অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏନ୍.ପି.ଭି ଭୂତାଣୁ

ଏନ୍.ପି.ଭି ଭୂତାଣୁ

ଉପକାରୀ ଭୂତାଣୁ

ଏନ୍.ପି.ଭି ଏକ ଉପକାରୀ ଭୂତାଣୁ । ଏହାର ପୂରା ନାମ ହେଉଛି ନ୍ୟୁକ୍ଲିୟର ପଲିହେଟେରୋସିସ ଭାଇରସ । ଏହି ଭୂତାଣୁମାନେ ନିର୍ଦ୍ଧିଷ୍ଟ ଜାତିର ପୋକଙ୍କୁ ଆକ୍ରମଣ କରି ସେମାନଙ୍କ କବଳରୁ ଫସଲକୁ ରକ୍ଷା କରିଥାନ୍ତି । ଏହି ଜାତୀୟ ୨ ପ୍ରକାର ଭୂତାଣୁ ଅଛି ।

  1. ଏଚ.ଏ.ଏନ.ପି.ଭି. ବା ହେଳିକୋଭର୍ପା ଆର୍ମିଜେରା ନ୍ୟୁକ୍ଲିୟର ପଲିହେଟେରୋସିସ ଭାଇରସ ।
  2. ଏସ.ଏଲ.ଏନ.ପି.ଭି. ବା ସ୍ପୋଡୋପଟେରା ଲିଟ୍ୟୁରୋ ନ୍ୟୁକ୍ଲିୟର ପଲିହେଟେରୋସିସ ଭାଇରସ ।

ଏଚ.ଏ.ଏନ.ପି.ଭି ବିଲାତି ବାଇଗଣ, କପା, ବୁଟ, ହରଡ, ସୂର୍ଯ୍ୟମୁଖୀ ଫସଲରେ ଲାଗୁଥିବା ହେଲିକୋଭର୍ପା ଆର୍ମିନେରା ବା ଫଳବିନ୍ଧା ପୋକ ଦମନ ପାଇଁ ସହାୟକ । ବଜାରରେ ଏହା ହେଲିଚେଲ, ହେଲିସାଇଜ, ପଲିସ, ବାୟୋଭାଇରସ- ଏଚ.ବାୟୋରୋସିଲ) ଏଚ ହେଲିମାର ନାମରେ ମିଳେ ।

ପ୍ରୟୋଗ

କପା ଫସଲକୁ ଗଛ ପ୍ରତି ଗୋଟିଏ ଅଣ୍ଡାପୁଞ୍ଜ କିମ୍ବା ଗୋଟିଏ ଗୋଟିପୋକ ଦେଖାଦେଲେ ଆମେରିକୀୟ ଫଳବିନ୍ଧା ପୋକ ଆର୍ଥିକ ନିୟନ୍ତ୍ରଣ ସୀମା ଅତିକ୍ରମ କରେ । ଏହି ସମୟରେ ଏଚ.ଏ.ଏନ.ପି.ଭି. ୫୦୦ଏଲ୍.ଇକୁ ୫୦୦ ଲିଟର ପାଣିରେ ମିଶାଇ ତା ସହିତ ୨ କି.ଗ୍ରା. ଗୁଡ ଓ ୫୦୦ ମି.ଲି. ବଜାରରେ ମିଳୁଥିବା ଷ୍ଟିକର କିମ୍ବା ୫୦୦ ଗ୍ରାମ ଲୁଗାଧୁଆ ସାବୁନ ପାଉଡର ମିଶାଇ ପାତ୍ର ସିଞ୍ଚନ କରନ୍ତୁ ।

  • ବିଲାତି ବାଇଗଣ, ବୁଟ, ହରଡର ଫଳବିନ୍ଧା ପୋକ ଦମନ ସକାଶେ ହେକ୍ଟର ପ୍ରତି ୨୫୦ ଏଲ.ଇ.୫୦୦ ଲିଟର ପାଣିରେ ମିଶାଇ ତା ସହିତ ୧.୨୫ କି.ଗ୍ରା. ବୋରିକ ଏସିଡ ଗୁଣ୍ଡା ମିଶାଇ ପ୍ରୟୋଗ କରନ୍ତୁ ।
  • ଏଚ.ଏନ.ପି.ଭି. ପ୍ରୟୋଗ କରି ଶୀଘ୍ର ପୋକ ଦମନ ପାଇଁ ହେକ୍ଟର ପ୍ରତି ଦରକାର ହେଉଥିବା ଅଧା କଲଚର ଓ ଅଧା ନିମ୍ବ ମଞ୍ଜିଜାତ କୀଟନାଶକ ମିଶାଇ ପ୍ରତି ସପ୍ତାହରେ ଲାଗ ଲାଗ ୩ ସପ୍ତାହ ଧରି ପ୍ରୟୋଗ କରିବାକୁ ହୁଏ । ଏସ.ଏଲ.ଏନ.ପି.ଭି.- ଚିନାବାଦାମ, ଧୂଆଁପତ୍ର, ଫୁଲକୋବି, ବନ୍ଧାକୋବି, ବିଲାତି ବାଇଗଣ, ଜଡା, ସୂର୍ଯ୍ୟମୁଖୀ, କପା ଫସଲରେ ଲାଗୁଥିବା ସ୍କୋଡୋପଟେରୀ ବା ଗୋଟିପୋକ ନିୟନ୍ତ୍ରଣ ଲାଗି ବ୍ୟବହାର କରାଯାଏ । ଏହି ଭୂତାଣୁ କଲଚର ବଜାରରେ ବାୟୋରୋସିଲ-ଏସି, ବାୟୋ ଭାଇରସ-ଏସ, ସ୍କୋଡୋସାଇସ, ଭାଇରିନ – ଏସ – ଆର୍ମି। ପୋଡକ୍ସ, ସ୍ପୋକୋମାର ନାମରେ ମିଳେ ।
  • ଏହି କଲଚର ହେକ୍ଟର ପ୍ରତି ୨୫୦ ଏଲ.ଇ. ସହ ୧.୨୫ କି.ଗ୍ରା. ବୋରିକ ଏସିଡ ୫୦୦ ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ ।

ଏଲ.ଇ. ବା ଲାର୍ଭୋଲ ଇକ୍ୟୁଭାଲାଣ୍ଟ ଏହି ଭୂତାଣୁଜନିତ କୀଟନାଶକ ମାପିବାର ଏକକ, ଏକ ଏଲ.ଇରେ ୬X୧୦ ସଂଖ୍ୟକ ଭୂତାଣୁ ଥାଏ, ଏହି ଭୂତାଣୁ ରୋଗାକ୍ରାନ୍ତ ଶୁକରୁ ସଂଗ୍ରହ କରାଯାଉଥିବାରୁ ଲାର୍ଭାର ଇକ୍ୟୁଭାଲାଣ୍ଟ ବା ଶୂକ ସମତୁଲ୍ୟ କୁହାଯାଏ ।

ପତ୍ର ବ ଫଳ ଉପରେ ପୋକର ଶୂକ ଏହାକୁ ଭକ୍ଷକ କରେ । ଶୂକର ଖାଦ୍ୟନଳୀ ମଧ୍ୟରେ ଏହା ଦ୍ରୁତଗତିରେ ବଢେ । ଶୂକକୁ ରୋଗାକ୍ରାନ୍ତ କରିଦିଏ । ଆକ୍ରାନ୍ତ ଶୂକ ଗୋଲାପୀ ରଙ୍ଗ ହୋଇଯାଏ ଏବଂ ସଂକ୍ରମଣରେ ୩-୭ ଦିନ ମଧ୍ୟରେ ଗଛର ଅଗ୍ରଭାଗକୁ ଯାଇ ମୁଣ୍ଡ ପାଖ ତଳକୁ କରି ମରି ଝୁଲିଥାଏ । ସାମାନ୍ୟ ଆଘାତରେ ତା’ ଦେହରୁ ଜଳୀୟ ଅଂଶ ନିର୍ଗତ ହୁଏ । ଯେଉଁଥିରେ ଲକ୍ଷ୍ୟ ଲକ୍ଷ୍ୟ ଭୂତାଣୁ ରହିଥାଏ । ପବନ ଦ୍ଵାରା ବ୍ୟାପି ଏହି ସବୁ ଭୂତାଣୁ କିଆରିର ଅନ୍ୟ ପୋକଙ୍କୁ ଆକ୍ରମଣ କରିଥାନ୍ତି ।

ସଂଗୃହୀତ – ପ୍ରୀତିଲଗ୍ନା ଧଳ

Last Modified : 5/13/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate