অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫସଲ ଉତ୍ପାଦନ (ମିଶ୍ରିତ ସାରଗୁଡିକର ବିଶେଷତ୍ଵ)

ମିଶ୍ରିତ   ସାରଗୁଡିକର   ବିଶେଷତ୍ଵ

  1. ଏଗୁଡ଼ିକର  ମୁଖ୍ୟ  ଖାଦ୍ୟସାର  ଗୁଡିକର   ସର୍ବମୋଟ   ମାତ୍ରା   ଅଧିକ   । ଉଦାହରଣ   ସ୍ୱରୂପ  DAP ରେ   ମୋଟ   ମୁଖ୍ୟ  ଖାଦ୍ୟସାର   ମାତ୍ରା  64%  । ତେଣୁ   ଏଗୁଡ଼ିକୁ  ଉଚ୍ଚମାନ   ସାର  କୁହାଯାଏ   । ଏଗୁଡ଼ିକର  ଖାଦ୍ୟସାର  ପ୍ରତି  ପରିବହନ  ଖର୍ଚ୍ଚ , ଗୋଦାମରେ   ରଖିବା   ଖର୍ଚ୍ଚ  ଓ  ଜମିରେ   ପ୍ରୟୋଗ   ଖର୍ଚ୍ଚ   ଅପେକ୍ଷାକୃତ   କମ୍   ।
  2. ଦୁଇ  ବା  ତିନୋଟି   ମୁଖ୍ୟ  ଖାଦ୍ୟସାର   ଏକତ୍ର   ଥିବାରୁ   ମୂଳସାର  ଭାବରେ   ପ୍ରୟୋଗ   ସୁବିଧାଜନକ   । ଫସଲର   ଆବଶ୍ୟକତା   କାର୍ଯ୍ୟକାରିତା   ବିଚାର   କରି  ନିର୍ଦ୍ଧିଷ୍ଟ   ଅନୁପାତରେ  N-- O  ଥିବା  ସାର   ପ୍ରୟୋଗ   କରାଯାଏ    ।
  3. ଏହି   ସାରଗୁଡିକ   ସମ  ଆକୃତି  ବିଶିଷ୍ଟ  ବର୍ତ୍ତୁଳାକାର  ଦାନାଦାର  ସାର  ହୋଇଥିବାରୁ  ସିଆରରେ  ପ୍ରୟୋଗ   କରିବା  ଦ୍ଵାରା  ସୁବିଧାଜନକ   । ବିଶେଷତଃ  ସାର  ଓ  ମଞ୍ଜିବୁଣା  ଯନ୍ତ୍ର  ସାହାଯ୍ୟରେ  ମଧ୍ୟ  ଏହାକୁ  ସିଆରରେ   ଅଳ୍ପ  ଖର୍ଚ୍ଚରେ  ପ୍ରୟୋଗ   କରିବା  ସୁବିଧାଜନକ   ।
  4. ଏହି  ସାରଗୁଡିକ  ସେତେ  ବେଶି  ଆର୍ଦ୍ରତାଗ୍ରାହୀ  ନୁହଁନ୍ତି   ।
  5. ଦାନାଦାର   ସାର   ହୋଇଥିବାରୁ   ଫସଫରସ୍  ନିବନ୍ଧନ   ଯଥେଷ୍ଟ  କମ୍ ଓ  ସାରର   କାର୍ଯ୍ୟକାରିତା  ଅଧିକ  ।

ମିଶ୍ରିତ   ସାରଗୁଡିକର  ଦୋଷ

  1. ଅଧିକାଂଶ   ମିଶ୍ରିତ  ସାରରେ  ଗୌଣ  ଖାଦ୍ୟସାର   ନଥାଏ   ।
  2. ମୂଳସାର   ପ୍ରୟୋଗ   ପାଇଁ  N-- O  ଯେଉଁ   ଅନୁପାତରେ   ଆବଶ୍ୟକ  ତାହା  ସାରରେ   ନଥାଏ   ।  ତେଣୁ   କମ୍  ଅନୁପାତରେ   ଥିବା  ମୁଖ୍ୟ   ଖାଦ୍ୟସାର  ଯୋଗାଇବା   ପାଇଁ   ମିଶ୍ରିତ  ସାର   ସହିତ  ସରଲା   ସାର  ମିଶାଇ ପ୍ରୟୋଗ   କରାଯାଏ   ।
  3. ଅନେକ  କ୍ଷେତ୍ରରେ   ଦେଖାଯାଏ  ଯେ  ସାରର  ଦାନାଗୁଡିକ   ସମଆକୃତି   ବିଶିଷ୍ଟ   ନୁହଁନ୍ତି   । କେତେକ  ଅତି  କ୍ଷୁଦ୍ର,  ଆଉ   କେତେକ  ବହୁତ   ବଡ   ।

ସାର  ମିଶ୍ରିତ

ନିର୍ଦ୍ଧିଷ୍ଟ  ଅଞ୍ଚଳର  ବହୁଳ  ଭାବରେ  ଚାଷ   ହେଉଥିବା  କୌଣସି  ଫସଲରେ  ମୂଳସାର  ପ୍ରୟୋଗ ପାଇଁ   ନିର୍ଦ୍ଧାରିତ  ଗ୍ରେଡଥିବା  ସାର  ମିଶ୍ରଣ  ପ୍ରସ୍ତୁତ  କରାଯାଇପାରେ   । ଉଦାହରଣ  ସ୍ୱରୂପ  ଚିନାବାଦାମ  ସାର 8-16-16  ବା  ଧାନସାର  10-20-10  । ସାର  ମିଶ୍ରଣରୁ  ଏକର  ପିଛା  100 କି.ଗ୍ରା.  ପ୍ରୟୋଗ   କଲେ   ଫସଲରେ   ମୂଳସାର   ଆବଶ୍ୟକତା  ପୂରଣ ହେଉ  । ଚାଷୀପାଇଁ   ଏହା  ସୁବିଧାଜନକ   ।

ପ୍ରସ୍ତୁତି

  1. ମିଶ୍ରଣର  ଗ୍ରେଡ  ନିର୍ଦ୍ଧାରଣ
  2. ନିର୍ଦ୍ଧିଷ୍ଟ   ଫସଲର   ସାଧାରଣ   ସାର  ଅନୁମୋଦନ  ଓ  ମୂଳସାରରେ  ଏକର  ପିଛା   କେତେ  NPK  ପ୍ରୟୋଗ   କରାଯିବା   ଆବଶ୍ୟକ   ତାହା  ବିଚାର   କରି  ଗ୍ରେଡ୍  ନିର୍ଦ୍ଧାରଣ   କରାଯାଏ   ।

  3. ଉପଯୁକ୍ତ  ସାର   ନିର୍ବାଚନ
  4. କେଉଁ  କେଉଁ  ସାର  ମିଶାଇ  ମିଶ୍ରଣଟି  ପ୍ରସ୍ତୁତ  କରାଯିବ   ତାହା  ସ୍ଥିର  କଲାବେଳେ   ନିମ୍ନଲିଖିତ   ବିଷୟ   ବିଚାରକୁ   ନିଆଯାଏ  ।

    ମିଶ୍ରଣ   ପାଇଁ   ନିଆଯାଉଥିବା  ସାର  ଶସ୍ତା   ହୋଇଥିବା  ଦରକାର    । ତା’ହେଲେ   ମିଶ୍ରଣ   ମଧ୍ୟ   ଅପେକ୍ଷାକୃତ   ଶସ୍ତା   ହେବ   ଏବଂ   ଚାଷୀମାନେ   ଆଗ୍ରହୀ   ହେବେ   ।

    ନିର୍ବାଚିତ  ସାର  ଉକ୍ତ   ଅଞ୍ଚଳର  ମୃତ୍ତିକାରେ   ଏବଂ   ଫସଲରେ   ସୁଫଳ   ଦେଉଥିବ   ।

    ସାରଗୁଡିକ   ଆର୍ଦ୍ରତାଗ୍ରାହୀ  ହୋଇ  ନଥିବେ   । ନଚେତ୍  ମିଶାଇବା   ପରେ  ମିଶ୍ରଣ  ବିଣ୍ଡା   ହୋଇଯିବ  ବା  ପରସ୍ପର   ପ୍ରତିକ୍ରିୟା   ଦ୍ଵାରା  ଖାଦ୍ୟସାର   ଉପାଦାନ   ନଷ୍ଟ   ହୁଏ  ବା  ଅଗ୍ରହଣୀୟ  ଅବସ୍ଥାରେ  ରହେ   ।

    ନିର୍ଦ୍ଧାରିତ   ଗ୍ରେଡପାଇଁ   ସେହିସବୁ   ସାରର   ଆବଶ୍ୟକ   ମୋଟ   ପରିମାଣ  100ରୁ   କମ୍  ହେଉଥିବ  ଏବଂ   ଅଳ୍ପ   ପରିମାଣର  ପୂରକ   ଆବଶ୍ୟକ  ପଡୁଥିବ  ।

ମିଶ୍ରଣ  ପାଇଁ   ସାରର   ସଙ୍ଗତି

ସାର  ମିଶ୍ରଣ  କରିବା   ପୂର୍ବରୁ  ସେମାନଙ୍କର   ସଙ୍ଗତି  ବିଚାର  କରାଯାଏ   । ଯେଉଁ  ସାରଗୁଡିକୁ  ମିଶାଇଲେ   କୌଣସି   ଦୈହିକ   ବା  ରାସାୟନିକ କୁ-ପ୍ରଭାବ   ହୁଏ   ନାହିଁ  ସେଗୁଡିକୁ   ପରସ୍ପରର  ସଙ୍ଗତ   କୁହାଯାଏ   । ନିମ୍ନଲିଖିତ   ରୈଖିକ  ଚିତ୍ର   ସାହାଯ୍ୟରେ   ଯେକୌଣସି  ଦୁଇଟି   ସାରର   ସଙ୍ଗତି   ଜଣାଯାଏ   ।

  1. ଆମୋନିଅମ୍  ନାଇଟ୍ରେଟ
  2. ୟୁରିଆ
  3. ଆମୋନିଅମ୍  ସଲଫେଟ୍
  4. କା : ଆ : ନା : (C.A.N.)
  5. ଟ୍ରିପଲ  ସୁପରଫସଫେଟ୍
  6. ସିଙ୍ଗଲ  ସୁପରଫସଫେଟ୍
  7. ଡ଼ି.ଏ.ପି. (D.A.P.)
  8. ରକ୍  ଫସଫେଟ୍
  9. ମିଉରିଏଟ୍  ଅଫ୍  ପଟାସ୍
  10. ସଲଫେଟ୍  ଅଫ୍  ପଟାସ୍

ସୂଚନା – ଡାହାଣ   ପାଖ  କ୍ରମିକ   ନମ୍ବର  ପାର୍ଶ୍ଵରେ  ୧୦ଟି   ସାରର   ନାମ   ଉଲ୍ଲେଖ   କରାଯାଇଛି   । ଚିତ୍ର   ତଳେ  ମଧ୍ୟ   ଅନୁରୂପ   କ୍ରମିକ  ନମ୍ବର   ଉଲ୍ଲେଖ   ଅଛି   । ଯେକୌଣସି   ଧାଡି   ସହିତ   ଯେକୌଣସି   ସ୍ତମ୍ବର   ମିଳନ   କଲେ   ଯେଉଁ   କୋଠରୀ   ମିଳିବ   ସେଥିରେ   ଥିବା   ଚିହ୍ନ   ସଙ୍ଗତି   ସୁଚାଏ   ।

ଉଦାହରଣ  - ଧରାଯାଉ  ୟୁରିଆ   ସାର  ଏବଂ  ସିଙ୍ଗଲ  ସୁପରଫସଫେଟ୍  ସଙ୍ଗତି   କି  ନୁହେଁ   ?

ୟୁରିଆ  ସାର  ୨ ନମ୍ବର   ଧାଡିରେ   ଉଲ୍ଲେଖ   ଅଛି  ଓ  ସିଙ୍ଗଲ   ସୁପର  ଫସଫେଟ୍  ୬ କ୍ରମିକ   ନମ୍ବରରେ   ଅଛି   । ତେଣୁ  ୨ ନମ୍ବର   ଧାଡି  ଓ  ୬ ନମ୍ବର  ସ୍ତମ୍ଭକୁ   ମେଳକ   କଲେ   ଯେଉଁ   କୋଠରୀ   ମିଳିଲା   ସେଥିରେ  Ä ଚିହ୍ନ  ଅଛି   । ଅର୍ଥାତ୍  ଏ  ଦୁଇଟି   ସାର   ସଙ୍ଗତ   ନୁହଁନ୍ତି   ।

ସାର  ମିଶ୍ରଣ   ଉପାଦାନ  ନିରୂପଣ

ଉଦାହରଣ – ୧

ଚିନାବାଦାମ   ସାର   ମିଶ୍ରଣ  । ୮ – ୧୬ – ୧୬  ପାଇଁ   ଉପାଦାନ  - ମିଶ୍ରଣ   ପାଇଁ   ନିର୍ବାଚିତ   ସାର   ।

  1. କା : ଆ : ନା : (C.A.N.)
  2. ଟ୍ରିପଲ  ସୁପରଫସଫେଟ୍ = 46%
  3. ମିଉରିଏଟ୍  ଅଫ୍  ପଟାସ୍ = 60% O
  4. ପୂରକ  = ଜିପସମ୍ ଗୁଣ୍ଡ

ପରିମାଣ   ହିସାବ – ପ୍ରଥମେ   100 କି.ଗ୍ରା.ମିଶ୍ରଣ  ପାଇଁ   ବିଭିନ୍ନ   ଉପାଦାନର   ପରିମାଣ   ହିସାବ   କରାଯାଏ   ।

ଯଦି   ବହୁତ   ଜମି   ପାଇଁ  ଅଧିକ   ପରିମାଣର   ମିଶ୍ରଣ   ପ୍ରସ୍ତୁତ   କରାଯିବା  ଆବଶ୍ୟକ  ତେବେ  କେଉଁ  ସାର  ଓ   ପୂରକ   କେତେ  ଆବଶ୍ୟକ  ପଡିବ   ତାହା   ଗୁଣିକରି   ବାହାର   କରାଯାଏ   ।

ଉଦାହରଣ – ୨

500 ଏକର  ଧାନ   ଫସଲରେ  ପ୍ରୟୋଗ   ପାଇଁ  ସାର   ମିଶ୍ରଣ   । 10-20-30  ପ୍ରସ୍ତୁତ   କରାଯିବ   । ଉପାଦାନ   ନିରୂପଣ   କର   । ମିଶ୍ରଣ   ପାଇଁ  ନିର୍ବାଚିତ   ସାର  :-

  1. ଡି.ଏ.ପି.  18-46-0
  2. ୟୁରିଆ   = 46% N
  3. ଏମ୍.ଓ.ପି. = 60% O
  4. ପୂରକ = ଜିପସମ୍  ଗୁଣ୍ଡ   ସାରର   ଗ୍ରେଡ୍  10-20-30  ଅଛି   ।

ମୂଳସାର  ହିସାବରେ  ଏକର   ପିଛା  100 କି.ଗ୍ରା.  ପ୍ରୟୋଗ  କଲେ   ତାହା  ଆବଶ୍ୟକ  N.P.K  ଯୋଗାଇବ   । ତେଣୁ  500  ଏକର  ଧାନ   ଫସଲ   ପାଇଁ  100 X 50000  କି.ଗ୍ରା. ବା  ଟନ୍  ମିଶ୍ରଣ   ପ୍ରସ୍ତୁତ   ହେବା  ଆବଶ୍ୟକ    । ପ୍ରଥମେ   100 କି.ଗ୍ରା.  ମିଶ୍ରଣ  ପାଇଁ   ବିଭିନ୍ନ   ଉପାଦାନ   ପରିମାଣ  ହିସାବ   କରି   ତାପରେ  50 ଟନ୍  ପାଇଁ   ହିସାବ   କରାଯିବ   । ପ୍ରତି   100 କି.ଗ୍ରା.  ମିଶ୍ରଣ   ପାଇଁ  -

ଯେହେତୁ   ଫସଫେଟ୍  ଡି.ଏ.ପି.  ସୂତ୍ରରୁ  ମିଳିବ   ଏବଂ  ଯବକ୍ଷାର   ଉଭୟ  ଡି.ଏ.ପି. ଏବଂ  ୟୁରିଆ   ସୂତ୍ରରୁ   ମିଳିବ   । ତେଣୁ   ପ୍ରଥମେ  ଡି.ଏ.ପି.ର   ପରିମାଣ   ହିସାବ   କରାଯିବ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

Last Modified : 7/28/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate