অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମୟର ସଦୁପଯୋଗ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହୋଇଛି

ସମୟର ସଦୁପଯୋଗ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହୋଇଛି

ମଙ୍ଗୁଳି ଚରଣ ରାଉତରାୟ ପରିଚୟ

କଲେଜ ପଢା ପରେ ଚାକିରି ପାଇଁ ଚେଷ୍ଟା ଚାଲିଲା । ଦିନ ପରେ ଦିନ ଗଡ଼ିଲା। ହେଲେ ଚାକିରି ମିଳିଲାନି । ଦିନେ ଭାବିଲେ ଚାକିରି ପଛରେ ଆଉ ନ ଗୋଡ଼ାଇ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭରଶୀଳ ହେବେ । କିଛିଦିନ ଭାବି ଭାବି ଶେଷରେ ଚାଷକୁ ଆପଣାଇବା ଲାଗି ନିଷ୍ପତି ନେଲେ । ଆରମ୍ଭ ହେଲା ଉଦ୍ୟମ । ପ୍ରାଥମିକ ସଫଳତା ତାଙ୍କ ମନୋବଳ ବଢାଇଦେଲା । ଧୀରେ ଧୀରେ ସେ ଲକ୍ଷ୍ୟପଥରେ ଆଗେଇଲେ । ଆଉ ବର୍ଷ କେଇଟା ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବରେ ପରିଚୟ ସୃଷ୍ଟି କଲେ । ପୁଣି ଆଉ କେତେଜଣଙ୍କୁ ଏଦିଗରେ ଉତ୍ସାହିତ କରାଇବା ସହ ସେମାନଙ୍କୁ ରୋଜଗାରର ବାଟ ଦେଖାଇବାରେ ସକ୍ଷମ ହୋଇଛନ୍ତି । ସେ ହେଲେ ମଙ୍ଗୁଳି ଚରଣ ରାଉତରାୟ (ମୋ:୯୮୫୩୭୮୦୨୮୯) ।

ଜଗତ୍‌ସିଂପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମଣପୁରନୀରପୋଇ ଗାଁରେ ତାଙ୍କ ଘର । ପିତା ଉତ୍ତମ ଚରଣ ରାଉତରାୟ ଓ ମା'ଙ୍କ ନାମ ତୁଳସୀ ଦେଇ । ବାୟା ଅବଧୂତ କଲେଜରୁ ଯୁକ୍ତଦୁଇ ଶିକ୍ଷାପରେ ଚାକିରି ଖୋଜି ସେଥରେ ସଫଳ ନ ହେବାରୁ ଆତ୍ମନିର୍ଭରଶୀଳ ହେବା ଲାଗି ଚାଷକୁ ଆପଣେଇ ନେଲେ ମଙ୍ଗୁଳି ।

ଆତ୍ମନିର୍ଭରଶୀଳ ହେବା ଲାଗି ଚାଷ

ପ୍ରଥମେ ୧୨ ଗୁଣ୍ଡଜମିରେ ଭେଣ୍ଡି ଚାଷ କଲେ । ଏଥରୁ ଲାଭ ମିଳିଲା । ଆଉ ଏହା ତାଙ୍କ ମନୋବଳକୁ ବଢାଇଦେଲା ।

ତା’ପରେ ସେ କୃଷିକାର୍ଯ୍ୟରେ ସମ୍ପୂର୍ଣ୍ଣ ମନୋନିବେଶ କଲେ । ଋତୁ ଅନୁଯାୟୀ ଟମାଟୋ, ଭେଣ୍ଡି, ବାଇଗଣ, ଆଳୁ, ତରଭୁଜ ଆଦି ଚାଷ କଲେ । ଧୀରେ ଧୀରେ ଚାଷକୁ କିପରି ଅଧିକ ଲାଭଜନକ କରିହେବ ସେ ବିଷୟରେ ବିଭିନ୍ନ ବ୍ୟକ୍ତି ତଥା ବିଶେଷଜ୍ଞଙ୍କ ପରାମର୍ଶ ନେଲେ ।

ଚାଷରୁ ବର୍ଷ ଲାଭ

ଏବେ ପନିପରିବା ଚାଷରୁ ବର୍ଷକୁ ପ୍ରାୟ ୩ ଲକ୍ଷ ଟଙ୍କା ହେଉଥିବା କଥା ସେ କୁହନ୍ତି । ବେପାରିମାନେ ତାଙ୍କ ପନିପରିବା ଆସ କିଣି ନେଇଥାନ୍ତି । ସେସବୁ ନିକଟସ୍ଥ ଜୟପୁର , କୃଷ୍ଣାନନ୍ଦପୁରହାଟରେ ବିକ୍ରି ହୋଇଥାଏ । ତାଙ୍କର ଏ କାର୍ଯ୍ୟ ଆଉ କେତେଜଣଙ୍କୁ ବି ପ୍ରଭାବିତ କରିଛି । ସେମାନେ ଚାଷ ମାଧମରେ ଆତ୍ମ ନିର୍ଭରଶୀଳ ହେବା ପଥରେ ଅଗ୍ରସର ହେଉଥିବା ତାଙ୍କୁ ଅଧିକ ଆନନ୍ଦ ଦେଇଥାଏ । ଚାଷ ବିଷୟରେ ଯଦିଓ କିଛି କିଛି ଜାଣିଥିଲି କିନ୍ତୁ ପୁରା ଜ୍ଞାନ ନ ଥିଲା । ସମୟର ଉପଯୋଗ ଲାଗି ଚେଷ୍ଟା ଚଳାଇଛି । ଆଉ ତାହାହିଁ ଆଜି ମୋତେ ଆତ୍ମନିର୍ଭରଶୀଳ ହେବାରେ ସହାୟକ ହୋଇଛି ।

ଆଧାର - ଚୌରାଙ୍ଗ ଚରଣ ସ୍ଵାଇଁ

Last Modified : 10/9/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate