KYC ବା ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ, ଏହା ଅତ୍ୟାବଶ୍ୟକ ଯାହାକି ଆପଣଙ୍କ ଖାତା ଖୋଲିବା ଏବଂ ଅନୁରକ୍ଷଣ ଅତି ସହଜ କରିଦେଇଥାଏ ।
¨ ଆପଣଙ୍କ ପରିଚୟ ଏବଂ ଠିକଣାର ଏକ ପ୍ରମାଣପତ୍ର, ତତ୍ ସହିତ ଆପଣଙ୍କ ବର୍ତ୍ତମାନ ସମୟର ଏକ ଫଟୋ – ଏତକ ଯେକୌଣସି ବ୍ୟାଙ୍କ୍ ରେ ଖାତା ଖୋଲିବା ପାଇଁ ପ୍ରଯୁଜ୍ୟ ଅଟେ ।
¨ ଆପଣଙ୍କ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ପାସପୋର୍ଟ କିମ୍ବା ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ପରିଚୟପତ୍ର ଉଭୟ ପରିଚୟ ଏବଂ ଠିକଣା ସମ୍ବଳିତ ପତ୍ର ହିସାବରେ ପରିଗଣିତ ହୋଇଥାଏ ।
¨ ପ୍ୟାନ କାର୍ଡ କେବଳ ଆପଣଙ୍କ ପରିଚୟପତ୍ର ହିସାବରେ ଗୃହୀତ ହୋଇଥାଏ ।
¨ ଯଦି ଆପଣଙ୍କ ବର୍ତ୍ତମାନର ଠିକଣା, ଆପଣଙ୍କ ପରିଚୟ ପତ୍ରରେ ଉଲ୍ଲେଖ ଥିବା ଠିକଣା ଠାରୁ ଭିନ୍ନ ହୋଇଥାଏ ତେବେ ବର୍ତ୍ତମାନ ଅବସ୍ଥାନ କରୁଥିବା ଠିକଣାର ଏକ ଘୋଷଣାପତ୍ର ହିଁ ବ୍ୟାଙ୍କ୍ ପାଇଁ ଯଥେଷ୍ଟ ଅଟେ ।
¨ ହଁ କୌଣସି ପରିଚୟ ପ୍ରମାଣପତ୍ର କିମ୍ବା ଠିକଣାଗତ ପ୍ରମାଣପତ୍ର ବିନା ମଧ୍ୟ ଆପଣ ଏକ ସ୍ୱଳ୍ପ ସଞ୍ଚୟ ଖାତାଟିଏ ଖୋଲିପାରିବେ । ଏଥିପାଇଁ ଆପଣଙ୍କୁ ଏକ ଫଟୋ ସହିତ ନିଜ ଦସ୍ତଖତ ବ୍ୟାଙ୍କ୍ ରେ ଦେବାକୁ ହୋଇଥାଏ । ଯେଉଁଥିରେ ଆପଣ ସର୍ବାଧିକ ସମୁଦାୟ ଜମାରାଶି ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରଖିପାରିବେ ଏବଂ ମାସକୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ । ମନେରଖନ୍ତୁ, ଏହି ଖାତାରେ ଆପଣ ଗୋଟିଏ ବର୍ଷରେ ସମୁଦାୟ ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଜମା କରିପାରିବେ ନାହିଁ ।
¨ ବ୍ୟାଙ୍କ୍ ଆପଣଙ୍କ risk profile ଅନୁସାରେ ୨ ବର୍ଷ, ୮ ବର୍ଷ କିମ୍ବା ୧୦ ବର୍ଷରେ ଆପଣଙ୍କ KYC ପୁନଃନିଶ୍ଚିତ କରିଥାଏ ।
ଯଦି KYC କାର୍ଯ୍ୟଧାରା ସମ୍ବନ୍ଧୀୟ ଆପଣଙ୍କ କୌଣସି ଅଭିଯୋଗ ଥାଏ, ତେବେ ଆପଣଙ୍କ ବ୍ୟାଙ୍କ୍ ରେ ଅଭିଯୋଗ କରନ୍ତୁ । ଯଦି ବ୍ୟାଙ୍କ୍ ର କାର୍ଯ୍ୟାନୁଷ୍ଠାନରେ ଆପଣ ସନ୍ତୁଷ୍ଟ ନହୁଅନ୍ତି ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ବ୍ୟାଙ୍କିଙ୍ଗ୍ ଲୋକପାଳଙ୍କ ନିକଟରେ ଅଭିଯୋଗ କରନ୍ତୁ । ସବିଶେଷ ତଥ୍ୟ ପାଇଁ htts://bankingombudsman.rbi.org.in କୁ ଯାଆନ୍ତୁ ।
ଆଧାର : ଓଡିଶା ସରକାର
Last Modified : 7/9/2020