ହୋମ / ସମାଜ କଲ୍ୟାଣ / ନୀତି ଓ ଯ଼ୋଜନା / ମୌଳିକ କର୍ତ୍ତବ୍ୟ ଓ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାଳୟ
ସେଆର କରନ୍ତୁ

ମୌଳିକ କର୍ତ୍ତବ୍ୟ ଓ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାଳୟ

ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ । ବିନା କର୍ତ୍ତବ୍ୟ ସମ୍ପାଦାନରେ ଅଧିକାର ଉପଲ୍ଲବ୍ଧ ହେବା ସମ୍ଭବ ନୁହେଁ ।

ମୌଳିକ କର୍ତ୍ତବ୍ୟ

ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ   । ବିନା କର୍ତ୍ତବ୍ୟ ସମ୍ପାଦାନରେ ଅଧିକାର ଉପଲ୍ଲବ୍ଧ ହେବା ସମ୍ଭବ ନୁହେଁ   । ବ୍ୟକ୍ତିର ବିକାଶ ପାଇଁ ଓ ତାର ବ୍ୟକ୍ତିତ୍ଵର ପରିପ୍ରକାଶ ପାଇଁ ରାଷ୍ଟ୍ର ଯେଉଁଭଳି ଅଧିକାର ବ୍ୟକ୍ତିକୁ ପ୍ରଦାନ କରିଥାଏ , ପ୍ରତି ବଦଳରେ ସେହିଭଳି ରାଷ୍ଟ୍ର ନିଜର ସୁପରିଚାଳନା କରିଥାଏ , ପ୍ରତି ବଦଳରେ ସେହିଭଳି ରାଷ୍ଟ୍ର ନିଜର ସୁପରିଚାଳନା ନିମନ୍ତେ ବ୍ୟକ୍ତିଠାରୁ କିଛି ମୌଳିକ କର୍ତ୍ତବ୍ୟ ଆଶା କରିଥାଏଜ  । ତେଣୁ ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ସୁସମନ୍ଵୟ ରକ୍ଷା ହିଁ ଏକ ଆଦର୍ଶ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନରେ ସାହାଯ୍ୟ କରିଥାଏ   ।

ଭାରତର ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ଏକ ଅଭିନବ ବ୍ୟବସ୍ଥା   । ମୂଳ ସମ୍ବିଧାନରେ ମୌଳିକ ଅଧିକାର ସମ୍ପର୍କିତ ବ୍ୟବସ୍ଥା ଥିବାବେଳେ ମୌଳିକ କର୍ତ୍ତବ୍ୟ ବିଷୟରେ କୌଣସି ସୂଚନା ପ୍ରଦାନ କରାଯାଇ ନଥିଲା   । ପ୍ରଥମଥର ପାଇଁ ସମ୍ବିଧାନରେ କିଛି ସଂସ୍କାର ଆଣିବା ଉଦ୍ଦେଶ୍ୟରେ ୧୯୭୬ ମସିହା ଫେବୃୟାରି ମାସରେ ସ୍ଵରଣ ସିଂହ କମିଟି ଗଠନ କରାଯାଇଥିଲା   । ଉକ୍ତ କମିଟି ଆବଶ୍ୟକୀୟ ସଂସ୍କାର ଆଣିବା ଲାଗି ଅନେକ କ୍ଷେତ୍ରରେ ସୁପାରିସ ପ୍ରଦାନ କରିଥିଲା   । ତତସହିତ ଏହି କମିଟି ସୁପାରିସ କରିଥିଲା ଯେ , ସମ୍ବିଧାନରେ ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟଗୁଡିକର ଏକ ତାଲିକା ଅନ୍ତର୍ଭୁକ୍ତ ହେବା ଆବଶ୍ୟକ   ।

ତେଣୁ ୧୯୭୬ ମସିହାରେ ୪୨ ତମ ସଂଶୋଧନ ଆଇନ ଦ୍ଵାରା ସମ୍ବିଧାନରେ ' ମୌଳିକ କର୍ତ୍ତବ୍ୟ " ଗୁଡିକ ଯୋଗ କରାଗଲା ଓ ଭାରତ ସମ୍ବିଧାନର ଚତୁର୍ଥ ଭାଗ (କ) ର ଧାରା ୫୧ (କ) ରେ ୧୦ ଗୋଟି ମୌଳିକ କର୍ତ୍ତବ୍ୟ ବିଷୟରେ ବର୍ଣ୍ଣନା କରାଗଲା  । କିନ୍ତୁ ୨୦୦୨ ମସିହା ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ଆଉ ଗୋଟିଏ ଅଧିକ ମୌଳିକ କର୍ତ୍ତବ୍ୟ ଏଥିରେ ଯୋଗ କରାଯିବାରୁ ସମୁଦାୟ ମୌଳିକ କର୍ତ୍ତବ୍ୟର ସଂଖ୍ୟା ଏବେ ୧୧କୁ ବୁଦ୍ଧି ପାଇଛି   । ସମ୍ବିଧାନରେ ପ୍ରଦତ୍ତ ଏହି ମୌଳିକ କର୍ତ୍ତବ୍ୟଗୁଡି ନାଗରିକମାନଙ୍କର ଆଇନଗତ , ରାଜନୈତିକ , ସାମାଜିକ , ସାଂସ୍କୃତିକ , ନୈତିକ , ଅର୍ଥନୈତିକ ଓ ଶିକ୍ଷାଗତ ଦାୟିତ୍ଵବୋଧକୁ ହିଁ ବୁଝାଇ ଥାଏ   ।

ମୌଳିକ କର୍ତ୍ତବ୍ୟ ମୁଖ୍ୟ ଲକ୍ଷଣ

  • ମୌଳିକ କର୍ତ୍ତବ୍ୟଗୁଡିକ ରାଷ୍ଟ୍ର ପାଇଁ ନିର୍ଦ୍ଦେଶିତ ନୁହେଁ , ବରଂ ନାଗରିକମାନଙ୍କ ପାଇଁ ନିର୍ଦ୍ଦେଶିତ   ।
  • ବିଦେଶୀ ନାଗରିକମାନଙ୍କ ପାଇଁ ଏହା ଲାଗୁ ହୋଇ ପାରିବ ନାହିଁ   । ଏହା କେବଳ ଭାରତୀୟ ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ    ।
  • କୌଣସି ଭାରତୀୟ ନାଗରିକ ଏହି ମୌଳିକ କର୍ତ୍ତବ୍ୟ ସମ୍ପାଦାନ ଣ କେଲେ , ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ   ।

ଭାରତୀୟ ନାଗରିକମାନଙ୍କ ଏହି ୧୧ ଟି ମୌଳିକ କର୍ତ୍ତବ୍ୟ ହେଲା  :

(କ) ସମ୍ବିଧାନକୁ ମାନି ଚଳିବା ଏବଂ ଏହାର ଆଦର୍ଶ ଓ ଆନୁଷ୍ଠାନମାନଙ୍କୁ ଏବଂ ଜାତୀୟ ପତାକା ଓ ଜାତୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବା ;

(ଖ) ଯେଉଁସବୁ ମହନୀୟ ଆଦର୍ଶ ଆମ ଜାତୀୟ ସ୍ଵାଧୀନତା ସଂଗ୍ରାମକୁ ଅନୁପ୍ରାଣିତ କରିଥିଲେ , ତାହାକୁ ସ୍ମରଣ ଓ ଅନୁସରଣ କରିବା ;

(ଗ) ଭାରତର ସାର୍ବଭୌମତ୍ଵ, ଏକତା ଓ ସଂହତି ବଜାୟ ଏବଂ ସୁରକ୍ଷିତ ରଖିବା   ;

(ଘ) ଦେଶର ପ୍ରତିରକ୍ଷା କରିବା ଓ ଆବଶ୍ୟକ ସ୍ଥଳେ ଜାତୀୟ ସେବା ପ୍ରଦାନ କରିବା ;

(ଙ) ଧର୍ମଗତ , ଭାଷାଗତ ଏବଂ ଆଞ୍ଚଳିକ କିମ୍ବା ଗୋଷ୍ଠୀଗତ ବିଭିନ୍ନତାକୁ ଅତିକ୍ରମ କରି ଭାରତର ଜନସାଧାରଣଙ୍କ ମଧ୍ୟରେ ଐକ୍ୟ ଓ ଭ୍ରାତୃଭାବ ପ୍ରତିଷ୍ଠା କରିବା ଏବଂ ନାରୀଜାତିର ମର୍ଯ୍ୟାଦାହାନି ସୂଚକ ବ୍ୟବହାର ପରିତ୍ୟାଗ କରିବା ;

(ଚ) ଆମର ସଂସ୍କୃତିର ମୂଲ୍ୟବାନ ଐତିହ୍ୟକୁ ସମ୍ମାନ ପ୍ରଦର୍ଶନ ଓ ସଂରକ୍ଷଣ କରିବା ;

(ଛ) ଅରଣ୍ୟ , ହ୍ରଦ, ନଦୀ , ବନ୍ୟପ୍ରାଣୀ ସମେତ ପ୍ରାକୃତିକ ପରିବେଶର ସୁରକ୍ଷା ଓ ଉନ୍ନତି କରିବା ଏବଂ ଜୀବଜଗତ ପ୍ରତି ଅନୁକମ୍ଫା ପ୍ରଦର୍ଶନ କରିବା   ;

(ଜ) ବୈଜ୍ଞାନିକ ମନୋଭାବ , ମାନବବାଦ ଏବଂ ଅନୁସିନ୍ଧିତ୍ସା ଓ ସଂସ୍କାର ମନୋଭାବ ପୋଷଣ କରିବା ;

(ଝ) ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା କରିବା ଓ ହିଂସାଭାଗ ପରିତ୍ୟାଗ କରିବା   ।

(ଞ) ବ୍ୟକ୍ତିଗତ ଓ ସମଷ୍ଟିଗତ କାର୍ଯ୍ୟାବଳିର ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ସାଧନ କରିବା , ଯାହା ଦ୍ଵାରା ଆମ ଦେଶ ପ୍ରଚେଷ୍ଟା ଓ କୃତିତ୍ଵର ଉଚ୍ଚତମ ସୋପାନକୁ ଅବିରତି ଉନ୍ନତି କରିପାରିବ   ।

(ଟ) ମାତା ବା ପିତା ବା ଅଭିଭାବକ , ତାଙ୍କର ଛଅ ବର୍ଷରୁ ଚଉଦ ବର୍ଷ ବୟସ ମଧ୍ୟରେ ଥିବା ସନ୍ତାନ ବା ପାଳିତଙ୍କୁ ଶିକ୍ଷାଲାଭ ସୁଯୋଗ ଯୋଗାଇ ଦେବେ   ।

ଏହାର ପ୍ରକାରଭେଦ

ମୌଳିକ କର୍ତ୍ତବ୍ୟଗୁଡିକ ସାଧାରଣତଃ ପାଞ୍ଚ ଭାଗରେ ବିଭକ୍ତ । ଏଗୁଡିକ ହେଲା –

  • ଆଇନଗତ କର୍ତ୍ତବ୍ୟ

ଏହା ହେଲା, ସମ୍ବିଧାନ ସମ୍ମାନରକ୍ଷା କରିବା  ।

  • ରାଜନୈତିକ କର୍ତ୍ତବ୍ୟ

ଏହା ହେଉଛି ଭାରତର ସାର୍ବଭୌମତ୍ଵ ରକ୍ଷା କରିବା ଜାତୀୟ ସଂହତି ବଜାୟ ରଖିବା ଓ ଦେଶର ସୁରକ୍ଷା କରିବା  ।

  • ସାମାଜିକ କର୍ତ୍ତବ୍ୟ

ଏହା ହେଲା , ନାଗରିକମାନଙ୍କ ମଧ୍ୟରେ ସଦଭାଗ ଭ୍ରାତୃଭାବ ପ୍ରତିଷ୍ଠା କରିବା ଏବଂ ମହିଳା ମାନଙ୍କ ମର୍ଯ୍ୟାଦା ରକ୍ଷା କରିବା   ।

  • ନୈତିକ କର୍ତ୍ତବ୍ୟ

ଦେଶକୁ ବାହ୍ୟ ଓ ଆଭ୍ୟନ୍ତରିଣ ବିପଦରୁ ରକ୍ଷା କରିବା , ସ୍ଵାଧୀନତା ଆନ୍ଦୋଳନର ମହାନ ନୀତି ଓ ଆଦର୍ଶକୁ ଅନୁସରଣ କରିବା ଏବଂ ଜାତୀୟ ସେବାରେ ନିଜକୁ ନିୟୋଜିତ କରିବା ଏହାର ଲକ୍ଷ୍ୟ   ।

  • ଅର୍ଥନୈତିକ କର୍ତ୍ତବ୍ୟ

ଏହି କର୍ତ୍ତବ୍ୟଟି ହେଉଛି, ରାଷ୍ଟ୍ରୀୟ ସମ୍ପତ୍ତିର ରକ୍ଷଣାବେକ୍ଷଣା ଏବଂ ପରିବେଶର ସୁରକ୍ଷା ସମ୍ପର୍କିତ  ।

ମୌଳିକ କର୍ତ୍ତବ୍ୟର ଗୁରୁତ୍ଵ :

ମୌଳିକ କର୍ତ୍ତବ୍ୟ ଗୁଡିକର ବିଶେଷ ଗୁରୁତ୍ଵ ରହିଛି ତାହାର କାରଣ  ହେଲା  -

  • ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ୟ ପରସ୍ପର ପରିପୂରକ   । ନାଗରିକମାନେ ମୌଳିକ ଅଧିକାର ପାଇଥିବାରୁ ମୌଳିକ କର୍ତ୍ତବ୍ୟ ପାଳନ କରିବା ଦରକାର   ।
  • ମୌଳିକ କର୍ତ୍ତବ୍ୟଗୁଡିକ ନାଗରିକମାନଙ୍କୁ ଅଧିକ ଦେଶପ୍ରେମୀ କରାଇଥାଏ   ।  ଏଥିରେ ଦେଶ ଓ ଜାତିପାଇଁ କାର୍ଯ୍ୟ କରିବାକୁ ଉତ୍ସାହ ମିଳେ   । ମୌଳିକ କର୍ତ୍ତବ୍ୟ ପାଳନ କାଲେ ନାଗରିକ ଦେଶର କଲ୍ୟାଣ ଓ ରାଷ୍ଟ୍ରର ଗଠନ ପାଇଁ ସଚେତନ ହୁଏ   ।
  • ମୌଳିକ କର୍ତ୍ତବ୍ୟଗୁଡିକ ପ୍ରତ୍ୟେକ ନାଗରିକଙ୍କୁ ପାଇଁ ଏକ ଆଦର୍ଶ ଆଚରଣବିଧି ଅଟେ   । ଏହାକୁ ପ୍ରତ୍ୟେକ ନାଗରିକ ପାଳନ କଲେ ସମାଜରେ ଶୃଙ୍ଖଳା ରହିପାରିବ   ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ , ଓଡିଶା

2.82142857143
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top