অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜୈବିକ କୃଷିରେ କ୍ୟାରିୟର

ଉପକ୍ରମ

ଜୈବିକ କୃଷିର ପରିସର ବର୍ତ୍ତମାନ ବୃଦ୍ଧି ହେଉଥିବାରୁ ଏହାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଯୁବପିଢ଼ି ଉନ୍ନତ କ୍ୟାରିୟର କରିପାରିବେ ।

ପାଠପଢା ଶେଷ ପରେ କ୍ୟାରିୟର ଆରମ୍ଭରେ ଏକ ଭଲ ବେତନର ଚାକିରି, ଉନ୍ନତ ଜୀବନଶୈଳୀ ଭଳି ଅନେକ ପ୍ରସଙ୍ଗକୁ ଅଧିକାଂଶ ପସନ୍ଦ କରିଥାନ୍ତି । କୃଷି କ୍ଷେତ୍ରରେ ଭଲ କ୍ୟାରିୟର କରିବା ପାଇଁ ଯୋଜନା ରହିଛି ବୋଲି ଯଦି କେହି କୁହନ୍ତି ତେବେ ଏହାକୁ ଏକ ନେଇ ଅନେକ ଥଟ୍ଟା ପରିହାସ କରନ୍ତି । ମାତ୍ର ଏକଥା ମଧ ମାନିବାକୁ ହେବ ଯେ, କୃଷି ତଥା ଜୈବିକ କୃଷିକୁ ନେଇ ଏକ ଉନ୍ନତ କ୍ୟାରିୟର ହୋଇ ପାରିବ । ବିଶେଷ କରି ଘରୋଇ ତଥା ଓଡିଶାରେ ଜୈବିକ କୃଷି କ୍ଷେତ୍ରରେ ବିଶେଷ ସୁବିଧା ସୁଯୋଗ ରହିଛି। ବର୍ତ୍ତମାନ ଅନେକ ସଂଖ୍ୟାରେ କୃଷକ ବିଭିନ୍ନ କୃଷି ସମସ୍ୟାକୁ ନେଇ ଜୀବନ ହାରୁଥିବା ବେଳେ ଏହାକୁ କ୍ୟାରିୟର କରିବାକୁ କହିଲେ ଅନେକ ଏହାକୁ ତାଚ୍ଛଲ୍ୟ କରନ୍ତି । ଏଣୁ ଜୈବିକ କୃଷିରେ କ୍ୟାରିୟର କରିବାକୁ ଯଦି ଯୋଜନା କରୁଥାନ୍ତି ତେବେ ଏହାକୁ ନେଇ ଭଲରେ ପୁଣିଥରେ ଚିନ୍ତା କରିନେବା ଉଚିତ୍।

ନିକଟରେ ହୋଇଥିବା ଏକ ଅଧୟନ ମୁତାବକ ବିଶ୍ଵ ସ୍ତରରେ ଜୀବନ ଶୈଳୀରେ ବିଶେଷ ଭାବେ ପରିବର୍ତ୍ତନ ଆସିଛି। ବିଭିନ୍ନ ପ୍ରକାରର ଡାଲି, ଫଳ, ପନିପରିବା, ଫୁଲ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଚାହିଦା ଦିନକୁ ଦିନ ବୃଦ୍ଧି ଘଟୁଛି। ଚାହିଦା ବୃଦ୍ଧି ହେତୁ ଏହାର ଉତ୍ପାଦନ ମଧ୍ୟ ବୃଦ୍ଧି ଘଟିଛି। ଅପର ପକ୍ଷରେ ଜୈବିକ ଉପାଦାନକୁ ନେଇ ପ୍ରସ୍ତୁତ ହେଉଥିବା ଔଷଧ, ପ୍ରସାଧନ ଚାହଦା ବତ୍ତମାନ ଦ୍ରୁତ ହାରରେ ବୃଦ୍ଧି ଘଟିଛି। ସେହିଭଳି ରସାୟନ ଭିତ୍ତିକ ଉତ୍ପାଦ ତୁଳନାରେ ଜୈବିକ ଉତ୍ପାଦର ଚାହିଦାରେ ବିଶେଷ ଭାବେ ପରିବର୍ତ୍ତନ ହୋଇଛି ।

ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବା ବେଳେ ଏହା ଜୈବିକ ଉପାଦାନକୁ ନେଇ ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ଉତ୍ପାଦନରେ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିବ। ଫଳ, ପନିପରିବା, ମସଲା, ପ୍ରସାଧନ ତଥା ଫୁଲ ଭଳି କ୍ଷେତ୍ରରେ ଜୈବିକ ଉପାଦାନର ବ୍ୟବହାର କରି ଅନେକ ସାମଗ୍ରୀ ଉତ୍ପାଦନ କରାଯାଇ ପାରିବ ।

ଜୈବିକ କୃଷି

ବିନା କୌଣସି ରାସାୟନିକ, କୀଟନାଶକ, ସାର ବ୍ୟବହାର ବଦଳରେ ଜୈବିକ ଉପାୟ ଆପଣାଇ କରାଯାଉଥିବା କୃଷିକୁ ଜୈବିକ କୃଷି ବୋଲି ବିଚାର କରାଯାଇଥାଏ । ଜୈବିକ ତଥା ପ୍ରାକୃତିକ ଉପାୟ ଅବଲମ୍ବନ ଦ୍ଵାରା ଏହି ଭଳି କୃଷିକାର୍ଯ୍ୟ କରାଯାଇଥାଏ । କୃଷି ବିଭାଗ ପ୍ରମାଣିତ ଉତ୍ପାଦ ବ୍ୟବହାର ଦ୍ଵାରା ଏହି ଭଳି କୃଷି କରାଯାଇଥାଏ ।

ରାସାୟନିକ ତଥା ସିଷ୍ଟ୍ରେଟିକ ସାର ବ୍ୟବହାରର କ୍ଷତିକାରକ ପ୍ରଭାବ

ସାର, କୀଟନାଶକ, ଉନ୍ନତ ବିହନ, ମାଇକ୍ରୋ ନ୍ୟୁଟ୍ରେଣ୍ଟ ବ୍ୟବହାର ଦ୍ଵାରା କୃଷକମାନେ ବର୍ତ୍ତମାନଅଧିକ ଉତ୍ପାଦନ କରିବାକୁ ସକ୍ଷମ ହେଉଛନ୍ତି । ବର୍ତ୍ତମାନ ଉତ୍ପାଦନ ଅଧିକ ହେଉଛି ସତ ମାତ୍ର ଏହା ଗ୍ରାହକଙ୍କ ନିରାପତ୍ତା ଲାଗି ବିଶେଷ ଭାବେ କ୍ଷତିକାରକ, ସାବ୍ୟସ୍ତ ହେଉଛି । କୀଟନାଶକ, ସାର ତଥା ରାସାୟନିକର ବ୍ୟବହାର ଫଳରେ କର୍କଟ, ମଧୁମେହ ତଥା ଅନ୍ୟାନ୍ୟ ଚର୍ମରୋଗ ସମସ୍ୟାମାନଦେଖାଯାଏ ।

ଏହି ଭଳି ଖାଦ୍ୟଶସ୍ୟ ତଥା ପନିପରିବାର ବ୍ୟବହାର ଯୋଗୁ ମଣିଷର ଶରୀର ବର୍ତ୍ତମାନ ଧୀରେ ଧୀରେ କ୍ଷତିଗ୍ରସ୍ତ ହେଉଛି । ଅନେକ ଦିନ ଧରି ଏହାର ବ୍ୟବହାର ଫଳରେଅନେକରୋଗର କାରଣ ଏହା ମଧ୍ୟ ହୋଇଥାଏ । କୃଷି କ୍ଷେତ୍ରରେ ବ୍ୟବହାର ହେଉଥିବା କୀଟନାଶକ ପାଇଁ ବିଶେଷ କରି ଅନେକ ରୋଗ ହେଉଥିବାର ଲକ୍ଷ୍ୟ କରାଯାଇଛି। ଏହା ସହ ଏହା ମାଟିର ଉର୍ବରତା ତଥା କୃଷି ଉତ୍ପାଦର ସ୍ଵାଦକୁ ମଧ୍ୟ ବିଶେଷ ଭାବେ ପ୍ରଭାବିତ କରୁଛି।

ୟୁଏସଏଫଡିଏ ଭଳି ଭାରତ ସରକାର ମଧ୍ୟ ଏହି ଭଳି ବିଭିନ୍ନ ସମସ୍ୟାକୁ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । କର୍କଟ, ମଧୁମେହ, ରକ୍ତଚାପ ଭଳି ଅନ୍ୟ କେତେକ ସମସ୍ୟା ରାସାୟନିକ ବ୍ୟବହାର ଯୋଗୁ ହେଉଛି । ଏହାକୁ ଧ୍ୟାନରେ ରଖି ସରକାର କୃଷି ତଥା କୃଷିଜାତ ସାମଗ୍ରୀର ଅଧିକ ରାସାୟନିକ ବ୍ୟବହାରକୁ ବାରଣ କରୁଛନ୍ତି । ସେହିଭଳି ବିଦେଶକୁ କୃଷିଜାତ ସାମଗ୍ରୀ ରପ୍ତାନି କରିବାକୁ ହେଲେ ସାମଗ୍ରୀ ଉପରେ ଠିକ୍ ଭାବେ ଦର୍ଶାଇବାକୁ ହୁଏ । ଏହା ସହିତ ସାମଗ୍ରୀକୁ ଏଫଏସ୍ଏସ୍ଏଆଇ କିମ୍ବା ଏପିଏଡିଏ ଦ୍ଵାରା ମଞ୍ଜୁରୀ ମିଳିଛି କି ନାହିଁ ତାକୁ ମଧ୍ୟ ଦର୍ଶାଇବାକୁ ହୁଏ । ନ୍ୟାଶନାଲ ପ୍ରୋଗ୍ରାମ ଫର ଅର୍ଗାନିକ ପ୍ରଡକଶନ ଅଧୀନରେ ଇଣ୍ଡିଆ ଅର୍ଗାନିକ ଲୋଗୋ ଲଗାଯାଇଥାଏ ।

ସରକାରଙ୍କ ବିନା କୌଣସି ଅନୁମତି କିମ୍ବା ପ୍ରମାଣପତ୍ରରେ ଇଣ୍ଡିଆ ଅର୍ଗାନିକଲୋଗୋର ବ୍ୟବହାର ହୋଇ ପାରିବ ନାହିଁ। ବଜାରର ଅନ୍ୟ କୌଣସି ସାମଗ୍ରୀ ତୁଳନାରେ ଜୈବିକ ସାମଗ୍ରୀଗୁଡିକର ଦର ଅପେକ୍ଷାକୃତ ଅଧିକ ରହିଥାଏ । ଅନେକ ନକଲି ଉତ୍ପାଦ ମଧ୍ୟ ଅର୍ଗାନିକ ଦର୍ଶାଇ ଉଚ୍ଚ ମୂଲ୍ୟରେ ବିକ୍ରି ହେଉଥିବା ଦେଖାଯାଉଛି।

ଜୈବିକ କୃଷିର ଶୁଭାରମ୍ଭ କିଭଳି କରିବେ?

କୃଷି ଏକ ପୂର୍ଣ୍ଣକାଳୀନ ବୃତ୍ତି ହୋଇଥିବା ବେଳେ ଏଥିଲାଗି ଉଭୟ ଶାରୀରିକ ତଥା ମାନସିକ ସ୍ତରରେ ପ୍ରସ୍ତୁତ ରହିବାର ଆବଶ୍ୟକତା ରହିଛି। ଉନ୍ନତ କୃଷି ଲାଗି କଠିନପରିଶ୍ରମ ଲୋଡା ରହିଛି। ଏହାଦ୍ଵାରା ଅଧିକ ଅମଳ ତଥା ଲାଭ ମିଳିପାରିବ । ସେ ଯେଉଁମାନେ ଜୈବିକ କୃଷିକରିବାକୁଆଗ୍ରହୀ ସେମାନେ ପ୍ରାଥମିକ ପର୍ଯ୍ୟାୟରେ ଏକ ଛୋଟ ପଦକ୍ଷେପରୁ ଶୁଭାରମ୍ଭ କରିବା ଆବଶ୍ୟକ । ଏହା ସହ ଜମିର ଗୁଣବତ୍ତା ତଥା ପାଣିପାଗ ମଧ୍ୟ ଗୁରୁତ୍ଵପୁର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଡାଲି ପନିପରିବା, ଫଳ, ମସଲା ସାମଗ୍ରୀ, ଫୁଲ ଭଳି ଅନ୍ୟ କେତେକ କ୍ଷେତ୍ରରେ ଜୈବିକ କୃଷିକୁ ଚୟନ କରିପାରିବେ । ପ୍ରତି ଉତ୍ପାଦର ନିଜସ୍ ଚାହିଦା ରହିଛି। ଚାହିଦା ମୁତାବକ ଏହାର ଉତ୍ପାଦନ କରିବା ସହ ଏହାକୁ ରପ୍ତାନି କରାଯାଇ ପାରିବ ।

