অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୀବାଣୁ ସାର ବା ଜୈବ ଉର୍ବରକର ବ୍ୟବହାର

ଜୀବାଣୁ ସାର ବା ଜୈବ ଉର୍ବରକର ବ୍ୟବହାର

ଜୀବାଣୁ କଲଚର

ଗୋଟିଏ ଜମିରେ ବାରମ୍ବାର ଫସଲ ଚାଷ କରିବା ଦ୍ଵାରା କ୍ରମଶଃ ମାଟିର ଉର୍ବର ଶକ୍ତି ହ୍ରାସ ହେବା ସଙ୍ଗେ ସଙ୍ଗେ ଅନ୍ୟ ଦିଗରେ ଦିନକୁ ଦିନ ରାସାୟନିକ ସାର ମୂଲ୍ୟ ବୃଦ୍ଧି ଘଟୁଛି । ମୁଖ୍ୟତଃ ଏହାକୁ ଦୃଷ୍ଟିରେ ରଖି କେତେକ ଜୀବାଣୁ କଲଚର ପ୍ରୟୋଗ ଦ୍ଵାରା ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ କୃଷିକ୍ଷେତ୍ରରେ ପ୍ରାଧାନ୍ୟ ଦିଆଯାଉଛି । ଏହି ଜୀବାଣୁସାର ପ୍ରଦୂଷଣ ମୁକ୍ତ, ସ୍ୱଳ୍ପ ମୂଲ୍ୟ ତଥା ସମନ୍ଵିତ ଖାଦ୍ୟସାର ଯୋଗାଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଜୀବାଣୁ ସାର ମୁଖ୍ୟତଃ ତିନି ଶ୍ରେଣୀରେ ।

  • ଯବକ୍ଷାରଜାନ ସାର ବାନ୍ଧି ରଖିପାରୁଥିବା ଜୀବାଣୁ ସାର ଯଥା- ରାଇଜୋବିୟମ, ଆଜୋଟୋବ୍ୟାକ୍ଟର, ଆଜୋସ୍ପିରିଲିୟମ, ଆଜୋଲା, ନୀଳ ହରିତ ଶୈବାଳ ଓ ଏସିଟୋବ୍ୟାକ୍ଟର ।
  • ଫସଫରସ ସାର ଦ୍ରବିଭୂତ କରୁଥିବା ଜୀବାଣୁ ସାର ।
  • ମାଟିରେ ଜୈବିକ ପଦାର୍ଥକୁ ସଢାଇ ମୁଖ୍ୟ ଖାଦ୍ୟସାର ଗଛକୁ ଯୋଗାଇ ପାରୁଥିବା ଜୀବାଣୁ ।

ଉଦ୍ୟାନ ଫସଲରେ ଜୀବାଣୁ ସାରର ବ୍ୟବହାର

ଉଦ୍ୟାନ ଫସଲରେ ଆଜୋଟୋବ୍ୟାକ୍ଟର ଓ ଆଜୋସ୍ପିରିଲିୟମର ବ୍ୟବହାର ବହୁତ ରହିଛି । ଅଜୋଟୋବ୍ୟାକ୍ଟର ବ୍ୟବହାର କଲେ ଫସଲକୁ ହେକ୍ଟର ପ୍ରତି ୨୦ ରୁ ୩୦ କିଗ୍ରା ଯବକ୍ଷାରଜାନ ମିଳିଥାଏ । ଫଳରେ ଯବକ୍ଷାରଜାନ ସାର ପ୍ରୟୋଗ ସେ ଅନୁପାତରେ କମାଇ ଦିଆଯାଏ । ଏହା ବ୍ୟତୀତ ଜୀବର୍ଲିନ, ସାଇଟୋକିନିନ, ଇଣ୍ଡୋଲ, ଏସିଟିକ ଏସିଡ ନାମକ ଅଭିବୃଦ୍ଧିକାରୀ ହରମୋନ ତଥା କେତେକ ରୋଗ ସୃଷ୍ଟିକାରୀ ଜୀବାଣୁକୁ ଦମନ କରିବା ପାଇଁ ଆଣ୍ଟିବାଇଓଟିକ ଆଜୋଟୋବ୍ୟାକ୍ଟର ଜୀବକୋଷରୁ ନିର୍ଗତ ହୁଏ । ଯାହାକି ନିରୋଗ ଫସଲ ବଢିବାରେ ସହାୟକ ହୁଏ । ଆଜୋସ୍ପିରିଲିୟମ ପ୍ରୟୋଗରେ ଫସଲକୁ ହେକ୍ଟର ପ୍ରତି ୩୦କିଗ୍ରା ଯବକ୍ଷାରଜାନ ମିଳିଥାଏ । ଏହି ଜୀବାଣୁସାର ମାଟିରେ ପ୍ରୟୋଗ କରିବା ସହ ବିହନ ଶୋଧନ କରାଯାଇଥାଏ । ୩-୫ କିଗ୍ରା ଜୀବାଣୁ ସାରକୁ ପ୍ରାୟ ଏକ କ୍ଵିଣ୍ଟାଲ ଖତ ବା ମାଟିରେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଏକ ହେକ୍ଟର ଜମିରେ ଶେଷ ଓଡ ଚାଷରେ ବୁଣିଦେଇ ମାଟିରେ ମିଶାନ୍ତୁ କିମ୍ବା ଫସଲକୁ ଠିକ ଜଳସେଚନ କରିବା ପୂର୍ବରୁ ମାଟିରେ ବୁଣିଦେଇ ଜଳସେଚନ କରନ୍ତୁ । ମଞ୍ଜି ବା ଚାରା ବା ବିହନ ଖଣ୍ଡ ଗୁଡିକୁ ଶୋଧନ କରିବା ପାଇଁ ୧୦୦ଗ୍ରାମ ଜୀବାଣୁ ସାରକୁ ୫ଲିଟର ପାଣିରେ ଗୋଳାନ୍ତୁ । ଏହି ମିଶ୍ରଣରେ ମଞ୍ଜି ବା ଚାରାର ଚେର ବା ବିହନ ଖଣ୍ଡ ଗୁଡିକୁ ୧୦ମିନିଟ ବୁଡାଇ ରଖି ମଞ୍ଜି ବୁଣନ୍ତୁ ଏବଂ ଚାରା ବା ବିହନ କାଣ୍ଡ ଜମିରେ ପୋତନ୍ତୁ ।

