অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବତକ ଚାଷରେ ଆତ୍ମନିର୍ଭରଶୀଳ

କୁକୁଡ଼ା ଭଳି ବତକ ଚାଷରେ ଆତ୍ମନିର୍ଭରଶୀଳ ହୋଇପାରିବେ ଚାଷୀ । କୁକୁଡ଼ା ଅପେକ୍ଷା ବତକର ପ୍ରଜନନ କ୍ଷମତା ଅଧିକ ରହିଛି । ଗୋଟିଏ ମାଈ ବତକ ବର୍ଷକୁ ୩୦୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି । ବ୍ରୟ ଲର ଏବଂ ଲେୟାର ବତକ ଚାଷ କଲେ ବଜାର ଚାହିଦାକୁ ମେଣ୍ଟାଇ ହେବ । ବତକ ଚାଷ ଉପରେ ଭେଟେରିନାରୀର ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରସନ୍ନ ମିଶ୍ରଙ୍କ ମତ।

ବତକ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ

ଅଦ୍ୟାବଧି ରାଜ୍ୟର ଚାଷୀ ଏଥିପ୍ରତି ସେତେଟା ଆଗ୍ରହ ପ୍ରକାଶ କରୁନାହାନ୍ତି । ଅଣ୍ଡା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି । ବ୍ରୟଳର ଏବଂ ଲେୟାର ବତକ ଚାଷ ଉପରେ ବ୍ୟାପକ ପ୍ରସାରର ଆବଶ୍ୟକତା ରହିଛି ।

ବତକ ଚାଷର ପ୍ରଣାଳୀ କ'ଣ ?

କୁକୁଡ଼ା ପାଳନ ପ୍ରତି ଯେପରି ଚାଷୀଙ୍କର ଆଗ୍ରହ ରହିଛି, ବତକ ଚାଷ ପାଇଁ ସେତେଟା ଚାଷୀ ଆଗ୍ରହୀ ହୋଇନାହାନ୍ତି । ବତକ ଚାଷ ସାଧାରଣତଃ ୩ ପ୍ରକାର କରାଯାଇଥାଏ । ସଘନ, ଅର୍ଦ୍ଧସଘନ ଓ ମୁକ୍ତାକାଶ । ସଘନ ଚାଷରେ ବତକଗୁଡ଼ିକୁ ଜଳାଶୟ ନିକଟରେ ଗୋଟିଏ ଘର ମଧ୍ୟରେ ବ୍ରଏଲାର ଏବଂ ଲେୟାର ଚାଷ ଏହାକୁ ଆମେ କହିପାରିବା । ଏଥିପାଇଁ ଚାଷୀଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ସଘନ ଚାଷ ପ୍ରଣାଳୀରେ ବତକ ଗୁଡ଼ିକ ଦିନବେଳା – ଜଳାଶୟ, ପୋଖରୀ, ନାଳ ଏବଂ ସନ୍ତସନ୍ତିଆ ଜାଗାରେ ଚାରଣ କରନ୍ତି ଏବଂ ରାତି ହେଲେ ଫାର୍ମ ଘରକୁ ଫେରନ୍ତି । ରାତିରେ ତାଙ୍କୁ କିଛି ଖାଦ୍ୟ । ଦିଆଯାଇଥାଏ । ଏଥିରେ ଚାଷୀକୁ କମ୍ ଖର୍ଚ୍ଚ ପଡ଼ିଥାଏ । ମୁକ୍ତାକାଶ ଚାଷରେ ଏମାଜୋନ ସକାଳ ହେଲେ ପୋଖରୀ, ନାଳ ଓ ଜଳାଶୟକୁ ଯାଇ ଚାରଣ କରିଥାନ୍ତି । ପ୍ରାୟ ଦେଶ। ବତକଗୁଡ଼ିକୁ ଏହି ପ୍ରଣାଳୀରେ ଚାଷ କରାଯାଇଥାଏ । କୁକୁଡ଼ା ଅପେକ୍ଷା ବାତକଙ୍କ ରୋଗ  ପ୍ରତିଷେଧକ ଅଧିକ ଥାଏ । ପ୍ରାୟ ରୋଗ ହୋଇନଥାଏ କହିଲେ ଚଳେ ।

କେତେ ପ୍ରକାର ବତକ

ଖାକି କ୍ୟାମ୍ପବେଲ, ୱାଇଟ ପେକନ, ମସ୍କୋଭି ମୋତି, ଦେଶୀବତକ ସାଧାରଣତଃ ୪ ପ୍ରକାରର ବତକ ।

ଖାକି କ୍ୟାମ୍ପବେଲ : ପ୍ରଜାତିର ବତକ ରଙ୍ଗ ଧୁସୁରିଆ । ଅଣ୍ଡାଦାନ କ୍ଷମତା ଅଧିକ ବର୍ଷକୁ ପ୍ରାୟ ୩୦୦ ଅଣ୍ଡା ଦେଇଥାନ୍ତି । କୁକୁଡ଼ାଠାରୁ ପ୍ରାୟ ଦେଢ଼ ଗୁଣ । ଯାହାକୁ ଆମେ ଲେୟାର ବତକ ବୋଲି କହିଥାଉ ।

ହ୍ଵାଇଟ ପେକନ: ରଙ୍ଗ ତୋଫା ଧଳା । ଏହି ପ୍ରଜାତିର ବତକଗୁଡ଼ିକ  ଅଣ୍ଡା କମ ଦିଅନ୍ତି । ଖୁବଶୀଘ୍ର ଏମାନେ ବଢ଼ନ୍ତି । ଦେଢ଼ମାସରେ ପ୍ରାୟ ୨.୫ କେଜି ଓଜନ ହୋଇଥାନ୍ତି । ଏଗୁଡ଼ିକ ବ୍ରୟ ଲର କୁହାଯାଏ । ମାଂସ ଅତି ସ୍ଵାଦିଷ୍ଟ । ମାର୍କେଟରେ ମାଂସର ଚାହିଦା ମେଣ୍ଟାଇବା ପାଇଁ ଏଗୁଡ଼ିକୁ ଟାଷ କରାଯାଇଥାଏ।

ମସ୍କୋଭି ମୋତି: ବତକଗୁଡ଼ିକ କଳା ଓ ଧଳା ମିଶ୍ରିତ ରଙ୍ଗର । ଅନ୍ୟ ପ୍ରଜାତିର ବତକ ତୁଳନାରେ ଅପେକ୍ଷାକୃତ ବଡ଼ । ବଣୁଆ ପ୍ରଜାତିର ।  ଅଣ୍ଡା କମ ଦେଇଥାନ୍ତି । ବିନା ପାଣିରେ ଏଗୁଡ଼ିକ ବଞ୍ଚିପାରନ୍ତି ।

ଦେଶୀ ବତକ: ଦେଶାବତକ ଗୁଡ଼ିକର ଅନ୍ୟ ପ୍ରଜାତି ଅପେକ୍ଷା ରୋଗ ପ୍ରତିଷେଧକ ଶକ୍ତି  ଅଧିକ  ଓଜନରେ କମ । ସାଧାରଣତଃ ଗାଁ ଗହଳିରେ ଏଗୁଡ଼ିକ ଦେଖାଯାଇଥାନ୍ତି । ତେବେ ସମସ୍ତ ପ୍ରଜାତିର ବତକ, ସକାଳୁ ୯ଟା ମଧ୍ୟରେ ଅଣ୍ଡା ଦେଉଥିବାରୁ ଚାଷୀଙ୍କୁ ସହାୟକ ହୋଇଥାନ୍ତି।

ବତକଙ୍କ ପାଇଁ କେଉଁ ପ୍ରକାର ଘର ଆବଶ୍ୟକ

ବତକ ଘରଗୁଡ଼ିକ ମାଟି ଇଟା କାନ୍ଥ, ମାଟି ଚଣା ଏବଂ ନାଡାଛପର ଘର ହେଲେ ଭଲ । ପ୍ରତି ବତକଙ୍କ ପାଇଁ ୨ ରୁ ୨.୫ ଫୁଟ ହିସାବରେ ୧୦ରୁ ୧୨ ଫୁଟ  ଚଉଡ଼ା ଘର ହେବା ଉଚିତ ।

ଅପର  ପକ୍ଷରେ ବତକ ଗୁଡିକ ମଧ୍ୟ ଚାଷୀଙ୍କୁ ବିଲରେ ପୋକ ନିୟନ୍ତ୍ରଣରେ ସହାୟକ ହୋଇଥାନ୍ତି । ଫସଲରେ ଜୋଗଣ୍ଠାକୁ ବତକ ଖାଦ୍ୟଭାବେ ଗ୍ରହଣ କରିଥାନ୍ତି । ମଶା ପ୍ୟୁପା ଓ  ଲାର୍ଭାକୁ ଖାଇଦିଆନ୍ତି । ଫଳରେ ମଶା  ବଂଶବୃଦ୍ଧି ରୋକିବାରେ ସହାୟକ ହୋଇଥାଏ ।

ଲେଖା ଏବଂ ପ୍ରାପ୍ତ - ଅବସରପ୍ରାପ୍ତ ପ୍ରଫେସର ଡ. ପ୍ରସନ୍ନ ମିଶ୍ର



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate