অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଖରାଦିନିଆ କଲରା ଚାଷ

କଲରା ଚାଷ

ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧ୍ୟାନ ଦେବା ନିହାତି ଦରକାର ପଡିଥାଏ । ତେଣୁ ସମୟ ଅନୁଯାୟୀ କିସମ ଚୟନ୍ନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ । ଖରାଦିନିଆ କସମ ଚୟନ କରିବା ଆବଶ୍ୟକ ।

ବର୍ତ୍ତମାନ  ଖରାଦିନିଆ ଲତା ଜାତୀୟ ପନିପରିବା ଚାଷ ମଧ୍ୟରେ କଲରା ଏକ ମୁଖ୍ୟ ପରିବା । ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ଏବଂ ଅନେକ ଔଷଧୀୟ ଗୁଣ ଭରି ରହିଛି । ମଧ୍ୟମେହ ରୋଗୀଙ୍କ ପାଇଁ ଏହାର ପତ୍ର ଅତି ଦରକାରୀ । ଜଳବାୟୁ ସାଧାରଣତଃ ଶୀତଦିନ ବ୍ୟତୀତ ଅନ୍ୟ ସମସ୍ତ ସମୟ ଯଥା ଖରାଦିନେ ଏବଂ ବର୍ଷାଦିନେ କଲରା ଚାଷ କରାଯାଇପାରିବ । ବାୟୁମଣ୍ଡଳରେ ଉତ୍ତାପ ଅଧିକ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ ।

ଯାହାଦ୍ଵାରା କି ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ କମିଯାଏ । ଏସବୁକୁ ଦୃଷ୍ଟିରେ ରଖା ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲରା ଚାଷ କଲେ ଭଲ । ମୁଖ୍ୟତଃ ନିଗିଡା, ବାଲିଆ (ନଦୀ ପଠା). ଦୋରସା ମାଟି ଯେଉଁଥରେ ଅମ୍ଳତା (ପି. ଏଚ୍)୬.୫ରୁ ୭.୦ ରେ ଥର୍ବ ସେଥିରେ କଲରା ଚାଷ ଭଲ ଭାବରେ ହୋଇପାରେ । ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ବିଶେଷ ଭାବରେ ଧାନ ଦେବା ନିହାତି ଦରକାର ପଡିଥାଏ । । ତେଣୁ ସମୟ ଅନୁଯାୟୀ କିସମ ଚୟନ ଅର୍ଥାତ୍ ଖରାଦିନିଆ କଲରା ଚାଷ କରୁଥିଲେ ଖରାଦିନିଆ କିସମ ଚୟନ କରିବା ଆବଶ୍ୟକ । ଫଳର ଆକାର ଅନୁସାରେ କଲରାର ପ୍ରକାର ଯଥା  -

  1. ଲମ୍ବା କିସମ (ପୁଷା ଦେବା ମୌସୁମୀ, ପୁଷା ବିଶେଷ, ପୁଷା ହାଇବ୍ରିଡ-୨) ।
  2. କୁଜି କିସମ (ଛୋଟ କିସମ):(ଅର୍କ ହରିତ, ପ୍ରାତି, କାଶୀ, ଉର୍ବଶୀ) ।
  3. ସଙ୍କର କିସମ:(ସିଓ-୧) ।

କୁଜି (ଛୋଟ କଲରାର) ଆକାର ୧୦ ସେ.ମି. ଲମ୍ବା ହୋଇଥଲା ବେଳେ ଲସା କଲରାର ଆକାର ୧୫ରୁ ୧୮ ସେ.ମି. ହୋଇଥାଏ । ଖରାଦିନିଆ କଲରା ଚାଷ କରୁଥିଲେ କିସମ ଯଥା - ଅର୍କହରିତ, ଫୁଲେ ଗ୍ରୀନ ଲଙ୍ଗ, କାଶୀ, ଉର୍ବଶୀ ଏବଂ ସି.ଓ. -୧ କିସମ ଚୟନ କଲେ ଭଲ ଅମଳ ମିଳିଥାଏ ।

ମଞ୍ଜି ଲଗାଇବା ସମୟରେ କ’ଣ କରିବେ

ସାଧାରଣତଃ ହେକ୍ଟର ପିଛା ୫ ରୁ ୬ କେ.ଜି. ଏବଂ ଏକରେ ଚାଷ କରୁଥିଲେ ୧.୫ରୁ ୨ କେ.ଜି. ମଞ୍ଜି ଆବଶ୍ୟକ ହୋଇଥାଏ । ମଞ୍ଜିକୁ ମୁଖ୍ୟ ଜମିରେ ଲଗାଇବା ପୂର୍ବରୁ ବିଶୋଧନ କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଏକ କେ.ଜି. ମଞ୍ଜିକୁ ୨ ଗ୍ରାମର କାପଟାନ କିମ୍ବା ଅରାମ ସହ ବିଶୋଧନ କରନ୍ତୁ । ମଞ୍ଜିରୁ ଶୀଘ୍ର ଗଜା ବାହାର କରି ଲଗାଇବା ପାଇଁ ଚାହୁଁଥିଲେ ମଞ୍ଜିକୁ ୨୦-୨୪ ଘଣ୍ଟା ପାଣିରେ ବଡୁରାଇ ତାକୁ ଗୋଟେ ଓଦା କପଡାରେ ବାନ୍ଧି ରଖିବା ଦ୍ଵାରା ମଞ୍ଜି ବହୁତ ଶୀଘ୍ର ଅଙ୍କୁରୋଦଗମ ହୋଇଥାଏ । ଯେହେତୁ ଖରାଦିନେ ଚାଷ କରୁଛନ୍ତି ସେଥିପାଇଁ ଜାନୁୟାରୀ ଶେଷରୁ ମାର୍ଚ୍ଚର ଶେଷ ମଞ୍ଜି ଲଗାଇବା ପାଇଁ ପ୍ରକୃଷ୍ଟ ସମୟ ହୋଇଥାଏ ।

ମଞ୍ଜି ଲଗାଇବା ପୂର୍ବରୁ କରିବେ

ମଞ୍ଜି ଲଗାଇବା ପୂର୍ବରୁ ଜମିକୁ ୨.୩ ଓଡ ଚାଷକରି ଏକର ପ୍ରତି ୮-୧୦ ଟନ ଶତ୍ରୀ ଗୋବର ଖତ ମାଟିରେ ମିଶାଇ ମାଟିକୁ ଭଲ ଭାବରେ ଗୁଣ୍ଡ କରି ସମତଳ କରିଦିଅନ୍ତୁ । ଯେହେତୁ କଲରା, ମଞ୍ଜିକୁ ମନ୍ଦା ମନ୍ଦା କରି ଲଗାନ୍ତୁ । ସେଥିପାଇଁ ପ୍ରତି ଗାତ, ମନ୍ଦା ପିଛା ୨୦-୨୫ ଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡ ଦେଇ ମନ୍ଦା ପ୍ରତି ୪-୫ଟି ମଞ୍ଜି ପୋତନ୍ତୁ । କଲରା ଗଛକୁ ତଳେ ମଡାଇ ଚାଷ କରୁଥିଲେ ମନ୍ଦାକୁ ମନ୍ଦା ୫୦ ସେ.ମି. ଓ ଧାଡିକୁ ଧାଡି ୧.୨ ମି. ବ୍ୟବଧାନ ଏବଂ ଗଛକୁ ତାର ସାହାଯ୍ୟରେ ମଡାଉଥିଲେ ମନ୍ଦାକୁ ମନ୍ଦା ୪୮  ସେ.ମି. ଏବଂ ଧାଡିକୁ ଧାଡି ୧ମି. ବ୍ୟବଧାନ ରଖୁବା ଆବଶ୍ୟକ । ମଞ୍ଜି ଲଗାଇବା ସମୟରେ ୧୦ କେ.ଜି. ଯବକ୍ଷାରଜାନ, ୧୦ କେ.ଜି. ଫସଫରସ ଓ ୨୦ କେ.ଜି. ପଟାସ ସାର ପ୍ରୟୋଗ କରନ୍ତୁ ଏବଂ ଗଛ ଲଗାଇବାର ୪୦-୫୦ ଦିନ ପରେ ଆଉ ଅବଶିଷ୍ଟାବିଂଶ ୨୦ କେ.ଜି ଯବକ୍ଷାରଜାନ ପ୍ରୟୋଗ କରନ୍ତୁ । ମଞ୍ଜି ଲଗାଇବାର ୩୦-୩୫ ଦିନ ପରେ ଦୁଇଥର ମିଶ୍ରିତ ଅଶୁସାର (୩ ଗ୍ରାମ, ଲିଟର) ସିଞ୍ଚନ କରିବାକୁ ଭୁଲନ୍ତୁ ନାହିଁ ।

ମଞ୍ଜି ଲଗାଇବାର ୧୦ ଦିନ ମଧ୍ୟରେ ଖାଲି ଥିବା ସ୍ଥାନ ପୂରଣ କରନ୍ତୁ । ମନ୍ଦା ପିଛା ୨-୩ଟି ଗଛ ରଖ, ବାକି ସବୁ ଗଛ ଉପାଡି ଦିଅନ୍ତୁ । ଅଣ୍ଡିରା ଫୁଲର ପରିମାଣ ଅଧିକ ହେବା ଦ୍ଵାରା ଫଳର ପରିମାଣ କମିଯାଏ । ଏସବୁକୁ ଦୃଷ୍ଟିରେ ରଖୁ ଚାରା ୨-୩ ପତ୍ର ହୋଇଥିବା ବେଳେ ପ୍ରତି ୬ ଦିନ ବ୍ୟବଧାନରେ ୨ ଥର ମାଲିକ୍ ହାଇଡ୍ରାଜାଇଡ ୧ ଗ୍ରାମକୁ ୫ ଲିଟର ପାଣିରେ ମିଶାଇ ସିଞ୍ଚନ କଲେ ମାଈ ଫୁଲର ପରିମାଣ ଅଧିକ ହେବା ସଙ୍ଗେ ସଙ୍ଗେ ଫଳର ପରିମାଣ ମଧ୍ୟ ବଢିଥାଏ ।

ରୋଗ ଓ ପୋକ ଆକ୍ରାନ୍ତରୁ ରକ୍ଷା କରିବେ କିପରି

ଯଦିଓ କଲରା ଗଛକୁ ବେଶି ପରିମାଣରେ ରୋଗ ଓ ପୋକ ଆକ୍ରାନ୍ତ କରନ୍ତିନି କିନ୍ତୁ ରୋଗ ହିସାବରେ ପାଉଁଶିଆ ରୋଗ ଏବଂ ପତ୍ର ମୋଡାର ପ୍ରାଦୁର୍ଭାବ ଦେଖାଦିଏ ।

  • ପାଉଁଶିଆ ରୋଗ ପାଇଁ ସୁଫେକୁ କିମ୍ବା ୱେଟ ବୁଲ ସଲଫରକୁ୨ ଗ୍ରାମ, ୧ ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ । -ପତ୍ର ମୋଡା ରୋଗ ହେଲେ ଇମିଡାକ୍ଳୋପ୍ରିଡ ୦.୫ ମି.ଲି./୧ ଲି. ପାଣିରେ ମିଶାଇ ସିଞ୍ଚନ କରନ୍ତୁ ।
  • ଫଳ ମାଛିର ଦମନ ଲାଗି ସାଇପରମେଥିରିନ (୧ମି.ଲି.)+ ଗୁଡ (୧୦ ଗ୍ରାମ) ୧ ଲି. ପାଣିରେ ମିଶାଇ ସିଞ୍ଚନ କଲେ। ଫଳ ମାଛିକୁ ନିୟନ୍ତ୍ରଣ କରାଯାଇପାରିବ ।
  • ନାଲି କଖାରୁ ପୋକର ଦମନ ସକାଶେ ଟ୍ରାଇସାଇକ୍ଲାଭୋଲ୍ (୨ ମି.ଲି.)+ ନିମତେଲ (୫ ମି.ଲି.) ୧ ଲିଟର ପାଣିରେ ମିଶାଇ ଗଛକୁ ବୁଡାଇ ସିଞ୍ଚନ କରନ୍ତୁ ।

ଅମଳ

ମଞ୍ଜି ଲଗାଇବାର ୫୦ରୁ ୬୦ ଦିନରେ କଲରା ଅମଳ ଉପଯୋଗୀ ହୋଇଥାଏ । କଞ୍ଚା ଅବସ୍ଥାରେ କଲରାକୁ ହାତରେ ନ ଛିଣ୍ଡାଇ ଉନ୍ନତମାନର ଦଆ ସାହାଯ୍ୟରେ କାଟନ୍ତୁ । ଏକର ପିଛା ୪୦-୫୦ କୁଇଣ୍ଟାଲ ମିଳିବା ସଙ୍ଗେ ସଙ୍ଗେ ହେକ୍ଟର ପିଛା ୮-୧୦ ଟନ ପର୍ଯ୍ୟନ୍ତ ଅମଳ ମିଳିଥାଏ ।

ଆଧାର – ପ୍ରାର୍ଥନା ମହାନ୍ତି, କୃଷିବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡ଼ା



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate