ନିର୍ଦ୍ଧିଷ୍ଟ ଅଞ୍ଚଳର ବହୁଳ ଭାବରେ ଚାଷ ହେଉଥିବା କୌଣସି ଫସଲରେ ମୂଳସାର ପ୍ରୟୋଗ ପାଇଁ ନିର୍ଦ୍ଧାରିତ ଗ୍ରେଡଥିବା ସାର ମିଶ୍ରଣ ପ୍ରସ୍ତୁତ କରାଯାଇପାରେ । ଉଦାହରଣ ସ୍ୱରୂପ ଚିନାବାଦାମ ସାର 8-16-16 ବା ଧାନସାର 10-20-10 । ସାର ମିଶ୍ରଣରୁ ଏକର ପିଛା 100 କି.ଗ୍ରା. ପ୍ରୟୋଗ କଲେ ଫସଲରେ ମୂଳସାର ଆବଶ୍ୟକତା ପୂରଣ ହେଉ । ଚାଷୀପାଇଁ ଏହା ସୁବିଧାଜନକ ।
ପ୍ରସ୍ତୁତି
ନିର୍ଦ୍ଧିଷ୍ଟ ଫସଲର ସାଧାରଣ ସାର ଅନୁମୋଦନ ଓ ମୂଳସାରରେ ଏକର ପିଛା କେତେ NPK ପ୍ରୟୋଗ କରାଯିବା ଆବଶ୍ୟକ ତାହା ବିଚାର କରି ଗ୍ରେଡ୍ ନିର୍ଦ୍ଧାରଣ କରାଯାଏ ।
କେଉଁ କେଉଁ ସାର ମିଶାଇ ମିଶ୍ରଣଟି ପ୍ରସ୍ତୁତ କରାଯିବ ତାହା ସ୍ଥିର କଲାବେଳେ ନିମ୍ନଲିଖିତ ବିଷୟ ବିଚାରକୁ ନିଆଯାଏ ।
ମିଶ୍ରଣ ପାଇଁ ନିଆଯାଉଥିବା ସାର ଶସ୍ତା ହୋଇଥିବା ଦରକାର । ତା’ହେଲେ ମିଶ୍ରଣ ମଧ୍ୟ ଅପେକ୍ଷାକୃତ ଶସ୍ତା ହେବ ଏବଂ ଚାଷୀମାନେ ଆଗ୍ରହୀ ହେବେ ।
ନିର୍ବାଚିତ ସାର ଉକ୍ତ ଅଞ୍ଚଳର ମୃତ୍ତିକାରେ ଏବଂ ଫସଲରେ ସୁଫଳ ଦେଉଥିବ ।
ସାରଗୁଡିକ ଆର୍ଦ୍ରତାଗ୍ରାହୀ ହୋଇ ନଥିବେ । ନଚେତ୍ ମିଶାଇବା ପରେ ମିଶ୍ରଣ ବିଣ୍ଡା ହୋଇଯିବ ବା ପରସ୍ପର ପ୍ରତିକ୍ରିୟା ଦ୍ଵାରା ଖାଦ୍ୟସାର ଉପାଦାନ ନଷ୍ଟ ହୁଏ ବା ଅଗ୍ରହଣୀୟ ଅବସ୍ଥାରେ ରହେ ।
ନିର୍ଦ୍ଧାରିତ ଗ୍ରେଡପାଇଁ ସେହିସବୁ ସାରର ଆବଶ୍ୟକ ମୋଟ ପରିମାଣ 100ରୁ କମ୍ ହେଉଥିବ ଏବଂ ଅଳ୍ପ ପରିମାଣର ପୂରକ ଆବଶ୍ୟକ ପଡୁଥିବ ।
ସାର ମିଶ୍ରଣ କରିବା ପୂର୍ବରୁ ସେମାନଙ୍କର ସଙ୍ଗତି ବିଚାର କରାଯାଏ । ଯେଉଁ ସାରଗୁଡିକୁ ମିଶାଇଲେ କୌଣସି ଦୈହିକ ବା ରାସାୟନିକ କୁ-ପ୍ରଭାବ ହୁଏ ନାହିଁ ସେଗୁଡିକୁ ପରସ୍ପରର ସଙ୍ଗତ କୁହାଯାଏ । ନିମ୍ନଲିଖିତ ରୈଖିକ ଚିତ୍ର ସାହାଯ୍ୟରେ ଯେକୌଣସି ଦୁଇଟି ସାରର ସଙ୍ଗତି ଜଣାଯାଏ ।
ସୂଚନା – ଡାହାଣ ପାଖ କ୍ରମିକ ନମ୍ବର ପାର୍ଶ୍ଵରେ ୧୦ଟି ସାରର ନାମ ଉଲ୍ଲେଖ କରାଯାଇଛି । ଚିତ୍ର ତଳେ ମଧ୍ୟ ଅନୁରୂପ କ୍ରମିକ ନମ୍ବର ଉଲ୍ଲେଖ ଅଛି । ଯେକୌଣସି ଧାଡି ସହିତ ଯେକୌଣସି ସ୍ତମ୍ବର ମିଳନ କଲେ ଯେଉଁ କୋଠରୀ ମିଳିବ ସେଥିରେ ଥିବା ଚିହ୍ନ ସଙ୍ଗତି ସୁଚାଏ ।
ଉଦାହରଣ - ଧରାଯାଉ ୟୁରିଆ ସାର ଏବଂ ସିଙ୍ଗଲ ସୁପରଫସଫେଟ୍ ସଙ୍ଗତି କି ନୁହେଁ ?
ୟୁରିଆ ସାର ୨ ନମ୍ବର ଧାଡିରେ ଉଲ୍ଲେଖ ଅଛି ଓ ସିଙ୍ଗଲ ସୁପର ଫସଫେଟ୍ ୬ କ୍ରମିକ ନମ୍ବରରେ ଅଛି । ତେଣୁ ୨ ନମ୍ବର ଧାଡି ଓ ୬ ନମ୍ବର ସ୍ତମ୍ଭକୁ ମେଳକ କଲେ ଯେଉଁ କୋଠରୀ ମିଳିଲା ସେଥିରେ Ä ଚିହ୍ନ ଅଛି । ଅର୍ଥାତ୍ ଏ ଦୁଇଟି ସାର ସଙ୍ଗତ ନୁହଁନ୍ତି ।
ଉଦାହରଣ – ୧
ଚିନାବାଦାମ ସାର ମିଶ୍ରଣ । ୮ – ୧୬ – ୧୬ ପାଇଁ ଉପାଦାନ - ମିଶ୍ରଣ ପାଇଁ ନିର୍ବାଚିତ ସାର ।
ପରିମାଣ ହିସାବ – ପ୍ରଥମେ 100 କି.ଗ୍ରା.ମିଶ୍ରଣ ପାଇଁ ବିଭିନ୍ନ ଉପାଦାନର ପରିମାଣ ହିସାବ କରାଯାଏ ।
ଯଦି ବହୁତ ଜମି ପାଇଁ ଅଧିକ ପରିମାଣର ମିଶ୍ରଣ ପ୍ରସ୍ତୁତ କରାଯିବା ଆବଶ୍ୟକ ତେବେ କେଉଁ ସାର ଓ ପୂରକ କେତେ ଆବଶ୍ୟକ ପଡିବ ତାହା ଗୁଣିକରି ବାହାର କରାଯାଏ ।
ଉଦାହରଣ – ୨
500 ଏକର ଧାନ ଫସଲରେ ପ୍ରୟୋଗ ପାଇଁ ସାର ମିଶ୍ରଣ । 10-20-30 ପ୍ରସ୍ତୁତ କରାଯିବ । ଉପାଦାନ ନିରୂପଣ କର । ମିଶ୍ରଣ ପାଇଁ ନିର୍ବାଚିତ ସାର :-
ମୂଳସାର ହିସାବରେ ଏକର ପିଛା 100 କି.ଗ୍ରା. ପ୍ରୟୋଗ କଲେ ତାହା ଆବଶ୍ୟକ N.P.K ଯୋଗାଇବ । ତେଣୁ 500 ଏକର ଧାନ ଫସଲ ପାଇଁ 100 X 50000 କି.ଗ୍ରା. ବା ଟନ୍ ମିଶ୍ରଣ ପ୍ରସ୍ତୁତ ହେବା ଆବଶ୍ୟକ । ପ୍ରଥମେ 100 କି.ଗ୍ରା. ମିଶ୍ରଣ ପାଇଁ ବିଭିନ୍ନ ଉପାଦାନ ପରିମାଣ ହିସାବ କରି ତାପରେ 50 ଟନ୍ ପାଇଁ ହିସାବ କରାଯିବ । ପ୍ରତି 100 କି.ଗ୍ରା. ମିଶ୍ରଣ ପାଇଁ -
ଯେହେତୁ ଫସଫେଟ୍ ଡି.ଏ.ପି. ସୂତ୍ରରୁ ମିଳିବ ଏବଂ ଯବକ୍ଷାର ଉଭୟ ଡି.ଏ.ପି. ଏବଂ ୟୁରିଆ ସୂତ୍ରରୁ ମିଳିବ । ତେଣୁ ପ୍ରଥମେ ଡି.ଏ.ପି.ର ପରିମାଣ ହିସାବ କରାଯିବ ।
ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 7/29/2019