ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା
ସେଆର କରନ୍ତୁ

ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା

ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ଵାରା ଯୁବ ଗୋଷ୍ଠୀଙ୍କୁ ତାଲିମ ଦେବା । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ଲକ୍ଷ୍ୟ ।

ଯୋଜନା ବିଷୟରେ

  • ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ଵାରା ଯୁବ  ଗୋଷ୍ଠୀଙ୍କୁ ତାଲିମ ଦେବା । ଏହି ଯୋଜନା ୨୪ ଲକ୍ଷ ହିତାଧିକାରୀ  ଉପକୃତ ହେବେ ।
  • ଦକ୍ଷତା ବିକାଶ ତାଲିମ ନ୍ୟାସନାଲ ସ୍କିଲ କ୍ଵାଲିଫିକେସନ ଫ୍ରେମୱାର୍କ ଦ୍ଵାରା ହେବ ।
  • ଉପଯୁକ୍ତ ଓ ଉତ୍ତମ ତାଲିମଧାରୀଙ୍କୁ ଆର୍ଥିକ ପୁରଷ୍କାର ।
  • ୮୦୦୦ଟଙ୍କା ଆର୍ଥିକ ପୁରଷ୍କାର ତାଲିମଧାରୀଙ୍କୁ ଦିଆହେବ ।

ଯୋଗ୍ୟ ହିତାଧିକାରୀ

  • ଭାରତର ପ୍ରତ୍ୟେକ ନାଗରିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ ।
  • ଯୋଗ୍ୟ ବିଭାଗରେ ଯୁବକଙ୍କୁ ଦକ୍ଷତା ବିକାଶ ଟ୍ରେନିଂ ।

ଯୋଗ୍ୟ ଘୋଷିତ ତାଲିମ  ଧାରୀଙ୍କୁ ଟଙ୍କାଟ୍ରାନ୍ସଫର

ଜଣେ ଯୋଗ୍ୟ ତାଲିମ ଧାରୀଙ୍କୁ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ସେ ଗୋଟିଏ ତାଲିମ କେନ୍ଦ୍ରର ତାଲିମ ଧାରୀ ହୋଇଥିବେ  ଏବଂ ସେ ତାଲିମ ସମୟରେ ନିଜର ଉତ୍ତମ ଦକ୍ଷତା ପ୍ରଦର୍ଶନ କରିଥିବେ । ଅଧିକ ଜାଣିବା ପାଇଁ କେନ୍ଦ୍ରର ନମ୍ବରରେ କଲ କରନ୍ତୁ ।

ନମ୍ବର – ୦୮୮୦୦୦-୫୫୫୫୫, ଟାଇମିଙ୍ଗ – ୯.୦୦am ରୁ ୬.୦୦pm ଏବଂ ମେଲ କରନ୍ତୁ – pmkvy@nsdcindia.org

ପାଣ୍ଠି ଆବଣ୍ଟନ

  • ୧୪ ଲକ୍ଷ ଯୁବକଙ୍କୁ ତାଲିମ ପ୍ରଦାନ ପାଇଁ ୧୧୨୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଶେଷ କ୍ଷେତ୍ରରେ ଏହା ୨୨୦କୋଟି ଟଙ୍କା ପ୍ରଦାନ କରାଯାଇ ପାରିବ ।
  • ସଚେତନତା, ସୃଷ୍ଟି ପାଇଁ ୬୭କୋଟିର ବ୍ୟୟବରାଦ କରାହୋଇଛି ।
  • ରାଜ୍ୟସରକାର, ମୁନ୍ସିପାଲଟି, ପଞ୍ଚାୟତରାଜ ବିଭାଗ ଏବଂ ଗୋଷ୍ଠୀମାନଙ୍କ ଦ୍ଵାରା ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ କରାଯିବ ।
  • ତାଲିମ ପରେ ଯୁବକ ମାନଙ୍କୁ ନିଯୁକ୍ତି କ୍ଷେତ୍ରରେ  ସହାୟତା କରାଯିବ ।
  • ଉତ୍ତରପୂର୍ବ ରାଜ୍ୟ ମାନଙ୍କରେ ତାଲିମ ପାଇଁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ମୂଲ୍ୟ ନିର୍ଦ୍ଧାରଣ

୨୦୧୩-୧୭ ସମୟ ମଧ୍ୟରେ NSDC ଦ୍ଵାରା କରାଯିବାକୁ ଥିବା ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇ ତାଲିମ ଗ୍ରହଣ କରାଯିବ ।

ଅନ୍ୟାନ୍ୟ ଯୋଜନା ଯେପରି ମେକ ଇନ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ଜାତୀୟ ସୌର ମିଶନ ଏବଂ ସ୍ଵଚ୍ଛ ଭାରତ ଅଭିଯାନ ଇତ୍ୟାଦି ଉପରେ ତାଲିମ ପ୍ରଦାନ କରାଯିବ । ୧୦ମ ଏବଂ ଦ୍ଵାଦଶ ଡ୍ରପ ଆଉଟଙ୍କ ପାଇଁ ବିଶେଷ ତାଲିମ କାର୍ଯ୍ୟକ୍ରମ କରାଯିବ ।

କାର୍ଯ୍ୟକାରିତା

  • ଏହି ଯୋଜନା NSDC ଦ୍ଵାରା ୧୮୭ ତାଲିମ ପାଟନରଙ୍କ ଦ୍ଵାରା ୨୩୦୦ କେନ୍ଦ୍ରରେ ଚାଲୁ ରହିଛି ।
  • କେନ୍ଦ୍ର ଓ ରାଜ୍ୟ ସରକାର ଦ୍ଵାରା ଅନୁମୋଦିତ ତାଲିମ କେନ୍ଦ୍ରରେ ଏହା ଚାଲିପାରିବ ।
  • PMKVY ତାଲିମରେ ଯୋଗ୍ୟ ଦକ୍ଷତା ଧାରୀ ଟ୍ରେନିଂରୁ ନିୟୋଜିତ କରାଯିବ ।
  • ଟ୍ରେନିଂରେ ସଫ୍ଟସ୍କିଲ, ବ୍ୟକ୍ତିଗତ ବିକାଶ, ବ୍ୟବହାରିଙ୍କ ଶିକ୍ଷା ପରିଷ୍କାର ପରିଚ୍ଛନ୍ନତା, ଇତ୍ୟାଦି ଦିଆଯିବ ।

ଆଧାର - PMKVY website

ଅଧିକ ସୂଚନା ପାଇଁ

  1. Pradhan Mantri Kaushal Vikas Yojana (PMKVY) - Scheme booklet
  2. FAQs on Pradhan Mantri Kaushal Vikas Yojana (PMKVY)
  3. Locate NSDC Training Centres
2.93103448276
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top