ହୋମ / ସମାଜ କଲ୍ୟାଣ / ସ୍ଵୟଂ ସହାୟକ ଗୋଷ୍ଠୀ / ମାନବ ଅଧିକାର ତଥ୍ୟାନୁସନ୍ଧାନ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତି
ସେଆର କରନ୍ତୁ

ମାନବ ଅଧିକାର ତଥ୍ୟାନୁସନ୍ଧାନ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତି

ମାନବ ଅଧିକାର ତଥ୍ୟାନୁସନ୍ଧାନ ଓ ପ୍ରାମାଣିକ ଦଲିଲପତ୍ର ପ୍ରସ୍ତୁତି ର ସୂଚନା

ଉପକ୍ରମ

ତଥ୍ୟାନୁସନ୍ଧାନ ହେଉଛି ମାନବ ଅଧିକାର ସଂପର୍କରେ ନିରୀକ୍ଷଣ ବା ମନିଟରିଙ୍ଗ୍ କାର୍ଯ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ତଥ୍ୟାନୁସନ୍ଧାନ ହେଉଛି ଏକ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟା ସାହାଯ୍ୟରେ ଜାତୀୟ ଓ ଆନ୍ତର୍ଜାତୀୟ ଆଇନ୍ କାନୁନ୍ ରେ ନିର୍ଦ୍ଧାରିତ ମାନବ ଅଧିକାରର ମାନଦଣ୍ଡକୁ ଭିତ୍ତି କରି ମାନବ ଅଧିକାରର ଉଲ୍ଲଘଂନ ଘଟଣାରେ ପ୍ରାସଙ୍ଗିକ ତଥ୍ୟାଦି ନିର୍ଣ୍ଣୟ କରାଯାଏ , ସଂଗ୍ରହ କରାହୁଏ ଊ ଯାଞ୍ଚ କରାଯାଏ । ତଥ୍ୟାନୁସନ୍ଧାନ ଓ ତଦନ୍ତ ସମାର୍ଥବୋଧକ ସଂଜ୍ଞା ବୋଲି କୁହାଯାଇପାରେ ।

ତଥ୍ୟାନୁସନ୍ଧାନର ଉଦ୍ଦେଶ୍ୟ

ତଥ୍ୟାନୁସନ୍ଧାନର ଉଦ୍ଦେଶ୍ୟ ଭିନ୍ନ ଭିନ୍ନ ହୋଇପାରେ । କେତେକ ସମ୍ଭାବ୍ୟ ଉଦ୍ଦେଶ୍ୟ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଉଛି :

  • ପୀଡିତ ବା ପୀଡ଼ିତାଙ୍କୁ ଅବିଳମ୍ବେ ସହାୟତା ପ୍ରଦାନ ;
  • ପୀଡିତ ବା ପୀଡ଼ିତାଙଙ୍କ ପାଇଁ ସାହାଯ୍ୟ ଓ ଥଇଥାନ ବ୍ୟବସ୍ଥା
  • ଆଇନଗତ କାର୍ଯ୍ୟାନୁଷ୍ଠାନ ;
  • ମାନବ ଅଧିକାର ସଂକ୍ରାନ୍ତ ଦାୟିତ୍ଵ ସରକାର କେତେ ଦୂର ପାଳନ କରୁଛନ୍ତି ତାହାର ନିରୀକ୍ଷଣ ବା ମନିଟରିଙ୍ଗ୍ ;
  • ସଚେତନ କରାଇବା ପାଇଁ ପ୍ରଚାର ଅଭିଯାନ ଓ ସୂଚନା ପ୍ରସାର ତଥା ପ୍ରକାଶନ ;
  • ଇତିହାସଗତ ଦସ୍ତାବିତ୍ ଉପସ୍ଥାପନ ଓ ପ୍ରତିପାଦନ ।

