ସେଆର କରନ୍ତୁ

ଜଳକର ଏବଂ ଜଳ ଉପକର

ଜଳକର ଏବଂ ଜଳ ଉପକର ବିଷୟରେ ସୂଚନା ।

ଜଳସେଚନ ପ୍ରକଳ୍ପମାନଙ୍କ ଶ୍ରେଣୀ ବିଭାଗ

ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ମାଣ କରାଯାଉଥିବା ପ୍ରତ୍ୟେକ ଜଳସେଚନ ପ୍ରକଳ୍ପ କୁ,ସେପରି ଜଳସେଚନ ପ୍ରକଳ୍ପ ନିର୍ମାଣ ବାବଦରେ ହୋଇଥିବା ଖର୍ଚ୍ଚ ସେପରି ଜଳସେଚନ ପ୍ରକଳ୍ପ ନିର୍ମାଣ ବାବଦରେ ହୋଇଥିବା ଖର୍ଚ୍ଚ ସେପରି ଜଳସେଚନ ପ୍ରକଳ୍ପ ନିର୍ମାଣ ବାବଦରେ ହୋଇଥିବା ଖର୍ଚ୍ଚ ସେପରି ଜଳସେଚନ ପ୍ରକଳ୍ପରୁ ଜଳଯୋଗାଣ ସମୟ ସୀମା ଓ ଜଳଯୋଗାଣ ପରିମାଣ ପ୍ରତି ଦୃଷ୍ଟି ଦେଇ ବିଭିର୍ନ୍ନ ଶ୍ରେଣୀଭୂକ୍ତ କରାଯିବ ଏବଂ କୌଣସି ଏକ ଶ୍ରେଣୀର ଜଳସେଚନ ପ୍ରକଳ୍ପରୁ କୌଣସି ଜିଲ୍ଲା ବ କୌଣସି ଅଞ୍ଚଳ ପାଇଁ ଜଳଯୋଗାଣ ପାଇଁ ବାଧ୍ୟତାମୂଳକ ମୌଳିକ ଜଳକର ବ ଜଳ ଉପକର ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ହାରରେ ଲାଗୁ କରାଯିବ ।

ଜଳକର ଏବଂ ବାଧ୍ୟତାମୂଳକ ମୌଳିକ ଜଳକର ଲାଗୁ କରାଯିବ

ଇରିଗେସନ ଅଫିସର ବା ରାଜ୍ୟସରକାରଙ୍କ ଦ୍ଵାରା କ୍ଷମାତାପ୍ରାପ୍ତ ଅନ୍ୟ କୌଣସି ଅଫିସର ଦଫା ୨୭ ଅନୁଯାୟୀ ଶ୍ରେଣୀଭୂକ୍ତ କରାଯାଇଥିବା ଓ ଧାର୍ଯ୍ୟ କରାଯାଇଥିବା ହାରାରେ କୌଣସି ଜିଲ୍ଲା ବା ଅଞ୍ଚଳ ପାଇଁ ବାଧ୍ୟତାମୂଳକ ମୌଳିକ ଜଳକର ଓ ଜଳକର ଧାର୍ଯ୍ୟ କରିବେ -

ଉଲ୍ଲେଖ ଥାଉକି,ଅନୁଜ ଜମିମାନଙ୍କକ୍ଷେତ୍ରରେ ବାଧ୍ୟତାମୂଳକ ମୌଳିକ ଜଳକର ଲାଗୁ କରାଯିବ ନାହିଁ । ପୁନଶ୍ଚ ଉଲ୍ଲେଖ ଥାଉକି,ସେପରି ଅନୁଜ ଜମି କ୍ଷେତ୍ରରେ ଯାହାକି ମରୁଡି  ପରିସ୍ଥିତି ବ୍ୟତୀତ ଅନ୍ୟ ସମୟରେ ଜଳସେଚନ ଆବଶ୍ୟକ କରେ ନାହିଁ,ସେଥିପାଇଁ ରିହାତି ହାରରେ ଜଳକର ଧାର୍ଯ୍ୟ କରାଯିବ;

ଆହୁରି ମଧ୍ୟ ଉଲ୍ଲେଖ ଥାଉକି,ଯେଉଁ ଅଞ୍ଚଳରେ ଜମି ମାଲିକ ଓ ଦଖଲକାରୀମାନେ ନିଜ ଖର୍ଚ୍ଚରେ ଉଠା ଜଳସେଚନର ବ୍ୟବସ୍ଥା କରିଛନ୍ତି,ସେଥିପାଇଁ ସେପରି ଜଳକର ରିହାତି ହାରାରେ ଲାଗୁ କରାଯିବ;

ପୁନଶ୍ଚ ଉଲ୍ଲେଖ ଥାଉକି ବେସରକାରୀ ଉଦ୍ୟମରେ ଜଳସେଚିତ ହେଉଥିବା ଜମି ପାଇଁ ଧାର୍ଯ୍ୟ କରାଯାଇଥିବା ହାରାରେ ମୋଳିକ ଜଳକର ଲାଗୁ କରାଯିବ।

  1. ଓଡିଶା ଚକବନ୍ଦୀ ଓ ଜମି ବିଭାଜନ ଆଇନ,୧୯୭୨ ଅନୁଯାୟୀ କୌଣସି ଇଲାକାରେ ଚକବନ୍ଦୀ କାର୍ଯ୍ୟ ଶେଷ ହେବ ପରେ,ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଫିସର କଥିତ ଇଲକରେ ଜଳକର,ବାଧ୍ୟତାମୂଳକ ଜଳକର ଇତ୍ୟାଦିରପୁନଃ ଧାର୍ଯ୍ୟ କରିପାରିବେ।
  2. ଉପରି କଥିତ ପ୍ରକାରେ କର ପୁନଃ ଧାର୍ଯ୍ୟ କରିବା ସମୟରେ ସମ୍ପୃକ୍ତ ଅଫିସର ଦଫା ୨୮ ରେ ପ୍ରଦତ୍ତ ପଦ୍ଦତି ଅବଲମ୍ବନ କରିବେ।
  3. ପୁନଃ ପରୀକ୍ଷା ବ। ରିଭ୍ୟୁ- ଦଫା ୨୮,ବା ୨୮-କ ଅନୁଯାୟୀ ପାସ କରାଯାଇଥିବା ଅର୍ଡରକୁ ଅର୍ଡର ପାସକାରୀ ଅଫିସର କିମ୍ବା ତାଙ୍କର ଉତ୍ତରାଧିକାରୀ ସୂତ୍ରେ ଆସିଥିବା ଅଫିସର ସ୍ଵଇଚ୍ଛାରେ କିମ୍ବା ସେଥିପାଇଁ କ୍ଷତିଗ୍ରସ୍ତ ପକ୍ଷଙ୍କ ଦ୍ଵାରା ଅର୍ଡରରେ ରହିଥିବା ଦୋଷତ୍ରୁଟି ଦର୍ଶାଇ ଆବେଦଦନ କରାଗଲେ,ତାହାର ପୁନଃ ପରୀକ୍ଷା ବା” ରିଭ୍ୟୁ କରିପାରିବେ।“

ଅପିଲ

  1. ଦଫା-୨୮,୨୮-କ କିମ୍ବା ୨୮-ଖ ଦ୍ଵାରା କ୍ଷତିଗ୍ରସ୍ତ ହୋଇଗଲା ବ୍ୟକ୍ତି ଧାର୍ଯ୍ୟ ହୋଇଥିବା ସମୟ ମାଧ୍ୟାମରେ ଧାର୍ଯ୍ୟ ହୋଇଥିବା ପ୍ରଣାଳୀରେ କ୍ଷେତ୍ରାଧିକର ଥିବା ଏସ.ଡି.ଅଙ୍କ ନିକଟରେ ଅପିଲ କରିପାରିବେ।
  2. କ୍ଷେତ୍ରାଧିକାର ଥିବା ଏସ.ଡି. ଓଙ୍କ ସ୍ବଇଚ୍ଛାରେ ଉପରକଥିତ ଅର୍ଡରକୁ ରଦ୍ଦ କରିପାରିବେ କିମ୍ବା ପରିବର୍ତ୍ତନ କରିପାରିବେ:

ଉଲ୍ଲେଖ ଥାଉକି,ଧାର୍ଯ୍ୟ ଥିବା ସମୟ ସୀମା ଅତିକ୍ରମ ହେବା ପରେ ଏହି ଉପଦଫା ଅନୁଯାୟୀ କୌଣସି ପ୍ରସିଡିଙ୍ଗ ଆଗତ କରାଯାଇପାରିବ ନାହିଁ  ଏବଂ ସମ୍ପୃକ୍ତ ପକ୍ଷଙ୍କୁ ଶୁଣାଣିର ଯଥେଷ୍ଟ ସୁଯୋଗ ଣ ଦେଇ କୌଣସି ଅର୍ଡର ପାସ କରାଯିବ ନାହିଁ ।

ରିଭିଜନ

ଏସ.ଡି.ଓଙ୍କ ଦ୍ଵାରା ଦଫା ୨୯ ର ଉପଦଫା (୧) କିମ୍ବା ଉପଦଫା(୨) ଅନୁଯାୟୀ ପାସ କରାଯାଇଥିବା ଅର୍ଡର ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି,ଧାର୍ଯ୍ୟ ହୋଇଥିବା ପ୍ରଣାଳୀ ଅନୁଯାୟୀ ଓ ସମୟ ମଧ୍ୟରେ ସେପରି ଅର୍ଡର ସମୀକ୍ଷା ବା ରିଭିଜନ ପାଇଁ କଲେକ୍ଟରଙ୍କ ନିକଟରେ ଆବେଦନ କରିପାରିବେ ।“

ଜଳକର ଉପକର(ୱାଟର ସେସ) ଲାଗୁ କରାଯିବ

ଏହି ଆଇନର ବ୍ୟବସ୍ଥାନୁଯାୟୀ ଜଳକର ସହ କିମ୍ବା ଜଳକର ପରିବର୍ତ୍ତେ,ରାଜ୍ୟ ସରକାରଙ୍କ ଦ୍ଵାରା ସମୟକୁ ସମୟ ଧାର୍ଯ୍ୟ କରାଯାଉଥିବା ହାରରେ ରାଜ୍ୟ ସରକାର ଜଳ ଉପକର (ୱାଟର ସେସ) ଆଦାୟ କରିପାରିବେ:

ଉଲ୍ଲେଖ ଥାଉକି,ବାଧ୍ୟତାମୂଳକ ମୌଳିକ ଜଳକର ସହ କୌଣସି ଜଳ ଉପକର ଆଦାଯ କରାଯିବ ନାହିଁ ।

ବେଆଇନ ଭାବେ ଜଳ ବ୍ୟବହାର କରିବା

ଏହି ଆଇନର ବ୍ୟବସ୍ଥା କିମ୍ବା ଏହି ଆଇନ ଅଧିନରେ ପ୍ରଣୀତ ନିଯମାବଳୀର ବ୍ୟବସ୍ଥା କିମ୍ବା ଇରିଗେସନ ଅଫିସରଙ୍କ ଦ୍ଵାରା ପାସ କରାଯାଇଥିବା  ଅର୍ଡରକୁ ଲଙ୍ଘନ କରାଯାଇ କୌଣସି ଜଳସେଚନ ପ୍ରକଳ୍ପ ବା ଜଳ ନିଃସାରଣ ପ୍ରଣାଳୀ ବା ଜଳ ପ୍ରଣାଳୀରୁ ଜଳ ବ୍ୟବହାର କରାଗଲେ,ସେପରି ଜଳ ବ୍ୟବହାର ବେଆଇନ ବା ନିୟମ ବହିର୍ଭୂତ ଭାବେ ବ୍ୟବହାର କରାଯାଇଛି ବୋଲି ଧରାଯିବ ।

ନିୟମ ବହିର୍ଭୂତ ଭାବେ ଜଳ ବ୍ୟବହାର ଦ୍ଵାରା ଉପକୃତ  ହେଉଥିବା ଜମିର ଦାଖଲକାରୀ ମାନଙ୍କର ଦାୟିତ୍ଵ

  1. ଯଦି ଜଳ ନିୟମ ବହିର୍ଭୂତ ଭାବେ ବ୍ୟବହାର କରାଯାଏ ଏବଂ ଯେଉଁ ବ୍ୟକ୍ତିଙ୍କ କୃତ ବା ଅକୃତ କୌଣସି କାର୍ଯ୍ୟ ହେତୁ ସେପରି ଭାବେ ଜଳ ବ୍ୟବହାର କରାଯାଉଛି,ତାଙ୍କୁ ଯଦି ଚିହ୍ନଟ କରାଯାଇନପାରେ,ତେବେ ଯେଉଁ ଜମିରେ ଜଳ ପ୍ରବାହିତ ହେଉଅଛି,ସେପରି ଜମିର ଦାଖଲକାରୀମାନେ ସେପରି ଜଳ ବ୍ୟବହାର ପାଇଁ ଦେୟ ଦେବାକୁ ବାଧ୍ୟ ହେବେ।

  2. କୌଣସି ନିର୍ଦ୍ଧିଷ୍ଟ ଜଳ ପ୍ରଣାଳୀରେ ଯୋଗାଣ କରାଯାଇଥିବା ଜଳକୁ ଯଦି ନଷ୍ଟ ହେବାକୁ ଦିଆଯାଏ ଏବଂ ଯେଉଁ ବ୍ୟକ୍ତିଙ୍କ କୃତ ବା ଅକୃତ କୌଣସି କାର୍ଯ୍ୟ ଫଳରେ ତାହା ଘଟିଛି,ତାଙ୍କୁ ଯଦି ଇରିଗେସନ ଅଫିସର ଅନୁସନ୍ଧାନ ଦ୍ଵାରା ଚିହ୍ନଟ କରି ପାରନ୍ତି ତେବେ ଯେଉଁ ବ୍ୟକ୍ତି ମାନେ ସେପରି ଜଳ ବ୍ୟବହାର କରୁଛନ୍ତି, ସେମାନେ ବ୍ୟକ୍ତିଗତ ବା ଯୁଗ୍ମଭାବେ ସେପରି ନଷ୍ଟ ହୋଇଥିବା ଜଳ ପାଇଁ ଦେୟ ଦେବାକୁ ବାଧ୍ୟ ହେବେ।
  3. ଏହି ଦଫା ଅଧୀନରେ ଯେଉଁ ସବୁ ପ୍ରଶ୍ନମନ ଉପୁଜିବା, ତାହା ଇରିଗେସନ ଅଫିସରଙ୍କ ଦ୍ଵାରା ନିଷ୍ପତ୍ତି କରାଯିବ ।

  4. ନିୟମ ବହିର୍ଭୂତ ଭାବେ ଜଳ ବ୍ୟବହାର ପାଇଁ ବା ଜଳ ନଷ୍ଟ ପାଇଁ ଅଦାୟ କରାଯାଉଥିବା ଦେୟ,ସେପରି ଭାବେ ଜଳ ବ୍ୟବହାର ଓ ନଷ୍ଟଜନିତ ଅପରାଧ ସମ୍ପର୍କରେ ଅଭଯୋଗ ମାମଲା ଦାଏର କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ।
  5. ଏହି ଦଫା ଅନୁଯାୟୀ ଇରିଗେସନ ଅଫିସରଙ୍କ ଦ୍ଵାରା ପାସ କରାଯାଇଥିବା କୌଣସି ଅର୍ଡର ବିରୁଦ୍ଧରେ କଲେକ୍ଟରଙ୍କୁ ଅପିଲ କରାଯିବ ଓ କଲେକ୍ଟରଙ୍କୁ ଅପିଲ କରାଝାଇପାରିବ ଓ କଲେକ୍ଟରଙ୍କ ନିଷ୍ପତ୍ତି ଚୁଡାନ୍ତ ବୋଲି ବିବେଚିତ ହେବ ।
  6. ଏହି ଦଫାନୁଯାୟୀ ଇରିଗେସନ ଅଫିସରମାନେ ଜଳ ସେଚନ ରାଜସ୍ୱ ନିର୍ଦ୍ଧାରାଣା କରିବା ପାଇଁ ଓ ଦୋଷୀ ସାବ୍ୟସ୍ତ କରିବା ପାଇଁ,ସେ ସମ୍ପର୍କୀୟ ପଦ୍ଧତ୍ତି,ଏହି ଆଇନ ଅନୁଯାୟୀ ନିଯମାବଳୀ ପ୍ରଣୟନ କରାଯାଇ ବ୍ୟବସ୍ଥା କରାଯାଇପାରେ ।

ଦେୟ ମାନଙ୍କ ପରିଶୋଧର ତାରିଖ ଏବଂ ବକେୟା ଦେୟ ଅଦାୟ କରିବା ପ୍ରଣାଳୀ

  • ବାଧ୍ୟତାମୂଳକ ମୌଳିକ ଜଳକର ଏବଂ ଜଳ ଉପକର ପରିଶୋଧ କରିବା ତାରିଖ ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯିବ ।
  • ଏହି ଆଇନ ଅନୁଯାୟୀ ଅଦାୟ କରାଯିବାକୁ ଥିବା ଦେୟମାନ ଯଦି ନିର୍ଦ୍ଧାରିତ ହୋଇଥିବା ତାରିଖରେ ପରିଶୋଧ କରା ନ ଯାଏ,ତେବେ ବାର୍ଷିକ ଶତକଡା ୬% ସୁଧରେ ବକେୟା ଭୂ-ରାଜସ୍ୱ ସଦୃଶ ଅଦାୟ କରାଯିବ ।

ଏହି ଆଇନ ଅନୁଯାୟୀ ପରିଶୋଧ କରାଯିବାକୁ ଥିବା ଦେୟ ପାଇଁ, ଉପକୃତ ହେଉଥିବା ଜମି ଦାୟୀ ରହିବ - ଏହି ଆଇନ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଜଳସେଚନ ଉଦ୍ଦେଶ୍ୟରେ ଦିଆଯିବାକୁ ଥିବା ଜଳକର ଓ ଜଳ ଉପକର ଏବଂ ଅନ୍ୟାନ୍ୟ ଦେୟମାନଙ୍କ ପାଇଁ ଜମିରେ ଥିବା ଫସଲକୁ ଦାୟ କରାଯିବ ।

ଏହି ଆଇନ ଅନୁଯାୟୀ ଦେୟ ଦେବାକୁ  ବାଧ୍ୟ ଥିବା ବ୍ୟକ୍ତି ଓ ସେପରି ଦେୟର ପରିସର - ଅନ୍ୟ କୌଣସି ପ୍ରଚଳିତ ଆଇନରେ ଯେକୌଣସି ବ୍ୟବସ୍ଥା ଥିବା ସତ୍ତ୍ୱେ,ଜମିର ମାଲିକ ଓ ଦଖଲକାରୀ ମାନଙ୍କ ଠାରୁ ଧାର୍ଯ୍ୟ କରାଯାଇଥିବା ହାରରେ ଜଳକର ଓ ଜଳଉପକର ଅଦାୟ କରାଯିବ  :

ଉଲ୍ଲେଖ ଥାଉକି,ଯେଉଁ କ୍ଷେତ୍ରରେ ସେପରି ଦେୟ ବାକି ରହିବ, ସେ କ୍ଷେତ୍ରରେ ଜମିର ମାଲିକ ବ। ଦଖଲକାରୀ ଜମି ଓ ଫସଲକୁ  କ୍ରୋକ ବା ବିକ୍ରୟରୁ ରକ୍ଷା କରିବା ନିମନ୍ତେ,ବକେୟା ଦେୟ ପୂର୍ଣ୍ଣଭାବେ ଦାଖଲ କରିବା ଉଚିତ ଏବଂ ଯେଉଁ ପକ୍ଷ ଦେୟ ଦାଖଲ କରିଥିବେ,ସେ ଅପର ପକ୍ଷଠାରୁ ଦେୟ ଅଦାୟ ପାଇଁ ଦେବାନୀ ଅଦାଲତରେ ପ୍ରତିକାର ଲୋଡିପାରିବେ ।

କୌଣସି ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ରେ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ରିହାତି - କୌଣସି ଜଳସେଚନନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଯେଉଁ ଅଞ୍ଚଳର ବ୍ୟକ୍ତିମାନେ ସହଯୋଗ କରିଥିବେ,ସେହି ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଧିଷ୍ଟ କେତେ ବର୍ଷ ପାଇଁ ଜଳକର ବା ଜଳ ଉପକର ଉପରେ ରିବେଟ ବା ରିହାତି ଦେଇପାରିବେ ।

ଜଳକର ଓ ବାଧ୍ୟତାମୂଳକ ମୌଳିକ ଜଳକରରୁ ପୂର୍ଣ୍ଣଭାବେ କିମ୍ବା ଆଂଶିକଭାବେ ଛାଡ ଦେବା

  1. ରାଜ୍ୟ ସରକାର ଏହି ଆଇନ ଅନୁଯାୟୀ ଅଦାୟ କରାଯିବାକୁ ଥିବା ଜଳକର ଓ ଜଳ ଉପକରକରୁ ସେପରି ଉଚିତ ମନେ କରିବେ ସେପରିଭାବେ ପ୍ରତିବର୍ଷ ଛାଡ ଦେଇ ପାରିବେ ।
  2. ରାଜ୍ୟ ସରକାର ଉପଦଫା (୧) ଅନୁଯାୟୀ ଥିବା ତାଙ୍କର କ୍ଷମତାକୁ ସତ୍ତ ସହ କୌଣସି ଏସ.ଡି.ଓଙ୍କୁ କୌଣସି ଅଚଳପ୍ରତି ପ୍ରୟୋଗ ନିମି ଅର୍ପଣ କରିପାରନ୍ତି।

ନିମ୍ନଲିଖିତ କାର୍ତୁପକ୍ଷଙ୍କ ପୂର୍ବ ଅନୁମୋଦନ ବ୍ୟତୀତ ଅର୍ପିତ କରାଯାଇଥିବା କ୍ଷମତା ବଳରେ କୌଣସି ଅର୍ଡର ପାସ କରାଯାଇପାରିବ ନାହିଁ ।

  • ଯେଉଁ କ୍ଷେତ୍ର ରେ ଜଳକର ବା ସେସ ପରିମାଣ ପାଞ୍ଚ ଶହ ଟଙ୍କାରୁ ଉର୍ଦ୍ଧ୍ଵ ହୋଇଥିବା,କିନ୍ତୁ ୧,୦୦୦ ଟଙ୍କାରୁ ଊର୍ଦ୍ଦ୍ଵ ହୋଇ ନଥିବା ସେ କ୍ଷେତ୍ରାଧିକାର ଥିବା କଲେକ୍ଟରରଙ୍କର, ଏବଂ
  • ଯେଉଁ କ୍ଷେତ୍ରରେ ସେପରି ପରିମାଣ ହଜାର ଟଙ୍କାରୁ ଅଧିକ ହୋଇଥିବ, ସେ କ୍ଷେତ୍ରରେ କ୍ଷେତ୍ରାଧିକାର ଥିବା କମିଶନରଙ୍କର ।

ଏହି ପରିଚ୍ଛେଦରେ ବ୍ୟବହୃତ”ଜଳ କର” ଶବ୍ଦର ଅର୍ଥ

ଏହି ପରିଛେଦ ଉଦ୍ଦେଶ୍ୟରେ”ଜଳକର” କହିଲେ ଘଟଣା ଅନୁଯାୟୀ ବାଧ୍ୟତାମୂଳକ ମୌଳିକ ଜଳକର ଓ ଜଳ ଉପରକୁ ବୁଝାଇବ ।

ଆଧାର - ଦ ଲ ହାଉସ

4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top