କିଛି ବର୍ଷ ପୂର୍ବରୁ ଯାହାକୁ ଆମେ କାଳ୍ପନିକ ବା ମନଗଢା କାହାଣୀ ବୋଲି ଭାବୁଥିଲେ ତାହା ଆଜି ବାସ୍ତବ ହେଉଛି । ଯାହା ଅବାସ୍ତବ ବା ମିଛ ବୋଲି ଲାଗୁଥିଲା ଏବେ ତାହା ସତ ହେଉଛି । ମଣିଷ ନିଜର ବିଚକ୍ଷଣ ବୁଦ୍ଧି ବଳରେ ମାଟି, ପାଣି, ପବନକୁ କାଳ୍ପନିକ ଢଙ୍ଗରେ ସଜିଲ କରୁଛି । ଏବେ ବଜାରରେ ମାଟି ପ୍ୟାକେଟ ଆକାରରେ ମିଳୁଛି । ସେହିପରି ଘରକୁ ଶୀତତାପ ନିୟନ୍ତ୍ରିତ କରାଯାଇପାରୁଛି । ଏ ସବୁ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରଭାବ, ଯାହାକି ଉତ୍ତରଆଧୁନିକ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ନାମ ଧାରଣ କରିଛି ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ (ଏମ୍ଆଇ) ମଧ୍ୟ କୁହାଯାଉଛି । କମ୍ପ୍ୟୁଟର ସାଇନ୍ସ ଭାଷାରେ ଏହାକୁ ଇଣ୍ଟେଲିଜେନ୍ସ ଏଜେଣ୍ଟସ୍ ର ଶିକ୍ଷାର ସଜ୍ଞା ଦିଆଯାଇଛି ।
ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ କେବଳ ବୈଜ୍ଞାନିକ ମାନଙ୍କର କଳ୍ପନା ଭିତରେ ସୀମିତ ନାହିଁ ବରଂ ଏବେ ଏହା ନୂତନ ନିଯୁକ୍ତି ସୁଯୋଗ ପାଇଁ ଏକ ମାଧ୍ୟମରେ ପରିଣତ ହୋଇଛି । ବିଭିନ୍ନ ବିଶ୍ଵବିଦ୍ୟାଳୟ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ସ୍ନାତକ ପାଠ୍ୟକ୍ରମ ତଥା ଅନଲାଇନ୍ କୋର୍ସ ପ୍ରଦାନ କଲେଣି । ଏକ ତଥ୍ୟ ଅନୁସାରେ ଆଉ କିଛି ବର୍ଷ ପରେ ୨୦ ରୁ ୩୦ ବର୍ଷ ବୟସ୍କ ପ୍ରାୟ ୮୦% ସ୍ପେନ୍ ଅଧିବାସୀ ନିଜ ପାଠପଢା ସମୟରେ ନିଜର ପ୍ରଫେଶନ ବାଛି ସାରିଥିବେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ସେଠାରେ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଏଭଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବୋଲି କୁହାଯାଉଛି ।
ପ୍ରାଥମିକ ଶିକ୍ଷା ଗ୍ରହଣ ବେଳେ ଅନେକ ପିଲା ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଦୁର୍ବଳ ଥାଆନ୍ତି । ଆଲ୍ଫା, ବିଟା, ଗାମା ଭଳି କିଛି ଶବ୍ଦ ଜୀବନର କେଉଁ ସମୟରେ କାର୍ଯ୍ୟରେ ଲାଗିବ ବୋଲି ପ୍ରଶ୍ନ ସେମାନଙ୍କୁ ଆନ୍ଦୋଳିତ କରେ । କିନ୍ତୁ ଏବେ କୁହାଯାଉଛି ସାଇନ୍ସ, ଟେକ୍ନୋଲୋଜି, ମାଥମାଟିକ୍ସ ଏବଂ ଇଞ୍ଜିନିୟରିଂର ସମ୍ମିଶ୍ରଣରେ ବର୍ତ୍ତମାନ ଯେଉଁ ସବୁ ଅସମ୍ଭବ ସମ୍ଭବରେ ପରିଣତ ହେଉଛି ତାହା କୃତ୍ରିମ ଜ୍ଞାନ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ।
ସ୍ପେନସ୍ଥିତ ୟୁନିଭର୍ସିଟି ଅଫ୍ ଆଲିକେଣ୍ଟର ଡିନ୍ ଆଣ୍ଡ୍ରେସ ପେଡ୍ରେନୋଙ୍କ କହିବାନୁସାରେ, ‘ଆଉ କିଛି ବର୍ଷ ପରେ ଛାତ୍ରୀଛାତ୍ରଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ଆବଶ୍ୟକତାରେ ପରିଣତ ହେବ । ବିଜ୍ଞାନର ଯେଉଁ କୌଣସି ବିଭାଗରେ ସ୍ପେସିଆଲାଇଜେଶନ କଲେ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ଜ୍ଞାନ ଆହରଣ କରିବା ଜରୁରୀ ହୋଇ ପଡିବ’ ।
କେତେକ ବିଶ୍ୱବିଦ୍ୟାଳୟରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଶିକ୍ଷା ପ୍ରଦାନ କରାଗଲାଣି । କିନ୍ତୁ ଏହା ପୂର୍ବରୁ ଗଣିତ, ବିଜ୍ଞାନ, ଟେଲିକମ୍ୟୁନିକେଶନ, ପଦାର୍ଥବିଜ୍ଞାନ ଆଦିରେ ସ୍ନାତକ ଶିକ୍ଷା ପ୍ରଥମ ସୋପାନ ବୋଲି ଧରାଯାଉଛି । ଏହାପରେ ସ୍ନାତକୋତ୍ତର ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଗବେଷଣା ମଧ୍ୟ କରାଯାଇ ପାରିବ । ଏହି ଗବେଷଣା ମଧ୍ୟରେ ଅଟୋମେଟିକ ଲର୍ନିଙ୍ଗ, କଗ୍ନିଟିଭ୍ ରୋବଟିକ୍ସ, ଆର୍ଟିଫିସିଆଲ ଭିଜନ, ସ୍ପିଚ୍ ରେକଗ୍ ନାଇଜେଶନ, ପ୍ରୋସେନିଂ ନେଚୁରାଲ ଲାଙ୍ଗୁଏଜ୍ ଆଦି ରହିଛି ।
ଏବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମାସିଭ୍ ଅନଲାଇନ୍ ଓପନ କୋର୍ସ (ଏମ୍ଓଓସି) ପ୍ରଦାନ କରୁଛନ୍ତି । ବିଗ୍ ଡାଟା, ରୋବଟିକ୍ସ, କମ୍ପ୍ୟୁଟେଶନାଲ ଇଣ୍ଟେଲିଜେନ୍ସ ଆଦି କ୍ଷେତ୍ରରେ ଏହି ଏମ୍ଓଓସି ମାଧ୍ୟମରେ ସ୍ଵତନ୍ତ୍ର ଜ୍ଞାନ ଆହରଣ କରାଯାଇ ପାରିବ । ମାଷ୍ଟର୍ସ ଇନ୍ ଆଡଭାନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମାଷ୍ଟର୍ସ ଇନ୍ ଏଆଇ ରିସର୍ଚ୍ଚ ଆଦି ପାଠ୍ୟକ୍ରମ ମଧ୍ୟ ରହିଛି ।
ଯେଉଁମାନେ ଏହି କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ସେମାନେ ସାଇଣ୍ଟିଫିକ୍ ରିଭ୍ୟୁ ମଧ୍ୟ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ସେହିପରି ସୋସିଆଲ୍ ମିଡିଆରେ ଉପଲବ୍ଧ ହେଉଥିବା ବିଭିନ୍ନ ତଥ୍ୟ ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ମଧ୍ୟ ସମୀକ୍ଷା କରିବା ଉଚିତ । କୁହାଯାଉଛି ବର୍ଷ ୨୦୧୮ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଏକ ଉତ୍ତମ ବର୍ଷ ହେବ । ବିଶ୍ଵର ପାଖାପାଖି ୮୦% ବୃହତ ସଂସ୍ଥା ଏହି କ୍ଷେତ୍ରରେ ନିବେଶ କରିବେ । ୬୦% ସଂସ୍ଥା କନସେପ୍ଟ ଟେଷ୍ଟ କରିବେ । ଏହାକୁ ନେଇ ଏବେଠାରୁ କେତେକ ସଂସ୍ଥା ଆକଳନ କରୁଛନ୍ତି । ଖାଲି ସେତିକି ନୁହେଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ଭବିଷ୍ୟତ ନୁହେଁ ଏହା ବର୍ତ୍ତମାନର ଆବଶ୍ୟକତା ବୋଲି କେତେକ ବୈଜ୍ଞାନିକ ମତ ରଖିଲେଣି ।ଆଧାର : କ୍ୟାରିୟର ବ୍ୟୁର
Last Modified : 6/23/2020