অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଓ ପରିଚାଳନା କମିଟି

ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ଓ ପରିଚାଳନା କମିଟି

ଉଦ୍ଦେଶ୍ୟ

ଅଂଶଗ୍ରହଣକାରୀ ମାନେ ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା ବିଷୟରେ ଅବଗତ ହେବେ   ।

ପ୍ରଣାଳୀ/ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ  :-

  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ଗୋଳାକାରରେ ଛିଡା କରାଯିବ । ସମସ୍ତ ବିଦ୍ୟାଳୟ କଣ ହେଉଥିଲେ ତାହା ଏକ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ ବୋଲି କୁହାଯିବ ଗୋଟିଏ ଗୋଇଟେ କଥା କହିବେ ।
  • ପ୍ରଶ୍ନ ୧ ଟି ଖୋଲାଆଲୋଚନା କରାଯିବ ।
  • ପ୍ରଶ୍ନ ୨ ଠାରୁ ୬ ପର୍ଯ୍ୟନ୍ତ ଖୋଲା ଆଲୋଚନା ହେବ
  • ପ୍ରଶ୍ନ ୫ ର ଆଲୋଚନା ବେଳେ ଡ୍ରଇଂସିଟରେ ସେଗୁଡିକୁ ଲେଖାଯିବ । ପ୍ରଶ୍ନ ୩ ଟି ଦଳଗତ ଆଲୋଚନା ହେବ ।
  • ପ୍ରଶ୍ନ ୪ ଠାରୁ ୭ ଯାଏଁ ଖୋଲା ଆଲୋଚନା ହେବ ।

 

ଆଲୋଚ୍ୟ ବିଷୟ

  • ଗୋଟେ ବିଦ୍ୟାଳୟରେ କଣ କଣ ଥିଲେ , ବିଦ୍ୟାଳୟଟି ସୁନ୍ଦର ଲାଗେ  ?
  • ଯଦି କୌଣସି ବିଦ୍ୟାଲ୍ୟରେ ବିଭିନ୍ନ ପ୍ରକାରର ସୁଯୋଗ ପିଲାଙ୍କ ପାଇଁ ନାହିଁ ତେବେ ସେମାନେ ଏହାକୁ କେତେ ବର୍ଷ ମଧ୍ୟରେ କରିପାରିବେ?
  • ନୂତନ ବିଦ୍ୟାଳୟ ସ୍ଥାପନ ଓ ପରିଚାଳନା ଉପରେ ଶିକ୍ଷା ଅଧିକାର ଆଇନରେ କଣ କାହାଯାଇଛି  ।
  • ବିଦ୍ୟାଳୟରେ କେଉଁ କେଉଁ ଦିଗ ତଥା କାର୍ଯ୍ୟ ଉପରେ ଗୁରୁତ୍ଵ ଦେଲେ ବିଦ୍ୟାଳୟଟି ଏକ ସର୍ବାଙ୍ଗ ବିଦ୍ୟାଳୟ ହୋଇ ପାରିବ  ।
  • ବିଦ୍ୟାଳୟ ପରିଚଳନା କମିଟିର ସଭ୍ୟ/ସଭ୍ୟା ହିସାବପୂର୍ଣ୍ଣାଙ୍ଗ ବିଦ୍ୟାଳୟ ପାଇଁ ଆମେ ନିଜକୁ କିପରି ପ୍ରସ୍ତୁତ କରିପାରିବା ।

ବାର୍ତ୍ତା : ବିଦ୍ୟାଳୟ ପରିଚାଳନା କମିଟି ପିଲାଙ୍କ ବିଦ୍ୟଳୟ ଆସିବା, ରହିବା, ଭଲ ଶିଖିବା, ଉନ୍ନତ ମାନର ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାରର ଅଭ୍ୟନ୍ତରୀଣ ଓ ବାହ୍ୟ ସୁଯୋଗ, ବଗିଚାକାମ, ଗୋଷ୍ଠୀ ସମ୍ପର୍କ ଇତ୍ୟାଦିରେ ନିଜର ସହଯୋଗର ହାତ ବଢାଇ ପାରିବେ ।

ସହାୟକ ସୂଚନା

  • ବିଦ୍ୟାଳୟର ଭୌତିକ ବାତାବରଣ ସୁନ୍ଦର ହୋଇଥିଲେ , ଶ୍ରେଣୀ ଗୃହ ଥିଲେ ।
  • ଶିକ୍ଷକ , ପିତାମାତା , ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନଙ୍କ ଭିତରେ ଉତ୍ତମ ସମ୍ପର୍କ ଥିଲେ ।
  • ଶିକ୍ଷକମାନେ ପିଲାମାନଙ୍କୁ ନିୟମିତ ଭାବେ ଶିଶୁ କୈନ୍ଦ୍ରିକ ପଦ୍ଧତିରେ ଶିକ୍ଷା ଦେଉଥିଲେ  ।
  • ଶିକ୍ଷକ ଓ ପିଲାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିଲେ  ।
  • ପିଲାଙ୍କ ସମସ୍ୟା ଗୁଡିକ ସମାଧାନ କରାଯାଉଥିଲେ ।

ପିଲାଙ୍କ ପାଇଁ  ଶିକ୍ଷା ସୁଯୋଗ ସୃଷ୍ଟି କରିବା ସ୍ଥାନୀୟ କର୍ତ୍ତୃପକ୍ଷ ବା ରାଜ୍ୟ ସରକାରଙ୍କର ଦାୟିତ୍ଵ ।

ଏହି ସୁଯୋଗ ଭାବେ (ଶ୍ରେଣୀଗୃହ, ଶିକ୍ଷକ, ପ୍ରଶିକ୍ଷଣ ପାଇଥିବା ଶିକ୍ଷକ, ଅନ୍ୟାନ୍ୟ ସୁବିଧା ସୁଯୋଗ ଯେତେ ଶୀଘ୍ର କରାଯାଇ ପାରିବ କରାଯିବ ) ।

ଶିଶୁ ଅଧିକାର ଆଇନରେ ଧାରା  ୧୯ ଏବଂ ୨୫ ଅନୁଯାୟୀ ବିଦ୍ୟାଳୟ ପାଇଁ କେତେଗୁଡିଏ ସ୍ଥିରୀକୃତ ସର୍ତ୍ତମାନ ନିର୍ଦ୍ଧାରଣ କରାଯାଇଥାଏ ।

  • ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଅନ୍ୟୁନ ଗୋଟିଏ ଶ୍ରେଣୀକକ୍ଷ ଏବଂ କାର୍ଯ୍ୟାଳୟ- ଭଣ୍ଡାର- ପ୍ରଧାନଶିକ୍ଷକଙ୍କ କୋଠରୀ  ।
  • ନିର୍ବିଘ୍ନରେ ସବୁ ପିଲାମାନଙ୍କ ଶ୍ରେଣୀ କକ୍ଷକୁ ଯାତାୟାତ ବ୍ୟବସ୍ଥା  ।
  • ବାଳକ ଓ ବାଳିକାଙ୍କ ପାଇଁ ପୃଥକ ଭାବେ ଶୌଚାଳୟ
  • ନିରାପଦ ପାନୀୟ ଜଳର ସୁବିଧା  ।
  • ମଧ୍ୟାହ୍ନ ଭୋଜନ ପାଇଁ ଭୋଜନ ଗୃହ ।
  • ଖେଳିବା ପାଇଁ ଖେଳପଡିଆ
  • ପାଚେରି କିମ୍ବା ବାଡର ସୁବିଧା ଇତ୍ୟାଦି ।
  • ଶିକ୍ଷା ଅଧିକାର ଆଇନ ୨୦୦୯ ରେ ବିଦ୍ୟାଳୟ ପାଇଁ ସ୍ଥିର କରାଯାଇଥିବା ମାନଙ୍କ ଗୁଡିକ ଠିକ ଭାବେ ପାଳନ କରାଯାଇ ପାରିଲେ ପ୍ରତ୍ୟେକ ବିଦ୍ୟାଳୟ ଏକ ପୂର୍ଣ୍ଣାଙ୍ଗ  ବିଦ୍ୟାଳୟରେ ପରିଣତ ହେବ ।
  • ପୂର୍ଣାଙ୍ଗ ବିଦ୍ୟାଳୟକୁ କୁ ଉପଲ୍ଲଲବ୍ଧ କରି ବିଦ୍ୟାଳୟର ଆବଶ୍ୟକତା ଆକଳନ କରିବା ।
  • ଆବଶ୍ୟକତାକୁ ଆଖି ଆଗରେ ରାଖୀ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରିବା  ।
  • ପରିଚାଳନା କମିଟିର ସଭ୍ୟ ହିସାବରେ ଦାୟିତ୍ଵ ନେଇ କାମ କରିବା ।
  • ଆବଶ୍ୟକ ସମ୍ବଳ,  ସୁବିଧା ,  ସୁଯୋଗ ଯୋଗାଡ କରିବା ।
  • ଯୋଜନାକୁ ରୂପାନ୍ତର କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ ମାରିବା   ।
  • ପାଠପଢା ବା ଉପକାରଣ ପ୍ରସ୍ତୁତିରେ ଶିକ୍ଷକଙ୍କୁ ସାହାଯ୍ୟ କରିବା ।
  • ଗ୍ରନ୍ଥାଗାର, କ୍ରିଡାସାମଗ୍ରୀ , ଶିକ୍ଷାଦାନ ସରଞ୍ଜାମ ଇତ୍ୟାଦିର ସୁଯୋଗ ସୃଷ୍ଟି କରିବା ।
  • ପିଲାଙ୍କ ଶିକ୍ଷା ଫଳାଫଳକୁ ବାପା ମାଙ୍କୁ ଅବଗତ କରିବା ।
  • ବିଦ୍ୟାଳୟ ପାଇଁ ବିକାଶ ଯୋଜନା ପ୍ରସ୍ତୁତ କରିବା ଇତ୍ୟାଦି  ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate