অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପିଓଏସ ସିଷ୍ଟମ

ପିଓଏସ ବିକ୍ରୟର କେନ୍ଦ୍ର (ପଏଣ୍ଟ ଅଫସେଲ) ଯେଉଁ ଠାରେ ଏକ ଗ୍ରାହାକ ଦ୍ରବ୍ୟ ଖରିଦଦାରୀ ପରେ ବ୍ୟବସାୟୀ ସମସ୍ତ ହିସାବ କିତାବ କରି ଏକ ବିଲ ପ୍ରସ୍ତୁତ କରନ୍ତି ଏବଂ ଗ୍ରାହକଙ୍କୁ ଦେୟ ଦେବା ପାଇଁ କୁହନ୍ତି । ଏହି ବ୍ୟବସ୍ଥା ଦ୍ଵାରା ଗ୍ରାହକ ଯଦି କୌଣସି ଜିନିଷ କିଣନ୍ତି କିମ୍ବା  କୌଣସି ସେବା ନିଅନ୍ତି  ତେବେ ସେ ବ୍ୟବସାୟୀଙ୍କୁ ପିଓଏସ ଦ୍ଵାରା ଦେୟ ପ୍ରଦାନ କରନ୍ତି । ଦେୟ ପାଇବା ପରେ ବ୍ୟବସାୟୀକୁ ଏକ ପ୍ରିଣ୍ଟ ହୋଇଥିବା ବିଲ ପ୍ରଦାନ କରନ୍ତି । ଯାହା ଇଲେକ୍ଟ୍ରୋନିକ ବିଲ ହୋଇଥାଏ ।

ପିଓଏସ ପ୍ରକ୍ରିୟାରେ ଏକ  ହାର୍ଡୱେୟାର ଏବଂ ସଫ୍ଟୱେୟାର ଉଭୟ ଦ୍ଵାରା ପରିଚାଳିତ ହୁଏ । ଯେତେବେଳେ ଗ୍ରାହକ କ୍ରେଡ଼ିଟ କିମ୍ବା ଡେବିଟ କାର୍ଡ ପିଓଏସ ସିଷ୍ଟମରେ ବ୍ୟବହାର କରନ୍ତି, ସେତେବେଳେ ମ୍ୟାଗ୍ନେଟିକ ଷ୍ଟ୍ରିପରେ ଯେଉଁ ତଥ୍ୟ ଥାଏ ତାହା ପିଓଏସ ମଧ୍ୟକୁ ଚାଲିଯାଏ । ମ୍ୟାଗ୍ନେଟିକ ଷ୍ଟ୍ରିପରେ ଥିବା ଡାଟା ଟ୍ରାକ ୧ ଏବଂ ଟ୍ରାକ ୨କୁ ସ୍ଥାନାନ୍ତରିତ ହୁଏ । ଟ୍ରାକ ୧ରେ ଆର୍ଥିକ କାରବାରର ଡାଟା ଥିବା ବେଳେ ଟ୍ରାକ ୨ରେ କାର୍ଡ ବ୍ୟବହାରିକଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ଥାଏ ଯେପରି ବ୍ୟବହାରିକଙ୍କ ନାମ, ଆକାଉଣ୍ଟ ନଂ ଇତ୍ୟାଦି । ଟ୍ରାକ ୨ରେ  କ୍ରେଡ଼ିଟ କାର୍ଡ ନମ୍ବର ଏକ୍ସପାଏର ତାରିଖ ଇତ୍ୟାଦି ଥାଏ ।

ପିଓଏସ ସିଷ୍ଟମ ପାଇଁ ବିପଦ

  • ସ୍କିମିଙ୍ଗ  : ସ୍କିମିଙ୍ଗ ଏକ ଇଲେକ୍ଟ୍ରୋନିଙ୍କ ବ୍ୟବସ୍ଥା ଯାହା ଦ୍ଵାରା ବ୍ୟକ୍ତିଗତ ଖବରକୁ ଚୋରି କରିହୁଏ । ସ୍କିମିଙ୍ଗ ଏପରି ଏକ ଛୋଟ ଡିଭାଇସ ଯାହା କ୍ରେଡ଼ିଟ/ଡେବିଟ କାର୍ଡକୁ ସ୍କାନ କରି ମ୍ୟାଗ୍ନେଟିକ ଷ୍ଟ୍ରିପରେ  ଥିବା ସମସ୍ତ ବ୍ୟକ୍ତିଗତ ତଥ୍ୟକୁ ଚୋରି କରିଥାଏ । ବ୍ୟବସାୟରେ  ବିଧି ସଙ୍ଗତ ନେଣଦେଣରେ ସ୍କିମିଙ୍ଗ ଦ୍ଵାରା କ୍ଷତି ହୋଇପାରେ ।
  • ପିଓଏସ ମାଲୱେୟାର : ପଏଣ୍ଟ ଅଫ ସେଲ ମାଲୱେୟାର ଏପରି ଏକ ସଫ୍ଟୱେୟାର  ଯାହା ଦ୍ଵାରା କ୍ରେଡ଼ିଟ କାର୍ଡ/ଡେବିଟ କାର୍ଡର ସମସ୍ତ ତଥ୍ୟକୁ ବାହାରେ ପ୍ରକାଶ କରାଯାଇପାରିବ ।

ପିଓଏସ ବ୍ୟବହାରକାରୀ ମାନେ ନିଜ ଭିତରେ ଉତ୍ତମ ଅଭ୍ୟାସ

ପିଓଏସ ବ୍ୟବହାରକାରୀ ମାନେ ନିଜ ଭିତରେ ଉତ୍ତମ ଅଭ୍ୟାସର  ବିକାଶ କରାଇଲେ ପିଓଏସ ସିଷ୍ଟମରେ ସମସ୍ତ ତଥ୍ୟ ସୁରକ୍ଷିତ ରହିପାରିବ ।

  • ପିଓଏସ ସଫୱେୟାରକୁ ଅପଡେଟ କରାଯିବ : ସବୁ ସମୟରେ ପିଓଏସ ସିଷ୍ଟମ ନିୟମିତ ଭାବରେ ଅପଡେଟ କରାଯିବା ଆବଶ୍ୟକ ।
  • ଆଣ୍ଟିଭାଇରସର ବ୍ୟବହାର : ପିଓଏସ ନେଟୱାର୍କ ପାଇଁ ଆଣ୍ଟିଭାଇରସ ପ୍ରୋଗ୍ରାମ ବ୍ୟବହାର କରାଯିବା ଉଚିତ୍ ।
  • ଫାୟାରୱାଲର ପ୍ରତିଷ୍ଠା : ବାହ୍ୟ ଆକ୍ରମଣରୁ ପିଓଏସକୁ ଫାୟାରୱାଲ ରକ୍ଷା କରିବ । ତଥ୍ୟ ହ୍ୟାକରଙ୍କ ଠାରୁ ଫାୟାରୱାଲ ଡାଟାକୁ ରକ୍ଷା କରିବ । ଭାଇରସ, ପୋକ  ଅନ୍ୟ ମାଲୱେୟାରଙ୍କ ଠାରୁ ଫାୟାରୱାଲ ରକ୍ଷା କରିପାରିବ ।
  • ଇଣ୍ଟରନେଟ ପାଇଁ କଟକଣା : ପିଓଏସ ଡିଭାଇସର ବେଆଇନ ଉପରେ କଟକଣା ଲଗାଇବା ଆବଶ୍ୟକ ।
  • ରିମୋଟ ଆକ୍ସେସ ଦ୍ଵାରା ପିଓଏସ ସିଷ୍ଟମର ନେଟୱାର୍କ ଅନ୍ୟ ଦ୍ଵାରା କରାଇ ତଥ୍ୟ ଚୋରି କରିପାରିବେ ତେଣୁ ଆକ୍ସେସ ଗ୍ରହଣ ନକରିବା ରିମୋଟ ଥିବା ଆବଶ୍ୟକ ।

ଲଗର  ସର୍ବେକ୍ଷଣ

ନିୟମିତ ଭାବରେ ବ୍ୟବସାୟୀ, ଅନୁଷ୍ଠାନ ଲଗର  ସିଷ୍ଟମକୁ ସର୍ବେକ୍ଷଣ କରିବା ଆବଶ୍ୟକ ।

  • ପିଓଏସ ସଫୱେୟାର ଅପଡେଟ : ସମସ୍ତ  ପିଓଏସ ସିଷ୍ଟମକୁ ନିୟମିତ ଭାବରେ ଅପଡେଟ କରାଇବା ଜରୁରୀ ।
  • ଆକାଉଣ୍ଟଲକ ଆଉଟ ପଲିସି : N ନମ୍ବର  ପରେ ଆକାଉଣ୍ଟକୁ ଲଗିଙ୍ଗ କରିବା ଭୁଲ କାର୍ଯ୍ୟ ।
  • ରିଟେଲରଙ୍କ ଦ୍ଵାରା ପିଓଏସ ସିଷ୍ଟମ ସାଧାରଣ ଇଣ୍ଟରନେଟରେ ବ୍ୟବହୃତ ହେବା ଉଚିତ୍ ନୁହେଁ ।
  • ଏକ ଶକ୍ତିଶାଳି ପାସୱାର୍ଡ ବ୍ୟବହାର କରନ୍ତୁ : ପିଓଏସ ଡିଭାଇସ ମାଲିକ ମାନେ ନିୟମିତ ସମୟ ବ୍ୟବଧାନରେ ସେମାନଙ୍କ ପାସୱାର୍ଡକୁ ପରିବର୍ତ୍ତନ କରିବା ଉଚିତ ।
  • ବ୍ୟବସାୟୀ ମାନେ ସେମାନଙ୍କର ୱାଇଫାଇ ଏବଂ ଇଣ୍ଟରନେଟ ସୁରକ୍ଷିତ ଅଛି ବୋଲି ନିଶ୍ଚିତ  କରିବା ଉଚିତ୍ । ବ୍ୟବସାୟୀମାନେ ସେମାନଙ୍କ ସିଗନାଲ ଶକ୍ତିକୁ ସଠିକ ଭାବରେ ବ୍ୟବହାର କରିବା ଉଚିତ । ସିଗନାଲ ବେଶୀ ଦୂରରୁ ଯେପରି ନଆସୁଥାଏ  ସେଥି ପ୍ରତି ସତର୍କ ହେବା ଆବଶ୍ୟକ ।
  • ଅନ୍ୟକୌଣସି ଇଲେକ୍ଟ୍ରୋନିକ/ଚୁମ୍ବକୀୟ ଡିଭାଇସ ପିଓଏସ ସଂସ୍ପର୍ଶ ଆସିବ ଉଚିତ ନୁହେଁ । ପିନ ନମ୍ବର ସର୍ବଦା ଗୁପ୍ତ ରଖାଯିବା ଉଚିତ ।
  • ବ୍ୟବସାୟୀ ସବୁବେଳେ ଖାତି ସମ୍ପନ୍ନ ଡିଲରଙ୍କ ଠାରୁ ପିଓଏସ ମେସିନ କିଣିବା ଉଚିତ୍ ।

ଯଦି ନେଣଦେଣରେ ଅସୁବିଧା  ହୁଏ ତେବେ ସେବା ପ୍ରଦାନକାରୀ/ବ୍ୟାଙ୍କ ସହ ଯୋଗାଯୋଗ କରିବା ଉଚିତ ।

ଅଧିକ ସୂଚନା  ପାଇଁ http://www.cert-in.org.in/

ଆଧାର - ଇନଫୋସଆୱେରନେସ୍.ଇନ୍

Last Modified : 3/10/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate