କୋଳଥ ଏକ ମରୁଡି ସହଣି ଶିମ୍ବଜାତୀୟ ଫସଲ । ଏହା ଗାଈ ଗୋରୁ ଏବଂ ଘୋଡାର ପ୍ରଧାନ ଖାଦ୍ୟ । କୋଳଥ ଡାଲି କିଡିନୀରେ ପଥର ହୋଇଯାଇଥିବା ରୋଗୀଙ୍କୁ ଦେଲେ କିଡିନୀର ପଥର ଦୋଷ ଭଲ ହୋଇଯାଏ । ଓଡିଶାରେ କୋଳଥ ଚାଷ ହୁଏ । ଆମ ରାଜ୍ୟରେ କୋଳଥକୁ ଗରିବଙ୍କର ଡାଲି ବୋଲି କୁହାଯାଏ । କୋଳଥ ଦାନାରୁ ୬୫% ଡାଲି ଆମେ ପାଇଥାଉଁ । କୋଳଥ ଡାଲିରେ ଶ୍ଵେତସାର ୫୭.୩%, ପୁଷ୍ଟିସାର ୨୨.୦୦%, ସ୍ନେହସାର୦.୫%, ଧାତବ ଲବଣ ୩.୧%, ତନ୍ତୁ ୫.୩% ଓ ଜଳ ୧୧.୮% ଥାଏ । ଓଡିଶାରେ ମୁଗ ଓ ହରଡ ବ୍ୟତୀତ କୋଳଥ ମଧ୍ୟ ଗାଁ ଗହଳିରେ ଡାଲି ଭାବେ ବ୍ୟବହାର ହୋଇଥାଏ ।
ଗୋ ଖାଦ୍ୟ ହିସାବରେ କୋଳଥର ପ୍ରାଧାନ୍ୟ ବହୁ ପ୍ରାଚୀନ କାଳରୁ ରହି ଆସିଛି । କୋଳଥ ସବୁଜ ସାର ଭାବେ ମଧ୍ୟ ବ୍ୟବହାର ହୋଇଥାଏ । କୋଳଥ ପ୍ରାୟ ମୃତ୍ତିକା ଓ ଜଳବାୟୁ ବାରେ ନାହିଁ । ଅନ୍ୟାନ୍ୟ ଫସଲ ଅପେକ୍ଷା କମ୍ ଖର୍ଚ୍ଚରେ ଅମଳ ହୁଏ । କୋଳଥ ଶୀଘ୍ର ଲଟେଇ ମାଟିକୁ ଘୋଡାଇ ପକାଏ । ଏଣୁ ମାଟି ଖରାରେ ତାତେ ନାହିଁ । ମାଟିର ଜଳୀୟ ଅଂଶ ସୁରକ୍ଷିତ ରହେ । ଜମି ବତର ରହେ । କୋଳଥର ଅନ୍ୟ ଏକ ଗୁଣ ହେଲା ଫଳ ଆସିବା ବେଳକୁ ଗଛରୁ ପାକଳପତ୍ର ଝଡି ମାଟିରେ ବିଛେଇ ହୋଇଯାଏ । ଏହା ଦ୍ଵାରା ଜମିର ଆର୍ଦ୍ରତା ଅନେକ ଦିନ ରହେ । କୋଳଥ ପତ୍ର ଲୋମଶ ହୋଇଥିବାରୁ ଏବଂ ଏହା ଜଳରାଗୀ କଲଏଡରେ ଭରପୁର ଥିବାରୁ ରାତ୍ରରେ ପଡୁଥିବା କାକରକୁ ବାନ୍ଧି ରଖେ ଏବଂ ଗଛରୁ ପ୍ରଶ୍ଵେଦନ ଦ୍ଵାରା ଜଳୀୟ ଅଂଶ କମିଯାଏ । ଏଣୁ କୋଳଥ ଫସଲର ଜଳ ଚାହିଦା କମ୍ ଏବଂ ଶୁଷ୍କଚାଷ ପାଇଁ କୋଳଥ ଗୋଟିଏ ଭଲ ଫସଲ ।
ତିନିଟି ରଙ୍ଗର କୋଳଥ ଦାନା ଦେଖିବାକୁ ମିଳେ –
ମୃତ୍ତିକା :
ବାଲିଆ, ବାଲିଦୋରସା, ପଟୁ ଦୋରସା ମାଟିଥିବା ଢିପ ଓ ମଧ୍ୟମ କିସମ ଜମିରେ କୋଳଥ ଚାଷ କରାଯାଏ । ଶୁଷ୍କ ଚାଷରେ ଏହା ଦ୍ଵିତୀୟ ଫସଲ ରୂପେ ବୁଣାଯାଏ ।
ଜମି ପ୍ରସ୍ତୁତ :
ବିଆଳି ଧାନକଟା ଜୀବ ପରେ ଖରାପାଗ ଦେଖି ଜମି ଚାଷ କରାଯାଏ । ଗୁଣ୍ଡ ଚାଷ କରି ମଇଦେଇ ସମତୁଲ କରିଦେବା ଦରକାର ।
ହେକ୍ଟର ପିଛା ୨୫ କି.ଗ୍ରା. ବିହନ ଆବଶ୍ୟକ । ମଞ୍ଜି ୩୦ X ୧୦ସେ.ମି. ବ୍ୟବଧାନରେ ଲଙ୍ଗଳ ସିଆରରେ ଧାଡିରେ ବୁଣାଯାଏ । କୋଳଥକୁ ମଧ୍ୟ ଛଟାବୁଣା କରାଯାଏ । ଏହାଦ୍ଵାରା ହେକ୍ଟର ପ୍ରତି ପ୍ରାୟ ୪୦ କି.ଗ୍ରା. ବିହନ ଲାଗିଥାଏ । ମାଟିରେ ବତର ଥିବା ସମୟରେ ବିହନ ବୁଣିବା ଉଚିତ୍ ।
ଖତ ଓ ସାର :
ହେକ୍ଟର ପିଛା ୧୦ କି.ଗ୍ରା. ଯବକ୍ଷାରଜାନ ଓ ୨୦କି.ଗା. ଫସଫରସ୍ ବିହନ ବୁଣିଲା ସମୟରେ ମୂଳସାର ହିସାବରେ ସିଆରରେ ଦେଇ ମାଟି ଘୋଡାଇ ମଞ୍ଜି ବୁଣାଯାଏ ।
ବିହନ ବିଶୋଧନ :
ପ୍ରତି କି.ଗ୍ରା. ବିହନ ସହ ୩ ଗ୍ରାମ ହିସାବରେ କ୍ୟାପଟନ ବା ଥିରାମ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବା ଆବଶ୍ୟକ । ବିହନ ସହ ଜୀବାଣୁ କଲଚର ବ୍ୟବହାର କରି ବିହନ ବୁଣିବାର ୭ଦିନ ପୂର୍ବରୁ କ୍ୟାପଟନ ଗୁଣ୍ଡ ଗୋଳାଇ ବିହନ ବିଶୋଧନ କରିବାକୁ ପଡିଥାଏ ।
ବିହନ ବୁଣିବା ସମୟ :
ସେପ୍ଟେମ୍ବର ମାସ ଭିତରେ କୋଳଥ ବିହନ ବୁଣିଲେ ଅମଳ ଭଲ ହୁଏ । ଲଘୁଧାନ କାଟିବା ପରେ ଅକ୍ଟୋବର – ନଭେମ୍ବର ମାସରେ ମଧ୍ୟ କୋଳଥ ବୁଣାଯାଇପାରେ ।
କିସମ |
ରଙ୍ଗ |
ଅମଳ ସମୟ (ଦିନ) |
ହେକ୍ଟର ପିଛା ଅମଳ (କୁଇଣ୍ଟାଲ) |
ମଧୁ |
ଲାଲ |
୯୫ |
୮ |
ନୟାଗଡ |
ପାଉଁଶିଆ |
୯୫ |
୮ |
ପି.ଡି.ପି. – ୧ |
ପାଉଁଶିଆ |
୯୫ |
୮ |
ଭି.ଜେଡ୍ ଏମ୍ – ୧ |
କଳା |
୯୫ |
୧୦ |
ଅନ୍ତଃଚାଷ :
ଆବଶ୍ୟକ ହେଲେ ୨-୩ ସପ୍ତାହ ମଧ୍ୟରେ ଥରେ ଖୁସାଇ ଦେବା ଦରକାର ।
ଜଳସେଚନ :
ସାଧାରଣତଃ କୋଳଥ ଫସଲରେ ପାଣି ମଡାଯାଏ ନାହିଁ । କିନ୍ତୁ ଫୁଲ ଧରିବା ସମୟରେ ଥରେ ପାଣି ମଡାଇ ଦେଲେ ଅମଳ ଦୁଇଗୁଣ ବଢିଯାଏ ।
କୋଳଥ ଅମଳ :
ଛୁଇଁ ପାକଳ ହୋଇ ହଳଦିଆ ସଫା ଦେଖାଗଲେ କୋଳଥ ଉପୁଡାଯାଏ । କାକର ନ ଛାଡୁଣୁ କୋଳଥ ଉପୁଡା ଯାଏ । ଖରାରେ ଉପାଡିଲେ ଛୁଇଁ ଫାଟି ମଞ୍ଜି ଝଡିପଡେ । ଜମିରୁ କୋଳଥ ଲଟା ଉପାଡି ଆଣି ଖରାରେ ଶୁଖାଇ ବେଙ୍ଗଳା ପକାଇ ଅମଳ କରାଯାଏ । ଶୁଖିଲା ବୋତି ଝାଡି ଅଲଗା କରାଯାଏ । ବୋତି ପବନରେ ଉଡାଇ କୋଳଥ ଅଲଗା କରାଯାଏ । ସାଇତି ରଖିବା ପାଇଁ କୋଳଥ ଦାନାରେ ୯-୧୦% ଜଳୀୟ ଅଂଶ ରହିବା ଆବଶ୍ୟକ ।ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 5/28/2020