ବିବିଧ ପ୍ରକାରର ତଥ୍ୟାନୁସନ୍ଧାନ

  1. ଘଟଣା ଘଟିଥିବା କ୍ଷେତ୍ରରେ ଏକ ସୀମିତ ସମୟ ପାଇଁ କୌଣସି ସଂଗଠନର କର୍ମୀଙ୍କ ସମେତ କୁଶଳୀ ତଥ୍ୟାନୁସନ୍ଧାନକାରୀଙ୍କ ଜରିଆରେ ତଦନ୍ତ ପରିଚାଳନା ।
  2. ଅଧିକାର ଉଲ୍ଲଘଂନର ଘଟଣା ସଂପର୍କରେ ତଥ୍ୟସଂଗ୍ରହ ଓ ପ୍ରାମାଣିକ ଦଲିଲ୍ ପତ୍ର ପ୍ରସ୍ତୁତି ପାଇଁ ଦୀର୍ଘ କାଳ ନିମନ୍ତେ ଘଟଣା ଘଟିଥିବା କ୍ଷେତ୍ରରେ ପ୍ରଶିକ୍ଷିତ କର୍ମୀଦଳର ଅବସ୍ଥାପନ ;
  3. ସଂପୃକ୍ତ ଅଞ୍ଚଳର କେତେକ ଜଣାଶୁଣା ବ୍ୟକ୍ତିଙ୍କୁ ନେଇ ସ୍ଥାନୀୟ ସ୍ତରରେ ଗଠିତ ଏକ ତଥ୍ୟାନୁସନ୍ଧାନକାରୀ ପ୍ରତିନିଧିଦଳ ଘଟଣାସ୍ଥଳକୁ ପ୍ରେରଣ
  4. ରାଜ୍ୟ ଅବା ଦେଶର ସୁପରିଚିତ କେତେଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଘଟଣାସ୍ଥଳକୁ ପ୍ରେରଣ
  5. ଦେଶ ବାହାରର ନାଗରିକଙ୍କୁ ନେଇ ଗଠିତ ଏକ ଆନ୍ତର୍ଜାତିକ ପ୍ରତିନିଧି ଦଳ ଘଟଣା ସ୍ଥଳକୁ ପ୍ରେରଣ
  6. ବିଚାର ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ
  7. କାରାଗାର ପରିଦର୍ଶନ
  8. . ନିର୍ବାଚନ ପର୍ଯ୍ୟବେକ୍ଷଣ ;
  9. ବେସରକାରୀ ତଦନ୍ତ କମିଶନ ଓ ଟ୍ରିବ୍ୟୁନାଲ ଗଠନ ;
  10. ଫୋରେନ୍ ସିକ ପରୀକ୍ଷା (ମାଟି ଖୋଳି ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ) ;
  11. ଅର୍ଥନୈତିକ , ସାମାଜିକ ଓ ସାଂସ୍କୃତିକ ଅଧିକାର ଉପରେ ତଥ୍ୟ ସଂଗ୍ରହ ଉଦ୍ଦେଶ୍ୟରେ ସର୍ବକ୍ଷେଣ ସମେତ ଗବେଷଣାମୂଳକ ଅନୁଧ୍ୟାନ ପରିଚାଳନା ।

ସର୍ବାଧିକ ତଥ୍ୟାନୁସନ୍ଧାନ ପ୍ରୟାସର ମୂଳ ଉପାଦାନ

  1. ତଥ୍ୟାନୁସନ୍ଧାନ ସଂପର୍କରେ ଏକ ଉପଯୁକ୍ତ ପରିପ୍ରେକ୍ଷୀ ନିର୍ଣ୍ଣୟ କରିବା ଆବଶ୍ୟକ ।
  2. ନୀତି ବା ନିର୍ଦ୍ଦେଶ ନିରୂପଣ କରାଯିବା ।
  3. ମାନଦଣ୍ଡ ପ୍ରୟୋଗ କରାହେବ ।
  4. ସାକ୍ଷ୍ୟପ୍ରମାଣର ନିର୍ଭରଯୋଗ୍ୟତା ସୁନିଶ୍ଚିତ ହେବ ।
  5. ମାନବ ଅଧିକାରର ଉଲ୍ଲଘଂନରେ ସାହାଯ୍ୟ କରୁଥିବା ସାମାଜିକ , ଅର୍ଥନୈତିକ ଓ ରାଜନୈତିକ ବ୍ୟାପାର ବୁଝିବାକୁ ହେବ ।

ଘଟଣାସ୍ଥଳରେ ତଥ୍ୟାନୁସନ୍ଧାନ କାର୍ଯ୍ୟର ଯୋଜନା ଓ ପରିଚାଳନା

ସାଧାରଣତଃ , ମାନବ ଅଧିକାରର ଉଲ୍ଲଘଂନ ସଂପର୍କରେ ଖବର ଆସି ପହଞ୍ଚିଥାଏ ବିଭିନ୍ନ ସୂତ୍ରରୁ – ପୀଡିତ ବା ପୀଡ଼ିତାଙ୍କ ପରିବାରର ସଦସ୍ୟମାନଙ୍କ ପାଖରୁ , ବନ୍ଧୁବନ୍ଧାବଙ୍କ ପାଖରୁ , ପଡୋଶୀମାନଙ୍କ ପାଖରୁ ଅଥବା ନିଜ ଜାତି ବା ସଂପ୍ରଦାୟର ସମଧର୍ମୀଙ୍କ ପାଖରୁ ଖବର ମିଳିଥାଏ ଏବଂ ଏମାନେ ପୀଡିତ ବା ପୀଡିତ କିମ୍ବା ଘଟଣା ସହିତ ପ୍ରତ୍ୟକ୍ଷ ଭାବରେ ଜଡିତ ଥାଆନ୍ତି ; ସମ୍ବାଦପତ୍ର , ଟି. ଭି . ରିପୋର୍ଟ , ଇମେଲ / ଇ - ନିଉଜ୍ , ମାନବ ଅଧିକାରର ପ୍ରତି ରକ୍ଷକ , ପୁଲିସ୍ , ଓକିଲ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ସୂତ୍ରରୁ ମଧ୍ୟ ଏ ସଂପର୍କରେ ଖବର ମିଳିଥାଏ ଏବଂ ଏମାନେ ପୀଡିତ ବା ପୀଡ଼ିତା କିମ୍ବା ଘଟଣା ସହିତ ପ୍ରତ୍ୟକ୍ଷଭାବରେ ଜଡିତ ନଥାନ୍ତି । ମାନବ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଯେଉଁ କର୍ମୀଟି ନିରୀକ୍ଷଣ କାର୍ଯ୍ୟରେ ନିଯୋଜିତ ହୋଇଥାନ୍ତି , ତାଙ୍କ ପକ୍ଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କୌଣସି ପଦକ୍ଷେପ ନେବା ପୂର୍ବରୁ ପ୍ରଥମେ ଘଟଣାର ସତ୍ୟାସତ୍ୟ ନିର୍ଣ୍ଣୟ କରିବେ ସିଏ ଅନ୍ୟାନ୍ୟ ପ୍ରାସଙ୍ଗିକ ଓ ସମ୍ଭାବ୍ୟ ସୂତ୍ରରୁ ମିଳୁଥିବା ଖବର ସହିତ ପାଇଥିବା ଖବରକୁ ତଉଲି ବା ମିଳାଇ ଦେଖିବେ , ଧାରଣା ନ ରଖି ଖୋଲା ମନରେ ବିଶଦ ଭାବରେ ଘଟଣାର ପରୀକ୍ଷା ନିରୀକ୍ଷା କରିବେ । ଏହା ତାଙ୍କୁ ଉଲ୍ଲଘଂନ ଘଟଣାର ଗମ୍ଭୀରତା ବା ପ୍ରଗାଢତା ହୃଦୟଙ୍ଗମ କରିବାରେ ସାହାଯ୍ୟ କରିବ ଏବଂ ତାଙ୍କ ପାଇଁ ପ୍ରକୃତ ତଥ୍ୟ ପାଇବାର ନିକଟତର ହେବାର ସମ୍ଭାବନା ବୃଦ୍ଧି କରିବ ଓ ତଦନୁଯାୟୀ ଯଦି ଦରକାର ହୁଏ , ତେବେ ‘ ତଥ୍ୟାନୁସନ୍ଧାନ ’ କରିବାର ଯୋଜନା ତତ୍ କ୍ଷଣାତ କରିବାକୁ ହେବ ।

ମାନବ ଅଧିକାରର ଉଲ୍ଲଘଂନ ନିରୂପଣ ଓ ତଥ୍ୟ ମିଳୁଥିବା ସୂତ୍ରର ଚିହ୍ନଟକରଣ

ଗୋଟିଏ ନିର୍ଦ୍ଧିଷ୍ଟ ଘଟଣାରେ ମାନବ ଅଧିକାରର ଉଲ୍ଲଘଂନ ହେଉଛି କି ନାହିଂ , ତାହା ନିରୂପଣ କରିବା ଗୁରୁତ୍ୱପୂର୍ଣ୍ଣ ।

ତାହା ପରେ , ତଥ୍ୟ ମିଳିଥିବା ସମସ୍ତ ସମ୍ଭାବ୍ୟ ସୂତ୍ରରୁ ଏକ ଯାଞ୍ଚ ତାଲିକା ପ୍ରସ୍ତୁତ କରିବାକୁ ହେବ । ଯେଉଁ ତଥ୍ୟ ସଂଗ୍ରହ କରାଯିବ , ତାହାର ଉଦ୍ଦେଶ୍ୟ ହେବ ଉଲ୍ଲଘଂନ ଘଟଣା ବା ମାମଲାଟିକୁ କେନ୍ଦ୍ରକରି ଉପୁଜୁଥିବା ବିଭିନ୍ନ ପ୍ରଶ୍ନକୁ ସ୍ପଷ୍ଟ କରିଦେବା – ଯେପରିକି ‘ କିଏ ’ (କିଏ ପୀଡିତ ବା ପୀଡ଼ିତା ?) ଘଟଣା ପଛରେ କାରଣ କ’ଣ ? ଯିଏ ଏହି କାର୍ଯ୍ୟ କରିଛି , ତାହାର ଉଦ୍ଦେଶ୍ୟ କ’ଣ ?); ‘ କେତେବେଳ ’ (କେତେବେଳେ ଏହା ଘଟିଛି , କେଉଁ ତାରିଖରେ ଏହା ଘଟିଛି ବା କେଉଁ କେଉଁ ତାରିଖରେ ଘଟିଛି ); ‘ କେଉଁଠାରେ ’ ( କେଉଁଠାରେ ଏପରି ଘଟଣା ଘଟିଛି ବା କେଉଁ କେଉଁ ସ୍ଥାନରେ ଘଟିଛି ବା କିଭଳି ଘଟିଛି ) ; କିପରି ( କିପରି ଉଲ୍ଲଘଂନ ଘଟିଛି , କେଉଁ ପ୍ରକାରରେ ଘଟିଛି ବା କିଭଳି ଭାବରେ ଘଟିଛି , କେଉଁ ଉପାୟରେ ଘଟିଛି ? କେଉଁ ମାତ୍ରାରେ , କେତେ ପରିମାଣରେ ଘଟିଛି, ଇତ୍ୟାଦି । ଘଟଣା ଘଟିବା ପରେ ଅବସ୍ଥା ବା ପରିସ୍ଥିତି କିପରି ରହିଛି ? )

ତଥ୍ୟ ମିଳିବାର ସୂତ୍ରଗୁଡ଼ିକୁ ଚିହ୍ନଟ କରିବା ବା ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରିବା ଉପରେ ନିର୍ଭର କରେ ବିଶ୍ଵସନୀୟ ସାକ୍ଷ୍ୟପ୍ରମାଣ ସଂଗ୍ରହ କରିବାର କାର୍ଯ୍ୟ ।

ସୂତ୍ର ଚିହ୍ନଟ କରିବାର ମୂଳ ଉପାଦାନ

  • ତଦନ୍ତ କରାଯାଇଉଥିବା ମାମଲାକୁ ବିଭିନ୍ନ ଦିଗରୁ ବିଶ୍ଳେଷଣ କରି ସମ୍ଭାବ୍ୟ ସୂତ୍ରଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରିବାକୁ ହେବ ଏବଂ ପ୍ରତିଟି ବିଷୟକୁ ପ୍ରତିପାଦନ କରିବା ଲାଗି ପ୍ରୟୋଗନୀୟ ସାକ୍ଷ୍ୟପ୍ରମାଣ କେଉଁଠାରୁ ମିଳିପାରିବ , ତାହା ସ୍ଥିର କରିବାକୁ ହେବ । ଦୃଷ୍ଟାନ୍ତ ସ୍ୱରୂପ , ଜେଲ୍ ହାଜତରେ ବା ପୁଲିସ୍ ହେପାଜତରେ ଥିବାବେଳେ ନିର୍ଯ୍ୟାତନା ଘଟଣାରେ ସୂତ୍ର ସନ୍ଧାନ ପାଇଁ ଦେଖିବାକୁ ହେବ :
  • କିଏ ବା କେଉଁମାନେ ନିର୍ଯ୍ୟାତିତ ହେବାର ଅଭିଯୋଗ ଆସିଛି ;
  • କିଏ ବା କେଉଁମାନେ ନିର୍ଯ୍ୟାତନା ଦେଇଥିବାରୁ ଅଭିଯୁକ୍ତ ଅଟନ୍ତି ;
  • ମାନବ ଅଧିକାର ଉଲ୍ଲଘଂନର ଏପ୍ରକାର ଘଟଣା ସଂପର୍କରେ ପ୍ରତ୍ୟକ୍ଷଭାବରେ ଜାଣିଥିବା ସାକ୍ଷୀ କେଉଁମାନେ ଅଟନ୍ତି - ଅଧିକାର ଉଲ୍ଲଘଂନ ହୋଇଥିବାର ଅଭିଯୋଗ ଆସିଥିବା ବେଳେ ଘଟଣା ସଂପର୍କରେ ସେମାନଙ୍କୁ ସର୍ବପ୍ରଥମେ ଚିହ୍ନି ରଖିବାକୁ ହେବ ।

ଏ ପ୍ରକାର ବିଶ୍ଳେଷଣ ଉପରେ ନିର୍ଭର କରି ଘଟଣାର ବିଭିନ୍ନ ପର୍ଯ୍ୟାୟ ସହିତ ସଂପୃକ୍ତ ସାକ୍ଷୀମାନଙ୍କର ତାଲିକା ତିଆରି କରିବାକୁ ହେବ । ଯେପରିକି –

  • କେଉଁ ଡାକ୍ତର ପୀଡିତ ବା ପୀଡ଼ିତାଙ୍କର ଚିକିତ୍ସା ପ୍ରଥମେ କରିଥିଲେ ,
  • କେଉଁ ସଂପର୍କୀୟ ବା ବନ୍ଧୁବାନ୍ଧବ ପୀଡିତ /ପୀଡ଼ିତା ବା ଆହତ ବ୍ୟକ୍ତିଙ୍କୁ ବୋହି ନେଇ ଯାଇଥିଲେ ;
  • ଘଟଣା ଘଟିବା ପରେ ପରେ ଘଟଣା ସ୍ଥଳରେ କେଉଁ କେଉଁ ସାମ୍ବାଦିକ ପହଞ୍ଚି ଯାଇଥିଲେ ;
  • କେଉଁ ଆତ୍ମୀୟସ୍ଵଜନ ପୀଡିତ ବା ପୀଡ଼ିତାଙ୍କର ରାଜନୈତିକ ପୃଷ୍ଠଭୂମି ବିଷୟରେ ତଥ୍ୟ ଦେଇପାରିବେ ;
  • ସ୍ଥାନୀୟ ଲୋକଙ୍କ ମଧ୍ୟରୁ କେଉଁମାନେ ସୁରକ୍ଷା କର୍ମୀଦଳର ପୂର୍ବ କାର୍ଯ୍ୟ ସମ୍ବନ୍ଧରେ ପ୍ରମାଣ ସହକାରେ କହିପାରିବେ ଏବଂ ଘଟଣାସ୍ଥଳ ପରିଦର୍ଶନ କରିପାରିବେ ।
  • ସରକାରୀ ସୂତ୍ରକୁ ଚିହ୍ନଟ କରିବା ଦରକାର ଯେଉଁଠାରୁ ଲିଖିତ ଓ ପ୍ରାମାଣିକ ସାକ୍ଷ୍ୟପ୍ରମାଣ , ଶବ ବ୍ୟବଚ୍ଛେଦ ରିପୋର୍ଟ , ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଇତ୍ୟାଦି ମିଳିପାରିବ ।

ତଦନ୍ତ ଚଳାଇବା ଉଦ୍ଦେଶ୍ୟରେ ଏକ ଅଞ୍ଚଳକୁ ତଥ୍ୟାନୁସନ୍ଧାନକାରୀ ଦଳ ଗଠନ କରି ପଠାଯାଇପାରେ । ଜଣେ ବ୍ୟକ୍ତି ବା ଏକାଧିକ ଲୋକ (ଯେଉଁମାନଙ୍କର ପ୍ରାସାଙ୍ଗିକ ବିଶେଷ ଜ୍ଞାନକୁଶଳତା ରହିଛି ଓ ଯେଉଁମାନେ ବିଶ୍ଵାସଭାଜନ ଅଟନ୍ତି , କୌଣସି ନିର୍ଦ୍ଧିଷ୍ଟ ସଂଗଠନର ପ୍ରତିନିଧିତ୍ଵ କରନ୍ତି କିମ୍ବା /ଏବଂ ସମାଜରେ ପ୍ରଭାବଶାଳୀ ଅଟନ୍ତି / କର୍ତ୍ତବ୍ୟ ତୁଲାଉଥିବା ଅଧିକାରୀଙ୍କ ଉପରେ ପ୍ରଭାବ ପକାଇ ପାରନ୍ତି )ଏହି ତଥ୍ୟାନୁସନ୍ଧାନକାରୀ ଦଳର ଅନ୍ତର୍ଭୁକ୍ତ ହୋଇପାରିବେ । ସାଧାରଣତଃ , ତଥ୍ୟାନୁସନ୍ଧାନକାରୀ ଦଳର କାର୍ଯ୍ୟ ହେବ :

  • ପୀଡିତ ବା ପୀଡ଼ିତାଙ୍କଠାରୁ , ସାକ୍ଷୀମାନଙ୍କଠାରୁ ଏବଂ ଯଦି କେହି ଅଭିଯୁକ୍ତ ଥାଆନ୍ତି , ତାଙ୍କଠାରୁ ତଥ୍ୟ ସଂଗ୍ରହ ;
  • ଡିଉଟିରେ ଥିବା ସଂପୃକ୍ତ ଅଧିକାରୀଙ୍କଠାରୁ (ପୁଲିସ୍ , ସ୍ଥାନୀୟ ପ୍ରଶାସନ , ଡାକ୍ତର , ଇତ୍ୟାଦି) ତଥ୍ୟ ସଂଗ୍ରହ ;
  • ଗଣ ମାଧ୍ୟମ , ସ୍ଥାନୀୟ ଜନମତ ସ୍ରଷ୍ଟା ବା ଗବେଷକମାନଙ୍କଠାରୁ (ସର୍ବଦା ସମ୍ଭବ ହୋଇନପାରେ) ତଥ୍ୟ ସଂଗ୍ରହ ;
  • ପ୍ରସାଙ୍ଗିକ ଦଲିଲପତ୍ର ନକଲ (ଯଥା : ଏଫ୍ ଆଇଆର୍ କପି , ଡାକ୍ତରୀ ରିପୋର୍ଟ ଇତ୍ୟାଦି) , ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ , ଅନୁଧ୍ୟାନ ରିପୋର୍ଟ , (ଯଦି କେହି କରିଥାନ୍ତି) ସଂଗ୍ରହ ;
  • ଆବଶ୍ୟକ ହେଲେ , ସାକ୍ଷାତକାର , ଫଟୋଚିତ୍ର , ଭିଡିଓ / ଅଡିଓ ରେକର୍ଡ ନିଆଯିବ ।

ତଥ୍ୟାନୁସନ୍ଧାନକାରୀ ଦଳର କାର୍ଯ୍ୟକୁ ନିମ୍ନମତେ ଭାଗ ଭାଗ କରାଯାଇପାରେ । ଯଥା -

  1. ଘଟଣାସ୍ଥଳକୁ ତଥ୍ୟାନୁସନ୍ଧାନ ପାଇଁ ଯିବା ପୂର୍ବର କାର୍ଯ୍ୟ
  2. ପ୍ରକୃତ ଘଟଣାସ୍ଥଳ ପରିଦର୍ଶନ ;
  3. ଘଟଣା ସ୍ଥଳକୁ ପରିଦର୍ଶନ ସାରି ଫେରିବା ପରର କାର୍ଯ୍ୟ ;

ଘଟଣା ସ୍ଥଳକୁ ତଥ୍ୟାନୁସନ୍ଧାନ ପାଇଁ ଯିବା ପୂର୍ବରୁ କାର୍ଯ୍ୟ

  • ଘଟଣାସ୍ଥଳକୁ ପରିଦର୍ଶନରେ ଯିବାର ସୁବିଧା ଓ ଅସୁବିଧା ତଉଲିବା - ଆବଶ୍ୟକତା ଓ ଯଥାର୍ଥତା ହୃଦୟଙ୍ଗମ କରିବା ।
  • ନିର୍ଦ୍ଦେଶ ଓ ମାନଦଣ୍ଡ ନିରୂପଣ କରିବା – ଲକ୍ଷ୍ୟ ଧାର୍ଯ୍ୟ କରିବା , ଅନୁସନ୍ଧାନର ସର୍ତ୍ତାଦିକୁ ଚୂଡାନ୍ତ ରୂପ ଦେବା ।
  • ତଥ୍ୟାନୁସନ୍ଧାନକାରୀ ଦଳର ସଦସ୍ୟ ନିର୍ବାଚନ କରିବା ଏବଂ ସେମାନଙ୍କୁ ଘଟଣାର ପୃଷ୍ଠଭୂମି ସମ୍ବନ୍ଧରେ ସମସ୍ତା ସୂଚନା ଦେବା ।
  • ସାକ୍ଷ୍ୟ ପ୍ରମାଣର ବିଶ୍ଵସନୀୟତା ପାଇଁ ଅନୁସୃତ ପନ୍ଥା ପଦ୍ଧତିକୁ ଚୂଡାନ୍ତ ରୂପ ଦେବା – ସାକ୍ଷୀଙ୍କୁ ପଚରାଉଚରା କଲାବେଳେ ସାବଧାନତା ଅବଲମ୍ବନ , ସାକ୍ଷ୍ୟ ପ୍ରତିପାଦନ , ପ୍ରମାଣ କରିବାର ଭାର , ଇତ୍ୟାଦି ବିଷୟରେ ତଥ୍ୟାନୁସନ୍ଧାନକାରୀ ଦଳକୁ ମାର୍ଗଦର୍ଶିକା ପ୍ରଦାନ କରିବା ।
  • ପ୍ରଶାସନିକ ବନ୍ଦୋବସ୍ତ - ଯାତାୟତ ବ୍ୟବସ୍ଥା କରିବା ଛଡା ଯଦି ଦରକାର ହୁଏ ତେବେ ତଥ୍ୟାନୁସନ୍ଧାନକାରୀ ଦଳ ଯାଉଥିବା ସମ୍ବନ୍ଧରେ ପୀଡିତ ବା ପୀଡ଼ିତାଙ୍କୁ , ସାକ୍ଷୀମାନଙ୍କୁ ସ୍ଥାନୀୟ କର୍ତ୍ତୁପକ୍ଷଙ୍କୁ ଆଗରୁ ଜଣାଇଦେବା ଏହାର ଅନ୍ତର୍ଭୁକ୍ତ ହୋଇପାରେ ; ଅନୁବାଦକ , ଦଲିଲ ପ୍ରସ୍ତୁତ କରିବାର ସାଜସରଞ୍ଜାମ ଓ କର୍ମଚାରୀଙ୍କ ବ୍ୟବସ୍ଥା ମଧ୍ୟ କରିବାକୁ ହେବ ।
  • ତଥ୍ୟାନୁସନ୍ଧାନକାରୀ ଦଳର ସଦସ୍ୟମାନଙ୍କର ବୈଠକ – ଅନୁସନ୍ଧାନ ସଂପର୍କରେ ନିର୍ଦ୍ଦେଶ ସର୍ତ୍ତାଦି ଜାଣିବାରେ ଦଳର ସଦସ୍ୟମାନଙ୍କ ମଧ୍ୟରେ ଭିନ୍ନ ଭିନ୍ନ କାର୍ଯ୍ୟର ଚିହ୍ନଟକରଣ ଓ ଦାୟିତ୍ଵବଣ୍ଟନରେ , ପ୍ରକୃତ ଘଟଣାସ୍ଥଳ ପରିଦର୍ଶନ କରିବା ସମୟରେ ଏବଂ ପରିଦର୍ଶନ ପରେ କାର୍ଯ୍ୟସୂଚୀ (ଯେଉଁ ବ୍ୟକ୍ତିଙ୍କୁ ଭେଟିବାକୁ ଯିବେ ତାଙ୍କର ନାମଧାମ , ସମୟ ଓ ତାରିଖ ସୁଚାଇ) ପ୍ରସ୍ତୁତ କରିବାରେ ଏହି ବୈଠକ ସାହାଯ୍ୟ କରିବ । ଅଧିକନ୍ତୁ ସମନ୍ଵୟ ରଖିବା , କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା , ଗଣ ମାଧ୍ୟମ ସହ ସଂପର୍କ ରଖିବା , ସାକ୍ଷାତକାର ନେବା , ଲିପିବଦ୍ଧ ବା ରେକର୍ଡ କରିବା , ରିପୋର୍ଟ ବା ବିବରଣୀର ଚିଠା ପ୍ରସ୍ତୁତ କରିବା ଭଳି କାର୍ଯ୍ୟ ମଧ୍ୟ ରହିଛି ।

ପ୍ରକୃତ ଘଟଣାସ୍ଥଳ ପରିଦର୍ଶନ

ସଂପୃକ୍ତ ବ୍ୟକ୍ତିମାନଙ୍କୁ , ଅର୍ଥାତ୍

  • ପୀଡିତ ବା ପୀଡ଼ିତା , ସାକ୍ଷୀ , ଅଭିଯୁକ୍ତ ନିର୍ଯ୍ୟାତକ ଓ ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ସାକ୍ଷାତ କରିବା ଏବଂ ସେମାନଙ୍କର ସାକ୍ଷାତକାର ନେବା ।
  • ପ୍ରାସଙ୍ଗିକ ଦଲିଲପତ୍ର , ଲିପିବଦ୍ଧ ବିବରଣୀ (ରେକର୍ଡ), ଫଟୋ ଇତ୍ୟାଦି ସଂଗ୍ରହ କରିବା ।
  • ଫଟୋ ନେବା , ଭିଡିଓ ରେକର୍ଡିଂ ଇତ୍ୟାଦି କରିବା (ଅବଶ୍ୟ ସଂପୃକ୍ତ ବ୍ୟକ୍ତିମାନଙ୍କର ଅନୁମତି ନେଇ ) ।

ତଥ୍ୟର ଗୋପନୀୟତା ରକ୍ଷା କରିବା ପ୍ରତି ଯଥୋଚିତ ଧ୍ୟାନ ଦେବା ଉଚିତ୍ । କୌଣସି ବ୍ୟକ୍ତିଙ୍କଠାରୁ ସଂଗୃହୀତ ବିବୃତି , କାଗଜପତ୍ର ବା ସାକ୍ଷ୍ୟପ୍ରମାଣ ଅନ୍ୟ କାହାରିକୁ (ଯଥା – ବିରୋଧୀ ପକ୍ଷ , ନିର୍ଯ୍ୟାତକ , କର୍ତ୍ତୃପକ୍ଷ ବା ଏମାନଙ୍କର କୌଣସି ସହକର୍ମୀଙ୍କୁ ) ଯେପରି ହସ୍ତାନ୍ତରିତ ହୋଇ ନଯାଏ , ତାହା ସୁନିଶ୍ଚିତ କରିବାକୁ ହେବ । ଏ କ୍ଷେତ୍ରରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଦରକାର ଯେପରିକି ସଂପୃକ୍ତ ବ୍ୟକ୍ତିଙ୍କର ନିରାପତ୍ତା , ସୁରକ୍ଷା , ମର୍ଯ୍ୟାଦା ଓ ବ୍ୟକ୍ତିଗତ ବ୍ୟାପାରର ଗୋପନୀୟତା ଆଦୌ ବିପନ୍ନ ହେବ ନାହିଂ । ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟାନୁସନ୍ଧାନ କାର୍ଯ୍ୟ କରୁଥିବା ସମୟରେ ଯାହା ଦେଖିଲେ ବା ପାଇଲେ ସେ ସଂପର୍କରେ ସର୍ବସାଧାରଣରେ କୌଣସି ବିବୃତି ଜାରି କରାଯିବ ନାହିଂ । ଦରକାର ପଡିଲେ ତାହା ହୁଏତ ପରିଦର୍ଶନର ଆରମ୍ଭରେ ବା ପରିଦର୍ଶନର ଶେଷରେ କରାଯାଇପାରେ ।

ଘଟଣାସ୍ଥଳରୁ ପରିଦର୍ଶନ ସାରି ଫେରିବା ପରର କାର୍ଯ୍ୟ

  • ତଥ୍ୟାନୁସନ୍ଧାନ କାର୍ଯ୍ୟର ସାମଗ୍ରିକ ମୂଲ୍ୟାୟନ ;
  • ରିପୋର୍ଟ ତିଆରି କରିବାର ଦାୟିତ୍ଵ ବଣ୍ଟନ ଏବଂ ରିପୋର୍ଟକୁ ଚୂଡାନ୍ତ ରୂପ ଦେବା ଓ ପ୍ରକାଶ କରିବାର ଶେଷ ସମୟସୀମା ଧାର୍ଯ୍ୟ ;
  • ସାମ୍ବାଦିକ ସମ୍ମିଳନୀ ଓ ଗଣ ମାଧ୍ୟମ ସହ ସଂପର୍କିତ ଅନ୍ୟାନ୍ୟ କାର୍ଯ୍ୟ ।

ଆଧାର : ମାନବ  ଅଧିକାରୀ

3.13333333333
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top