ପ୍ରତ୍ୟେକ ଫସଲ ପାଇଁ ନିର୍ଦ୍ଧାରିତ କିସମର ଆଜୋଟୋବ୍ୟାକ୍ଟର ବା ଆଜୋସ୍ପିରିଲିୟମ ବ୍ୟବହାର କରିବା ଆବଶ୍ୟକ ଅଟେ । କେତେକ ଉଦ୍ୟାନ ଫସଲ ପାଇଁ ଜୀବାଣୁ ସାର ପ୍ରୟୋଗ ବିଧି ନିମ୍ନରେ ପ୍ରଦାନ କରାଗଲା ।

ଫସଲର ନାମ

ଜୀବାଣୁସାର ନାମ

ପ୍ରୟୋଗ ବିଧି

ହେକ୍ଟର ପ୍ରତି ଜୀବାଣୁ ସାର ପରିମାଣ

କେତେବେଳେ ବ୍ୟବହାର କରାଯିବ

ଆଳୁ

ଆଜୋଟୋବ୍ୟାକ୍ଟର

ମାଟିରେ ବିହନ ବିଶୋଧନ

୪-୫ କିଗ୍ରା

ଲଗାଇବା ବେଳେ

ମୂଳା, ଭେଣ୍ଡି, ସ୍ପିନାଚ

ଆଜୋଟୋବ୍ୟାକ୍ଟର/ ଆଜୋସ୍ପିରିଲିୟମ

ବିହନ ଶୋଧନ

୪୦୦-୬୦୦ଗ୍ରାମ

ବିହନ ବୁଣା

ଗାଜର, ପୋଟଳ, କଖାରୁ ଜାତୀୟ ଟରନିପ

ଆଜୋଟୋବ୍ୟାକ୍ଟର

ବିହନ ଶୋଧନ

୨୦୦ଗ୍ରାମ

ବିହନ ବୁଣା

ପିଆଜ, ବାଇଗଣ, କୋବି ଜାତୀୟ ଟମାଟୋ, ଲଙ୍କା

ଆଜୋଟୋବ୍ୟାକ୍ଟର/ ଆଜୋସ୍ପିରିଲିୟମ

ତଳି ଶୋଧନ

୧.୫-୨ କିଗ୍ରା

ତଳି ରୋପଣ

ଅଦା, ହଳଦୀ, କନ୍ଦ ଜାତୀୟ ରସୁଣ କଦଳୀ, ସପୁରୀ, ଗ୍ଲାଡିଓଲି, ଗୋଲାପ ଡାଳ

ଆଜୋଟୋବ୍ୟାକ୍ଟର

କନ୍ଦ ଶୋଧନ

ଡାଳ ଶୋଧନ

୩-୪ କିଗ୍ରା

 

ଲଗାଇବା ବେଳେ

ଗେଣ୍ଡୁ, ସେବତୀ ଆଦି ସମସ୍ତ ଫୁଲ ଓ ଆଳଙ୍କାରିକ ଉଦ୍ଭିଦ

ଆଜୋଟୋବ୍ୟାକ୍ଟର

ଚାରା ଶୋଧନ

୧.୫-୨ କିଗ୍ରା

ଲଗାଇବା ବେଳେ

ଚା, କଫି

ଆଜୋଟୋବ୍ୟାକ୍ଟର

ମାଟିରେ ପ୍ରୟୋଗ

୩-୪ କିଗ୍ରା

ଲଗାଇବା ବେଳେ

ନଡିଆ, ରବର

ଆଜୋଟୋବ୍ୟାକ୍ଟର

ମାଟିରେ ପ୍ରୟୋଗ

ଚାରା ପ୍ରତି ୨୦-୩୦ ଗ୍ରାମ

ଲଗାଇବା ବେଳେ

ସମସ୍ତ ଫଳ, ମସଲା ଔଷଧ ଇତ୍ୟାଦି

ଆଜୋଟୋବ୍ୟାକ୍ଟର

ମାଟିରେ ପ୍ରୟୋଗ

ଗାତ ପ୍ରତି ୧୫-୨୦ ଗ୍ରାମ

ଲଗାଇବା ବେଳେ

ଛୁଇଁ ଜାତୀୟ

ରାଇବୋଜିୟମ

ମାଟିରେ

୩-୪ କିଗ୍ରା

ଲଗାଇବା ବେଳେ

ଏତଦ୍ ବ୍ୟତୀତ ସମସ୍ତ ଫସଲ ପାଇଁ ହେକ୍ଟର ପ୍ରତି ୨.୫ କିଗ୍ରା ପଟାସ ମୋବିଲାଇଜିଙ୍ଗ ଜୀବାଣୁ ସାର ବିହନ ବୁଣିବା ବେଳେ ମାଟିରେ ପ୍ରୟୋଗ କରାଯାଏ ।

ଆଧାର : ଡାକ୍ତର ସୂର୍ଯ୍ୟ ନାରାୟଣ ବେହେରା

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate