অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

୨୫୦ ପ୍ରଜାତି ଔଷଧୀୟ ବୃକ୍ଷର ସମ୍ମାର

ସୁଧାଂଶୁ ଔଷଧୀୟ ବଗିଚା ସମ୍ବନ୍ଧରେ ସୂଚନା

୨୫୦ ପ୍ରଜାତି ଔଷଧୀୟ ବୃକ୍ଷର ସମ୍ମାରପେସାରେ ସେ ଚିତ୍ରକର । ଫାଇନଆର୍ଟ କେବଳ ତାଙ୍କ ପାଇଁ ପେସା ନୁହଁ ନିଶା ବି ଥିଲା । ଉତ୍ତୀର୍ଣ୍ଣ ବୟସରେ ବି ନିଶା ଛାଡ଼ିନାହାନ୍ତି, ମାତ୍ର ଔଷଧୀୟ ବୃକ୍ଷରୋପଣକୁ ସେ ଏବେ ଅଧିକ ରହିଛନ୍ତି ଶ୍ରୀ ଗୁରୁତ୍ଵ ଦେଉଛନ୍ତି । ସେ ହେଉଛନ୍ତି ସୁଧାଂଶୁ ଶେଖର ଶତପଥୀ । ସେ ନିଜେ ମଧ୍ୟ ଏକ ଔଷଧୀୟ   ବଗିଚା କରିଛନ୍ତି । ଏ ବଗିଚାରେ ରହିଛି ୨୫୦ ପ୍ରଜାତିର ଔଷଧୀୟ ବୃକ୍ଷ ଓ ଗୁଳ୍ମ । ଶ୍ରୀ ଶତପଥୀ ନିଜକୁ କେବଳ ନିଜ ବଗିଚାରେ ସୀମାବଦ୍ଧ ରଖିନାହାନ୍ତି, ରାଜଧାନୀରେ ଯେଉଁଠି ଔଷଧୀୟ ବୃକ୍ଷରୋପଣ ହୁଏ ତାଙ୍କୁ ଲୋଡ଼ା ପଡ଼େ । ତାଙ୍କ ବଗିଚାରେ ପ୍ରତ୍ୟହ ଯୋଗ, ଚିତ୍ରାଙ୍କନ ଶିକ୍ଷା ଦିଆଯାଉଛି । ବିଭିନ୍ନ ରୋଗ ପାଇଁ ଶ୍ରୀ ଶତପଥୀ ଔଷଧୀୟ ଚେରମୂଳି ମଧ୍ୟ ଦେଉଛନ୍ତି ।

ବେଶପୋଷକ ଏବଂ ଚାଲିଚଳଣ ଓ ଆଚାର ବ୍ୟବହାରରୁ ଶ୍ରୀ ଶତପଥୀ ଯୋଗୀ ପରି ଅନୁଭବ ହେଉଥିଲେ ମଧ୍ୟ ପେଶାରେ ସେ ଜଣେ ଶିକ୍ଷକ । ବୃତ୍ତିରୁ ଅବସର ନେବା ପରେ ସେ ରହୁଥିବା ପରିବେଶକୁ ଏପରି କରିଛନ୍ତି, ଯେ କେହି ଦେଖିଲେ ମନ ଲୋଭେଇଯିବ । ମାର୍କେଟ ବିଲ୍ଡିଂ ପାଖ ପୁରୁଣା ବିଧାନସୌଧକୁ ଲାଗି ରହିଛନ୍ତି ଶ୍ରୀ ଶତପଥୀଙ୍କ  ଏହି ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଔଷଧୀୟ ବୃକ୍ଷରାଜିର ବଗିଚା । ବେଦିକ ଏଜୁକେଶନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ପରିଚାଳିତ ହେଉଛି ଗ୍ୟାଲେଣ୍ଟ ରିସର୍ଚ୍ଚ ସେଣ୍ଟର ଫର୍ ବେଦିକ୍ ଏଜକେଶନ୍ । ଏଠାରେ ଫାଇନ୍ ଆର୍ଟ, ଯୋଗ, କର୍ମକାଣ୍ଡ, ଔଷଧୀୟ ବୃକ୍ଷରୋପଣ, ଚିହ୍ନଟ ଏବଂ ଔଷଧୀୟ ଗୁଣସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଉଛି ।

ଔଷଧୀୟ ବୃକ୍ଷ ବିଷୟରେ ଲୋକଙ୍କୁ ସୂଚନା

ଔଷଧୀୟ ବୃକ୍ଷ ବିଷୟରେ ଲୋକଙ୍କୁ ଜ୍ଞାନ ବାଣ୍ଟିବା ନେଇ ସୁଧାଂଶୁ ଶେଖର ଶତପଥୀ ଚଳାଇଛନ୍ତି ଅହରହ ଉଦ୍ୟମ । ୨୫୦ରୁ ଅଧିକ ପ୍ରଜାତିର ଔଷଧୀୟ ଗଛ ସେ ଲଗାଇଛନ୍ତି । ବଗିଚାରେ ଯେତିକି, ଛାତ ଉପରେ ସେତିକି । ୧୯୮୯ରେ ଏହି ଔଷଧୀୟ ଉଦ୍ୟାନ ଆରମ୍ଭ କରିଥିଲେ ସୁଧାଂଶୁ । ତାଙ୍କର ଉଦ୍ଦେଶ୍ୟ ଥିଲା ବେଦିକ ଯୁଗରେ ପ୍ରଦାନ କରାଯାଉଥିବା ଶିକ୍ଷା ପଦ୍ଧତି ଅନୁସାରେ ଏଠାରେ ଶିକ୍ଷା ବ୍ୟବସ୍ଥା ହେବ । ତେଣୁ ସେହିଅନୁସାରେ ସେ ଏଭଳି ଏକ ବଗିଚା ସୃଷ୍ଟି କରିବା ସହ ପରିବେଶକୁ ବହୁତ ସୁନ୍ଦର କରିଛନ୍ତି । ସକାଳେ ସନ୍ଧ୍ୟାରେ ଯେଗ ଶିକ୍ଷା ଦିଆଯାଉଛି ।

ରବିବାର ଦିନ କୁନି କୁନି ପିଲାମାନଙ୍କୁ ଚିତ୍ରଙ୍କନ ସମ୍ପର୍କରେ ଶିକ୍ଷା ଦିଆଯାଉଛି । ପିଲାଠୁ ବୁଢ଼ା ସମସ୍ତେ ଏଠାକୁ ଦୈନିକ ଆସିଥାନ୍ତି । ଅନେକ ଯୋଗକରିବା ପରେ ଔଷଧୀୟ ଗଛର ପତ୍ର, ମୂଳ, ଚେର, ଡାଳ ଆଦି ଖାଇଥାନ୍ତି । ଭଗମାପ ଅନୁସାରେ ସୁଧାଂଶୁ ସେମାନଙ୍କୁ ଖାଇବାକୁ ଦେଇଥାନ୍ତି।

ଶତପଥୀଙ୍କ ପରିଚୟ

୨୫୦ ପ୍ରଜାତି ଔଷଧୀୟ ବୃକ୍ଷର ସମ୍ମାରଶ୍ରୀ ଶତପଥୀ ଜଣେ ପ୍ରସିଦ୍ଧ ଚିତ୍ରକର । ଫାଇନ୍ ଆର୍ଟରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ୧୯୮୦ରୁ ୧୯୯୬ ପର୍ଯ୍ୟନ୍ତ୍ର ଏକ ବେସରକାରୀ ସ୍କୁଲରେ ଶିକ୍ଷକତା କରିଛନ୍ତି । ପରେ ପିଲାମାନଙ୍କୁ ଚିତ୍ର ଆଙ୍କିବା ଶିଖାଇବା ସହ ବିଭିନ୍ନ ଜ୍ଞାନ ବାଣ୍ଟୁଛନ୍ତି । ସେ କୁହନ୍ତି, ବୈଦିକ ଶିକ୍ଷା ପଦ୍ଧତିରେ ଗୁରୁମାନେ ଶିଷ୍ୟଙ୍କୁ ଔଷଧୀୟ ବୃକ୍ଷରାଜି ସମ୍ପର୍କରେ ପାଠ ପଢ଼ାଉଥିଲେ । ସେହି ପ୍ରକ୍ରିୟାରେ ଔଷଧୀୟ ଉଦ୍ଭିଦ ଗୁଡିକୁ ଚିହ୍ନଟ କରିବା ଏକ ଅଂଶ ଅଟେ । ଏଠାରେ ସେହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ବିଭିନ୍ନ ସ୍ନାନରୁ ଔଷଧୀୟ ବୃକ୍ଷକୁ ସଂଗ୍ରହ କରାଯାଇ ଲଗାଯାଇଛି । ବଗିଚାରେ ରୋଷଇ ଘରୁ ବାହାରୁଥିବା ପରିବା ଚୋପା, ଶୁଖିଲା ପତ୍ରକୁ ନେଇ ପ୍ରସ୍ତୁତ ଜୈବିକ ଖତକୁ ବ୍ୟବହାର କରାଯାଉଛି । ଗୁହାଳରୁ ବାହାରୁଥିବା ଗୋବର ଖତକୁ ବି କାମରେ ଲଗାଯାଉଛି । କିନ୍ତୁ କେଉଁ ରୋଗ ପାଇଁ କେଉଁ ଉଦ୍ଭିଦ ରହିଛି ତାହା ଆମକୁ ଚିହ୍ନିବାକୁ ପଡ଼ିବ ।

ସାଧାରଣ ଲୋକମାନେ ଏ ସମ୍ପର୍କରେ ଜାଣନ୍ତି ନାହିଁ । ତେଣୁ ସେ ଏଭଳି ଏକ ଉଦ୍ୟାନ ସ୍ଥାପନ କରିବା ସହିତ ଲୋକଙ୍କୁ ବିଭିନ୍ନ ଔଷଧୀୟ ଉଦ୍ଭିଦ ଓ ବୃକ୍ଷର ଉପକାରୀଗୁଣ ସମ୍ପର୍କରେ ଚିହ୍ନାଇବା ମୂଳ ଉଦ୍ଦେଶ୍ୟ । ତାଙ୍କ ମତରେ ଏଭଳି କିଛି ଉଦ୍ଭିଦ ରହିଛି ଯାହା ଆମେ ବିଷାକ୍ତ ବୋଲି ଭାବି, କିନ୍ତୁ ସେଥିରେ ମଧ୍ୟ ଔଷଧୀୟ ଗୁଣ ରହିଛି ।

ସେହିଭଳି ଏକ ଗଛ ହେଉଛି କୋଚିଲାଖାଇ । ଏହାର ମଞ୍ଜିକୁ ପ୍ରକ୍ରିୟାକରଣ କରି ମୁହଁର କଳାଦାଗ ଦୂର ଏବଂ ଏହାର ରସ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଉପଶମ ଦେଇଥାଏ । ସେହିପରି ଗ୍ୟାସ୍ ସମସ୍ୟା ଦୂର ପାଇଁ ମଧ୍ୟ ୩ଟି ତ୍ରିଶାଖା ବେଲପତ୍ର, ରୁକୁଣା ହାତପୋଛା ପତ୍ର ୩ଟ ଏହା ସହ ୩ଟି ଗୋଲମରିଚ ଖାଇଲେ ଏହା ଦୂର ହୋଇଥାଏ ବୋଲି ଶ୍ରୀ ଶତପଥୀ କୁହନ୍ତି । ପେଣ୍ଟିଂରୁ ମିଳୁଥିବା ପଇସାକୁ ଏହି କାର୍ଯ୍ୟରେ ଲଗାଇ ସେ ଆଗେଇ ଚାଲିଛନ୍ତି ।

ସଂଗୃହିତ - ସସ୍ମିତା ମଲ୍ଲ



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate