অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଚାଷ ଦେଇଛି ଖୁସି

ନିର୍ମଳ କୁମାର ମହାନ୍ତିଙ୍କ ପରିଚୟ

ନିର୍ମଳ କୁମାର ମହାନ୍ତି  କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକର ସଦାନନ୍ଦପୁର ଗ୍ରାମରେ ତାଙ୍କର ଘର । ମା' ନୀଳିମା ଓ ପିତାଙ୍କ ନାମ ଭରତ ଚନ୍ଦ୍ର ମହାନ୍ତ ।

ଯୁକ୍ତ ଦୁଇ ପଢା ପରେ ପାରିବାରିକ ଅବସ୍ଥା ଯୋଗୁ ନିର୍ମଳ ଆଉ ଅଧକ ପଢି ପାରିଲେ ନାହିଁ । ଚେନ୍ନାଇ ଯାଇ ସେଠାରେ ଚାକିରି କଲେ । ମାତ୍ର କିଛି ମାସ ପରେ ସେଠାରେ ସମସ୍ୟା ବଢିବାକୁ ଲାଗିଲା । ଫଳରେ ଚେନ୍ନାଇ ଛାଡ଼ି ଗାଁକୁ ଫେରିଆସିଲେ ।

ହେଲେ ଆଉ ଚାକିରି ନ କରି କିପରି ସ୍ଵାବଲମ୍ବୀ ହେବେ ସେ କଥା ଚିନ୍ତା କଲେ । ଶେଷରେ ଚାଷକୁ ସରୋଜଗାର କ୍ଷମ ହେବାର ମାର୍ଗ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଲେ । ଆରମ୍ଭ ହେଲା ଉଦ୍ୟମ । ଏ ପ୍ରସଙ୍ଗରେ ନିର୍ମଳ କୁହନ୍ତି, ‘ପ୍ରଥମେ କୋବି ଚାଷ କଲି । ପ୍ରାରମ୍ଭିକ ସଫଳତା ମୋ ଉସାହକୁ ବଢାଇ ଦେଲା ।

ବିଭିନ୍ନ ପ୍ରକାର ଚାଷ

ତା'ପରେ ବିଭିନ୍ନ ଚାଷ ଆଡ଼କୁ ମନବଳିଲା । ସେସବୁ ଚାଷର ପ୍ରଣାଳୀ ଜାଣିବା ପରେ ସେଥିରେ ସମ୍ପୂର୍ଣ୍ଣ ମନୋନିବେଶ କଲି । ବର୍ତ୍ତମାନ । ୨ ଏକର ଜମିରେ ବାଇଗଣ, ବିଲାତି, କଲରା, କଦଳୀ, ଲାଉ, ପୋଟଳ, ଶିମ୍ବ,ବିନ୍ ଆଦି ଚାଷ କରୁଛି ଆଉ ଏଥରୁ ଭଲ ଦି ପଇସା ଲାଭ ମଧ୍ୟ ମିଳୁଛି । ତେବେ ଏସବୁ ଚାଷ ଲାଗି ପ୍ରଥମେ ମାଟିକୁ ହାଲୁକା କରିବା ପରେ ସେଥିରୁ କିଛି ଯାଗାରେ ଚାରା ନିମନ୍ତେ ମଞ୍ଜି ପକାଯାଏ । ୧୦/୧୨ ଦିନ ମଧ୍ୟରେ ଚାରାକୁ ବାହାର କରି ପାଗ ଦେଖି ଗୁଆଯାଏ । ଏହି ସମୟରେ ଗଛରେ ପୋକ ନ ହେବା ଲାଗି କୀଟନାଶକ ଔଷଧ ସିଞ୍ଚନ କରାଯାଇଥାଏ । ଗଛ ହେବାର ୧୦/୧୫ ଦିନ ମଧ୍ୟରେ ବିଲରେ ୟୁରିଆ ସାର ପକାଯାଇ ପାଣି ମଡାଯାଏ । ଜମିର ପାଗ ଦେଖି ୧୦/୧୨ ଦିନ ମଧ୍ୟରେ ପୁନର୍ବାର ପାଣି ମଡାଯାଏ । ଏହି ସମୟରେ ମଧ୍ୟ ପଟାସ, ସୁପର ଓ ପିଡିଆ ପକାଯାଇଥାଏ । ୧୫ ଦିନ ପରେ ବିଲକୁ କୋଡା ଖୋସା କରାଯାଇ ସଲଫର କିମ୍ବା ଗ୍ରେମର ପିଡିଆ ଦିଆଯାଇ ୨ଦିନରେ ଥରେ ପାଣି ଦେବାକୁ ହୁଏ । ୧ ମାସ ମଧ୍ୟରେ ଗଛରେ ଫଳ, ଫଳିଥାଏ ।

ଚାଷ କାର୍ଯ୍ୟରୁ ଲାଭ

ଏହି ୨ ଏକର ଜମିରେ ବର୍ତ୍ତମାନ ୬୦ହଜାର ଟଙ୍କା ଖର୍ଚ୍ଚକରି ବାର୍ଷିକ ପ୍ରାୟ ୨ଲକ୍ଷରୁ ଉର୍ଦୁ ଟଙ୍କା ଲାଭ ମିଳୁଛି । ସ୍ଥାନୀୟ ଅପେକ୍ଷା ଆନନ୍ଦପୁର, ହାଟଡିହୀ ଅଞ୍ଚଳରୁ ବେପାରୀମାନେ ଆସି ଏଠାରୁ ପନିପରିବା କିଣି ନେଇଥାନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏହି ଚାଷ କାର୍ଯ୍ୟ ମୋ ପରିବାରକୁ ସୁରୁଖୁରୁରେ ଚଳାଇବାରେ ସହାୟକ ହେଉଛି । ପୁଣି ଆଉ କେତେଜଣ ଆମ ଜମିରେ କାର୍ଯ୍ୟ କରି ସେମାନଙ୍କର ଗୁଜୁରାଣ ମେଣ୍ଟାଇବାରେ ସକ୍ଷମ ହେଉଛନ୍ତି ।" ତେବେ ତାଙ୍କର ଏଭଳି ଚାଷ କାର୍ଯ୍ୟ ଲାଗି ତାଙ୍କୁ ମିଳିଛି ସମ୍ମାନ । “କିନ୍ତୁ ସତକଥା, ଯଦି ମୁଁ ଅଲଗା କେଉଁଠି କାମ କରିଥାନ୍ତି ତେବେ ଆଜି ଯେତିକି ଖୁସିରେ ଅଛି ବୋଧହୁଏ ସେତିକି ମିଳି ନ ଥାନ୍ତା ବୋଲି କୁହନ୍ତି। ଏହି ସଫଳ ଚାଷୀ ।'

ସଂଗୃହିତ - ପରେଶ କୁମାର ସେଠୀ

Last Modified : 2/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate