଇନ୍ କୁ ବ୍ୟବସ୍ଥାପିତ କରିବା ପାଇଁ କେନ୍ଦ୍ରସ ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପଗୁଡିକର ଏକ ବିବରଣୀ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପଗୁଡିକର ଏକ ବିବରଣୀ କେନ୍ଦ୍ର ସରକାର ସଂସଦର ପ୍ରତ୍ୟେକ ଗୃହରେ ପ୍ରତ୍ୟେକ ବର୍ଷ ଉପସ୍ଥାପନ କରିବେ ।

ଅନ୍ୟ କୋର୍ଟର ଆଦେଶ ଅନୁସାରେ

(Act to overide other laws) ଯଦି କୌଣସି ନିୟମ ଅନୁସାରେ ଫଇସଲା ଅନୁସାରେ ବା ଅନ୍ୟ କୋର୍ଟର ଆଦେଶ ଅନୁସାରେ କିମ୍ବା କୌଣସି ଅଧିକାରୀଙ୍କ ଆଦେଶ ଅନୁସାରେ କିଛି ସମୟ ପାଇଁ ବଳ ପ୍ରୟୋଗ ଦ୍ଵାରା ବା ଚଳଣୀ ଅବା ପ୍ରଥା ଅନୁଯାୟୀ ଅସଙ୍ଗତ ସୃଷ୍ଟି ହୁଏ, ତେବେ ଏହି ଅଧିନିୟମ ଅନୁସାରେ ସେହି ପୂର୍ବ ନିୟମ କାର୍ଯ୍ୟକାରୀ ହେବ ନାହିଁ ।

ଦୋଷୀର ପରିକ୍ଷଣ ନିୟମ ୧୯୮୫

ଦୋଷୀର ପରିକ୍ଷଣ ନିୟମ ୧୯୮୫ ବ୍ୟବସ୍ଥା, ଏହି ଆଇନ୍ ଅନୁଯାୟୀ ଦୋଷ କରିଥିବା ୧୪ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପ୍ରତି ଲାଗୁ ହେବନାହିଁ ।

ସରକାରୀ ଗେଜେଟ୍

  1. ସରକାରୀ ଗେଜେଟ୍ ରେ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର ଏହି ଆଇନ୍ ପାଳନ କରିବା ଉଦ୍ଦେଶ୍ୟରେ ନିୟମ ପ୍ରଣୟନ କରିପାରିବେ ।
  2. ଏହି ଆଇନ୍ ଅନ୍ତର୍ଗତ ପ୍ରତ୍ୟେକ ନିୟମ ପ୍ରଣୟନ କରିବା ପରେ ଯେତେଶୀଘ୍ର ସମ୍ଭବ, ଏହା ସଂସଦର ପ୍ରତ୍ୟେକ ଗୃହରେ ଉପସ୍ଥାପନା କରାଯିବ । ୩୦ ଦିନିଆ ସଂସଦ ଚାଲିଥିବା ବେଳେ ବା ଗୋଟିଏ ଦୁଇଟି ବା ତତୋଧିକ ପୂର୍ଣ୍ଣାଙ୍ଗ ଅଧିବେଶନରେ ଏହାକୁ ଉପସ୍ଥାପନା କରାଯାଇପାରିବ ଏବଂ ସଂସଦର ଉଭୟ ଗୃହରେ ଉପସ୍ଥାପନା କରାଯିବ କିମ୍ବା ସଂସଦର ମିଆଦ ସରିଯାଇଥିଲେ ପରବର୍ତ୍ତୀ ଅଧିବେଶନରେ ଉପସ୍ଥାପନା କରାଯାଇପାରିବ ଏବଂ ସଂସଦର ପ୍ରତ୍ୟେକ ଗୃହ ପୂର୍ବୋକ୍ତ ନିୟମଗୁଡିକର ସଂଶୋଧନ କରିପାରନ୍ତି କିମ୍ବା ଏହି ନିୟମର ଅନାବଶ୍ୟକ ମତ ପ୍ରକାଶ ଏହାର ସଂଶୋଧିକ ଅଂଶକୁ କାର୍ଯ୍ୟକାରୀ କରିବାକୁ ଅନୁମୋଦନ କରିପାରନ୍ତି କିମ୍ବା ଏହାକୁ ସଂସଦରେ ନାକଚ କରିଦେଇପାରନ୍ତି । ନିୟମଟି ଖାରଜ କିମ୍ବା ସଂଶୋଧିକ ଯାହା ହେଉନା କାହିଁକି, ଏହା ପୂର୍ବରେ ଥିବା ନିୟମାବଳୀ ଉପରେ ପ୍ରତିକୂଳ ପ୍ରଭାବ ନପକାଇ କାର୍ଯ୍ୟକାରୀ କରାଯିବ ।

ସେକ୍ସନ ୧୭

ସେକ୍ସନ ୧୭ରେ ତାଲିକା ହୋଇଥିବା ନିୟମଗୁଡିକୁ ରଦ୍ଦ କରାଗଲା ଓ ଏହା ମୂଳ ଆଇନ୍ କୁ ବା ବ୍ୟବସ୍ଥାଗୁଡିକୁ ପ୍ରତିକୂଳ ପ୍ରଭାବ ପକାଇବ ନାହିଁ ।

ଆଧାର-ମାନସ ଜେନା

E-mail:deveini@rediffmail.com

3.10714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top