অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏକ ଉତ୍ତମ ବିଦ୍ୟାଳୟ ପରିଚାଳନା କମିଟିର ପରିକଳ୍ପନା

ଏକ ଉତ୍ତମ ବିଦ୍ୟାଳୟ ପରିଚାଳନା କମିଟିର ପରିକଳ୍ପନା

ଉଦ୍ଦେଶ୍ୟ

ଏକ ଉତ୍ତମ ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟଧାରା ଓ ବିଦ୍ୟାଳୟର ଉନ୍ନତି  ପାଇଁ କମିଟି ସଭ୍ୟ/ସଭ୍ୟମାନଙ୍କର ଅବଦାନ ବିଷୟରେ ଅବଗତ ହେବେ   ।

ପ୍ରଣାଳୀ

ସକ୍ରିୟାତ୍ମକ କାର୍ଯ୍ୟ  :-

  • ସମୁଦାୟ ଅଂଶଗ୍ରହଣକାରୀଙ୍କୁ  ୫ଟି ଦଳରେ ବିଭକ୍ତ କରାଯିବ  । ପ୍ରତି ଦଳରେ  ୧ ଟି କାଗଜ ଫର୍ଦ୍ଦ ଦିଆଯିବ   ।  କାଗଜର ମାଝିରେ ବିଦ୍ୟାଳୟର ଚିତ୍ର କରିଦିଆଯିବ   । ସମସ୍ତେ ଦଳରେ ଆଦର୍ଶ ବିଦ୍ୟାଳୟ ପାଇଁ କଣ କଣ ଆବଶ୍ୟକ କଟା ଚାରି ପାଖରେ ପୂରଣ କରିବେ  । ଯଦି କୌଣସି ସଭ୍ୟ ବା ସଭ୍ୟା ଲେଖି ନପାରନ୍ତି  । ତେବେ ଅନ୍ୟସଭା ସହାୟକଙ୍କର ସାହାଯ୍ୟ ନେଇ ପାରିବେ । ଏଗୁଡିକ କଳାପଟାରେ ବା ଚାର୍ଟ ପେପରରେ ଲେଖାଯିବ ।
  • ପ୍ରଶ୍ନ ୧ ଟି ଖୋଲା ଆଲୋଚନା ହେବ ।
  • ପ୍ରଶ୍ନ ୨ଟିର ଆଲୋଚନା ବେଳେ ସେହି ଅଙ୍କନରେ ଥିବା ଏକ ଉତ୍ତମ ସଭ୍ୟ / ସଭ୍ୟା ତାଙ୍କ ଅନୁଭୂତି ସଂକ୍ଷେପରେ କହିବେ   ।
  • ପ୍ରଶ୍ନ ନଂ ୩ ଟି ପାଇଁ ଦଳଗତ କାର୍ଯ୍ୟ କରାଯିବ ଓ ଉପସ୍ଥାପନା ହେବ  ।
  • ପ୍ରଶ୍ନ ନଂ ୪ ଓ ୫ ଯାଏଁ ଖୋଲା ଆଲୋଚନା କରାଯିବ   ।

 

ଆଲୋଚ୍ୟ ବିଷୟ

  • ଏକ ଭଲ ବିଦ୍ୟାଳୟ ପରିଚାଳନା କମିଟିର ଗଠନ ବେଳେ କେଉଁ କେଉଁ ଦିଗପ୍ରତି ଦ୍ରୁଷ୍ଟିଦେବେ   ।
  • ଏକ ଉତ୍ତମ ବିଦ୍ୟାଳୟର ପରିଚାଳନା କମିଟି ଥିବା ବିଦ୍ୟାଳୟଟି କିପରି ହୋଇଥିବ   ।
  • ଉକ୍ତ କମିଟିର ସଭ୍ୟ / ସଭ୍ୟା ମାନେ ତାଙ୍କ ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ କି କି କାର୍ଯ୍ୟ କରୁଥିବେ    ।
  • ଏହି କମିଟିର ସଭ୍ୟ /ସଭ୍ୟା ମାନଙ୍କ ସହିତ ଶିକ୍ଷକ ମାନଙ୍କର ସଂପର୍କ କିଭଳି ହୋଇଥିବ  ।
  • ଏହି ଉତ୍ତମ ପରିଚାଳନା କମିଟି ଗୋଷ୍ଠୀ ଓ ପ୍ରଶାସନ ସହ କିଭଳି ସଂପର୍କ ରହିଥିବ   ।
  • ଏହି କମିଟି ଶୈକ୍ଷିକ ଦିଗର ଉନ୍ନତି ପାଇଁ କିପରି ଚେଷ୍ଟା କରୁଥିବେ   ।

ସାମଗ୍ରୀ:  ଡ୍ରଇଂସିଟ, ବିଦ୍ୟାଳୟ ଚିତ୍ରଥିବା ଫର୍ଦ୍ଦ  ।

ବାର୍ତ୍ତା : ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନଙ୍କର କାର୍ଯ୍ୟଉପରେ ବିଦ୍ୟାଳୟ ସଫଳତା ନିର୍ଭର କରେ  ।

ସହାୟକ ସୂଚନା

  • ବିଦ୍ୟାଳୟ କମିଟିଟି ଠିକଭାବେ ଏବଂ ଉତ୍ତମ ଭାବେ ନିୟମ ଅନୁସାରେ ହୋଇଥିବା  ।
  • ବିଦ୍ୟାଳୟ କମିଟିର ଗଠନ ଠିକଭାବେ, ଯଥା ୧୨-୧୬ ଜଣ ବିଶିଷ୍ଟ ହୋଇଥିବେ   ।
  • ୭୮% ଶିଶୁମାନଙ୍କର ବାପା ଓ ମା ସଦସ୍ୟ ରହିବେ। ଏହି ପିତା ମାତାଙ୍କ ମଧ୍ୟରେ  ୫୦%(ଅଧା)ପୁରୁଷ ରହିବେ  ଏବଂ ୫୦%(ଅଧା) ମହିଳା ରହିବେ ।
  • ପୁରୁଷମାନଙ୍କ ମଧ୍ୟରେ ଯଦି ମିଳନ୍ତି , ଜଣେ ହରିଜନ ବା ଆଦିବାସୀ ସମ୍ପ୍ରଦାୟରୁ ରହିବେ ।
  • ମହିଳାଙ୍କ ମଧ୍ୟରେ ଯଦି ମିଳନ୍ତି , ଜଣେ ହରିଜନ ବା ଆଦିବାସୀ  ସମ୍ପ୍ରଦାୟରୁ ରହିବେ ।
  • ଅବଶିଷ୍ଟ ୨୫% ମଧ୍ୟରେ ୱାର୍ଡମେମ୍ବର /କାଉନସିଲର- ୧ ଜଣ, ପ୍ରାଥମିକ /ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ୧ ଜଣ, ସ୍ଥାନୀୟ ଶିକ୍ଷାବିତ ଛାତ୍ର ବା ଛାତ୍ରୀ ୧ ଜଣ ରହିବେ  ।
  • (ଆବଶ୍ୟକ ହେଲେ ବିଦ୍ୟାଳୟ ପରିଚାଳନା କମିଟି ସମ୍ପର୍କିତ ବିଜ୍ଞପ୍ତି ଦେଖାଯିବ) ।

ଅଧିକ ତଥ୍ୟ  :-

  • PTA ମଧ୍ୟରୁ ଭଲ ମନୋବୃତ୍ତି ବା ସକାରାତ୍ମକ ମନୋବୃତ୍ତି ଲୋକ ହୋଇଥିବେ ।
  • ଚରିତ୍ରବାନ, ସାଧୁତା, ଶିକ୍ଷାପ୍ରତି ଅନୁକୂଳ ମନୋଭାବ ପୋଷଣ କରୁଥିବେ ।

ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଂରଚନା

କମିଟିର ସଦସ୍ୟ

ପିତାମାତାଙ୍କ ସଂଖ୍ୟା

ପିତା

ମାତା

ୱାର୍ଡମେମ୍ବର

ଶିକ୍ଷକ

ଶିକ୍ଷାବିତ/ଛାତ୍ରଛାତ୍ରୀ

୧୨

୧୩

୧୦

୧୪

୧୧

୧୫

୧୨

୧୬

୧୨

୧+୧

  • ବାହ୍ୟପରିବେଶ ସୁନ୍ଦର ହୋଇଥିବ   ।
  • ପିଲାଙ୍କ ଉପସ୍ଥାନ କ୍ରମାନ୍ଵୟରେ ବୃଦ୍ଧି ପାଉଥିବେ   ।
  • ଶ୍ରେଣୀରେ ପିଲାଙ୍କ ମନଲାଖି ଶିକ୍ଷଣକାର୍ଯ୍ୟ ହେଉଥିବ  ।
  • ମାସିକ ବୈଠକ ହେଉଥିବ ଓ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେଉଥିବ   ।
  • ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟରେ କମିଟି ସାହାଯ୍ୟ କରୁଥିବ   ।
  • ପିଲାମାନେ ନିୟମିତ ବୃତ୍ତି ପାଉଥିବେ , ଇତ୍ୟାଦି   ।

ଉପରୋକ୍ତ କାର୍ଯ୍ୟଛଡା ନିମ୍ନଲିଖିତ କାମଗୁଡିକ ବିଦ୍ୟାଳୟ ପରିଚାଳନା କମିଟି କରୁଥିବେ   ।

  • ଉପକାରଣ ପ୍ରସ୍ତୁତିରେ ସାହାଯ୍ୟ
  • ବିଦ୍ୟାଳୟ ପାଇଁ ସମ୍ବଳ ସଂଗ୍ରହ
  • ବାହ୍ୟପରିବେଶ ଆକର୍ଷଣୀୟ କାର୍ଯ୍ୟରେ ସାହାଯ୍ୟ
  • ବିଭିନ୍ନ ଅନୁଦାନର ସଦୁପଯୋଗ
  • ବିଦ୍ୟାଳୟରେ ଶାନ୍ତି ଶୃଙ୍ଖଳା ରକ୍ଷା  ।

