অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଦୂରସଞ୍ଚାର ସେବାଗୁଡିକର ଜଣେ ଗ୍ରାହକ ଭାବେ ତାଲିକାଭୁକ୍ତି

ଗୋଟିଏ ମୋବାଇଲ ସଂଯୋଗ ନେବା

ଗୋଟିଏ ସେବାକ୍ଷେତ୍ରରେ, ଯାହା ସାଧାରଣତଃ ଗୋଟିଏ ରାଜ୍ୟର ସୀମା ମଧ୍ୟରେ ଥାଏ, ସେଠାରେ ଭାରତ ସରକାର (ଦୂରସଞ୍ଚାର ବିଭାଗ)ଙ୍କ ଦ୍ଵାରା ଲାଇସେନସ ପ୍ରାପ୍ତ ଅନେକ ଦୁରାସଞ୍ଚାର ସେବା ପ୍ରଦାନକାରୀ ରହିଛନ୍ତି । ଲାଇସେନସ ଅନୁସାରେ ସେମାନେ ମୌଳିକ ( ଲ୍ୟାଙ୍ଗଲାଇନ୍) ବା ମୋବାଇଲ୍ ଟେଲିଫୋନ୍ ବା ଇଣ୍ଟରନେଟ/ ବ୍ରଡ୍ ବ୍ୟାଙ୍ଗସେବା ବା ଏହି ସେବାଗୁଡିକର ସଂଯୁକ୍ତ ସେବା ପ୍ରଦାନ କରନ୍ତି , ଏଗୁଡିକ ମଧ୍ୟରୁ କୌଣସି ସେବାକୁ ଗ୍ରହଣ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ନିଜ ପ୍ରସନ୍ଦର ସେବା ପ୍ରଦାନକାରୀ ବା ଏହାର ପ୍ରାଧିକୃତ ସେଲସ ଆଉଟଲେଟ୍ କୁ ଯାଇ ଫୋଟୋଗ୍ରାଫ୍ ଏବଂ ପରିଚୟ ଓ ଠିକଣା ପ୍ରମାଣ ସହ କଷ୍ଟମର୍ ଆକ୍ୱିଜିସନ୍ ଫର୍ମ ନାମକ ଏକ ଫର୍ମ ପୂରଣ କରିବାକୁ ହେବ । ମୋବାଇଲ୍ ସଂଯୋଗ କ୍ଷେତ୍ରରେ ଗ୍ରାହକ ପୋଷ୍ଟ- ପେଡ୍ ବା ପ୍ରି- ପେଡ୍ ସଂଯୋଗ ( ପ୍ଲାନ୍) ଚୟନ କରିପାରିବେ ।

ସ୍ଟାର୍ଟ- ଅପ୍ କିଟ୍

ଗୋଟିଏ ମୋବାଇଲ୍ ସଂଯୋଗ ପାଇଁ ତାଲିକାଭୁକ୍ତି ସମୟରେ, ଜଣେ ଗ୍ରାହକ ସେବା ପ୍ରଦାନକାରୀ ବା ଏହାର ପ୍ରାଧିକୃତ ସେଲସ ଆଉଟ୍ ଲେଟ୍ ଠାରୁ ନିମ୍ନଗୁଡିକ ଥିବା ଏକ ସ୍ଟାର୍ଟ ଅପ୍ କିଟ୍ ପାଇବା ଆବଶ୍ୟକ :

  1. ସିମ୍ କାର୍ଡ
  2. ଗୋଟିଏ ମୋବାଇଲ ନମ୍ବର ( ମୋବାଇଲ) ନମ୍ବରପୋର୍ଟେବିଲିଟି ବ୍ୟତୀତ ଅନ୍ୟ ସମସ୍ତ କ୍ଷେତ୍ରରେ )
  3. ସଂଯୋଗର ପ୍ରକାର ଉପରେ ତଥ୍ୟ – ପ୍ରି- ପେଡ୍ ବା ପୋଷ୍ଟ- ପେଡ୍
  4. ଗ୍ରାହକ ସେବା ନମ୍ବର ସାଧାରଣ ତଥ୍ୟ ଉପଲବ୍ଧ ପାଇଁ ନମ୍ବର ଓ ବିଚାର ବିଭାଗୀୟ ଅଧିକାରୀ
  5. ଦୁରାସଞ୍ଚାର ଗ୍ରାହକ ଚାର୍ଟର୍ ର ସଂକ୍ଷିପ୍ତ ସଂସ୍କରଣ ।

ସ୍ଟାର୍ଟ – ଅପ୍ କିଟ୍ ରେ କୌଣସି ସ୍ଵତନ୍ତ୍ର ଟାରିଫ୍ ପ୍ଲାନ୍ ପ୍ରଦାନ କରାଯାଇପାରିବ । ସ୍ଟାର୍ଟ – ଅପ୍ କିଟ୍ ସହ ଗ୍ରାହକଙ୍କୁ କଷ୍ଟମର୍ ଆକ୍ୱିଜିସନ୍ ଫର୍ମର ଗୋଟିଏ ନକଲ ପ୍ରଦାନ କରାଯିବ ।

ଭାଉଚର୍ ( ପ୍ରି- ପେଡ୍ ମୋବାଇଲ ଗ୍ରାହକମାନଙ୍କ ପାଇଁ)

ସେବାଗୁଡିକ ପାଇବା ପାଇଁ, ଜଣେ ଗ୍ରାହକଙ୍କୁ ଆବଶ୍ୟକ ଥିବା ଭାଉଚର୍ ଅଲଗା ଭାବେ କିଣିବାକୁ ହେବ । ସେବା ପ୍ରଦାନକାରୀମାନେ ନିମ୍ନରେ ଦିଆଯାଇଥିବା କେବଳ ଚାରି ପ୍ରକାର ଭାଉଚର ଯୋଗାଇ ପାରିବେ :

  1. ପ୍ଲାନ୍ ଭାରଚର ( ନାଲି ରଙ୍ଗ ) – ଜଣେ ଗ୍ରାହକଙ୍କୁ ଗୋଟିଏ ତାରିଫ୍ ପ୍ଲାନ୍ ରେ ତାଲିକାଭୁକ୍ତ କରିବାରେ ବ୍ୟବହୃତ ହୁଏ ଓ ଏଥିରେ କୌଣସି ଟଙ୍କା ରହିବ ନାହିଁ । ଏହି ଭାଉଚର ବ୍ୟବହାର କରି ଗ୍ରାହକ ତାଙ୍କର ତାରିଫ୍ ପ୍ଲାନ୍ ବଦଲାଇପାରିବେ ।
  2. ଟପ୍ ଅପ୍ ଭାଉଚର (ସବୁଜ ରଙ୍ଗ ) -  କୌଣସି ଅବଧି ବା ବ୍ୟବହାରର କଟକଣା ବିନା କେବଳ ଟଙ୍କାର ମୂଲ୍ୟଦେଇଥାଏ । ଏହା କେବଳ ଦାସ ଟଙ୍କାର ଗୁଣିତକ ( ଯେପରି 10, 20, 30,….) ଭାବେ ଉପଲବଧ ଓ ଅନ୍ୟ କୌଣସି ଭାଉଚର ଦଶ ଟଙ୍କାର ଗୁଣିତକ ଭାବେ ଦିଆଯାଇପାରିବ ନାହିଁ ।
  3. ସ୍ଵତନ୍ତ୍ର ତାରିଫ୍ ଭାଉଚର ( ଏସଟିଭି) ( ହଳଦିଆ ରଙ୍ଗ) – କେବଳ ସେହି ଗ୍ରାହକମାନଙ୍କୁ ଟାରିଫ୍ ସୁବିଧା ପ୍ରଦାନ କରିଥାଏ, ଯେଉଁମାନେ କୌଣସି ଗୋଟିଏ ବା ଅଧିକ ଟାରିଫ୍ ସୁବିଧା ପାଇବାକୁ ଚାହାଁନ୍ତି । ଉଦାହରଣ ସ୍ୱରୂପ -40/- ଟଙ୍କାର ଏସଟିଭି ମିନିଟ୍ ପ୍ରତି ୪୦ ପଇସାରେ ଏସଟିଡି କଲ୍ ଟାରିଫ୍ ପ୍ରଦାନ କରେ ଯାହା ୩୦ ଦିନ ପର୍ଯ୍ୟନ୍ତ ବୈଧ, 30/- ଟଙ୍କାର ଏସଟିଭି ୭ ଦିନ ପାଇଁ ୫୦୦ ଏସଏମଏସ୍ ପ୍ରଦାନ କରେ ଇତ୍ୟାଦି । ଏସ୍ ଟିଭି ପ୍ରଯୁଜ୍ୟ ପ୍ଲାନ୍ ବିଭିନ୍ନ ଦ୍ରବ୍ୟ ପାଇଁ ଟାରିଫ୍ ତଥା ବୈଧତା ସୁଚାଇଥାଏ, ଯେଉଁ ବୈଧତା ନବେ ଦିନରୁ ଅଧିକ ହେବ ନାହିଁ । ଏସଏମଏସ୍ ବା ଡାଟା ପାଇଁ ଥିବା ଏସଟିଭି ଯାହାର ବୈଧତା 7 ଦିନରୁ ଅଧିକ ଥାଏ, ତାହାକୁ ବିହିତ ପଦ୍ଧତିରେ ଗ୍ରାହକଙ୍କ ସ୍ପଷ୍ଟ ସମ୍ମତି ମାଧ୍ୟମରେ ପୁନର୍ବାର ଆକ୍ଟିଭି କରାଯିବ- ଏସଏମଏସ୍ ମାଧ୍ୟମରେ “YES” ଲେଖି ପଠାଇବା କିମ୍ବା ଇ- ମେଲ୍ କିମ୍ବା ଚିଠି କିମ୍ବା ଫ୍ୟାକ୍ସ ଦ୍ଵାରା ଓ ସମ୍ମତି ହେବା ପାଇଁ ୱେବ୍ ଆଧାରିତ କାର୍ଯ୍ୟକ୍ରମରେ ଅଲଗା “YES” ବଟମ୍ ମାଧ୍ୟମରେ ନିମ୍ନ ଡିଆକ୍ସିଭେସନ୍ ପଦ୍ଧତିରୁ କୌଣସି ଗୋଟିଏ ବ୍ୟବହାର କରି, ଏହାକୁ ଗ୍ରାହକଙ୍କ ଅନୁରୋଧ କ୍ରମେ ଯେକୌଣସି ସମୟରେ ବନ୍ଦ କରାଯାଇପାରିବ – ଦେୟମୁକ୍ତ ନମ୍ବରକୁ ଛୋଟ କୋଡ୍ ଆଇଭିଆର୍ ବା ଏସଏମଏସ୍ କରି ବା ୱେବ୍ ଲିଙ୍କ୍ ଜରିଆରେ ।
  4. କମ୍ବୋ ଭାଉଚର ( ନୀଳ ରଙ୍ଗ) ଏହା ଟାରିଫ୍ ପ୍ଲାନ୍ ରେ ଗୋଟିଏ ବା ଅଧିକ ପ୍ଲାନ୍ କୁ ବଦଳାଇଥାଏ, ଯାହାର ବୈଧତା ନବେ ଦିନରୁ ଅଧିକ ହେବ ନାହିଁ ଓ ପ୍ରି – ପେଡ୍ ଆକାଣ୍ଟରେ ଟଙ୍କା ମିଶାଇଥାଏ ।

ଗୋଟିଏ ଭାଉଚର ଆକ୍ଟିଭେସନ୍ ଉପରେ ପ୍ରି- ପେଡ୍ ଗ୍ରାହକମାନଙ୍କୁ ତଥ୍ୟ ନୟପବଷଭ

ଗୋଟିଏ ଭାଉଚର ଆକ୍ଟିଭେସନ୍ ହେବା ସଙ୍ଗେସଙ୍ଗେ ସେବା ପ୍ରଦାନକାରୀ ପ୍ରି – ପେଡ୍ ଗ୍ରାହକଙ୍କୁ ନିମ୍ନ ତଥ୍ୟଗୁଡିକ ଏସଏମଏସ୍ ମାଧ୍ୟମରେ ଜଣାଇବେ

  1. ପ୍ଲାନ୍ ଭାଉଚର ଆକ୍ଟିଭେସନ କ୍ଷେତ୍ରରେ
  • ପ୍ଲାନ୍ ର ନାମ
  • ପ୍ଲାନ୍ ବୈଧତା ଅବଧି
  1. ଟପ୍ ଅପ୍ ଭାଉଚର ଆକ୍ଟିଭେସନ କ୍ଷେତ୍ରରେ
  • ଖର୍ଚ୍ଚ ହୋଇଥିବା ମୋଟ ଟଙ୍କା
  • ପ୍ରାସେସିଙ୍ଗ ଫି ହେଉ ବା କାର୍ଯ୍ୟନିର୍ବାହ ଖର୍ଚ୍ଚ ( ଆଡମିନିଷ୍ଟ୍ରିସନ୍ ଚାର୍ଜ) ହେଉ ;
  • କଟିଥିବା ଟ୍ୟାକ୍ସ
  • ଦିଆଯାଇଥିବା ମୋଟ ଟଙ୍କା ( ଟକ୍ ଟାଇମ୍)ର ପରିମାଣ
  • ମୋଟ ଉପଲବ୍ଧ ଟଙ୍କା ( ଟକ୍ ଟାଇମ୍) ର ପରିମାଣ
  1. ସ୍ଵତନ୍ତ୍ର ଟାରିଫ୍ ଭାଉଚର ଆକ୍ଟିଭେସନ କ୍ଷେତ୍ରରେ
  • ଖର୍ଚ୍ଚ ହୋଇଥିବା ମୋଟ ଟଙ୍କା
  • ଭାଉଚରର ବୈଧତା ଅବଧି
  • ଭାଉଚର୍ ରେ ଦିଆଯାଉଥିବା ସୁବିଧାଗୁଡିକ ।
  1. କମ୍ବୋ ଭାଉଚର୍ ଆକ୍ଟିଭେସନ୍ କ୍ଷେତ୍ରରେ
  • ଖର୍ଚ୍ଚ ହୋଇଥିବା ମୋଟ୍ ଟଙ୍କା
  • ଭାଉଚର୍ ରେ ଦିଆଯାଉଥିବା ସୁବିଧାଗିଡିକ
  • ନିର୍ଦ୍ଦିଷ୍ଟ ସୁବିଧାଗୁଡ଼ିକର ବୈଧତା ଅବଧି
  • ମିସିଥିବା ମୋଟ ଟଙ୍କା ( ଟକ୍ ଟାଇମ୍) ର ପରିମାଣ ।
  • ଦିଆଯାଇଥିବା ଟଙ୍କାର ବ୍ୟବହାର ବା ବୈଧତା ଅବଧି ଉପରେ ଯଦି କୌଣସି କଟକଣା ଥାଏ ।

ବ୍ୟାବହାର ବିଷୟରେ ପ୍ରି- ପେଡ୍ ଗ୍ରାହକମାନଙ୍କୁ ତଥ୍ୟ

ଜଣେ ପ୍ରି – ପେଡ୍ ଗ୍ରାହକଙ୍କ ଆକାଉ+ରୁ କୌଣସି ଟଙ୍କା କଟିବା ସଙ୍ଗେ ସଙ୍ଗେ, ସେବା ପ୍ରଦାନକାରୀ ତାଙ୍କୁ ଏସଏମଏସ୍ ବା ୟୁ ଏସଏସଡି ମାଧ୍ୟମରେ ନିମ୍ନ ତଥ୍ୟଗୁଡିକ ଯୋଗାଇବେ ।

  1. ପ୍ରତ୍ୟେକ କଲ୍ ପରେ
  • କଲ୍ ଅବଧି
  • କଲ୍ ପାଇଁ କଟିଥିବା ଟଙ୍କା
  • ଆକାଣ୍ଟରେ ଥିବା ବାଲାନ୍ସ
  • ସ୍ଵତନ୍ତ୍ର ଟାରିଫ୍ ଭାଉଚର କ୍ଷେତ୍ରରେ କଟିଥିବା ମିନିଟ୍ ପରିମାଣ ଓ ବଳକା ମିନିଟ୍ ର ପରିମାଣ
  1. ମୋବାଇଲ୍ ରେ ଡାଟା ବ୍ୟବହାରର ପ୍ରତ୍ୟେକ ସେସନ୍ ପରେ
  • ଡାଟା ବ୍ୟବହାରର ପରିମାଣ
  • କଟିଥିବା ଟଙ୍କା
  • ଆକାଉ+ରେ ବାଲାନସ
  1. ଭାଲ୍ୟୁ ଆଡେଡ୍ ସେବା ( ଭିଏଏସ୍) ସହିତ ଅନ୍ୟ କୌଣସି ସେବାର ଆକ୍ଟିଭେସନ ପରେ
  • କଟିଥିବା ଟଙ୍କା
  • ଯେଉଁ ଉଦ୍ଦେଶ୍ୟରେ ଟଙ୍କା କଟିଛି
  • ଆକାଉ+ ରେ ବାଲାନସ
  • ଭାଲ୍ୟୁ ଆଡେଡ୍ ସେବାର ବୈଧତା ଅବଧି ।

ଟିପ୍ପଣୀ – ଯଦି ଜଣେ ଗ୍ରାହକ ନିଜ ସେବାକ୍ଷେତ୍ରରୁ ବାହାରେ ରୋମିଙ୍ଗରେ ଥିବା ତାଙ୍କ ପାଇଁ ଏହି ବ୍ୟବସ୍ଥାଗୁଡିକ ପ୍ରଯୁଜ୍ୟ ହେବ ନାହିଁ ।

ପ୍ରି – ପେଡ୍ ମୋବାଇଲ୍ ସଂଯୋଗରେ ଅତୀତର ବ୍ୟବହାର ବିବରଣୀ

ଜଣେ ପ୍ରି-ପେଡ୍ ଗ୍ରାହକ ମାସିକ ବିଲ ପାଆନ୍ତି ନାହିଁ । ତଥ୍ୟପି, ନିମ୍ନ ତଥ୍ୟ ସମ୍ପର୍କିତ ବିଲ୍ କୁ ସେ ସେବା ପ୍ରଦାନକାରୀଙ୍କ ଠାରୁ ଏକ ଯଥାଚିତ ଦେୟ ଦେଇ ପାଇ ପାରିବେ, ଯାହା ସର୍ବାଧିକ 50/- ଟଙ୍କା ହେବ ।

  • ସମସ୍ତ କଲ୍ ପାଇଁ ତାଲିକାଭୁକ୍ତ ବ୍ୟବହାର ଖର୍ଚ୍ଚ
  • ପଠାଯାଇଥିବା ମୋଟ୍ ଏସଏମଏସ୍ ସଂଖ୍ୟା ଓ ଏହି ଏସଏମଏସ୍ ଗୁଡିକ ପାଇଁ ଖର୍ଚ୍ଚ
  • ନେଇଥିବା ଭିଏଏସ୍ ଓ ତାହାର ଖର୍ଚ୍ଚ
  • ନେଇଥିବା ପ୍ରମିୟମ୍ ରେଟ୍ ସେବା ଓ ତାହାର ଖର୍ଚ୍ଚ
  • ରୋମିଙ୍ଗ ଖର୍ଚ୍ଚ

ସେବା ପ୍ରଦାନକାରୀ ଏହିପରି ଆବେଦନ ପାଇବାର ତିରିଶ ଦିନ ମଧ୍ୟରେ ଏହି ତଥ୍ୟକୁ ପ୍ରଦାନ କରିବା ଆବଶ୍ୟକ । ସେବା ପ୍ରଦାନକାରୀ ଆବେଦନର ଛଅ ମାସ ପୂର୍ବ ପର୍ଯ୍ୟନ୍ତ ଥିବା ସମସ୍ତ ବିବରଣୀ ପ୍ରଦାନ କରିବାକୁ ବାଧ୍ୟ ।

ଗ୍ରାହକଙ୍କ ଆକାଣ୍ଟରେ ବିଷୟରେ ତଥ୍ୟ

ଗ୍ରାହକ ମଧ୍ୟ ନିମ୍ନ ତଥ୍ୟ ଗୁଡିକ ଦେୟ ମୁକ୍ତଛୋଟ କାଡ୍ ନମ୍ବରକୁ ଏସଏମଏସ୍ କରି ପାଇପାରିବେ

  1. ତାଙ୍କ ଦ୍ଵାରା ଚୟନ କରାଯାଇଥିବା ଟାରିଫ୍ ପ୍ଲାନ୍ ଯେଉଁଥିରେ ନିମ୍ନଗୁଡିକ ଅନ୍ତର୍ଭୁକ୍ତ,
  • ଲୋକାଲ ଓ ଦୂର ସ୍ଥାନ ( ଏସ୍ ଟିଡି) କଲ୍ ଗୁଡିକର ଖର୍ଚ୍ଚ ଓ ଯଦି କୌଣସି ପରିବର୍ତ୍ତନଶୀଳ ଖର୍ଚ୍ଚ ଥାଏ, ଉଭୟ ଅନ୍ – ନେଟ୍ ଓ ଅଫ୍ – ନେଟ୍ ବ୍ୟବହାର କ୍ଷେତ୍ରରେ ପ୍ରଯୁଜ୍ୟ
  • ଏସଏମଏସ୍ ଖର୍ଚ୍ଚ
  • ଡାଟା ସେବା ପାଇଁ ଖର୍ଚ୍ଚ
  1. ପ୍ରି – ପେଡ୍ ଗ୍ରାହକଙ୍କ ଆକାଣ୍ଟରେ ଥିବା ବାଲାନସ ଏବଂ
  2. ତାଙ୍କ ଟେଲିଫୋନରେ ଆକ୍ଟିଭେଟ୍ ହୋଇଥିବା ଭଲ୍ୟୁ ଆଡେଡ୍ ସେବା ( 155223)

ଟିପ୍ପଣୀ ଦେଶ ବାହାରେ ରୋମିଙ୍ଗରେ ଥିବା ଜଣେ ଗ୍ରାହକଙ୍କୁ ସେବା ପ୍ରଦାନକାରୀ ଏପରି ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ ନୁହଁନ୍ତି । ବ୍ୟବହାର ନ ଥିବା ହେତୁ ଗୋଟିଏ ସେଲ୍ୟୁଲାର୍ ଟେଲିଫୋନ୍ ସଂଯୋଗର ଡିଆକ୍ଟିଭେସନ୍

  • ବ୍ୟବହାର  ନଥିବା କୌଣସି ପ୍ରି-ପେଡ୍ ସଂଯୋଗକୁ ଅତି କମ୍ ରେ 90 ଦିନ ପର୍ଯ୍ୟନ୍ତ ଡିଆକ୍ଟିଭେଟ୍ କରାଯାଇପାରିବ ନାହିଁ ।
  • ବ୍ୟବହାର ହେଉନଥିବା ଅର୍ଥ କୌଣସି ଇନ୍ କମିଙ୍ଗ ବା ଆଉଟ୍ ଗୋଇଙ୍ଗ କଲ୍ ବା ଆଉଟ୍ ଗୋଇଙ୍ଗ ଏସଏମଏସ୍ ବା ଡାଟା ସେସନ୍ ବା ଭାଲ୍ୟୁ ଆଡେଡ୍ ସେବା ବା (VAL) ପୈଠ ନଥିଲେ ।
  • 90 ଦିନ ପରେ, ଯଦି ବାଲାନ୍ସ ଥାଏ, ତେବେ ଥରକରେ ବ୍ୟବହାର ହେଉନଥିବା ଅବଧିକୁ 30 ଦିନ ବଢାଇବା ପାଇଁ ସର୍ବାଧିକ 20 ଟଙ୍କା ପର୍ଯ୍ୟନ୍ତ କଟିବ ।

ପୋଷ୍ଟ –ପେଡ୍ ମୋବାଇଲ୍ ସଂଯୋଗ ପାଇଁ ସେଫ୍ କଷ୍ଟଡି ସ୍କିମ୍

ପ୍ରତି ତିନି ମାସ ପାଇଁ ସର୍ବାଧିକ ୧୫୦/- ଟଙ୍କା ପୈଠ କାରୀ ପୋଷ୍ଟ – ପେଡ୍ ମୋବାଇଲ୍ ଗ୍ରାହକମାନେ ସେମାନଙ୍କ ନମ୍ବରକୁ ସୁରକ୍ଷିତ ରଖିପାରିବେ ।

ପୁନଃ ଆକ୍ଟିଭେସନ ପାଇଁ ଅତିରିକ୍ତ ଅନୁଗ୍ରହ ଅବଧି : ସଂଯୋଗ ଡିଆକ୍ଟିଭେଟ୍ ହୋଇଯାଇଥିବା ଜଣେ ଗ୍ରାହକଙ୍କୁ ସେହି ନମ୍ବରକୁ ପୁନଃ ଆକ୍ଟିଭେଟ୍ କରିବା ପାଇଁ ସର୍ବାଧିକ ୨୦ ଟଙ୍କା ଦେବାକୁ ଅତିରିକ୍ତ ୧୫ ଦିନର ଅନୁଗ୍ରହ ଅବଧି ଦିଆଯିବ ।

ଅଭିଯୋଗ ସମାଧାନ

ଅଭିଯୋଗ ସମାଧାନ ପାଇଁ ଫ୍ରେମ୍ ୱାର୍କ

ଦୂରସଞ୍ଚାର ଗ୍ରାହକ ଅଭିଯୋଗ ସମାଧାନ ନିୟମଗୁଡିକ ଗ୍ରାହକମାନଙ୍କ ଅଭିଯୋଗ, ସେବା ଅନୁରୋଧ ଓ ସେବା ପ୍ରଦାନକାରୀଙ୍କ ଦ୍ଵାରା ଗ୍ରାହକମାନଙ୍କୁ ତଥ୍ୟ ପ୍ରଦାନ କରିବା ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ଥିବା ଫ୍ରେମ୍ ୱାର୍କ ବିଷୟରେ ବୁଝିଥାଏ ।

ଅଭିଯୋଗ କେନ୍ଦ୍ରର ସ୍ଥାପନା

ଅଭିଯୋଗ କେନ୍ଦ୍ର ହେଉଛି ସେବା ପ୍ରଦାନକାରୀଙ୍କ ଦ୍ଵାରା ଅଭିଯୋଗର ସମାଧାନ କରିବାର ପ୍ରଥମ ସୋପାନ । ଅଭିଯୋଗ କେନ୍ଦ୍ରରେ ଗ୍ରାହକ ସେବା ନମ୍ବର ଥାଏ ଯାହା ଦେୟମୁକ୍ତ ହୋଇଥାଏ । ଅଭିଯୋଗ କେନ୍ଦ୍ରରେ ଗ୍ରାହକ ସେବା ନମ୍ବର ଥାଏ ଯାହା ଦେୟମୁକ୍ତ ହୋଇଥାଏ । ଅଭିଯୋଗ କେନ୍ଦ୍ରକୁ ଜଣେ ଗ୍ରାହକ ନଜେ ଯାଇପାରିବେ ବା ଇ- ମେଲ୍ ବା ପୋଷ୍ଟ ମାଧ୍ୟମରେ ମଧ୍ୟ ପହଞ୍ଚିପାରିବେ ।

ଯଦି ଜଣେ ଗ୍ରାହକଙ୍କ କୌଣସି ଅଭିଯୋଗ ଥାଏ, ତେବେ ସେ ଦେୟମୁକ୍ତ ଗ୍ରାହକ ସେବା ନମ୍ବର ମାଧ୍ୟମରେ ନିଜର ସେବା ପ୍ରଦାନକାରୀଙ୍କ ଅଭିଯୋଗ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ । ଅଭିଯୋଗ କେନ୍ଦ୍ର ଅତି କମ୍ ରେ ସପ୍ତାହର ସାତ ଦିନ ସକାଳ ୮ଟାରୁ ମଧ୍ୟରାତ୍ରୀ ୧୨ ଟା ପର୍ଯ୍ୟନ୍ତ ଖୋଲା ରହିବା ଆବଶ୍ୟକ । ଯଦି ତାଙ୍କର ଟେଲିଫୋନ୍/ ମୋବାଇଲ୍ ଖରାପ ଅଛି, ତେବେ ସେ ଅନ୍ୟ କୌଣସି ସେବା ଅଭିଯୋଗ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ ଯାହା ପାଇଁ ଏକ ଅଲଗା ନମ୍ବର ବାଧ୍ୟତାମୂଳକ । ଗ୍ରାହକ ଜଣେ ହିନ୍ଦୀ ବା ଇଂରାଜୀ ବା ନିଜର ଅଞ୍ଚଳିକ ଭାଷାରେ କଥା ହେବାକୁ ଚୟନ କରିପାରିବେ ।

ଅଭିଯୋଗ କେନ୍ଦ୍ରରେ ଅଭିଯୋଗଗୁଡିକର ପରିଚାଳନା

ପ୍ରତ୍ୟେକ ଅଭିଯୋଗକୁ ଗୋଟିଏ ଏକକ ଡକେଟ୍ ନମ୍ବର ଦେଇ ପଞ୍ଜୀକରଣକରାଯାଏ । ଅଭିଯୋଗ କେନ୍ଦ୍ର ଏହି ଏକକ ଡକେଟ୍ ନମ୍ବର ମାଧ୍ୟମରେ ପଞ୍ଜୀକରଣର ତାରିଖ ଓ ସମୟ ସହ ସମାଧାନର ସମୟ ସୀମା ବିଷୟରେ ଏସ୍ଏମ୍ଏସ୍ ମାଧ୍ୟମରେ ଜଣାଇବେ । ଆହୁରିମଧ୍ୟ ଅଭିଯୋଗ ଉପରେ ପଦକ୍ଷେପ ସମ୍ପୁର୍ଣ୍ଣ ହେଲେ, ସେ ବିଷୟରେ ଏସ୍ଏମ୍ଏସ୍ ବା ଇ-ମେଲ୍ ବା ପୋଷ୍ଟ ମାଧ୍ୟମରେ ଗ୍ରାହକଙ୍କୁ ଜଣାଯିବା ଓ ଉପରେ ଅଧିକାରୀଙ୍କୁ ଅପିଲ୍ କରିବାର ପଦ୍ଧତି ମଧ୍ୟ ଜଣାଇ ଦିଆଯିବ । ପ୍ରତି ଡକେଟ୍ ନମ୍ବର ପାଇଁ ସିଷ୍ଟମ୍ ରେ ଅଭିଯୋଗର ବିବରଣୀ ଅତି କମ୍ ରେ ତିନି ମାସ ପର୍ଯ୍ୟନ୍ତ ରହିବ ।

ଏହି ଏକକ ଡକେଟ୍ ନମ୍ବର ଓ ନିଆଯାଇଥିବା ପଦକ୍ଷେପ ବିଷୟରେ ତଥ୍ୟ ସମ୍ଭାଳି ରଖିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଉଛି । ଯଦି ସେ ଏହି ପ୍ରତିକାରରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ଅପିଲ୍ କରିବା ସମୟରେ ସେ ଏହି ସବୁ ବିବରଣୀଗୁଡିକ ବ୍ୟବହାର କରିପାରିବେ ।

ଅଭିଯୋଗ ଓ ସେବା ଅନୁରୋଧଗୁଡିକର ପରିଚାଳନା ପାଇଁ ସମୟ ସୀମା

ସେବା ଗୁଣବତ୍ତା ନିୟମଗୁଡିକରେ ଉଲ୍ଲେଖ କରାଯାଇଥିବା ଅଭିଯୋଗ ଓ ସେବା ଅନୁରୋଧଗୁଡିକର ପରିଚାଳନା ସମୟସୀମା

ପରିଶିଷ୍ଟ -1 ରେ ଦିଆଯାଇଛି ଯେଉଁ କ୍ଷେତ୍ରରେ କ୍ୟୁଓଏସ୍ ନିୟମଗୁଡିକରେ କୌଣସି ସମୟ ସୀମା ଉଲ୍ଲେଖ ହୋଇନାହିଁ, ସେଠାରେ ଅଭିଯୋଗ ଓ ସେବା ଅନୁରୋଧଗୁଡିକ ୩ ଦିନ ମଧ୍ୟରେ ସମ୍ବୋଧିତ କରିବାକୁ ହେବ ।

ପ୍ରଶ୍ନଗୁଡିକର ସମାଧାନ

ଯଦି ଜଣେ ଗ୍ରାହକଙ୍କୁ ସେବା ପ୍ରଦାନକାରୀଙ୍କ ଠାରୁ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଆବଶ୍ୟକ କରନ୍ତି, ତେବେ ସେ ସେବା ପ୍ରଦାନକାରୀଙ୍କ ଦ୍ଵାରା ଦିଆଯାଇଥିବା ସାଧାରଣ ତଥ୍ୟ ଯୋଗାଣ ନମ୍ବର ଡାଏଲ୍ କରିପାରିବେ । ଯଦି ସେ ଗ୍ରାହକ ସେବା ପ୍ରଦାନକାରୀଙ୍କ ଦ୍ଵାରା ଦିଆଯାଇଥିବା ସାଧାରଣ ତଥ୍ୟ ଯୋଗାଣ ନମ୍ବର ଡାଏଲ୍ କରିପାରିବେ । ଯଦି ସେ ଗ୍ରାହକ ସେବା ନମ୍ବର ଡାଏଲ୍ କାରୀ  ତଥ୍ୟ ପାଇଁ ପଚାରନ୍ତି, ତାଙ୍କୁ ସାଧାରଣ ତଥ୍ୟ ଯୋଗାଣ ନମ୍ବରକୁ କଲ୍ କରିବା ପାଇଁ ଜଣାଇ ଦିଆଯାଇପାରେ । ସେବା ପ୍ରଦାନକାରୀ ଦ୍ଵାରା ସାଧାରଣ ତଥ୍ୟ ପ୍ରଦାନ କରୁଥିବା ଜଣଙ୍କ ସହ କଥାବାର୍ତ୍ତା କରିବା ପାଇଁ ଦେୟ ପଡିପାରେ ଦେୟ ସେତେବେଳ ଠାରୁ ଧାର୍ଯ୍ୟ ହେବ ଯେତେବେଳେ ଗ୍ରାହକ ଜଣେ ଆଇଭିଆରଏସ୍ ମେନୁରେ ଗ୍ରାହକ ସେବା ଜଣଙ୍କ ସହ କଥା ହେବା ପାଇଁ କି  ଦାବିବେ ।

ଗ୍ରାହକ ସେବା ନମ୍ବର ଉପରେ ଆଇଭିଆର ଏସ୍ କାର୍ଯ୍ୟକାରିତା

ଗ୍ରାହକ ସେବା ନମ୍ବର ରେ ... ଆକ୍ଟିଭଏସ୍ ରେସପନସ ସିଷ୍ଟମ( ଆଇଭିଆରଏସ୍) ନିମ୍ନଭାବେ କାର୍ଯ୍ୟ କରିଥାଏ

  1. ଆଇଭିଆରଏସ୍ ର ପ୍ରଥମ ସ୍ତର ଭାଷା ଚୟନ ପ୍ରଦାନ କରେ ।
  2. ଆଇଭିଆରଏସ୍ ର ଦ୍ଵିତୀୟ ସ୍ତର ଅପିଲ୍ ଓ ଅଭିଯୋଗ ଓ ସେବା ଅନୁରୋଧର ପ୍ରଶସ୍ତ ବିଭାଗ ଚୟନ ପାଇଁ ପ୍ରଦାନ କରେ
  3. ଆଇଭିଆରଏସ୍ ର ତୃତୀୟ ସ୍ତରରେ ଗ୍ରାହକ ସେବା ଏଜେଣ୍ଟଙ୍କ ସହ କଥା ହେବା ସହ ଅଭିଯୋଗ ଓ ସେବା ଅନୁରୋଧ ଅଧୀନରେ ସବ୍ ମେନୁ ପ୍ରଦାନ କରେ ।

ପୁନଃବିଚାର କରିବାକୁ ଥିବା ଅଧିକାରୀଙ୍କୁ ଅପିଲ୍ କରିବା

ଯଦି ଜଣେ ଗ୍ରାହକ ତାଙ୍କର ଅଭିଯୋଗର ସାମାଧାନ ସନ୍ତୁଷ୍ଟ ନୁହନ୍ତି, କିମ୍ବା ତାଙ୍କୁ ଅଭିଯୋଗର ସମାଧାନ ହେଉନାହିଁ, କିମ୍ବା ନିର୍ଦ୍ଦିଷ୍ଟ ସମସ୍ତ ସୀମା ମଧ୍ୟରେ ଅଭିଯୋଗର ସମାଧାନ ବିଷୟରେ କୌଣସି ତଥ୍ୟ ପାଉନାହାନ୍ତି, ତେବେ ତାଙ୍କ ଅଭିଯୋଗର ପୁନର୍ବିଚାର ପାଇଁ ସେ ପୁନର୍ବିଚାର କରୁଥିବା ଅଧିକାରୀଙ୍କ ନିକଟରେ ଅପିଲ୍ କରିପାରିବେ । ପୁରର୍ବିଚାର ଅଧିକାରୀଙ୍କ ଯୋଗାଯୋଗ ବିବରଣୀ ସ୍ଟାର୍ଟ-ଅପ୍ କିଟ୍, ସେବା ପ୍ରଦାନକାରୀଙ୍କ ୱେବ୍ ସାଇଟ୍ ଓ ସେମାନଙ୍କ ସେଲ୍ସ ଆଉଟ୍ ଲେଟ୍ ରେ ଉପଲବ୍ଧ ।

ଅପିଲ୍ କରିବା ପାଇଁ କୌଣସି ଦେୟ ବା ଖର୍ଚ୍ଚ ଦେବାକୁ ପଡିବ ନାହିଁ । ଅଭିଯୋଗର ସମାଧାନର ଶେଷ ତାରିଖ ପରେ ତିରିଶ ଦିନ ମଧ୍ୟରେ ସେ ଇ-ମେଲ୍ ବା ଫ୍ୟାକ୍ସ ବା ପୋଷ୍ଟ ମାଧ୍ୟମରେ କିମ୍ବା ନିଜେ ବା ସେବା ପ୍ରଦାନକାରୀଙ୍କ ଗ୍ରାହାକ ସେବା ନମ୍ବର ମାଧ୍ୟମରେ ମଧ୍ୟ ଅପିଲ୍ କରିପାରିବେ । ଅପିଲକାରୀ ଉପସ୍ଥିତ ରହିବାକୁ ବାଧ୍ୟ ନୁହେଁ କିନ୍ତୁ ଯଦି ସେ ଚାହିଁବେ, ସେ ନିଜେ ପୁନର୍ବିଚାର ଅଧିକାରୀଙ୍କ ସମ୍ମୁଖରେ ନିଜର କେସ୍ ଉପସ୍ଥାନ କରିପାରିବେ ।

ଉପଦେଷ୍ଟା କମିଟି

ପ୍ରତ୍ୟେକ ସେବାକ୍ଷେତ୍ରରେ ସେବା ପ୍ରଦାନକାରୀଙ୍କ ପୁନର୍ବିଚାର ଅଧିକାରୀଙ୍କ ନିକଟରେ ଗୋଟିଏ ଉପଦେଷ୍ଟା କମିଟି ଥାଏ । ଏଥିରେ ଦୁଇ ଜଣ ପ୍ରତିନିଧୀ ଥାଆନ୍ତି – ଜଣେ ସେବା ପ୍ରଦାନକାରୀଙ୍କ ତରଫରୁ ଓ ଅନ୍ୟ ଜଣେ ଟ୍ରାଇ ଅଧୀନରେ             ପଞ୍ଜୀ କୃତଉପଭୋକ୍ତା ଉପଦେଷ୍ଟା ଦଳ (ସିଏଜି) ତରଫରୁ । ଉପଦେଷ୍ଟା କମିଟି ପୁନର୍ବିଚାର ଅଧିକାରୀଙ୍କୁ ପ୍ରତ୍ୟେକ ଅପିଲ୍ ରେ ତାଙ୍କର ବିଚାର ପାଇଁ ପରାମର୍ଶ ଦେଇଥାନ୍ତି ।

ଅପିଲ୍ ଗୁଡିକ ଶୁଣାଣୀ

ପୁନର୍ବିଚାର ଅଧିକାରୀଙ୍କ ମଙ୍ଗଳନିମ୍ନ ଗୁଡିକ କରିବା ଆବଶ୍ୟକ

  • ଏକ ଏକକ ଅପିଲ୍ ନମ୍ବର ଦେଇ ପାଇଥିବା ଅପିଲ୍ କୁ ସଙ୍ଗେସଙ୍ଗେ ପଞ୍ଜୀକରଣ କରିବା ।
  • ଅପିଲ୍ ପାଇବାର ତିନି ମଧ୍ୟରେ, ଗ୍ରାହକଙ୍କୁ ଏସଏମଏସ୍ ବା ଇ-ମେଲ୍ ମାଧ୍ୟମରେ ଏକକ ଅପିଲ୍ ନମ୍ବରକୁ ପଠାଇବା ।
  • ଅପିଲ୍ ପାଇବାର ତିନି ଦିନ ମଧ୍ୟରେ ଏହାର ଗୋଟିଏ କପିକୁ ସେବା ପ୍ରଦାନକାରୀଙ୍କୁ ପଠାଇ ସାତ ଦିନ ମଧ୍ୟରେ ଆବଶ୍ୟକୀୟ ତଥ୍ୟ, କାଗଜପତ୍ର ବା ରେକର୍ଡ ସହ ଉତ୍ତର ସେବାର ନିର୍ଦ୍ଦେଶ ଦେବା; ଏବଂ
  • ସେବା ପ୍ରଦାନକାରୀଙ୍କ ଠାରୁ ଉତ୍ତର ପାଇବାର ଦୁଇ ଦିନ ମଧ୍ୟରେ ଅପିଲ ସହିତ ଏହି ଉତ୍ତରକୁ ଉପଦେଷ୍ଟା କମିଟିଙ୍କ ସମ୍ମୁଖରେ ବିଚାର ପାଇଁ ରଖିବା । ଉପଦେଷ୍ଟା କମିଟିଙ୍ଗ ସମ୍ମୁଖରେ ରଖାଯାଇଥିବା ସମସ୍ତ ଅପିଲ୍ କୁ ପନ୍ଦର ଦିନ ମଧ୍ୟରେ ତର୍ଜମା କରିବା ଆବଶ୍ୟକ । ଉପଦେଷ୍ଟା କମିଟି ଠାରୁ ପରାମର୍ଶ ପାଇବାର ପୁନର୍ବିଚାର ଅଧିକାରୀଙ୍କ ସମ୍ମୁଖରେ ରଖିବାକୁ ବାଧ୍ୟ ।

ପୁନର୍ବିଚାର ଅଧିକାରୀଙ୍କ ଦ୍ଵାରା ଫଏସଲା

ଯେତେବେଳେ ପୁନର୍ବିଚାର ଅଧିକାରୀଙ୍କ ସମ୍ମୁ ଖାରେ ଗୋଟିଏ ଅପିଲ୍ ରଖାଯାଉଛି, ସେ ଅନୁଭବ କରୁଥିବା ଆବଶ୍ୟକୀୟ ତଦନ୍ତ କରି, ଦଶ ଦିନ ମଧ୍ୟରେ ଲିଖିତ ଭାବେ କାରଣ ସହ ନିଷ୍ପତ୍ତି ନେବାରେ ସାହାଯ୍ୟ କରିଥିବା ବିଷୟଗୁଡିକ ତାଲିକା କରି ଫଏସଲା କରିବେ । ପୁନର୍ବିଚାର କରାଉଥିବା ଅଧିକାରୀ ଫଏସଲା କରିବା ସମୟରେ ଉପଦେଷ୍ଟା କମିଟି ଦ୍ଵାରା ଦିଆଯାଇଥିବା ପରାମର୍ଶକୁ ଗ୍ରହଣ କରିବେ । ଯଦି ପୁନର୍ବିଚାର କରୁଥିବା ଅଧିକାରୀ ଉପଦେଷ୍ଟା କମିଟିଙ୍କ ପରାମର୍ଶ ବିରୋଧରେ ଅପିଲ୍ କରିବାକୁ ଚାହାଁନ୍ତି, ତେବେ ଦିଆଯାଇଥିବା ନିର୍ଦ୍ଦେଶର କାରଣ ରେକର୍ଡ କରିବା ଅବଶ୍ୟକ ।

ପୁନର୍ବିଚାର ଅଧିକାରୀଙ୍କ ମଙ୍ଗଲଅପିଲ୍ ଉପରେ ନିଆଯାଇଥିବା ନିଷ୍ପତ୍ତିକୁ ଏସଏମଏସ୍ ବା ଇ-ମେଲ୍ ବା ପୋଷ୍ଟ ମାଧ୍ୟମରେ ଅପିଲ୍ କାରୀ ଓ ସେବା ପ୍ରଦାନକାରୀଙ୍କୁ ଜଣାଇବେ ।

ୱେବ୍ ଆଧାରିତ ଅଭିଯୋଗ ନିୟନ୍ତ୍ରଣ ବ୍ୟବସ୍ଥା

ପ୍ରତ୍ୟେକ ସେବା ପ୍ରଦାନକାରୀ ଗୋଟିଏ ୱେବ୍ ଆଧାରିତ ଅଭିଯୋଗ ନିୟନ୍ତ୍ରଣ ବ୍ୟବସ୍ଥା ସ୍ଥାପନା କରିବେ ଅଭିଯୋଗର ବିବରଣୀ ରହିପାରିବେ । ଅଭିଯୋଗଗୁଡିକ ପାଞ୍ଚ କରିବା ପଦ୍ଧତିକୁ ପ୍ରତି ଛଅ ମାସରେ ଠାରେ ଖବରକାଗଜଗୁଡିକରେ ପ୍ରକାଶ ପାଇବା ଆବଶ୍ୟକ । ଦୁରସଞ୍ଚାର ଗ୍ରାହକ ଚାର୍ଟର

ସମସ୍ତ ସେବା ପ୍ରଦାନକାରୀଙ୍କୁ ହିନ୍ଦୀ, ଇଂରାଜୀ ଓ ସେବାକ୍ଷେତ୍ରର ଆଞ୍ଚଳିକ ଭାଷାରେ ଦୁରସଞ୍ଚାର ଗ୍ରାହକ ଚାର୍ଟର୍ ରେ ନିମ୍ନ ତଥ୍ୟଗୁଡିକ ବିଷୟରେ ରହିବ

  • ସେବାର ସର୍ତ୍ତାବଳୀ
  • ସମାଧାନ କ୍ରିୟା ବିଷୟରେ ତଥ୍ୟ
  • ଅଭିଯୋଗ ସମାଧାନ ପଦ୍ଧତି
  • କ୍ୟୁଓଏସ୍ ନିୟମଗୁଡିକ ଅଧୀନରେ ବିଭିନ୍ନ ଅଭିଯୋଗଗୁଡିକ ପାଇଁ ପ୍ରାଧିକାରୀ ଦ୍ଵାରା ଦିଆଯାଇଥିବା ଭିନ୍ନଭିନ୍ନ ସମୟସୀମା,
  • ଗ୍ରାହକ ସେବା ନମ୍ବର- ଦେୟମୁକ୍ତ
  • ସାଧାରଣ ତଥ୍ୟ ପାଇଁ ନମ୍ବର – ଦେୟ ମୁକ୍ତ ବା ଦେୟଯୁକ୍ତ,
  • ମୋବାଇଲ୍ ନମ୍ବର ପୋର୍ଟେବିଲିଟି, ସେବା ପ୍ରଦାନକାରୀଙ୍କ ଦ୍ଵାରା ଦିଆଯାଉଥିବା ବା ବନ୍ଦ କରିବା ଭଲିବ ସେବାଗୁଡିକ ସହ ସମୁକ୍ତ ବିଭିନ୍ନ ପଦ୍ଧତି,
  • ପ୍ରାଧିକାରୀ ଦ୍ଵାରା ପ୍ରଚଳିତ ବିଭିନ୍ନ ନିୟମ, ନିର୍ଦ୍ଦେଶ ବା ଦିଗ ଅଧୀନରେ ସେବା ପ୍ରଦାନକାରୀଙ୍କ କର୍ତ୍ତବ୍ୟ ଓ ନୈତିକ ଦାୟିତ୍ଵ ।

ମୋବାଇଲ୍ ଗ୍ରାହକ ତାଲିକାଭୁକ୍ତି ହେବା ସମୟରେ ପାଇଥିବା ସ୍ଟାର୍ଟ-ଅପ୍- କିଟ୍ ରେ ଦୂର ସଞ୍ଚାର ଗ୍ରାହକ ଚାର୍ଟର୍ ଏକ ସଂକ୍ଷିପ୍ତ ସଂସ୍କରଣ ରହିଥାଏ ।

ଖବରକାଗଜ ଓ ୱେବ୍ ସାଇଟ୍ ତଥ୍ୟଗୁଡିକର ପ୍ରକାଶନ

ସେବା ପ୍ରଦାନକାରୀମାନେ ନିମ୍ନ ତଥ୍ୟଗୁଡିକ ଅଗ୍ରଣୀ ଖବରକାଗଜରେ ହିନ୍ଦୀ କିମ୍ବା ଇଂରାଜୀ ଓ ଆଞ୍ଚଳକ ଭାଷାରେ ପ୍ରତି ଛଅ ମାସରେ ଥରେ ଓ ସେମାନଙ୍କ ୱେବ୍ ସାଇଟ୍ ରେ ମଧ୍ୟ ପ୍ରକାଶ କରିବେ :

  • ଗ୍ରାହକ ସେବା ନମ୍ବର
  • ସାଧାରଣ ତଥ୍ୟ ପାଇଁ ନମ୍ବର
  • ଅପିଲ୍ କରିବାକୁ ଥିବା ଅଧିକାରୀଙ୍କ ଯୋଗାଯୋଗ ବିବରଣୀ
  • ୱେବ୍ ଆଧାରିତ ଅଭିଯୋଗ ନିୟନ୍ତ୍ରଣ କରିବାର ପଦ୍ଧତି

ସେବାର ଗୁଣବତ୍ତା ଓ ବିଲିଙ୍ଗ ସଠିକତା

ଦୂରସଞ୍ଚାର ସେବାରଗ୍ରାହକମାନଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ ଟ୍ରାଇ ଅଧିନିୟମ ଜଣାଉଛି ଯେ ସେବା ପ୍ରଦାନକାରୀଙ୍କ ଦାବର ଦିଆଯାଉଥିବା ସେବାର ଗୁଣବତ୍ତାର ମାନକକୁ ପ୍ରାଧିକାରୀ ନିର୍ଦ୍ଧାରଣ କରିବେ ଓ ଏହି ସେବାଗୁଡିକର ସର୍ଭେ ବିଭିନ୍ନ ସମୟରେ କରିବେ ।

ସେବାର ଗୁବବତ୍ତା (କ୍ୟୁଓଏସ୍)

ଟ୍ରାଇ ବିଭିନ୍ନ ସମୟରେ ପ୍ରଚଳନ କରୁଥିବା କ୍ୟୁଓଏସ୍ ନିୟମଗୁଡିକ ମାଧ୍ୟମରେ ବିଭିନ୍ନ ସେବାଗୁଡିକ ପାଇଁ ସେବାର ଗୁଣବତ୍ତାର ମାନକ ନିର୍ଦ୍ଧାରଣ କରିଛି ।  ଟ୍ରାଇ ୱେୟାର୍ ଲାଇନ୍ ( ସାଧାରଣ), ସେଲ୍ୟୁଲାର୍ ମୋବାଇଲ୍ ଟେଲିଫୋନ୍ ସେବା ( 2ଜି ଓ 3ଜି), ବ୍ରଡ୍ ବ୍ୟାଙ୍ଗ ସେବା ଓ ନିକଟରେ ୱାୟାର୍ ଲାଇନ୍ ଡାଟା ସେବାଗୁଡିକର ଗୁଣବତ୍ତାକୁ ନିୟନ୍ତ୍ରଣ କରିବା ପାଇଁ ଭିନ୍ନ ଭିନ୍ନ କ୍ୟୁଓଏସ୍ ନିୟମମାନ କରିଛି । ସେବାର ଗୁଣବତ୍ତାର ଗୁରୁତ୍ଵପୂର୍ଣ୍ଣ ପରିମାପ ଓ ସେବା ପ୍ରଦାନକାରୀଙ୍କ ଦ୍ଵାରା ସେହି ପରିମାପ ପୂରଣ କରିବା ପାଇଁ ବେଞ୍ଚମାର୍କର ବିବରଣୀ ପରିଶିଷ୍ଟ-୧ ଓ ୨ରେ ଦିଆଯାଇଛି ।

ଟ୍ରାଇରେ କ୍ୟୁଓଏସ୍ ର ନିୟନ୍ତ୍ରଣ

ସେବାର ଗୁଣବତ୍ତାକୁ ନିଶ୍ଚିତ କରିବା ଓ ସେବା ପାଇଁ, ଟ୍ରାଇ ମୁଖ୍ୟତଃ ଗୋଟିଏ ତ୍ରିସ୍ତରୀୟ କୌଶଳ ଗ୍ରହଣ କରିଥାଏ

  1. ସେବା ପ୍ରଦାନକାରୀମାନଙ୍କ ଠାରୁ ତ୍ରେମାସିକ କାର୍ଯ୍ୟକ୍ଷମତା ନିୟନ୍ତ୍ରଣ ରିପୋର୍ଟ
  2. ତୃତୀୟ ପକ୍ଷ ଏଜେନ୍ସି ଗୁଡିକ ଦ୍ଵାରା କ୍ୟୁଓଏସ୍ ଅଡିଟ୍ ଓ
  3. ତୃତୀୟ ପକ୍ଷ ଏଜେନ୍ସି ଗୁଡିକ ଦ୍ଵାରା ଗ୍ରାହକ ସନ୍ତୁଷ୍ଟି ସର୍ଭେ ଆହୁରି ମଧ୍ୟ ଟ୍ରାଇ ସେବା ପ୍ରଦାନକାରୀମାନଙ୍କ ଠାରୁ ମାସିକ ଭିତ୍ତିରେ ପଏ+ଫ୍ ଇନ୍ଟର୍ କନେକ୍ସନ (ପିଓଆଇ) ଅବରୋଧ ରିପୋର୍ଟ ନେଇଥାଏ ।

ସମସ୍ତ ସେବାକ୍ଷେତ୍ରରେ ବର୍ତ୍ତମାନ ମୋବାଇଲ୍ ଟେଲିଫୋନ୍ ସେବାର କ୍ୟୁଓଏସ୍ ପାଇଁ ନେଟ୍ ୱାର୍କ ଅଡିଟ୍ ତ୍ରେମାସିକ ଭିତ୍ତିରେ ହେଉଥିବା ବେଳେ, ସାଧାରଣ ଓ ବ୍ରଡ୍ ବ୍ୟାଙ୍ଗସେବା ଅଡିଟ୍ ବାର୍ଷିକ ଭିତ୍ତିରେ ହେଉଛି । ଗ୍ରାହକ ସନ୍ତୁଷ୍ଟିର ସ୍ତର ନିଶ୍ଚିତ କରିବା ପାଇଁ ଗ୍ରାହକମାନଙ୍କ ସର୍ଭେ ଅର୍ଦ୍ଧ- ବାର୍ଷିକ ଭିତ୍ତିରେ ହେଉଛି ।  ଓ  ସର୍ଭେ ନିରପେକ୍ଷ ଏଜେନ୍ସି ଗୁଡିକ ଦ୍ଵାରା କରାଯାଇଥାଏ ଓ ମିଳୁଥିବା ତଥ୍ୟକୁ ଗ୍ରାହକମାନଙ୍କ ପାଇବ୍ନ ୱେବ୍ ସାଇଟ୍ ରେ ପ୍ରକାଶ କରାଯାଏ ।

ଯେଉଁ କ୍ଷେତ୍ରରେ ଟିଏସପି କ୍ୟୁଓଏସ୍ ବେଞ୍ଚମାର୍କ ପୂରଣ କରିପାରନ୍ତି ନାହିଁ, ସେମାନଙ୍କୁ ପ୍ରୋତ୍ସାହନ  ରାଶି ପ୍ରଦାନ ନ କରିବାର ନିଷ୍ପତ୍ତି ନେବା ପାଇଁ ମଧ୍ୟ ନିୟମଗୁଡିକ ସାହାଯ୍ୟ କରାଯାଇଥାଏ ।

ବିଲିଙ୍ଗ ସଠିକତା

ଭୁଲ୍ ବିଲ୍ ଓ ଖର୍ଚ୍ଚରୁ ଗ୍ରାହକମାନଙ୍କ ସ୍ଵାର୍ଥ ତଥା ବିଲିଙ୍ଗ ସଠିକତା ପାଇଁ ଏକରୂପୀ କୋଡ୍ ବ୍ୟବସ୍ଥା ଟାଇ ସୁଚିଭୁକ୍ତ ଅଡିଟର୍ ମାନଙ୍କ ମଧ୍ୟରୁ ଜଣଙ୍କ ଦ୍ଵାରା ବାର୍ଷିକ ଅଡିଟ୍ କରିବେ ଓ ପ୍ରତି ବର୍ଷ ଜଳାଇ ୩୧ ପୂର୍ବରୁ ପ୍ରାଧିକାରୀନିକଟରେ ସେହି ଆର୍ଥିକ ବର୍ଷ ପାଇଁ ଅଡିଟ୍ ସାର୍ଟିଫିକେଟ୍ ଦେବେ । ଯଦି ଅଡିଟ୍ ରିପୋର୍ଟରେ କୌଣସି ନି-ଆରିଆ ଅବସ୍ଥା ଦେଖିବାକୁ ମିଳେ, ତାହା ଉପରେ କଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ ସେବା ପ୍ରଦାନକାରୀମାନେ ଟ୍ରାଇକୁ ପ୍ରତି ବର୍ଷ ୧୫ ନଭେମ୍ବର ପୂର୍ବରୁ ତଥ୍ୟ ପ୍ରଦାନ କରିବା ଆବଶ୍ୟକ ।

ଅଡିଟ୍ ସମୟରେ, ପ୍ରତି ତିନି ମାସରେ ନିମ୍ନ ଟାରୀଫ୍ ପ୍ଲାନ୍ ଗୁଡିକ ପାଇଁ ଗୋଟିଏ ମାସର କଲ୍ ତଥ୍ୟ ରେକର୍ଡଗୁଡିକ ଅଡିଟ୍ ହେବ:

  • ଆରମ୍ଭରେ ସର୍ବାଧିକ ସଂଖ୍ୟା ଗ୍ରାହକ ଥିବା ତିନୋଟି ପ୍ରି- ପେଡ୍ ଓ ଦୁଇଟି ପୋଷ୍ଟ- ପେଡ୍ ପ୍ଲାନ୍
  • ସେହି ତ୍ରେମାସରେ ଆରମ୍ଭ ହୋଇଥିବା ଦୁଇଟି ନୂଆ ପ୍ରି- ପେଡ୍ ଓ ପୋଷ୍ଟ ପେଡ୍ ପ୍ଲାନ୍
  • ତ୍ରେମାସରେ ଆରମ୍ଭରେ ସର୍ବାଧିକ ସଂଖ୍ୟା ଗ୍ରାହକ ଥିବା ଦୁଇଟି ସ୍ଵତନ୍ତ୍ର ଟାରିଫ୍ ଭାଉଚର
  • ତଳଧତ୍ରେମାସର ଆରମ୍ଭରେ ସର୍ବାଧିକ ସଂଖ୍ୟା ଗ୍ରାହକ ଥିବା ଦୁଇଟି ପ୍ରିପେଡ୍ ଡାଟା ପ୍ଲାନ୍ ଏବଂ

ଟ୍ରାଇ ଅଡିଟ୍ ପାଇଁ ଏକ ପୁଙ୍ଖାନୁପୁଙ୍ଖ ଚେକ୍ ଲିଷ୍ଟ ମାପ ତଥା ବିଲିଙ୍ଗ ନିୟମର ଲାଗୁ କରିବା ପାଇଁ ମାର୍ଗଦର୍ଶିକା ପ୍ରଚଳନ କରିଛି । ଏହି ଅଡିଟ୍ ଓଭର୍ ବିଲିଙ୍ଗ ପ୍ରକାଶିତ ଟାରିଫ୍ ତୁଳନାରେ ଗ୍ରାହକମାନଙ୍କ ଉପରେ ପଡିଥିବା ରୋମିଙ୍ଗ ଦେୟ, ଭାଲ୍ୟୁ ଆଡେଡ୍ ସେବା ପାଇଁ ଦେୟ, ବିଲ୍ ବିତରଣ ପ୍ରକ୍ରିୟାର ସଠିକତା ବିଲିଙ୍ଗ ଅଭିଯୋଗଗୁଡିକର ସମାଧାନ ଓ ଅଭିଯୋଗ ପରିଚାଳନା ପଦ୍ଧତି ରିଚାର୍ଜ ପାଇଁ ଆକ୍ଟିଭେସନ୍ ସମୟ ଯାଞ୍ଚ କରିବା ଇତ୍ୟାଦି କାର୍ଯ୍ୟ କରିଥାଏ । ଅଡିଟ୍ ସମୟରେ ଦେଖା ଦେଇଥିବା ପଦ୍ଧତିଗତ ଅଭାବଗୁଡିକ ସମୟାନୁସାରେ ଠିକ୍ କରାଯିବ । ମାପ ତଥା ବିଲିଙ୍ଗ ବ୍ୟବସ୍ଥାର ଅଡିଟ୍ ଅନେକ ପଦ୍ଧତିଗତ ସମସ୍ୟାଗୁଡିକ ଚିହ୍ନଟ କରିବାରେ ସାହାଯ୍ୟ କରିବା ସହିତ ସେବା ପ୍ରଦାନକାରୀଙ୍କୁ ସେମାନଙ୍କ ବ୍ୟବସ୍ଥା ପଦ୍ଧତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଛି ଯାହା ଦ୍ଵାରା ବିଲିଙ୍ଗ ଅଭିଯୋଗ ସଂଖ୍ୟା ହ୍ରାସ ପାଇଛି ।

ମୋବାଇଲ୍ ନମ୍ବର ପୋର୍ଟେବିଲିଟି

ମୋବାଇଲ୍ ନମ୍ବର ପୋଟେବିଲିଟି ଏକ ସୁବିଧା ଯାହା ଦ୍ଵାରା ଜଣେ ଗ୍ରାହକ ନିଜ ମୋବାଇଲ୍ ନମ୍ବର ପରିବର୍ତ୍ତନ ନ କରି ଗୋଟିଏ ଲାଇସେନ୍ସ ପ୍ରାପ୍ତ ସେବାକ୍ଷେତ୍ର ମଧ୍ୟରେ ଗୋଟିଏ ସେବା ପ୍ରଦାନକାରୀଙ୍କ ଠାରୁ ଯେ କୌଣସି ମୋବାଇଲ୍ ଟେକ୍ ନୋଲୋଜିର ଅନ୍ୟ ସେବା ପ୍ରଦାନକାରୀଙ୍କ ନିକଟକୁ କିମ୍ବା ସମାନ ସେବା ପ୍ରଦାନକାରୀ ଅଧୀନରେ ଗୋଟିଏ ସେଲ୍ୟୁଲାର ମୋବାଇଲ୍ ଟେକ୍ ନୋଲୋଜିରୁ ଅନ୍ୟକୁ ଯାଇପାରିବେ । ପୋର୍ଟେବିଲିଟି ପ୍ରକ୍ରିୟାରେ ତିନୋଟି ପକ୍ଷ ଥାଆନ୍ତି

  • ପୋର୍ଟେବିଲିଟି କରିବାକୁ ଚାହୁଁଥିବା ଗ୍ରାହକ
  • ଡୋନର ଅପରେଟର ବା ସେବା ପ୍ରଦାନକାରୀ ଯାହା ଠାରୁ ଗ୍ରାହକ ଯିବାକୁ ଚାହୁଁଛନ୍ତି
  • ଋଷିପିଏଣ୍ଟ ଅପରେଟର( ନୂତନ ସେବା ପ୍ରଦାନକାରୀ) ଯାହା ନିକଟକୁ ଗ୍ରାହକ ଯିବାକୁ ଚାହୁଁଛନ୍ତି ।

ପୋର୍ଟିଂପଦ୍ଧତି

ନିଜ ମୋବାଇଲ୍ ନମ୍ବର ପୋର୍ଟିଂ କରିବାକୁ ଚାହୁଁଥିବା ଜଣେ ଗ୍ରାହକଙ୍କୁ ନିମ୍ନଗୁଡିକ

  • ଋଷିପିଏଣ୍ଟ ଅପରେଟର  ସହିତ ଯୋଗାଯୋଗ କରିବେ ଯାହା ନିକଟକୁ ସେ ତାଙ୍କ ମୋବାଇଲ୍ ନମ୍ବର ପୋର୍ଟ କରିବାକୁ ଚାହୁଁଛନ୍ତି ।
  • ଆରଓ ଠାରୁ କଷ୍ଟମର୍ ଆକ୍ୱିଜିସନ୍ ଫର୍ମ ( ସିଏଏଫ୍) ଓ ପୋର୍ଟିଂ ଫର୍ମ ଆଣିବେ ।
  • ଧ୍ୟାନପୂର୍ବକ  ଯୋଗ୍ୟତା ପୋର୍ଟିଂ ଅନୁରୋଧଗୁଡ଼ିକର  ଖାରଜ ପାଇଁ ଅନୁମୋଦିତ କାରଣ ଓ ଅନ୍ୟ ପରିସ୍ଥିତିଗୁଡିକ ପଢନ୍ତୁ ।
  • ପୋର୍ଟ ହେବାକୁ ଥିବା ମୋବାଇଲ୍ ନମ୍ବର ରୁ ଏସ୍ ଏମ୍ ଏସ୍ ପଠାଇ ଡୋନର ଅପରେଟର ଠାରୁ ଏକକ ପୋର୍ଟିଂ କୋଡ୍ ( ୟୁପିସି) ପାଆନ୍ତୁ । ୟୁପିସି ପାଇବା ପାଇଁ, ପୋର୍ଟହେବାକୁ ଥିବା ନମ୍ବର ରୁ ପରେ ସ୍ପେସ୍ ଦେଇ ଦଶ ଅଙ୍କ ବିଶିଷ୍ଟ ମୋବାଇଲ୍ ନମ୍ବର ଲେଖି ୧୯୦୦ କୁ ଏସଏମଏସ୍ କରନ୍ତୁ । ଧ୍ୟାନ ଦିଅନ୍ତୁ ଯେ ଏପରି ଭାବେ ପାଇଥିବା ୟୁପିସି ସମସ୍ତ ସେବାକ୍ଷେତ୍ର ପାଇଁ ୧୫ ଦିନ ପର୍ଯ୍ୟନ୍ତ ବୈଧ କିନ୍ତୁ ଜାମ୍ମୁ ଓ କାଶ୍ମୀର, ଉତ୍ତରପୂର୍ବ ଓ ଆସାମ ଅଞ୍ଚଳରେ ଏହା ୩୦ ଦିନ ପର୍ଯ୍ୟନ୍ତ ବୈଧ ।

ଟିପ୍ପଣୀ : ଯେହେତୁ ଜାମ୍ମୁ ଓ କାଶ୍ମୀରରେ ପ୍ରିପେଡ୍ ଏସଏମଏସ୍ ଅନୁମୋଦିତ ନୁହେଁ, ତେଣୁ ଗ୍ରାହକଙ୍କୁ ୧୯୦୦ ଡାଏଲ୍ କାରୀ ୟୁପିସି ପାଇବାକୁ ହେବ । ୧୯୦୦ ରେ ଅପରେଟର ଗ୍ରାହକଙ୍କ ନମ୍ବର ନିଶ୍ଚିତ କରିସାରିବା ପରେ ୟୁପିସି ଯୋଗାଇବେ ।

  • ଯଦି ଯୋଗ୍ୟ, ତେବେ ୟୁପିସି ସହିତ ସିଏଏଫ୍ ଓ ପୋର୍ଟିଂ ଫର୍ମ ପୂରଣ କରନ୍ତୁ ।
  • ରିସିପିଏଣ୍ଟ ଅପରେଟରକୁ ଆବଶ୍ୟକୀୟ  କାଗଜପତ୍ରର ନକଲ ସହିତ ସିଏଏଫ୍ ଓ ପୋର୍ଟିଂ ଫର୍ମ କୁ ଠିକ୍ ଭାବେ ପୂରଣ କାରୀ ଦିଅନ୍ତୁ ।
  • ପୋଷ୍ଟ-ପେଡ୍ ଗ୍ରାହକଙ୍କୁ ପୋର୍ଟିଂ ଫର୍ମ ଓ ସିଏଏଫ୍ ସହିତ ସେସ ବିଲର ପୈଠ କରିବା ଗୋଟିଏ ନକଲ ପ୍ରଦାନ କରନ୍ତୁ ।
  • ରିସିପିଏଣ୍ଟ ଅପରେଟର ଠାରୁ ନୂତନ ସିମ୍ କାର୍ଡ ପାଆନ୍ତୁ

କର୍ପୋରେଟ୍ ଗ୍ରାହକ

କର୍ପୋରେଟ୍ ମୋବାଇଲ୍ ନମ୍ବର ବା ଯେଉଁ ମୋବାଇଲ୍ ନମ୍ବର ବ୍ୟବସାୟୀକ ଅନୁଷ୍ଠାନ, ଫାର୍ମ ବା ଅନ୍ୟ ପ୍ରତିଷ୍ଠାନ ବା ଉପଦେଷ୍ଟାଙ୍କ ନାମରେ ଦିଆଯାଇଥାଏ, ସେଗୁଡିକର ପୋର୍ଟିଂ କ୍ଷେତ୍ରରେ ପୋର୍ଟିଂ କ୍ଷେତ୍ରରେ ପୋର୍ଟିଂ ଅନୁରୋଧ ସହ ସଠିକ୍ ଶୈଳୀରେ ଗ୍ରାହକଙ୍କ ପ୍ରାଧିକାରୀ ସ୍ଵାକ୍ଷରକାରୀଙ୍କ ଠାରୁ ଏକ ପ୍ରାଧିକୃତ ଚିଠି ମଧ୍ୟ ଦେବାକୁ ହେବ ।

କର୍ପୋରେଟ୍ ମୋବାଇଲ୍ ନମ୍ବର ପୋର୍ଟିଂ ଅନୁରୋଧ କ୍ଷେତରରବେ ପଚାଶରୁ ଅଧିକ ମୋବାଇଲ୍ ନମ୍ବର ଏକ ସମୟରେ ପୋର୍ଟ କରାଯିବ ନାହିଁ ଓ ଏପରି ପ୍ରତ୍ୟେକ ମୋବାଇଲ୍ ନମ୍ବର ପୋର୍ଟିଂ ଦେୟ ପୈଠ କରିବାକୁ ହେବ ।

ଏକରୁ ଅଧିକ ମୋବାଇଲ୍ ନମ୍ବର ପୋର୍ଟିଂ ଅନୁରୋଧ ହେଲେ, ସମସ୍ତ ମୋବାଇଲ୍ ନମ୍ବର ଗୋଟିଏ ଡୋନାର ଅପରେଟର୍ ର ହେବା ଆବଶ୍ୟକ ।

ପୋର୍ଟିଂ ପାଇଁ ଯୋଗ୍ୟତା

ମୋବାଇଲ୍ ନମ୍ବର ଥିବା ଜଣେ ଗ୍ରାହକ ତାଙ୍କ ମୋବାଇଲ୍ ସଂଯୋଗ ଆକ୍ଟିଭେଟ୍ ହେବା ଦିନ ଠାରୁ ୯୦ ଦିନ ପରେ ହିଁ ପୋର୍ଟିଂ ଅନୁରୋଧ କରିବାକୁ ସକ୍ଷମ ହୋଇପାରିବେ ।  ଯଦି ମୋବାଇଲ୍ ନମ୍ବର ଠାରେ ପୋର୍ଟ ହୋଇସାରିଛି ତେବେ, ସେହି ପୋର୍ଟିଂ ୯୦ ଦିନ ପରେ ନମ୍ବରକୁ ପୁଣି ପୋର୍ଟିଂ କରି ହେବ ।

ପୋର୍ଟିଂ ଅନୁରୋଧ ସମୟରେ, ପୋଷ୍ଟ- ପେଡ୍ ଗ୍ରାହକଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ହେବ ଯେ ସେ ଶେଷ ବିଲର ପୈଠ ଡୋନର ଅପରେଟରଙ୍କୁ ଦେଇସାରିଛନ୍ତି ଓ ପୋର୍ଟିଂ ହେବା ପର୍ଯ୍ୟନ୍ତ ଡୋନର ଅପରେଟର୍ ଙ୍କୁ  ସମସ୍ତ ଦେୟ ପୈଠ କରିବାକୁ  ବାଧ୍ୟ ଓ ରାଜି ହେଉଛନ୍ତି ଯେ ଡୋନର ଅପରେଟରଙ୍କୁ କୌଣସି ଦେୟ ବାକିଆ ରହିଲେ, ପୋର୍ଟ ହୋଇଥିବା ମୋବାଇଲ୍ ନମ୍ବର ରିସିପିଏଣ୍ଟ ଅପରେଟିଂଙ୍କ ଦ୍ଵାରା କାଟିଦିଆଯିବ ।

ପ୍ରି- ପେଡ୍ ଗ୍ରାହକଙ୍କ କ୍ଷେତ୍ରରେ ତାଙ୍କୁ ଏକ ସତ୍ୟପାଠ ଦେବାକୁ ହେବ ଯେ ସେ ଜାଣନ୍ତି ଯେ ପୋର୍ଟିଂ ସମୟରେ ବଳକା ଟକ୍ ଟାଇମ୍ ଯଦି ଥାଏ, ତାହା ଶେଷ ହୋଇଯିବ ।

ପୋର୍ଟିଂ ଅନୁରୋଧ ଖାଇଜ କରିବାର କାରଣ

ପୋର୍ଟିଂ ଅନୁରୋଧ ଖାରଜ ହୋଇପାରିବ ଯଦି

  • ବାକିଆ ପୈଠ ୧୦/- ଟଙ୍କା ବା ତାହା ଠାରୁ ଅଧିକ ରହିଥିବ ।
  • ନୂତନ ସଂଯୋଗ ଆକ୍ଟିଭେସନ୍ ତାରିଖର ନବେ ଦିନ ପୂର୍ବରୁ ଏହା କରାଯାଇଥିବ ।
  • ମୋବାଇଲ୍ ନମ୍ବର ମାଲିକାନାରେ ପରିବର୍ତ୍ତନ ପ୍ରକ୍ରିୟା ଚାଲିଥିବ ।
  • ପୋର୍ଟ ହେବାକୁ ଥିବା ମୋବାଇଲ୍ ନମ୍ବର ଆଇନଗତ କାରଣରୁ ନିଷିଦ୍ଧ ଥିବ ।
  • ଗ୍ରାହକ ଅନ୍ୟ ସେବାକ୍ଷେତ୍ରରେ ପୋର୍ଟିଂ ପାଇଁ ଅନୁରୋଧ କରିଥିବେ ।
  • ପୋର୍ଟିଂ ଅନୁରୋଧରେ ଦିଆଯାଇଥିବା ଏକକ ପୋର୍ଟିଂ କୋଡ଼୍ ପୋର୍ଟ ହେ୪ବାକୁ ଥିବା ମୋବାଇଲ୍ ନମ୍ବର ପାଇଁ ଡୋନର ଅପରେଟର ଦ୍ଵାରା ଦିଆଯାଇଥିବା ପୋର୍ଟିଂ କୋଡ୍ ଠାରୁ ଅଲଗା ହୋଇଥିବା ବା ୟୁପିସିର ବୈଧତା ଶେଷ ହୋଇଯାଇଥିବ ।
  • ଅପରେଟର କୌଣସି ଏକକ ପୋର୍ଟିଂ କୋଡ୍ ପାଇବା ପୂର୍ବରୁ ଏହାର ଅବଧି ଶେଷ ହୋଇଯାଇଥିବ ।

ପୋର୍ଟିଂ ଅନୁରୋଧର ପ୍ରତ୍ୟାହାର

ଜଣେ ଗ୍ରାହକ ରିସିପିଏଣ୍ଟ ଅପରେଟରଙ୍କ ଲିଖିତ ଭାବେ ଜଣାଇ ପୋର୍ଟିଂ ଅନୁରୋଧର ୨୪ଘଣ୍ଟା ମଧ୍ୟରେ ଅନୁରୋଧକୁ ପ୍ରତ୍ୟାହାର କରିପାରିବେ । ଯଦିଓ, ସେବା ପ୍ରଦାନକାରୀ ଦିଆଯାଇଥିବା ପୋର୍ଟିଂ ଦେୟ ଫେରାଇବାକୁ ବାଧ୍ୟ ନୁହଁନ୍ତି ।

ପୋର୍ଟିଂ ସମୟ

ନିୟମାନୁସାରେ ସମସ୍ତ ଲାଇସେନସ୍ ପ୍ରାପ୍ତ ସେବାକ୍ଷେତ୍ରରେ  ପୋର୍ଟିଂ ପ୍ରକ୍ରିୟା ସର୍ବାଧିକ ୭ ଦିନ ସାମୀ ମଧ୍ୟରେ ସମ୍ପୁର୍ଣ୍ଣ ହେବା ଆବଶ୍ୟକ, କେବଳ ଜାମ୍ମୁ ଓ କାଶ୍ମୀର , ଆସାମ ଓ ଉତ୍ତରପୂର୍ବାଞ୍ଚଳରେ ଥିବା ଲାଇସେନ୍ସ ପ୍ରାପ୍ତ ସେବା କ୍ଷେତ୍ରଗୁଡିକ  ସର୍ବାଧିକ ୧୫ କାର୍ଯ୍ୟଦିବସ ଦିଆଯାଏ ।

ପୋର୍ଟ ହୋଇଥିବା ନମ୍ବର ଆକ୍ଟିଭେସନ୍

  • ରିସିପିଏଣ୍ଟ ଅପରେଟର ଗ୍ରାହକଙ୍କୁ ପୋର୍ଟିଂ ତାରିଖ ଓ ସମୟ ଜଣାଇବେ ।
  • ପୋର୍ଟିଂ ତାରିଖରେ ସେବା ବ୍ୟାଘାତ ସମୟ ରାତ୍ରି ସମୟରେ ପ୍ରାୟ ୨ଘଣ୍ଟା ହେବ ।
  • ଦିଆଯାଇଥିବା ତାରିଖ ଓ ସମୟପରେ ପୁରୁଣା ସିମକୁ ବାହାର କରି ଫୋନରେ ପ୍ରି-ପେଡ୍ ଥିବା ବଳକା ବାଲାନ୍ସ ନୂତନ ସିମରେ ପାଇବେ ନାହିଁ ।

ଅନିଚ୍ଛାକୃତ ବ୍ୟବସାୟୀକ ଯୋଗାଯୋଗଗୁଡିକ ରୋକିବା ( ସିୟୁସିସି)

ଦୁରସଞ୍ଚାର ଗ୍ରାହକଙ୍କ ସମସ୍ୟା ଓ ଅସୁବିଧାର ଗୋଟିଏ ମୁଖ୍ୟ ଅନିଚ୍ଛାକୃତ ବ୍ୟବସାୟିକ ଯୋଗାଯୋଗ ( ୟୁସିସି) କୁ ରୋକିବା ପାଇଁ, ତରାଇ 1 ଡିସେମ୍ବର 2010ରେ, ଟେଲିକମ୍ କମର୍ସିଆଲ୍ କମ୍ୟୁନିକେସନ୍ସ କଷ୍ଟମର ପ୍ରିଫରେନସ ରେଗୁଲେସନ୍ସ 2010” ଲାଗୁ କରିଥିଲେ । ଏହା ନ୍ୟାସନାଲ୍ କଷ୍ଟମର ପ୍ରିଫରେନସ ରେଜିଷ୍ଟର ( ଏନସିପିଆର) କରିଛି, ଯେଉଁଠାରେ ଗ୍ରାହକମାନେ ସମସ୍ତ ବ୍ୟବସାୟିକ ଯୋଗାଯୋଗଗୁଡିକ ବନ୍ଦ କରିପାରିବେ ବା ସମୟ କଲ୍/ ଏସଏମଏସ୍ ଚାଲୁ ରାଖୀ ପାରିବେ ବା ନିମ୍ନ 7 ଟି ବିଭାଗରୁ ଚୟନ କରି ବନ୍ଦ କରିପାରିବେ ।

  • ବ୍ୟାଙ୍କିଙ୍ଗ /ବୀମା/ ଅର୍ଥନୈତିକ ଉତ୍ସାହ/ କ୍ରେଡିଟ୍ କାର୍ଡ
  • ରିଅଲ୍ ଇଷ୍ଟେଟ
  • ଶିକ୍ଷା
  • ସ୍ୱାସ୍ଥ୍ୟ
  • ଗ୍ରାହକ ଉତ୍ପାଦ ଓ ଅଟୋମୋବାଇଲ୍
  • ଯୋଗାଯୋଗ ପ୍ରସାରଣ ଆପ୍ୟାୟନ ଆଇଟି ଓ
  • ପର୍ଯ୍ୟଟନ ଓ ଅବକାଶ

ଟେଲିକମ୍ କମର୍ସିଆଲ କମ୍ୟୁନିକେସନ୍ସ ରେଗୁଲେସନ୍ସ ର ମୁଖ୍ୟ ବୈଶିଷ୍ଟ୍ୟ

ଟାଇ ଏହି ସବୁ ନିୟମଗୁଡିକ ଲାଗୁ କରି ନିୟମିତ ଏହାର ପାଞ୍ଚ କରୁଛି ଓ ନିୟନମା ଲାଗୁ ହେବା ସମୟରେ ଉପଯୁଥିବା ବିଛିନ୍ ସମସ୍ୟାର ସମାଧାନ କରିଛି । ଏହି ବ୍ୟବସ୍ଥାରେ ଅପବ୍ୟବହାରକୁ ରୋକିବା ତଥ୍ୟା ନିୟନ୍ତ୍ରଣ\  ଫ୍ରେମ ୱାର୍କକୁ ଶକ୍ତି  କରିବା ପାଇଁ ଟ୍ରାଇ ଏହି ନିୟମମାନ ତଥା ଦିଗଗୁଡିକରେ ଅନେକ ସଂଶୋଧକ କରିଛି  ଅନିଚ୍ଛାକୃତ ବ୍ୟାକବସାୟିକ ଯୋଗାଯୋଗ ନିୟନ୍ତ୍ରଣ କରିବା  ପାଇଁ କେଇଯାଇଥିବା ବିଭିନ୍ନ ସଂଶୋଧନ ତଥ୍ୟା ବିଭିନ୍ନ ଡ଼ିଆଇଜି ସହ ଟେଲିକମ୍ କମରସିଆ  କମ୍ୟୁନିକେଶନ କଷ୍ଟମର୍ର ପୃଫେରେସନ ରେଗୁଲେସନସର ଇଏଚଆଇ ବୈଶିସ୍ତ୍ୟାଗୁଡିକ ନିମ୍ନରେ ଦିଆଯାଇଛି ।

  • ଉତ୍ସକୁ ନେବା ପୂର୍ବରୁ ଟେଲିମାର୍କେଟର ମାନେ ଟ୍ରାଇକୁ 5000 ଟଙ୍କା ପଞ୍ଜୀକରଣ ଫି ଦେଇ ପଞ୍ଜୀକୃତ ହେବାକୁ ପଡିବ ଓ ଅପରେଟରଙ୍କ ନିକଟରେ  ସିକ୍ୟୁରିଟି ଡେପୋଜିଟ୍ ଭାବେ 50,000 ଟଙ୍କା ରଖିବେ ।
  • ନିୟମରେ ଖିଲାପ ହେଲେ ଟେଲିମାର୍ଟେଟର କରିଥିବା ସିକ୍ୟୁରିଟି ଡିପୋଜିଟରୁ ଆର୍ଥିକ ଦଣ୍ଡବ୍ୟବସ୍ଥା ଅନୁସାରେ ଅର୍ଥ ଅସୁଲ କରାଯିବ ।
  • ଯଦି ଟେଲିମାର୍କେଟର ମାନେ ନିୟମଗୁଡିକରେ ଥିବା ବ୍ୟବସ୍ଥା ଛଅ ଥର ଭାଙ୍ଗିବେ, ସେମାନଙ୍କ ସମସ୍ତ ଦୁରସଞ୍ଚାର ଉତ୍ସଗୁଡିକ ଡିସ୍ କନେକ୍ଟ କରାଯିବ ଓ ସେମାନେ ବ୍ଳାକଲିଷ୍ଟେଡ୍ ହୋଇଯିବେ, ଯାହା ଦ୍ଵାରା ସେମାନେ କୌଣସି ଦୂରସଞ୍ଚାର ଉତ୍ସକୁ ପର ବର୍ତ୍ତୀ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ।
  • ଟେଲିମାର୍କେଟର୍ ମାନଙ୍କ ଭଏସ୍ କଲ୍ ପାଇଁ ଅଲଗା ୧୪୦ ରେ ଆରମ୍ଭ ହେଉଥିବା ନମ୍ବର ପର୍ଯ୍ୟାୟ ଯାହା ଦ୍ଵାରା ଟେଲିମାର୍କେଟର୍ ଭଏସ୍ କଲ୍ କୁ ସହଜରେ ଜାଣିହେବ ।
  • ଦ୍ଵିସ୍ତରୀୟ ଫିଲ ଟରିଙ୍ଗ ପଦ୍ଧତି, ଯାହା ଦ୍ଵାରା ଉଭୟ ଟେଲିମାର୍କେଟର ଓ ଆକସେସ୍ ପ୍ରୋଭାଇଡର୍ ମାନେ ଅନିଚ୍ଛାକୃତ ବ୍ୟବସାୟିକ କଲ୍ ଓ ଏସଏମଏସ୍ ଗୁଡିକର ସଠିକ୍ ଫିଲଟରିଙ୍ଗ ନିଶ୍ଚିତ କରିବା ଆବଶ୍ୟକ ଯାହା ଦ୍ଵାରା ଯଦି ଜଣେ ଗ୍ରାହକ ଏନସିପିଆର ରେ ପଞ୍ଜୀକୃତ ହୋଇଥାଆନ୍ତି ତେବେ ସେ କୌଣସି କଲ୍ ବା ଏସଏମଏସ୍ ପାଇବେ ନାହିଁ ।
  • ଗ୍ରାହକମାନେ ସହଜରେ ଜାଣିବା ପାଇଁ କାରବାର ଓ ପ୍ରମୋସନ୍ ମେସେଜ୍ ଗୁଡିକର ହେଡର ଅଲଗା ଅଲଗା ରହିବ ।
  • ସେବା ପ୍ରଦାନକାରୀମାନେ ନୂତନ ଗ୍ରାହକମାନକ ଠାରୁ ସତ୍ୟପାଠ ନେବେ ଯେ ସେ ସଂଯୋଗର କୌଣସି ଅପବ୍ୟବହାର କରିଲେ ତେବେ ତାଙ୍କ ସଂଯୋଗ ବିଚ୍ଛିନ୍ନ କରାଗଲେ ସେଥିପାଇଁ ସେ ନିଜର ଦାୟୀ ରହିବେ ।
  • ଯଦି ଜଣେ ଗ୍ରାହକ ନିଜର ଟେଲିଫୋନ୍ ସଂଯୋଗକୁ ପ୍ରମୋସନଲ୍ ମେସେଜ୍ ପଠାଇବାରେ ବ୍ୟବହାର କରୁଛନ୍ତି, ତେବେ ପ୍ରଥମ ଅଭିଯୋଗରେ ତାଙ୍କର ସଂଯୋଗ କାଟିଦିଆଯିବ ଓ ତାଙ୍କର ନାମ ଓ ଠିକଣାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ଳାକ୍ ଲିଷ୍ଟ ଠିକଣାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବ୍ଳାକ୍ ଲିଷ୍ଟ କରାଯିବ । ବ୍ଳାକ୍ ଲିଷ୍ଟ ହେବା ପରେ, ତାଙ୍କ ନାମରେ ଥିବା ସମସ୍ତ ସେବା ପ୍ରଦାନକାରୀଙ୍କ ସମସ୍ତ ଟେଲିଫୋନ୍ ସଂଯୋଗ କାଟିଦିଆଯିବ ଓ ଦୁଇ ବର୍ଷ ପର୍ଯ୍ୟନ୍ତ ସେ କୌଣସି ସଂଯୋଗ ନେଇପାରିବେ ନାହିଁ । ଭୁଲ୍ ସଂଯୋଗ କାଟିବାର କୌଣସି ଅଭିଯୋଗ ସେବା ପ୍ରଦାନକାରୀଙ୍କ ନିକଟରେ ସମାଧାନ ହେବ ।
  • ଯଦି ଜଣେ ବ୍ୟକ୍ତିଙ୍କ ପକ୍ଷରୁ ସେହି ମୋବାଇଲ୍ ନମ୍ବର ବା ଅନ୍ୟ ଏକ ଟେଲିଫୋନ୍ ନମ୍ବର ରୁ ବ୍ୟବସାୟିକ ଦେଣନେଇ ହୋଇଥାଏ ତେବେ ସେହି ବ୍ୟକ୍ତିଙ୍କ ଦୂରସଞ୍ଚାର ଉତ୍ସଗୁଡିକ ଦୁଇ ଥର ନୋଟିସ୍ ପରେ କାଟିଦିଆଯିବ । ଉଦାହରଣ ସ୍ୱରୂପ ଅନପଞ୍ଜୀକୃତ ଟେଲିମାର୍କେଟର ମାନେ ଯଦି ସେମାନଙ୍କ ମୋବାଇଲ୍ ସଂଯୋଗ ବ୍ୟବହାର କାରୀ ମାନେ କରନ୍ତୁ ରିଅଲ୍ ଇଷ୍ଟେଟ୍ କମ୍ପାନୀଗୁଡ଼ିକ ପାଇଁ ବ୍ୟବସାୟିକ ଯୋଗାଯୋଗ କରନ୍ତି, ତେବେ ସେହି ରିଅଲ୍ ଇଷ୍ଟେଟ୍ କମ୍ପାନୀର ଉତ୍ସଗୁଡିକ ଦୁଇ ଥର ଲଙ୍ଘନ କରିବା ନୋଟିସ୍ ପାଇବା ପରେ ସଂଯୋଗ କାଟିବା ପାଇଁ ଦାୟୀ ରହିବେ ।
  • ସେବା ପ୍ରଦାନକାରୀମାନେ ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ଦେଣନେଣ ସେସେଜ୍ ଗୁଡିକ ଛଡା ଏସଏମଏସ୍ ସହ ଅନ୍ୟ କୌଣସି ବ୍ୟବସାୟି କେଏନ ଯୋଗାଯୋଗ କେବଳ ସକାଳ ୯ ଟାରୁ ରାତି ୯ତା ମଧ୍ୟରେ ପଠାଯିବ ।
  • ସିମ୍ ପ୍ରତି ଦିନ ପ୍ରତି ୧୦୦\ ଏସଏମଏସ୍ ରୁ ଅଧିକ ପ୍ରତ୍ୟେକ ଏସଏମଏସ୍ ପାଇଁ ଏସଏମଏସ୍ ପ୍ରତି ସର୍ବନିମ୍ନ ୫୦ ପଇସା ପୈଠ କରିବାକୁ ହେବ । ଦିନକୁ ୧୦୦ ଟି ଏସଏମଏସ୍ ପ୍ୟାକ୍ ରେଟ୍ଟ କାର୍ଯ୍ୟ କରିବା ନାହିଁ ।
  • ସେବାପ୍ରଦାନକାରୀ ଗ୍ରାହକମାନଙ୍କୁ ଅତି କମ୍ ରେ ଛଅ ମାସରେ ଥରେ ଏସଏମଏସ୍ ମାଧ୍ୟମରେ ୟୁସିସି ନ ପଠାଇବା ବିଷୟରେ ଜଣାଇବେ ।
  • ସେବା ପ୍ରଦାନକାରୀମାନେ ୱେବ୍ ଆଧାରିତ ୟୁସିସି ଅଭିଯୋଗ ଦାଖଲ ବ୍ୟବସ୍ଥା ଲାଗୁ କରିବା ସହିତ ଗ୍ରାହକଙ୍କୁ ୟୁସିସି ଅଭିଯୋଗ ଦାଖଲ କରିବାକୁ ସକ୍ଷମ କରିବା ପାଇଁ ଏକ ଅଲଗା ଇ-ମେଲ୍ ଠିକଣା ଲାଗୁ କରିବେ ।
  • ଏସଏମଏସ୍ ମାଧ୍ୟମରେ ୟୁସିସି ଅଭିଯୋଗ ଦାଖଲ କରିବା ସରଲ କରାଯାଇଛି । ୟୁସିସି ଏସଏମଏସ୍ ସହ ଟେଲିଫୋନ୍ ନମ୍ବର ଓ ଏସଏମଏସ୍ ପାଇଥିବା  ତାରିଖକୁ 1909 କୁ ଫରୱାର୍ଡ କାରୀ ଅଭିଯୋଗ ଦାଖଲ କରିହେବ ।

କିପରି ପଞ୍ଜୀକୃତି କରିବେ

  • ଜଣେ ଗ୍ରାହକ ଟୋଲ୍ ଫ୍ରି ନମ୍ବର 1909 କୁ କଲ୍ କରି ଗ୍ରାହକ ସେବା ଅଧିକାରୀଙ୍କୁ ନିଜର ପଞ୍ଜୀକରଣର ପସନ୍ଦ ଜଣାଇ ପଞ୍ଜୀକରଣ ବା ପରିବର୍ତ୍ତନ କରିପାରିବେ । ସେଗୁଡିକ ହେଉଛି ସମ୍ପୁର୍ଣ୍ଣ ବନ୍ଦ ବା ଆଂଶିକ ବନ୍ଦ, ଯଦି ଚୟୁନଟି ଆଂଶିକ ବନ୍ଦ, ଥାଏ, ତେବେ ୭ ଟି ବିଭାଗ ମଧ୍ୟରୁ କୌଣସି ଚୟୁନ ବା ପସନ୍ଦର ପରିବର୍ତ୍ତନ । ଗ୍ରାହକ ସେବା ଅଧିକାରୀ ଏହା ନିଶ୍ଚିତ କରିବେ ଓ ଗ୍ରାହକଙ୍କ ପସନ୍ଦକୁ ପ୍ରୋଭାଇଡର କଷ୍ଟମର ପ୍ରିଫରେନସ୍ ରେଜିଷ୍ଟରରେ ପଞ୍ଜୀକରଣ କରିବେ । ଗ୍ରାହକ ଏସଇବିଏଏ ଏଡ଼ିଏଚଆଇକେଏଆରଆଇ କେଏଆରଆଇଟିଏଚଆଇବିଏଏ । ପସନ୍ଦ ଗୁଡିକ ଏସଏମଏସ୍ ମାଧ୍ୟମରେ ଆପଣଙ୍କୁ ଜଣାଇବେ ଓ ଏକକ ପଞ୍ଜୀକରଣ ନମ୍ବର ମଧ୍ୟ ଆପଣଙ୍କ ନିକଟକୁ ଏସଏମଏସ୍ ମାଧ୍ୟମରେ ପଠାଇବେ ।
  • ଗ୍ରାହକ ମଧ୍ୟ ଛୋଟ କୋଡ୍ 1909 କୁ କଲ୍ କରି ଓ ଆଇଭିଆର ଏସ୍ ଦ୍ଵାରା କୁହାଯିବା ଅନୁସାରେ ପସନ୍ଦକୁ ପଞ୍ଜୀକରଣ କରି ବା ପରିବର୍ତ୍ତନ କରିବା ପାଇଁ ଚୟନ କରି ପସନ୍ଦକୁ ପଞ୍ଜୀକରଣ ବା ପରିବର୍ତ୍ତନ କରିପାରିବେ । ଆଇଭିଆର ଏସ୍ ଏହି କାର୍ଯ୍ୟକୁ ସୁନିଶ୍ଚିତ କରିବ । ଗ୍ରାହକଙ୍କୁ ପସନ୍ଦ ପଞ୍ଜୀକରଣ ଓ ଏକକ ପଞ୍ଜିକାରନ  କୋର୍ଡ ଜଣାଇ ଦିଆଯିବ ।
  • ଇଚ୍ଛୁକ ଗ୍ରାହକ 1909କୁ ଏସଏମଏସ୍ କରି ମଧ୍ୟ ପସନ୍ଦ ପଞ୍ଜୀକରଣ କରିପାରିବେ । ଉଦାହରଣ ସ୍ୱରୂପ ଯଦି ଗ୍ରାହକ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତେବେ ସେ  ଜଝଅଛଝ<ସ୍ପେସ୍> 0 ଲେଖି 1909 କୁ ମେସେଜ୍ କରିବେ । ଯଦି ଜଣେ କେବଳ ବ୍ୟାଙ୍କିଙ୍ଗ/ ବୀମା ସମ୍ପର୍କିତ ତଥ୍ୟ ପାଇବାକୁ ଚାହିଁନ୍ତି, ତାଙ୍କୁ ଜଝଅଛଝ < ସ୍ପେସ୍> ୧ ଲେଖି ମେସେଜ୍ କରିବାକୁ ହେବ । ଆଂଶିକ ବନ୍ଦ ଚୟନ କରି ୭ଟି ବିଭାଗ ମଧ୍ୟରୁ କୌଣସି ଏକାଧିକ ବିକଳ୍ପ ଚୟନ କରିବା ପାଇଁ ଜଝଅଛଝ < ସ୍ପେସ୍>୧,୨ ଚ୍ଛ ଲେଖି ମେସେଜ୍ କରିବେ ।
  • ଗ୍ରାହକ 1909 କୁ ଏସଏମଏସ୍ କରି ମଧ୍ୟ ପସନ୍ଦ ପଞ୍ଜୀକରଣ କରିପାରିବେ । ଉଦାହରଣ ସ୍ୱରୂପ ଯଦି ଗ୍ରାହକ ସମ୍ପୁର୍ଣ୍ଣ     ବନ୍ଦ କରିବାକୁ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତେବେ ସେ START <ସ୍ପେସ୍>0" ଲେଖି 1090କୁ ମେସେଜ୍    କରିବେ । ଯଦି ଜଣେ କେବଳ ବ୍ୟାଙ୍କିଙ୍ଗ / ବୀମା ସମ୍ପର୍କିତ ତଥ୍ୟ ପାଇବାକୁ ଚାହିଁନ୍ତି, ତାଙ୍କୁ START < ସ୍ପେସ୍>1"     ଏକାଧିକ ବିକଳ୍ପ ଚୟନ କରିବା ପାଇଁ " START<ସ୍ପେସ୍>1,2,.... ଲେଖି ମେସେଜ୍ କରିବେ ।
  • ଜଣେ ଗ୍ରାହକ 1909 କୁ ଭଏସ୍ କଲ୍ କରି ବା 1909କୁ ଆଇଭିଆରଏସ୍ କଲ୍ କରି ବା 1909କୁ ଏସଏମଏସ୍  କରି ତାଙ୍କର ପଦନ୍ଦକୁ ବନ୍ଦ/ ପରିବର୍ତ୍ତନ କରିପାରିବେ । କୌଣସି ଆଂଶିକ ବନ୍ଦ/ ଚୟନ କରାଯାଇଥିବା ପସନ୍ଦର ମେସେଜ୍ ଗୁଡିକ ବନ୍ଦ କରିବା ପାଇଁ STOP< ବିକଳ୍ପ> ଏସଏମଏସ୍ ଲେଖି ପଠାଇବାକୁ ହେବ ଯେପରି ଚୟନ କରାଯାଇଥିବା ବ୍ୟାଙ୍କିଙ୍ଗ ବିଭାଗର ସେସେଜ୍ ଗୁଡିକ ବନ୍ଦ କରିବା ପାଇଁ STOP 1 ଲେଖିବେ ।
  • ଗ୍ରାହକକୁ ସେହି ଟେଲିଫୋନ୍ ନମ୍ବର ପସନ୍ଦର ପଞ୍ଜୀକରଣ ବା ପରିବର୍ତ୍ତନ ପାଇଁ କଲ୍/ ଏସଏମଏସ୍ କରିବାକୁ ହେବ ଯେଉଁ ନମ୍ବରକୁ ସେ ପଞ୍ଜୀକରଣ ବା ଅଣପଞ୍ଜୀକୃତ କରିବାକୁ ଚାହିଁଛନ୍ତି ।
  • ଥରେ ଗ୍ରାହକ ପସନ୍ଦର ପଞ୍ଜୀକରଣ କରିବା ପରେ, ପସନ୍ଦର ପଞ୍ଜୀକରଣ ବା ପରିବର୍ତ୍ତନ କରିବା ତାରିଖ ଠାରୁ 7 ଦିନ ମଧ୍ୟରେ ସେ ତାଙ୍କର ପସନ୍ଦ ( ଗୁଡିକ) ଅନୁସାରେ ବ୍ୟବସାୟିକ ଯୋଗାଯୋଗଗୁଡିକ ଆଉ ପାଇବେ ନାହିଁ  ।

ପଞ୍ଜୀକରଣ ପରେ ମଧ୍ୟ ଯଦି ସେ ବ୍ୟବସାୟିକ ଯୋଗାଯୋଗଗୁଡିକ ପାଉଛନ୍ତି ତେବେ କ’ଣ କରିବେ

ଯଦି ଜଣେ ଗ୍ରାହକ ପଞ୍ଜୀକରଣ ପରେ ଅନିଚ୍ଛ । କୃତ ବ୍ୟବସାୟିକ ଯୋଗାଯୋଗ ପାଉଛନ୍ତି, ତେବେ ଏପରି ୟୁସିସି ପାଇବାର 3 ଦିନ ମଧ୍ୟରେ ଟୋଲ୍ ଫ୍ରି 1909 କୁ ଭଏସ୍ କଲ୍ ବା ଛୋଟ କୋଡ୍ ଏସଏମଏସ୍ କରି ସେବା ପ୍ରଦାନକାରୀଙ୍କ ନିକଟରେ ଅଭିଯୋଗ କରିବେ ।

ଏସଏମଏସ୍ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ କରିବା ପାଇଁ, ଗ୍ରାହକଙ୍କୁ ନିମ୍ନ ଶୈଳୀରେ 1909କୁ ସେହି ଏସଏମଏସ୍ ଫରୱାର୍ଡ କରିବାକୁ ହେବ

ସେହି ୟୁସିସି  ********, dd( ତାରିଖ)/mm (ମାସ)/ yy (ବର୍ଷ), ଯେଉଁଠାରେ ******** ହେଉଛି ଟେଲିଫୋନ୍ ନମ୍ବର ବା ୟୁସିସି ହେଉର୍ । ଅଭିଯୋଗ ପଞ୍ଜୀକରଣ ପରେ, ଅପରେଟର ଦ୍ଵାରା ଗୋଟିଏ ଏକକ ଅଭିଯୋଗ ନମ୍ବର ଅଭିଯୋଗକାରୀଙ୍କୁ ଦିଆଯିବ ଓ କଣ ପଦକ୍ଷେପ ନିଆଯାଇଛି ସେ ବିଷୟରେ 7 ଦିନ ମଧ୍ୟରେ ଜଣାଇ ଦିଆଯିବ ।

ଦୁରାସଞ୍ଚାର ଟାରିଫ୍

ଗ୍ରାହକମାନଙ୍କ ପାଇଁ ଦୂରସଞ୍ଚାର ଟାରିଫ୍ ଗୋଟିଏ ଅତି ଗୁରୁତ୍ଵପୂର୍ଣ୍ଣ ସମସ୍ୟା । ସେଥିପାଇଁ ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକାରୀ ଆଇନ୍ ବିଶେଷ ଭାବେ ଜଣାଉଛି ଯେ ପ୍ରାଧିକାରୀ ବିଭନ୍ନ ସମୟରେ ସରକାରୀ ଗଜ୍ଜେଟ୍ ରେ ପ୍ରଦାନ କରାଯାଉଥିବା ଦୂରସଞ୍ଚାର ସେବାଗୁଡିକର ଦାମ୍ ଉଲ୍ଲେଖ କରିପାରନ୍ତି । ସେହିପରି ଭାବେ, ପ୍ରାଧିକାରୀ ପ୍ରଥମ ବିଷଦ ଟାରିଫ୍ ନିର୍ଦ୍ଦେଶ ୧୯୯୯ ରେ ଉଲ୍ଲେଖ କରିଥିଲେ । ଏହା ପରେ ବିଭିନ୍ନ ବର୍ଷରେ, ଦୂରସଞ୍ଚାର ଟାରିଫ୍ ଅର୍ଡର, ୧୯୯୯ ନୂତନ ସମସ୍ୟା ଓ ପରିସ୍ଥିତି ଗୁଡିକର ସମାଧାନ ପାଇଁ ବିଭିନ୍ନ ପରିବର୍ତ୍ତନ ଓ ସଂଶୋଧନ ଦେଇ ଯାଇଛି ।

ଟାରିଫ୍ ରେ ବୃଦ୍ଧି ବିରୋଧରେ ଲାଇଫ୍ ଟାଇମ୍ ଟାରିଫ୍ ପ୍ଲାନ୍ ସୁରକ୍ଷା

  • ସେବା ପ୍ରଦାନକାରୀଙ୍କ ଦ୍ଵାରା ଦିଆଯାଇଥିବା ଗୋଟିଏ ଟାରିଫ୍ ପ୍ଲାନ୍ ରେ ଗ୍ରାହକ ନିଜକୁ ତାଲିକାଭୁକ୍ତ କରିଲେ ସେହି ତାରିଖ ଠାରୁ ସର୍ବନିମ୍ନ ଛଅ ମାସ ପର୍ଯ୍ୟନ୍ତ ସେହି ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ ।
  • ଉପରେ ଲିଖିତ ଛଅ ମାସ ମଧ୍ୟରେ ମଧ୍ୟ ସେହି ଗ୍ରାହକ ଅନ୍ୟ କୌଣସି ଟାରିଫ୍ ପ୍ଲାନ୍ ଚୟନ କରିପାରିବେ । ପ୍ଲାନ୍ ପରିବର୍ତ୍ତନର ସମସ୍ତ ଅନୁରୋଧ ସଙ୍ଗେସଙ୍ଗେ କିମ୍ବା ପରବର୍ତ୍ତୀ ବିଲିଙ୍ଗ ସାଇକଲ୍ ରେ ଗ୍ରହଣ କରି କାର୍ଯ୍ୟରେ ଲଗାଯିବ ।

ସହ ଅଧିକ ଅବଧି ଥିବା ଟାରିଫ୍ ପ୍ଲାନ୍

  1. ଛଅ ମାସରୁ ଅଧିକ ବା ଲାଇଫ୍ ଟାଇମ୍ ବା ଅନଲିମିଟେଡ୍ ବୈଧତା ଥିବା ମାର୍କେଟିଙ୍ଗ ହେଉଥିବା ଦିଆଯାଉଥିବା ଯେକୌଣସି ଟାରିଫ୍ ପ୍ଲାନ୍ ପାଇଁ ଯଦି ଜେନ ଗ୍ରାହକ ଅଗ୍ରୀମ ପୈଠ କରିଥିବେ, ତେବେ ତାଙ୍କୁ ପ୍ଲାନ୍ ରେ ଦିଆଯାଇଥିବା ଅବଧି ପର୍ଯ୍ୟନ୍ତ ସେହି ପ୍ଲାନ୍ ଦିଆଯିବ । ଲାଇଫ୍ ଟାଇମ୍ ବା ଅନଲିମିଟେଡ୍ ବୈଧତା ପ୍ଲାନ୍ କ୍ଷେତ୍ରରେ ସେବା ପ୍ରଦାନକାରୀ ବର୍ତ୍ତମାନର ଲାଇସେନସ୍ ବା ରିନ୍ୟୁ ହୋଇଥିବା ଲାଇସେନ୍ସ ଅଧୀନରେ ସେହି ସେବା ପ୍ରଦାନକରିବା ପାଇଁ ଯେ ପର୍ଯ୍ୟନ୍ତ ସେବା ପ୍ରଦାନକାରୀଙ୍କୁ ଅନୁମତି ଦିଆଯାଇଛି ସେ ପର୍ଯ୍ୟନ୍ତ ଏହି ପ୍ଲାନ୍ ଗୁଡିକ ବୈଧ ରହିବ ।
  • କୌଣସି ଟାରିଫ୍ ପ୍ଲାନ୍ ପାଇଁ, ସେବା ପ୍ରାଦାନକାରୀ ଟାରିଫ୍ କୁ ଯେକୌଣସି ସମୟରେ କମୟ ପାରିବେ । ଅବଶ୍ୟ ଗୋଟିଏ ପ୍ଲାନ୍ ବୈଧତା ଅବଧି ମଧ୍ୟରେ ସେହି ପ୍ଲାନ୍ ର କୌଣସି ଟାରିଫ୍ ଆଇଟମ୍ କମାଇ ପାରିବେ ନାହିଁ ।
  1. ଅନ୍ୟ ଟାରିଫ୍ ପ୍ଲାନ୍ ଗୁଡିକ କ୍ଷେତ୍ରରେ, ଗ୍ରାହକ ତାଲିକାଭୁକ୍ତ ହେବା ତାରିଖର ଛଅ ମାସ ମଧ୍ୟରେ

ରୋମିଙ୍ଗ ସେବା ପାଇଁ ଟାରିଫ୍

  1. ପେଡ୍ ବା ପୋଷ୍ଟ- ପେଡ୍ ଗ୍ରାହକ ନିଜ ସେବାକ୍ଷେତ୍ର ବାହାରେ ରୋମିଙ୍ଗ ରେ ହିବା ସମୟରେ ଯେ କୌଣସି ନେଟୱାର୍କ ରେ ଥିଲେ ମଧ୍ୟ, ଯେ କୌଣସି ଟାରିଫ୍ ପ୍ଲାନ୍ ରେ ଥିଲେ ମଧ୍ୟ ଜାତୀୟ ରୋମିଙ୍ଗରେ ଭଏସ୍ କଲ୍ ଓ ଏସଏମଏସ୍ ଗୁଡିକ ପାଇଁ ସର୍ବାଧିକ ଅନୁମୋଦିତ ଦେୟଗୁଡିକ ନିମ୍ନରେ ଦିଆଯାଇଛି ।
  • ଆଉଟ୍ ଗୋଇଙ୍ଗ କଲ୍ ଗୁଡିକ ପାଇଁ 1.00 ଟଙ୍କା
  • ଆଉଟ୍ ଗୋଇଙ୍ଗ ନ୍ୟାସନାଲ୍ ଲଙ୍ଗ୍ ଦିଷ୍ଟାନସ୍ ( ଏନଏଲଡି) କଲ୍ ଗୁଡିକ ପାଇଁ 1.50 ଟଙ୍କା
  • ଇନକମିଙ୍ଗ କଲ୍ ପାଇଁ 0.75 ଟଙ୍କା
  • ଆଉଟ୍ ଗୋଇଙ୍ଗ ଏସଏମଏସ୍ ପାଇଁ 1.00 ଟଙ୍କା
  • ଆଉଟ୍ ଗୋଇଙ୍ଗ ଲଙ୍ଗ୍ ଡିଷ୍ଟାନସ୍ ଏସଏମଏସ୍ ପାଇଁ 1.50 ଟଙ୍କା
  1. ଜାତୀୟ ରୋମିଙ୍ଗ ସମୟରେ ଏସଏମଏସ୍ ଗ୍ରହଣ କରିବା ପାଇଁ କୌଣସି ଦେୟ ପଡିବ ନାହିଁ । ଗ୍ରାହକମାନେ ମଧ୍ୟ ଆଂଶିକ ମାଗଣା ରୋମିଙ୍ଗ ବା ସମ୍ପୁର୍ଣ୍ଣ ମାଗଣା ରୋମିଙ୍ଗ ପାଇବା ପାଇଁ ରୋମିଙ୍ଗ ସମୟରେ ବିଶେଷ ଟାରିଫ୍ ପ୍ଲାନ୍ ସବ୍ ସ୍କ୍ରାଇବ୍ କରିବା ପାଇଁ ଏକ ସ୍ଥାୟୀ ଦେୟ ଦେଇପାରିବେ ।

ପ୍ରି-ପେଡ୍ ଗ୍ରାହକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା

ମୋବାଇଲ୍ ସେବା ବ୍ୟବହାର କରୁଥିବା ଅଧିକାଂଶ ଗ୍ରାହକ ପ୍ରିପେଡ୍ ସେବା ବ୍ୟବହାର କରନ୍ତି । ସେମାନଙ୍କ ସ୍ଵାର୍ଥ ରକ୍ଷା କରିବା ପାଇଁ କିଛି ବିଶେଷ ନିର୍ଦ୍ଦେଶାବଳୀ ତଥା ଦିଗନିର୍ଦ୍ଦେଶ ଗୁଡିକ ହେଉଛି

  • ହଜିଯାଇଥିବା/ ନଷ୍ଟ ହୋଇଯାଇଥିବା ସିମ୍ କାର୍ଡ ବଦଳାଇବା ପାଇଁ ଦେୟଯ ଥୋଚିତ ମୂଲ୍ୟ ଉପରେ ଆଧାରିତ ହେବା ଆବଶ୍ୟକ ।
  • ଯଦି ରିନ୍ୟୁଆଲ୍ ଯଥୋଚିତ ଓ ସଠିକ୍ ଅବଧି ମଧ୍ୟରେ ହୋଇଥାଏ, ତେବେ ବୈଧତା ଶେଷ ହେବା ବେଳକୁ ଥିବା ଅବ୍ୟବହୃତ ମୂଲ୍ୟ ରିନ୍ୟୁ ହୋଇଥିବା କାର୍ଡକୁ ଯିବ ।
  • ଟକ୍ ଟାଇମ୍ ମୂଲ୍ୟ ଶେଷ ହେବା ପରେ ମଧ୍ୟ ସମ୍ପୁର୍ଣ୍ଣ ବୈଧତା ଅବଧି ମଧ୍ୟରେ ପ୍ରି- ପେଡ୍ ଗ୍ରାହକମାନେ ଇନ୍ କମିଙ୍ଗ ଭଏସ୍ କଲ୍/ ଏସଏମଏସ୍ ସହ ସମସ୍ତ ସେବା ପାଇବା ଚାଲୁ ରହିପାରିବେ । ଏହି ସେବାଗୁଡିକ ଟକ୍ ଟାଇମ୍ ମୂଲ୍ୟ କୁ ପ୍ରଭାବିତ କରୁଥିବା ଆବଶ୍ୟକ ।
  • ଯଦି କୌଣସି ସମୟରେ ଟାରିଫ୍ କମିଥାଏ, ତେବେ ଗ୍ରାହକମାନଙ୍କୁ ସେହି ଟାରିଫ୍ ହ୍ରାସର ସୁବିଧା ମିଳିବ । ଏଥିପାଇଁ ସେମାନଙ୍କୁ କୌଣସି ଅତିରିକ୍ତ ପଦକ୍ଷେପ ନେବାର ଆବଶ୍ୟକ ନାହିଁ ।
  • ଗ୍ରାହକମାନେ ଯଦି ଚାଲୁ ରହିଥିବା ଲାଇଫ୍ ଟାଇମ୍ ବୈଧତା ପ୍ଲାନ୍ ବା ଅନଲିମିଟେଡ୍ ପ୍ଲାନ୍ ଗୁଡିକ ବଦଳରେ କମ୍ ପ୍ରବେଶ ଦେୟ ଥିବା ଅନ୍ୟ ଏକ ଲାଇଫ୍ ଟାଇମ୍ ପ୍ଲାନ୍ ବା ଅନଲିମିଟେଡ୍ ପ୍ଲାନ୍ ଯିବାକୁ ଚାହିଁବେ ତେବେ ସେମାନଙ୍କୁ କୌଣସି ଅତିରିକ୍ତ ଦେୟ ବା ରିଚାର୍ଜ କରିବାକୁ ହେବ ନାହିଁ ।
  • ପ୍ରି- ପେଡ୍ ଗ୍ରାହକମାନଙ୍କ ଆକାଉଣ୍ଟ ରେ ଟଙ୍କା ଯୋଗ କରିବା ପାଇଁ ପ୍ରତ୍ୟେକ ସେବା ପ୍ରଦାନକାରୀ ଅତି କମ୍ ରେ ଗୋଟିଏ ୧୦/- ଟଙ୍କିଆ ଟପ୍ ଭାଉଚର ଉପଲବ୍ଧ କରିବା ଆବଶ୍ୟକ ।
  • ଟପ୍- ଅପ୍ ଭାଉଚରଗୁଡିକ ଉପରେ ଥିବା ପ୍ରୋସେସିଙ୍ଗ ଫି ୩/- ଟଙ୍କା ବା ସର୍ବାଧିକ ଖୁଚୁରା ମୂଲ୍ୟର ୧୦% ଠାରୁ ଅଧିକ ହେବ ନାହିଁ ।

ପୋଷ୍ଟ-ପେଡ୍ ଗ୍ରାହକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା

ପୋଷ୍ଟ- ପେଡ୍ ଗ୍ରାହକମାନଙ୍କର ବିଲ୍ ର ହାର୍ଡ କପି ପାଇବାର ଅଧିକାର ରହିଛି ।

ସେବା ପ୍ରଦାନକାରୀଙ୍କ ଦ୍ଵାରା ଦିଆଯାଉଥିବା ବିଲ୍ ରେ ଗ୍ରାହକଙ୍କ ପାଇଁ ଆବଶ୍ୟକ ଥିବା ଯଥେଷ୍ଟ ତଥ୍ୟ ରହିବା ଆବଶ୍ୟକ ଓ ଯଦି କୌଣସି ଗ୍ରାହକ ଲଙ୍ଗ୍ ଡିଷ୍ଟାନସ କଲ୍ ଗୁଡିକି ବିଷୟରେ ନିର୍ଦ୍ଦିଷ୍ଟ ବିଲ୍ ଗୁଡିକ ପାଇଁ ଅନୁରୋଧ କରନ୍ତି, ତେବେ ଏହାକୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ ।

ସିକ୍ୟୁରିଟି ଡିପୋଜିଟ୍ ର ଫେରସ୍ତ

ସେବାର ଗୁଣବାର୍ତ୍ତା ଉପରେ ଥିବା ନିୟମଗୁଡିକରେ ସିକ୍ୟୁରିଟି ଡିପୋଜିଟ୍ ର ଫେରସ୍ତ ଉପରେ ଥିବା ଏକ ପରିମାପ ଅନୁସାରେ ଏହି ଫେରସ୍ତ ସଂଯୋଗ ବନ୍ଦ ହେବାର ୬୦ ଦିନ ମଧ୍ୟରେ କରିବା ଆବଶ୍ୟକ । ଯଦି ଫେରସ୍ତ ଠିକ୍ ସମୟରେ ହେବ ନାହିଁ, ତେବେ ବିଳମ୍ବ ଦିବସଗୁଡ଼ିକ ପାଇଁ ସେବା ପ୍ରଦାନକାରୀଙ୍କୁ ବାର୍ଷିକ ୧୦% ହାରରେ ସୁଧ ପୈଠ କରିବାକୁ ହେବ ।

ପୋଷ୍ଟ –ପେଡ୍ ଗ୍ରାହକମାନଙ୍କ ପାଇଁ କ୍ରେଡିଟ୍ ସୀମା

  • ପ୍ରତ୍ୟେକ ପୋଷ୍ଟ-ପେଡ୍ ଗ୍ରାହକଙ୍କ ପାଇଁ କ୍ରେଡିଟ୍ ସୀମା ସ୍ଥିର କରାଯାଇଥାଏ ଓ ଏହାକୁ ତାଙ୍କୁ ଆଗୁଆ ଜଣାଇ ଦିଆଯାଇଥାଏ । ପ୍ରାରମ୍ଭିକ ଜଣାଇ ଦିଆଯାଇଥାଏ । ପ୍ରାରମ୍ଭିକ କ୍ରେଡିଟ୍ ସୀମା ସେବା ଆକ୍ଟିଭେଟ୍ ହେବାର ୭ ଦିନ ମଧ୍ୟରେ ଜଣାଇବା ଆବଶ୍ୟକ ।
  • କ୍ରେଡିଟ୍ ସୀମା ବ୍ୟବହାରର ପରିଣାମ ଓ ଅନ୍ୟ ପ୍ରଯୁଜ୍ୟ ଦେ ତଥା କ୍ରେଡିଟ୍ ସୀମା କେଉଁ ପରିସ୍ଥିତିରେ ବଢିପାରିବ ତାହାକୁ ମଧ୍ୟ ଆଗୁଆ ଭାବେ ଗ୍ରାହକଙ୍କୁ ଜଣାଇବା ଆବଶ୍ୟକ ।
  • ଯେତେବେଳେ ବ୍ୟବହାର ଓ ଅନ୍ୟ ପ୍ରଯୁଜ୍ୟ ଦେୟ କ୍ରେଡିଟ୍ ସୀମାର ୮୦% ରେ ପହଞ୍ଚୁଛି, ସେତେବେଳେ ଗ୍ରାହକଙ୍କୁ ଏହି ବିଷୟ ରେ ଯାନାଇବା ଆବଶ୍ୟକ ।
  • ଏହି ତଥ୍ୟ ପାଇବା ପରେ, ଗ୍ରାହକ ଯଦି ଚାହିଁବେ ସମ୍ପୁର୍ଣ୍ଣ ବା ଆଂଶିକ ଭାବେ ମଧ୍ୟବର୍ତ୍ତୀକାଳୀନ ପୈଠ କରିବା ପାଇଁ ଚୟୁନ କରିପାରିବେ ବା ଅଧିକ ବ୍ୟବହାରକୁ ରୋକିବା ଯାହା ଦ୍ଵାରା ତାଙ୍କ ପାଇଁ ସ୍ଥିର ହୋଇଥିବା କ୍ରେଡିଟ୍ ବଢିବ ନାହିଁ ।
  • ଜଣେ ଗ୍ରାହକଙ୍କ ପାଇଁ ସ୍ଥିର କରାଯାଇଥିବା କ୍ରେଡିଟ୍ ସୀମା ଅତିକ୍ରମ ନ କରିବା ପର୍ଯ୍ୟନ୍ତ ଓ ସେହି ବିଷୟରେ ଆବଶ୍ୟକୀୟ ତଥ୍ୟ ନ ଜଣାଇବା ପର୍ଯ୍ୟନ୍ତ ଗ୍ରାହକଙ୍କ ସେବାକୁ ବ୍ୟାଘାତ କରାଯାଇପାରିବ ନାହିଁ ।
  • କ୍ରେଡିଟ୍ ସୀମା ଯାହା ବି ହେଉ, ଯେ ପର୍ଯ୍ୟନ୍ତ ପୈଠ ହୋଇନଥିବା ଦେୟ ଗ୍ରାହକଙ୍କ ସିକ୍ୟୁରିଟି ଡିପୋଜିଟ୍ ଠାରୁ କମ୍ ଥିବା ସେ ପର୍ଯ୍ୟନ୍ତ ତାଙ୍କର ସେବା ବ୍ୟାଘାତ କରାଯାଇପାରିବ ନାହିଁ ।
  • ଗ୍ରାହକଙ୍କ ପାଇଁ ସ୍ଥିର କରାଯାଇଥିବା କ୍ରେଡିଟ୍ ସୀମା ତାଙ୍କର ମାସିକ ଷ୍ଟେଟ୍ ମେଣ୍ଟ  ବିଲ୍ ଅନ୍ତର୍ଭୁକ୍ତ କରାଯିବ ।

ଉଭୟ ପ୍ରି- ପେଡ୍ ଓ ପୋଷ୍ଟ ପେଡ୍ ଗ୍ରାହକମାନଙ୍କ ପାଇଁ ସାଧାରଣ ସୁରକ୍ଷା ସେବା

ଏକ ସେକେଙ୍ଗରପଲ୍ସ ଅବଧି ସହ ଟାରିଫ୍ ପ୍ଲାନ୍

  • ସେଲ୍ୟୁଲାର ମୋବାଇଲ୍ ସେବା ପ୍ରଦାନ କରୁଥିବା ପ୍ରତ୍ୟେକ ସେବା ପ୍ରଦାନକାରୀ ସେମାନଙ୍କ ଗ୍ରାହକମାନଙ୍କୁ ଲୋକାଲ୍ ଓ ଲିଙ୍କ ଦିଷ୍ଟାନସ କଲ ଗୁଡିକ ପାଇଁ ଏକ ସେକେଙ୍ଗପଲ୍ସ ଅବଧି ବିଶିଷ୍ଟ ଅତି କମ୍ ରେ ଗୋଟିଏ ପ୍ରି- ପେଡ୍ ଗୋଟିଏ ପୋଷ୍ଟ-ପେଡ୍ ଟାରିଫ୍ ପ୍ଲାନ୍ ଦେବା ଆବଶ୍ୟକ ।
  • ଏହି ବ୍ୟବସ୍ଥା ଦେଶ ବାହାରେ କଲ୍ ସେସ ହେବା କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ ।

ପଥଭ୍ରଷ୍ଟ କରୁଥିବା ଟାରିଫ୍ ପ୍ଲାନ୍ ନାମଗୁଡିକ ନିଷିଦ୍ଧ

  • ଏପରି କୌଣସି ଟାରିଫ୍ ପ୍ଲାନ୍ ଦିଆଯିବ ନାହିଁ, ପ୍ରସ୍ତାବିତ ହେବ ନାହିଁ, ମାର୍କେଟିଙ୍ଗ କରାଯିବ ନାହିଁ ବା ବିଜ୍ଞାପିତ ହେବ ନାହିଁ ଯାହା ଗ୍ରାହକମାନଙ୍କ ପଥ ଭ୍ରଷ୍ଟ କରିପାରେ । ଉଦାହରଣ ସ୍ୱରୂପ ଏକ ଟାରିଫ୍ ପ୍ଲାନ୍ ନାମ ଯାହା ସୂଚାଉଥିବ ଯେ କୌଣସି ରେଣ୍ଟାଲ ନାହିଁ( ଯେପରି) ଶୂନ ରେଣ୍ଟାଲ ) ପଥଭ୍ରଷ୍ଟ କରିବେ ଯଦି ଏହାର କୌଣସି ରୂପରେ ମାସିକ ବାଧ୍ୟତାମୂଳକ ନିର୍ଦ୍ଦିଷ୍ଟ ଦେୟ ଥିବ ।
  • ସମସ୍ତ ମାସିକ ସ୍ଥାୟୀ ରେକରିଙ୍ଗ ଯାହା ଜଣେ ଗ୍ରାହକଙ୍କ ପାଇଁ କୌଣସି ଦିଆଯାଇଥିବା ପ୍ଳାନ ଅଧୀନରେ ବାଧ୍ୟତାମୂଳକ, ତାହାକୁ ଗୋଟିଏ ହେଡ୍ ଅଧୀନରେ ଦେଖାଯିବା ଆବଶ୍ୟକ ।
  • କୌଣସି ଟାରିଫ୍ ପ୍ଲାନ୍ ରେ ଗ୍ରାହକମାନଙ୍କ ପାଇଁ ସିଏଲ୍ ଆଇପି ସୁବିଧାର ଦେୟକୁ ଟାରିଫ୍ ର ଏକ ବାଧ୍ୟତାମୂଳକ ବ୍ୟବସ୍ଥା କରାଯାଇପାରିବ ନାହିଁ । ଯେତେବେଳେ ମଧ୍ୟ ସିଏଲ୍ ଆଇପି ଦେୟଗୁଡିକ ସେବା ପ୍ରଦାନକାରୀଙ୍କ ଦ୍ଵାରା ଲାଗୁ କରାଯିବ, ତାହାକୁ ଗ୍ରାହକମାନଙ୍କ ପାଇଁ ଇଚ୍ଛିତ ବିଷୟ ଭାବେ ରଖାଯିବ ଆବଶ୍ୟକ ।

ଟାରିଫ୍ ପ୍ଲାନ୍ ଗୁଡିକର ପ୍ରକାଶନ

ଗ୍ରାହକମାନଙ୍କୁ ସେମାନଏନକେ ଆବଶ୍ୟକତା ପୂରଣ କରୁଥିବା ସବୁଠାରୁ ଭଲ ଟାରିଫ୍ ପ୍ଲାନ୍ ଚୟୁନ କରିବାର ସୁବିଧା ଦେବା ପାଇଁ, ସମସ୍ତ ସେବା ପ୍ରଦାନକାରୀଙ୍କୁ ଟାରିଫ୍ ପ୍ଲାନ୍ ଗୁଡିକ ପ୍ରକାଶ କରିବା ବାଧ୍ୟତାମୂଳକ ।

  • ପ୍ରସ୍ତାବିକ ଶୈଳୀରେ ସମସ୍ତ ଟାରିଫ୍ ପ୍ଲାନ୍ ଗୁଡିକ ଗ୍ରାହକଙ୍କ ନିମନ୍ତେ ଗ୍ରାହକ ସେବା ପ୍ରଦାନକାରୀଙ୍କୁ ସେବା କେନ୍ଦ୍ରଗୁଡିକ ସେଲରି ଟେଲ୍ ଆଉଟ୍ ଲେଟ୍ ତଥା ୱେବ୍ ସାଇଟ୍ ରେ ଉପଲବ୍ଧ ହେବା ଆବଶ୍ୟକ । ଯେତେବେଳେ କୌଣସି ଟାରିଫ୍ ପ୍ଲାନ୍ ରେ କୌଣସି ପରିବର୍ତ୍ତନ କରାଯାଉଛି, ତାହାକୁ ପ୍ରସ୍ତାବିତ ଶୈଳୀରେ ସେବା ପ୍ରଦାନକାରୀମାନେ ସେମାନଙ୍କ ୱେବ୍ ସାଇଟ୍ ଓ ଗ୍ରାହକ ସେବା କେନ୍ଦ୍ରଠାରେ ଅପ୍ ଡେଟ୍ କରିବେ  ଓ ଜାନୁଆରୀ ଏପ୍ରିଲ୍ ଜୁଲାଇ ଓ ଅକ୍ଟୋବର ମାସଗୁଡିକର ୭ମ ଦିନରେ ଏହି ଶୈଳୀରେ ଅପଡେଟେଡ୍ ଟାରିଫ୍ ପ୍ଲାନ୍ ଗୁଡିକ ସେମାନଙ୍କ ସେଲ୍ ଓ ରିଟେଲ ଆଉଟ୍ ଲେଟ୍ ଗୁଡିକରେ ଉପଲବ୍ଧ କରାଇବେ ।
  • ସେବା ପ୍ରଦାନକାରୀମାନେ ମଧ୍ୟ ପ୍ରସ୍ତାବିତ ଶୈଳୀରେ ସମସ୍ତ ଟାରିଫ୍ ପ୍ଲାନ୍ କୁ ଅତି କମ୍ ରେ ଗୋଟିଏ ଆଞ୍ଚଳିକ ଭାଷା ଓ ଗୋଟିଏ ଇଂରାଜୀ ଭାଷାରେ ଖବରକାଗଜରେ ସର୍ବନିମ୍ନ ଛଅ ମାସରେ ଠାରେ ପ୍ରକାଶ କରିବେ ।

ଟାରିଫ୍ ବିଜ୍ଞାପନ

ଦୂରସଞ୍ଚାର ଟାରିଫ୍ ଅଫର୍ ରେ ଅଧିକ ସ୍ଵଚ୍ଛତାକୁ ସୁନିଶ୍ଚିତ କରିବା ପାଇଁ ତଥା ଦୂରସଞ୍ଚାର ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ସର୍ବୋତ୍ତମ ପ୍ଲାନ୍ ଚୟୁନ କରିବାର ସୁବିଧା ପ୍ରଦାନ କରିବା ପାଇଁ ଟାରିଫ୍ ବିଜ୍ଞାପନ ଉପରେ ସମସ୍ତ ସେବା ପ୍ରଦାନକାରୀମାନଙ୍କୁ ଅଧିକ ନିର୍ଦ୍ଦେଶ ମାନ ଦିଆଯାଇଛି ।

  • ସେବା ପ୍ରଦାନକାରୀଙ୍କ ଦ୍ଵାରା କରାଯାଉଥିବା ସମସ୍ତ ବିଜ୍ଞାପନଗୁଡିକ ସ୍ଵଚ୍ଛ ହେବା ସହ ପଥଭ୍ରଷ୍ଟ ନ କରିବା ଆବଶ୍ୟକ ଓ ବିଜ୍ଞାପନର ଡିଜାଇନ୍ ରଙ୍ଗ, ଫଣ୍ଟ ପ୍ରକାର ଓ ଆକାର, ଭାବେ ଶୁଣା ହେବା ଓ ସନ୍ଦେହହୀନ ହେବା ଆବଶ୍ୟକ ।
  • ଜଣେ ଗ୍ରାହକଏନକେ ନିଷ୍ପତ୍ତିକୁ ପ୍ରଭାବିତ କରିପାରିବ ସମସ୍ତ ଭୌତିକ ତଥ୍ୟଗୁଡିକ ସମସ୍ତ ଟାରିଫ୍ ବିଜ୍ଞାପନ ରେ ସନ୍ଦେହହୀନ ଭାବେ ପ୍ରକଟ କରିବା ଆବଶ୍ୟକ ।
  • ସମସ୍ତ ଟାରିଫ୍ ବିଜ୍ଞାପନରେ ଦୂରସଞ୍ଚାର ସେବା ପ୍ରଦାନକାରୀଙ୍କ ୱେବ୍ ସାଇଟ୍ ଠିକଣା ଓ ଗ୍ରାହକ ସେବା ନମ୍ବର ରହିବା ଆବଶ୍ୟକ ଯାହା ଦ୍ଵାରା ଗ୍ରାହକ ସେହି ଟାରିଫ୍ ପ୍ଲାନ୍ ସମ୍ପର୍କିତ ଅନ୍ୟ କୌଣସି ତଥ୍ୟ ପାଇପାରିବେ ।

ଉତକ୍ଷ୍ନସବ୍ଲାକ୍ ଆଉଟ୍ ଦିନ

ସ୍ଵତନ୍ତ୍ର ଦିନଗୁଡିକ ଯେଉଁ ଦିନ ସେବା ପ୍ରଦାନକାରୀମାନେ ମାଗଣା/ ରିହାତି କଲ୍/ ଏସଏମଏସ୍ ପାଇଁ ଅନୁମତି ନେଇ ନଥାନ୍ତି ତାହାକୁ ବ୍ଳାକ୍ ଆଉଟ୍ ଦିନ କୁହାଯାଏ । ଗ୍ରାହକମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଟ୍ରାଇ ନିମ୍ନ ନିୟମଗୁଡିକ ପ୍ରଚଳନ କରିଛି ।

  • ବ୍ଳାକ୍ ଆଉଟ୍ ଦିନଗୁଡ଼ିକର ସଂଖ୍ୟା ଗୋଟିଏ କ୍ୟାଲେଙ୍ଗର ବର୍ଷରେ ପାଞ୍ଚଟି ଦିନକୁ ସୀମିତ ରହିବ ।
  • ଠାରେ ଜଣେ ଗ୍ରାହକଙ୍କ ଦ୍ଵାରା ବ୍ଳାକ୍ ଆଉଟ୍ ଦିନ ସଂଖ୍ୟା ନିଶ୍ଚିତ ବ୍ଳାକ୍ ଆଉଟ୍ ଦିନ ସଂଖ୍ୟା ନିଶ୍ଚିତ ହୋଇସାରିବା ପରେ ସେବା ପ୍ରଦାନକାରୀମାନେ ସେଥିରେ କିଛି ଯୋଗ କରିପାରିବେ ନାହିଁ କିମ୍ବା ବଦଳାଇ ପାରିବେ ନାହିଁ ।
  • ଗ୍ରାହକଙ୍କୁ ଦିଆଯାଉଥିବା ପ୍ୟାକେଜ୍ ରେ ଏହି ସବୁ ନିର୍ଦ୍ଦିଷ୍ଟ ବ୍ଳାକ୍ ଆଉଟ୍ ଦିନଗୁଡିକରେ ଏସଏମଏସ୍/ କଲ୍ ଖର୍ଚ୍ଚ ଗୁଡିକ ଉଲ୍ଲେଖ କରାଯିବା ଆବଶ୍ୟକ ।
  • ବ୍ଳାକ୍ ଆଉଟ୍ ଦିନରେ ଜଣେ ଗ୍ରାହକ ଗୁଡିକୁ /ଙ୍କୁ  ତାଲିକାଭୁକ୍ତ ହୋଇଥିବା ଟାରିଫ୍ ପ୍ଳାନର ମୂଳ ଦାମ୍ ଠାରୁ ଅଧିକ ଦାମ୍ କଲ୍ ବା ଏସଏଏସ୍ ପାଇଁ ଦେବାକୁ ପଡିବ ନାହିଁ ।
  • ପର୍ବର ନାମ, ବ୍ଳାକ୍ ଆଉଟ୍ ଦିନର ତାରିଖ କଲ୍ ଓ ଏସଏମଏସ୍ ର ଖର୍ଚ୍ଚ କେତେ୪ ପଡିବ, ସେ ବିଷୟରେ ଗ୍ରାହକଙ୍କୁ ଏସଏମଏସ୍ ମାଧ୍ୟମରେ ବ୍ଳାକ୍ ଆଉଟ୍ ଦିନରୁ ୨୪ ରୁ ୭୨ ଘଣ୍ଟା ପୂର୍ବରୁ ଜଣାଇବେ ।
  • ବର୍ଷ ଆରମ୍ଭ ହେବା ପୂର୍ବରୁ ସେବା ପ୍ରଦାନକାରୀମାନେ ସେମାନଙ୍କ ୱେବ୍ ସାଇଟ୍ ରେ ସେହି ବର୍ଷର ବ୍ଳାକ୍ ଆଉଟ୍ ଦିନଗୁଡିକର ତାଲିକା ଦେଖାଇବେ ।

ଭାଲ୍ୟୁ ଆଡେଡ୍ ସେବା

ଭାଲ୍ୟୁ ଆଡେଡ୍ ସେବାଗୁଡିକର ଆକ୍ଟିଭେସନ୍ ଓ ସେଗୁଡିକ ପାଇଁ ଦେୟ ବିଷୟରେ ନିର୍ଦ୍ଦେଶାବଳୀ

  • ସେବା ପ୍ରଦାନକରି ଜଣେ ଗ୍ରାହକଙ୍କ ବିଶେଷଵ ସମ୍ମତି ବିନା କୌଣସି ଦେୟଯୁକ୍ତ ଭାଲ୍ୟୁ ଆଡେଡ୍ ସେବା ପ୍ରଦାନ କରିପାରିବେ ନାହିଁ । ପୂର୍ବରୁ ମାଗଣାରେ ଥିବା କୌଣସି ଭାଲ୍ୟୁ ଆଡେଡ୍ ସେବାକୁ ଗ୍ରାହକଙ୍କ ବିଶେଷ ସମ୍ମତି ବିନା ଦେୟଯୁକ୍ତ କରାଯାଇପାରିବ ନାହିଁ ।
  • ଭାଲ୍ୟୁ ଆଡେଡ୍ ସେବାଗୁଡିକ କାଟିବା ପାଇଁ ଦୂରସଞ୍ଚାର ବିଭାଗ ‘155223’ ( ଟୋଲ୍ ଫ୍ରି) କୁ ସାଧାରଣ ନମ୍ବର ଭାବେ ଦେଇଛନ୍ତି ।
  • ଏହି ଟୋଲ୍ ଫ୍ରି ଛୋଟ କୋଡ୍ ମାଧ୍ୟମରେ ଭିଏଏସ୍ କୁ କାଟିବା ପାଇଁ ସେବା ପ୍ରଦାନକାରୀମାନଙ୍କ ଦ୍ଵାରା ପ୍ରସ୍ତାବିକ ପଦ୍ଧତି ଅନୁସରଣ କରିବାକୁ ହେବ ।
  • କେବକ ଏସଏମଏସ୍ ବା ଇ-ମେଲ୍ ବା ଫ୍ୟାକ୍ସ ବା ଲିଖିତ ଆକାରରେ ଗ୍ରାହକଙ୍କ ଠାରୁ ପ୍ରମାଣିତ ପୁଷ୍ଟିକରଣ ପାଇବାର 24 ଘଣ୍ଟା ମଧ୍ୟରେ ହିଁ ଭିଏଏସ୍ କୁ ଦେୟଯୁକ୍ତ କରିହେବ । ଅନ୍ୟ ଏକ ଉପାୟ ଭାବେ ଗ୍ରାହକଙ୍କ ସମ୍ମତି ବିନା ଭିଏଏସ୍ ର  ଆକ୍ଟିଭେସନ୍ ରୋକିବା ପାଇଁ ବିଭିନ୍ନ ମାଧ୍ୟମ । ଦ୍ଵାରା ଗ୍ରାହକମାନଙ୍କ ଠାରୁ ସ୍ପଷ୍ଟ ସମ୍ମତି ପାଇବା ପାଇଁ ସେବା ପ୍ରଦାନକାରୀମାନେ ଦୁଇ ସ୍ତରରେ ପୁଷ୍ଟିକରଣ କରିବା ପାଇଁ ତୃତୀୟ ପକ୍ଷ ଗେଟୱେ ବ୍ୟବହାର କରିପାରିବେ ।
  • ଯଦି ୬ ଘଣ୍ଟା ମଧ୍ୟରେ ( ଦୈନିକ ଦେୟ ପଡୁଥିବା ଭିଏଏସ୍ ପାଇଁ) ଓ ଅନ୍ୟ ଭିଏଏସ୍ ପାଇଁ ୨୪ ଘଣ୍ଟା ମଧ୍ୟରେ, ଗ୍ରାହକ ଅଭିଯୋଗ କରନ୍ତି ଯେ ତାଙ୍କର ସ୍ପଷ୍ଟ ସମ୍ମତିରେ ବିନା ଭିଏଏସ୍ ଆକ୍ଟିଭ ହୋଇଛି ତେବେ ଗ୍ରାହକଙ୍କ ଭିଏଏସ୍ ପାଇଁ କଟିଥିବା ସମସ୍ତ ଦେୟ ଫେରାଇ ଦିଆଯିବ ।
  • ଯଦି ଗ୍ରାହକଙ୍କ ଆକାଉଣ୍ଟରେ ଯଥେଷ୍ଟ ବାଲାନ୍ସ ନଥିବ, ତେବେ ଏସଏମଏସ୍ ମାଧ୍ୟମରେ ସବ୍ ସ୍କ୍ରିପସନ୍ ରିନ୍ୟୁ କରିବା ପାଇଁ ନିଶ୍ଚିତ କରାଯିବ ।
  • ଯଦି ପ୍ରି-ପେଡ୍ ଗ୍ରାହକଙ୍କ ଆକାଉଣ୍ଟ ରେ ଯଥେଷ୍ଟ ବାଲାନ୍ସ ନାହିଁ, ତେବେ ଭିଏଏସ୍ କୁ ସ୍ଵତଃ ରିନ୍ୟୁ କରାଯାଇପାରିବ ନାହିଁ ଓ ଗ୍ରାହକଙ୍କ ରିଚାର୍ଜଗୁଡିକରୁ ଟଙ୍କା କଟାଯାଇପାରିବ ନାହିଁ ।
  • ସେବା ପ୍ରଦାନକାରୀ ଗ୍ରହକଙ୍କୁ ଭିଏଏସ ରିନ୍ୟୁର ଅତି କମ୍ ରେ ୨୪ ଘଣ୍ଟା ପୂର୍ବରୁ ରିନ୍ୟୁର ତାରିଖ ରିନ୍ୟୁ ପାଇଁ ଦେୟ ଓ ଏପରି ଲାଲ୍ୟୁ ଆଡେଡ୍ ସେବାଗୁଡିକ ଅନସବସ୍କ୍ରାଇବ୍ କରିବା ପାଇଁ ଟୋଲ୍ ଫ୍ରି ନମ୍ବର କୁ ଜଣାଇବେ ।

ଭାଲ୍ୟୁ ଆଡେଡ୍ ସେବାଗୁଡିକର ଡିଆକ୍ଟିଭେସନ୍ନ

ଆପଣ ଭିଏଏସ୍ କୁ ଅତି ସହଜରେ 155223 ( ଟୋଲ୍ ଫ୍ରି) କୁ ଡାଏଲ୍ କାରୀ ବା ଏସଏମଏସ୍ କାରୀ ଡିଆକ୍ଟିଭେଟ୍ ବା ବନ୍ଦ କରିପାରିବେ । ଏହି ପରି ଭାବେ ଆପଣ କରିପାରିବେ ।

ଏସଏମଏସ୍ କରି

ଆପଣଙ୍କ ନମ୍ବରରୁ 155223 କୁ କିୱାର୍ଡ଼ ଜଝଘଙ ଲେଖି ମେସେଜ୍ ଟେକ୍ସଟ କରନ୍ତୁ ।

155223 ଆପଣଙ୍କ ନମ୍ବରରେ ଆକ୍ଟିଭ ଥିବା ଭିଏଏସ୍ ଗୁଡିକର ଏକ ତାଲିକା ଉତ୍ତର ଭାବେ ପାଇବେ ।

ଉଦାହରଣ ସ୍ୱରୂପ

ଡିଆକ୍ଟିଭେଟ୍ କରିବା ପାଇଁ ସର୍ଭିସ୍ ନମ୍ବର ସହିତ ରିପ୍ଲାଏରେ ଦିଅନ୍ତୁ :

  1. କଲ୍ ର ଟ୍ୟୁନ
  2. କ୍ରିକେଟ୍ ଆଲର୍ଟ
  3. ନ୍ୟୁଜ୍ ଆଲର୍ଟ
  • ଆପଣ ଡିଆକ୍ଟିଭେଟ୍ କରିବାକୁ ଚାହୁଁଥିବା ସେବାର ନମ୍ବରକୁ ଏହି ମେସେଜ୍ ରେ ରିପ୍ଳାଏ ଦିଅନ୍ତୁ ।

ଆଇଭିଆର ବ୍ୟବହାର କରି

155223 କଲ୍ କରନ୍ତୁ ଓ ଆପଣଙ୍କ ଫୋନ୍ ରେ ବର୍ତ୍ତମାନ  ଚାଲିଥିବା ସମସ୍ତସେବାଗୁଡିକ ଶୁଣନ୍ତୁ ଓ ଆପଣ ଡିଆକ୍ଟିଭେଟ୍ କରିବାକୁ ଚାହୁଁଥିବା ସେବାକୁ ଚୟୁନ କରନ୍ତୁ ।

ଉଦାହରଣ ସ୍ୱରୂପ

( କଲ୍ ର ଟ୍ୟୁନ୍ ବନ୍ଦ୍ଫ କରିବା ପାଇଁ, ୧ ଦବାନ୍ତୁ କ୍ରିକେଟ୍ ଆଲର୍ଟ ବନ୍ଦ କାଇବା ପାଇଁ, ୨ ଦବାନ୍ତୁ ନ୍ୟୁଜ୍ ଆଲର୍ଟ ବନ୍ଦ କରିବା ପାଇଁ, ୩ ଦବାନ୍ତୁ )

  • ସେବାକୁ ଡିଆକ୍ଟିଭେଟ୍ କରିବା ପାଇଁ ଠିକ୍ କି  ଦବାନ୍ତୁ ।

ଉଭୟ ମୋଡ୍ ( ଆଇଭିଆର/ ଏସଏମଏସ୍) ରେଭ ଆପଣ ପ୍ରଥମେ ଡିଆକ୍ଟିଭେସନ ଅନୁରୋଧ ନିଶ୍ଚିତ କରିବା ପାଇଁ ଗୋରିଏ ଏସଏମଏସ୍ ପାଇବେ ଓ ତାହା ପରେ ଆପଣଙ୍କ ସେବା ଡିଆକ୍ଟିଭେଟ୍ ହୋଇଛି ବୋଲି ଅନ୍ୟ ଏକ ଏସଏମଏସ୍ ପାଇବେ ।

ବର୍ତ୍ତମାନ ଟ୍ରାଇ ସିମ୍ ସହ ସଂଯୁକ୍ତ ଭିଏଏସ୍ ପାଇଁ ସେବା ପ୍ରଦାନକାରୀଙ୍କ ଠାରୁ ଦୁଇ ଥର ନିଶ୍ଚିତ କରିବା ବାଧ୍ୟତାମୂଳକ କରିଛି  ।

ମାବାଇଲ୍ ହ୍ୟାଙ୍ଗସେଟ୍ ରେ ଟେଲିଫୋନ୍ ନମ୍ବର ସେଭ କରିବା ଓ କଲ୍ / ଏସଏମଏସ୍ ପାଇଁ ଡାଏଲିଙ୍ଗ ପଦ୍ଧତି

ଟ୍ରାଇ ଦ୍ଵାରା ବେଳେବେଳେ ଏହା ଦେଖାଯାଇଛି ଯେ ଗ୍ରାହକମାନେ ଲ୍ୟାଙ୍ଗ ଲାଇନ୍/ ମୋବାଇଲ୍ ନମ୍ବର ଭୁଲ୍ ଭାବେ ଡାଏଲ୍ କରିବା କରିବା ଦ୍ଵାରା ଦେୟ ଦେବାକୁ ପଡିଛି । ଗ୍ରାହକମାନେ ଦାୟାକରି ଟେଲିଫୋନ୍ ନମ୍ବର ଡାଏଲ୍ କରିବା ଓ ମୋବାଇଲ୍ ହ୍ୟାଙ୍ଗସେଟ୍ ରେ ସେଭ କରିବା ପଦ୍ଧତି ଜାଣନ୍ତୁ ।

ଆପଣଙ୍କ ହ୍ୟାଙ୍ଗସେଟ୍ ରେ ମୋବାଇଲ୍ ନମ୍ବରଗୁଡିକ ସେଭ କରିବା

ମୋବାଇଲ୍ ଫୋନ୍ ରେ ଲୋକାଲ୍ ମୋବାଇଲ ନମ୍ବର ସେଭ କରିବା ( ଉଦାହରଣ ସ୍ୱରୂପ) ୯୮୧୨୩୪୫୬୭୮ ନମ୍ବର

ଠିକ୍

ମନ୍ତବ୍ୟ

9812345678

ଅବଶ୍ୟ, ଯଦି ଆପଣ ନିଜର ସେବାକ୍ଷେତ୍ର ବାହାରେ ରୋମୀଙ୍ଗରେ ଥିବେ, ଆପଣ ହ୍ୟାଣ୍ଡସେଟ୍ ରେ ଥିବା ନମ୍ବର ତାଲିକାରୁ ଡାଏଲ୍ କରିବାକୁ ସକ୍ଷମ ହେବେ ନାହିଁ

+9812345678

ଏହି ଶୈଳୀରେ ନମ୍ବର ସେଭ କରିବା ଏକ ଭଲ ଅଭ୍ୟାସ କାରଣ ଏହା ଦ୍ଵାରା ଆପଣ ରୋମିଙ୍ଗ ରେ ଥିଲେ ମଧ୍ୟ କଣ୍ଟାକଟ ଲିଷ୍ଟରୁ ନମ୍ବର ବ୍ୟବହାର କରିପାରିବେ ।

ଟିପସ: ଯଦି ଆପଣ ଇନକମିଙ୍ଗ କଲ୍ ତାଲିକାରୁ ଗୋଟିଏ ନମ୍ବର ସେଭ କରିବେ ତେବେ ତାହା ଏହି ଶୈଳୀରେ ସେଭ ହେବ

 

ଭୁଲ୍

ମନ୍ତବ୍ୟ

009812345678

ଏହି କଲ୍ ବା ଏସଏମଏସ୍ ପାଇଁ ଆନ୍ତର୍ଜାତୀୟ ଦେୟ ଦେବାକୁ ପଡିପାରେ

+9812345678

ଏହି କଲ୍ ବା ଏସଏମଏସ୍ ପାଇଁ ଆନ୍ତର୍ଜାତୀୟ ଦେୟ ଦେବାକୁ ପଡିପାରେ

 

ମୋବାଇଲ୍ ଫୋନ୍ ରେ ଲ୍ୟାଙ୍ଗଲାଇନ୍ ନମ୍ବର ସେଭ କରିବା

ଲ୍ୟାଙ୍ଗଲାଇନ୍ ନମ୍ବର କୁ ଏସ୍ଟିଡି କୋଡ ସହିତ ସେଭ କରନ୍ତୁ ଯେପରି ଦିଲ୍ଲୀର ନମ୍ବର ସେଭ କରିବା ପାଇଁ ନମ୍ବର ପୂର୍ବରୁ ‘011’ ଲଗାନ୍ତୁ । ସେହି ନମ୍ବର  ପୂର୍ବରୁ ‘+9111’ ଲଗାଇ ମଧ୍ୟ ସେଭ କରାଯାଇପାରିବ ।

ଡାଏଲିଙ୍ଗ ଟିପସ

କରନ୍ତୁ ନାହିଁ

  • ଲୋକାଲ ନମ୍ବର ହେଉ ବା ସେବାକ୍ଷେତ୍ରର ବାହାର ନମ୍ବର ହେଉ ଆରମ୍ଭରେ ‘00’ ଥିବା ନମ୍ବର କଲ୍ ବା ଏସଏମଏସ୍ କରନ୍ତୁ ନାହିଁ, ଯେହେତୁ ସେହି ନମ୍ବରରେ କଲ୍ ବା ଏସଏମଏସ୍ ପାଇଁ ଆନ୍ତର୍ଜାତୀୟ ଦେୟ ଦେବାକୁ ପଡିପାରେ ଯଥା 009812345678
  • ଲୋକାଲ ନମ୍ବର ହେଉ ବା ସେବାକ୍ଷେତ୍ରର ବାହାର ନମ୍ବର ହେଉଆରମ୍ଭରେ କେବଳ ‘+’ ଥିବା ନମ୍ବରକୁ କଲ୍ ବା ଏସଏମଏସ୍ କରନ୍ତୁ ନାହିଁ, ଯେହେତୁ ସେହି ନମ୍ବରରେ କଲ୍ ବା ଏସଏମଏସ୍ ପାଇଁ ଆନ୍ତର୍ଜାତୀୟ ଦେୟ ଦେବାକୁ ପଡିପାରେ ଯଥା +9812345678 ।

କରନ୍ତୁ

  • ଲୋକାଲ୍ ହେଉ ବା ସେବାକ୍ଷେତ୍ରର ବାହାର ହେଉ, ଯେକୌଣସି ମୋବାଇଲ୍ ନମ୍ବର ଦେଶର ଯେ କୌଣସି ସ୍ଥାନରୁ ନମ୍ବର ପୂର୍ବରୁ ‘+91’ ଲଗାଇ ଡାଏଲ୍ କରିହେବ, ଯଥା +9812345678 ।
  • ଗୋଟିଏ ମୋବାଇଲ୍ ନମ୍ବରରୁ ଯେ କୌଣସି ଲୋକଲ୍ ମୋବାଇଲ୍ ନମ୍ବରକୁ କଲ୍ ବା ଏସଏମଏସ୍ କରିବା ପାଇଁ ନମ୍ବର ପୂର୍ବରୁ କିଛି  ନ ଲଗାଇ ଆପଣ ସିଧାସଳଖ ନମ୍ବର ଡାଏକ୍ କରିପାରିବେ ।ବ
  • ଗୋଟିଏ ମୋବାଇଲ୍ ନମ୍ବରରୁ ଆପଣଙ୍କ ସେବାକ୍ଷେତ୍ର ବାହାରେ କୌଣସି ମୋବାଇଲ୍ ନମ୍ବରକୁ କଲ୍ ବା ଏସଏଏସ୍ କରିବା ପାଇଁ ମୋବାଇଲ୍ ନମ୍ବର ପୂର୍ବରୁ ‘0’ ବା ‘+91’ ଯେପରି 09922345678 ବା +919922345678 ।
  • ଗୋଟିଏ ଲ୍ୟାଙ୍ଗଲାଇନ୍ ଫୋନରୁ ଅଣ- ଲୋକାଲ ଲ୍ୟାଙ୍ଗଲାଇନ ନମ୍ବର କୁ ଡାଏଲ୍ କରିବା ପାଇଁ ସେହି ନମ୍ବର ପୂର୍ବରୁ ଏସଟିଡି କୋର୍ଡ ଲଗାନ୍ତୁ ଯେପରି ଚେନ୍ନାଇ ବାହାରୁ କୌଣସି ସ୍ଥାନରୁ ଚେନ୍ନାଇକୁ କଲ୍ କରିବା ପାଇଁ, ଟେଲିଫୋନ୍ ନମ୍ବର ପୂର୍ବରୁ ୦୪୪ ଲଗାଇବା ଆବଶ୍ୟକ ।
  • ଆନ୍ତର୍ଜାତୀୟ ନମ୍ବରଗୁଡିକ ପାଇଁ ନମ୍ବର ପୂର୍ବରୁ 00 ଗାଗାନ୍ତୁ ବା + ପରେ ସେହି ଦେଶର ରାଷ୍ଟ୍ରାୟ କୋର୍ଡ ଓ ତାହା ପରେ ନମ୍ବର ଲଗାନ୍ତୁ ।
  • ଗ୍ରାହକ ଶିକ୍ଷା ଓ ଅନଲାଇନ୍ ସର୍ଭେ ଟୁଲ୍
  • ଦୂରସଞ୍ଚାର ସେକ୍ଟର ଏକ ବୃଦ୍ଧି ପାଉଥିବା ସେକ୍ଟର । ନୂତନ ଗ୍ରାହକମାନଙ୍କ ମଧ୍ୟରୁ ଏକ ବଡ ଅଂଶ ହେଉଛି ଅର୍ଦ୍ଧ- ସହରୀ ଓ ଗ୍ରାମୀଣ ଅଞ୍ଚଳର । ବିଭିନ୍ନ ଦୂରସଞ୍ଚାର ସମ୍ପର୍କିତ ସମସ୍ୟାଗୁଡିକ ବିଷୟରେ ସେମାନଙ୍କର ବହୁତ କମ୍ ସଚେତନ ତଥା କମ୍ ଜ୍ଞାନ । ତେଣୁ ଟ୍ରାଇ ଦେଶର ବିଭିନ୍ନ ଅଂଶ ଗୁଡିକରେ କନ୍ ଜ୍ୟୁମର ଆଉଟ୍ ରିଚ୍ ପ୍ରୋଗ୍ରାମ୍ ଗୁଡିକ ଅନୁଷ୍ଠିତ କରି ଗ୍ରାହକ ଶିକ୍ଷାକୁ ବଚ୍ଚାଇଛି । ଟ୍ରାଇ ଗ୍ରାହକ ଶିକ୍ଷା ପାଇଁ ସହ ଟ୍ରାଇ ସହ ପଞ୍ଜୀକୃତ ଥିବା ଗ୍ରାହକ ପ୍ରତିଷ୍ଠାନ ତଥା ଏନଜିଓ  ଗୁଡିକ ପାଇଁ କ୍ଷମତା ସୃଷ୍ଟି କରିବା ପାଇଁ ଆଞ୍ଚଳିକ ୱାର୍କସପ୍ ଆୟୋଜିତ କରିଥାଏ । ଗ୍ରାହକ ଶିକ୍ଷା ୱାର୍କସପ୍ ଗୁଡିକ ଗ୍ରାହକ ଓକିଲାତି ଗୋଷ୍ଠୀ ( ସିଏଜି) ଓ ସେବା ପ୍ରଦାନ କାରୀମାନଙ୍କୁ ପରସ୍ପରର ନିକଟତର ହେବାକୁ ଓ ଗ୍ରାହକମାନଙ୍କ ସମସ୍ୟା ଗୁଡିକ ବିଷୟରେ ଆଲୋଚନା ତଥା ଗୋଟିଏ ପ୍ଲାଟ୍ ଫର୍ମ ପ୍ରଦାନ କରିଥାଏ ।
  • ଅନ୍ ଲାଇନ୍ ସର୍ଭେ ଟୁଲ୍
  • ଟାଇ ଦୂରସଞ୍ଚାର ସେବା ପ୍ରଦାନକାରୀମାନଙ୍କ ଦ୍ଵାରା ଦିଆଯାଉଥିବା ସେବାଗୁଡିକରେ ଗ୍ରାହକମାନଙ୍କ ଉପଲବ୍ଧ ର ମୂଲ୍ୟାଙ୍କନ କରିବା ପାଇଁ ସ୍ଵାଧୀନ ଏଜେନ୍ସି ଗୁଡିକ ଦ୍ଵାରା ଗ୍ରାହକ ସନ୍ତୁଷ୍ଟି ସର୍ଭେ ନିୟମିତ ଭାବେ ଆୟୋଜନ କରିଥାଏ । ଏହା ଦ୍ଵାରା ଗ୍ରାହକମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଟ୍ରାଇ  ଦ୍ଵାରା ଲାଗୁ କରାଯାଇଥିବା ବିଭିନ୍ନ ନିୟମମାନ, ଦିଗ ତଥା ନିର୍ଦ୍ଦେଶ ଗୁଡିକର ଫଳପ୍ରଦତାର ମୂଲ୍ୟାଙ୍କନ କରିବାରେ ଗ୍ରାହକମାନଙ୍କ ମତକୁ ସଂଗ୍ରହ କରାଯାଇପାରିବ । ଏହି ସର୍ଭେଗୁଡିକ ସାମନା ସାମଣି ବା ଟେଲିଫୋନ୍ ମାଧ୍ୟମରେ ଇଣ୍ଟର୍ଭ୍ୟୁ ଦ୍ଵାରା କରାଯାଇଥାଏ । ଇଣ୍ଟର୍ନେଟ୍ ଓ ସ୍ମାର୍ଟ ଫୋନର ବଢୁଥିବା ସଂଖ୍ୟାକୁ ଆଖି ଆଗରେ ରଖି, ସେଲ୍ୟୁଲାର ସେବାରେ ଗ୍ରାହକଙ୍କ ଉପଲବ୍ଧ ର ମୂଲ୍ୟାଙ୍କନ କରିବା ପାଇଁ ଟ୍ରାଇ ୱେବ୍ ଆଧାରିତ ଆପ୍ଲିକେସନ୍ ତଥା ଆଙ୍ଗ୍ରଏଡ୍ ଆଧାରିତ ଆପ୍ ଆରମ୍ଭ କରିଛି । ୱେବ୍ ଆଧାରିତ ଗ୍ରାହକ ସନ୍ତୁଷ୍ଟି ସର୍ଭେ ଟ୍ରାଇର ୱେବ୍ ସାଇଟ୍ www.trai.gov.in ର ‘consumer info’ ବିଭାଗରେ ଉପଲବ୍ଧ । ସେହି ବିଭାଗରୁ ଆଙ୍ଗ୍ରଏଡ୍ ଆପ ମଧ୍ୟ ଡାଉନ୍ ଲୋଡ୍ କରିପାରିବେ । ଟ୍ରାଇ ଦ୍ଵାରା ନିର୍ଦ୍ଧାରିତ ସେବା ପରିମାପଗୁଡିକର ଗୁଣବର୍ତ୍ତା ସମ୍ପର୍କିତ ସେବାର ଗ୍ରାହକ ଉପଲବ୍ଧତାର ମୂଲ୍ୟାଙ୍କନ ତଥା ଅଭିଯୋଗ ସମାଧାନ ବ୍ୟବସ୍ଥା ମୋବାଇଲ୍ ନମ୍ବର ପୋର୍ଟେବିଲିଟି ଲାଗୁ ହେବା ଓ ୟୁସିସି ସମ୍ପର୍କିତ ନିଯୁମଗୁଡିକର ଲାଗୁ ହେବା ଓ ୟୁସିସି ସମ୍ପର୍କିତ ନିଯମ ଗୁଡିକର ଫଳପ୍ରଦତାର ମୂଲ୍ୟାଙ୍କନ କରିବା ପାଇଁ ସର୍ଭେ ପ୍ରଶ୍ନାବଳୀ ତିଆରି କରାଯାଇଛି ।

ଆଧାର :ଭାରତୀୟ ଦୂରସଞ୍ଚାର ନିୟମକ ପ୍ରାଧିକାରୀ, "trai.gov.in"

Last Modified : 3/3/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate