ଅଧିବେଶନ ୧.୪ |
ପକ୍ଷୀ ଶାବକ ପ୍ରତିପାଳନ I |
ଉଦ୍ଦେଶ୍ୟ |
ପକ୍ଷୀଶାବକଙ୍କୁ ବିଭିନ୍ନ ବ୍ୟାଧି ଆକ୍ରମଣରୁ ରକ୍ଷା କରିବା ପାଇଁ ଉପଯୁକ୍ତ ଯତ୍ନ ସହ ପ୍ରତିପୋଷଣ କିପରି କରାଯାଏ, ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷାଦାନ କରିବା I |
ପଦ୍ଧତି |
ଏହି ଅଧିବେଶନ ଶ୍ରେଣୀ କକ୍ଷରେ ଆୟୋଜନ କରାଯିବ ଏବଂ ସିଆରପିମାନେ ଅଧିବେଶନର ବିଷୟବସ୍ତୁକୁ ପୋଷ୍ଟର ପ୍ରଦର୍ଶନ ମାଧ୍ୟମରେ ସଞ୍ଚାଳନ କରିବେ I ତାପରେ ଚାଷୀମାନଙ୍କୁ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ପକ୍ଷୀ ଶାବକ ପ୍ରତିପୋଷଣ ବିଷୟରେ ପ୍ରଦର୍ଶନ କରିବେ I |
ଅଂଶଗ୍ରହଣକାରୀ |
ସ୍ଵୟଂ ସହାୟକ ଦଳ ଓ ସମୂହର ମହିଳା ଚାଷୀ I ପ୍ରକଳ୍ପ ଗ୍ରାମଗୁଡିକର ଅନ୍ୟାନ୍ୟ ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ କିମ୍ବା ଗ୍ରାମର ଅନ୍ୟ କୌଣସି ସୁବିଧାଜନକ ସ୍ଥାନ ଏବଂ ଏକ କୁକୁଡା ଫାର୍ମ I |
ଦରକାରୀ ସାମଗ୍ରୀ |
ପୋଷ୍ଟର ଏବଂ କ୍ଷେତ୍ର ପରିଦର୍ଶନ ପାଇଁ ଏକ କୁକୁଡା ଫାର୍ମ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | କ୍ଷେତ୍ର ପରିଦର୍ଶନ - ୪୫ ମିନିଟ୍ I |
ପକ୍ଷୀ ଶବକଙ୍କ ପ୍ରତିପୋଷଣ ପାଇଁ ବିଶେଷ ଯତ୍ନ ଓ ଧ୍ୟାନ ଦେବା ଦରକାର I କୁକୁଡାଙ୍କ ବୃଦ୍ଧିରେ ପ୍ରଥମ ଚାରି ସପ୍ତାହ ଅତ୍ୟନ୍ତ ସଂକଟପୂର୍ଣ୍ଣ ଏବଂ ଏହି ସମୟରେ ଶାବକମାନଙ୍କୁ ସମ୍ଭାଳିବା ପାଇଁ ଚାଷୀମାନଙ୍କର ସମ୍ପୁର୍ଣ ଜ୍ଞାନ ଥିବା ଦରକାର ।
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: କିଛି ଚାଷୀ ଅଣ୍ଡା ଓ ମାଂସ ପାଇବା ପାଇଁ ନିଜ ଘରେ ଦୁଇ ବା ତିନୋଟି କୁକୁଡା ପାଳନ କରିଥାଆନ୍ତି I କିନ୍ତୁ ଏହାପାଇଁ ଉପଯୁକ୍ତ ଉପକରଣ ବ୍ୟବହାରକରି ସୁବ୍ୟବସ୍ଥିତ ଯତ୍ନ ନେବା ଦରକାର ନାହିଁ I ଆଲୋଚନା ଆରମ୍ଭ କରି ଯେଉଁ ଚାଷୀମାନେ ଏପରି କୁକୁଡା ପାଳନ କରୁଥିବେ ସେମାନଙ୍କୁ ତାଙ୍କର ଅନୁଭୁତି ବର୍ଣନା କରିବାକୁ କୁହନ୍ତୁ I ପରେ ସେମାନଙ୍କୁ ଶାବକ ପ୍ରତିପୋଷଣର ପଦ୍ଧତି ବିଶେଷତଃ ସଠିକ ତାପମାତ୍ରା ନିୟନ୍ତ୍ରଣ ଓ ଆବର୍ଜନା ସଫାକରିବା ବିଷୟରେ କୁହନ୍ତୁ I
ସୋପାନ -୨: ଶାବକଙ୍କୁ କିପରି ପ୍ରତିପୋଷଣ କରାଯାଏ: ଅଣ୍ଡା ଫୁଟି ଶାବକ ବାହାରିବା ଏକ ସ୍ୱାଭାବିକ ପ୍ରକ୍ରିୟା I ମା କୁକୁଡା ତାହାର ଡ଼େଣା ଭିତରେ ଅଣ୍ଡାକୁ ରଖି ଉଷୁମ କରିବା ପାଇଁ ଆବଶ୍ୟକ ତାପମାତ୍ରା ପ୍ରଦାନ କରିଥାଏ I କିନ୍ତୁ, ଆଜିକାଲି ଏହା କୃତ୍ରିମ ଭାବରେ କରାଯାଉଛି I. ଅଣ୍ଡା ଫୁଟି ଶାବକ ବାହାରିବା ପାଇଁ ତାପମାତ୍ରା ୯୫0 ଫାରେନହାଇଟ୍ ହେବା ଆବଶ୍ୟକ I ପ୍ରତି ସପ୍ତାହରେ ତାପମାତ୍ରାକୁ ୫0 ଫାରେନହାଇଟ୍ କମ୍ କରାଯାଏ, ଯାହା ଚତୁର୍ଥ ସପ୍ତାହ ବେଳକୁ ୮୦0 ଫାରେନହାଇଟ୍ ହୋଇଥାଏ I ଝୁଲନ୍ତା ବ୍ରୁଡର୍ ଗୃହ ଭିତରେ ବିଦ୍ୟୁତ ବଲବ୍ ରଖି ତାପମାତ୍ରାକୁ ନିୟନ୍ତ୍ରଣ କରାଯାଏ I ପ୍ରତ୍ୟେକ ୧୦୦ ଗୋଟି ଶାବକଙ୍କ ପାଇଁ ସଠିକ୍ ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ଦୁଇଟି ୧୦୦ ୱାଟ୍ ବିଦ୍ୟୁତ ବଲବ୍ ଦରକାର I ଶାବକଙ୍କ ପାଇଁ ଉଚିତ ବାୟୁ ସଞ୍ଚାଳନ ହେବା ଦରକାର I ଅନ୍ୟଥା, ସେମାନଙ୍କ ବୃଦ୍ଧି ଉପରେ ପ୍ରଭାବ ପଡିବ I କୁକୁଡାଗୃହ ଭିତରେ ୫୫ ରୁ ୬୦ ପ୍ରତିଶତ ଆପେକ୍ଷିକ ଆର୍ଦ୍ରତା ରହିବା ଦରକାର I ଯଦି ଅଧିକ ଆର୍ଦ୍ରତା ରହେ, ତା ହେଲେ ଲିଟର୍ ନ ଶୁଖି ଓଦା ହୋଇ ରହିବ I ଯଦି ଆପେକ୍ଷିକ ଆର୍ଦ୍ରତା କମ୍ ରୁହେ, ଶାବକମାନେ ଶ୍ୱାସଜନିତ ବ୍ୟାଧିରେ ପୀଡିତ ହୋଇ ପାରନ୍ତି I ବଢିଲାବେଳେ ଶାବକମାନେ ଅଧିକ ଜାଗା ଦରକାର କରନ୍ତି I ଯଦି ଜାଗା କମ୍ କରାଯାଏ, ବୃଦ୍ଧି ଉପରେ କୁପ୍ରଭାବ ପଡିବ I ଶାବକମାନଙ୍କୁ ଅପ୍ରତ୍ୟକ୍ଷ ସୁର୍ଯ୍ୟାଲୋକ ପ୍ରଦାନ କରିବା ଦରକାର I କିନ୍ତୁ, ସିଧା ସୁର୍ଯ୍ୟାଲୋକ କ୍ଷତିକାରକ I ଶାବକମାନଙ୍କୁ ଅନ୍ଧାରରେ ବଢାଇ ହେବ ନାହିଁ I ଶାବକ ଯତ୍ନ (ବ୍ରୁଡିଙ୍ଗ୍) ସରିବା ପର୍ଯ୍ୟନ୍ତ, କୋଠାରୀ ଭିତରେ ଗୋଟିଏ ଦିନରେ ଅତି କମରେ ୨୩ ଘଣ୍ଟା ଆଲୋକ ରହୁଥିବା ଦରକାର I ପୋଷ୍ଟର ମାଧ୍ୟମରେ ଏହି ପ୍ରକ୍ରିୟାକୁ ବୁଝାଇସାରିବା ପରେ ଅଂଶଗ୍ରହଣକାରୀମାନଙ୍କୁ ନିକଟବର୍ତ୍ତୀ କୁକୁଡା ଫାର୍ମକୁ ନେଇ ପ୍ରଦର୍ଶନ କରିବା ଉଚିତI
ସୋପାନ -୩: ଶାବକଙ୍କ ଅଧିକ ଯତ୍ନ କିପରି ନିଆଯାଏ: ଶାବକମାନଙ୍କୁ ବ୍ରୁଡର୍ ଘର ଭିତରକୁ ଆଣିବା ପୁର୍ବରୁ ଏହାକୁ ସମ୍ପୁର୍ଣ ଭାବେ ପ୍ରସ୍ତୁତ କରିବା ଦରକାର I ପ୍ରଥମେ ଏହାକୁ ସଫା କରନ୍ତୁ ଓ ଲିଟର ଉପରେ ଖବର କାଗଜ ପକାନ୍ତୁ I ଶାବକମାନଙ୍କୁ କୋଠାରୀ ଭିତରେ ରଖିସାରିବା ସାଙ୍ଗେ ସାଙ୍ଗେ ସେମାନଙ୍କୁ ଇଲେକ୍ଟୋରାଲ୍ ପାଣି ପିଆନ୍ତୁ I ଆହାର ଓ ପାଣି ପାତ୍ର ଶାବକମାନଙ୍କ ପାଖରେ ରଖନ୍ତୁ I କାଗଜ ଉପରେ କିଛି ସୁଜି ଆଉ ମକା ଗୁଣ୍ଡ ରଖନ୍ତୁ I ପାଞ୍ଚ ରୁ ସାତ ଦିନ ପରେ, ଶାବକର ଆଖି କିମ୍ବା ନାକ ମାଧ୍ୟମରେ ରାଣୀକ୍ଷେତ ଏଫ୍ ୧ ଦ୍ୱାରା ଟୀକାକାରଣ କରନ୍ତୁ I ବ୍ରୁଡର୍ ଘରର ତାପମାତ୍ରା ୯୫0 ଫାରେନହାଇଟରେ ରଖିବା ଦରକାର I ଦୁଇ ତିନି ଦିନ ଅନ୍ତରାଳରେ ଶାବକ ପରିବେଷ୍ଟନୀକୁ ବ୍ରୁଡର୍ ଘରୁ ଦୂରେଇ ରଖନ୍ତୁ I ଦ୍ୱିତୀୟ ସପ୍ତାହରେ ବ୍ରୁଡର୍ ଘର ତାପମାତ୍ରା ୯୦0 ଫାରେନହାଇଟ୍ ହେବା ଦରକାର I ଖାଦ୍ୟ ପାତ୍ରକୁ ଆହାର ଦ୍ୱାରା ପୂରଣ କରିଦିଅନ୍ତୁ ଏବଂ ଶାବକମାନଙ୍କ ବୟସ ୧୦ ଦିନ ହେବା ପର୍ଯ୍ୟନ୍ତ ଢାଙ୍କୁଣୀ ଲଗାଇ ଦିଅନ୍ତୁ I ତାପରେ ଆହାର ପାତ୍ରର ଦୁଇ ତୃତୀୟାଂଶ ପୁରଣ କରନ୍ତୁ I ଦଶମ ଦିନରେ ଶାବକ ପରିବେଷ୍ଟନୀକୁ ବାହାର କରିଦିଆଯାଏ I ଲିଟରକୁ ପ୍ରତି ଦୁଇ ତିନି ଦିନରେ ଥରେ ଉପର ତଳ କରି ଭଲଭାବରେ ମିଶାଇବା ଦରକାର I ଦୁଇ ତିନି ଦିନ ଅନ୍ତରାଳରେ ଖାଦ୍ୟ ଓ ପାଣି ପାତ୍ରର ସ୍ଥାନ ବଦଳାନ୍ତୁ I ତୃତୀୟ ସପ୍ତାହରେ ଅଧିକ ଆବର୍ଜନା ମିଳାନ୍ତୁ ଯେପରିକି ଏହା ଦୁଇ ଇଞ୍ଚ୍ ମୋଟେଇ ହେବ I ଆହାର ଓ ପାଣି ପାତ୍ରର ଆକାର ବଢ଼େଇବା ଦରକାର I ପରବର୍ତ୍ତୀ ସମୟରେ ଚତୁର୍ଥ ସପ୍ତାହରେ ଆହାର ଓ ପାଣି ପାତ୍ରର ସଂଖ୍ୟା ବଢ଼େଇବା ଦରକାର I ପୁଣି ପଞ୍ଚମ ସପ୍ତାହରେ, ଲିଟର୍ ମୋଟେଇ ତିନି ଇଞ୍ଚ୍ ପର୍ଯ୍ୟନ୍ତ ବଢାଇବା ଦରକାର I ପ୍ରତ୍ୟେକ ୧୦୦ ଫୁଟ ଲିଟର୍ ପାଇଁ ଏକ କିଲୋଗ୍ରାମ୍ ହିସାବରେ ଚୁନ ଗୁଣ୍ଡ ବିଛାନ୍ତୁ I ଛୋଟ ଆଉ ବଡ଼ ଶାବକମାନଙ୍କୁ ଅଲଗା କରିବା ଦରକାର I ବ୍ରୟଲର୍ କୁକୁଡାଙ୍କୁ ପଞ୍ଚମ ଓ ଷଷ୍ଠ ସପ୍ତାହରେ ବିକ୍ରୀ କରି ଦିଆଯାଏ I ଅଷ୍ଟମ ସପ୍ତାହରେ ଅଣ୍ଡା ଦିଆ କୁକୁଡାଙ୍କ ସ୍ଵତନ୍ତ୍ର ଯତ୍ନ ନିଆଯାଏ I
ସୋପାନ -୪: ଲିଟରର ଅଧିକ ଯତ୍ନ କେମିତି ନିଆଯାଏ : ଲିଟରର ଯତ୍ନ ନେବା ପାଇଁ ନିମ୍ନ ଲିଖିତ ପଦକ୍ଷେପ ଅନୁସରଣ କରିବାକୁ ପଡିବ:
ଅଧିବେଶନର ଶେଷ ଆଡକୁ ଏକ ମୁଖର ବା ପ୍ରଗତିଶୀଳ ଚାଷୀଙ୍କୁ (ଯାହାର କୁକୁଡା ଫାର୍ମ ଥିବ) ଶାବକଙ୍କ ପ୍ରତିପୋଷଣ ସମ୍ବନ୍ଧରେ ଅଧିବେଶନ କାର୍ଯ୍ୟବାହୀର ସଂକ୍ଷିପ୍ତ ପୁନରାବୃତ୍ତି କରିବାକୁ କୁହନ୍ତୁ I ଚାଷୀମାନେ ଆରମ୍ଭରେ ଏହି ବ୍ୟବସାୟ ଛୋଟ ଆକାରରେ ଆରମ୍ଭ କରିବା ଉଚିତ ଆଉ ବ୍ୟବସାୟ ପରିଚାଳନା ଅଭିଜ୍ଞତା ହାସଲକରିବା ପରେ ସେମାନେ ତାହାକୁ ବଢାଇ ପାରିବେ I
ଆଧାର – ପୋର୍ଟାଲ ଟିମ
Last Modified : 2/11/2020