ଏହି କମିଟି ର ସଭ୍ୟ /ସଭ୍ୟାମାନଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ରହିଥିବ   ।

  • ସମସ୍ତଙ୍କ ମନରେ ସାହାଯ୍ୟ ମନୋବୃତ୍ତି ରହିଥିବ   ।
  • ବିଦ୍ୟାଳୟର ଉନ୍ନତି ପାଇଁ ଉଭୟେ ଚେଷ୍ଟିତ ଥିବେ   ।
  • ବିଦ୍ୟାଳୟ ଭଲମନ୍ଦ କାମରେ କମିଟିର ସଦସ୍ୟମାନେ ଯୋଗଦେଇପାରୁଥିବା ଓ କମିଟି ସଭ୍ୟ/ସଭ୍ୟାମାନଙ୍କର ଭଲମନ୍ଦରେ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଉଥିବେ   ।

ଏହି ବିଦ୍ୟାଳୟ ପରିଚାଳନା ଅକାମିତି ହେଉଛି ବିଦ୍ୟାଳୟ ଓ ଗୋଷ୍ଠୀ ମଧ୍ୟରେ ଏକ ସେତୁ ସଦୃଶ  । ବିଦ୍ୟାଳୟର ଉନ୍ନତିରେ ଗୋଷ୍ଠୀର ଭାଗୀଦାରୀ କରିବା  ଆଇନ ଏହି କମିଟି ଚେଷ୍ଟା କରୁଥିବ   ।

  • ବିଦ୍ୟାଳୟର ପରିଚାଳନା କମିଟି ହେଉଛି ବିଦ୍ୟାଳୟ ଓ ଗୋଷ୍ଠୀର ଭାଗୀଦାରୀତାକୁ ପ୍ରୋତ୍ସାହନ ହେଉଥିବ ।
  • ଶିଶୁର ଅଧିକାର ଯେପରି କ୍ଷୁର୍ଣ୍ଣ ନ ହେବ , ସେଥିପ୍ରତି ତଦାରଖ କରୁଥିବେ ଓ ଅଧିକାର କ୍ଷୁର୍ଣ୍ଣ ହେଲେ ଏହାକୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ରୁଷ୍ଟିଗୋଚରକୁ ଆଣିଦେବା  ।
  • ଶିକ୍ଷକ ଏବଂ ଛାତ୍ର/ଛାତ୍ରୀମାନଙ୍କ ନିୟମିତ ଭାବରେ ଶ୍ରେଣୀରେ ଯଥାକ୍ରମେ ପାଠପଢା ଏବଂ ପାଠଶିକ୍ଷା କାର୍ଯ୍ୟ ଉପରେ ପ୍ରଶାସନ କୁ ଜଣାଇବେ ।
  • ପ୍ରଶାସନ ସହ ବିଦ୍ୟାଳୟ ପରିଚାଳନା କମିଟିର ଏକ ଉତ୍ତମ ସମ୍ପର୍କ ରହିଥିବ  ।
  • ବିଶେଷକରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଉଥିବା ସମସ୍ତ ରିପୋର୍ଟର ନକଲ ସମ୍ପୃକ୍ତ ପଂଚାୟତ ସମିତି ପାଖକୁ ପଠାଉଥିବେ ।

ବିଦ୍ୟାଳୟର ଉନ୍ନତି ପ୍ରକୃତରେ ଶୈକ୍ଷିକ ଦିଗର ଉନ୍ନତି ଉପରେ ପର୍ଯ୍ୟବେସିତ   ।

ପାଠପଢା /ପାଠ୍ୟକ୍ରମ ସଂପୂର୍ଣ୍ଣ ହେଉଛି କି ନାହିଁ ତାହା ତଦାରଖ କରିବେ   ।

  • ଛାତ୍ରଛାତ୍ରୀଙ୍କ ପାଠପଢା ଏବଂ ସେମାନଙ୍କର ସମୁଦାୟ/ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବା ଓ ମୂଲ୍ୟାୟନ ସେସ ହେବା ପରେ ବିଦ୍ୟାଳୟ କାର୍ଯ୍ୟର ଅଗ୍ରଗତି ଏବଂ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟର ସମୀକ୍ଷା କରିଥିବେ  ।
ସ୍ଵତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥାର ରୂପାଯନ କରିବା ଏବଂ ଏହାକୁ ଭଲଭାବେ ତଦାରଖ କରି ଅସୁବିଧାର ସମାଧାନ କରିବା ଇତ୍ୟାଦି  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 1/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate