ଅଧିବେଶନ ୬.୩ |
ଜଳ ପରିଚାଳନା I |
ଉଦ୍ଦେଶ୍ୟ |
ରବି ଋତୁପାଇଁ ଉପଲବ୍ଧ ବିଭିନ୍ନ ଜଳ ସେଚନ ପଦ୍ଧତ୍ତି ବିଷୟରେ ସଚେତନ କରିବା ଏବଂ ଜଳ ସଂରକ୍ଷଣ ଉପାୟ ଅବଲମ୍ବନ କରି କିପରି ଭବେ ଅଧିକ ଜମି ଜଳ ସେଚିତ କରିହେବ ସେ ବିଷୟରେ ଚାଷୀମାନଙ୍କୁ ଶିକ୍ଷା ଦେବା I |
ପଦ୍ଧତି |
ପୋଷ୍ଟର ଏବଂ ବ୍ୟାଖ୍ୟାନ ମାଧ୍ୟମରେ ସିଆରପିମାନେ ଅଂଶଗ୍ରହଣକାରୀମାନଙ୍କୁ ଉଚିତ ଜଳ ପରିଚାଳନାର ଉପାଦେୟତା ବିଷୟରେ ବୁଝାଇବା ସହ ଜଳ ନିଷ୍କାସନର ମହତ୍ୱ ବିଷୟରେ ବୁଝାଇବେ I |
ଅଂଶଗ୍ରହଣକାରୀ |
ସ୍ୱୟଂ ସହାୟକ ଦଳ ଏବଂ ସମୂହର ମହିଳା ଚାଷୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ/କୃଷକ କ୍ଷେତ୍ର ଓ ବ୍ୟବସାୟ ବିଦ୍ୟାଳୟ ମଞ୍ଚ I |
ଦରକାରୀ ସାମଗ୍ରୀ |
ପୋଷ୍ଟର I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୨୦ ମିନିଟ୍ | |
ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଅପରିହାର୍ଯ୍ୟ I ଉଭୟ ଜଳ ସେଚନ ଏବଂ ଜଳ ନିଷ୍କାସନ ପ୍ରକ୍ରିୟାର ସମାହାରକୁ ଜଳ ପରିଚାଳନା କହନ୍ତି I ଖରିଫ ଋତୁରେ ଅଧିକ ବର୍ଷା ହେଉଥିବାରୁ ଜଳ ନିଷ୍କାସନ ଉପରେ ଅଧିକ ଜୋର ଦିଆ ଯିବା ଉଚିତ I ଅଧିକ ଦିନ ପର୍ଯ୍ୟନ୍ତ ଜମିରେ ଠିଆ ପାଣି ରହିବା ଉଚିତ ନୁହେଁ I ଜମିରେ ଜଳ ନିଷ୍କାସନ ପାଇଁ ଏକ ଅଲଗା ନାଳୀ ରହିଥିବା ଉଚିତ I ଫସଲର ବୃଦ୍ଧିର ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ I ତେଣୁ ଜଳ ପରିଚାଳନା ଏକ ମହତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଟୁଲ୍ ଯାହା ଚାଷୀମାନଙ୍କୁ ସେମାନଙ୍କର ଜଳ ପରିଚାଳନା କୌଶଳରେ ଉନ୍ନତି ଆଣିବ I
ସୋପାନ -୧: ପ୍ରାରମ୍ଭିକ ଅଭ୍ୟାସ: ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ରବି ଋତୁରେ କେଉଁ ପ୍ରକାର ଜଳ ସେଚନ ବ୍ୟବହାର କରନ୍ତି ଏବଂ ସେମାନଙ୍କର ଅଞ୍ଚଳରେ ଥିବା ଜଳ ସେଚନର ଉତ୍ସସବୁକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ I ଏହାସହ ଜାଣିବାକୁ ଚେଷ୍ଟା କରନ୍ତୁ ଯେ ସେମାନଙ୍କ ମଧ୍ୟରୁ କେହି ବୁନ୍ଦା ଜଳସେଚନ, ସ୍ପ୍ରିଙ୍କଲର ଇତ୍ୟାଦି ଜଳ ସଞ୍ଚୟକାରୀ ଯନ୍ତ୍ର ବ୍ୟବହାର କରିଥିଲେ କି I କମ ଜଳ ବ୍ୟବହାର କରି ଅଧିକ ଫସଲ ଉତ୍ପାଦନ କରିବା ବିଷୟରେ ଚାଷୀମାନଙ୍କ ସହ ଆଲୋଚନା କରନ୍ତୁ I
ସୋପାନ -୨: ବିଭିନ୍ନ ଜଳ ସେଚନ ପଦ୍ଧତ୍ତି: ଜଳର ସଠିକ ଉପଯୋଗ ପାଇଁ ଉପଯୁକ୍ତ ପଦ୍ଧାତ୍ତି ଆଦୃତ କରିବା ଆବଶ୍ୟକ I ବନ୍ୟା ପ୍ଲାବିତ ଜଳ ସେଚନ ପଦ୍ଧତିରେ ଅଧିକ ପରିମାଣରେ ଜଳର ଆବଶ୍ୟକତା ହୋଇଥାଏ I ବୁନ୍ଦା କିମ୍ବା ସ୍ପ୍ରିଙ୍କଲ ଜଳ ସେଚନ ପଦ୍ଧତିରେ କମ ପରିମାଣରେ ଜଳର ଆବଶ୍ୟକତା ହୋଇଥାଏ I ସାଧାରଣ ଭାବେ ଅନୁସରଣ କରାଯାଉଥିବା ବିଭିନ୍ନ ଜଳ ସେଚନ ପଦ୍ଧତି ବିଷୟରେ ନିମ୍ନରେ ପ୍ରଦତ୍ତ ଅଛି ଯାହା ଚାଷୀମାନଙ୍କୁ ବୁଝାଯାଇ ପାରିବ:
ସୋପାନ -୩: ରବି ଜଳ ସେଚନ ସମଯରେ ମନେରଖିବା ପାଇଁ କିଛି ଦିଗ: ରବି ଫସଲ ଚାଷ କରିବା ପାଇଁ ଚାଷୀମାନଙ୍କୁ ନିମ୍ନ ଲିଖିତ ଦିଗ ସବୁକୁ ବିଚାରକୁ ନେବା ପାଇଁ ସଚେତନ କରନ୍ତୁ:
ସୋପାନ -୪: ଫସଲର କେଉଁ ଅବସ୍ଥାରେ ଜଳ ଅପରିହାର୍ଯ୍ୟ ହୋଇଥାଏ? : ଫସଲର ବୃଦ୍ଧି ଏବଂ ଅମଳ ପାଇଁ ଜଳ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ I ବେଳେ ବେଳେ ସାମାନ୍ୟ ବୃଷ୍ଟିପାତ ନ ହେଲେ ମରୁଡି ପରି ପରିସ୍ଥିତି ସୃଷ୍ଟି ହୋଇଥାଏ I ଫସଲର ଫୁଲ ଧରିବା ଏବଂ ଫଳ ଧରିବା ଅବସ୍ଥାରେ ଯେପରି ଜଳ ନିଅଣ୍ଟିଆ ନ ହୁଏ ଧ୍ୟାନ ରଖିବା ଉଚିତ I କିଛି ନିର୍ଦ୍ଦିଷ୍ଟ ଫସଲର କେଉଁସବୁ ଅବସ୍ଥାରେ ଜଳ ଉପଲବ୍ଧତା କମ ହେବା ଉଚିତ ନୁହେଁ, ନିମ୍ନ ଚାର୍ଟରେ ପ୍ରଦତ୍ତ ଅଛି I ଏହି ଚାର୍ଟ ଚାଷୀମାନଙ୍କୁ ପ୍ରଦର୍ଶନ କରିବା ଉଚିତ ଯାହା ସେମାନଙ୍କୁ ରବି ଫସଲର ଯେଉଁ ସବୁ ସଙ୍କଟକାଳୀନ ଅବସ୍ଥାରେ ଜଳ ନିଅଣ୍ଟିଆ ହେବା ଉଚିତ ନୁହେଁ ସେହି ବିଷୟରେ ଏକ ଧାରଣା ଦେବ I
କ୍ର. ନଂ. |
ଫସଲର ନାମ |
ଫସଲର କେଉଁ ଅବସ୍ଥାରେ ଜଳ ନିତାନ୍ତ ଆବଶ୍ୟକ |
୧ |
ମୁଗ ଏବଂ ବିରି |
ଫୁଲ ଧରିବା ଅବସ୍ଥା, ଛୁଇଁ ଧରିବା ଅବସ୍ଥା I |
୨ |
ରାଶି, ସୋରିଷ ଏବଂ ଆଳୁ |
ଫୁଲ ଧରିବା ଅବସ୍ଥା ଠାରୁ ଫସଲ ପାକଳ ପର୍ଯ୍ୟନ୍ତ |
୩ |
ପିଆଜ |
ପିଆଜ ଫୁଲିବା ଅବସ୍ଥା ଠାରୁ ଫସଲ ପାକଳ ପର୍ଯ୍ୟନ୍ତ |
୪ |
ବିଲାତି ବାଇଗଣ |
ଫୁଲ ଧରିବା ଅବସ୍ଥା ଠାରୁ ଫଳ ଧାରଣ ପର୍ଯ୍ୟନ୍ତ |
୫ |
ଗାଜର ଏବଂ ମୂଳା |
ମୂଳ ବର୍ଦ୍ଧନ ଅବସ୍ଥା |
ସୋପାନ -୫: କିଛି ବିଶେଷ ଫସଲ ପାଇଁ ଜଳ ଆବଶ୍ୟକତା: କିଛି ବିଶେଷ ଫସଲର ଜଳ ଆବଶ୍ୟକତାକୁ ଚାଷୀମାନଙ୍କର ଜାଣିବା ପାଇଁ ନିମ୍ନ ଚାର୍ଟରେ ଦିଆ ଯାଇଅଛି I
କ୍ର. ନଂ. |
ଫସଲର ନାମ |
ଆବଶ୍ୟକ ପାଣି ( ସେ.ମି.ରେ ) |
୧ |
ଧାନ (ସହଳ କିସମ) |
୬୫ |
୨ |
ଧାନ (ମଜିଆଳି କିସମ) |
୧୦୫ |
୩ |
ଗହମ |
୪୦ |
୪ |
ମକା |
୫୦ |
୫ |
ଚଣା, ମୁଗ ଏବଂ ବିରି |
୨୦ |
୬ |
ଆଳୁ, ବାଦାମ, ଟୋମାଟୋ, ବନ୍ଧାକୋବି & ଫୁଲକୋବି |
୬୫ |
୭ |
ସୋରିଷ ଏବଂ କପା |
୩୦ |
ଅଧିବେଶନର ଶେଷ ଆଡକୁ ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ସେମାନେ ବୁନ୍ଦା ଜଳସେଚନ, ସ୍ପ୍ରିଙ୍କଲର ଇତ୍ୟାଦି ଜଳ ସଞ୍ଚୟକାରୀ ଯନ୍ତ୍ର ବ୍ୟବହାର କରିବା ପାଇଁ ଆଗ୍ରହୀ ଅଛନ୍ତି କି ? ଅଧିବେଶନରେ ଆଲୋଚାନା କରାଯାଇଥିବା ବିଷୟ ବସ୍ତୁକୁ ଆଉଥରେ ମନେ ପକାଇବା ପାଇଁ ଚାଷୀମାନଙ୍କୁ ପଚାରନ୍ତୁ ଯେ ସେମାନେ ନିଜ ନିଜ ଅଞ୍ଚଳରେ ଚାଷ କରାଯାଉଥିବା ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳର ପରିମାଣ ମନେପକାଇ କହି ପାରିବେ କି ?
ଆଧାର – ପୋର୍ଟାଲ ଟିମ
Last Modified : 2/10/2020