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମସଲାର ଚାହିଦା ବଢୁଥିବା ଯୋଗୁ ଏହାର ଚାଷ ଲାଭପ୍ରଦାନ କରିବ । ଏହାକୁ ରପ୍ତାନି ମଧ୍ୟ କରାଯାଇ ପାରିବ । ଏଣୁ ଏହାର ଚାଷ ତଥା ସଂରକ୍ଷଣ କରାଯାଇ ପାରିଲେ ଏହା ଲାଭ ପ୍ରଦାନ କରିପାରିବ । ସେହିଭଳି ପନିପରିବା ତଥା ଉଦ୍ୟାନକୃଷିରୁ ଉତ୍ପାଦିତ ସାମଗ୍ରୀକୁ ସ୍ଥାନୀୟ ତଥା ବିଦେଶକୁ ରପ୍ତାନି କରାଯାଇ ପାରିବ। ଏଥିଲାଗି ଅତ୍ୟାଧୁନିକ କୌଶଳ ତଥା ଉତ୍ପାଦଗୁଣବତ୍ତାର ଆବଶ୍ୟକତା ରହିଛି।

ଯଦି ଜୈବିକ କୃଷି ଲାଗି ଯୋଜନା କରୁଛନ୍ତି ତେବେ ଏଥିଲାଗି ଜମିର ଚୟନ ତଥା ଏଥିଲାଗି ଜମି ଉପଯୋଗୀ ହେବ । କି ନାହିଁ ତା’ର ବିଚାର କରନ୍ତୁ । ଯଦି ଆପଣଙ୍କ ଉତ୍ପାଦିତ ସାମଗ୍ରୀ ଜୈବିକ ବୋଲି ଦାବିକରିବାକୁ ଚାହାନ୍ତି ତେବେ ଚାଷ ସମଯରେ ଜମିରେ କୌଣସି ରାସାୟନିକ, ସଛେଟିକ୍ ସାର, କୀଟନାଶକ ତଥା ପୋକମରାର ବ୍ୟବହାର ନ ହୁଏ ତାକୁ ମଧ୍ୟ ଧ୍ୟାନରେ ରଖିବାକୁ ହୁଏ ।

ନିଜସ୍ଵ ବ୍ୟବହାର ତଥା ବିକ୍ରି ଲାଗି ଜୈବିକ ଖତ ପ୍ରସ୍ତୁତି

ନିଜସ୍ଵ ବ୍ୟବହାର ତଥା ବିକ୍ରିଉଦ୍ଦେଶ୍ୟରେ ମଧ୍ୟ ଜୈବିକ ଖତ ପ୍ରସ୍ତୁତ କରି ପାରିବେ । ଏଥିପାଇଁ କିଛିଟା କୌଶଳ ଅବଲମ୍ବନ କରିବାକୁ ହେବ । ବଜାରରେ ଏହାର ଚାହିଦା ଅଧିକ ରହିଥିବା ଯୋଗୁ ଜୈବିକ ଖତ ପ୍ରସ୍ତୁତ ଦ୍ଵାରା ମଧ୍ୟ ଭଲ ବ୍ୟବସାୟ ହୋଇ ପାରିବ।

ଅନାବନା ସାମଗ୍ରୀର ବ୍ୟବହାରରେ ଜୈବିକ ଖତ ପ୍ରସ୍ତୁତ କରିବା ଲାଗି ସ୍ୱଳ୍ପ ସମୟ ଲାଗି ଥାଏ । ନିଜ ଆଖପାଖରେ ଥିବା ପନିପରିବା ଚୋପା, ପତ୍ର, ଅନାବନା ଗଛ, ମଉଳା ଫୁଲ, ଗାଇର ଖତ କିମ୍ବା ପଶୁପକ୍ଷୀର ମଳ, ଫୋପଡା ଯାଉଥିବା ଖାଦ୍ୟକୁ ବ୍ୟବହାର କରି ଜୈବିକ ଖତ ଉତ୍ପାଦନ କରାଯାଇ ପାରିବ। ଏଥିରେ ପୁଷ୍ଟିକ, ଆଲୁମିନିୟମ, ଧାତୁ, କାଚ ଭଳି ପଦାର୍ଥ ଯେଉଁ ଭଳି ଭାବେ ନ ମିଶେ ତାକୁ ଧ୍ୟାନରେ ରଖିବାକୁ ହେବ।

ସେହିଭଳି କେତେକ ପ୍ରଜାତିରେ ଢିଆକୁ ବ୍ୟବହାର କରି ଭର୍ମି କଞ୍ଜେଷ୍ଟ ପ୍ରସ୍ତୁତ କରାଯାଇ ପାରିବ। ସେହିଭଳି ଜୈବିକ ଖତ ଉତ୍ପାଦନକୁ ତ୍ଵରାନ୍ୱିତ କରିବା ଲାଗି ବଜାରରେ ଅନେକ ଉତ୍ପାଦ ମଧ୍ୟ ଉପଲବ୍ଧ ହେଉଛି । ଅପର ପକ୍ଷରେ ବର୍କଲେପଦ୍ଧତିକୁ ବ୍ୟବହାର କରି ଜୈବିକ ଖତ ଉତ୍ପାଦନ କରାଯାଇ ପାରିବ । ସାମଗ୍ରୀକୁ ଜୈବିକ ଖତରେ ପରିବର୍ତ୍ତନ ଲାଗି ବଜାରରେ ବ୍ୟାକ୍ଟୋରିଆ, ମାଇକ୍ରୋବାୟଳ୍ପ ବିକ୍ରି ମଧ୍ୟ ହେଉଛି । ଜୈବିକ ଖତର ପ୍ରସ୍ତୁତି ଲାଗି ୩-୪ ସପ୍ତାହ ସମୟ ଲାଗଥାଏ । ସେହିଭଳି ବର୍ତ୍ତମାନ କେତେକ ସ୍ମଲ ହ୍ୟଣ୍ଡ ତଥା ଇଲେକ୍‌ଟ୍ରୋନିକ୍ସ ମେଶିନ ବଜାରରେ ଉପଲବ୍ଧ ହେଉଛି ଯାହାକୁ ବ୍ୟବହାର କରି ଜୈବିକ ଖତ ଉତ୍ପାଦନକୁ ତ୍ଵରାନ୍ୱିତ କରାଯାଇ ପାରିବ । ଏହାକୁ ବ୍ୟବହାର କରି ଉତ୍ପାଦନକୁ ବଢଯାଇ ପାରିବ ।

କେଉଁମାନେ କରିପାରିବେ କ୍ୟାରିୟର

ଜୈବିକ କୃଷି ଲାଗି କୌଣସି ଯୋଗ୍ୟତାର ଆବଶ୍ୟକତା ନ ଥାଏ । ଏଥି ଲାଗି କାର୍ଯ୍ୟ କରିବାର ଆଗ୍ରହ ରହିଲେ ଆଗକୁ ବଢି ପାରିବେ । ବର୍ତ୍ତମାନର ଗ୍ରେଷ୍ଠ ଆଧାରରେ ଯେକୌଣସି ବ୍ୟକ୍ତି ଚାହିଁଲେ। ଏଥିରେ କ୍ୟାରିୟର କରିପାରିବେ । କୃଷି ଶିଳ୍ପ ତଥା ମ୍ୟାନେଜମେଣ୍ଟ କ୍ଷେତ୍ର ସହ ଜଡିତ ବିଭିନ୍ନ ବ୍ୟକ୍ତି ବର୍ତ୍ତମାନ ଜୈବିକ କୃଷିକୁ କ୍ୟାରିୟର ଲାଗି ଚୟନ କରୁଛନ୍ତି । ସେମାନେ ଏହି କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ କରିବା ସହ ଭଲ ରୋଜଗାର ମଧ୍ୟ କରିବାକୁ ସମର୍ଥ ହେଉଛନ୍ତି ।

କୃଷି ସ୍ନାତକ ତଥା ସ୍ନାତକୋତ୍ତର ଛାତ୍ରୀ ଛାତ୍ର କେବଳ ସରକାରୀ କୃଷି ବିଭାଗ ଗୁଡିକର ଚାକିରି ବାଦ ଜୈବିକ କୃଷିକୁ ମଧ୍ୟ ଏକ ପ୍ରମୁଖ କ୍ୟାରିୟର ବିକଳ୍ପ ଭାବେ ଚୟନ କରିବାକୁ ସକ୍ଷମ ହେବେ । ଦେଶର ଅଭିବୃଦ୍ଧିରେ ସହଭାଗୀ ତଥା ସମାଜ ଲାଗି କିଛି ଭଲ କାମ କରିବାକୁ ଚାହୁଁଥିବା ବ୍ୟକ୍ତି ଏହି ଭଳି ଏକ କ୍ୟାରିୟରକୁ ଚୟନକରିପାରିବେ । ପ୍ରାଥମିକ ସ୍ତରରେ ସଫଳତା ନ ଥୁଲେ ମଧ୍ୟ ଧୀରେ ଧୀରେ ଉତ୍ପାଦନରେ ଉନ୍ନତି ଆଣି ଲାଭ ଅର୍ଜନ କରି ପାରିବେ । ବ୍ୟବସାୟିକ ଭିତିରେ ଜୈବିକ କୃଷି ଦ୍ଵାରା ଭଲ ଅର୍ଥ ରୋଜଗାର କରାଯାଇ ପାରିବ । ଘରୋଇ ବଜାରରେ ବାଙ୍ଗାଲୋର ଭଳି ସହରରେ ଫୁଲ ତଥା ଜୈବିକ ଉପାୟରେ ଫଳଚାଷ ବିଶେଷ ଭାବେ ସଫଳ ହୋଇ ପାରିଛି। ଏହାଦ୍ଵାରା ପ୍ରଚୁର ପରିମାଣର ବିଦେଶୀ ପୁଞ୍ଜି ଉପାର୍ଜନ କରାଯାଇ ପାରୁଛି। ସେହିଭଳି ତେଲେଙ୍ଗାନା ତଥା ହାଇଦ୍ରାବାଦର ନିକଟସ୍ଥ ସ୍ଥାନଗୁଡିକ ଜୈବ ଉଦ୍ୟାନ କୃଷି ବିଶେଷ ଭାବେ ସଫଳତା ଲାଭ କରିଛନ୍ତି । ସେହଭଳି ଓଡିଶା କଥା ବିଚାର କରିଲେ ଜଣା ଯିବ ଯେ, ହଳଦୀ ଲାଗି କନ୍ଧମାଳ ବିଶେଷ ଭାବେ ଖ୍ୟାତି ଅର୍ଜନ କରିଛି। ଏଠାରେ ମସଲା ଲାଗି ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚାଷ ହେଉଛି । ଏହା ବାଦ୍ ଭଦ୍ରକ, ଢେଙ୍କାନାଳ, ଯାଜପୁର, ନବରଙ୍ଗପୁର, ମୟୂରଭଞ୍ଜ, କୋରାପୁଟ, ବଲାଙ୍ଗୀର ଭଳି ସ୍ଥାନଗୁଡିକରେ ବିଶେଷ ଭାବେ ଜୈବିକ କୃଷି ଲୋକପ୍ରିୟ ହୋଇ ପାରିଛି।

ଓମ୍‌ଫେଡ ଏବଂ ଓରମାସ ଭଳି ସରକାରୀ ସଂସ୍ଥାଗୁଡିକ ପନିପରିବା, ଫଳ, ଫୁଲ, ମସଲା ସାମଗ୍ରୀ ଚାଷ ଲାଗି ପ୍ରୋତ୍ସାହିତ କରୁଛନ୍ତି । ସେହିଭଳି ଜୈବିକ ସାମଗ୍ରୀର ବିକ୍ରି ଲାଗି ପ୍ରମାଣପତ୍ର ତଥା ଅନୁମତିର ଆବଶ୍ୟକତା ରହିଛି। ଏଥି ଲାଗି ପ୍ରମାଣପତ୍ର ଏପିଇଡିଏ କିମ୍ବା ଏଫ୍ ଏସ୍ଏସ୍ଏଆଇ ଠାରୁ ଲାଭ କରିବାକୁ ହେବ । ଏଥିଲାଗି କୃଷି ବିଭାଗ ସହାୟତା ମଧ୍ୟ କରିଥାଏ । ସେହିଭଳି ଅନ୍ୟ କେତେକ ସରକାରୀ ଏଜେନ୍ସି ରହିଛନ୍ତି ଯେଉଁମାନେବ୍ୟବସାୟିକ ଭିଭିରେ ହେଉଥିବା ଜୈବିକ କୃଷିକୁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରୁଛନ୍ତି ।

ନିବେଶ ଆବଶ୍ୟକତା

ଅନ୍ୟ କୌଣସି ବାଣିଜ୍ୟ ଭଳି ପ୍ରଥମେ ଜମି ଚୟନ କରିବାକୁ ହୁଏ କେଉଁ ଭଳି ଚାଷ କରିବାକୁ ଚାହୁଁଛନ୍ତି, ଜୈବିକ ଖତ ଉତ୍ପାଦନ ଲାଗି ସ୍ଥାନ ଚୟନ, ଉତ୍ପାଦର ସଂରକ୍ଷଣ, ପାଖ୍ୟାକେଜିଂ ଲାଗି ନିବେଶର ଆବଶ୍ୟକତା ରହିଛି। ଜମିର ପରିମାଣ ମୁତାବକ ନିବେଶର ଆବଶ୍ୟକତା ରହିଛି। ଯଦି ଜୈବିକଡିକମ୍ପୋଜିଂ ମେଶିନ ବସାଇବା ଲାଗି ଚାହୁଥାନ୍ତି ତେବେ ଏଥିଲାଗି ନିବେଶ କରିବାକୁ ହେବ । ବର୍କଲେ ଡିକମ୍ପୋଜିଂ ପ୍ଲାଣ୍ଟ ସ୍ଥାପନା ଲାଗି ୫ରୁ ୧୦ ଲକ୍ଷ ଟଙ୍କାର ନିବେଶ ଜରୁରୀ । ସେହିଭଳି ଜମି ଲାଗି ବୃହତ୍ ପ୍ଲାଷ୍ଟିକ କଭର, ୱାଟରିଂ ସିଷ୍ଟମର ମଧ୍ୟ ଆବଶ୍ୟକତା ରହିଛି।

ଜାପାନ, ଗଲ୍ଫ , ଆମେରିକା, ୟୁରୋପ, ରୁଷିଆ ଭଳି ଦେଶରେ ଜୈବିକ ଖାଦ୍ୟ ସାମଗ୍ରୀର ଉନ୍ନତ ଚାହିଦା ରହିଛି। ଏହିଭଳି ଦେଶକୁ ଯଦି ରପ୍ତାନି କରାଯାଏ ତେବେ ଏହା ଉନ୍ନତ ଚିଟର୍ନ ପ୍ରଦାନ କରିବ। ଏହା ବାଦ୍ ଅତ୍ୟାଧୁନିକ ଜ୍ଞାନକୌଶଳ ଆଧାରରେ ସାମଗ୍ରୀର ସଂରକ୍ଷଣ କରିପାରିଲେ ଏହା ଲାଭ ପ୍ରଦାନ କରିବ। ସେହିଭଳି ସାମଗ୍ରୀର ଗୁଣବତ୍ତା ଉପରେ ଧ୍ୟାନ ଦେବାକୁ ହେବା ଛୋଟ ପଦକ୍ଷେପରୁ ଆରମ୍ଭ କରି ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ବଢାଇ ପାରିବେ । ଜୈବିକ କୃଷି ଏକ ଚ୍ୟାଲେଞ୍ଜଂକ୍ଷେତ୍ର ହୋଇଥିବା ବେଳେ ଯୁବପିଢ଼ି ଉକ୍ତ କ୍ଷେତ୍ରକୁ କ୍ୟାରିୟର ଚୟନ କରି ଅଗ୍ରସର ହୋଇ ପାରିବେ ।

ସଂଗୃହିତ – ପି.କେ. ପ୍ରାମାଣିକ,କ୍ୟାରିୟର କନସଲଟାଣ୍ଟ

 



© 2006–2019 C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate