অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରୋଇ ଖାଦ୍ୟର ସ୍ୱାଦ ଦେଉଛି ‘Easy Khaana’

ଉପକ୍ରମ

ଘରେ ତିଆରି ଖାଇବା ଓ ଏହାର ସ୍ୱାଦ ବେଶ୍ ନିଆରା । ସହରର ବଡ ହୋଟେଲ ଓ ରେଷ୍ଟୁରାଣ୍ଟରେ ଯେତେ ଖୋଜିଲେ ଏମିତିକା ସ୍ୱାଦ ଜମା ବି ମିଳେନି । ଖାସ୍ ସେଇଥିପାଇଁ ଘରଠାରୁ ଦୂରରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀ ହୁଅନ୍ତୁ କି କର୍ପୋରେଟ ହାଉସ୍ ରେ କାମ କରୁଥିବା ଚାକିରିଆ ସମସ୍ତେ ଘରୋଇ ଖାଇବା ଖୋଜନ୍ତି । ହେଲେ ଏହା ମିଳବାରେ ବହୁ ସମସ୍ୟା ହୁଏ । ଖାସ୍ ଏଥିପାଇଁ ଏହି ବର୍ଗର ଲୋକଙ୍କୁ ଘରୋଇ ସ୍ୱାଦ ଦେବାକୁ ଦୁଇ ସାଙ୍ଗ ଆୟୁଷ ଆନନ୍ଦ ଓ ବିଶୃତ ଗାଓରି ଦୁହେଁ ମିଶି ଦିଲ୍ଲୀ ଓ ଗୁରୁଗାଓଁରେ ଆରମ୍ଭ କରିଛନ୍ତି Easy Khaana । ଲୋକଙ୍କୁ ସୁବିଧାରେ ହୋମ୍ ଫୁଡ୍ ବା ଘରୋଇ ଖାଇବା ଯୋଗଇ ଦେବା ଲକ୍ଷ୍ୟରେ ଆୟୁଷ ଓ ବିଶୃତ Easy Khaana ର ପରିକଳ୍ପନା କରିଥିଲେ।

ଢାବା ଓ କର୍ପୋରେଟ ହାଉସ୍ ରେ ଥିବା କ୍ୟାଣ୍ଟିନ୍ କୁ ଦେଖି ଏମିତି ଚିନ୍ତା ପ୍ରଥମେ ଆମ ମନକୁ ଆସିଥିଲା । ଏହି ଖାଦ୍ୟ ବ୍ୟବସାୟ ବହୁତ ବଡ଼ ମାତ୍ର ଏସବୁ ବ୍ୟବସ୍ଥିତ ନୁହେଁ । ଲାଭ ଉଦ୍ଦେଶ୍ୟ ରଖି ଓ ମାତ୍ରାଧିକ ତେଲ ମସଲା ଦେଇ ବହୁ ଦୋକାନୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହି ଖାଦ୍ୟ ବେପାରକୁ ଏକ ବ୍ୟବସ୍ଥିତ ଢଙ୍ଗରେ ଆରମ୍ଭ କରିବା ଓ ଲୋକଙ୍କୁ ‘ଘର୍ କା ଖାନା..’ ଯୋଗାଇ ଦେବାକୁ ଆମେ ପ୍ରୟାସ କଲୁ ।

Easy Khaana’ ର ଆରମ୍ଭ

ଆୟୁଷ କୁହନ୍ତି, ସେପ୍ଟେମ୍ବର ମାସରେ easykhaana.com ବାସ୍ତବ ରୂପ ନେଲା । ପ୍ରଥମେ ଗୋଟିଏ ରୁମ୍ ଥିବା ଅଫିସରୁ ଏହାକୁ ଆରମ୍ଭ କଲୁ । ଅନ୍ୟ ଜଣେ ସାଙ୍ଗ ଶୁଭଙ୍କ୍ ଶ୍ରୀବାସ୍ତବ ଏହି ଯୋଜନା ସଫଳ କରିବାରେ ତାଙ୍କୁ ବେଶ୍ ସହଯୋଗ କରିଥିଲେ । ବିଶେଷ କରି ଟେକ୍ନୋଲୋଜି ସମ୍ବନ୍ଧିତ କ୍ଷେତ୍ରରେ ସେ ତାଙ୍କୁ ଅନେକ ସାହାଯ୍ୟ କରିଥିଲେ । ଏକ ସେଣ୍ଟ୍ରାଲାଇଜଡ୍ କିଚେନ୍ ମଡେଲ ବା ଗୋଟିଏ ବଡ଼ ରୋଷେଇ ଘରେ ଏହାକୁ ଆରମ୍ଭ କରାଗଲା । ନିଜ ଟିମ୍ ରେ କିଛି ପିଲାଙ୍କୁ ଖାଦ୍ୟ ଡେଲିଭରି ଦେବା ଓ ଲଜିଷ୍ଟିକର ଦାୟିତ୍ୱ ଦିଆଯାଇଥିଲା ।

ତେବେ ଏହାର ପ୍ରମୁଖ ଟାର୍ଗେଟ ଗ୍ରୁପ୍ କର୍ପୋରେଟ ହାଉସ୍ ଓ ସପ୍ଟଓୟାର ଅଫିସରେ କାମ କରୁଥିବା ଚାକିରିଆ । ଏଥିପାଇଁ ଅନଲାଇନ୍ ମାଧ୍ୟମରେ ଅର୍ଡର ନିଆଯାଉଛି । ଏଥିରେ ବେଶ୍ ସହଜରେ ଖାଦ୍ୟ ସାମଗ୍ରୀ ଅର୍ଡର କରି ହେଉଛି । http://easykhaana.com/ ୱେବସାଇଟକୁ ଯାଇ ଅତି ବେଶିରେ ୩୦ ସେକେଣ୍ଡ ଭିତରେ ନିଜ ମନ ପସନ୍ଦର ଖାଦ୍ୟ ଅର୍ଡର କରି ହେଉଛି । ଗ୍ରାହକମାନେ ସିଧାସଳଖ ଅନଲାଇନରେ ମେନୁ ଦେଖି ଅର୍ଡର କରିବେ ଓ ସେମାନେ ଦେଇଥିବା ସ୍ଥାନରେ ଏହାକୁ ପହଞ୍ଚାଉଛୁ । ଏହା ଆରମ୍ଭ ବେଳେ ପ୍ରଥମେ ବହୁତ କମ୍ ଅର୍ଡର ଆସୁଥିଲା । ହେଲେ ୩ ମାସ ପରେ ଚିତ୍ର ବଦଳିଗଲା । ଏବେ ଦୈନିକ ପ୍ରାୟ ୧୫୦ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚା ଯାଉଛି ।

 

ପୁଞ୍ଜି ଓ ଭବିଷ୍ୟତ ପାଇଁ ଯୋଜନା

କେବଳ ବେପାର ନୁହେଁ ସାମାଜିକ ଦାୟିତ୍ୱବୋଧକୁ ମଧ୍ୟ ଟିମ୍ ର ସବୁ ସଦସ୍ୟ ଭଲ ଭାବେ ନିଭାଉଛନ୍ତି । ଦୈନିକ ବିକ୍ରି ହୋଇ ପାରୁନଥିବା ଖାଦ୍ୟ ସାମଗ୍ରୀକୁ ସେମାନେ ଆବଶ୍ୟକ କରୁଥିବା ଲୋକଙ୍କୁ ଦାନ କରୁଛନ୍ତି ।

ନିଜର ବ୍ୟବସାୟକୁ ଆଗକୁ ନେବାକୁ ଅନ୍ୟ ବେସରକାରୀ ସ୍ତରରୁ ପ୍ରାୟ ୧୦ ଲକ୍ଷ ଡଲାର ଆଣିଛି । ଏହି ଅର୍ଥରେ ବ୍ୟବସାୟର ଅଭିବୃଦ୍ଧି, ଖାଦ୍ୟସାମଗ୍ରୀର ବିକାଶ, ବୈଷୟିକ ବିକାଶ ଓ ଡେଲିଭରି ଭିତ୍ତିଭୂମିକୁ ଆହୁରି ବ୍ୟାପକ କରିବାକୁ ଯୋଜନା ହୋଇଛି । ଆୟୁଷ କୁହନ୍ତି, ଫୁଡ୍ ଡେଲିଭରି କ୍ଷେତ୍ର ହେଉଛି ପ୍ରାୟ ୨ ବିଲିୟନ୍ ଡଲାର । ଏଥିରେ ବାର୍ଷିକ ପ୍ରାୟ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହେଉଛି । ଆୟୁଷ କୁହନ୍ତି ଯେ, ଯେଉଁମାନେ ଘର ଖାଇବାକୁ ଭଲ ପାଆନ୍ତି ଓ ଖୋଜନ୍ତି ସେମାନେ ହିଁ ତାଙ୍କର ପ୍ରମୁଖ ଗ୍ରାହକ ଗୋଷ୍ଠୀ ।

ନିଜ ପ୍ରତିଯୋଗୀଙ୍କ ବିଷୟରେ ସେ କୁହନ୍ତି, ଆମେ ସ୍ୱାସ୍ଥ୍ୟକର ଓ ଗୁଣାତ୍ମକ ମାନର ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କ ପାଖରେ ପହଞ୍ଚାଉଛି। ଏହାକୁ ଏକ କେନ୍ଦ୍ରୀୟ ରୋଷେଇ ଘରେ ତିଆରି କରାଯାଉଛି । ଆମେ ସବୁବେଳେ ଲାଭ ନୁହେଁ କ୍ୱାଲିଟିକୁ ଗୁରୁତ୍ୱ ଦେଉ । ଜବ୍ ୟାଦ୍ ଆଏ ଘର୍ କି ଘର୍ କା ଖାନା ହିଁ ଆମର ପ୍ରାଥମିକତା ।

ଆଧାର:Smrutiranjan Biswal (freelancer journalist)

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate