ଭାରତରେ ଶାକାହାରିମାନଙ୍କର ପୁଷ୍ଟିସାର ପାଇବାର ମୁଖ୍ୟ ଉତ୍ସ – ଡାଲି । ଜନ ସଂଖ୍ୟା ବୃଦ୍ଧିପାଇବା ସଙ୍ଗେ ସଙ୍ଗେ ଡାଲି ଜାତୀୟ ପଦାର୍ଥର ସେହି ପରିମାଣରେ ଉତ୍ପାଦନ ହୋଇପାରୁ ନଥିବାରୁ ଭାରତରେ ଡାଲି ଜାତୀୟ ପଦାର୍ଥର ଅଭାବ ଦେଖାଦେଇଛି । ମସୁର ରବି ଋତୁର ଗୋଟିଏ ମୁଖ୍ୟ ଡାଲି ଜାତୀୟ ଫସଲ । ଏହା ବହୁ ପୁରାତନ କାଳରୁ ଭାରତରେ ଚାଷ ହେଉଅଛି ଏବଂ ଏଥିରେ ପୁଷ୍ଟିସାର ପରିପୂର୍ଣ୍ଣ ହୋଇରହିଛି । ଏହି ଫସଲର ମରୁଡି ସହଣୀ ଶକ୍ତି ଅଛି । ଏଣୁ ଶୁଷ୍କ ଚାଷରେ ମସୁର କରାଯାଇପାରିବ । ମୃତ୍ତିକା କ୍ଷୟ ହେଉଥିବା ଅଞ୍ଚଳରେ ଏହା ଚାଷ କଲେ ମୃତ୍ତିକା କ୍ଷୟ କମିଯାଏ । ସାଧାରଣତଃ ଭାରତୀୟ ମାନେ ଡାଲି କରି ମସୁର ଖାଇଥାନ୍ତି । ଏହି ଡାଳିର ରଙ୍ଗ ଗାଢ ନାଲି କମଳା ରଙ୍ଗରୁ କମଳା ହଳଦିଆ ହୋଇଥାଏ । ଏହା ସହଜରେ ସିଝି ଯାଉଥିବାରୁ କେତେକ ଲୋକ ଏହି ଡାଲି ବ୍ୟବହାର କରିଥାନ୍ତି । ଏହି ଡାଲି ସହଜରେ ହଜମ ହୋଇଯାଉଥିବା ଯୋଗୁଁ ରୋଗୀଙ୍କୁ ମଧ୍ୟ ଦିଆଯାଏ । ଏହାର କାଣ୍ଡ ଓ ଡାଳ ଗୋ ଖାଦ୍ୟ ରୂପେ ବ୍ୟବହାର ହୋଇଥାଏ । ମସୁର ଡାଲିରେ ୨୫% ପୁଷ୍ଟିସାର, ୬୦% ଶ୍ଵେତସାର, ୧୧% ଜଳ ଏବଂ କ୍ୟାଲସିୟମ, ଲୌହ ଓ ନିଆସିନ୍ ପ୍ରଚୁର ଥାଏ ।
ଉଦ୍ଭବ କେନ୍ଦ୍ର :
ମିଶର, ଦକ୍ଷିଣ ୟୁରୋପ ଓ ପଶ୍ଚି,ଅ ଏସିଆ ମସୁର ଚାଷ ସ୍ଥଳ । ଏହା ଏକ ଅତି ପ୍ରାଚୀନ ଫସଲ ।
ବଣ୍ଟନ ଓ କ୍ଷେତ୍ରଫଳ :
ପୃଥିବୀର ମୁଖ୍ୟ ଚାଷ କରୁଥିବା ଦେଶ ଗୁଡିକ ହେଲା – ଭାରତ, ତୁର୍କୀ, ସିରିଆ, ପାକିସ୍ଥାନ, ସ୍ପେନ୍ ଏବଂ ବଙ୍ଗଳାଦେଶ । ଭାରତର ମଧ୍ୟପ୍ରଦେଶ, ଉତ୍ତରପ୍ରଦେୟା, ବିହାର, ପଶ୍ଚିମବଙ୍ଗ ହେଉଛି ମୁଖ୍ୟ ପ୍ରଦେଶ, ଯେଉଁଠାରେ ମସୁର ଚାଷ ବହୁଳ ଭାବେ କରାଯାଏ ।
ମସୁର ଆକାର ଅନୁସାରେ ଏହାକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇ ପାରିବ ।
ଉଦ୍ଭିଦ ବର୍ଣ୍ଣନା :
ମସୁର ଶିମ୍ବି ବଂଶ, ଉପବଂଶ – ଅଗସ୍ତି ବଂଶ, ପ୍ରଜାତି – ଲେନ୍ସ ଗୋଷ୍ଠୀଭୁକ୍ତ ଡାଲି, ଜାତି – ଏସ୍କୁଲେଣ୍ଟା ।
ଏହା ଶାକୀୟ ଏକ ଋତ୍ଵିକ ଉଦ୍ଭିଦ । ଗଛଟି ସିଧା ଓ ବୁଦାଳିଆ । ୪-୬ ଟି ଶାଖା ଥାଏ । ଉଚ୍ଚତା ୫୦-୬୦ ସେ.ମି. । ଏହାର ଚେର ମାଟି ଭିତରେ ପ୍ରଧାନ ମୂଳ ସହ ବିସ୍ତାର ଲାଭ କରିଥାଏ । କାଣ୍ଡ ଦୁର୍ବଳ ଅଟେ । ପ୍ରତି ପତ୍ରରେ ଡେମ୍ଫ ବିହନ ୫-୭ ଯୋଡା ଛୋଟ ଛୋଟ ପର୍ଣ୍ଣକ ଥାଏ । ପର୍ଣ୍ଣକର ଅଗ୍ରଭାଗ ବେଳେ ବେଳେ ଆକର୍ଷି ରେ ପରିଣତ ହୋଇଥାଏ । ସ୍ତବକ ଅସୀମ ଓ ପ୍ରତ୍ୟକ ସ୍ତବକରେ ୨-୪ଟି ଫୁଲ ଆସେ ଫୁଲ ଗୁଡିକ ଛୋଟ ଛୋଟ ଧଳା, ଅଳ୍ପ ନୀଳ ବାଇଗଣୀ ବା ପାଟଳ ବର୍ଣ୍ଣ । ଦେଖିବାକୁ ମୁଗ ଫଳ ପରି । ଛୁଇଁ ଗୁଡିକ ଛୋଟ ଓ ଚେପଟା, ୧-୧.୫ ସେ.ମି. ଲମ୍ବା ଓ ଫଳ ଅଗରେ ଗୋଟିଏ ବଙ୍କା ନାକି ଥାଏ । ପ୍ରତି ଛୁଇଁରେ ଦୁଇଟି ମଞ୍ଜି ରହେ । ମଞ୍ଜିର ବର୍ଣ୍ଣ ସାମାନ୍ୟ ଇଟା ରଙ୍ଗ ଓ ଆକୃତି ଯବକାଚ ସଦୃଶ । ଏହି ଫସଲରେ ଫୁଲ ଫୁଟିବା ପୂର୍ବରୁ ସ୍ଵପରାଗମ ସାରିଥାଏ । ଏଣୁ ଫସଲ ସ୍ଵପରାଗଣ ।
ମସୁର ଥଣ୍ଡା ଜଳବାୟୁରେ ଭଲ ହୁଏ । ଏଣୁ ଏହା ଶୀତ ଋତୁରେ ଚାଷ କରାଯାଏ । ଏହା ଥଣ୍ଡା ଓ କୁହୁଡି ପାଗ ସହ୍ୟ କରିପାରେ । ମସୁର ସମୁଦ୍ର ପତ୍ତନର ୩୦୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଥିବା ଭୂମିରେ ଚାଷ କରାଯାଇପାରିବ । ଫସଲର ଯେ କୌଣସି ଅବସ୍ଥାରେ ବର୍ଷାହେଲେ କିଛି କ୍ଷତି ହୁଏ ନାହିଁ । ଶୁଷ୍କ ଅଞ୍ଚଳରେ ମାଟିର ତଳରୁ ଜଳ ସଂଗ୍ରହକରି ଏହା ବୃଦ୍ଧି ପାଏ । - ସେଲସିୟସ ଉତ୍ତାପ ମସୁର ଫସଲ ପାଇଁ ଉପଯୁକ୍ତ । ବଢିବା ସମୟରେ ଥଣ୍ଡା ଓ ପାକଳ ହେବା ସମୟରେ ଗରମ ହେଲେ ଉତ୍ପାଦନ ଭଲ ହୁଏ ।
ମୃତ୍ତିକା :
ମସୁର ବିଭିନ୍ନ ପ୍ରକାର ମାଟିରେ ଚାଷ କରାଯାଏ । ବିଶେଷ କରି ହାଲୁକା ଦୋରସା ମାଟି, ପଟୁମାଟି ଓ କୃଷ୍ଣ କାର୍ପାସ ମାଟିରେ ଏହି ଫସଲ କରାଯାଏ । ସାମାନ୍ୟ କ୍ଷାରି ମାଟିରେ ମଧ୍ୟ ମସୁର ଚାଷ ସମ୍ଭବ, ମାତ୍ର ଅମ୍ଳଯୁକ୍ତ ମାଟି ଏହି ଫସଲପାଇଁ ଅନୁପଯୁକ୍ତ । ନିରପେକ୍ଷ ମାଟି ମସୁର ଚାଷ ପାଇଁ ସବୁଠାରୁ ଭଲ ।
ମସୁର କିସମ :
ବର୍ତ୍ତମାନ କେତେଗୁଡିଏ ଅଧିକ ଅମଳ କ୍ଷମ ମସୁର କିସମ ବାହାରିଛି । ଓଡିଶା ପାଇଁ ଉପଯୁକ୍ତ ବିହନ କିସମ ଗୁଡିକ ନିମ୍ନରେ ଦିଆଗଲା ।
କିସମର ନାମ |
ଅବଧି ଦିନ |
ହେକ୍ଟର ପିଛା ଉତ୍ପାଦନ (କୁଇଣ୍ଟାଲ) |
ବି. – 77 |
80-90 |
6 |
ଝାନ୍ସି |
110 |
8 |
ବୋଲ୍ଡ |
|
|
ପୁଷ୍ଠା – 8 |
|
|
ଜମି ପ୍ରସ୍ତୁତି :
ଜମିକୁ ଭଲ ଭାବେ ପାଣି ଥିବା ଅବସ୍ଥାରେ ଚାଷ କରିବା ଉଚିତ୍ । ନଚେତ୍ ଜମିରେ ଜଳସେଚନ କରିପାରିଲେ ଚାଷ କରିବା ଦରକାର । ପ୍ରଥମେ ଜମିକୁ ୨-୩ ଓଡ ଚାଷ କରିଦେବା ଉଚିତ । ଜଳ ନିଷ୍କାସନ ପାଇଁ ମୃଦୁ ଗଡାଣିଆ କରିବା ଉଚିତ୍ । ବିହନ ବୁଣିବା ସମୟରେ ଉପଯୁକ୍ତ ଆଦ୍ରତା ରହିବା ଉଚିତ୍ ।
ବିହନ ଓ ବିହନ ବୁଣିବା ପ୍ରଣାଳୀ :
ଉନ୍ନତ ବିହନ ଗୁଡିକୁ ଠିକ୍ ସମୟରେ ବୁଣିବା ଉଚିତ୍ । ଅକ୍ଟୋବର ୧୫ ମସୁର ବିହନ ବୁଣିବା ସର୍ବଶ୍ରେଷ୍ଠ ଦିନ । ଉଛୁରୁ ବୁଣା ହେଲେ ଅମଳ ନିଶ୍ଚିତ ଭାବେ କମିଯାଏ । ନଭେମ୍ବର ୧୫ ତାରିଖ ପରେ ଅମଳ ବହୁ ପରିମାଣରେ କମିଯାଏ । ଏହାକୁ ସାମାନ୍ୟ କମାଇ ଦିଆଯାଇ ପାରିବ, ଯଦି ଅଧିକ ବିହନ ବୁଣି ଧାଡିକୁ ଧାଡି ଗଛକୁ ଗଛ ବ୍ୟବଧାନ କମ୍ କରି ଜମିରେ ଅଧିକ ଗଛ ସଂଖ୍ୟା ରଖାଯାଏ । ହେକ୍ଟର ପିଛା ୪୦ କି.ଗ୍ରା. ବିହନ ଦରକାର ହୁଏ । ଧାଡିକୁ ଧାଡି ୨୦ ସେ.ମି. ଓ ଗଛକୁ ଗଛ ୫ ସେ.ମି. ରେ ବିହନ ବୁଣିବା ଉଚିତ୍ । ଏହା ଲଙ୍ଗଳ ପଛରେ ହେଉ ବା ସିଡଡ୍ରିଲେ ସାହାଯ୍ୟରେ ପକାଯାଏ । ବିଳମ୍ବରେ ବୁଣିଲେ ୫୦ କି.ଗ୍ରା. ବିହନ ଦରକାର ହୁଏ । ମଞ୍ଜିକୁ ୩-୪ ସେ.ମି. ଗଭୀରରେ ବୁଣାଯାଏ ।
ଖତ ଓ ସାର :
ସାଧାରଣତଃ ମସୁର ବିନା ସାର ଓ ଖତରେ ଚାଷ କରାଯାଏ । ବୈଜ୍ଞାନିକ ମାନଙ୍କ ମତରେ ଯଦି ମୃତ୍ତିକାରେ ଥିବା ବ୍ୟାକ୍ଟେରିୟା ଉପରେ ନିର୍ଭର କରି ସାର ଦିଆ ନଯାଏ ତେବେ ଆଶା ଜନକ ଅମଳ ମିଳିବ ନାହିଁ । ଏପରି କି ପ୍ରଥମେ ପ୍ରଥମେ ଗଛର ନଡେଲସନ୍ ପାଇଁ ମଧ୍ୟ ସାର ଦରକାର ହୋଇଥାଏ । ଅନୁର୍ବର ମୃତ୍ତିକାରେ ଯବକ୍ଷାରଜାନ ସାର ଦେବା ଅତି ଆବଶ୍ୟକ । ହେକ୍ଟର ପିଛା ୨୫ କି.ଗ୍ରା. ଯବକ୍ଷାରଜାନ ଓ ୫୦ କି.ଗ୍ରା. ସୁପର ଶେଷ ଓଡ ଚାଷ ସମୟରେ ୫ ଟନ୍ ଗୋବର ଖତ ସହ ମିଶାଇ ଧାଡିରେ ପ୍ରୟୋଗ କରି ମାଟି ଘୋଡାଇ ତା ଉପରେ ମସୁର ମଞ୍ଜି ବୁଣିବା ଦରକାର । ବିହନ ବୁଣା ଯନ୍ତ୍ରରେ ବିହନ ବୁଣିଲେ ଭଲ । ନଚେତ୍ ଲଙ୍ଗଳ ସିଆର ପଛରେ ଧାଡିବୁଣା କରିବା ଉଚିତ୍ । ଯେଉଁ ଜମିରେ ଜିଙ୍କ୍ ଅଭାବ ରହିଛି ସେହି ଜମିରେ ୨୫ କି.ଗ୍ରା. ଜିଙ୍କ୍ ସଲଫେଟ୍ ହେକ୍ଟର ପିଛା ପ୍ରୟୋଗ କଲେ ମସୁର ଭଲ ଅମଳ ମିଳିଥାଏ । ଜିଙ୍କ୍ ଅଭାବରେ ୦.୫% ଜିଙ୍କ୍ ସଲଫେଟ୍ ଏବଂ ୦.୨୫% ଚୂନ ମିଶାଇ ସ୍ପ୍ରେ କରିବା ଉଚିତ୍ ।
ଜଳନିୟନ୍ତ୍ରଣ :
ଅଣ ଜଳସେଚିତ ଜମିରେ ମସୁର କରାଯାଏ । ଏହାର ସାମାନ୍ୟ ମରୁଡି ସହଣୀ ଶକ୍ତି ଅଛି । ଗୋଟିଏ ଦୁଇଟି ଜଳସେଚନ କରି ମସୁର ଅମଳ ବୃଦ୍ଧି କରାଯାଇ ପାରେ । ପ୍ରଥମ ଜଳସେଚନ ବୁଣିବାର ୪୫ ଦିନ ବେଳକୁ ଏବଂ ଛୁଇଁ ଦାନା ପୂରଣ ହେବା ସମୟରେ ଦ୍ଵିତୀୟ ଥର ଜଳସେଚନ କରାଯାଇପାରିବ । ଅଧିକ ଜଳସେଚନ କଲେ ଫସଲର ଯଥେଷ୍ଟ କ୍ଷତି ହେବା ସମ୍ଭାବନା ।
ଘାସ ଦମନ :
ମସୁର ପ୍ରଥମେ ପ୍ରଥମେ ଭଲ ବଢେ ନାହିଁ । ଏହି ସମୟରେ ଘାସ ଓ ଅନାବନା ଗଛ ମସୁର ଫସଲକୁ ଘୋଡାଇ ପକାଏ ଏବଂ ଖାଦ୍ୟ ଓ ଜଳପାଇଁ ପ୍ରତି ଦ୍ଵନ୍ଦି ହୁଅନ୍ତି । ଏଣୁ ଏହି ସମୟରେ କୋଡା ଖୁସା ଓ ଘାସ ଦମନ ଏକାନ୍ତ ଆବଶ୍ୟକ । ଗଜା ହେବାର ୧୪-୨୧ ଦିନ ଭିତରେ ଥରେ ଥରେ ଏବଂ ୪୦-୪୫ ଦିନ ମଧ୍ୟରେ ଥରେ ଏପରି କୋଡା ଖୁସା କରି ଘାସ ବାଛିଦେଲେ ଫସଲ ନିର୍ଦ୍ଵନ୍ଦରେ ବଢିଚାଲେ । ରାସାୟନିକ ତୃଣକ ମାରି ବାସାଲିନ୍ ୦.୭୫ କିଲୋ ଏ.ଆଇ. ହେକ୍ଟର ପିଛା ୮୦୦ – ୧୦୦୦ ଲିଟର ପାଣିରେ ମିଶାଇ ବୁଣିବାର ଦିନାକା ପୂର୍ବରୁ ସ୍ପ୍ରେ କରିବା ଉଚିତ୍ ।
ଅମଳ :
ଛୁଇଁ ପାକଳ ହେଲେ ଅମଳ କରିବା ଉଚିତ । ତାପରେ ଏହାକୁ ଶୁଖାଇ ବେଙ୍ଗଳା ପକାଇ ବା ଠେଙ୍ଗା ଦ୍ଵାରା ପିଟି ଅମଳ କରାଯାଏ । ୧୨% ଜଳୀୟ ଅଂଶ ଥିବା ବେଳେ ଏହାକୁ ସାଇତି ରଖନ୍ତୁ । ଉନ୍ନତ ପ୍ରଣାଳୀ ଅବଲମ୍ବନ କରିପାରିଲେ ୨୦-୨୫ କୁଇଣ୍ଟାଲ ହେକ୍ଟର ପିଛା ଅମଳ ମିଳିଥାଏ ।ଆଧାର – ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ
Last Modified : 9/30/2019