ଅଧିବେଶନ ୧.୧ |
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ସୁଗମକାରୀମାନଙ୍କୁ ପ୍ରସ୍ତୁତ କରିବା I |
ଉଦ୍ଦେଶ୍ୟ |
ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ପୂର୍ବରୁ ସୁଗମକାରୀମାନଙ୍କୁ ପ୍ରାରମ୍ଭିକ ଅଭ୍ୟାସ ବିଷୟରେ ତାଲିମ ପ୍ରଦାନ କରିବା I |
ପଦ୍ଧତି |
ଏହି ଅଧିବେଶନକୁ ଶ୍ରେଣୀ କକ୍ଷରେ ବ୍ୟାଖ୍ୟାନ ଏବଂ ଆଲୋଚନା ମାଧ୍ୟମରେ ସଞ୍ଚାଳନ କରାଯିବI |
ଅଂଶଗ୍ରହଣକାରୀ |
ସୁଗମକାରୀ, ସିଆରପି, ଦଳର ନେତା/ପ୍ରଶିକ୍ଷଣକାରୀ I |
ସଭା ସ୍ଥାନ |
ଗୋଷ୍ଠୀ ସଭାଗୃହ କିମ୍ବା ଗ୍ରାମର ଅନ୍ୟ ଯେକୌଣସି ସୁବିଧାଜନକ ସ୍ଥାନ I |
ଦରକାରୀ ସାମଗ୍ରୀ |
ଫ୍ଲିପ ଚାର୍ଟ, କଲମ I |
ସମୟସୀମା |
ଶ୍ରେଣୀ କକ୍ଷ ଅଧିବେଶନ- ୪୫ ମିନିଟ୍ । |
ଏହି କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବିଭନ୍ନ ଦକ୍ଷତାକୁ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଦୃଢ ନିବଦ୍ଧ କରିବା ପାଇଁ ପ୍ରଶିକ୍ଷଣକାରୀ ଏକ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି I ତେଣୁ ସେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ କେଉଁ ପ୍ରକାର ପ୍ରସ୍ତୁତିକରଣ ଅଭ୍ୟାସ କରିବା ଉଚିତ ଯଥା ଲକ୍ଷ୍ୟଧାର୍ଯ୍ୟ ସମୁହ ସମ୍ବନ୍ଧୀତ ସୂଚନା ଏବଂ ଯେଉଁ ଗ୍ରାମରେ କାର୍ଯ୍ୟକ୍ରମ କରାଯିବ ସେଠାକାର ଭିତ୍ତିଭୂମୀ ବିଷୟରେ ଜାଣିବା ଆବଶ୍ୟକ I ତେଣୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବା ପାଇଁ ଏହି ଅଧିବେଶନକୁ ପ୍ରଶିକ୍ଷଣକାରୀଙ୍କ ପାଇଁ "ଅନୁକୂଳ ବାତାରଣ ସୃଷ୍ଟି କରିବା" କୁହାଯାଏ I
ସୋପାନ - ୧ : ପ୍ରାରମ୍ଭିକ ଅଭ୍ୟାସ : ଆଲୋଚନାକୁ ଆରମ୍ଭ କରି ଅଂଶଗ୍ରହଣକାରୀମାନଙ୍କୁ ପଚାରନ୍ତୁ ଯେ ଏକ ଗ୍ରାମରେ କୌଣସି ଏକ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଞ୍ଚାଳନ କରିବା ପାଇଁ ସେ କେଉଁ ପ୍ରକାର ଅଗ୍ରୀମ ଆୟୋଜନ କରିବେ ଯଥା ଲକ୍ଷ୍ୟଧାର୍ଯ୍ୟ ଅଂଶଗ୍ରହଣକାରୀମାନଙ୍କୁ ଚିହ୍ନଟ କରିବା, ଉଦ୍ଦେଶ୍ୟ, ପ୍ରଶିକ୍ଷଣ ସ୍ଥାନ, ଆବଶ୍ୟକ ଉପକରଣ ଇତ୍ୟାଦି I ତା'ପରେ ସେମାନଙ୍କୁ କୁହନ୍ତୁ ଯେ ଏହି ଅଧିବେଶନରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସେମାନେ କିପରି ଭାବେ ପ୍ରସ୍ତୁତିକରଣ କରିବେ ଏହି ବିଷୟରେ ଶିକ୍ଷାଦାନ କରାଯିବ I
ସୋପାନ - ୨: କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ପରିଣାମ ବିଷୟରେ ବୁଝିବା : ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବା ପୁର୍ବରୁ ସୁଗମକାରୀ ପ୍ରକଳ୍ପ ସମ୍ବନ୍ଧୀୟ ସବୁପ୍ରକାର ସୂଚନା ସଂଗ୍ରହ କରିବା ଆବଶ୍ୟକ I ଏହି ସବୁ ସୂଚନା ମଧ୍ୟରେ ପ୍ରକଳ୍ପର ଉଦ୍ଦେଶ୍ୟ ଏବଂ ପ୍ରୟୋଜନ ତଥା ନିବେଶ, ଫଳାଫଳ, ପରିଣାମ ଏବଂ ପ୍ରକଳ୍ପର ପ୍ରଭାବ ଇତ୍ୟାଦି ଅନ୍ତର୍ଭୁକ୍ତ I ଯଦି ସେମାନେ ପକଳ୍ପର ପ୍ରୟୋଜନ ଏବଂ ପରିଣାମ ବିଷୟରେ ସଚେତନ ନ ଥିବେ, ତେବେ ସେମାନ ପ୍ରତ୍ୟେକ ପ୍ରଶିକ୍ଷଣ ଅଧିବେଶନକୁ ସଠିକ ଭାବେ ସଞ୍ଚାଳନ କରିବାରେ ଅସୁବିଧାର ସମ୍ମୁଖିନ ହେବା ସହ ଅଂଶଗ୍ରହଣକାରୀମାନଙ୍କ ଠାରୁ ଅଶାକରାଯାଉଥିବା ଫଳାଫଳ ମିଳି ନ ପାରେ ଏବଂ ଏହା ପ୍ରଶିକ୍ଷଣ ଉପରେ ମଧ୍ୟ ପ୍ରଭାବ ପକାଇପାରେ I "କାର୍ଯ୍ୟକ୍ରମ ଫଳାଫଳ" ହେଉଛି ପ୍ରଶିକ୍ଷଣ ନେଇଥିବା ସଦସ୍ୟ/ସଦସ୍ୟାଙ୍କ "ମାତ୍ରାତ୍ମକ ସଂଖ୍ୟା" ଏବଂ ପ୍ରତ୍ୟାଶିତ ତ୍ୱରିତ ପ୍ରଭାବ ହେଉଛି "କାର୍ଯ୍ୟକ୍ରମର ପରିଣାମ" I ନିୟମିତଭାବେ ପ୍ରକଳ୍ପର ପରିକଳ୍ପନାକୁ ଅନୁସରଣ କରିବା ପାଇଁ ପ୍ରଶିକ୍ଷଣକାରୀମାନେ ପ୍ରକଳ୍ପ ଅଧିକାରୀଙ୍କ ଠାରୁ ପ୍ରାସଙ୍ଗିକ କାଗଜପତ୍ର ସଂଗ୍ରହ କରିବା ଉଚିତ I
କ୍ର.ନଂ. |
ନାମ |
ଲିଙ୍ଗ |
ବୟସ |
ଭୂମି-ଧାରଣ (ଏକର) |
ମୁଖ୍ୟ ବୃତ୍ତି |
ଗୌଣ ବୃତ୍ତି |
ମହିଳା-ମୁଖ୍ୟ ପରିବାର କି (ହଁ/ନାଁ) |
୧ |
|
|
|
|
|
|
|
୨ |
|
|
|
|
|
|
|
୩ |
|
|
|
|
|
|
|
ସୋପାନ - ୩ : ଅଂଶଗ୍ରହଣକାରୀମାନଙ୍କ ଲକ୍ଷ୍ୟକୁ ଜାଣନ୍ତୁ : ନିମ୍ନ ଲିଖିତ ଫର୍ମାର୍ଟକୁ ବ୍ୟବହାର କରି ପ୍ରଶିକ୍ଷଣକାରୀ ଗ୍ରାମର ସବୁ ଯୋଗ୍ୟ ବିବେଚିତ ଅଂଶଗ୍ରହଣକାରୀମାନଙ୍କ ସୂଚୀ ପ୍ରସ୍ତୁତ କରିବେ ଯାହା ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଆୟୋଜନ କରିବା ସମୟରେ ଅଂଶଗ୍ରହଣକାରୀମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ସାହାଯ୍ୟ କରିବା ସହ ଏହାଦ୍ୱାରା ସେମାନେ ଅଧିବେଶନରେ ଭାଗ ନେବା ପାଇଁ ଅଂଶଗ୍ରହଣକାରୀମାନଙ୍କର ସୁବିଧାଜନକ ସମୟ ବିଷୟରେ ମଧ୍ୟ ଜାଣି ପାରିବେ I
ଉପରୋକ୍ତ ସୂଚନାକୁ ସୁଗମକାରୀଙ୍କ ଦ୍ୱାରା ଏକ ଉତ୍ତମ ଡାଟାବେସ ଭାବେ ବ୍ୟବହାର କରାଯାଇପାରିବ I ଏହାଦ୍ୱାରା ସେମାନେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅୟୋଜନ (ସହମତି ହାସଲ କରିବା) କରିବା ପାଇଁ ସାହାଯ୍ୟ ପାଇବା ସହ ଭବିଷ୍ୟତରେ ପ୍ରକଳ୍ପର ଉପାଦେୟତାକୁ ଆକଳନ କରିପାରିବେ I
ସୋପାନ - ୪ : ସଭା/କାର୍ଯ୍ୟକ୍ରମ ସ୍ଥଳକୁ ଚିହ୍ନଟ କରିବା : ଯଦ୍ୟପି ଗ୍ରାମରେ ପ୍ରଶିକ୍ଷଣ କିମ୍ବା ଦଳଗତ ଆଲୋଚନା ସଞ୍ଚାଳନ ଅନେକଗୁଡିଏ ବିକଳ୍ପ ଉପଲବ୍ଧ ଥାଏ, ସବୁବେଳେ ପ୍ରଶିକ୍ଷଣ ସ୍ଥାନକୁ ପୂର୍ବରୁ ଚିହ୍ନଟ କରି ସ୍ଥିରୀକୃତ କରିବା ଆବଶ୍ୟକ I ଏହି ସ୍ଥାନ ପଞ୍ଚାୟତ ଭବନ, ସମୂଦାୟ ଭବନ କିମ୍ବା ବିଦ୍ୟାଳୟ ହୋଇପାରେ I ଯେଉଁ ପ୍ରଶିକ୍ଷଣ ଅଧିବେଶନରେ ପ୍ରଦର୍ଶନ ସାମଗୀ କିମ୍ବା ଚାର୍ଟ କାଗଜ ବ୍ୟବହାର କରି ବୁଝାଇବା ଆବଶ୍ୟକ ହୋଇଥାଏ, ସେପରି ସ୍ଥଳେ ଏହାକୁ କୌଣସି ଜଣେ ସଦସ୍ୟାଙ୍କ ଘରେ ଆୟୋଜନ କରାଯାଇପାରିବ କାରଣ ଏଥିପାଇଁ ବନ୍ଦ କୋଠରୀର ଆବଶ୍ୟକତା ହୋଇଥାଏ I ଯଦି ପ୍ରଶିକ୍ଷଣ ଅଧିବେଶନ ପାଇଁ ବନ୍ଦ କୋଠରୀର ଆବଶ୍ୟକତା ନ ଥାଏ ଏବଂ ଏହାକୁ ଖୋଲା ସ୍ଥାନରେ ସଞ୍ଚାଳିତ କରିହେବ, ତେବେ ଏକ ଉପଯୁକ୍ତ ସ୍ଥାନ ନିରୁପଣ କରିବା ଉଚିତ ଏବଂ ଏହାର ରେକର୍ଡ ରଖିବା ଆବଶ୍ୟକ I ଏହି ସ୍ଥାନକୁ ଏପରି ଭାବେ ବାଛିବା ଉଚିତ ଯେପରିକି ଯାତାୟାତ କରୁଥିବା ବ୍ୟକ୍ତି କିମ୍ବା ଯାନବାହାନ ଚଳାଚଳ ଦ୍ୱାରା ପ୍ରଶିକ୍ଷଣ ବାଧାପ୍ରପ୍ତ ହେବା ଉଚିତ ନୁହେଁ I ଅଧିବେଶନର ଅବଧି କମ ହୋଇଥିଲେ ସୁଦ୍ଧା ପିଇବାପାଣିର ବନ୍ଦୋବସ୍ତ କରିବା ଉଚିତ I ଏହିସବୁ ଆୟୋଜନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଏକ ଗମ୍ବୀର ପରିବେଶ ସୃଷ୍ଟିକରିବ ଏବଂ ପ୍ରଶିକ୍ଷଣାର୍ଥୀ ମାନେ ଏହାକୁ ହାଲୁକା ଭାବେ ଗ୍ରହଣ କରିବେ ନାହିଁ I
ସୋପାନ - ୫ : ପୋଷ୍ଟର ପ୍ରସ୍ତୁତ କରିବା: ସୁଗମକାରୀ ଅଧିବେଶନର ପ୍ରାସଙ୍ଗିକତା ଅନୁଯାୟୀ ଅନେକ ଗୁଡିଏ ପୋଷ୍ଟର ପ୍ରସ୍ତୁତ କରି ରଖିବା ଉଚିତ I କେଉଁ ସବୁ ବିଷୟବସ୍ତୁ ପାଇଁ ପୋଷ୍ଟର ବ୍ୟବହାର କରିବା ଆବଶ୍ୟକ ସେ ଭଲ ଭାବରେ ଜାଣିବା ଉଚିତ ଏବଂ ସବୁବେଳେ ସେ ଚେଷ୍ଟା କରିବା ଉଚିତ ଯେ ପ୍ରତ୍ୟେକ ଅଧିବେଶନରେ ସେ କିଛି ପୋଷ୍ଟର, କିଛି ଚିତ୍ର କିମ୍ବା ଫ୍ଲୋ ଚାର୍ଟ ପ୍ରଦର୍ଶନ କରିବା ଉଚିତ I ଏହା ମନେ ରଖିବା ଉଚିତ ଯେ ଅଧିବେଶନକୁ କେବଳ ବ୍ୟଖ୍ୟାନ ମାଧ୍ୟମରେ ସଞ୍ଚାଳନ କରାଗଲେ ପ୍ରଶିକ୍ଷଣାର୍ଥୀମାନେ ଏଥିରେ ଋଚି ହରାଇବେ I
ସୋପାନ - ୬ : ପ୍ରଶିକ୍ଷଣ ସାମଗ୍ରୀ: କାର୍ଯ୍ୟକ୍ରମ ସଞ୍ଚାଳନ କରିବା ସମୟରେ ସୁଗମକାରୀଙ୍କ ସହ କିଛି ଲେଖନ ସାମଗ୍ରୀ ସବୁବେଳେ ରହିବା ଦରକାର ଯାହା ସେ ପ୍ରଶିକ୍ଷଣ ସମୟରେ ବ୍ୟବହାର କରିବେ I ଏହାସବୁ ମଧ୍ୟରେ ଚାର୍ଟ କାଗଜ, ପୋଷ୍ଟର/ଚାର୍ଟ ପ୍ରଦର୍ଶନ କରିବା ପାଇଁ ଷ୍ଟାଣ୍ଡ, ମାର୍କର କଲମ, ଫ୍ଲେକ୍ସ ପୋଷ୍ଟର, ଫାଇଲ, ଫ୍ଲିପ ପୁସ୍ତିକା, ସାରର ସରଳ ହିସାବ ପୁସ୍ତିକା, କାଗଜ ଫର୍ଦ, ପ୍ରଶିକ୍ଷଣାର୍ଥୀଙ୍କ ମତାମତ ଫର୍ମ ଏବଂ ଅଧିବେଶନର ଉପସ୍ଥାପନା ଏବଂ କାର୍ଯ୍ୟବାହୀ ଲିପିବଦ୍ଧ କରିବାପାଇଁ ରେଜିଷ୍ଟାର୍ ଇତ୍ୟାଦି ଅନର୍ଭୁକ୍ତ I
ସୋପାନ - ୭ : ପ୍ରଶିକ୍ଷଣ ପୁସ୍ତିକା : ସୁଗମକାରୀ ତାଙ୍କ ସହ ପ୍ରଶିକ୍ଷଣର ବିଷୟବସ୍ତୁ ସମ୍ବନ୍ଧୀତ କିଛି ପୁସ୍ତକ ଇଂରାଜୀ କିମ୍ବା ସ୍ଥାନୀୟ ଭାଷାରେ ରଖିବା ଆବଶ୍ୟକ I ଉଦାଦରଣସ୍ୱରୂପ ଯଦି ଆଲୋଚନାର ବିଷୟବସ୍ତୁ କୃଷି ଉପରେ ଅଛି, ତେବେ ସେ ଓଡିଶା ରାଜ୍ୟରେ ପ୍ରଚଳିତ କୃଷି ପଦ୍ଧତି ସମ୍ବନ୍ଧୀୟ କିଛି ପୁସ୍ତକ ରଖିବା ଆବଶ୍ୟକ ଯାହାକୁ ବ୍ୟବହାର କରି ସେ ଅଂଶଗ୍ରହଣକାରୀମାନଙ୍କର ସନ୍ଦେହ ଦୂର କରି ପାରିବେ I ଏହାସହ ସୁଗମକାରୀ ଜିଲ୍ଲାର ବିଭିନ୍ନ ବିଭାଗ ଯଥା କୃଷି, ପଶୁ ପାଳନ, ଜଙ୍ଗଲ, ମହିଳା ଓ ଶିଶୁ ବିଭାଗ, ସମାଜ କଲ୍ୟାଣ, ସମନ୍ନିତ ଶିଶୁ ବିକାଶ ସେବା (ଆଇସିଡିସ୍) ଇତ୍ୟାଦି ବିଭାଗର ଅଧିକାରୀମାନଙ୍କଠାରୁ ମାଗଣାରେ ମିଳୁଥିବା କିଛି ପୁସ୍ତିକା, ପାମ୍ଫଲେଟ୍ ସଂଗ୍ରହ କରିବା ଉଚିତ I ପ୍ରଚାର-ପ୍ରସାର ସାମଗ୍ରୀର ପ୍ରତିଲିପି ପ୍ରକଳ୍ପ ଅଧିକାରୀଙ୍କ ସହ ରହିବା ଉଚିତ କାରଣ ଆବଶ୍ୟକ ସମୟରେ ଏହାକୁ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ବଣ୍ଟା ଯାଇପାରିବ I
ସୋପାନ - ୮ : ଉତ୍ତମ ଅଭ୍ୟାସ : ଯଦି ଗ୍ରାମବାସୀମାନେ କିଛି ଉତ୍ତମ ଅଭ୍ୟାସ ଆଦୃତ କରୁଥାଆନ୍ତି ତେବେ ସୁଗମକାରୀ ଏହିସବୁ ଅଭ୍ୟାସକୁ ଲିପିବଦ୍ଧ କରିବା ଉଚିତ ଯାହାକୁ ପ୍ରକଳ୍ପର ଅନ୍ୟ ଅଞ୍ଚଳରେ ପ୍ରଚାର ଏବଂ ପ୍ରସାର କରାଯାଇପାରିବ I ସେହିପରି ଭାବେ ସୁଗମକାରୀ ଅନ୍ୟ ଅଞ୍ଚଳରେ କାମ କରୁଥିବା ତାଙ୍କର ସହକର୍ମୀ ତଥା ଅନ୍ୟାନ୍ୟ ସୁତ୍ରରୁ ସଫଳତାର କାହାଣୀ ଏବଂ ପ୍ରକରଣ ଅଧ୍ୟୟନ (case studies) ସବୁ ସଂଗ୍ରହ କରିବା ଉଚିତ I ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମୟରେ ଏହିସବୁକୁ ପ୍ରଦର୍ଶନ ପାଇଁ ବ୍ୟବହାର କରାଯାଇପାରିବ I ଫିଲ୍ମ ମଧ୍ୟ ସଂଗ୍ରହ କରାଯାଇପାରେ ଏବଂ ଏହାକୁ ଉଚିତ ସମୟ ଏବଂ ଉପଯୁକ୍ତ ସମୟରେ ବ୍ୟବହାର କରାଯିବା ଉଚିତ I ଅଂଶଗ୍ରହଣକାରୀମାନଙ୍କୁ ପ୍ରେରଣା ଦେବା ପାଇଁ ସୁଗମକାରୀ କ୍ଷୁଦ୍ର ଗଳ୍ପ, ଗୋଲକ ଧନ୍ଦା ଏବଂ ଖେଳ ଇତ୍ୟାଦି ସଂଗ୍ରହ କରି ଅଧିବେଶନ ସଞ୍ଚାଳନ ସମୟରେ ବ୍ୟବହାର କରିବା ଉଚିତ I
ସୋପାନ - ୯ : ବାର୍ଷିକ ପଞ୍ଜିକା : ସୁଗମକାରୀମାନେ ନିଜ ନିଜର ପ୍ରଶିକ୍ଷଣ ପଞ୍ଜିକା ଋତୁ ଅନୁଯାୟୀ କିମ୍ବା ପୁରା ବର୍ଷପାଇଁ ପ୍ରସ୍ତୁତ କରିବା ଦରକାର ଯେଉଁଥିରେ ମାସ ଏବଂ ଋତୁ ଅନୁଯାୟୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଥିବା ଉଚିତ ଯାହାସବୁ ଭବିଷ୍ୟତରେ ଆୟୋଜନ କରାଯିବ I ଏହି ପଞ୍ଜିକା ଆଗତୁରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଖସଡା ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରିବ I ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପର ପ୍ରଶିକ୍ଷଣ ପଞ୍ଜିକା ପରିଶିଷ୍ଟରେ ପ୍ରଦତ୍ତ ଅଛି I
ଅଧିବେଶନର ପରିସମାପ୍ତି ପରେ ଅଂଶଗ୍ରହଣକାରୀମାନଙ୍କୁ ନିଜମଧ୍ୟରେ ଶିକ୍ଷା ପ୍ରଦାନ କରାଯାଇଥିବା ବିଷୟବସ୍ତୁ ଉପରେ ଆଲୋଚନା କରିବାକୁ ଦିଅନ୍ତୁ ଏବଂ ଏହାର ବ୍ୟବହାର୍ଯ୍ୟତା ସମ୍ବନ୍ଧରେ ସେମାନଙ୍କର ମତାମତ ଦେବାକୁ ଉତ୍ସାହିତ କରନ୍ତୁ I ସେମାନଙ୍କ ମନରେ କିଛି ସନ୍ଦେହ ଥିଲେ ଦୂର କରନ୍ତୁ ଏବଂ ପରାମର୍ଶ ଦିଅନ୍ତୁ ଯେ ଏହିସବୁ ସୋପାନ ଅନୁସରଣ କଲେ ସେମାନେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ କରିପାରିବେ ।
ପରିଶିଷ୍ଟ:"ସୁଗମକାରୀଙ୍କ ପାଇଁ ପାଥୱେଜ୍ ଇଣ୍ଡିଆ ପ୍ରକଳ୍ପ ଅନ୍ତର୍ଗତ ବାର୍ଷିକ ପଞ୍ଜିକା "
ଆଧାର – ପୋର୍ଟାଲ ଟିମ
Last Modified : 2/10/2020