ସବୁଜ ଗୋଖାଦ୍ୟ ଖୁଆଇବା ଦ୍ଵାରା ଗୋଟିଏ ଗାଈ ପ୍ରତି ୨ କିଗ୍ରା ପର୍ଯ୍ୟନ୍ତ ଦାନା ଜାତୀୟ କରାଯାଇ ପାରିବ । ଫଳରେ ଦୈନିକ ୧୦ କିଗ୍ରା ଦାନାର ମୂଲ୍ୟ ବାବଦକୁ ହାରାହାରି ୨୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇପାରିବ ।
ଗୋରୁଙ୍କର ମୁଖ୍ୟ ଖାଦ୍ୟ ହେଲା ଘାସ । ଘାସ ଖାଇଲେ ଗୋରୁଙ୍କର ସ୍ଵାସ୍ଥ୍ୟ ଭଲ ରୁହେ । ଦୁହାଁଳିଆ ଗାଈ ଘାସ ଖାଇଲେ ବେଶି ଦୂର୍ ଦିଅନ୍ତି । ଗର୍ଭିଣୀ ଗାଈ ବା ଛଡ଼ାର ସ୍ଵାସ୍ଥ୍ୟ ଠିକ୍ ରହିବା ସହିତ ତା’ ଶରୀରରେ ବଢୁଥିବା ଭ୍ରୁଣ ବା ଛୁଆର ସ୍ଵାସ୍ଥ୍ୟରକ୍ଷା ଠିକ୍ ରହିଥାଏ । ଏଥିସହିତ ଗାଈ, ଛଡ଼ା, ମଇଁଷି, ଷଣ୍ଢ ଆଦି ପ୍ରାଣୀଙ୍କ ପ୍ରଜନନ ଦକ୍ଷତା ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ସବୁଜ ଘାସରେ ଅଧିକ, ପୁଷ୍ଟିକର ଖାଦ୍ୟସାର ରହିବା ସହିତ ଶ୍ଵେତସାର ଓ ଭିଟାମିନ-କ ପ୍ରସ୍ତୁତକାରୀ ବିଟା- କାରୋଟିନ୍, ଧାତବ ଲବଣ। ଯଥା:- କ୍ୟାଲସିୟମ, ଫସଫରସ୍, ମ୍ୟାଗନେସିୟମ୍, ଲୌହ, କପର, କୋବାଲଟ ଆଦି ନିହିତ ଥାଏ, ଯାହାକି ପ୍ରାଣୀଙ୍କ ଶରୀରର ଗଠନ, ଉତ୍ପାଦନ ଓ ଉତ୍ପାଦକତା। ଶକ୍ତି ବୃଦ୍ଧିରେ ଯଥେଷ୍ଟ ସହାୟକ ହୋଇଥାଏ । ସବୁଜ ଘାସରେ ଥିବା ରସ ବା ଜୈବିକ ପଦାର୍ଥରେ ରୋଗ ପ୍ରତିରୋଧକ ଶକ୍ତି ନିହିତ ଥିବା ଯୋଗୁ ପ୍ରାଣୀଙ୍କ ବିଭିନ୍ନ ରୋଗଦାଉରୁ ସୁରକ୍ଷା ପ୍ରଦାନ କରେ । କେବଳ ସେତିକି ନୁହେଁ, ଗୋପାଳକମାନେ ପାଳିଥିବା ଉନ୍ନତ ଗାଈଙ୍କୁ ସବୁଜ ଖାଦ୍ୟ ଫସଲ ଖାଇବାକୁ ଦେବା ଦ୍ଵାରା ଗୋପାଳନରେ ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ କମିଯିବା ଯୋଗୁ ଅଧିକ ଲାଭବାନ୍ ହୋଇଥାନ୍ତି । ସବୁଜ ଗୋଖାଦ୍ୟ ଫସଲ କହିଲେ ଅନ୍ୟାନ୍ୟ ଫସଲ ଯଥା: ଧାନ, ମୁଗ, ବିରି, ହରଡ଼, ଗହମ ଇତ୍ୟାଦି ଫସଲ ଭଳି ସ୍ଵତନ୍ତ୍ର ପ୍ରଣାଳୀରେ ଘାସଚାଷକୁ ହି ତୁଝାଇଥାଏ । ବିଲବାଡ଼ି, ଦଣ୍ଡା, ଗୋଚରରେ ବଢୁଥିବା ଘାସଠାରୁ ଏସବୁ ସ୍ଵତନ୍ତ୍ର କିସମର ବର୍ଷବ୍ୟାପୀ ସବୁଜ ଗୋଖାଦ୍ୟ ଫସଲ ସମ୍ପୂର୍ଣ୍ଣ ଭିନ୍ନ । ଏପରି ଘାସ ପତ୍ର ବହୁଳ, ରସାଳଯୁକ୍ତ, ସୁସ୍ଵାଦୁ ଓ ବିଭିନ୍ନ ଖାଦ୍ୟସାରରେ ଭରପୁର ଥିବାରୁ ତଥା ଏହା କମ୍ ତନ୍ତୁ ଯୁକ୍ତ ଯୋଗୁ ଗୋରୁ ଆଗ୍ରହର ସହିତ ଖାଇଥାନ୍ତି ଏବଂ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ରୁହେ ।
ଆମ ଚାଷୀ ଭାଇମାନେ ପାରମ୍ପରିକ ରୀତିରେ ମନୁଷ୍ୟ ଉପଯୋଗୀ ଖାଦ୍ୟ ପାଇଁ ଫସଲ ଚାଷ କରିବା ସହିତ ଆମଦାନୀ ବୃଦ୍ଧି ନିମନ୍ତେ ବିଭିନ୍ନ ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବିନିଯୋଗ ଯୋଗୁ ପରିବେଶରେ କୁପ୍ରଭାବ ପକାଇବା ସହିତ ଆମ ଶରୀରରେ ନାନା ପ୍ରକାର ରୋଗ ସୃଷ୍ଟି କରିଥାଏ । କିନ୍ତୁ ଉନ୍ନତ ସବୁଜ ଗୋଖାଦ୍ୟ ଉତ୍ପାଦନ ନିମନ୍ତେ ସ୍ଵଳ୍ପ ପରିମାଣ ସାରର ଆବଶ୍ୟକତା ବା ଅନାବଶ୍ୟକତା ଥିବା ବେଳେ କୀଟନାଶକ ପଦାର୍ଥର ବ୍ୟବହାର ଆଦୌ କରାଯାଏ ନାହିଁ । ବ୍ୟୟବହୁଳ ଚାଷ କରି ଆମର ଚାଷାଭାଇମାନେ ୧ ଏକର ଜମିରୁ ଆଶାନୁରୂପ ଆୟ ପାଇବା ପାଇଁ ପାଣିପାଗ ଉପରେ ନିର୍ଭର କରୁଥିବା ବେଳେ ଉପଯୁକ୍ତ ଭାବରେ ୧ ଏକର ଜମିରେ ଉନ୍ନତ କିସମର ସବୁଜ ଗୋଖାଦ୍ୟ ଚାଷ କରି ୪୦୦ରୁ ୫୦୦ କୁଇଣ୍ଟାଲ ସବୁଜ ଗୋଖାଦ୍ୟ ଫସଲ ଉତ୍ପାଦନ କରିପାରିଲେ ୪ ରୁ ୫ଟି ସଙ୍କର ଗାଈ ପାଳନ କରି ଦୈନିକ ୪୦ରୁ ୫୦ ଲିଟର ଦୁଗ୍ଧ ଉତ୍ପାଦନ କରିପାରିବା । ଏହି ସବୁଜ ଗୋଖାଦ୍ୟ ଖୁଆଇବା ଦ୍ଵାରା ଗୋଟିଏ ଗାଈ ପ୍ରତି ୨ କିଗ୍ରା ପର୍ଯ୍ୟନ୍ତ ଦାନାଜାତୀୟ ଗୋଖାଦ୍ୟ ସଞ୍ଚୟ କରାଯାଇପାରିବ । ଫଳରେ ଦୈନିକ ୧୦ କିଗ୍ରା ଦାନାର ମୂଲ୍ୟ ବାବଦକୁ ହାରାହାରି ୨୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରାଯାଇପାରିବ । ଏହାଛଡ଼ା ଗାଈଙ୍କୁ ଦୈନିକ ୨୫ ରୁ ୩୦ କିଗ୍ରା ଘାସ ଖାଇବାକୁ ଦେବା ଫଳରେ ଦୈନିକ ୫ ଲିଟର ଅଧିକ ଦୁଗ୍ଧ ପାଇବା ସହିତ ଗାଈଙ୍କ ସ୍ଵାସ୍ଥ୍ୟରକ୍ଷା ପାଇଁ ବ୍ୟାୟ ହ୍ରାସ ଘଟିପାରିବ । ଚାରିରୁ ୫ ଗୋଟି ଗାଈ ପାଳନ କରି ଗୋଟିଏ ଗୋବର ଗ୍ୟାସ। ପ୍ଲାଣ୍ଟ ବସାଇ ସେଥିରୁ ମାସିକ ଜାଳେଣି ଖର୍ଚ୍ଚ ମିଳିପାରିବ ଏବଂ ଗୋବର ଖତକୁ ସାରର ବିକଳ୍ପ ଭାବେ ବିନିଯୋଗ କଲେ କ୍ଷେତରେ ସାର ପ୍ରୟୋଗ ଯଥେଷ୍ଟ ହ୍ରାସ ପାଇପାରିବ ।
ଚଳିତ ବର୍ଷ ପାଣିପାଗ ବିଶେଷଜ୍ଞଙ୍କ ମତାନୁଯାୟୀ, ମୌସୁମୀ ବର୍ଷା ଠିକ୍ ସମୟରେ ଆରମ୍ଭ ହୋଇଛି । ତେଣୁ ଜୁନ୍ ଓ ଜୁଲାଇ ମଧ୍ୟରେ ଗୋପାଳକମାନେ ବର୍ଷ ବ୍ୟାପୀ ବା ସବୁଦିନିଆ ଗୋଖାଦ୍ୟ ଫସଲ ଅନ୍ୟାନ୍ୟ ଫସଲ ଭଳି ଚାଷ କରି ଗାଈଙ୍କୁ ଖାଇବାକୁ ଦେଲେ ଗୋପାଳନ ନିଶ୍ଚୟ ଏକ ଲାଭଜନକ ଉଦେଶ୍ୟାଗ ଭାବେ ପରିଗଣିତ ହେବ, ଏଥିରେ ସନ୍ଦେହ ନାହିଁ । ଏହି ବର୍ଷବ୍ୟାପୀ ସବୁଦିନିଆ ଫସଲ ଚାଷ କଲେ ବର୍ଷ ବର୍ଷ ଧରି ଅମଳ ମିଳିଥାଏ । ସବୁଦିନିଆ ଫସଲ ମଧ୍ୟରେ ବିଭିନ୍ନ କିସମର ଶସ୍ୟ ଜାତୀୟ ଫସଲ ହେଲା- ସଙ୍କ ରହାତିଆ ଘାସ, ଗିନି ଘାସ,ପାରା ଘାସ, ନନ୍ଦି ଘାସ (ସେଟାରିଆ) ରୋଡସ୍, ସିଗନାଲ କରେଙ୍ଗା ସିଗନାଲ, ମୋଲାସେସ୍, ହିମିଡ଼ିକୋଲା ଇତ୍ୟାଦି । ସେହିପରି ବର୍ଷବ୍ୟାପୀ ଛୁଇଁ ଜାତୀୟ ସବୁଜ ଗୋଖାଦ୍ୟ ଫସଲ ହେଲା- ଷଷ୍ଟାଇଲୋ, ସେଣ୍ଡେ, ସିରୋଟ୍ରୋ ଇତ୍ୟାଦି । ଏସବୁ କିସମର ଘାସ ଜମିରେ ଥରେ ଲଗାଇଲେ ୪-୫ ବର୍ଷ ପର୍ଯ୍ୟନ୍ତ ଅମଳ ଦେଇଥାଏ । ଏତଦ୍ ବ୍ୟତୀତ ସବୁଜ ଗୋଖାଦ୍ୟ ପାଇଁ ବିଭିନ୍ନ ଝଙ୍କାଳିଆ ପତ୍ର ବହୁଳ ଗଛ ଯଥା: ସୁବାବୁଲ (କେଳି କଦମ୍ବା), ବବୁଲ, ଶିରିଷ, କାଞ୍ଚନ, ଅର୍ଜୁନ, ଅଗସ୍ତି ଆଦି ବିଲହିଡ଼, ବାଡ଼, ଫାର୍ମଚାରିପଟରେ ଲଗାଇ ଦେଲେ ପତ୍ର ଓ କଅଁଳିଆ ଡାଳକୁ ବର୍ଷର ତିରୋଟ ସମୟରେ ଗୋରୁ, ମଇଁଷି, ଛେଳି ଓ ମେଣ୍ଢାଙ୍କ ଖାଦ୍ୟରୂପେ ବ୍ୟବହାର କରାଯାଇପାରିବ । ମୃତ୍ତିକା ଓ ଜଳବାୟୁ ସଙ୍କ ରହାତିଆ ଘାସ । (ଏନ.ବି.-୨୧. ସି.ଓ.-୧, ସି.ଓ—୩, ସି.ଓ-୪) ହେଉଛି ଅଧିକ ଅମଳକ୍ଷମ ଘାସ ମଧ୍ୟରେ ସର୍ବପ୍ରଥମ ଏବଂ ଏହା ବ୍ୟବସାୟିକ ଭିତ୍ତିକ ସବୁଜ ଗୋଖାଦ୍ୟ ଫସଲ ଭାବେ ଗ୍ରହଣ କରାଯାଏ । ଉଚ୍ଚ, ନିଗିଡ଼ା, ବାଲିଆ, ଦୋରସା ମାଟିରେ ହାତିଆ ଘାସ ଓ ଗିନି ଘାସ ବେଶ୍ ଭଲ ହୁଏ । ପାଣି ଜମୁଥିବା ବା ଓଦା ସନ୍ତସନ୍ତିଆ ଜମିରେ ପାରାଘାସ ବେଶ୍ ଉପଯୋଗୀ । ଲୁଣା ମାଟିରେ ରୋଡସ୍, ଘାସ ଫସଲ କରିବା ଭଲ । ଜଳ ଛାୟା ଅଞ୍ଚଳରେ ଷ୍ଟାଇଲୋ ଘାସ ଭଲ ହୁଏ । ଗଛ ଛାଇ ଜାଗାରେ ଗିନି ଚାଷ ମଧ କରାଯାଇପାରିବ । ବନ୍ଧୁଲ ଓ ଶିରିଷ ଗଛ ମରୁଡ଼ି ସହନଶୀଳ ଏବଂ ଉଭୟ ଅମ୍ଳ ଓ କ୍ଷାରୀୟ ମୃତ୍ତିକାରେ ଭଲ ବଢ଼ିପାରେ । ନିଗିଡ଼ା ଓ ଦୋରସା ମାଟିରେ ଶିଶୁ ଗଛ ଭଲ ବଢ଼େ । ମରୁଡ଼ି ସହନଶୀଳ । ଘାସ ହିମିଡ଼ିକୋଲା କମ୍ ବୃଷ୍ଟିରେ ବର୍ତ୍ତି ପାରେ । ହିମିଡ଼ିକୋଲା ଓ ପାରାଘାସ ଏକ ଜାତୀୟ ଓ ପ୍ରାୟ ଦେଖୁବାକୁ ଏକାପରି ।
ହାତିଆ ଓ ଗିନି ଘାସ ଫସଲ ଚାଷ ପାଇଁ ପ୍ରଥମେ ୩-୪ ଓଡ଼ ଗଭୀର ଚାଷ କରିବାକୁ ହେବ । ତା'ପରେ ମଇ ଦେଇ ମାଟିକୁ ସମତୁଲ କରିବାକୁ ପଡ଼ିବ । ଏହା ପରେ ଧାଡ଼ିକୁ ଧାଡ଼ି ୩ଫୁଟ ଓ ଗଛକୁ ଗଛ ୨.୫ଫୁଟ ବ୍ୟବଧାନରେ ୧୫ ସେମିର ଗଭୀର ଗାତ ଖୋଳି ସେଥିରେ ଜୈବିକ ବା ଗୋବର ଖତ ସହ ଏକର ପ୍ରତି ୧୦ଗାଡ଼ି ଗୋବର ଖତ ଦେଇ ଜମି ପ୍ରସ୍ତୁତ କରିବାକୁ ହେବ । ପରେ ସେହି ଗାତ ଗୁଡ଼ିକରେ ହାତିଆ ବା ଗିନି ଘାସର କାଣ୍ଡ ବା ମୂଳକୁ ତେରଛା ଭାବରେ ରୋପଣ କରିବା ଆବଶ୍ୟକ । ପାଣି ଜମୁଥିବା, ସନ୍ତସନ୍ତିଆ ଜାଗା କିମ୍ବା ଜମିହୁଡ଼ା, କେନାଲ ବା ପୋଖରୀ ବନ୍ଦ ବା ଖାଲ ସ୍ଥାନରେ ପାରା ଘାସର ମୂଳ ବା କାଣ୍ଡକୁ ପୋତି ଦେବାକୁ ହେବ । ଗିନି ଘାସର ଧାଡ଼ି ଓ ଗଛ ମଧ୍ୟରେ ବ୍ୟବଧାନ ଯଥାକ୍ରମେ ୨ ଫୁଟ ଓ ୧ ଫୁଟ ରଖାଯାଏ । ଛୁଇଁ ଜାତୀୟ ଘାସ ମଧ୍ୟରେ ଷ୍ଟାଇଲୋ ଘାସ ହେଉଛି ଅଧିକ, ପୁଷ୍ଟିଯୁକ୍ତ ଓ ମରୁଡ଼ି ସହଣିକ । ଏ ପ୍ରକାର ଘାସଚାଷ ପାଇଁ ଜମିକୁ ବିଶେଷ ପ୍ରସ୍ତୁତ କରିବାକୁ ପଡ଼େନାହି । ମାତ୍ର ୨ ଓଡ଼ ଚାଷ ପରେ ଏକର ପିଛା ୧୦୦ କି.ଗ୍ରା ଡିଏପି ସାର ଦେଇ ଉପରେ ମଞ୍ଜିକୁ ଛାଟି ତୁଣି ଦେଲେ ବର୍ଷାରେ ଆପେ ଆପେ ଗଛ ହୋଇ ବଢ଼େ ।
ସବୁଦିନିଆ ଘାସ ଫସଲ ଜମିରେ ୪-୫ ବର୍ଷ ପର୍ଯ୍ୟନ୍ତ ରହୁଥିବାରୁ ଅଧିକ ଖତସାର ଆବଶ୍ୟକ ହୋଇଥାଏ । ମନ୍ଦା ଗୁଡ଼ିକରେ ବା ଜମିରେ ଏକର ପିଛା ୪ ଟ୍ରାକ୍ଟର ଟ୍ରଲି ଗୋବର ଖତ ବା କମୋଷ୍ଟ ଆବଶ୍ୟକ । ଏଥିସହିତ ଏକର ପ୍ରତି ୧୦୦ କିଗ୍ରା ସିଙ୍ଗଲ ସୁପର ଫସଫୋଟ ଓ ୧୫ କିଗ୍ରା ପଟାସ ସାର ଦେବାକୁ ପଡ଼ିବ । ଘାସ ଫସଲ ଅମଳ କରିନେବାର ୬୦ଦିନ ପରେ ଏକର ପିଛା ୫୦ କିଗ୍ରା ୟୁରିଆ ସାର ପ୍ରୟୋଗ କରିବା ଆବଶ୍ୟକ । ଗୁହାଳର ଆବର୍ଜନା ମିଶା ପାଣି ଓ ଗୋମୂତ୍ର ପାରା ଘାସ କିଆରିରେ ଛାଡ଼ିଦେଲେ ପାରାଘାସ ଭଲ ହୁଏ । ଷ୍ଟାଇଲୋ ଫସଲ ସକାଶେ ଏକର ପିଛା ୧୦ ଗାଡ଼ି ଶଢ । ଗୋବର ଖତ, ୮ କି.ଗ୍ରା, ଯବକ୍ଷାରଜାନ, ୨୪ କି.ଗ୍ରା, ଫସଫରସ୍ ଓ ୮ କି.ଗ୍ରା, ପଟାସ ସାର ଶେଷ ଓଡ଼ଚାଷ ବେଳେ ମଧ୍ୟ ପ୍ରୟୋଗ କରିପାରିବେ ।
ହାତିଆ ଘାସ ପାଇଁ ଏକର ପିଛା ୫ ହଜାର ମୂଳ ବା କାଣ୍ଡ, ଗିନି ଘାସ ଲାଗି ୪ ହଜାର ମୂଳ ବା କାଣ୍ଡ ଓ ପାରା ଘାସ ଚାଷ ସକାଶେ ୧୦ ହଜାର କାଣ୍ଡ ଦରକାର । କିନ୍ତୁ ପ୍ରତି ମନ୍ଦାରେ ଶତପ୍ରତିଶତ ଗଛ ହେବା ଲାଗି ଏହାର ଦ୍ଵିଗୁଣିତ ମୂଳ ବା କାଣ୍ଡ ଆବଶ୍ୟକ । ସେହିପରି କରେଙ୍ଗା ସିଗନାଲ ଏକର ପ୍ରତି ୧୫ ହଜାର କାଣ୍ଡ ଆବଶ୍ୟକ ଥିବା ବେଳେ ଷ୍ଟାଇଲୋ, ସିରାଟ୍ରୋ, ସେଣ୍ଟ୍ରୋସିମା ଆଦିର ମଞ୍ଜି ଏକର ପ୍ରତି ୫ କି.ଗ୍ରା. ଆବଶ୍ୟକ ହୋଇଥାଏ । ସବୁଦିନିଆ ଘାସର କାଣ୍ଡ ବା ମୂଳ ଗୁଡ଼ିକ ଧାଡ଼ିକୁ ଧାଡ଼ି ଓ ଗଛକୁ ଗଛ ବ୍ୟବଧାନରେ ଲଗାଇଲେ ଭଲ ନେପିଅର ବା ହାତିଆ, ଗିନି ଓ ପାରା ଘାସର ପ୍ରତି ଖଣ୍ଡରେ ୨/ ୩ଟି ଗଣ୍ଠିଥିବା ଆବଶ୍ୟକ । ପ୍ରତି ମନ୍ଦାରେ ୨ ଖଣ୍ଡ କରି ଲଗାଇବାକୁ ହେବ । କାରଣ ଗୋଟିଏ କାଣ୍ଡ ନଷ୍ଟ ହେଲେ ଅନ୍ୟ କାଣ୍ଡଟିରୁ ପତ୍ର କଅଁଳି ବାହାରିବ । ଷ୍ଟାଇଲୋ ମଞ୍ଜିର ଉପର ଚୋପା ଟାଣ । ତେଣୁ ଏହାକୁ ଭଲ ଭାବରେ । ଗଜା ହେବା ପାଇଁ ମଞ୍ଜିକୁ ପ୍ରଥମେ ଉଷୁମ ପାଣିରେ ୫ ମିନିଟ୍ ବୁଡ଼ାଇ ସାରି ରାତିସାର, ଥଣ୍ଡା ପାଣିରେ ଭିଜାଇ ରଖନ୍ତୁ । ସକାଳୁ ମଞ୍ଜିକୁ ଛାଣି ଛାଇରେ କିଛି ସମୟ ରଖୁବେ । ପରେ ମଞ୍ଜିକୁ ଶୁଖିଲା। ବାଲି ସହ ମିଶାଇ ଜମିରେ ଧାଡ଼ିକୁ ଧାଡ଼ି ୩୦ ସେମି ବ୍ୟବଧାନରେ ବୁଣନ୍ତୁ । ମଞ୍ଜି ବୁଣିବାର ୨୫ ରୁ ୩୦ଦିନ ପରେ କୋଡାଖୁସା କରି ଅନାବନା ଗଛ ବାଛି ଦିଅନ୍ତୁ।
ଏହା ଏକ ଉନ୍ନତ କିସମର ଘାସ । ଏହା ବର୍ଷବ୍ୟାପୀ ଚାଷ କରାଯାଇଥାଏ । ଏକରକୁ ୧୨ହଜାର ପର୍ଯ୍ୟନ୍ତ ବୁଦା ବା ମୂଳ ଲଗାଇବାକୁ ପଡ଼ିଥାଏ । ଏକର ପ୍ରତି ୨୦୦ରୁ ୨୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ମିଳିଥାଏ ।
ସଙ୍କ ରହାତିଆ ଘାସ ଓ ଗିନି ଘାସ ସହିତ ବରଗୁଡ଼ି ଜାତୀୟ ଚାଷ କରି ଖାଇବାକୁ ଦେଲେ ଦୁଧୁଆଳୀ ଗାଈ, ସୁଷମ ସବୁଜ ଖାଦ୍ୟ ଯାଇ ଅଧିକ, ଦୁଗ୍ଧ ପ୍ରଦାନ କରନ୍ତି ।
ଖରିଫ ଋତୁ ପାଇଁ ବିଭିନ୍ନ ପ୍ରକାର ଘାସ ମଞ୍ଜି ଯଥା:- ମକା, ବରଗୁଡ଼ି, ବାଜରା, ଏମ୍.ପି.ଟେରୀ ଆଦି ପ୍ରତ୍ୟେକ ପ୍ରାଣୀ ଚିକିତ୍ସା କେନ୍ଦ୍ର ସହିତ ଯୋଗାଯୋଗ କଲେ ଯାଇପାରିବେ । ବର୍ଷବ୍ୟାପୀ ସବୁଜ ଗୋଖାଦ୍ୟ ଫସଲ ପାଇଁ ମୂଳ ଓ କାଣ୍ଡ ଆମ ରାଜ୍ୟ ସ୍ଥିତ ୧୩ଟି ସବୁଜ ଘାସ ପ୍ରଦର୍ଶନୀ ଫାର୍ମ, ସରକାରୀ ଗୋପାଳନ କେନ୍ଦ୍ର, ପଠାସ୍ଥିତ ସବୁଜ ଘାସ ଫାର୍ମ, ଭୁବନେଶ୍ୱର ଲକ୍ଷ୍ମୀସାଗରସ୍ଥିତ ସରକାରୀ ଘାସ ଫାର୍ମ, ଜିଲାର ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧକାରୀ କାର୍ଯ୍ୟାଳୟ ପରିସର ମଧ୍ୟରୁ ମଧ୍ୟ ପାଇପାରିବେ ।
ସଂଗୃହିତ - ଡା. ବୀର କିଶୋର ପରିଡ଼ା, ଉପନିର୍ଦେଶକ, ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ, ଫୁଲନଖରା, କଟକ
Last Modified : 3/19/2020