অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆସିଲା ମୋବାଇଲ୍ ଆପ୍: ପର୍ଯ୍ୟଟନ ସ୍ଥଳ ଆର୍ବଜନା ଫଟୋ ସରକାରଙ୍କୁ ପଠାଅ

ଆସିଲା ମୋବାଇଲ୍ ଆପ୍: ପର୍ଯ୍ୟଟନ ସ୍ଥଳ ଆର୍ବଜନା ଫଟୋ ସରକାରଙ୍କୁ ପଠାଅ

ମୋବାଇଲ୍ ଆପ୍

ଆମ ଦେଶରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି ଯାହାକୁ ଦେଖିବା ପାଇଁ ସମଗ୍ର ବିଶ୍ୱରୁ ପ୍ରତି ବର୍ଷ ହଜାରହଜାର ଲୋକ ଭାରତକୁ ଆସୁଛନ୍ତି । କିନ୍ତୁ ଏହି ସ୍ଥାନଗୁଡ଼ିକରେ ପଡ଼ିଥିବା ଆବର୍ଜନା କିମ୍ବା ସେଠାକାର ଆବର୍ଜନାମୟ ପରିବେଶକୁ ଦେଖିବା ପରେ ଭାରତ ପ୍ରତି ସେମାନଙ୍କର ଏକ ଖରାପ ଧାରଣା ସୃଷ୍ଟି ହେଉଛି । ସେହି ଧାରଣାକୁ ବଦଳାଇବାକୁ ସରକାର ଯତ୍ନବାନ ହୋଇଯାଇଛନ୍ତି । ଦେଶକୁ ସ୍ୱଚ୍ଛ କରିବାକୁ ସ୍କିମ୍ ହାତକୁ ନେଇଥିବା ସରକାର ଖୁବଶୀଘ୍ର ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପରିଷ୍କାର କରିବାକୁ ଯାଉଛନ୍ତି । ସେଥିପାଇଁ ଏକ ମୋବାଇଲ୍ ଆପ୍ ସରକାର ବିକଶିତ କରିଛନ୍ତି । ଏହି ମୋବାଇଲ୍ ଆପ୍ ଜରିଆରେ ଲୋକମାନେ ପର୍ଯ୍ୟଟନସ୍ଥଳୀ ପାଖରେ ଆବର୍ଜନା ଦେଖିଲେ ତାହାର ଫଟୋ ଉଠାଇ ସିଧାସଳଖ ସରକାରଙ୍କ ନିକଟକୁ ପଠାଇପାରିବେ । ସରକାର ତାହା ଜାଣିବା ପରେ ଆବର୍ଜନାକୁ ପରିଷ୍କାର କରିବାର ବ୍ୟବସ୍ଥା କରିବେ ।

ଫଟୋ ସରକାରଙ୍କୁ ପଠାଅ

ଏହି ମୋବାଇଲ୍ ଆପର ନାମ ହେଉଛି ସ୍ୱଚ୍ଛ ପର୍ଯ୍ୟଟନ ମୋବାଇଲ୍ ଆପ୍ । ଏହାକୁ ଡାଉନଲୋଡ୍ କରି ସେଥିରେ ଆବର୍ଜନାର ଫଟୋ ଉଠାଇ ସିଧାସଳଖ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ନିକଟକୁ ପଠାଇ ହେବ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ଏହାକୁ ଉନ୍ମୋଚନ କରିଛନ୍ତି । ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୨୫ଟି ପ୍ରମୁଖ ପର୍ଯ୍ୟଟନସ୍ଥଳକୁ ଏଥିରେ ସ୍ଥାନ ଦିଆଯାଇଛି । ସେଗୁଡ଼ିକ ହେଉଛି ତାଜମହଲ, ହୁମାୟୁନ୍ କବର, ଫତେହପୁର ସିକ୍ରି, ଇତ୍ୟାଦି । ଖୁବଶୀଘ୍ର ପର୍ଯ୍ୟଟନ ସ୍ଥଳ ସଂଖ୍ୟା ବୃଦ୍ଧି ପାଇବ । ପର୍ଯ୍ୟଟନ ସ୍ଥଳରେ କିଭଳି ସୁଧାର ହେବା ଦରକାର ସେ ସଂପର୍କିତ ମତାମତକୁ ମଧ୍ୟ ଲୋକମାନେ ସରକାରଙ୍କ ପାଖକୁ ପଠାଇପାରିବେ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ପର୍ଯ୍ୟଟନ ସ୍ଥଳକୁ ସଫାସୁତୁରା ରଖିବା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ କରାଯାଇଛି । ସେମାନଙ୍କ ପାଖରେ ଆବର୍ଜନାର ଫଟୋ ପହଂଚିଲେ ଘଣ୍ଟାଏ ଦୁଇ ଘଣ୍ଟା ଭିତରେ ତାହାକୁ ସଫା କରିଦିଆଯିବ । କୌଣସି ଅଧିକାରୀ ଏହି କାମରେ ଖିଲାପ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଆଧାର: ଓଡିଶା ରିପୋଟର

Last Modified : 1/11/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate